Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଇଂଲଣ୍ଡ ଖେଳାଳୀ, ଦିଆଗଲା ଭବ୍ୟ ସମ୍ବର୍ଦ୍ଧନା

ଭୁବନେଶ୍ବର: ଆଜି ସଂଧ୍ୟାରେ ଭୁବନେଶ୍ବରର ବିମାନ ବନ୍ଦରରେ ପହଞ୍ଚିଛନ୍ତି ଉଭୟ ଭାରତ ଓ ଇଂଲଣ୍ଡର ଖେଳାଳୀ। ଏକ ସ୍ବତନ୍ତ୍ର ବିମାନରେ ସେମାନେ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ କଡା ସୁରକ୍ଷା ମଧ୍ୟରେ ମୋ ଫାୟାର ହୋଟେଲକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ପ୍ରଦାନ କରାଯାଇଥିଲା।

ହୋଟେଲ ବାହାରେ ଓଡିଶାର ଲୋକନୃତ୍ୟ ଶିଳ୍ପୀମାନେ ସେମାନଙ୍କ ନୃତ୍ୟରେ ଖେଳାଳୀମାନଙ୍କୁ ସ୍ବାଗତ କରିଥିଲେ। ସେହିପରି ହୋଟେଲ ପ୍ରବେଶ ପଥରେ ତାଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ କରାଯାଇଥିଲା। ଆଜି ଉଭୟ ଦଳ ସେଠାରେ ବିଶ୍ରାମ କରିବା ପରେ ଆସନ୍ତାକାଲି ବାରବାଟୀ ଷ୍ଟାଣ୍ଡିୟମକୁ ଅଭ୍ୟାସ ପାଇଁ ଯିବେ।

ଖେଳାଳୀମାନଙ୍କ ପାଇଁ କମିଶନେରଟ ପୋଲିସ ତରଫରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଖେଳାଳୀଙ୍କ ସୁରକ୍ଷା ପାଇଁ ୨୦୦ ପୋଲିସ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ୫୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ସେହିପରି ଆସନ୍ତାକାଲି କଟକ ଯିବା ବେଳେ ରାସ୍ତାର ଉଭୟ ପାର୍ଶ୍ବରେ ପୋଲିସ ମୁତୟନ କରାଯାଇଛି।

ରବିବାର ଦିନ ଭାରତ ଇଂଲଣ୍ଡ ମଧ୍ୟରେ କଡା ମୁକାବିଲା ହେବ।

Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ପହଞ୍ଚିବେ ଭାରତ ଓ ଇଂଲଣ୍ଡର ଖେଳାଳୀ, ସୁରକ୍ଷା ହେଲା କଡାକଡି

ଭୁବନେଶ୍ବର: ଆସନ୍ତା ୯ ତାରିଖ ରବିବାର ଦିନ କଟକ ବାରବାଟୀ ଷ୍ଟାଣ୍ଡିୟମରେ ଭାରତ ଇଂଲଣ୍ଡ ମ୍ୟାଚ ଖେଳାଯିବ। ସେଥିପାଇଁ ଆସନ୍ତାକାଲି ଶୁକ୍ରବାର ଦିନ ଭୁବନେଶ୍ବରରେ ପହଞ୍ଚିବେ ଉଭୟ ଦଳ। ସେଥିପାଇଁ ଭୁବନେଶ୍ବର ବିମାନ ବନ୍ଦରରୁ ମେ ଫାୟାର ପର‌୍ୟ୍ୟନ୍ତ ସୁରକ୍ଷା କଡାକଡି କରାଯାଇଛି।

