Categories
ଆଜିର ଖବର ରାଜ୍ୟ ଖବର

ଅଷ୍ଟମ ଦିବସରେ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ବିକାଶ ମେଳା: ଐତ୍ୟିହ୍ୟ ଓ ସଂସ୍କୃତିର ଅବିସ୍ମରଣୀୟ ସମ୍ଭାର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା ହାବେଳୀ ପଡ଼ିଆରେ ଗତ ୧୨ ତାରିଖରୁ ଚାଲି ରହିଥିବା ‘ବର୍ଷ ଏକ…… ଉପଲବ୍ଧି ଅନେକ’ ର ନୂତନ ସରକାରଙ୍କ ବିଭିନ୍ନ ଅଗ୍ରଣୀ ଯୋଜନା ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନାର ସଫଳ ଫାଇଦା ଦେବା ଉଦ୍ଦେଶ୍ୟକୁ ଲୋକାଭିମୁଖୀ କରିବା ଏବଂ ପ୍ରକୃତ ହିତାଧିକାରୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ସମାଜର, ରାଜ୍ୟର ଓ ରାଷ୍ଟ୍ରର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ କରି ବିକଶିତ ଓଡ଼ିଶା @୨୦୪୬ ଓ ବିକଶିତ ଭାରତ @୨୦୪୭ କୁ ସାକାର କରିବା ଲକ୍ଷ୍ୟରେ ଦୃତ ବିକାଶ ଜାରି ରହିଛି।

ଆଜି ବିକାଶ ମେଳାର ଅଷ୍ଟମ ଦିବସରେ ଐତିହ୍ୟ ଓ ପରମ୍ପରା ଏବଂ ସଂସ୍କୃତିର ଆଧାର, ନାରୀ ସମ୍ମାନ ଓ ସଶକ୍ତି କରଣ କାର୍ଯ୍ୟକ୍ରମ କୁ ସାକାର କରିବା, ନାରୀ ମାନଙ୍କ ପ୍ରତିବଦ୍ଧତା, ଶିକ୍ଷା, ନିଯୁକ୍ତି ଆତ୍ମ ନିର୍ଭରଶୀଳ ତା ର ନିଛକ ଓଡ଼ିଆ ଚଳଚ୍ଚିତ୍ର ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥିଲା। ସେହିପରି ଓଡ଼ିଶାର ସର୍ବ ପୁରାତନ ପାରମ୍ପାରିକ ଲୋକ କଳା ପାଲା ସଂସ୍କୃତି କୁ ବଞ୍ଚାଇବା ପାଇଁ ବାଣୀଶ୍ରୀ କଳା ନିକେତନ, ବୋଲଗଡ଼, ଖଗେଶ୍ବର ମାର୍ଥା ଓ ସାଥିଙ୍କ ନିଶା ନିବାରଣ, ମିଶନ ଶକ୍ତି, ସୁଭଦ୍ରା ଶକ୍ତି, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା,ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଆଦି ସମ୍ଵନ୍ଧରେ ପାଲା ମାଧ୍ୟମରେ ଶିକ୍ଷଣୀୟ ତଥ୍ୟ, ସୂଚନା ପ୍ରଦାନ କରିବା ସହ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ପରେ ପୁରାତନ ଓ ନୂତନ ସଭ୍ୟତାର ସାଂସ୍କୃତିକ ମିଳନ ଓ ସାମାଜିକ ସଂସ୍କାର ଧର୍ମୀ ଜଗଦୀଶ ମହାପାତ୍ରଙ୍କ କାଳଜୟୀ ରଚନା ସାମାଜିକ ନାଟକ, ଅଗ୍ରଣୀ ନାଟ୍ୟାନୁଷ୍ଠାନ ବିଦ୍ୟାକନକ, ଭୁବନେଶ୍ୱର ଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା।

ସେହିପରି ପାରମ୍ପାରିକ ଲୋକ କଳା ଦାସ କାଠିଆ ଚକ୍ରଧର ଦେବତା ଓ ସାଥୀ ମାନଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା। ଜନସାଧାରଣ ମାନେ ଓର୍ମାଶ ଷ୍ଟଲ ରୁ ବିଭିନ୍ନ ବୟନ ଶିଳ୍ପ, ହସ୍ତ ଶିଳ୍ପ ଓ କୁଟୀର ଶିଳ୍ପ ଜିନିଷ କିଣାକିଣି କରିବା ସହ ଅଗ୍ରଣୀ ଯୋଜନା ସଂପର୍କୀତ ଷ୍ଟଲ ବୁଲିଦେଖି ନୂତନ ସରକାରଙ୍କ ଅତ୍ୟାବଶ୍ୟକ ଉତ୍କର୍ଷ ଗ୍ରାମୀଣ ଯୋଜନା ର ରୂପରେଖ ସମ୍ପର୍କରେ ଅବଗତ ହୋଇଥିଲେ। ସୁଭଦ୍ରା ଷ୍ଟଲ ରେ ମହିଳା ସଶକ୍ତି କରଣ ଓ ପାରମ୍ପାରିକ ଖାଦ୍ୟ ଖାଇବାର ଦର୍ଶକ ମାନେ ଉପଲବ୍ଧି କରିଥିଲେ।

ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ପ୍ରତାପ ଚନ୍ଦ୍ର ବେଉରା, ଉପଜିଲ୍ଲାପାଳ, ଖୋର୍ଦ୍ଧା କିଶୋର କୁମାର ପଣ୍ଡା, ଡେପୁଟି କଲେକ୍ଟର , ରାଜସ୍ବ ନିବେଦିତା ପରିଡ଼ା,ଜିଲ୍ଲା ପଂଚାୟତ ଅଧିକାରୀ ଶ୍ରୀଶ୍ୟାମଲେନ୍ଦୁ ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଙ୍କ ସମେତ ସଂପୃକ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ବିକାଶ ମେଳା ୨୦୨୫: ସମ୍ବର୍ଦ୍ଧିତ ହେଲେ ୧୭୫ ଏ-୧ ଗ୍ରେଡ ହାଇସ୍କୁଲ ସାର୍ଟିଫିକେଟ ଧାରୀ

ଖୋର୍ଦ୍ଧା: ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ସମଗ୍ର ଶିକ୍ଷା ମିଳିତ ଆନୁକୁଲ୍ୟରେ ହାବେଳୀ ପଡିଆଠାରେ ବିକାଶ ମେଳା -୨୦୨୫, ଜିଲ୍ଲା ସ୍ତରୀୟ ପୁରସ୍କାର ବିତରଣ ଉତ୍ସବ, ଭିଜନ ଓଡ଼ିଶା @୨୦୩୬, ବିକଶିତ ଭାରତ @୨୦୪୭ ଏବଂ ସମ୍ବର୍ଦ୍ଧନା ଉତ୍ସଵ ଏ୧ ଗ୍ରେଡ ପ୍ରାପ୍ତ ଛାତ୍ର ଛାତ୍ରୀ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ୨୦୨୫ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ସଭାକୁ ଉଦ୍ଘାଟନ କରିବା ସହ ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ରାଷ୍ଟ୍ର ଗସ୍ତ କରି ଅପରେସନ ସିନ୍ଦୂର ବାର୍ତ୍ତା ପହଞ୍ଚାଇବା ସମୟରେ ଭାରତର ଶୈଖିକ ଓ ନମ୍ରତା ଭାବ ବିଶ୍ଵ ବିଦିତ ବୋଲି ଉଦବୋଧନ ରଖିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଖୋର୍ଦ୍ଧା ଜିଲ୍ଲାରେ ୨୨୬୫୭ ପିଲା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଦେଇଥିବା ବେଳେ ତନ୍ମଧ୍ୟରୁ ୧୭୫ଜଣ ଏ୧ ଗ୍ରେଡ ଅର୍ଥାତ୍ ୦.୫୬ ./. ପିଲା ପାଇଥିବା ଅତି ଖୁସିର କଥା।

ଏହି ପିଲାମାନେ ରୋଲ ମଡେଲ ସାଜି ଅନ୍ୟ ପିଲାମାନଙ୍କୁ ପ୍ରେରଣା ଦେବାସହ କଠିନ ପରିଶ୍ରମ, ଅଧ୍ୟବସାୟ ସେମାନଙ୍କୁ ଏ୧ ଗ୍ରେଡ ଉର୍ଦ୍ଧରୁ ଉର୍ଦ୍ଧକୁ ନେଇ ସେମାନଙ୍କୁ ଦେଶ ବିଦେଶରେ ପରିଚିତ କରିବାସହ, ପିତାମାତା, ଶିକ୍ଷକ ଶିକ୍ଷୟତ୍ରୀ, ବୁଦ୍ଧିଜୀବୀ, ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ, ରାଜ୍ୟ ଓ ରାଷ୍ଟ୍ରର ନାମ କୁ ଟେକ ରଖି ଡ . ସାର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଙ୍କ ଶିକ୍ଷାର ଅର୍ଥ ନିଜର ସମ୍ପୁର୍ଣ୍ଣ ପରିପୂର୍ଣ୍ଣ ବ୍ୟକ୍ତିତ୍ଵ ବିକାଶ କରାଇ ବିକଶିତ ଓଡ଼ିଶା @୨୦୩୬ ଓ ବିକଶିତ ଭାରତ @2୦୪୭ ର ସ୍ବପ୍ନ ସାକାର କରିବାକୁ ପ୍ରକାଶ କରିଥିଲେ।

