Categories
ଆଞ୍ଚଳିକ

ଆସନ୍ତାକାଲି ପାରୀକଂସାରୀ ଗ୍ରାମରେ ବାର୍ଷିକ ଉତ୍ସବ, ସନ୍ଧ୍ୟାରେ ପରିବେଷଣ ହେବ ସାମାଜିକ ନାଟକ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ପାରୀକଂସାରୀ ଗ୍ରାମରେ ପ୍ରଭୁ ତ୍ରିନାଥ ଦେବଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଆସନ୍ତାକାଲି ତଥା ଫେବୃୟାରୀ ୧୦ ତାରିଖରେ ଉକ୍ତ ଗ୍ରାମରେ ପ୍ରଭୁ ତ୍ରିନାଥ ଦେବଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ। ବାର୍ଷିକ ଉତ୍ସବ ଉପଲକ୍ଷେ ପ୍ରଭୁ ତ୍ରିନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଯଜ୍ଞ ଅନୁଷ୍ଠିତ ହେବ।

ସୋଲରୀ ପାହାଡ଼ ପାଦ ଦେଶରେ ଅବସ୍ଥିତ ଛୋଟିଆ ଗ୍ରାମ ପାରୀକଂସାରୀରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାଧୂମଧାମରେ ଉକ୍ତ ଉତ୍ସବ ପାଳନ କରାଯାଉଛି।

ଏହି ପରିପ୍ରେକ୍ଷୀରେ ନାଟ୍ୟକାର ଓ ନିର୍ଦ୍ଧେଶକ ଉପେନ୍ଦ୍ର କୁମାର ପରିଡାଙ୍କ ବଳିଷ୍ଠ କଳା କୌଶଳରେ ମଞ୍ଚସ୍ଥ ହେବାକୁ ଯାଉଥିବା ଅଶ୍ରୁସଜ୍ଜଳିତ ପାରିବାରିକ ନାଟକ “ଲୁଚି ଲୁଚି ବସି କିଏ କାନ୍ଦୁଛି” ପରିବେଷଣ ହେବ। ବାର୍ଷିକ ଉତ୍ସବରେ ଯୋଗ ଦେଇ ପ୍ରଭୁ ତ୍ରିନାଥ ଦେବଙ୍କ ଆଶୀର୍ବାଦ ଲାଭ କରିବା ସହ ସାମାଜିକ ନାଟକକୁ ଉପଭୋଗ କରିବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି।

Categories
ଆଞ୍ଚଳିକ

ବାଣପୁର ନୀଳାଦ୍ରିସ୍ଥିତ ଲିଟିଲ ଫ୍ଲାୱାର ସ୍କୁଲର ବାର୍ଷିକ ଉତ୍ସବ

ବାଣପୁର: ଆଜି ବାଣପୁର ବ୍ଲକ ନୀଳାଦ୍ରି ପଞ୍ଚାୟତରେ ଅବସ୍ଥିତ ଲିଟିଲ ଫ୍ଲାୱାର ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ନୀଳାଦ୍ରିସ୍ଥିତ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସ୍କୁଲର ପ୍ରତିଷ୍ଠାତା ତଥା ପରିଚାଳକ ପ୍ରଭାତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି ଏବଂ ମୁଖ୍ୟ ବକ୍ତା ଭାବେ ବାଣପୁର କଲେଜ ରସାୟନ ବିଜ୍ଞାନ ପ୍ରାଧ୍ୟାପକ ଡଃ. ସୁର ପ୍ରତାପ ନରେନ୍ଦ୍ର ସିଂ ବର୍ମା ଯୋଗ ଦେଇଥିଲେ।

ସଭାପତି ଶ୍ରୀଯୁକ୍ତ ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସାମ୍ବାଦିକ ଅରୁଣ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ଜଣାଶୁଣା ଉକ୍ତ ପଞ୍ଚାୟତରେ ଛୋଟ ଛୋଟ ପିଲା ମାନଙ୍କୁ ଉନ୍ନତ ଶିକ୍ଷା ଦେବାକୁ ପ୍ରୟାସ କରିଥିବାରୁ ଅତିଥିମାନେ ପରିଚାଳକ ଶ୍ରୀଯୁକ୍ତ ନାୟକଙ୍କୁ ଧନ୍ୟବାଦ ଦେବା ସହ ପ୍ରଂଶସା କରିଥିଲେ।

ଅଭିଭାବକମାନେ ଛାତ୍ରଛାତ୍ରୀ ମାନଙ୍କର ଉପଯୁକ୍ତ ଯତ୍ନ ନେଲେ ଏହି ଉପାନ୍ତ ଅଞ୍ଚଳରୁ ଉନ୍ନତ ମଣିଷ ହୋଇ ଅଞ୍ଚଳରେ ପ୍ରଂଶସା ପାଇବେ ବୋଲି ଡ଼ା ବର୍ମା ସମ୍ଭାଷଣରେ କହିଥିଲେ।  ଅଭିଭାବକ ମାନେ ଅନୁଷ୍ଠାନକୁ ଆଗକୁ ନେବାକୁ ହାତ ବଢ଼ାଇବାକୁ ସଭାପତି ଶ୍ରୀଯୁକ୍ତ ନାୟକ ଅନୁରୋଧ କରିବା ସହ ଉନ୍ନତ ଶିକ୍ଷା ପ୍ରଦାନ କରିବାକୁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

Categories
ଆଞ୍ଚଳିକ

ବାପୁଜୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

ରେଢ଼ାଖୋଲ (କନ୍ଦର୍ପ ବେହେରା): ବାପୁଜୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଡଇଁଚାର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମିରଂଜନ ମହନ୍ତ, ମୁଖ୍ୟ ବକ୍ତା ଭାବରେ ମନୋରଞ୍ଜନ ମହନ୍ତ, ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟ କୁମାର ପାତ୍ର, ଡଇଁଚା ସରପଞ୍ଚ ସୌଦାମିନୀ ପ୍ରଧାନ, ସମିତି ସଭ୍ୟ ପ୍ରବୀଣ କୁମାର ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଅଶ୍ବିନୀ କୁମାର ଧଳ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ମାନେ ପାଠ ପଢିବା ସହ ବିଭିନ୍ନ ପ୍ରକାର ପୁସ୍ତକ ଅଧ୍ୟୟନ କରିବା ଏବଂ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଚେଷ୍ଠା କରିବା ଆବଶ୍ୟକ।

ପ୍ରତିଯୋଗିତାରେ ଅସଫଳ ହେଲେ ମଧ୍ୟ ସଫଳତା ପାଇବା ଯାଏଁ ପ୍ରତି ଦ୍ବନ୍ଦିତା କରିବା ଆବଶ୍ୟକ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ପୂର୍ବରୁ ଆୟୋଜିତ ଦୌଡ଼, ଉଚ୍ଚଡିଆଁ, ଲମ୍ବ ଡିଆଁ, କୁଇଜ, ରଚନା, ଗୀତ, ନୃତ୍ୟ ଆଦି ପ୍ରତି ଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରି ଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ହଳଧର ସାହୁ ସଂଯୋଜନା କରିଥିବା ବେଳେ ଶିକ୍ଷକ ମଧୁସୂଦନ ରାଉଳ ଧନ୍ୟବାଦ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖଡିଆଳ ଡିଗ୍ରୀ ମହିଳା କଲେଜର ନବମ ବାର୍ଷିକ ଉତ୍ସବ ପାଳିତ

ନୂଆପଡା: ନୂଆପଡ଼ା ଜିଲ୍ଲା ଖଡିଆଳ ଏକ ମାତ୍ର ଖଡିଆଳ ଡିଗ୍ରୀ ମହିଳା କଲେଜ୍ ର ନବମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ପରିଚାଳନା ସଭାପତି ଡ଼. ଫଣିନ୍ଦମ ଦେଓ ଯୋଗ ଦେଇ ଦୃଢ଼ ମନୋବଳ ଏବଂ ଆତ୍ମ ବିଶ୍ୱାସ ଦ୍ବାରା ଲକ୍ଷ ପଥ ସାଧିତ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ଜଗତରେ କେବଳ ଗୋଟିଏ ପ୍ରାଣୀ ରାଜ ହଂସ ଯେପରି କ୍ଷୀରରେ ପାଣି ମିଶିଥିଲେ ମଧ୍ୟ ପାଣିକୁ ଛାଡି କେବଳ କ୍ଷୀର କୁ ପାନ କରିବା ଅନନ୍ୟା କ୍ଷମତା ରହିଅଛି। ସେହିପରି ଛାତ୍ରୀ ମାନେ ସତ୍ୟ ପଥକୁ ଅନୁସରଣ କରିବାକୁ ଆହ୍ବାନ କରିଥିଲେ। ସଭାରେ ପରିଚାଳନା ସଭାପତି ବିନୋଦ ବିହାରୀ ପାଢୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ବକ୍ତା ରୂପେ ଶିକ୍ଷକ ଗୌରାଙ୍ଗ ଚରଣ ସାହୁ ଯୋଗ ଦେଇଥିଲେ।

ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ଅଜିତ କୁମାର ପଣ୍ଡା, ତପନ ରଂଜନ ଦାଶ, ପୂର୍ବତନ ନଗର ଅଧ୍ୟକ୍ଷ ନିମାଈ ଚରଣ ତାଣ୍ଡି ଯୋଗ ଦେଇଥିଲେ। ଅଧ୍ୟାପିକା ପ୍ରିୟଙ୍କା ମୁଣ୍ଡ ସ୍ବାଗତ ଅଭିଭାଷଣ ଦେଇଥିବା ବେଳେ ମହେଶ୍ୱତା ପଣ୍ଡା ଧନ୍ୟବାଦ ଦେଇଥିଲେ। ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ। ଶେଷରେ ଛାତ୍ରୀଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମସ୍ତ ଅଧ୍ୟାପକ ଅଧ୍ୟାପିକା ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ବାନାମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟର ୪୨ ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ: ଯୋଗଦେଲେ ଆଇନମନ୍ତ୍ରୀ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଭୀମପୁର ସ୍ଥିତ ବାନାମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟର ୪୨ ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ରବିବାର ଦିନ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଗାଲୁଆ ପଞ୍ଚାୟତ ସରପଞ୍ଚ ସୁରେଶ ଚନ୍ଦ୍ର ବାରିକି, ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ସିଏଚ. ବିଜୟଲକ୍ଷ୍ମୀ, ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସଂଗ୍ରାମ କେଶରୀ ସାହୁ, ମୋ ସ୍କୁଲ ସଭାପତି ରମେଶ ବେହେରା, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାଧାକୃଷ୍ଣ ଗଡ଼ନାୟକ, ଶିକ୍ଷାବିତ ବଳାମୁକୁନ୍ଦ ଦାସ ଆଦି ଯୋଗଦେଇଥିଲେ।

ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବିଦ୍ୟାଳୟ ର ଉନ୍ନତି ଦିଗରେ ଏକାଧିକ ଉନ୍ନୟନ କାର୍ଯ୍ୟ କରିବାପାଇଁ ପ୍ରତିଶୃତି ଦେଇଥିଲେ। ବାନାମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟର ସୁନାମ ସାରା ଓଡ଼ିଶାରେ ରହିଛି ଏବଂ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପରି ଯୋଗଜନ୍ମା ମଧ୍ୟ ଉକ୍ତ ସ୍କୁଲ ରୁ ପାଠ ପଢ଼ିଥିବା ଉଲ୍ଲେଖ କରିଥିଲେ ମନ୍ତ୍ରୀ। ତତସହିତ ବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ରକ୍ଷା କରିବା ପାଇଁ ସମସ୍ତ ପ୍ରକାର ସୁବିଧା ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇଦିଆଯିବ ବୋଲି ମନ୍ତ୍ରୀ କହିଥିଲେ।

ପରିଶେଷରେ ବିଭିନ୍ନ ବର୍ଗର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

Categories
ଆଞ୍ଚଳିକ

ବାଣପୁର: ଏକତା ବିଦ୍ୟା ନିକେତନ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଏକତା ବିଦ୍ୟା ନିକେତନ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ଭିକାରୀ ଚରଣ ପ୍ରଧାନଙ୍କ ସଭାପତିତ୍ଵରେ ପାଳନ କରାଯାଇଛି।

ଏଥିରେ ମୁଖ୍ୟ ଅତିଥି ରୂପେ ବାଣପୁର ଏନଏସି ର ଅଧ୍ୟକ୍ଷ ମିଟୁ ନାୟକ, ସମ୍ମାନିତ ଅତିଥି ଭାବେ ଡାଃ ଚିନ୍ତାମଣୀ ମିଶ୍ର, ଡାଃ ରମାକାନ୍ତ ମହାପାତ୍ର, ମିହିର ପ୍ରତାପଦାଶ, ଦୀପକ କୁମାର ପ୍ରଧାନ, ଇଶ୍ଵର ଚନ୍ଦ୍ର ମହାପାତ୍ର, ସୁକାନ୍ତ କୁମାର ପଟ୍ଟନାୟକ ଏବଂ ବିଦ୍ୟାଳୟ ପ୍ରତିଷ୍ଠାତା ସମ୍ପାଦକ ମନୋଜ କୁମାର ମହାପାତ୍ର ଯୋଗ ଦେଇଥିଲେ।

ବକ୍ତାମାନେ ଆଜି ଶିକ୍ଷା ଜଗତରେ ହେଉଥିବା ସଙ୍କଟ ବିଶେଷତ୍ଵ, ଶିକ୍ଷାଦାନର ପ୍ରଣାଳୀ, ପରୀକ୍ଷା ପରିଚାଳନା ତଥା ନୂତନ ପ୍ରତିଭା ଅନ୍ଵେଷଣ ଦିଗରେ ସରକାରୀ କିମ୍ବା ବେସରକାରୀ ପ୍ରୋତ୍ସାହନ ଦେବାକୁ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିବରଣୀ ପାଠ କରିବା ସହ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ପ୍ରବକ୍ତାମାନେ ବିଦ୍ୟାଳୟରେ ନୀତିଶିକ୍ଷା, ଗାନ୍ଧୀବାଦ ଓ ମୌଳିକ ଶିକ୍ଷା ଉପରେ ଆଲୋକପାତ କରିଥିଲେ।

ସଭାକାର୍ଯ୍ୟକୁ ବିଦ୍ୟାଳୟର ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନାମୟୀ ପ୍ରଧାନ ପରିଚାଳନା କରିଥିଲେ। ଶେଷରେ ବିଦ୍ୟାଳୟର ପ୍ରତିଷ୍ଠାତା ମନୋଜ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ବଡ଼କୁଳ ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବାଲୁଗାଁ: ବଡ଼କୁଳସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃସଦନର ବାର୍ଷିକ ଉତ୍ସବ ଗୁରୁବାର ଦିନ ସଭାପତି ଭାଗୀରଥି ସ୍ୱାଇଁଙ୍କ ପୌରୋହିତ୍ୟ ଏବଂ ଅଧ୍ୟକ୍ଷ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ବଡ଼ପଦରସ୍ଥିତ ମାତୃସ୍ତୁତିର ଭାଇ ସୁରେନ୍ଦ୍ର କୁମାର ଜେନା ନିଜ କରକମଳରେ ଅଖଣ୍ଡ ଭାରତ ଆଧ୍ୟାତ୍ମିକ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।

ଉକ୍ତ ଉତ୍ସବରେ ବୋଲଗଡ଼ ବ୍ଲକ ଅନ୍ତର୍ଗତ ସଂପୁରସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ ମୁଖ୍ୟ ଅତିଥି, ଶିଶୁ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ମୁଖବକ୍ତା ରୂପେ ଯୋଗଦାନ କରିଥିଲେ। ସଭାପତି ଶ୍ରୀ ସ୍ବାଇଁ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ଦେଇଥିଲେ। ତାହାପରେ ଅନୁଷ୍ଠାନର ସମ୍ପାଦକ ଦୁଃଶାସନ ଜାଲି ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ।

ଈଶ୍ୱର ଭକ୍ତ, ଶ୍ରବଣ କୁମାର ପରି ପିତୃଭକ୍ତ ହେବା ସହ ଚରିତ୍ର ନିଷ୍କଳଙ୍କ ରଖିବା ଏବଂ ସ୍ୱାସ୍ଥର ଉପଯୁକ୍ତ ଯତ୍ନ ନେବାକୁ ମୁଖ୍ୟ ଅତିଥି ଶ୍ରୀ ସ୍ୱାଇଁ ବିଦ୍ୟାର୍ଥୀମାନଙ୍କୁ ପରାମର୍ଶ ଦେଇଥିବା ବେଳେ ମୁଖ୍ୟବକ୍ତା ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଥିଲେ ‘ପୂର୍ଣାଙ୍ଗ ଶିକ୍ଷାର ଲକ୍ଷ୍ୟ ଆତ୍ମିକ ଚେତନାର ଉତ୍ତରଣ।

