Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ବାଲି ଠାରେ ଜି-୨୦ ଶିଖର ସମ୍ମିଳନୀର ଉଦଯାପନୀ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ବାଲିଠାରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀର ଆଜି ଉଦଯାପନୀ ଦିବସ। ଏହି ଅବସରରେ ଜି-୨୦ ଶିଖର ସମ୍ମିଳନୀର ଉଦଯାପନୀ ଅଧିବେଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଛନ୍ତି। ପଢନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂପୂର୍ଣ୍ଣ ଭାଷଣ…

ମହାମହିମଗଣ,

ମୁଁ ପୁଣି ଥରେ ନିଜର ବନ୍ଧୁ ରାଷ୍ଟ୍ରପତି ଜୋକୋଭିଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି। ସେ ଏହି କଠିନ ସମୟରେ ଜି-୨୦ ରାଷ୍ଟ୍ର ସମୂହକୁ କୁଶଳୀ ନେତୃତ୍ବ ପ୍ରଦାନ କରିଛନ୍ତି। ଆହୁରି ଆଜି ମୁଁ ଜି-୨୦ ସମୂହକୁ ବାଲି ଘୋଷଣାନାମାର ଅନୁମୋଦନ ପାଇଁ ଅଭିନନ୍ଦନ ଜଣାଉଛି। ଭାରତ ନିଜ ଜି-୨୦ ଅଧ୍ୟକ୍ଷତା ସମୟରେ ଇଣ୍ଡୋନେସିଆର ପ୍ରଶଂସନୀୟ ପଦକ୍ଷେପକୁ ଆଗକୁ ବଢ଼ାଇବା ଲାଗି ପ୍ରୟାସ କରିବ। ଏହି ପବିତ୍ର ଦ୍ବୀପ ବାଲିରୁ ଆମେ ଜି-୨୦ର ଅଧ୍ୟକ୍ଷତା ଗ୍ରହଣ କରିବା ଭାରତ ପାଇଁ ଅତ୍ୟନ୍ତ ଶୁଭ ସଂଯୋଗ। ଭାରତ ଏବଂ ବାଲି ମଧ୍ୟରେ ଅତି ପ୍ରାଚୀନ ସମ୍ପର୍କ ରହିଛି।

ମହାମହିମଗଣ,

ଭାରତ ଜି-୨୦ର ଦାୟିତ୍ବ ଏଭଳି ଏକ ମୁହୂର୍ତ୍ତରେ ଗ୍ରହଣ କରୁଛି ଯେତେବେଳେ ସାରା ବିଶ୍ବ ଭୂ-ରାଜନୈତିକ ଉତ୍ତେଜନା, ଆର୍ଥିକ ମାନ୍ଦାବସ୍ଥା, ଖାଦ୍ୟଶସ୍ୟ ଏବଂ ଇନ୍ଧନର ବର୍ଦ୍ଧିତ ଦର ଏବଂ ମହାମାରୀର ଦୀର୍ଘକାଳୀନ ଦୁଷ୍ପ୍ରଭାବ ସହ ଏକ ସମୟରେ ସଂଘର୍ଷ କରୁଛି। ଏଭଳି ଏକ ସମୟରେ ବିଶ୍ବ ଜି-୨୦ ଆଡ଼କୁ ଆଶାପୂର୍ଣ୍ଣ ଦୃଷ୍ଟିରେ ଚାହିଁଛି। ଆଜି ମୁଁ ଏହି ଆଶ୍ବାସନା ଦେବାକୁ ଚାହୁଁଛି ଯେ ଭାରତର ଜି-୨୦ ଅଧ୍ୟକ୍ଷତା ସମାବେଶୀ, ଆକାଂକ୍ଷୀ, ନିର୍ଣ୍ଣାୟକ ଏବଂ କାର୍ଯ୍ୟାନୁଷ୍ଠାନ ଆଧାରିତ ହେବ।