ସେହିପରି ପିତାମାତା ପିଲାର ପ୍ରଥମ ଗୁରୁ ହୋଇଥିବା ବେଳେ ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଦାନ ର ଗୁରୁ ହୋଇଥାନ୍ତି। ପ୍ରତ୍ୟେକ ଶିକ୍ଷକ ୪୫/୫୦ ମିନିଟ ଏକ ପିରିଅଡରେ ଯାହା ପଢ଼ାନ୍ତି ତାହା ରାଷ୍ଟ୍ର ନିର୍ମାଣରେ ଶ୍ରେଷ୍ଠ କର୍ତ୍ତବ୍ୟ ଅଟେ ବୋଲି ସ୍ପଷ୍ଟୋକ୍ତି ବ୍ୟକ୍ତ କରିଥିଲେ। ବ୍ୟକ୍ତିର ସର୍ବାଙ୍ଗୀନ ବିକାଶ ହିଁ ଶିକ୍ଷା। ଏଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ ସେମାନଙ୍କ ମଧ୍ୟରେ ଥିବା ନିଜର ପ୍ରତିଭା ଅନୁଯାୟୀ ବଡ଼ ସ୍ବପ୍ନ ଦେଖିବାସହ ପିତାମାତା ମାନେ ପିଲାମାନଙ୍କ ସ୍ବପ୍ନକୁ ସାର୍ଥକ କରିବାକୁ ସୁଯୋଗ ଦେବାକୁ ଆହ୍ଵାନ ଦେଇଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସନ୍ନିକଟ ଠାରେ ନୂତନ ଲାଇବ୍ରେରୀ ଗୃହ ଓ କୋଚିଙ୍ଗ କେନ୍ଦ୍ରର ଶୁଭ ଶିଳାନ୍ୟାସ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣା, ମୁଖ୍ୟଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ଖୋର୍ଦ୍ଧା ପଂଚାୟତ ସମିତି ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାମନ୍ତରାୟ, ଜିଲ୍ଲା ପରିଷଦ ସଦସ୍ୟ ପ୍ରଫୁଲ୍ଲ କୁମାର ଦଳାଇ, ଖୋର୍ଦ୍ଧା ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରସନ୍ନ କ୍ଷୀରାଦ୍ଵି ତନୟା ସାହୁ, ପ୍ରମୁଖ ଯୋଗ ଦେଇଥିଲେ।

ହାବେଳୀ ପଡ଼ିଆରେ ସଭାପତି ଭାଷଣରେ ଜିଲ୍ଲା ପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଚଞ୍ଚଳ ରାଣା ନିଜ ଅଭିଭାଷଣରେ କହିଲେ ଯେ, ଆଜି ଯେଉଁ ୧୭୫ ଏ-୧ ଗ୍ରେଡ ପିଲା ସମ୍ବର୍ଦ୍ଧିତ ହେଉଛନ୍ତି ସେମାନେ ଭାବିବା ଦରକାର କି ନିଜର ଅଧ୍ୟବସାୟ ଯୋଗୁଁ ତାହା ସମ୍ଭବ ହୋଇ ପାରିଛି କିନ୍ତୁ ସେମାନେ ଭାବିବା ଦରକାର କି ଶିକ୍ଷାର ବିଶ୍ଵ ରୁପାନ୍ତରିକରଣ ଦ୍ଵାରା ସେମାନଙ୍କୁ ସଦା ସର୍ବଦା ଆଗକୁ ଯାଇ ନିଜର ପ୍ରତିଭାକୁ ପ୍ରସ୍ଫୁଟିତ କରିବାକୁ ହେଲେ ପରିଶ୍ରମ, ଶୃଙ୍ଖଳା ଓ ନମ୍ରତା ଦ୍ଵାରା ଉତ୍ତମ ନାଗରିକ ହୋଇ ବିକଶିତ ଓଡ଼ିଶା @2036 କୁ ସାକାର କରନ୍ତୁ।

ଜିଲ୍ଲା ପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀ ରାଣୀ ଗୁମାନ ସିଂ ଯୋଗଦେଇ କହିଲେ ଯେ ପିଲା ମାନେ ପିତାଙ୍କ ଠାରୁ ସଂଘର୍ଷ ଓ ମାତାଙ୍କ ଠାରୁ ସଂସ୍କାର ଶିଖି ଥାଆନ୍ତି। ସମସ୍ତ ପିଲାମାନେ କଠିନରୁ କଠିନ ପରିଶ୍ରମ କରି ନିଜ ଜୀବନର ଲକ୍ଷ୍ୟ ହାସଲ କରିବା ପାଇଁ ପରାମର୍ଶ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଯୋଗଦେଇ ଶିକ୍ଷାର ଲକ୍ଷ୍ୟ ଚରିତ୍ର ନିର୍ମାଣ, ଶିକ୍ଷାର ଲକ୍ଷ୍ୟ ଖୁସି,ଏଣୁ କୃତିମ ବୁଦ୍ଧିମତା ଓ ନିଜର ଅଧ୍ୟବସାୟ ପାରଦର୍ଶିତା ବଜାୟ ରଖିଲେ ପ୍ରତ୍ୟେକ ପିଲା ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ ବୋଲି ବକ୍ତର୍ବ୍ୟ ରଖିଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି ଯୋଗଦେଇ ବିକାଶ ମେଳା ର ସମସ୍ତ ସଫଳତା କାମନା କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ମୁଖ୍ୟ ଅତିଥି ମାନ୍ୟବର ସାଂସଦ ଏବଂ ସଭାପତି ଜିଲ୍ଲାପାଳ ଏବଂ ସମ୍ମାନିତ ଅତିଥି ମାନଙ୍କୁ ଉତ୍ତରୀୟ ଓ ଚାରା କୁଣ୍ଡ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ ଓ ପିଲା ମାନଙ୍କ ଉଜ୍ଜ୍ୱଳ ମୟ ଭବିଷ୍ୟତ କାମନା କରିଥିଲେ।

ସେହିପରି ସଭା ଆରମ୍ଭରେ ଓଡ଼ିଶା ଜାତୀୟ ଆଞ୍ଚଳିକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା ର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିବା ସହ ଭୁବନେଶ୍ୱର ମହାନଗର ନିଗମ ଏବଂ ଖୋର୍ଦ୍ଧା ଜିଲ୍ଲା ଟପର ସୌରଜିତ ପ୍ରଧାନ,ବାଲି ପାଟଣା ବ୍ଲକ୍ ଟପର ବିଷ୍ଣୁ ପ୍ରସାଦ ଜେନା, ବାଲିଅନ୍ତା ବ୍ଲକ ଟପର ବିଶ୍ୱଜିତ୍ ସିଂହ, ବେଗୁନିଆ ବ୍ଲକ୍ ଟପର ରୂପାଲି ରାଉତରାୟ, ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ସୌମ୍ୟାଷ୍ରି ଦାଶ, ଖୋର୍ଦ୍ଧା ବ୍ଲକ ଟପର ଜ୍ୟୋତିର୍ମୟୀ ଛୁଆଳ ସିଂହ,ଦେବୀ ପ୍ରସାଦ ସାହୁ, ବାଣପୁର ବ୍ଲକ ଟପର ଚନ୍ଦନ ସ୍ବାଇଁ, ଟାଙ୍ଗୀ ବ୍ଲକ ଟପର ସାଇ ପ୍ରଜ୍ଞା ସାହୁ, ବୋଲଗଡ଼ ବ୍ଲକ୍ ଟପର ଅଂଶୁମାନ ବେହେରା, ଜଟଣୀ ବ୍ଲକ୍ ଟପର ଅଙ୍କିତା ମହାକୁଡ଼ ଓ ଚିଲିକା ବ୍ଲକ ଟପର ଅନନ୍ୟା ନରେନ୍ଦ୍ର ସିଂହ ବର୍ମା ଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ମୁଖ୍ୟ ଅତିଥି ଓ ଅତିଥିମାନେ ପିଲାମାନଙ୍କ ମତାମତ ସମ୍ବର୍ଦ୍ଧିତ ପୁସ୍ତିକା “ଆମ ତାରକା, ସଫଳତାର କଥା”ଉନ୍ମୋଚନ କରିଥିଲେ।

ସେହିପରି କାର୍ଯ୍ୟକ୍ରମ ସହ ପ୍ରାୟୋଜକ ସଂସ୍ଥା ଓ ଅନୁଷ୍ଠାନ ସୂର୍ଯ୍ୟ ପ୍ରଭା ଫାଉଣ୍ଡେସନ ଓ ସାଇ ଇଣ୍ଟର ନାସନାଲ ସ୍କୁଲ ର ମୁଖ୍ୟ ଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଜ୍ଞା ପାରମିତା ଜେନା ଧନ୍ୟ ବାଦ ପ୍ରଦାନ କରିଥିଲେ।

ସଭା କାର୍ଯ୍ୟ ପରିଚାଳନାରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷା ସଂଘ ସଭାପତି ପ୍ରସନ୍ନ କୁମାର ମହାପାତ୍ର, ଜିଲ୍ଲା କନିଷ୍ଠ ରେଡକ୍ରସ ଅଧିକାରୀ,ତୋଫାନ କୁମାର ରାଉତରାୟ, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଦିଲ୍ଲୀପ କୁମାର ମୋଦୀ, ବରିଷ୍ଠ ବିଜ୍ଞାନ ଶିକ୍ଷକ ଅଜୟ କୁମାର ବରାଡ, ଅନୁସୂଚିତ ଜାତି ଓ ଜନଜାତି ଜିଲ୍ଲା ସଂଯୋଜିକା ସୁନିତା ପଟ୍ଟନାୟକ, ଖୋର୍ଦ୍ଧା ଜିଲ୍ଲା ଓସ୍ତା ସମ୍ପାଦକ, ସୁଧାକର ମହାପାତ୍ର, ପ୍ରଧାନ ଶିକ୍ଷକ,ବି. ଜେ. ବି. ହାଇସ୍କୁଲ, ବିଷ୍ଣୁ ପ୍ରସାଦ ସେନାପତି, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ, ଖୋର୍ଦ୍ଧା, ଭରତ ଚନ୍ଦ୍ର ପ୍ରଧାନ, ସନ୍ଧ୍ୟା ବତୀ ଲେଙ୍କା, ବ୍ଲକ୍ ସାଧନ କେନ୍ଦ୍ର ସଂଜୋଜିକା, ସରୋଜ କୁମାର ସିଂ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିଜୟ କୁମାର ବେହେରା, ରସ୍ମିବାଳା ପରିଡ଼ା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ରାଜ୍ୟ ଶିକ୍ଷକ ମହାସଂଘ ଉପସଭାପତି ତଥା ଖୋର୍ଦ୍ଧା ଜିଲ୍ଲା ସଭାପତି ଅଗାଧୁ ସେଠୀ ପ୍ରମୁଖ ଯୋଗଦେଇ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଆଞ୍ଚଳିକ ସାଧନ ଶିକ୍ଷା ସଂଯୋଜକ,ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ କର୍ମଚାରୀ, ସମଗ୍ର ଶିକ୍ଷା କାର୍ଯ୍ୟାଳୟ କର୍ମଚାରୀ, ଛାତ୍ର ଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ ସମୂହ ଯୋଗଦାନ କରିଥିଲେ। ମଞ୍ଚ ଉପସ୍ଥାପିକା ରେ ରେବତୀ ପଣ୍ଡା ଏବଂ ପ୍ରିତିନନ୍ଦା ମହାରଥା କାର୍ଯ୍ୟ ନିର୍ବାହ କରିଥିଲେ। ଦିବସରେ ଅପରାହ୍ନରେ ଆକର୍ଷଣୀୟ ଶିକ୍ଷା, ସୂଚନା ଓ ମନୋରଞ୍ଜନ ଧର୍ମି ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା।