ସଭାପତି ଶ୍ରୀ ସ୍ବାଇଁଙ୍କ ରଚନା ଓ ନିର୍ଦ୍ଦେଶନାରେ ‘ଚିଲିକାର ବିଳାପ’ ନାଟକ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ମଞ୍ଚସ୍ଥ ହୋଇଥିଲା। ନାଟ୍ୟ ନିର୍ଦ୍ଦେଶକ ଜିତେନ୍ଦ୍ର କୁମାର ମହାରଣାଙ୍କ ନିର୍ଦ୍ଦେଶରେ ଛାତ୍ରଛାତ୍ରୀ ୧୭ ଟି ନୃତ୍ୟ ପରିବେଷଣ କରିଥିଲେ।

ପୂର୍ଵ ଅନୁଷ୍ଠିତ ୨୭ଟି ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା
ବିଦ୍ୟାର୍ଥୀ ଅତିଥିମାନଙ୍କଠାରୁ ପ୍ରମାଣ ପତ୍ର ଓ ପୁରସ୍କାର ଗ୍ରହଣ କରିଥିଲେ। ଅନୁଷ୍ଠାନର ଉପାଧ୍ୟକ୍ଷ ଦାଶରଥୀ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଉକ୍ତ ଉତ୍ସବ ପାଳନରେ ପ୍ରଧାନ ଶିକ୍ଷକ ଗଗନ କୁମାର ବେହେରା, ଭ୍ରମରବର ପାଇକରାୟ, ରମେଶ ଚନ୍ଦ୍ର ହରିଚନ୍ଦନ, ରବି ନାରାୟଣ ପାତ୍ର ସମେତ ପରିଚାଳନା କମିଟିର ସମସ୍ତ ସଭ୍ୟ, ନଳିନୀପ୍ରଭା ସାମନ୍ତ, ସୁରେଶ କୁମାର ବାରିକ, ମହେନ୍ଦ୍ର କୁମାର ବେହେରା, ପ୍ରଭାତ
କୁମାର ବାରିକ, ଲଳିତା ନନ୍ଦ, ମନ୍ଦାକିନୀ ପଲେଇ, ପାୟଲ ବିଶୋଇ, ପ୍ରିୟଙ୍କା ଜାଲି, ସୁମିତ୍ରା
ନାୟକ, ବିଳାସିନୀ ବେହେରା, ଶୀତଲ କୁମାରୀ ଓ ସସ୍ମିତା ସୁବୁଦ୍ଧି, ଗୀତଞ୍ଜଳି ବାରିକ ଓ ରୀନା ବେହେରା ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ପର୍ଶୁରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ: ଯୋଗ ଦେଲେ ଆଇନ ମନ୍ତ୍ରୀ

ବାଣପୁର: ଆଜି ଗମ୍ଭାରୀମୁଣ୍ଡା ସ୍ଥିତ ପର୍ଶୁରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ପର୍ଶୁରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଶଶୀଭୂଷଣ ସ୍ମୃତି କମିଟି ପକ୍ଷରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ବିଶିଷ୍ଟ ଜନନେତା ଶଶୀଭୂଷଣ ହରିଚ଼ନ୍ଦନ ଙ୍କ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଅଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ, ବିଶିଷ୍ଟ ଅତିଥି ଭାବେ ଚ଼ିଲିକା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ଡ଼ାଃ ବିଭୂତିଭୂଷଣ ହରିଚ଼ନ୍ଦନ,ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ତଥା କବି ଶଶାଙ୍କ ଚୂଡ଼ାମଣି,ସମ୍ମାନିତ ଅତିଥି ଭାବେ ଚ଼ିଲିକା ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋହନ ପଟ୍ଟନାୟକ, ବିଶିଷ୍ଟ ସମାଜସେବୀ ଡ଼ାଃ ସୁରେନ୍ଦ୍ର ନାଥ ଦାସ, ଶଶୀଭୂଷଣ ସ୍ମୃତି କମିଟି ର ସଭାପତି ଗୋଲକ ବିହାରୀ ପଟ୍ଟନାୟକ, ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରେମରାଜ ପ୍ରଧାନ ଯୋଗ ଦେଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ବିଶିଷ୍ଟ ଜନନେତା ସ୍ବର୍ଗତ ଶଶୀଭୂଷଣ ହରିଚ଼ନ୍ଦନ ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ସ୍ମୃତି ଚ଼ାରଣ କରିଥିଲେ‌‌।ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେବା ସହ ଶୃଙ୍ଖଳିତ ଭାବରେ ଶିକ୍ଷା ଗ୍ରହଣ କରି ସମାଜରେ ପ୍ରତିଷ୍ଠିତ ହେବା ପାଇଁ ମାନ୍ୟବର ମନ୍ତ୍ରୀ ଉପଦେଶ ଦେବା ସହ ସ୍ବର୍ଗତ ଶଶୀଭୂଷଣ ହରିଚ଼ନ୍ଦନ ଙ୍କ ଜନସେବା,ସମବାୟ କ୍ଷେତ୍ରରେ‌ ତାଙ୍କ ଅନବଦ୍ୟ ଅବଦାନ ବିଷୟରେ ଅଭିଭାଷଣ ରଖିଥିଲେ।

ଏହି କାର୍ଯ୍ୟକ୍ରମରେ ସ୍ବର୍ଗତ ହରିଚନ୍ଦନ ଙ୍କ ସୁପୁତ୍ର ବିଶିଷ୍ଟ ରାଜନୀତିଜ୍ଞ ଦୁଷ୍ମନ୍ତ ହରିଚ଼ନ୍ଦନ, ପୂର୍ବତନ ସରପଞ୍ଚ ରମେଶ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସତ୍ୟ ନାରାୟଣ ପାଲଟା ସିଂହ ଙ୍କ ସମେତ ବହୁ ବ୍ୟକ୍ତିବିଶେଷ ମାନେ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ବିଦ୍ୟାଳୟର ୩୩ ତମ ବାର୍ଷିକ ଉତ୍ସବ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ବିଦ୍ୟାଳୟ ପରିସରରେ ୩୩ ତମ ବାର୍ଷିକ ଉତ୍ସବ ପାଳନ କରାଯାଇଛି। ଏହି ଉତ୍ସବରେ ଗ୍ରାମୀଣ ମହିଳା ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ସର୍ବେଶ୍ଵର ଷଡ଼ଙ୍ଗୀଙ୍କ ସଭାପତିତ୍ଵରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଯୋଗ ଦେଇଥିଲେ।

ସମ୍ମାନିତ ଅତିଥି ଭାବରେ ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ବିଦ୍ୟାଳୟର ପୂର୍ବତନ ସଭାପତି ଡ଼ଃ ସୁରେନ୍ଦ୍ର ନାଥ ପାତ୍ର, ପୁର୍ବତନ ସମ୍ପାଦକ ଜଗନ୍ନାଥ ଭୋଳ, ବିଜ୍ଞାପିତ ଅଞ୍ଚଳ ପରିଷଦ ଉପଧ୍ୟକ୍ଷା ପ୍ରାଚୀ ପ୍ରଭା ସ୍ବାଇଁ, କାଉନସିଲର ରାସଲତା ଜେନା, ରଞ୍ଜନା ପ୍ରଧାନ, ଅଧ୍ୟାପିକା କଲ୍ୟାଣୀ ବୈରି ଗଞ୍ଜନ, ଅଧ୍ୟାପକ ପ୍ରଶାନ୍ତ କୁମାର ଦାଶ ଯୋଗ ଦେଇଥିଲେ।

ବିଭିନ୍ନ କ୍ରୀଡ଼ା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ବାରା ମାନପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ମହା ବିଦ୍ୟାଳୟର ପୁର୍ବତନ ପ୍ରତିଷ୍ଠାତା ସମ୍ପାଦକ ସ୍ବର୍ଗତ ଲକ୍ଷ୍ମୀଧର ଭୋଳ ମରଣତ୍ଵର ସମ୍ମାନରେ ସମ୍ମାନୀତ କରାଯାଇଥିବା ବେଳେ, ପୁର୍ବତନ ସଭାପତିଡ଼ଃ ସୁରେନ୍ଦ୍ର ନାଥ ପାତ୍ର, ପୁର୍ବତନ ଛାତ୍ରୀ ଓଏସ୍ ଶିବାନୀ ରାଉତ ଓ କ୍ରୀଡ଼ାବିତ୍ କଳ୍ପଶ୍ରୀ ପ୍ରଧାନଙ୍କୁ ମାନପତ୍ର ଉପଢୌକନ ସହ ସମ୍ମାନୀତ କରାଯାଇଥିଲା।