ମହାମହିମଗଣ,

ଆସନ୍ତା ବର୍ଷ ଆମେ ଏହି ପ୍ରୟାସ କରିବୁ ଯେ ଜି-୨୦ ନୂଆ ବିଚାରର ପରିକଳ୍ପନା ଲାଗି, ଆହୁରି ଅଧିକ ସାମୁହିକ କାର୍ଯ୍ୟାନୁଷ୍ଠାନକୁ ତ୍ବରାନ୍ବିତ କରିବା ଲାଗି, ଏକ ଗ୍ଲୋବାଲ ପ୍ରାଇମ ମୁଭର ଭାବେ କାମ କରିବ। ପ୍ରାକୃତିକ ସମ୍ବଳ ଉପରେ ମାଲିକାନା ମନୋଭାବ ଆଜି ସଂଘର୍ଷକୁ ଜନ୍ମ ଦେଉଛି। ଏହା ହିଁ ପରିବେଶ ଦୁର୍ଦ୍ଦଶାର ମୁଖ୍ୟ କାରଣ ପାଲଟିଛି। ପୃଥିବୀର ସୁରକ୍ଷିତ ଭବିଷ୍ୟତ ଲାଗି, ଟ୍ରଷ୍ଟିଶିପ ବା ସଂରକ୍ଷକ ଭାବନା ରହିବା ଏକମାତ୍ର ସମାଧାନ ଅଟେ। ଏଥିରେ ଲାଇଫ୍‌ ବା ‘ଲାଇଫଷ୍ଟାଇଟ୍‌ ଫର ଏନଭାୟରନମେଣ୍ଟ’ (ପରିବେଶ ପାଇଁ ଜୀବନଶୈଳୀ) ଅଭିଯାନ ଏକ ବଡ଼ ଯୋଗଦାନ ଦେଇପାରିବ। ଏହାର ଉଦ୍ଦେଶ୍ୟ ହେଉଛି ଦୀର୍ଘସ୍ଥାୟୀ ଜୀବନଶୈଳୀକୁ ଏକ ଜନ-ଆନ୍ଦୋଳନରେ ପରିଣତ କରିବା।

ମହାମହିମଗଣ,

ଆଜିର ଆବଶ୍ୟକତା ହେଉଛି ବିକାଶର ଲାଭ ସର୍ବ-ସ୍ପର୍ଶୀ ଏବଂ ସର୍ବ-ସମାବେଶୀ ହେଉ। ଆମକୁ କରୁଣା ଏବଂ ଏକାତ୍ମତା ଭାବନା ନେଇ ପ୍ରତ୍ୟେକ ଲୋକଙ୍କ ନିକଟରେ ବିକାଶର ଲାଭ ପହଞ୍ଚାଇବାକୁ ହେବ। ବିଶ୍ବର ବିକାଶ ମହିଳାଙ୍କ ଭାଗିଦାରୀ ବିନା ଅସମ୍ଭବ । ଆମକୁ ନିଜ ଜି-୨୦ ଏଜେଣ୍ଟରେ ମହିଳାଙ୍କ ନେତୃତ୍ବାଧୀନ ବିକାଶ ଉପରେ ପ୍ରାଥମିକତା ବଜାୟ ରଖିବାକୁ ହେବ। ଶାନ୍ତି ଓ ସୁରକ୍ଷା ବିନା ଆମର ଆଗାମୀ ପିଢ଼ି ଆର୍ଥିକ ବିକାଶ କିମ୍ବା ପ୍ରଯୁକ୍ତି ନବୋନ୍ମେଷର ଲାଭ ଗ୍ରହଣ କରିପାରିବ ନାହିଁ। ଜି-୨୦କୁ ଶାନ୍ତି ଏବଂ ସୌହାର୍ଦ୍ଦ୍ୟର ସପକ୍ଷରେ ଏକ ଦୃଢ଼ ବାର୍ତ୍ତା ଦେବାକୁ ହେବ। ଏ ସବୁ ପ୍ରାଥମିକତା, ଭାରତର ଜି-୨୦ ଅଧ୍ୟକ୍ଷତାର ବିଷୟବସ୍ତୁ – ‘‘ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ’’-ରେ ସମ୍ପୂର୍ଣ୍ଣ ଭାବେ ସମାହିତ ହୋଇ ରହିଛି।