ସନ୍ଧ୍ୟାରେ ବିଶିଷ୍ଟ ନାଟ୍ୟକାର ଡ. ଧୀରେନ୍ଦ୍ର ନାଥ ମଲ୍ଲିକ, ଶତାଦ୍ଦୀର କଳାକାର ଅନୁଷ୍ଠାନ ଦ୍ଵାରା ଐତିହାସିକ ଚେତନା ଧର୍ମୀ ନାଟକ “ମହା ସଂଗ୍ରାମର ମହା ନାୟକ,ବକ୍ସି ଜଗବନ୍ଧୁ”ପରିବେଷଣ ସହ ସୌରି ବନ୍ଧୁ ଜେନା ଓ ସାଥିଙ୍କ ଦ୍ଵାରା ପାରମ୍ପାରିକ ଘୋଡାନାଚ ପରିବେଷଣ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିକଶିତ ଭାରତ ୨୦୪୭: ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ସମ୍ମାନରେ ସୋଆ ସମ୍ମାନିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟକୁ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ‘ଏକ୍ସିଲେନ୍ସ ଇନ୍ ଦ ଫିଲ୍ଡ ଅଫ୍ ଏଜୁକେସନ୍‌’ ସମ୍ମାନରେ ସମ୍ମାନିତ କରାଯାଇଛି। ନ୍ୟୁଜ ଚ୍ୟାନେଲ୍ ଭାରତ ଟ୍ୱେଂଟି ଫୋର ପକ୍ଷରୁ ନିକଟରେ ନୁଆଦିଲ୍ଲୀ ଠାରେ ଆୟୋଜିତ ବିକଶିତ ଭାରତ ୨୦୪୭, ଭିଜନ ଅଫ୍ ନ୍ୟୁ ଇଣ୍ଡିଆ କନ୍‌କ୍ଲେଭ୍‌ରେ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ବିଭାଗ ମନ୍ତ୍ରୀ ନୀତିନ୍ ଗଡ଼କରୀ ଏହି ସମ୍ମାନ ପ୍ରଦାନ କରିଛନ୍ତି।

ସୋଆ ପକ୍ଷରୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଲୋକସମ୍ପର୍କ ଅଧିକାରୀ ଶୁଭଦର୍ଶିନୀ ମିଶ୍ର ଶ୍ରୀ ଗଡ଼କରୀଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ। ଏହି ଅବସରରେ ଭାରତ ଟ୍ୱେଂଟି ଫୋରର ସିଇଓ ତଥା ଏଡିଟ୍‌ର ଇନ୍ ଚିଫ୍ ଜଗଦୀଶ ଚନ୍ଦ୍ର ଏବଂ ଚିଫ୍ ବିଜିନେସ୍ ଅଫିସର ମନୋଜ ଜିଜ୍ଞାସୀ ଉପସ୍ଥିତ ଥିଲେ। ସମ୍ମାନ ପ୍ରଦାନ ସମୟରେ ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଓଏସ୍‌ଡି ପ୍ରୀତମ ନାୟକ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ନନ୍ଦ ବିଶ୍ୱବିଦ୍ୟାଳୟ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିବା ସହ ବିକଶିତ ଭାରତ ୨୦୪୭ ପରିପ୍ରେକ୍ଷୀରେ ସୋଆର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମରେ ଛତିଶଗଡ଼ର ଉପ ମୁଖ୍ୟମନ୍ତ୍ରୀ ଅରୁଣ ସାଓ, ଉତରପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ଫଡସେ ଏବଂ ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଅବନୀଶ ଅବସ୍ଥି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

‘ବିକଶିତ ଓଡ଼ିଶା @୨୦୩୬’ ଡକ୍ୟୁମେଣ୍ଟ ପ୍ରସ୍ତୁତି ନିମନ୍ତେ ଗଠନ ହେଲା କମିଟ, ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ

ଭୁବନେଶ୍ବର: ୨୦୩୬ ମସିହାରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ଏବଂ ଭାରତର ବିକାଶ ଯାତ୍ରାରେ ନିଜର ସ୍ୱତନ୍ତ୍ର ପରିଚୟ ଓ ଅବଦାନର ଏକ ଶତାବ୍ଦୀ ପାଳନ କରିବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ବିକଶିତ ଓଡ଼ିଶା ‘ବିକଶିତ ଓଡ଼ିଶା @୨୦୩୬’ ଡକ୍ୟୁମେଣ୍ଟ ପ୍ରସ୍ତୁତି ନିମନ୍ତେ ଗଠନ ହେଲା କମିଟ। ମୁଖ୍ୟ ଶାସନ ସଚିବ ଏହାର ଅଧ୍ୟକ୍ଷ ଅଛନ୍ତି।

ରାଜ୍ୟର ଅନନ୍ୟ ଅନ୍ତର୍ନିହିତ ଶକ୍ତିକୁ ପୁଞ୍ଜି କରି ଆଗାମୀ ଦିନରେ ସମୁଖୀନ ହେବାକୁ ଥିବା ଆହ୍ୱାନ ଗୁଡିକର ମୁକାବିଲା ପାଇଁ “ବିକଶିତ ଭାରତ@୨୦୪୭ ପାଇଁ ବିକଶିତ ଓଡ଼ିଶା @୨୦୩୬” ଶୀର୍ଷକ ଦସ୍ତାବିଜ ପ୍ରସ୍ତୁତି ନିମନ୍ତେ ଏକ ଦୂରଦୃଷ୍ଟି ସମ୍ପନ୍ନ କାର‌୍ୟ୍ୟଧାରା (ଭିଜନିଂ ଏକ୍ସରସାଇଜ) ହାତକୁ ନିଆଯାଉଛି ।

ବିକଶିତ ଓଡ଼ିଶା @ ୨୦୩୬ ପାଇଁ ପ୍ରସ୍ତୁତ ହେବାକୁ ଥିବା ଏହି ଦୂରଦୃଷ୍ଟି ସମ୍ପନ୍ନ ମାର୍ଗଦର୍ଶିକା ବିକଶିତ ଭାରତ @ ୨୦୪୭ ର ଜାତୀୟ ଆକାଂକ୍ଷା ସହିତ ସଂଯୋଜିତ ହେବ । ବିକଶିତ ଭାରତ@୨୦୪୭ ର ମୂଳ ଦୃଷ୍ଟିକୋଣ ହେଉଛି ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା, ଯାହା ନିରନ୍ତର ଅଭିବୃଦ୍ଧି, ବୈଷୟିକ ବିକାଶ ତଥା ସାମାଜିକ ଅନ୍ତର୍ଭୂକ୍ତି ଦ୍ୱାରା ହିଁ ସମ୍ଭବ ହୋଇପାରିବ । ଏହି ପରିପ୍ରେକ୍ଷୀରେ “ବିକଶିତ ଭାରତ @୨୦୪୭ ପାଇଁ ବିକଶିତ ଓଡ଼ିଶା ଅ୨୦୩୬” ଶୀର୍ଷକ ଏକ ଭିଜନ ଡକ୍ୟୁମେଣ୍ଟ ଏକ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ଆବଶ୍ୟକୀୟ ଢାଞ୍ଚା ପ୍ରସ୍ତୁତ କରିବ ।

ପ୍ରଧାନମନ୍ତ୍ରୀ ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଭାରତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ବିକାଶର ରାସ୍ତାରେ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ସଙ୍ଗେ ସଙ୍ଗେ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନର ସ୍ୱପ୍ନ ରଖି ପ୍ରତିବଦ୍ଧତାର ସହ କାର‌୍ୟ୍ୟ କରିବାକୁ ଓଡ଼ିଶା ସରକାର ସଂକଳ୍ପବଦ୍ଧ ।

ଏହି ପ୍ରକ୍ରିୟାକୁ ଆଗକୁ ନେବାପାଇଁ ଓଡ଼ିଶାରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ପରିଚାଳନା କମିଟି ଗଠନ କରାଯାଇଛି । ଏଥିରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ ରହିଥିବା ବେଳେ ସଦସ୍ୟ ଭାବରେ ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳ ସମ୍ପଦ ବିଭାଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ,ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଇସ୍ପାତ ଏବଂ ଖଣି ବିଭାଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପର‌୍ୟ୍ୟଟନ ବିଭାଗଙ୍କ ସହିତ ଶିଳ୍ପ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବୃନ୍ଦ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର କମିଶନର-ତଥା-ସଚିବମାନେ ସଦସ୍ୟ ରହିଛନ୍ତି । ଏହି କମିଟିରେ ଯୋଜନା ଓ ସଂଯୋଜନ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ସଦସ୍ୟ ଆବାହକ ରହିଛନ୍ତି ।

ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବାକୁ ପରିଚାଳନା କମିଟି ମାର୍ଗଦର୍ଶନ ପ୍ରଦାନ କରିବେ । କମିଟି ନିଜସ୍ୱ କାର‌୍ୟ୍ୟ ପ୍ରଣାଳୀ ପ୍ରସ୍ତୁତ କରିବା ସହ ନିୟମିତ ବ୍ୟବଧାନରେ ବୈଠକ କରିବା ସହ ଆବଶ୍ୟକତା ଅନୁଯାୟୀ ବିଶିଷ୍ଟ ନାଗରିକ, ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ, ବୁଦ୍ଧିଜୀବୀ, ପ୍ରବାସୀ ଓଡ଼ିଆ ଏବଂ ବିଶେଷଜ୍ଞଙ୍କୁ ଏହି ବୈଠକରେ ଯୋଗଦେବାକୁ କମିଟି ନିମନ୍ତ୍ରଣ କରିପାରିବେ ।

“ବିକଶିତ ଭାରତ @୨୦୪୭ ପାଇଁ ବିକଶିତ ଓଡ଼ିଶା @୨୦୩୬” ଶୀର୍ଷକ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ସଚିବସ୍ତରୀୟ କ୍ଷେତ୍ରୀୟ ଗୋଷ୍ଠୀ (ସେକ୍ଟରାଲ ଗୃପ) ବିଭିନ୍ନ ତଥ୍ୟ ଭିତ୍ତିକ ବିଶ୍ଳେଷଣ ଓ ପ୍ରମାଣ ଦ୍ବାରା ବିଭିନ୍ନ କ୍ଷେତ୍ରରେ ରହିଥିବା ସୁବିଧା ସୁଯୋଗର ସୁବିନିଯୋଗ ଓ ଆହ୍ୱାନ ସମୂହର ମୁକାବିଲା ପାଇଁ ପରିଚାଳନା କମିଟିକୁ ଆବଶ୍ୟକ ପରାମର୍ଶ ଦେବେ ।

