Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଷ୍ଟମ ଦିବସରେ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ବିକାଶ ମେଳା: ଐତ୍ୟିହ୍ୟ ଓ ସଂସ୍କୃତିର ଅବିସ୍ମରଣୀୟ ସମ୍ଭାର
ଆଜିର ଖବର

ଅଷ୍ଟମ ଦିବସରେ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ବିକାଶ ମେଳା: ଐତ୍ୟିହ୍ୟ ଓ ସଂସ୍କୃତିର ଅବିସ୍ମରଣୀୟ ସମ୍ଭାର

June 19, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା ହାବେଳୀ ପଡ଼ିଆରେ ଗତ ୧୨ ତାରିଖରୁ ଚାଲି ରହିଥିବା ‘ବର୍ଷ ଏକ…… ଉପଲବ୍ଧି ଅନେକ’ ର ନୂତନ ସରକାରଙ୍କ ବିଭିନ୍ନ ଅଗ୍ରଣୀ ଯୋଜନା ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନାର ସଫଳ ଫାଇଦା ଦେବା ଉଦ୍ଦେଶ୍ୟକୁ ଲୋକାଭିମୁଖୀ କରିବା ଏବଂ ପ୍ରକୃତ ହିତାଧିକାରୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ସମାଜର, ରାଜ୍ୟର ଓ ରାଷ୍ଟ୍ରର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ କରି ବିକଶିତ ଓଡ଼ିଶା @୨୦୪୬ ଓ ବିକଶିତ ଭାରତ @୨୦୪୭ କୁ ସାକାର କରିବା ଲକ୍ଷ୍ୟରେ ଦୃତ ବିକାଶ ଜାରି ରହିଛି।

ଆଜି ବିକାଶ ମେଳାର ଅଷ୍ଟମ ଦିବସରେ ଐତିହ୍ୟ ଓ ପରମ୍ପରା ଏବଂ ସଂସ୍କୃତିର ଆଧାର, ନାରୀ ସମ୍ମାନ ଓ ସଶକ୍ତି କରଣ କାର୍ଯ୍ୟକ୍ରମ କୁ ସାକାର କରିବା, ନାରୀ ମାନଙ୍କ ପ୍ରତିବଦ୍ଧତା, ଶିକ୍ଷା, ନିଯୁକ୍ତି ଆତ୍ମ ନିର୍ଭରଶୀଳ ତା ର ନିଛକ ଓଡ଼ିଆ ଚଳଚ୍ଚିତ୍ର ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥିଲା। ସେହିପରି ଓଡ଼ିଶାର ସର୍ବ ପୁରାତନ ପାରମ୍ପାରିକ ଲୋକ କଳା ପାଲା ସଂସ୍କୃତି କୁ ବଞ୍ଚାଇବା ପାଇଁ ବାଣୀଶ୍ରୀ କଳା ନିକେତନ, ବୋଲଗଡ଼, ଖଗେଶ୍ବର ମାର୍ଥା ଓ ସାଥିଙ୍କ ନିଶା ନିବାରଣ, ମିଶନ ଶକ୍ତି, ସୁଭଦ୍ରା ଶକ୍ତି, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା,ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଆଦି ସମ୍ଵନ୍ଧରେ ପାଲା ମାଧ୍ୟମରେ ଶିକ୍ଷଣୀୟ ତଥ୍ୟ, ସୂଚନା ପ୍ରଦାନ କରିବା ସହ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ପରେ ପୁରାତନ ଓ ନୂତନ ସଭ୍ୟତାର ସାଂସ୍କୃତିକ ମିଳନ ଓ ସାମାଜିକ ସଂସ୍କାର ଧର୍ମୀ ଜଗଦୀଶ ମହାପାତ୍ରଙ୍କ କାଳଜୟୀ ରଚନା ସାମାଜିକ ନାଟକ, ଅଗ୍ରଣୀ ନାଟ୍ୟାନୁଷ୍ଠାନ ବିଦ୍ୟାକନକ, ଭୁବନେଶ୍ୱର ଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା।