ମହାମହିମଗଣ,

ଜି-୨୦ର ଅଧ୍ୟକ୍ଷତା ଗ୍ରହଣ କରିବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ। ଆମେ ଆମ ଦେଶର ବିଭିନ୍ନ ସହର ଏବଂ ରାଜ୍ୟରେ, ଜି-୨୦ର ବୈଠକମାନ ଆୟୋଜନ କରିବୁ। ଆମର ଅତିଥିମାନଙ୍କୁ ଭାରତର ଅଦ୍ଭୂତ ବିବିଧତା, ସମାବେଶୀ ପରମ୍ପରା ଏବଂ ସାଂସ୍କୃତିକ ସମୃଦ୍ଧିର ସମ୍ପୂର୍ଣ୍ଣ ଅନୁଭବ ମିଳିପାରିବ। ଆମେ କାମନା କରୁଛୁ ଯେ ଆପଣମାନେ ସମସ୍ତେ ‘ମଦର ଅଫ୍‌ ଡେମୋକ୍ରେସୀ’ (ଗଣତନ୍ତ୍ରର ଜନ୍ମଦାତ୍ରୀ) ଭାରତରେ ଏହି ଅଦ୍ବିତୀୟ ଉତ୍ସବରେ ସହଭାଗୀ ହେବେ। ଆମେ ସମସ୍ତେ ମିଶି ଜି-୨୦ ସମୂହକୁ ବିଶ୍ବ ପରିବର୍ତ୍ତନର ଏକ ବାହକରେ ପରିଣତ କରିପାରିବା।

ଅନେକ ଅନେକ ଧନ୍ୟବାଦ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଜି20 ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କ ଦ୍ୱିତୀୟ ସମ୍ମିଳନୀକୁ ସମ୍ବୋଧିତ କଲେ ଡକ୍ଟର ମନସୁଖ ମାଣ୍ଡଭିୟ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ  ଗୁରୁବାର ଇଣ୍ଡୋନେସିଆର ବାଲି ଠାରେ ଅନୁଷ୍ଠିତ ଦ୍ୱିତୀୟ ଜି20 ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ କ୍ଷେତ୍ରକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସୁଛନ୍ତି । ସେ କହିଛନ୍ତି ଯେ, ଆମେ ବିଶ୍ୱ ସ୍ୱାସ୍ଥ୍ୟର ସୁରକ୍ଷା ଏବଂ ଭବିଷ୍ୟତ ପିଢ଼ି ପାଇଁ ରହିବା ଅନୁକୂଳ ଏକ ଉନ୍ନତ ଏବଂ ସୁସ୍ଥ ପୃଥିବୀ ନିର୍ମାଣ ଲାଗି ସଂକଳ୍ପବଦ୍ଧ। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପ୍ରାଥମିକ କାର୍ଯ୍ୟଗୁଡ଼ିକର ଅଗ୍ରଗତି ଏବଂ ଆଗକୁ ସମ୍ପାଦନ କରାଯିବାକୁ ଥିବା କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ଲାଗି ଏହି ବୈଠକର ଆୟୋଜନ କରାଯାଇଛି।

ଏହି ଅବସରରେ ଡକ୍ଟର ମନସୁଖ ମାଣ୍ଡଭିୟ  କହିଛନ୍ତି ଯେ, ଭବିଷ୍ୟତ ପାଇଁ ପ୍ରସ୍ତୁତ ଏକ ସହନଶୀଳ ବିଶ୍ୱ ସ୍ୱାସ୍ଥ୍ୟସେବା ଇକୋସିଷ୍ଟମ ନିର୍ମାଣ ଦିଗରେ ଯୋଗଦାନ ପାଇଁ ଭାରତ ସଂକଳ୍ପବଦ୍ଧ ରହିଛି। ବିଶ୍ୱ ସ୍ୱାସ୍ଥ୍ୟସେବା ସହନଶୀଳତା ଉପରେ ସେ ବିସ୍ତୃତ ଭାବେ ଆଲୋଚନା କରିବା ସହିତ କହିଥିଲେ ଯେ ଏକ ଆର୍ଥିକ ମଧ୍ୟସ୍ଥତା ପାଣ୍ଠି ଗଠନ ପାଇଁ ପୂର୍ବରୁ ଆଲୋଚନା ହୋଇସାରିଛି। ବିଶ୍ୱ ସ୍ୱାସ୍ଥ୍ୟସେବା ଢାଞ୍ଚାରେ ରହିଥିବା ବର୍ତ୍ତମାନର ତ୍ରୁଟିପୂର୍ଣ୍ଣ ଦିଗକୁ ଗ୍ରହଣ କରିବା ଏବଂ ଜରୁରିକାଳୀନ ସ୍ୱାସ୍ଥ୍ୟ ପରିସ୍ଥିତିର ମୁକାବିଲା ପାଇଁ ଏକ ସମାବେଶୀ, ସକ୍ରିୟ ତଥା ଉତ୍ତରଦାୟୀ ବ୍ୟବସ୍ଥା ନିର୍ମାଣ କରିବା ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି ଡକ୍ଟର ମାଣ୍ଡଭିୟ  କହିଥିଲେ।