ଏଥିପାଇଁ ୬ଟି ସଚିବସ୍ତରୀୟ କ୍ଷେତ୍ରୀୟ ଗୋଷ୍ଠୀ କାର‌୍ୟ୍ୟକରିବ । ସେଗୁଡ଼ିକ ହେଲା- ସଚିବସ୍ତରୀୟ କ୍ଷେତ୍ରୀୟ ଗୋଷ୍ଠୀ- (୧) ‘ଅର୍ଥନୀତି, ଶିଳ୍ପ ଏବଂ ଭିତ୍ତିଭୂମି’ ସମ୍ବନ୍ଧୀୟ (୨) ‘ସାମାଜିକ ଏବଂ ମାନବ ବିକାଶ’ (୩) ‘ସଂସ୍କୃତି ଓ ଐତିହ୍ୟ’(୪) ‘ପ୍ରଯୁକ୍ତି ଏବଂ ନବସୃଜନ’ (୫) ‘ସୁଶାସନ’ ଏବଂ (୬ ) ‘ଗ୍ରାମୀଣ ରୂପାନ୍ତରଣ ।

ଏହି ସମସ୍ତ କ୍ଷେତ୍ରୀୟ ଗୋଷ୍ଠୀ ନିଜ କ୍ଷେତ୍ରରେ ଥିବା ଆହ୍ୱାନଗୁଡିକର ବିଶ୍ଳେଷଣ କରିବେ ଏବଂ ଭିଜନ ଡକ୍ୟୁମେଣ୍ଟରେ ପରିକଳ୍ପିତ ଲକ୍ଷ୍ୟ ହାସଲ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବେ । ତତ୍ ସହିତ ପ୍ରତ୍ୟେକ କ୍ଷେତ୍ରୀୟ ଗୋଷ୍ଠୀ ନିଜ ନିଜର ନିର୍ଦ୍ଦିଷ୍ଟ କ୍ଷେତ୍ର ନିମନ୍ତେ ପ୍ରସ୍ତାବିତ ପରିକଳ୍ପିତ ଲକ୍ଷ୍ୟ ହାସଲ ପାଇଁ ଏକ ମାର୍ଗଦର୍ଶିକା ( ରୋଡ୍ ମ୍ୟାପ୍ ) ପ୍ରସ୍ତୁତ କରିବେ। ପ୍ରତ୍ୟେକ କ୍ଷେତ୍ରୀୟ ଗୋଷ୍ଠୀ ନିଜ ନିଜ କ୍ଷେତ୍ରର ପ୍ରସ୍ତୁତି ପ୍ରକ୍ରିୟା ଶେଷ କରି ସେମାନଙ୍କର ବିବରଣୀକୁ ଏହି ସଂକଳ୍ପ ଜାରି ହେବାର ୪ ମାସ ମଧ୍ୟରେ ଦାଖଲ କରିବେ।

ଯୋଜନା ଏବଂ ସଂଯୋଜନ ବିଭାଗ, ଗଠିତ ପରିଚାଳନା କମିଟି ଏବଂ ସଚିବସ୍ତରୀୟ କ୍ଷେତ୍ରୀୟ ଗୋଷ୍ଠୀମାନଙ୍କୁ ଆବଶ୍ୟକୀୟ କାର୍ଯ୍ୟକାରିତା ସହଯୋଗ ପ୍ରଦାନ କରିବ ।

Categories
ଆଜିର ଖବର ଜାତୀୟ ଖବର

ଲାଲକିଲ୍ଲାରୁ ୭୮ତମ ସ୍ୱାଧୀନତା ଦିବସ ଉତ୍ସବ: ଭବ୍ୟ ସମାରୋହ ପାଇଁ ପ୍ରାୟ ୬୦୦୦ ସ୍ବତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୫, ୨୦୨୪ରେ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ୭୮ତମ ସ୍ୱାଧୀନତା ଦିବସ ପାଳନ କରିବାରେ ଦେଶବାସୀଙ୍କ ନେତୃତ୍ୱ ନେବେ। ସେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଏହି ସ୍ମାରକୀର ପ୍ରାଚୀରରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପାରମ୍ପରିକ ଅଭିଭାଷଣ ଦେବେ। ଚଳିତ ବର୍ଷର ସ୍ୱାଧୀନତା ଦିବସର ବିଷୟବସ୍ତୁ ହେଉଛି ବିକଶିତ ଭାରତ @ ୨୦୪୭ । ଏହି ଉତ୍ସବ ୨୦୪୭ ସୁଦ୍ଧା ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ ସରକାରଙ୍କ ପ୍ରୟାସକୁ ଏକ ନୂତନ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ।

 ସ୍ବତନ୍ତ୍ର ଅତିଥି

ଜାତୀୟ ଉତ୍ସାହର ଏହି ପର୍ବରେ ଜନଭାଗିଦାରୀକୁ ବଢ଼ାଇବା ଉଦ୍ଦେଶ୍ୟରେ ଚଳିତ ବର୍ଷ ଲାଲକିଲ୍ଲାରେ ଉତ୍ସବ ଦେଖିବା ପାଇଁ ପ୍ରାୟ ୬ ହଜାର ସ୍ବତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ଯୁବକ, ଆଦିବାସୀ ସମ୍ପ୍ରଦାୟ, କୃଷକ, ମହିଳା ଓ ଅନ୍ୟାନ୍ୟ ସ୍ବତନ୍ତ୍ର ଅତିଥି ଭାବେ ପରିଚିତ ଏହି ବ୍ୟକ୍ତିମାନେ ବିଭିନ୍ନ ସରକାରୀ ଯୋଜନା/ପ୍ରୋତ୍ସାହନ ସହାୟତାରେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଅଟଳ ଇନୋଭେସନ ମିଶନ ଏବଂ ପିଏମ୍‍ ଶ୍ରୀ (ବିକଶିତ ଭାରତ ପାଇଁ ପ୍ରଧାନମନ୍ତ୍ରୀ ବିଦ୍ୟାଳୟ) ଯୋଜନାର ଉପକୃତ ଛାତ୍ରଛାତ୍ରୀ ଏବଂ ‘ମେରି ମାଟି ମେରା ଦେଶ’ ଅଧୀନରେ ମେରା ଯୁବ ଭାରତ (ମାଇଁ ଭାରତ) ଏବଂ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀମାନେ ଯୋଗ ଦେବେ । ଅତିଥିମାନଙ୍କ ମଧ୍ୟରେ ଆଦିବାସୀ କାରିଗର/ବନ ଧନ ବିକାଶ ସଦସ୍ୟ ଏବଂ ଜାତୀୟ ଅନୁସୂଚିତ ଜନଜାତି ଅର୍ଥ ଓ ଉନ୍ନୟନ ନିଗମ ଦ୍ୱାରା ଅନୁଦାନପ୍ରାପ୍ତ ଆଦିବାସୀ ଉଦ୍ୟୋଗୀମାନେ ଏବଂ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ହିତାଧିକାରୀ ଏବଂ କୃଷକ ଉତ୍ପାଦନକାରୀ ସଂଗଠନର ପ୍ରତିନିଧିମାନେ ଯୋଗଦେବେ।

ସ୍ୱୀକୃତିପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ (ଆଶା), ସହାୟକ ନର୍ସ ମିଡୱାଇଫ (ଏଏନଏମ) ଏବଂ ଅଙ୍ଗନୱାଡି କର୍ମୀ; ନିର୍ବାଚିତ ମହିଳା ପ୍ରତିନିଧି; ସଂକଳ୍ପର ହିତାଧିକାରୀ: ମହିଳା ସଶକ୍ତିକରଣ କେନ୍ଦ୍ର, ଲକ୍ଷପତି ଦିଦି ଓ ଡ୍ରୋନ୍ ଦିଦି ଯୋଜନା ଏବଂ ସଖୀ କେନ୍ଦ୍ର ଯୋଜନା; ଏବଂ ଶିଶୁ କଲ୍ୟାଣ ସମିତି ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର କର୍ମକର୍ତ୍ତାମାନେ ମଧ୍ୟ ଏହି ଉତ୍ସବ ଦେଖିବେ।

ନିକଟରେ ଶେଷ ହୋଇଥିବା ପ୍ୟାରିସ୍ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଭାରତୀୟ ଦଳକୁ ମଧ୍ୟ ଏହି ଉତ୍ସବରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି । ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ପ୍ରତ୍ୟେକ ବ୍ଲକରୁ ଜଣେ ଅତିଥି; ସୀମା ସଡ଼କ ସଂଗଠନର କର୍ମକର୍ତ୍ତା; ପ୍ରେରଣା ସ୍କୁଲ କାର୍ଯ୍ୟକ୍ରମର ଛାତ୍ରଛାତ୍ରୀ; ଏବଂ ପ୍ରାଥମିକତା କ୍ଷେତ୍ର ଯୋଜନାରେ ସଫଳତା ହାସଲ କରିଥିବା ଗ୍ରାମ ପଞ୍ଚାୟତର ସରପଞ୍ଚମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ।

ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ପାରମ୍ପରିକ ପୋଷାକ ପିନ୍ଧି ପ୍ରାୟ ୨୦୦୦ ଲୋକଙ୍କୁ ଏହି ଭବ୍ୟ ସମାରୋହ ଦେଖିବା ପାଇଁ ନିମନ୍ତ୍ରଣ କରାଯାଇଛି। ମାଇଁଗଭ ଏବଂ ଆକାଶବାଣୀର ମିଳିତ ସହଯୋଗରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ବିଭିନ୍ନ ଅନଲାଇନ୍ ପ୍ରତିଯୋଗିତାର ୩ ହଜାର (୩୦୦୦) ବିଜେତା ମଧ୍ୟ ଏହି ଉତ୍ସବରେ ଅଂଶଗ୍ରହଣ କରିବେ।