ମୁଖ୍ୟତଃ ହୋଟେଲ ସମ୍ମୁଖ, ବିମାନ ବନ୍ଦର ଏବଂ ଭୁବନେଶ୍ବର କଟକ ରାସ୍ତା ସାରା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କେତେକ ସ୍ଥାନରେ ବ୍ୟାରିକେଟ କରାଯାଇଛି। ଆସନ୍ତାକାଲି ଖେଳାଳୀମାନେ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ତାଙ୍କୁ କଡା ସୁରକ୍ଷା ମଧ୍ୟରେ ହୋଟେଲ ନିଆଯିବ। ବିମାନ ବନ୍ଦରରେ ସେମାନଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ ରହିବାର ସମ୍ଭାବନା ରହିଛି।

ଖେଳାଳୀମାନେ ୭ ତାରିଖରେ ଭୁବନେଶ୍ବରରେ ପହଞ୍ଚିବା ପରେ ୮ ତାରିଖରେ ସେମାନେ ବାରବାଟୀ ଷ୍ଟାଣ୍ଡିୟମ ଅଭ୍ୟାସ ପାଇଁ ଯିବେ। ଏହାପରେ ୯ ତାରିଖରେ ଖେଳ ହେବ ଏବଂ ସମସ୍ତ ଖେଳାଳୀ ୧୦ ତାରିଖରେ ଭୁବନେଶ୍ବର ଛାଡିବେ। ଖେଳାଳୀଙ୍କ ସୁରକ୍ଷା ପାଇଁ ୨୦୦ ପୋଲିସ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ୫୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାରବାଟୀ ଷ୍ଟାଡିୟମରେ କାହିଁକି ଖେଳିଲେ କ୍ରିକେଟ…..

ଭୁବନେଶ୍ୱର: ଆସନ୍ତା ଫେବୃଆରୀ 9 ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି। ଦୁଇ ବର୍ଷ ପରେ ବାରବାଟୀ ଷ୍ଟାଡିୟମରେ ଏଭଳି ମର୍ଯ୍ୟଦା ଜନକ ମ୍ୟାଚ୍ ଅନୁଷ୍ଠିତ ହେଉଛି।

ଏଥିପାଇଁ ବାରବାଟୀ ଷ୍ଟାଡିୟମରେ ପ୍ରସ୍ତୁତି ଜୋରସୋର୍ ରେ ଜାରିରହିଛି । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବାରବାଟୀ ଷ୍ଟାଡିୟମରେ ପହଞ୍ଚି ଏହି ପ୍ରସ୍ତୁତି କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିବା ସହିତ ପ୍ରସ୍ତୁତି କାର୍ଯ୍ୟକୁ ଅନୁଧ୍ୟାନ କରି ସନ୍ତୋଷ ବ୍ୟକ୍ତ କରିଛନ୍ତି। ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ବରାବଟୀ ଷ୍ଟାଣ୍ଡିୟମରେ ବ୍ୟାଟ ଧରି କ୍ରିକେଟ ଖେଳିଥିଲେ। ଯାହାକୁ ନେଇ ସେଠାରେ ଉପସ୍ଥିତ ଓସିଏ କର୍ମକର୍ତ୍ତା ଏବଂ ଅଧିକାରୀମାନେ ତାଳିମାରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀ ପ୍ରେମାନନ୍ଦଙ୍କ ଦ୍ୱାରା ପ୍ରସ୍ତୁତ ମ୍ୟାଚର ଥିମ୍ ସଂଗ ‘ସ୍ୱାଗତ…. ସୁସ୍ୱାଗତ’କୁ ଉନ୍ମୋଚନ କରିଥିଲେ।

