ଭୁବନେଶ୍ବର : ବନ୍ୟା ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତି ଅନୁଧ୍ୟାନ କରିବାକୁ କେନ୍ଦ୍ରୀୟ ଟିମ ଓଡ଼ିଶା ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ଭାରତ ସରକାରଙ୍କ କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବଙ୍କ ନେତୃତ୍ୱରେ 6 ଜଣିଆ କେନ୍ଦ୍ରୀୟ ଟିମ୍ ଦୁଇଦିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି। ଉକ୍ତ ପ୍ରତିନିଧି ଦଳ ଅଗଷ୍ଟରେ ଓଡ଼ିଶାରେ ଦେଖାଦେଇଥିବା ବନ୍ୟା ବିଭୀଷିକା ଓ ଏହାଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳ ବୁଲିଦେଖିବେ। ବନ୍ୟା କ୍ଷତିଗ୍ରସ୍ତ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ପୁରୀ ଜିଲ୍ଲା ଯିବେ । ବନ୍ୟା ପ୍ରଭାବିତ ଚାରିଟି ଜିଲ୍ଲାକୁ 2ଟି ଟିମ୍ରେ ଅଲଗା ଅଲଗା ଗସ୍ତ କରିବେ। ଗୋଟିଏ ଟିମ୍ ଭଦ୍ରକ, ଯାଜପୁର ଯିବେ ଅନ୍ୟ ଟିମ୍ କେନ୍ଦ୍ରାପଡା ଓ ପୁରୀ ଯିବେ ।
ଏହି ପ୍ରତିନିଧି ଦଳରେ କୃଷି ଓ କୃଷକ କଲ୍ୟାଣ, ଜଳସମ୍ପଦ, ସଡ଼କ ପରିବହନ ଓ ରାଜପଥ, ଗ୍ରାମ୍ୟ ଉନ୍ନୟନ ଓ ଅର୍ଥ ମନ୍ତ୍ରାଳୟର ଅଧିକାରୀ ଅଛନ୍ତି। ଯୋଗଦେବେ। ପ୍ରତିନିଧି ଦଳ 17ତାରିଖ ରାତିରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।