 ସମାରୋହ

ଲାଲକିଲ୍ଲାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ, ରକ୍ଷା ରାଜ୍ୟମନ୍ତ୍ରୀ ଶ୍ରୀ ସଞ୍ଜୟ ସେଠ ଏବଂ ପ୍ରତିରକ୍ଷା ସଚିବ ଶ୍ରୀ ଗିରିଧର ଅରମାନେ ସ୍ୱାଗତ କରିବେ । ପ୍ରତିରକ୍ଷା ସଚିବ ଦିଲ୍ଲୀ ଏରିଆର ଜେନେରାଲ ଅଫିସର କମାଣ୍ଡିଂ (ଜିଓସି) ଲେଫ୍ଟନାଣ୍ଟ ଜେନେରାଲ ଭବନୀଶ କୁମାର ପ୍ରଧାନମନ୍ତ୍ରୀଙ୍କୁ ପରିଚିତ କରାଇବେ। ଏହାପରେ ଦିଲ୍ଲୀ ଅଞ୍ଚଳର ଜିଓସି ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସଲାମ ସ୍ଥଳକୁ ନେଇଯିବେ, ଯେଉଁଠାରେ ଏକ ମିଳିତ ଆନ୍ତଃସେବା ଏବଂ ଦିଲ୍ଲୀ ପୋଲିସ ଗାର୍ଡ ପ୍ରଧାନମନ୍ତ୍ରୀଙ୍କୁ ସଲାମ ପ୍ରଦାନ କରିବେ । ଏହାପରେ ପ୍ରଧାନମନ୍ତ୍ରୀ ଗାର୍ଡ ଅଫ୍ ଅନର ପରିକ୍ରମଣ କରିବେ।

ପ୍ରଧାନମନ୍ତ୍ରୀଙ୍କ ପାଇଁ ଗାର୍ଡ ଅଫ୍ ଅନର ଦଳରେ ସେନା, ନୌସେନା,  ବାୟୁସେନା ଏବଂ ଦିଲ୍ଲୀ ପୋଲିସର ଜଣେ ଅଧିକାରୀ ଏବଂ ୨୪ ଜଣ ଲେଖାଏଁ ଯବାନ ରହିବେ । ଚଳିତ ବର୍ଷ ଭାରତୀୟ ନୌସେନା ହେଉଛି ସମନ୍ୱୟ ସେବା । ଗାର୍ଡ ଅଫ୍ ଅନରକୁ କମାଣ୍ଡର ଅରୁଣ କୁମାର ମେହେଟ୍ଟା ପରିଚାଳନା କରିବେ । ପ୍ରଧାନମନ୍ତ୍ରୀଙ୍କ ଗାର୍ଡରେ ଥିବା ସେନା ଦଳର ନେତୃତ୍ୱ ମେଜର ଅର୍ଜୁନ ସିଂହ, ଲେଫ୍ଟନାଣ୍ଟ କମାଣ୍ଡର ଗୁଲିଆ ଭବେଶ ଏନକେ ନୌସେନା ଦଳ ଏବଂ ସ୍କ୍ୱାଡ୍ରନ୍ ଲିଡର ଅକ୍ଷରା ଉନିଆଲ ବାୟୁସେନା ର ନେତୃତ୍ୱ ନେବେ। ଅତିରିକ୍ତ ଡିସିପି ଅନୁରାଗ ଦ୍ୱିବେଦୀଙ୍କ ନେତୃତ୍ୱରେ ଦିଲ୍ଲୀ ପୁଲିସ ଟିମ୍ ଗଠନ କରାଯାଇଛି।

ଗାର୍ଡ ଅଫ୍ ଅନର ପରିକ୍ରମଣ କରିବା ପରେ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାର ପ୍ରାଚୀରକୁ ଯିବେ ଯେଉଁଠାରେ ତାଙ୍କୁ ରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ, ରକ୍ଷା ରାଜ୍ୟମନ୍ତ୍ରୀ ଶ୍ରୀ ସଞ୍ଜୟ ସେଠ, ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ଅନିଲ ଚୌହାନ, ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ନୌସେନା ମୁଖ୍ୟ ଆଡମିରାଲ ଦୀନେଶ କେ ତ୍ରିପାଠୀ ଏବଂ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଭିଆର ଚୌଧୁରୀ ସ୍ୱାଗତ କରିବେ । ଜାତୀୟ ପତାକା ଉତ୍ତୋଳନ ପାଇଁ ଦିଲ୍ଲୀ ସ୍ଥିତ ଜିଓସି ପ୍ରଧାନମନ୍ତ୍ରୀଙ୍କୁ ମଞ୍ଚକୁ ପାଛୋଟିନେବେ ।

ଲେଫ୍ଟନାଣ୍ଟ ସଞ୍ଜିତ ସାଇନି ଜାତୀୟ ପତାକା ଉତ୍ତୋଳନରେ ପ୍ରଧାନମନ୍ତ୍ରୀଙ୍କୁ ସହଯୋଗ କରିବେ। ଏହା ୧୭୨୧ ଫିଲ୍ଡ ବ୍ୟାଟେରୀ (ସମାରୋହ)ର ବୀର ବନ୍ଧୁକଧାରୀମାନଙ୍କ ଦ୍ୱାରା ୨୧ ତୋପ ସଲାମ ସହିତ ସମନ୍ୱିତ ହେବ । ସ୍ୱଦେଶୀ ୧୦୫ ମିଲିମିଟର ଲାଇଟ୍ ଫିଲ୍ଡ ବନ୍ଧୁକ ବ୍ୟବହାର କରି ଆନୁଷ୍ଠାନିକ ସମାରୋହର ନେତୃତ୍ୱ ମେଜର ସବନିସ୍‍ କୌଶିକ ନେବେ ଏବଂ ବନ୍ଧୁକ ସ୍ଥିତି ଅଧିକାରୀ ହେବେ ନାଏବ ସୁବେଦାର (ଏଆଇଜି) ଅନୁତୋଷ ସରକାର ।

ଜାତୀୟ ପତାକା ଉତ୍ତୋଳନ ସମୟରେ ସେନା, ନୌସେନା ଓ ବାୟୁସେନାର ଜଣେ ଅଧିକାରୀ ଏବଂ ୩୨ ଜଣ ଲେଖାଏଁ ଏବଂ ଦିଲ୍ଲୀ ପୋଲିସର ୧୨୮ ଜଣ ଯବାନଙ୍କୁ  ନେଇ ଗଠିତ ନ୍ୟାସନାଲ ଫ୍ଲାଗ ଗାର୍ଡ ରାଷ୍ଟ୍ରୀୟ ଅଭିବାଦନ ପ୍ରଦାନ କରିବେ । କମାଣ୍ଡର ବିନୟ ଦୁବେ ଏହି ଇଣ୍ଟର ସର୍ଭିସ ଗାର୍ଡ ଏବଂ ପୋଲିସ ଗାର୍ଡର କମାଣ୍ଡରେ ରହିବେ ।

ନ୍ୟାସନାଲ ଫ୍ଲାଗ ଗାର୍ଡରେ ଥିବା ଆର୍ମି କଣ୍ଟିଜେଣ୍ଟର ନେତୃତ୍ୱ ମେଜର ଦୀନେଶ ନାଗନଗୋମ, ଲେଫ୍ଟନାଣ୍ଟ କମାଣ୍ଡର ସଚିନ ଧନଖଡ ନୌସେନା ଦଳ ଏବଂ ସ୍କ୍ୱାର୍ଡନ ଲିଡର ସିଏସ୍ ଶ୍ରବଣ ଦେବୈୟାଙ୍କ ଦ୍ୱାରା ବାୟୁସେନା କଣ୍ଟିଜେଣ୍ଟ ଦାୟିତ୍ୱ ତୁଲାଇବେ। ଅତିରିକ୍ତ ଡିସିପି ଅଚିନ ଗର୍ଗ ଦିଲ୍ଲୀ ପୁଲିସ ଟିମର ନେତୃତ୍ୱ ନେବେ।

ତ୍ରିରଙ୍ଗା ଉତ୍ତୋଳନ ପରେ ତ୍ରିରଙ୍ଗାକୁ ‘ରାଷ୍ଟ୍ରୀୟ ଅଭିବାଦନ’ ମିଳିବ । ଗୋଟିଏ ଜେସିଓ ଓ ଅନ୍ୟାନ୍ୟ ପଦବୀକୁ ନେଇ ଗଠିତ ପଞ୍ଜାବ ରେଜିମେଣ୍ଟ ମିଲିଟାରୀ ବ୍ୟାଣ୍ଡ ଜାତୀୟ ପତାକା ଉତ୍ତୋଳନ ସମୟରେ ଜାତୀୟ ସଙ୍ଗୀତ ବଜାଇ ‘ରାଷ୍ଟ୍ରୀୟ ଅଭିବାଦନ’ ପ୍ରଦାନ କରିବ ଏବଂ ସୁବେଦାର ମେଜର ରାଜେନ୍ଦ୍ର ସିଂ ଏହି ବ୍ୟାଣ୍ଡ ପରିଚାଳନା କରିବେ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ହେବା ମାତ୍ରେ ଲାଇନ୍ ଆଷ୍ଟର୍ନ ଫର୍ମେସନରେ ଭାରତୀୟ ବାୟୁସେନାର ଦୁଇଟି ଆଡଭାନ୍ସ ଲାଇଟ୍ ହେଲିକପ୍ଟର ଧ୍ରୁବ ଦ୍ୱାରା କାର୍ଯ୍ୟକ୍ରମ ସ୍ଥଳରେ ପୁଷ୍ପବର୍ଷା କରାଯିବ । ହେଲିକପ୍ଟରର କ୍ୟାପଟେନ୍‍ ରହିବେ ୱିଙ୍ଗକମାଣ୍ଡର ଅମ୍ବର ଅଗ୍ରୱାଲ ଏବଂ ୱିଙ୍ଗକମାଣ୍ଡର ରାହୁଲ ନୈନୱାଲ ।

ପୁଷ୍ପବର୍ଷା ପରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ତାଙ୍କ ଭାଷଣ ଶେଷରେ ନ୍ୟାସନାଲ କ୍ୟାଡେଟ କର୍ପସ (ଏନସିସି)ର କ୍ୟାଡେଟମାନେ ଜାତୀୟ ସଙ୍ଗୀତ ଗାନ କରିବେ । ଦେଶର ବିଭିନ୍ନ ବିଦ୍ୟାଳୟର ମୋଟ ୨୦୦୦ ବାଳକ ଓ ବାଳିକା କ୍ୟାଡେଟ୍ (ସେନା, ନୌସେନା ଓ ବାୟୁସେନା) ଏହି ଉତ୍ସବରେ ଅଂଶଗ୍ରହଣ କରିବେ ଏହି କ୍ୟାଡେଟମାନେ ରାମପାର୍ଟ ସମ୍ମୁଖ ଜ୍ଞାନପଥରେ ବସିବେ। ସେମାନେ ତ୍ରିରଙ୍ଗା କିଟ୍ ସହିତ ‘ମାଇଁ ଭାରତ ‘ ଲୋଗୋ ତିଆରି କରିବେ । ମୋଟ ୫୦୦ ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ସ୍ୱେଚ୍ଛାସେବୀ ମଧ୍ୟ ଅଂଶଗ୍ରହଣ କରିବେ ।