ସଭାର ପରିଶେଷରେ ଗ୍ରାମୀଣ ମହିଳା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ଲୁଚି ରହି ଯାଉଥିବା କଳା ସସ୍କୃତି ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ଓକିଲ ସଂଘର ୪୫ ତମ ବାର୍ଷିକ ଉତ୍ସବରେ ଯୋଗଦେଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଓକିଲ ସଂଘର ୪୫ ତମ ବାର୍ଷିକ ଉତ୍ସବ ଆଜି ଅପରାହ୍ନରେ ସ୍ଥାନୀୟ କୋର୍ଟ ପରିସର ମଧ୍ୟରେ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇଥିଲେ।

ବାଣପୁର ଓକିଲ ସଂଘର ସଭାପତି ବୃନ୍ଦାବନ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ସଂଘର ସମ୍ପାଦ ରଞ୍ଜନ କୁମାର ବେଦମତ୍ତା ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥି ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରିବାପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ମୁଖ୍ୟ ଅତିଥି ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ତାଙ୍କ ଅଭିଭାଷଣରେ ନୂତନ ଆଇନ, ନୂତନ ମହିଳା ଅଦାଲତ ଖୋଲିବା ଓ ରାଜ୍ୟ ସରକାରଙ୍କ ଦ୍ୱାରା ଆଇନ କ୍ଷେତ୍ରରେ ନିଆଯାଇଥିବା ବ୍ୟାପକ ସଂସ୍କାର ବିଷୟରେ ଉଲ୍ଲେଖ କରିଥିଲେ।

ଏହି ଅବସରରେ ବାଣପୁର ଓକିଲ ସଂଘର ଦୀର୍ଘ ଦିନର ଦାବି ଯଥା ବାଣପୁରରେ ସ୍ଥାୟୀ ଏଡ଼ିଜେ କୋର୍ଟ ଖୋଲିବା ଦିଗରେ ଆଇନମନ୍ତ୍ରୀ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ଉତ୍ସବ କେବଳ ଆଇନଜୀବୀ ସଭ୍ୟମାନଙ୍କ ମଧ୍ୟରେ ସୀମିତ ରହିଥିବାବେଳେ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ଯଥା ଉପସଭାପତି ରାମଚନ୍ଦ୍ର ପଲାଇ , ସହ ସମ୍ପାଦକ ନରେନ୍ଦ୍ର କୁମାର ନାୟକ ଓ କାର୍ଯ୍ୟକାରୀ କମିଟିର ସଦସ୍ୟ ଯଥା ଦେବବ୍ରତ ବଡ଼ଜେନା, ସନ୍ତୋଷ କୁମାର ମହାପାତ୍ର ଏବଂ ସୁପ୍ରଭା ସାମନ୍ତରାୟ ଆଦି ସକ୍ରିୟ ସହଯୋଗ କରିଥିଲେ। ପରିଶେଷରେ ସଂଘର ଉପସଭାପତିଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଚିଲିକା ଓକିଲ ସଂଘର କର୍ମକର୍ତ୍ତା ଏବଂ ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ବାଣପୁର ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଓକିଲ ସଂଘର ବାର୍ଷିକ ଉତ୍ସବ ଶାନ୍ତିଶୃଙ୍ଖଳାର ସହ ସମ୍ପାଦିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଓଡିଶା ସିନେ ୱାର୍କର୍ସ ଆସୋସିଏସନ ର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ଵର: ଆସନ୍ତା ଅକ୍ଟୋବର ୨୦ ତାରିଖରେ ଜୟଦେବ ଭବନ ଠାରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଉତ୍ସବ ପାଇଁ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଛକ ନିକଟସ୍ଥ ବୁଲନ ଭାଇଙ୍କ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ଏହି ବୈଠକରେ ଅନୁଷ୍ଠାନର ସଭାପତି ଦେବାନନ୍ଦ ମିଶ୍ର (ବବି), ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବେହେରା, ଯୁଗ୍ମ ସମ୍ପାଦକ ଖଗେଶ୍ୱର ଜୟପୁରିଆ, ଉପଦେଷ୍ଟା ସୁନୀତି ମୁଣ୍ଡ, ପ୍ରଶାନ୍ତ ପାଢ଼ୀ, ପ୍ରଣୟ ଜେଠୀ, କୁନାଲ ପଟ୍ଟନାୟକ, କାର୍ଯ୍ୟକାରୀଣୀ କମିଟିର ଡଃ ବନ୍ଦନା ହରିଚନ୍ଦନ, ପରାଗ ପଟ୍ଟନାୟକ, ସିନା ମହାନ୍ତି, ପୁରୁଷୋତ୍ତମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅନୁଷ୍ଠାନ ମିଡ଼ିଆ ଆଣ୍ଡ ଏଣ୍ଟରଟେନମେଣ୍ଟ ସ୍କିଲ କାଉନସିଲ ଏବଂ ମିନିଷ୍ଟ୍ରି ଅଫ ଲେବର ଆଣ୍ଡ ଏମ୍ପ୍ଲୟମେଣ୍ଟ, ଭାରତ ସରକାର ଅଧୀନରେ ଥିବା ବେଳେ ଏହା ଓଡିଶା ତଥା ଭାରତୀୟ ସ୍ତରରେ ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ଗଢ଼ି ଉଠିଛି। ଅନୁଷ୍ଠାନ ର କାର୍ଯ୍ୟକର୍ତ୍ତା ଗ୍ରହଣ ମଧ୍ୟ ବୈଠକରେ ହୋଇଥିଲା। ତେବେ ଆଗାମୀ ବାର୍ଷିକ ଉତ୍ସବରେ ସମସ୍ତ କଳାକାର ତଥା ଅନୁଷ୍ଠାନ ର କର୍ମକର୍ତ୍ତା ସହଯୋଗ କରିବା ସହିତ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ପ୍ରତିଶୃତି ଦେଇଥିଲେ।

Categories
ଆଞ୍ଚଳିକ

ମହତପଲ୍ଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକ ମହତପଲ୍ଲl ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ସତ୍ୟ ନାରାୟଣ ପ୍ରଧାନ, ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ସି.ଆର.ସି.ସି. ଅକ୍ଷୟ ମହାପାତ୍ର, ରଣପୁର ବ୍ଲକ ଶିକ୍ଷକ ସମନ୍ଵୟ ସମିତିର ସଭାପତି ପ୍ରଫୁଲ୍ଲ କୁମାର ବିଶ୍ବାଳ, ସମ୍ପାଦକ ଜ୍ୟୋତି ରଞ୍ଜନ କର, ମିଡ଼ିଆ କୋର୍ଡିନେଟର ସୁଶୀଲ କୁମାର ରଣା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଭୁ ରଞ୍ଜନ ସାହୁ, ଆଲୁମିନି କମିଟି ସଭାପତି ଦୁର୍ଯ୍ୟୋଧନ ବାଲିଆରସିଂ ପ୍ରମୁଖ ଯୋଗ ଦେଇଥିଲେ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ନୟାଗଡ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଓ ରାଜ୍ୟ ସଂଯୋଜକ ଜ୍ୟୋତି ରଞ୍ଜନ ଦାଶ ସଭାପତିତ୍ବ କରିଥିଲା ବେଳେ ସହକାରୀ ଶିକ୍ଷକ ସଞ୍ଜୟ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। କଳ୍ପନା ଦେଇ ଓ ଭାସ୍କର ସ୍ବାଇଁ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନରେ ସହଯୋଗ କରିଥିଲେ।

ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟ ପରିବେଷଣ କରାଯାଇଥିଲା। ଏହାକୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଶହ ଶହ ଲୋକେ ଉପସ୍ଥିତ ରହି ଉପଭୋଗ କରିଥିଲେ। ଏହିଭଳି କାର୍ଯ୍ୟକ୍ରମ ଦ୍ୱାରା ପିଲାମାନଙ୍କ ଅନ୍ତାନିର୍ହିତ ଗୁଣାବଳୀର ବିକାଶ ହୋଇ ପାରିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।