ସମୀକ୍ଷା ଏବଂ ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ବିବୃତିରଖି କହିଥିଲେ ଯେ ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବା ଆମ ପାଇଁ ସୌଭାଗ୍ୟର ବିଷୟ। ଓ.ସି.ଏର ସମସ୍ତ କର୍ମକର୍ତ୍ତା ଏବଂ ଟିମ୍, ଜିଲ୍ଲା ପ୍ରଶାସନ, ରାଜ୍ୟ ପ୍ରଶାସନ ବିଶେଷ କରି କ୍ରୀଡା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ପ୍ରସ୍ତୁତି କାର୍ଯ୍ୟ ଅନୁଷ୍ଠିତ ହେଉଛି। ଏହା ହେଉଛି ଆମ ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ। ଏହା ହେଉଛି ଆମ ପାଇଁ ସମ୍ମାନର କଥା। ପୁରାଟିମ୍ ଏଥିପାଇଁ ପରିଶ୍ରମ କରୁଛନ୍ତି। ଦୁଇ ବର୍ଷ ପରେ ଆମ ପାଖକୁ ଏହି ସୁଯୋଗ ଆସିଛି । ଏହି ମ୍ୟାଚ୍ ସଫଳତାର ସହ ଆୟୋଜନ ହେବ। ଆମ ସଫଳତା କେବଳ ଭାରତ ବର୍ଷକୁ ନୁହେଁ ସମଗ୍ର ବିଶ୍ୱକୁ ଖୁସି ଦେବ।

ମୁଖ୍ୟମନ୍ତ୍ରୀଙ୍କ ସହିତ କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଶ୍ରୀ ପ୍ରକାଶ ମିଶ୍ର, ଆଡଭୋକେଟ୍ ଜେନେରାଲ୍ ଶ୍ରୀ ପିତାମ୍ବର ଆଚାର୍ଯ୍ୟ, ଅନୁଗୋଳ ବିଧାୟକ ତଥା ଓସିଏର ଆପେକ୍ସ କାଉନସିଲ ସଦସ୍ୟ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ବଡମ୍ବା ବିଧାୟକ ଶ୍ରୀ ବିଜୟ କୁମାର ଦଳବେହେରା, କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, ବାଙ୍କୀ ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ, ପୂର୍ବତନ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଓସିଏର ସମ୍ପାଦକ ଶ୍ରୀ ସଞ୍ଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବଦଳିବ ବାରବାଟୀ ଷ୍ଟାଣ୍ଡିୟମର ରୂପରେଖ, ଅନୁଧ୍ୟାନ କଲେ ପାଣ୍ଡିଆନ, ୨୭ ତାରିଖରେ ଭିତ୍ତିପ୍ରସ୍ତର

ଭୁବନେଶ୍ବର: କଟକ ବାରବାଟୀ ଷ୍ଟାଣ୍ଡିୟମର ବିକାଶ ଦିଗରେ ଆଲୋଚନା କରିଛନ୍ତି 5ଟି ତଥା ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ସକାଳୁ ସେ କଟକ ଯାଇ ଏହାର ବ୍ଲୁପ୍ରିଣ୍ଟିଂ ପ୍ରସ୍ତୁତି ଉପରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ତାଙ୍କ ସହିତ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ ମଧ୍ୟ ଉପସ୍ଥିତ ଥିଲେ।

ପାଣ୍ଡିଆନ ପିଚ, ଗ୍ରାଉଣ୍ଡ, ଗ୍ୟାଲେରୀର ସ୍ଥିତି ଅନୁଧ୍ୟାନ କରିଥିଲେ। ଏଥିସହିତ ସେ ରଣଜୀ ଖେଳାଳି ଓ ଗ୍ରାଉଣ୍ଡ ଷ୍ଟାଫଙ୍କ ସହ ଆଲୋଚନା କରିଥିଲେ। ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ଆସନ୍ତା ୨୭ ତାରିଖରେ ମୁଖ୍ୟମନ୍ତ୍ରୀ କରିବେ। ପରେ ତିନି ବର୍ଷ ମଧ୍ୟରେ ଷ୍ଟାଡିୟମ କାମ ଶେଷ ହେବ। ପ୍ରଣବ ଦାସଙ୍କ ସହିକ ଓସିଏ ସମ୍ପାଦକ ସଂଜୟ ବେହେରା, କ୍ରୀଡା ସଚିବ ଭିନିଲ କ୍ରୀଷ୍ଣା ସାଥୀରେ ଥିଲେ।