Categories
ଆଜିର ଖବର ରାଜ୍ୟ ଖବର

ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ଛଅ ଜଣଙ୍କର ମୃତ୍ୟୁ, ଜଣେ ଆହତ

ଭୁବନେଶ୍ବର : ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ଛଅ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି । ଉଦଳା ଖୁଣ୍ଟା ଥାନା ବଡପଥରା ଗ୍ରାମରେ ତିନି ଯୁବକଙ୍କ ଜୀବନ ଚାଲିଯାଇଛି । ଏହି ଯୁବକମାନେ ଗାଁ ପୋଖରୀରେ ମାଛ ଧରିବା ବେଳେ ବଜ୍ରପାତରେ ମୃତ୍ୟୁବରଣ କରିଛନ୍ତି ।

ସେହିପରି କେନ୍ଦୁଝର ଝୁମ୍ପୁରା ବ୍ଲକରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ମହିଳା ଆହତ ହୋଇଛନ୍ତି । ସରୁପତଳା ସାହିର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ବଳଭଦ୍ରପୁରରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଜଣେ ଆହତ ହୋଇଛନ୍ତି । ବାଲେଶ୍ବର ସଦର ବ୍ଲକ କୁଶୁଡିହା ଗ୍ରାମରେ ବ୍ରଜପାତ ଯୋଗୁଁ ଜଣକର ମୃତ୍ୟୁ ହୋଇଛି ।