ସାରା ବିଶ୍ୱରେ ଜନସାଧାରଣ ଏବଂ ସାମଗ୍ରୀର ବାଧାମୁକ୍ତ ପରିବହନ ସୁନିଶ୍ଚିତ କରିବା ଲାଗି ପ୍ରସ୍ତାବିତ ଗ୍ଲୋବାଲ ଫେଡରେଟେଡ୍‌ ପବ୍ଲିକ୍‌ ଟ୍ରଷ୍ଟ ଡିରେକ୍ଟୋରୀରେ ଯୋଗଦାନ କରିବା ପାଇଁ ସେ ସମସ୍ତ ଜି20 ସଦସ୍ୟମାନଙ୍କୁ ଡକ୍ଟର ମାଣ୍ଡଭିୟ ଆହ୍ୱାନ କରିଥିଲେ।

Categories
ବିଶେଷ ଖବର

ବିଶ୍ୱ ପୁନଃନିର୍ମାଣ ସମ୍ମିଳନୀର ଉଦ୍‌ଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ସାରଗର୍ଭକ ଉଦ୍‌ବୋଧନ

ନୂଆଦିଲ୍ଲୀ: ଇଣ୍ଡୋନେସିଆର ବାଲିରେ ଆୟୋଜିତ ପଂଚମ ବିଶ୍ୱ ପୁନଃ ନିର୍ମାଣ ସମ୍ମିଳନୀର ଉଦ୍‌ଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ର ଆଜି ଅନଲାଇନ ବ୍ୟବସ୍ଥାରେ ସାରଗର୍ଭକ ଉଦ୍‌ବୋଧନ ଦେଇଛନ୍ତି। ଏହି ସମ୍ମିଳନୀ ୟୁଏନ୍‌ଡିପି, ବିଶ୍ୱବ୍ୟାଙ୍କ ବିପର୍ଯ୍ୟୟ ଭୟ ଅପନୋଦନ ସଂକ୍ରାନ୍ତ ବୈଶ୍ୱିକ ମଂଚ ଜିପିଡିଆର୍‌ଆର ଓ ଇଣ୍ଡୋନେସିଆ ସରକାରଙ୍କ ମିଳିତ ସହଯୋଗହରେ ଆୟୋଜିତ ହୋଇଛି।

ପ୍ରାୟ ଦୁଇଦଶନ୍ଧି ପୂର୍ବେ ଭାରତ ମହାସାଗରରେ ଘଟିଥିବା ପ୍ରଳୟଙ୍କରୀ ସୁନାମିର କ୍ଷୟକ୍ଷତି ଓ ଆଉ ଅନେକ ବଡ ପ୍ରାକୃତି ବିପତ୍ତି ସମ୍ପର୍କରେ ମନେ ପକାଇ ଡକ୍ଟର ମିଶ୍ର କହିଛନ୍ତ ଯେ, ବିପତ୍ତି ବା ବିପର୍ଯ୍ୟୟ ପରବର୍ତ୍ତୀ ପୁନରୁଦ୍ଧାର ନୀତି ବେଶ୍ ଅନେକ ଦିନଧରି ଗୁରୁତ୍ୱ ପାଇ ଅନୁସ୍ରୁତ ହେଉଛି।

ତାଙ୍କ ଭାଷଣ ପ୍ରସଙ୍ଗରେ ସେ କହିଛନ୍ତି ଯେ ବିପର୍ଯ୍ୟୟ ପରବର୍ତ୍ତୀ ପୁନନିର୍ମାଣ ଓ ପୁନରୁଦ୍ଧାର କାର୍ଯ୍ୟରେ ପାଞ୍ଚଟି ପ୍ରମୁଖ ବିଷୟ ଉପରେ ଗୁରୁତ୍ୱ ଦେବାକୁ ପଡିବ।