Categories
ଆଞ୍ଚଳିକ

ଆର୍ ଏନ୍ ଏସ ଗୁରୁକୂଳର ଦଶମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବେଗୁନିଆପଡ଼ା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ସାଙ୍କୁଡ଼ା ସ୍ଥିତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଆର୍ ଏନ୍ ଏସ ଗୁରୁକୂଳର ଦଶମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଟିତ ହୋଇଯାଇଅଛି। ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ପ୍ରକାଶ ଚନ୍ଦ୍ର ପାଣ୍ଡି ଓ ଯୁଗ୍ମ କାର୍ଯ୍ୟକାରୀ ସଭାପତି ବସନ୍ତ କୁମାର ବାରିକଙ୍କ ପୌରହିତ୍ୟରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମକୁ ଅବସର ପ୍ରାପ୍ତ ଶିକ୍ଷକ ଆର ରଘୁନାଥ ଦୋରା ଉଦ୍ଘାଟନ କରିଥିବା ବେଳେ ମୂଖ୍ୟ ଅତିଥି ଭାବେ କୋଦଳା ସ୍ଥିତ ଏଲ ଏନ୍ ସ୍ନାତକ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ଅଧ୍ୟାପକ ଡ଼ଃ ବିଷ୍ଣୁ ନାରାୟଣ ସେଠୀ ଯୋଗଦେଇଥିବା ବେଳେ ମୂଖ୍ୟ ବକ୍ତା ଭାବେ ଦେବେନ୍ଦ୍ର କୁମାର ମହାରଣା, ସମ୍ମାନିତ ଅତିଥି ଭାବେ ବରିଷ୍ଠ ନାଗରିକ ରଙ୍କନାଥ ସ୍ୱାଇଁ ଯୋଗଦେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ଶିକ୍ଷା, ଆଦର୍ଶ ଓ ସଂସ୍କାର ଉପରେ ମାର୍ଗଦର୍ଶନ କରିଥଲେ।

ଅନୁଷ୍ଠାନର ଅଧକ୍ଷା ସୋନାଲି ସୁମନ୍ତରାୟ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ତପସ୍ଵିନୀ ଜେନା କାର୍ଯକ୍ରମ ପରିଚାଳନା କରିଥଲେ। ବିଭିନ୍ନ କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିବା ବେଳେ ସନ୍ଧ୍ୟାରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥଲା। ଶେଷରେ ଅନୁଷ୍ଠାନର ମୁଖ୍ୟ ପୁରୁଷୋତ୍ତମ ସ୍ୱାଇଁ ଧନ୍ୟବାଦ୍ ଅର୍ପଣ କରିଥଲେ। ଗୁରୁକୂଳର ସମସ୍ତ ଶିକ୍ଷୟିତ୍ରୀ ଓ ଶିକ୍ଷକ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ବାଣପୁର: ସତସଙ୍ଗ ବାର୍ଷିକ ଉତ୍ସବ ପାଳିତ

ବାଣପୁର: ବାଣପୁର ବ୍ଲକ ନିକଟସ୍ଥ ଗମ୍ଭାରୀମୁଣ୍ଡା ସତସଙ୍ଗ କେନ୍ଦ୍ର ଆନୁକୁଲ୍ୟରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୬ତମ ଶୁଭ ଆବିର୍ଭାବ ଦିବସ ଓ ଗମ୍ଭାରୀମୁଣ୍ଡା ସତସଙ୍ଗ କେନ୍ଦ୍ରର ୨୭ତମ ବାର୍ଷିକ ଉତ୍ସବ ସହିତ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କର ୬ଷ୍ଠ ବାର୍ଷିକ ପଦାର୍ପଣ ଦିବସ ମହାସମାରୋହରେ ପାଳନ କରାଯାଇଛି। ସହ-ପ୍ରତି-ଋତ୍ବିକ ସୁରେନ୍ଦ୍ର ନାଥ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସତସଙ୍ଗରେ ସହ ପ୍ରତି ଋତ୍ବିକ ଇଂ କୁମୁଦ ଚନ୍ଦ୍ର ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ ପ୍ରଫେସର ତ୍ରିନାଥ ମହାରଣା, ଶ୍ରୀଶ୍ରୀ ଠାକୁରଙ୍କ ଜୀବନ ଆଦର୍ଶ ଉପରେ ଆଲୋକପାତ କରିଥିଲେ।

ଅଧୂର୍ଯୁ ମାନସ ରଞ୍ଜନ ଶତପଥୀ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଯାଜକ ମହେଶ୍ୱର ଜେନା, ଡଃ.ସୁକାନ୍ତ ବେହେରା ସଙ୍ଗୀତାଞ୍ଜାଳୀ ପରିଚାଳନା କରିଥିଲେ। ଖୋର୍ଦ୍ଧା ଜିଲ୍ଲା ସମେତ ଅନ୍ୟାନ୍ୟ ଜିଲ୍ଲା ର ଗୁରୁଭାଇ ଓ ମାଆ ମାନେ ଯୋଗ ଦେଇଥିଲେ। ପରିଶେଷରେ ସମସ୍ତ ଭକ୍ତ ଜନ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା।

Categories
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟରେ କ୍ରୀଡାପରିଷଦର ବାର୍ଷିକ ଉତ୍ସବ ଆୟୋଜିତ

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ କ୍ରୀଡାପରିଷଦର ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି। ଗତ ୨୬ ଓ ୨୭ ତାରିଖ ଦୁଇଦିନ ଧରି ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଥିବାବେଳେ ଆଜି ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ବିଜୟା ବନ୍ଦନା ରାଉତରାୟଙ୍କ ସଭାପତିତ୍ୱ ରେ ଆୟୋଜିତ ଭଵ୍ୟ ସମାରୋହରେ ନୂତନ ଓଡିଶା ଉନ୍ନତ ଓଡିଶା ଆନୁକୂଲ୍ୟରେ ବିଜୟୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ଼ ଶୂରପ୍ରତାପ ନରେନ୍ଦ୍ର ସିଂ ବର୍ମା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅଧ୍ୟକ୍ଷ ବିନାୟକ ହୋତା ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ।କ୍ରୀଡାପରିଷଦର ଉପ ସଭାପତି ପୁଲୀନ ବିହାରୀ ଜେନା ବିବରଣୀ ପିଠ କରିଥିଲେ ଅତିଥିଭାବରେ ବାଣପୁର ବିଜ୍ଞାପିତ ଅ°ଚଳ ପରିଷଦର ଅଧ୍ୟକ୍ଷ ଶ୍ରୁ ମିଟୁ ନାୟକ ପୁରସ୍କାର ପ୍ରଦାନକରି ମହାବିଦ୍ୟାଳୟର ବିକାଶ ପାଇଁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ପୁରାତନ କ୍ରୀଡା ଶିକ୍ଷକ ବୈରାଗୀ ଚରଣ ବଳ ଓ ବର୍ତ୍ତମାନର କ୍ରୀଡା ଶିକ୍ଷକ ଦେବାଶିଷ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ମିଶ୍ର, ନୋଡାଲ ଅଫିସର ଜୟନ୍ତ କୁମାର ବିହିରୀ, କ୍ରୀଡାପରିଷଦର ସହ ଉଫ ସଭାପତି ଅଜୟ କୁମାର ଦାଶ, ପ୍ରଭାତ କୁମାର ଶାସମଲ, ଆଶ୍ଵିନୀ ବାରିକ, ଚିତ୍ରସେନ ପ୍ରଧାନ ଓ ଏନ୍ ସି ସି ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ।

ଏନ୍ ସି ସି ଅଧିକାରୀ ଡ଼ ଗୁରୁକିଶୋର ନାୟକ ମ°ଚ ପରିଚାଳନା କରିଥିଲେ। ଏଥିରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ଉତ୍ସବକୁ ସଫଳ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁରର ଭେଦିକ ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ ଉତ୍ସବରେ କେନ୍ଦ୍ରମନ୍ତ୍ରୀ  