Categories
ଜାତୀୟ ଖବର ବିଶେଷ ଖବର

ନୀତି ଆୟୋଗର ନବମ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ନୀତି ଆୟୋଗର ନବମ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଅଧ୍ୟକ୍ଷତା କରିବେ। ଚଳିତ ବର୍ଷର ବିଷୟବସ୍ତୁ ହେଉଛି ‘ବିକଶିତ ଭାରତ@୨୦୪୭’, ଯେଉଁଥିରେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

ଗଭର୍ଣ୍ଣିଂ କାଉନସିଲ ବୈଠକରେ ବିକଶିତ ଭାରତ @୨୦୪୭ ଉପରେ ଭିଜନ ଡକ୍ୟୁମେଣ୍ଟ ପାଇଁ ଆପ୍ରୋଚ ପେପର ଉପରେ ଆଲୋଚନା ହେବ। ଏହି ବୈଠକର ଉଦ୍ଦେଶ୍ୟ ହେଉଛି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଭାଗିଦାରୀ ଶାସନ ଏବଂ ସହଯୋଗକୁ ପ୍ରୋତ୍ସାହିତ କରିବା, ସରକାରୀ ହସ୍ତକ୍ଷେପ ଗୁଡିକର ବିତରଣ ବ୍ୟବସ୍ଥାକୁ ସୁଦୃଢ଼ କରି ଉଭୟ ଗ୍ରାମୀଣ ଏବଂ ସହରାଞ୍ଚଳ ଜନସଂଖ୍ୟାର ଜୀବନଧାରଣର ଗୁଣବତ୍ତା ବୃଦ୍ଧି କରିବା। ଏହି ବୈଠକରେ ବିକଶିତ ଭାରତ @୨୦୪୭ ର ଲକ୍ଷ୍ୟ ହାସଲ କରିବାରେ ରାଜ୍ୟ ଗୁଡ଼ିକର ଭୂମିକା ଉପରେ ବିସ୍ତୃତ ଆଲୋଚନା ହେବ।

ଜିଡିପି ୫ ଟ୍ରିଲିୟନ ଆମେରିକୀୟ ଡଲାର ଅତିକ୍ରମ କରିବା ସହ ୨୦୪୭ ସୁଦ୍ଧା ୩୦ ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥନୀତିରେ ପହଞ୍ଚିବା ଲକ୍ଷ୍ୟ ରଖି ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି। ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ର ଲକ୍ଷ୍ୟ ହାସଲ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ମିଳିତ ଆଭିମୁଖ୍ୟର ଆବଶ୍ୟକତା ରହିଛି। ନବମ ଗଭର୍ଣ୍ଣିଂ କାଉନସିଲ ବୈଠକର ଉଦ୍ଦେଶ୍ୟ ହେଉଛି ଏହି ଦୃଷ୍ଟିକୋଣ ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିବା, କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ‘ଟିମ୍ ଇଣ୍ଡିଆ’ ଭାବରେ ଦଳଗତ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା।

ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ ୨୭ ରୁ ୨୯ ଡିସେମ୍ବର ୨୦୨୩ ମଧ୍ୟରେ ଅନୁଷ୍ଠିତ ମୁଖ୍ୟ ଶାସନ ସଚିବଙ୍କ ତୃତୀୟ ଜାତୀୟ ସମ୍ମିଳନୀର ସୁପାରିସ ଗୁଡିକ ଉପରେ ମଧ୍ୟ ଧ୍ୟାନ କେନ୍ଦ୍ରିତ କରିବ। ମୁଖ୍ୟ ଶାସନ ସଚିବଙ୍କ ତୃତୀୟ ଜାତୀୟ ସମ୍ମିଳନୀରେ ‘ଇଜ୍ ଅଫ୍ ଲିଭିଂ’/ ସହଜ ଜୀବନଯାପନ ଶୀର୍ଷକ ଅନୁସାରେ ନିମ୍ନଲିଖିତ ପାଞ୍ଚଟି ପ୍ରମୁଖ ବିଷୟବସ୍ତୁ ଉପରେ ସୁପାରିସ କରାଯାଇଥିଲା।

୧. ପାନୀୟ ଜଳ : ଉପଲବ୍ଧତା, ପରିମାଣ ଏବଂ ଗୁଣବତ୍ତା

୨. ବିଦ୍ୟୁତ୍‌ : ଗୁଣବତ୍ତା, ଦକ୍ଷତା ଏବଂ ବିଶ୍ୱସନୀୟତା

୩. ସ୍ୱାସ୍ଥ୍ୟ : ଉପଲବ୍ଧତା, ସୁଲଭତା ଏବଂ ଯତ୍ନର ଗୁଣବତ୍ତା

୪. ବିଦ୍ୟାଳୟ ଶିକ୍ଷା : ଉପଲବ୍ଧତା ଏବଂ ଗୁଣବତ୍ତା

୫. ଜମି ଓ ସମ୍ପତ୍ତି : ଉପଲବ୍ଧତା, ଡିଜିଟାଲୀକରଣ, ପଞ୍ଜୀକରଣ ଏବଂ ପରିବର୍ତ୍ତନ

ଏହାବ୍ୟତୀତ ସାଇବର ସୁରକ୍ଷା, ଆକାଂକ୍ଷୀ ଜିଲ୍ଲା ଓ ବ୍ଲକ କାର୍ଯ୍ୟକ୍ରମ, ରାଜ୍ୟ ଗୁଡ଼ିକର ଭୂମିକା ଏବଂ ଶାସନରେ ଏଆଇ ଉପରେ ଆଲୋଚନା ପାଇଁ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ମୁଖ୍ୟ ଶାସନ ସଚିବଙ୍କ ତୃତୀୟ ଜାତୀୟ ସମ୍ମିଳନୀରେ ମଧ୍ୟ ଆଲୋଚନା ହୋଇଥିଲା ।

ନୀତି ଆୟୋଗର ନବମ ଗଭର୍ଣ୍ଣିଂ କାଉନସିଲ ବୈଠକର ପ୍ରସ୍ତୁତି ପାଇଁ ଡିସେମ୍ବର ୨୦୨୩ ଶେଷରେ ତୃତୀୟ ମୁଖ୍ୟ ଶାସନ ସଚିବ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଏହି ପାଞ୍ଚଟି ପ୍ରମୁଖ ବିଷୟ ଉପରେ ବ୍ୟାପକ ଆଲୋଚନା ହୋଇଥିଲା । ଭାରତ ସରକାରଙ୍କ ସଚିବ ଏବଂ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନେ ଏହି ଢାଞ୍ଚାକୁ ନିର୍ଦ୍ଧାରଣ କରିବା ଏବଂ ‘ବିକଶିତ ଭାରତ ୨୦୪୭’ର ଏଜେଣ୍ଡା ପାଇଁ ପରାମର୍ଶ ପ୍ରଦାନ କରିବା ଦିଗରେ ପରାମର୍ଶ ପ୍ରକ୍ରିୟାର ଅଂଶ ବିଶେଷ ଥିଲେ ।

ପ୍ରଧାନମନ୍ତ୍ରୀ ହେଉଛନ୍ତି ନୀତି ଆୟୋଗର ଅଧ୍ୟକ୍ଷ । ଏଥିରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ଲେଫ୍ଟନାଂଟ ଗଭର୍ଣ୍ଣର, କାର୍ଯ୍ୟନିର୍ବାହୀ ସଦସ୍ୟ ଓ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ କେନ୍ଦ୍ର ମନ୍ତ୍ରୀ ଏବଂ ନୀତି ଆୟୋଗର ଉପାଧ୍ୟକ୍ଷ ଓ ସଦସ୍ୟମାନେ ଯୋଗଦେବେ ।

Categories
ବିଶେଷ ଖବର

‘ବିକଶିତ ଭାରତ@୨୦୪୭: ଯୁବବର୍ଗଙ୍କ ସ୍ୱର’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ବିକଶିତ ଭାରତ @୨୦୪୭: ଭଏସ୍ ଅଫ୍ ୟୁଥ୍ (ଯୁବବର୍ଗଙ୍କ ସ୍ୱର’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ବିଭିନ୍ନ ରାଜଭବନରେ ଆୟୋଜିତ କର୍ମଶାଳାରେ ବିଶ୍ୱବିଦ୍ୟାଳୟର କୁଳପତି, ଶିକ୍ଷାନୁଷ୍ଠାନ ମୁଖ୍ୟ ଏବଂ ଅଧ୍ୟାପକମାନଙ୍କୁ ସମ୍ବୋଧିତ କରିଥିଲେ।