ପ୍ରଥମଟି ହେଲା ଉତ୍ତମ ଫଳାଫଳ ପାଇଁ ନିର୍ମାଣ ପ୍ରୟାସ,ପ୍ରସ୍ତୁତି ଓ କାର୍ଯ୍ୟ ଉତ୍ତମ ହେବା ଉଚିତ। ଏହି ଉତ୍ତମ ‘ବିଲ୍‌ଡ ବ୍ୟାକ୍ ବେଟର’ ବ୍ୟବସ୍ଥାରେ କେବଳ ଉତ୍ତମ ଉପଯୋଗ ଅପେକ୍ଷା ଉତ୍କୃଷ୍ଟ ଫଳାଫଳ ଉପରେ ଗୁରୁତ୍ୱ ଦେବାକୁ ପଡିବ। ପାରିବାରିକ ସ୍ତରରେ ଆମେ ପୁନରୁଦ୍ଧାର ଊର୍ଦ୍ଧ୍ୱକୁ ଯାଇ ଗୋଷ୍ଠୀ ଓ ସାମୁଦାୟିକସ୍ତରରେ ଚିନ୍ତାକରିବା ଉଚିତ। କୋଭିଡ-୧୯ ମହାମାରୀ ଆମ ଆଭିମୁଖ୍ୟର ଏକ ନୂଆ ଦିଗ ଯୋଡିଛି। ଏହା ଆମକୁ ଜୀବିକା, ଦାରିଦ୍ର‌୍ୟ ଓ ଅସମାନତା ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବାକୁ ଶିଖାଇଛି।

ଡକ୍ଟର ମିଶ୍ର ଆହୁରି କହିଛନ୍ତି ଯେ, ପୁନରୁଦ୍ଧାର ଓ ପୁନଃନିର୍ମାଣରେ ପ୍ରଭାବିତ ଲୋକଙ୍କ ହାତରେ ଏଜେନ୍ସିର ଦାୟିତ୍ୱ ନ୍ୟସ୍ତ କରାଯିବା ଉଚିତ। ଭାରତରେ ୨୦୦୧ର ଗୁଜରାଟ ଭୂମିକମ୍ପ ପରେ ମାଲିକ ପରିଚାଳିତ ପୁନଃନିର୍ମାଣ ବା ଓଡିଆର୍ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ଏହାର ଫଳାଫଳ ବେଶ ଭଲ ହୋଇଥିବା ଆମେ ଦେଖିଛୁ। ମାଲିକ ପରିଚାଳିତ ପୁନଃନିର୍ମାଣ ପଦ୍ଧତିକୁ ନିରନ୍ତର ବଢାଇବା ପାଇଁ ଏକ ଦୃଢ ବୈଶ୍ୱିିକ ସାମୁଦାୟିକ ନୀତି ଓ ଅଭ୍ୟାସ ଗଢି ତୋଳିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

ଏହି ସାମୁଦାୟିକ ବ୍ୟବସ୍ଥା ଓ ଅଭ୍ୟାସରେ ସ୍ୱାଭାବିକଭାବେ ଆର୍ôଥକ, ଆନୁଷ୍ଠାନିକ, ବୈଷୟିକ ମେକାନିଜିମ୍ ରହିବା ଆବଶ୍ୟକ ଏବଂ ବିପର୍ଯ୍ୟୟ ପରବର୍ତ୍ତୀ ପୁନଃନିର୍ମାଣ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ସବୁ ସ୍ତରରୁ ସାହାଯ୍ୟ ସହଯୋଗ ଯୋଗାଣ ବ୍ୟବସ୍ଥା ଅପରିହାର୍ଯ୍ୟ ହେବା ଉଚିତ। ଏହା ହିଁ ତୃତୀୟ ବିଷୟ।

ଭାରତରେ ପ୍ରଥମ ଥର ପାଇଁ ଦେଶର ବିପର୍ଯ୍ୟୟ ପରିଚାଳନା ନୀତିରେ ଅର୍ଥଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇଛି। ପୁନରୁଦ୍ଧାର ଓ ପୁନଃନିର୍ମାଣ କାର୍ଯ୍ୟ ନିମନ୍ତେ ଆମେ ନିର୍ଦ୍ଧିଷ୍ଟ ବ୍ୟବସ୍ଥା ସୃଷ୍ଟି କରିଛୁ ଓ ପାଂଚବର୍ଷ ମଧ୍ୟରେ ୭.୫ ବିଲିୟନ ଡଲାର ଅର୍ଥ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି।