ସମ୍ବଲପୁର: ଏକବିଂଶ ଶତାବ୍ଦୀର ଆଧୁନିକ ଦୁନିଆକୁ ଧ୍ୟାନରେ ରଖି ଜାତୀୟ ଶିକ୍ଷା ନୀତି ପ୍ରସ୍ତୁତ ହୋଇଛି। ଅତ୍ୟାଧୁନିକ ଗୁଣାତ୍ମକ ଶିକ୍ଷା, ଦକ୍ଷତା ବିକାଶ, ମାତୃଭାଷାକୁ ପ୍ରାଧାନ୍ୟ ସହ ପିଲାଙ୍କୁ ପରୀକ୍ଷା ଚାପରୁ ମୁକ୍ତ କରିବା ଏବଂ ସବୁ ବିଷୟକୁ ଯୋଡି ସେମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରାଇବା ଜାତୀୟ ଶିକ୍ଷା ନୀତିର ପ୍ରମୁଖ ଅଙ୍ଗ ହୋଇଛି ବୋଲି ଶନିବାର ସମ୍ବଲପୁର ସ୍ଥିତ ଭେଦିକ ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ ଉତ୍ସବରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଜନରେ ଭାରତ ସମେତ ବିଶ୍ୱର ଆବଶ୍ୟକତାକୁ ପୂରଣ କରିବା ପାଇଁ ନୂଆ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରାଯାଇଛି। ଆଜି ଆମ ସମସ୍ତଙ୍କ ସାମ୍ନାରେ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନର ନୂଆ ଦୁନିଆ ଛିଡା ହୋଇଛି। ପରିବେଶ ସୁରକ୍ଷା ଭଳି ଗୁରୁ ଦାୟିତ୍ୱ ଆଜିର ଯୁବପିଢିଙ୍କ ହାତରେ ନ୍ୟସ୍ତ ରହିଛି। ତେଣୁ ଏହାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ନୂଆ ପିଢି ପାଇଁ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି କାର୍ଯ୍ୟକାରୀ ହେଉଛି। ଶିକ୍ଷା ନୀତିରେ ଛାତ୍ରଛାତ୍ରୀଙ୍କ କ୍ରିଟିକାଲ ଥିଙ୍କିଂ ବଢାଇବା ସହ ସେମାନଙ୍କୁ ତର୍କ ଓ ଗବେଷଣା କରିବାର କ୍ଷମତା ବୃଦ୍ଧି କରାଇବା ପାଇଁ ମାତୃଭାଷାରେ ଶିକ୍ଷାଦାନ ଉପରେ ପ୍ରାଥମିକତା ଦିଆଯାଇଛି। ଭେଦିକ ଇଣ୍ଟର ନ୍ୟାସନାଲ ସ୍କୁଲ ମାତୃଭାଷା ଶିକ୍ଷାଦାନକୁ ଅଭ୍ୟାସରେ ପରିଣତ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆସୁଥିବା ପାର୍ଥକ୍ୟ ଉପରେ ଗବେଷଣା କରିବା ଦରକାର।

ଶ୍ରୀ ପ୍ରଧାନ କହିଛନ୍ତି ଯେ ନୂଆ ଶିକ୍ଷା ନୀତିରେ ପିଲାଙ୍କୁ ପରୀକ୍ଷା ଚାପରୁ ମୁକ୍ତି ଦେବା ପାଇଁ ଆଗାମୀ ଶିକ୍ଷା ବର୍ଷରୁ ବର୍ଷକୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଦୁଇ ଥର କରାଯିବ। ଏହି ଦୁଇଟି ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଯେଉଁ ପରୀକ୍ଷାରେ ଭଲ ନମ୍ବର ଆଣିଥିବେ, ସେହି ଅନୁସାରେ ସେମାନଙ୍କୁ ମାର୍କିଂ କରାଯିବ। ଏହାବ୍ୟତିତ ପିଲାଙ୍କ ପାଇଁ ନୂତନ ପାଠ୍ୟ ପୁସ୍ତକ ବିକଶିତ କରାଯିବା ଉପରେ ମଧ୍ୟ ପ୍ରାଥମିକତା ଦିଆଯାଉଛି। ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଦକ୍ଷତାକୁ ପାଠ୍ୟକ୍ରମ ଖସଡାରେ ଅନ୍ତର୍ଭୃକ୍ତ କରାଯିବା ସହ ଆଗାମୀ ଦିନରେ ସେମାନଙ୍କୁ ସେହି ସ୍କିଲର ଅଭ୍ୟାସ କରାଯିବ।

ପ୍ରଧାନମନ୍ତ୍ରୀ ଯେତେବେଳେ ବିକଶିତ ଭାରତ ପାଇଁ ଆହ୍ୱାନ କରିଛନ୍ତି ଆଜିର ପିଲାଙ୍କୁ ରୋଜଗାର କରିବା ନୁହେଁ ବରଂ ଚାକିରି ଦେବା ପାଇଁ ପ୍ରୋତ୍ସାହିତ କରିବାକୁ ହେବ। ଭେଦିକ ଇଣ୍ଟର ନ୍ୟାସନାଲ ସ୍କୁଲ ଭଳି ଛାତ୍ରଛାତ୍ରୀଙ୍କୁ ଉଦ୍ୟୋଗୀ ଏବଂ ଉଦ୍ୟମିତା ମନୋବୃତ୍ତି କରାଇବା ପାଇଁ ପଡିବ। ରାମ ରାଜ୍ୟ ତଥା ଦେଶରେ ସୁଶାସନ ପ୍ରତିଷ୍ଠା କରିବା ପାଇଁ ପଡିବ। ଆଜି ଜନ୍ମ ହେଉଥିବା ପିଲାଙ୍କର ଉତ୍ତମ ସ୍ୱାସ୍ଥ୍ୟ ରଖିବା ପାଇଁ ଯତ୍ନ ନେବାକୁ ପଡିବ।  ମର୍ଯ୍ୟାଦାପୁରୁଷ ଶ୍ରୀରାମ ଲଙ୍କା ବିଜୟ କରିବା ପାଇଁ ଯେଉଁଭଳି ଭାବେ ରାମସେତୁ ନିର୍ମାଣ କରିଥିଲେ ଏବଂ ଏହାକୁ ନିର୍ମାଣ କରିବାରେ ଗୁଣ୍ଡୁଚିମୂଷା ନିଜର ବାଲି ଝାଡିଥିଲା ସେହଭଳି ଭାବେ ଆମେ ‘ବିକଶିତ ଭାରତ’ ପାଇଁ ପରିଶ୍ରମ କରିବା ସହ ନିଜ ନିଜର ସାମର୍ଥ୍ୟ ଅନୁସାରେ ଦାୟିତ୍ୱ ନେବା ଆବଶ୍ୟକ ବୋଲି ଛାତ୍ରଛାତ୍ରୀଙ୍କୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସମାଜ ସହ ତୃଣମୂଳ ସ୍ତରରେ ଯୋଡି ହୋଇ ପୂର୍ବଜ ମାନଙ୍କ ସଂଗ୍ରାମକୁ ମନେପକାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଦୁନିଆର ସବୁଠୁ ପୁରୁଣା ଗ୍ରନ୍ଥ ବେଦର ମାହାତ୍ମ୍ୟ ଉପରେ ପିଲାଙ୍କୁ ଅଧ୍ୟୟନ କରାଇବା ପାଇଁ ଭେଦିକ ଇଣ୍ଟରନ୍ୟାସନାଲ ସ୍କୁଲକୁ ପରାମର୍ଶ ଦେବା ସହ ସମାଜର ଏକ କ୍ୟାଟାଲିଷ୍ଟ ହେବାକୁ ଆହ୍ୱାନ କରିଥିଲେ।

Categories
ଆଞ୍ଚଳିକ

ବାଣପୁର ଓକିଲ ସଂଘର ୪୪ ତମ ବାର୍ଷିକ ଉତ୍ସବ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଓକିଲ ସଂଘର ୪୪ ତମ ବାର୍ଷିକ ଉତ୍ସବ ଆଜି ଅପରାହ୍ନରେ ସ୍ଥାନୀୟ କୋର୍ଟ ପରିସର ମଧ୍ୟରେ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଣପୁର ବିଚାର ବିଭଗୀୟ ଅଦାଲତର ବରିଷ୍ଠ ଦେୱାନୀ ବିଚାରପତି ମନୋରଞ୍ଜନ ମିଶ୍ର ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବାଣପୁର ଜେଏମଏଫସି ସ୍ମାତକୀ ଦାସ ଏବଂ ସମ୍ମାନିତ ଅତିଥି ଭାବେ ଚିଲିକା ଜେଏମଏଫସି ବିକାଶ ଗୋଏଲ ଯୋଗଦେଇଥିଲେ।

ବାଣପୁର ଓକିଲ ସଂଘର ସଭାପତି ବୃନ୍ଦାବନ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ସଂଘର ସମ୍ପାଦକ ସୁଧୀର ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ। ଅତିଥିମାନେ ପ୍ରଥମେ ବାଣପୁରର ଅଧିଷ୍ଠାତ୍ରୀ ଦେବି ମା’ ଭଗବତୀଙ୍କ ପଟ୍ଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରିବାପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।

