ଭୁବନେଶ୍ବର : 2020-21 ଶିକ୍ଷା ବର୍ଷ ପାଇଁ ଦଶମ ଶ୍ରେଣୀ ବହି ବଦଳିଲା । 8ଟି ବହି ବଦଳିଥିବା ନେଇ ବୋର୍ଡ ସମ୍ପାଦକ ସୂଚନା ଦେଇଛନ୍ତି । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। 2020-21ରେ ରାଜ୍ୟ ବୋର୍ଡର ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ନୂଆ ବହି ପଢ଼ିବେ। ମୋଟ 14ଟି ବିଷୟରୁ 8ଟି ବିଷୟ ବଦଳିଛି। ଲକଡାଉନ ପରେ ଏହି ବହି ବିକ୍ରି ହେବ ବୋଲି ସୂଚନା ଦିଆଯାଇଛି।
କରୋନା ଯୋଗୁଁ ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଥିବାବେଳେ ଅନ୍ଲାଇନ୍ରେ ପାଠ ପଢିବାକୁ ପରାମର୍ଶ ଦେଇଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । କେନ୍ଦ୍ର ସରକାରଙ୍କ ଦୀକ୍ଷା ଆପ୍ ଦ୍ୱାରା ପିଲାଙ୍କୁ ପାଠ ପଢିବା ଲାଗି କୁହାଯାଇଛି । ଏ କ୍ଷେତ୍ରରେ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ କୁହାଯିବ ବୋଲି କହିଥିଲେ ମନ୍ତ୍ରୀ ସମୀର ଦାଶ। ଲକ୍ ଡାଉନ୍ ଯୋଗୁଁ ରାଜ୍ୟରେ ସରକାରୀ ସ୍କୁଲରେ ନବମ ଶ୍ରେଣୀର ଗୋଟିଏ ପରୀକ୍ଷା ବାକି ଥିବାବେଳେ ଏବେ ଲକ୍ ଡାଉନ୍ର ଅବଧିକୁ ମେ’ ତିନି ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ତେବେ ଲକ୍ ଡାଉନ୍ ପରେ ଏନେଇ କିଛି ନିଷ୍ପତ୍ତି ନିଆଯିବ ବୋଲି ସମ୍ଭାବନା ରହିଛି ।