ଡକ୍ଟର ମିଶ୍ର ତାଙ୍କ ଉଦ୍‌ବୋଧନରେ ଯେଉଁ ଚତୁର୍ଥ ବିଷୟଟିକୁ ଗୁରୁତ୍ୱ ଦେଇଛନ୍ତି ତାହା ହେଲା ବିପତ୍ତି ପରବର୍ତ୍ତୀ ପୁନରୁଦ୍ଧାର ଓ ପୁନଃନିର୍ମାଣର ନୀତି ଏବଂ ପଦ୍ଧତି। ସେ କହିଛନ୍ତ ଯେ ଏହି କାମ ସ୍ୱଳ୍ପମିଆଦି ନ ହୋଇ ଦୀର୍ଘମିଆଦି ଏବଂ ଅତ୍ୟନ୍ତ ଦୃଢ ହେବା ଆବଶ୍ୟକ। ସରକାର ଓ ଅନ୍ୟାନ୍ୟ ଅନୁଷ୍ଠାନଗୁଡିକ ଦ୍ୱାରା ସମର୍ôଥତ ଏବଂ ପରିଚାଳିତ ପୁନରୁଦ୍ଧାର ଏବଂ ପୁନନିର୍ମାଣ କାର୍ଯ୍ୟକ୍ରମ ଶେଷ ହେବାକୁ ଚାରିରୁ ଛ’ବର୍ଷ ସମୟ ଲାଗିଥାଏ। ବାସ୍ତବରେ କିନ୍ତୁ ପ୍ରକୃତ ପୁନରୁଦ୍ଧାର କାମ ଅଧାପିଡି ପର୍ଯ୍ୟନ୍ତ ଚାଲେ ବୋଲି ସେ କହିଛନ୍ତି।

ଶେଷରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ମିଶ୍ର କହିଛନ୍ତି ଯେ ଅନେକ ସମୟରେ ପୁନରୁଦ୍ଧାର ଓ ପୁନଃନିର୍ମାଣ କାର୍ଯ୍ୟରେ ଆମେ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଥାଉ। ଆମେ ଏହାକୁ ‘ଭିଡର ଅତ୍ୟାଚାର’ ବା ‘ଟାଇରାନି ଅଫ୍ ରଶ୍‌’ ବୋଲି ସାଧାରଣତଃ କହିଥାଉ। ଶୀଘ୍ର ପୁନରୁଦ୍ଧାର ପାଇଁ ପୁନଃନିର୍ମାଣକୁ ଉତ୍ତମଭାବେ କରିବା ସହଜ କାମ ନୁହେଁ। ଏଥିରେ ଭାରସାମ୍ୟ ରକ୍ଷା ଜରୁରୀ। ତଥାପି ଡ୍ରୋନ, ଭୂସ୍ଥାନିକ ଟେକ୍‌ନୋଲୋଜି ଓ ସେନ୍ସିଙ୍ଗ ଭଳି ନୂଆ ପ୍ରଯୁକ୍ତି ଏବଂ ଜ୍ଞାନକୌଶଳ ଦ୍ୱାରା ପୁନରୁଦ୍ଧାର ଓ ପୁନଃ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇ ପାରିବ । ଏହା ମାଧ୍ୟମରେ କ୍ଷୟକ୍ଷତିର ଆକଳନ, ହିତାଧିକାରୀ ଚିହ୍ନଟ ଓ ପୁନଃର୍ନିମାଣ ତଥା ପୁନରୁଦ୍ଧାର କାର୍ଯ୍ୟର ପ୍ରଗତିକୁ ସହଜରେ ନିରୀକ୍ଷଣ କରାଯାଇ ପାରିବ। ନୂଆ ଅତ୍ୟାଧୁନିକ ଟେକେ୍‌ନୋଲୋଜି ଆମକୁ ଯେଉଁ ସୁବିଧା, ସୁଯୋଗ ଦେଇଛି ଆମେ ତାହାର ସର୍ବାଧିକ ଫାଇଦା ଉଠାଇବା ଆବଶ୍ୟକ।

ଉପସଂହାରରେ ଡକ୍ଟର ପି.କେ. ମିଶ୍ର କହିଛନ୍ତି ଯେ “ଆମେ ଯଦି ପ୍ରସ୍ତୁତିରୁ ପ୍ରତିକାର” ଆଭିମୁଖ୍ୟ ବାହାରକୁ ଯାଇ ପୁନରୁଦ୍ଧାର ପାଇଁ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେବା ତାହା ସାମାଜିକ ସ୍ଥିତିସ୍ଥାପକତା ନିର୍ମାଣ ଦିଗରେ ଏକ ବଡ ପଦକ୍ଷେପ ହେବ। ଜଳବାୟୁ ପରିବର୍ତ୍ତନର ପ୍ରଭାବର ମୁକାବିଲା ପାଇଁ ଏକ ବଡ ଅସ୍ତ୍ରଭାବେ କାମ କରିବ।