ଉକ୍ତ ଉତ୍ସବ କେବଳ ଆଇନଜୀବୀ ସଭ୍ୟମାନଙ୍କ ମଧ୍ୟରେ ସୀମିତ ରହିଥିବାବେଳେ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ଯଥା ଉପସଭାପତି ପଦ୍ମଜା ପଟ୍ଟନାୟକ, ସହ ସମ୍ପାଦକ ନରେନ୍ଦ୍ର କୁମାର ନାୟକ ଓ କାର୍ଯ୍ୟକାରୀ କମିଟିର ସଦସ୍ୟ ଯଥା ଦେବବ୍ରତ ବଡ଼ଜେନା, ପ୍ରଶାନ୍ତ ମହାନ୍ତି ଆଦି ସକ୍ରିୟ ସହଯୋଗ କରିଥିବା ବେଳେ ଆଇନଜୀବୀ ରଞ୍ଜନ କୁମାର ବେଦମତ୍ତା ଏବଂ ଜଗଦିଶ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ।

ପରିଶେଷରେ ସଂଘର ଉପସଭାପତିଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଚିଲିକା ଓକିଲ ସଂଘର କର୍ମକର୍ତ୍ତା ଏବଂ ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ବାଣପୁର ଅଞ୍ଚଳର ବହୁ ସମାଜସେବୀ ଏବଂ ସାମ୍ବାଦିକ ମାନେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ବାଣପୁର ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଓକିଲ ସଂଘର ବାର୍ଷିକ ଉତ୍ସବ ଶାନ୍ତିଶୃଙ୍ଖଳାର ସହ ସମ୍ପାଦିତ ହୋଇଥିଲା।

Categories
ଆଞ୍ଚଳିକ

ଅଗ୍ରଣୀ ଶିକ୍ଷାନୁଷ୍ଠାନ କେମେଷ୍ଟ୍ରୀ ଫୋରମ୍ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସହରରେ ଅବସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ କେମେଷ୍ଟ୍ରୀ ଫୋରମ୍ ର ବାର୍ଷିକ ଉତ୍ସବ ପାଳନ ହୋଇଛି। ଅନୁଷ୍ଠାନର ନିର୍ଦ୍ଦେଶକ ସମାଧାନ ପଣ୍ଡାଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ଭାବେ ନିଷ୍ଟ୍ ମହାବିଦ୍ୟାଳୟର କେମେଷ୍ଟ୍ରୀ ବିଭାଗ ମୁଖ୍ୟ ଡଃ ଦୁର୍ଯୋଧନ ସାହୁ, ସମ୍ମାନିତ ଅତିଥି ଭାବେ ଭିତମ୍ ଶିକ୍ଷାନୁଷ୍ଠାନ ର ପ୍ରଫେସର ଡ଼ଃ ଅନୁପ କୁମାର ପଣ୍ଡା ଓ ବ୍ରହ୍ମପୁର ପୌର ନିଗମ ସଦସ୍ୟ ପ୍ରଶାନ୍ତ କୁମାର ପଟ୍ଟନାୟକ (ଟୁନା) ପ୍ରମୁଖ ଯୋଗ ଦେଇ ଅଧ୍ୟୟନରତ ବିଦ୍ୟାର୍ଥୀ ମାନଙ୍କୁ ରାସାୟନିକ ବିଜ୍ଞାନର ପ୍ରୟୋଗ ଓ ବିକଶିତ ବିଷୟରେ ଦିଗଦର୍ଶନ ଦେଇଥିଲେ।

ଏଥି ସହିତ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ମୁଳକ କାର୍ଯ୍ୟକ୍ରମରେ କ୍ରୁତିତ୍ବ ହାସଲ କରିଥିବା ପ୍ରତିଯୋଗି ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଶିକ୍ଷାବିତ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ସାମାଜିକ ଅନୁଷ୍ଠାନ “ବିପଦର ବଂଧୁ” ରାଜ୍ୟ ସଭାପତି ଟି କ୍ରିଷ୍ଣା ରାଓ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଦ୍ୟାର୍ଥୀ ଓ ଅନୁଷ୍ଠାନ ର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ।

Categories
ଆଞ୍ଚଳିକ

ଚିଲିକା ସଂଗୀତ ନାଟକ ଏକାଡେ଼ମୀର ବାର୍ଷିକ ଉତ୍ସବ

ସୀତାରାମ ଅଗ୍ରୱାଲ

ବାଣପୁର: ଚିଲିକା ସଂଗୀତ ନାଟକ ଏକାଡେ଼ମୀ ବାଲୁଗାଁର ବାର୍ଷିକ ଉତ୍ସବ -୨୦୨୩ ବାଣପୁର ସ୍ଥିତ ଶୁଭ କଲ୍ୟାଣ ମଣ୍ଡପ ପରିସରରେ ସ୍ବାଧୀନତା ଦିବସ ଅବସରରେ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ପୁଷ୍ପମାଲ୍ୟ ପ୍ରଦାନ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା।

ମୁଖ୍ୟ ଅତିଥି ଭାବେ ନାଟ୍ୟକାର ତଥା ନିର୍ଦ୍ଦେଶକ ଡ଼ଃ ସୁରେନ୍ଦ୍ର ନାଥ ଦାସ, ମୁଖ୍ୟ ବକ୍ତା ଭାବେ ବାଣପୁର ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସଂଗ୍ରାମ କେଶରୀ ସାହୁ, ସମ୍ମାନୀତ ଅତିଥି ଭାବେ ସାହିତ୍ୟିକ ତଥା ବାଗ୍ମୀ ବାଳମୁକୁନ୍ଦ ଦାସ, ରବିନ୍ଦ୍ର ନାଥ ମାନସିଂହ ପ୍ରମୁଖ ଯୋଗ ଦେଇ ଓଡ଼ିଆ ନାଟକ, ଓଡିଶି ନୃତ୍ୟର ପ୍ରସାରରେ ଏହି ଅନୁଷ୍ଠାନର ଭୂମିକା ସଂପର୍କରେ ଉଦବୋଧନ ଦେଇଥିଲେ।

ଓଡିଶି ନୃତ୍ୟ ଗୁରୁ ମାଧବ ଚନ୍ଦ୍ର ପଲେଇଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠାନର ଛାତ୍ରୀ ଅପୂର୍ଭା, ମାନ୍ୟମୟୀ ସାଇପ୍ରୀୟା, ପ୍ରତିକ୍ଷା, ସିତଲ, ଆରୂଷି, ଅନୁଲିପ୍ତା, ହଂସିନି, ବିଷ୍ଣୁପ୍ରିୟା, ସାଧନା, ରିତାଞ୍ଜଳି, ଆଲିଶାରାଣୀ, ଗାୟତ୍ରୀ, ମୋନାଲିସା ଚିତ୍ତାକର୍ଷକ ଓଡିଶି ନୃତ୍ୟ ପରିବେଷଣ କରିଥିଲେ।

ସଂଗୀତ ନିର୍ଦ୍ଦେଶକ ସରୋଜ କାନ୍ତ ସାସମଲଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠାନର ସଂଗୀତ ଶିଳ୍ପୀମାନେ ପ୍ରାରମ୍ଭିକ ସଂଗୀତ ଓ ଉଦଯାପନ ସଂଗୀତ ଗାନ କରିଥିଲେ।

ଏହି ଅବସରରେ ବିଶିଷ୍ଟ ଓଡ଼ିଶୀ ଓ ହିନ୍ଦୁସ୍ତାନୀ କଂଠ ଶିଳ୍ପୀ ଓ ଗୁରୁ ଉମା ମିଶ୍ର, ଅଜିତ ମିଶ୍ର, ସମାଜସେବୀ ଗୋଲଖ ବିହାରୀ ପରିଡ଼ା ଏବଂ ସଂଗୀତ ନିର୍ଦ୍ଦେଶକ ଗୌରାଙ୍ଗ ଚରଣ ମୁଦୁଲିଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସଂବର୍ଦ୍ଧିତ କରାଯାଇଥିଲା।