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଆରମ୍ଭ କରି ବିକଶିତ ଭାରତର ବିକାଶ ପାଇଁ ଆଜିର କର୍ମଶାଳା ଆୟୋଜନ କରିଥିବାରୁ ସମସ୍ତ ରାଜ୍ୟପାଳଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ କହିଥିଲେ ଯେ ଏହି ସଂକଳ୍ପ ନେବା ପାଇଁ ଆଜି ଏକ ସ୍ୱତନ୍ତ୍ର ମୁହୂର୍ତ୍ତ । ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ହାସଲ କରିବାରେ ଦେଶର ଯୁବବର୍ଗଙ୍କୁ ମାର୍ଗଦର୍ଶନ ଦେବା ଦାୟିତ୍ୱରେ ଥିବା ସମସ୍ତ ଅଂଶୀଦାରଙ୍କୁ ଏକାଠି କରିବାରେ ରାଜ୍ୟପାଳମାନଙ୍କ ଅବଦାନକୁ ଶ୍ରୀ ମୋଦୀ ପ୍ରଶଂସା କରିଥିଲେ । ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ବିକାଶରେ ଶିକ୍ଷାନୁଷ୍ଠାନର ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଏକ ରାଷ୍ଟ୍ର କେବଳ ସେଠାକାର ଲୋକଙ୍କ ବିକାଶ ଦ୍ୱାରା ବିକଶିତ ହୋଇଥାଏ। ସାମ୍ପ୍ରତିକ ଯୁଗରେ ବ୍ୟକ୍ତିତ୍ୱ ବିକାଶର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଭଏସ୍ ଅଫ୍ ୟୁଥ୍ କର୍ମଶାଳାର ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କୌଣସି ରାଷ୍ଟ୍ରର ଜୀବନରେ ଇତିହାସ ଏକ ସମୟ ପ୍ରଦାନ କରିଥାଏ ଯେତେବେଳେ ଦେଶ ତା’ର ବିକାଶ ଯାତ୍ରାରେ ଦ୍ରୁତ ଗତିରେ ଅଗ୍ରଗତି କରିପାରିବ । ଭାରତ ପାଇଁ “ଏହି ଅମୃତ କାଳ ଜାରି ରହିଛି” ଏବଂ “ଭାରତର ଇତିହାସରେ ବର୍ତ୍ତମାନ ଏପରି ଏକ ସମୟ ଯେତେବେଳେ ଦେଶ ପ୍ରଗତି ଦିଗରେ ଏକ ବଡ଼ ଧରଣର ଲମ୍ଫ ପ୍ରଦାନ କରିବାକୁ ଯାଉଛି”। ସେ ନିକଟବର୍ତ୍ତୀ କେତେକ ଦେଶର ଉଦାହରଣ ଦେଇଥିଲେ ଯେଉଁମାନେ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ବ୍ୟାପକ ମାତ୍ରାରେ ପ୍ରଗତି ଦିଗରେ ଆଗକୁ ବଢ଼ି ବିକଶିତ ରାଷ୍ଟ୍ରରେ ପରିଣତ ହୋଇଥିଲେ। “ଭାରତ ପାଇଁ ଏହା ହେଉଛି ଉପଯୁକ୍ତ ସମୟ (ୟହି ସମୟ ହେ, ସହି ସମୟ ହୈ)”, ବୋଲି ଉଲ୍ଲେଖ କରି ସେ କହିଛନ୍ତି ଯେ ଏହି ଅମୃତ କାଳର ପ୍ରତ୍ୟେକ ମୁହୂର୍ତ୍ତକୁ ଉପଯୋଗ କରାଯିବା ଉଚିତ୍ ।

ସ୍ୱାଧୀନତା ପାଇଁ ଗୌରବମୟ ସଂଘର୍ଷକୁ ପ୍ରେରଣାର ଉତ୍ସ ଭାବେ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ । ତତ୍କକାଳନୀ ସମୟରେ ସତ୍ୟାଗ୍ରହ, ବିପ୍ଳବୀ ପଥ, ଅସହଯୋଗ, ସ୍ୱଦେଶୀ ଏବଂ ସାମାଜିକ ଓ ଶିକ୍ଷାଗତ ସଂସ୍କାର ଭଳି ପ୍ରତ୍ୟେକ ପ୍ରୟାସ ସ୍ୱାଧୀନତା ଦିଗରେ ଉଦ୍ଦିଷ୍ଟ ଥିଲା ବୋଲି ସେ କହିଥିଲେ। ଏହି ସମୟରେ କାଶୀ, ଲକ୍ଷ୍ନୌ, ବିଶ୍ୱ ଭାରତୀ, ଗୁଜରାଟ ବିଦ୍ୟାପୀଠ, ନାଗପୁର ବିଶ୍ୱବିଦ୍ୟାଳୟ, ଆନ୍ନାମଲାଇ, ଆନ୍ଧ୍ର ଏବଂ କେରଳ ବିଶ୍ୱବିଦ୍ୟାଳୟ ଦେଶର ଚେତନାକୁ ସୁଦୃଢ଼ କରିଥିଲେ । ଦେଶର ସ୍ୱାଧୀନତା ପାଇଁ ଉତ୍ସର୍ଗୀକୃତ ଯୁବଗୋଷ୍ଠୀର ଏକ ସମଗ୍ର ପିଢ଼ି ସୃଷ୍ଟି ହେଲା ଯାହାର ପ୍ରତ୍ୟେକ ପ୍ରୟାସ ସ୍ୱାଧୀନତା ଲକ୍ଷ୍ୟ ଦିଗରେ ଉଦ୍ଦିଷ୍ଟ ଥିଲା । ଆଜି ପ୍ରତ୍ୟେକ ଅନୁଷ୍ଠାନ ଓ ପ୍ରତ୍ୟେକ ବ୍ୟକ୍ତି ସଂକଳ୍ପ ନେଇ ଆଗକୁ ବଢ଼ିବା ଦରକାର ଯେ ପ୍ରତ୍ୟେକ ପ୍ରୟାସ ଓ କାର୍ଯ୍ୟ ବିକଶିତ ଭାରତ ପାଇଁ ହେବ । ଆପଣମାନଙ୍କ ଲକ୍ଷ୍ୟ, ତୁମର ସଂକଳ୍ପ କେବଳ ଗୋଟିଏ ହେବା ଉଚିତ୍ – ବିକଶିତ ଭାରତ”। ଭାରତକୁ ଦ୍ରୁତ ଗତିରେ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଉପାୟ ଖୋଜିବା ଏବଂ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବା ଦିଗରେ ଉନ୍ନତି ପାଇଁ ନିର୍ଦ୍ଦିଷ୍ଟ କ୍ଷେତ୍ର ଚିହ୍ନଟ କରିବା ଉପରେ ଶିକ୍ଷକ ଓ ବିଶ୍ୱବିଦ୍ୟାଳୟମାନେ ଚିନ୍ତା କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ‘ବିକଶିତ ଭାରତ’ର ମିଳିତ ଲକ୍ଷ୍ୟ ହାସଲ ଦିଗରେ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟର ଛାତ୍ର ଏବଂ ଯୁବକମାନଙ୍କ ଶକ୍ତିକୁ ନିୟୋଜିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ବିଚାରର ବିବିଧତାକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏକ ବିକଶିତ ଭାରତ ଗଠନ ଦିଗରେ ସମସ୍ତ ଧାରାକୁ ଯୋଡ଼ିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ମୋଦୀ ସମସ୍ତଙ୍କୁ ନିଜ ସୀମା ଅତିକ୍ରମ କରି ବିକଶିତ ଭାରତ@୨୦୪୭ ପରିକଳ୍ପନାରେ ଯୋଗଦାନ କରିବାକୁ ଆହ୍ୱାନ ଦେଇଥିଲେ। ଏହି ଅଭିଯାନ ମାଧ୍ୟମରେ ଅଧିକରୁ ଅଧିକ ଯୁବକଯୁବତୀଙ୍କୁ ଯୋଡ଼ିବା ପାଇଁ ଦେଶର ପ୍ରତ୍ୟେକ କଲେଜ ଓ ବିଶ୍ୱବିଦ୍ୟାଳୟରେ ସ୍ବତନ୍ତ୍ର ଅଭିଯାନ ଚଳାଇବାକୁ ସେ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ସମ୍ବନ୍ଧୀୟ ଆଇଡିଆ ପୋର୍ଟାଲର ଶୁଭାରମ୍ଭ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ସୂଚନା ଦେଇଥିଲେ ଯେ ୫ଟି ଭିନ୍ନ ଭିନ୍ନ ବିଷୟ ଉପରେ ପରାମର୍ଶ ଦିଆଯାଇପାରିବ । ଶ୍ରେଷ୍ଠ ୧୦ଟି ପରାମର୍ଶ ପାଇଁ ପୁରସ୍କାରର ବ୍ୟବସ୍ଥା କରାଯାଇଛି। ଆପଣ ମାଇଗଭରେ ମଧ୍ୟ ନିଜର ପରାମର୍ଶ ଦେଇପାରିବେ। ଯେମିତି ‘ଆଇଡିଆ’ ‘ଆଇ’ ରୁ ଏବଂ ‘ଇଣ୍ଡିଆ’ ‘ଆଇ’ ବା ‘ମୁଁ’ରୁ ଆରମ୍ଭ ହୁଏ, ସେମିତି ବିକାଶ ପ୍ରୟାସ ନିଜଠାରୁ ଆରମ୍ଭ ହୋଇପାରିବ’’

ପରାମର୍ଶ ଲୋଡ଼ିବା ପ୍ରକ୍ରିୟା ବିଷୟରେ ବିସ୍ତୃତ ବିବରଣୀ ଦେଇ ପ୍ରଧାନମନ୍ତ୍ରୀ ଏକ ଅମୃତ ପିଢ଼ି ସୃଷ୍ଟି କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଯାହା ଜାତୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇଥାଏ । ଶିକ୍ଷା ଓ ଦକ୍ଷତା ଠାରୁ ଆଗକୁ ବଢ଼ିବା ଉପରେ ସେ ଗୁରୁତ୍ୱାରୋପ କରିବା ସହ ନାଗରିକମାନଙ୍କ ମଧ୍ୟରେ ଜାତୀୟ ସ୍ୱାର୍ଥ ଓ ନାଗରିକ ଭାବନା ପାଇଁ ସତର୍କତା ଅବଲମ୍ବନ କରିବାକୁ ଆହ୍ୱାନ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ  ଯେତେବେଳେ ନାଗରିକମାନେ ଯେକୌଣସି ଭୂମିକାରେ ନିଜର କର୍ତ୍ତବ୍ୟ ପାଳନ କରିବା ଆରମ୍ଭ କରନ୍ତି, ସେତେବେଳେ ଦେଶ ଆଗକୁ ବଢ଼ିଥାଏ । ଜଳ ସଂରକ୍ଷଣ, ବିଦ୍ୟୁତ ସଂରକ୍ଷଣ, ଚାଷରେ କମ୍ ରାସାୟନିକ ପଦାର୍ଥ ବ୍ୟବହାର ଓ ସର୍ବସାଧାରଣ ପରିବହନ ବ୍ୟବହାର ମାଧ୍ୟମରେ ପ୍ରାକୃତିକ ସମ୍ପଦର ସଂରକ୍ଷଣର ଉଦାହରଣ ଦେଇଥିଲେ। ସ୍ୱଚ୍ଛତା ଅଭିଯାନକୁ ନୂତନ ଶକ୍ତି ପ୍ରଦାନ, ଜୀବନଶୈଳୀ ସମସ୍ୟାର ମୁକାବିଲା ଏବଂ ଯୁବବର୍ଗଙ୍କ ଦ୍ୱାରା ମୋବାଇଲ୍‌ ଫୋନ୍ ବ୍ୟତୀତ ବିଶ୍ୱର ଅନୁସନ୍ଧାନର ଉପାୟ ପରାମର୍ଶ ଦେବାକୁ ସେ ଶିକ୍ଷାବିତ୍ ମାନଙ୍କୁ କହିଥିଲେ। ଛାତ୍ରଛାତ୍ରୀଙ୍କ ପାଇଁ ଆଦର୍ଶ ହେବାକୁ ସେ କହିଥିଲେ। ପ୍ରଶାସନରେ ମଧ୍ୟ ସାମାଜିକ ଚିନ୍ତାଧାରା ପ୍ରତିଫଳିତ ହେଉଛି ବୋଲି ସେ କହିଥିଲେ। ଡିଗ୍ରୀଧାରୀଙ୍କ ପାଖରେ ଅତି କମରେ ଗୋଟିଏ ଧନ୍ଦାମୂଳକ ଦକ୍ଷତା ରହିବା ଉଚିତ ବୋଲି ସେ ଉପସ୍ଥିତ ଜନତାଙ୍କୁ କହିଥିଲେ। ପ୍ରତ୍ୟେକ ସୀମା, ପ୍ରତ୍ୟେକ ଅନୁଷ୍ଠାନ ଏବଂ ରାଜ୍ୟ ସ୍ତରରେ ଏହି ବିଷୟ ଉପରେ ବିଚାରବିମର୍ଶ କରିବାର ଏକ ବ୍ୟାପକ ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ଦରକାର ବୋଲି ସେ କହିଛନ୍ତି।