ଶୁଭ କଲ୍ୟାଣ ମଣ୍ଡପର ତତ୍ତ୍ୱାବଧାରକ ଗୋଲଖ ବିହାରୀ ପରିଡ଼ା ଉତ୍ସବର ସାମଗ୍ରିକ ଆୟୋଜନ କରିଥିବା ବେଳେ ଏକାଡେମୀର ସଭାପତି ଭିକାରୀ ଚରଣ ପ୍ରଧାନ ଓ ସଂପାଦିକା ସୁନିତା ଜେନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏକୋଏନ୍ ଓଡ଼ିଶା ଆସୋସିଏସନର ଷଷ୍ଠତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଖୋର୍ଦ୍ଧା: ଆଜି ଏକୋଏନ୍ ଓଡିଶା ଆସୋସିଏସନର ଷଷ୍ଠତମ ବାର୍ଷିକ ଉତ୍ସବ ଖୋର୍ଦ୍ଧା ଟାଉନ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡିଶା ଏବଂ ଓଡିଶା ବାହାରୁ ୧୫୦ ଜଣ ଚକ୍ଷୁ ଡାକ୍ତର ପିଜି ଛାତ୍ର ଏବଂ ଚକ୍ଷୁ ସହାୟକ ଯୋଗ ଦେଇଥିଲେ। ଚକ୍ଷୁର ଯତ୍ନ ଓ ଚକ୍ଷୁର ସମସ୍ୟା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ସବୁ ଗ୍ରାମାଞ୍ଚଳ ଲୋକମାନଙ୍କର ଚକ୍ଷୁ ସମସ୍ୟାର କିଭଳି ଯତ୍ନବାନ୍ କରାଯିବ ଏହା ଉପରେ ଆଲୋଚନା କରାଯାଇଥିଲା।

ଏହି ସମ୍ମିଳନୀରେ ଡ଼ଃ ବି ଏନ୍ ଆର ସୁବୁଦ୍ଧି, ଡ଼ଃ ପ୍ରଶାନ୍ତ ନନ୍ଦ, ଡ଼ଃ ସରୋଜ ତ୍ରିପାଠୀ, ଡ଼ଃ ସବ୍ୟସାଚି ପଟ୍ଟନାୟକ, ତତ୍ତ୍ୱ ବଧାନରେନରେ ଆୟୋଜନ କରାଯାଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ଜୋତୀନ୍ଦ୍ର ନାଥ ମିତ୍ର ଏବଂ ଅତିରିକ୍ତ ଅତିଥି ଭାବେ ଖୋର୍ଦ୍ଧା ସି ଡି ଏମ୍ ଓ ଆର୍ତ୍ତବନ୍ଧୁ ନାୟକ ଯୋଗ ଦେଇ ଅଭିଭାଷଣରେ କହିଥିଲେ ଆଖିର ସମସ୍ୟା କିଭଳି ସୁଚାର ରୂପେ ଚକ୍ଷୁ ଯତ୍ନ ନିଆଯାଇ ପାରିବ ସମସ୍ତ ଡାକ୍ତର ଙ୍କୁ ପରାମର୍ଶ ଦେଇଥିଲେ।

ମୁଖ୍ୟ ଉପଦେଷ୍ଟା ଭାବେ କଲିକତାର ଡ଼ଃ ସପନ ସାମନ୍ତ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଖୋର୍ଦ୍ଧା ମୁଖ୍ୟ ଚକ୍ଷୁ ଡାକ୍ତର ଡ଼ଃ ଅଜୟ କୁମାର ସିଂ ସୁଚାର ରୂପେ ତୁଲାଇଥିଲେ। ଖୋର୍ଦ୍ଧା ଚକ୍ଷୁ ଵିଭାଗର ସମସ୍ତ ସଦସ୍ୟ ଓ ସଦସ୍ୟା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ଶ୍ରୀ ଶ୍ରୀ ଉମାମହେଶ୍ବର ବଣିକ ସଂଘର ବାର୍ଷିକ ଉତ୍ସବ

 ସୀତାରାମ ଅଗ୍ରୱାଲ
ବାଲୁଗାଁ: ଆଜି ସନ୍ଧ୍ୟାରେ ଶ୍ରୀ ଶ୍ରୀ ଉମାମହେଶ୍ବର ବଣିକ ସଂଘ, ବାଲୁଗାଁର ବାର୍ଷିକ ଉତ୍ସବ ସଂଘର ନିଜସ୍ବ ଗୃହରେ ଅନୁଷ୍ଠିତ ହୋଇଯାଇଅଛି। ପ୍ରଭୁ ଶ୍ରୀ ଉମାମହେଶ୍ବରଙ୍କ ପୂଜାର୍ଚ୍ଚନା ପରେ ମା’ କାଳିଜାଇ କଳା ନିକେତନର ପିଲା ମାନଙ୍କ ଦ୍ବାରା ପ୍ରାରମ୍ଭିକ ନୃତ୍ୟ ପରିବେଷଣ ପରେ କର୍ମକର୍ତ୍ତା ମାନେ ମଞ୍ଚାସୀନ ହେବା ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା।

ବିଶ୍ବଶାନ୍ତି ସକାଶେ ନୀରବ ପ୍ରାର୍ଥନା କରାଯିବା ପରେ ସଂପାଦକ ସରୋଜ କୁମାର ପାତ୍ର ସଂଘର ହିସାବ ପ୍ରଦାନ କରିବା ସହିତ ହିସାବ ତନଖି କରିଥିବା ରାମେଶ୍ବର ପାତ୍ର ଏବଂ ତାଙ୍କର ଟିମ୍ ତାଙ୍କର ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ। ସହ ସଂପାଦକ ପ୍ରଦୀପ କୁମାର ସ୍ବାଇଁ ସଂଘର ବିବରଣୀ ପ୍ରଦାନ କରିଥିଲେ। ସଭ୍ୟ କିରଣ କୁମାର ପାତ୍ର, ବିପିନ ପ୍ରହରାଜ, ଶ୍ୟାମସୁନ୍ଦର ପୃଷ୍ଟି, ଗୌରୀପ୍ରସାଦ ସୁବୁଦ୍ଧି ଏବଂ ଉପ ସଭାପତି ଧୀରେନ୍ଦ୍ରନାଥ ପାତ୍ର, ସେଖ୍ ଗନିଫ୍ ନିଜର ବକ୍ତବ୍ୟରେ ସଂଘର ଉତ୍ତରତ୍ତୋର ଉନ୍ନତି ତଥା ଯୁବ ସଦସ୍ୟମାନେ ଆଗେଇ ଆଗେଇ ଆସିବା ସକାଶେ ଆହ୍ବାନ ଦେଇଥିଲେ।

ସଭାପତି ତାଙ୍କର ଅଭିଭାଷଣରେ ସଂଘର ସମାଜ ପ୍ରତି ଥିବା ସେବା ମନୋଭାବ ତଥା ରାଜ୍ୟ ତଥା ଜାତୀୟ ସ୍ତରରେ ସଂଘର ସମସ୍ତ କାର୍ଯ୍ୟକ୍ରମ ମାନଙ୍କରେ ଯୋଗଦେଇ ବ୍ଯବସାୟ ସମ୍ବନ୍ଧୀୟ ସମସ୍ତ ଆଲୋଚନାରେ ସକ୍ରୀୟ ଭାଗ ନେଇଛନ୍ତି।

ସଭାପତିଙ୍କ ଅଭିଭାଷଣ ପରେ ସଭାପତି ଏବଂ ତାଙ୍କର ସହକର୍ମୀ ମାନେ ସେମାନଙ୍କ ପଦବୀରୁ ଅପସାରିତ ହେବା ପରେ ନିର୍ବାଚନ ଦାୟିତ୍ବରେ ଥିବା ସଦସ୍ୟ ଜଗନ୍ନାଥ ସେନାପତି ଏବଂ ତାଙ୍କର ଟିମ ଦ୍ବାରା ନିର୍ବାଚନ ପରିଚାଳନା କରିଥିଲେ। ରବିନାରାୟଣ ନାୟକ ପୂନର୍ବାର ସଭାପତି ଭାବେ ନିର୍ବାଚିତ ହୋଇଥିଲେ।

ଉପ ସଭାପତି ଭାବେ ଧୀରେନ୍ଦ୍ରନାଥ ପାତ୍ର, ସେଖ୍ ଗନିଫ୍, ସଂପାଦକ ସରୋଜ କୁମାର ପାତ୍ର, ସହ ସଂପାଦକ ପ୍ରଦୀପ କୁମାର ସ୍ବାଇଁ, ସର୍ବେଶ୍ବର ସୁବୁଦ୍ଧି ଓ କୋଷାଧକ୍ଷ ଭାବେ ଚୈତନ୍ୟ କୁମାର ପୃଷ୍ଟିଙ୍କୁ ସଭାପତି ଦାୟିତ୍ବ ଦେଇଥିଲେ।