‘ବିକଶିତ ଭାରତ’ର ବିକାଶ ସମୟର ତୁଳନା କରି ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ୱାସ, ପ୍ରସ୍ତୁତି ଏବଂ ସମର୍ପଣ ସହିତ ଲକ୍ଷ୍ୟ ହାସଲ ପାଇଁ ଆବଶ୍ୟକ ଶୃଙ୍ଖଳା ବଜାୟ ରଖିବାରେ ପରିବାରର ଅବଦାନ ବିଷୟରେ ଉଲ୍ଲେଖ କରିଥିଲେ । ଦେଶର ନାଗରିକ ହିସାବରେ ଆମ ପାଇଁ ପରୀକ୍ଷା ତାରିଖ ମଧ୍ୟ ଘୋଷଣା କରାଯାଇଛି ବୋଲି ସେ ମନ୍ତବ୍ୟ ଦେଇଥିଲେ। ‘‘ଆମ ସାମ୍ନାରେ ଅମୃତ କାଳର ୨୫ ବର୍ଷ ଅଛି । ବିକଶିତ ଭାରତର ଲକ୍ଷ୍ୟ ପାଇଁ ଆମକୁ ଦିନକୁ ୨୪ ଘଣ୍ଟା କାମ କରିବାକୁ ପଡ଼ିବ। ଏହା ହେଉଛି ଏକ ପରିବାର ଭାବରେ ଆମକୁ ସୃଷ୍ଟି କରିବାକୁ ଥିବା ପରିବେଶ’’ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ।

ଦେଶର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଜନସଂଖ୍ୟା ଯୁବବର୍ଗଙ୍କ ଦ୍ୱାରା ସଶକ୍ତ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ସୂଚନା ଦେଇଥିଲେ ଯେ ଆଗାମୀ ୨୫-୩୦ ବର୍ଷ ପାଇଁ କର୍ମଜୀବୀ ଜନସଂଖ୍ୟା ଦୃଷ୍ଟିରୁ ଭାରତ ଦୁନିଆରେ ଅଗ୍ରଣୀ ହେବାକୁ ଯାଉଛି ଏବଂ ବିଶ୍ୱ ଏହାକୁ ସ୍ୱୀକାର କରୁଛି । ଯୁବଶକ୍ତି ଉଭୟ ପରିବର୍ତ୍ତନର ବାହକ ଏବଂ ପରିବର୍ତ୍ତନର ହିତାଧିକାରୀ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ । ଆଗାମୀ ୨୫ ବର୍ଷ ଆଜିର କଲେଜ ଓ ବିଶ୍ୱବିଦ୍ୟାଳୟରେ ଯୁବପିଢ଼ିଙ୍କ କ୍ୟାରିୟର ପାଇଁ ନିର୍ଣ୍ଣାୟକ ହେବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଭବିଷ୍ୟତରେ ଯୁବପିଢ଼ି ହିଁ ନୂଆ ପରିବାର ଓ ନୂଆ ସମାଜ ଗଠନ କରିବାକୁ ଯାଉଛନ୍ତି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିକଶିତ ଭାରତ କିପରି ହେବା ଦରକାର ତାହା ସ୍ଥିର କରିବାର ଅଧିକାର ସେମାନଙ୍କ ପାଖରେ ରହିଛି। ଏହି ଭାବନା ସହିତ ଦେଶର ପ୍ରତ୍ୟେକ ଯୁବକଙ୍କୁ ଏକ ବିକଶିତ ଭାରତର କାର୍ଯ୍ୟ ଯୋଜନା ସହିତ ଯୋଡ଼ିବାକୁ ସରକାର ଚାହୁଁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏକ ବିକଶିତ ଭାରତ ଗଠନ ପାଇଁ ନୀତି ରଣନୀତିରେ ଦେଶର ଯୁବବର୍ଗଙ୍କ ସ୍ୱରକୁ ଗଢ଼ିତୋଳିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଏବଂ ଯୁବକମାନଙ୍କ ସହ ସର୍ବାଧିକ ଯୋଗାଯୋଗ ବଜାୟ ରଖିବାରେ ଶିକ୍ଷାନୁଷ୍ଠାନର ଭୂମିକା ଉପରେ ଆଲୋକପାତ କରିଥିଲେ ।

ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଗତିର ରୋଡ୍ ମ୍ୟାପ୍ କେବଳ ସରକାର ହିଁ ସ୍ଥିର କରିବେ ନାହିଁ ବରଂ ଦେଶ ନିର୍ଦ୍ଧାରଣ କରିବ। ‘‘ଦେଶର ପ୍ରତ୍ୟେକ ନାଗରିକଏଥିରେ ଇନପୁଟ୍ ଏବଂ ସକ୍ରିୟ ଅଂଶଗ୍ରହଣ କରିବେ’’, ଶ୍ରୀ ମୋଦୀ କହିଥିଲେ ଯେ ସବୁଠାରୁ ବଡ ସଂକଳ୍ପ ମଧ୍ୟ ସବକା ପ୍ରୟାସ ମନ୍ତ୍ର ଅର୍ଥାତ୍ ଜନଭାଗିଦାରୀ ଦ୍ୱାରା ସମ୍ପୂର୍ଣ୍ଣ ହୋଇପାରିବ । ସ୍ୱଚ୍ଛ ଭାରତ ଅଭିଯାନ, ଡିଜିଟାଲ ଇଣ୍ଡିଆ ଅଭିଯାନ, କରୋନା ମହାମାରୀ ସମୟରେ ସ୍ଥିରତା ଏବଂ ଭୋକାଲ୍ ଫର୍ ଲୋକାଲର ଉଦାହରଣ ଦେଇ ସେ ସବକା ପ୍ରୟାସର ଶକ୍ତିକୁ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ‘‘ବିକଶିତ ଭାରତ କେବଳ ସବକା ପ୍ରୟାସ ମାଧ୍ୟମରେ ନିର୍ମାଣ କରିବାକୁ ହେବ।’’ ଏହି ଅବସରରେ ଉପସ୍ଥିତ ବିଦ୍ୱାନମାନଙ୍କ ଠାରୁ ଅଧିକ ଆଶା ରହିଥିବା କଥା ଶ୍ରୀ ମୋଦୀ ଦୋହରାଇଥିଲେ କାରଣ ସେମାନେ ହିଁ ଦେଶର ବିକାଶର ପରିକଳ୍ପନା କରନ୍ତି ଏବଂ ଯୁବ ଶକ୍ତିକୁ ପରିଚାଳିତ କରନ୍ତି । ‘‘ଦେଶର ଭବିଷ୍ୟତ ଲେଖିବା ପାଇଁ ଏହା ଏକ ମହାନ ଅଭିଯାନ’’, ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ ଏବଂ ବିକଶିତ ଭାରତର ଭବ୍ୟତାକୁ ଆହୁରି ବଢ଼ାଇବା ପାଇଁ ସେମାନଙ୍କ ପରାମର୍ଶକୁ ଆଗେଇ ନେବାକୁ ଅନୁରୋଧ କରିଥିଲେ।

ପୃଷ୍ଠଭୂମି

ଦେଶର ଜାତୀୟ ଯୋଜନା, ପ୍ରାଥମିକତା ଏବଂ ଲକ୍ଷ୍ୟ ପ୍ରଣୟନରେ ଦେଶର ଯୁବକମାନଙ୍କୁ ସକ୍ରିୟ ଭାବରେ ସାମିଲ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ, ‘ବିକଶିତ ଭାରତ @୨୦୪୭: ଯୁବ ବର୍ଗଙ୍କ ସ୍ୱର’ କାର୍ଯ୍ୟକ୍ରମ ଦେଶର ଯୁବକମାନଙ୍କୁ ବିକଶିତ ଭାରତ @୨୦୪୭ର ପରିକଳ୍ପନାକୁ ସାକାର କରିବାରେ ଯୋଗଦାନ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବ। ଏହି କର୍ମଶାଳା ବିକଶିତ ଭାରତ @୨୦୪୭ ପାଇଁ ଯୁବକମାନଙ୍କୁ ସେମାନଙ୍କ ଚିନ୍ତାଧାରା ଏବଂ ପରାମର୍ଶ ବାଣ୍ଟିବା ପାଇଁ ନିୟୋଜିତ କରିବା ପ୍ରକ୍ରିୟା ଆରମ୍ଭ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ।

ସ୍ୱାଧୀନତାର ୧୦୦ ତମ ବର୍ଷ ପୂର୍ତ୍ତି ବା ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟ ହେଉଛି ବିକଶିତ ଭାରତ @୨୦୪୭। ଆର୍ଥିକ ଅଭିବୃଦ୍ଧି, ସାମାଜିକ ପ୍ରଗତି, ପରିବେଶ ନିରନ୍ତରତା ଏବଂ ସୁଶାସନ ସମେତ ବିକାଶର ବିଭିନ୍ନ ଦିଗକୁ ଏହି ପରିକଳ୍ପନାରେ ଅନ୍ତର୍ଭୁକ୍ତ କରାଯାଇଛି।