ସେହିପରି ପାରମ୍ପାରିକ ଲୋକ କଳା ଦାସ କାଠିଆ ଚକ୍ରଧର ଦେବତା ଓ ସାଥୀ ମାନଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା। ଜନସାଧାରଣ ମାନେ ଓର୍ମାଶ ଷ୍ଟଲ ରୁ ବିଭିନ୍ନ ବୟନ ଶିଳ୍ପ, ହସ୍ତ ଶିଳ୍ପ ଓ କୁଟୀର ଶିଳ୍ପ ଜିନିଷ କିଣାକିଣି କରିବା ସହ ଅଗ୍ରଣୀ ଯୋଜନା ସଂପର୍କୀତ ଷ୍ଟଲ ବୁଲିଦେଖି ନୂତନ ସରକାରଙ୍କ ଅତ୍ୟାବଶ୍ୟକ ଉତ୍କର୍ଷ ଗ୍ରାମୀଣ ଯୋଜନା ର ରୂପରେଖ ସମ୍ପର୍କରେ ଅବଗତ ହୋଇଥିଲେ। ସୁଭଦ୍ରା ଷ୍ଟଲ ରେ ମହିଳା ସଶକ୍ତି କରଣ ଓ ପାରମ୍ପାରିକ ଖାଦ୍ୟ ଖାଇବାର ଦର୍ଶକ ମାନେ ଉପଲବ୍ଧି କରିଥିଲେ।

ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ପ୍ରତାପ ଚନ୍ଦ୍ର ବେଉରା, ଉପଜିଲ୍ଲାପାଳ, ଖୋର୍ଦ୍ଧା କିଶୋର କୁମାର ପଣ୍ଡା, ଡେପୁଟି କଲେକ୍ଟର , ରାଜସ୍ବ ନିବେଦିତା ପରିଡ଼ା,ଜିଲ୍ଲା ପଂଚାୟତ ଅଧିକାରୀ ଶ୍ରୀଶ୍ୟାମଲେନ୍ଦୁ ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଙ୍କ ସମେତ ସଂପୃକ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଯୋଗଦେଇଥିଲେ।

‘ବିକଶିତ ଭାରତ @୨୦୪୭ ଖୋର୍ଦ୍ଧା ହାବେଳୀ ପଡିଆ
Share. Facebook Twitter LinkedIn Email WhatsApp Copy Link

Related Posts

ନେଇ ଯାଆ..ରେ ମେଘ ମୋତେ..ଗୀତର ଗାୟିକା ଏସ ଜାନକୀ ଆଉ ନାହାଁନ୍ତି, ୮୮ ବର୍ଷ ବୟସରେ ପରଲୋକ

July 12, 2026

ଶ୍ରେଷ୍ଠତା ସଂପର୍କରେ ଜାଣିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ବତାଇଛନ୍ତି ପାଞ୍ଚୋଟି ପ୍ରସଂଗ

July 12, 2026

ସରକାରଙ୍କ ବିଭିନ୍ନ ସଫଳତାର ଗାଥାକୁ ନେଇ ପ୍ରକାଶିତ ଦୁଇଟି ବିଶେଷ ପୁସ୍ତକ ବାଣ୍ଟିଲେ ଉପ ମୁଖ୍ୟମନ୍ତ୍ରୀ

July 12, 2026

ଡିଜିଟାଲ ବ୍ୟବସାୟ ଜରିଆରେ ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରୁଛି ଇ-ସରସ ଅନଲାଇନ୍‌ ବଜାର ଓ ମେଳା

July 12, 2026
Latest News

ନେଇ ଯାଆ..ରେ ମେଘ ମୋତେ..ଗୀତର ଗାୟିକା ଏସ ଜାନକୀ ଆଉ ନାହାଁନ୍ତି, ୮୮ ବର୍ଷ ବୟସରେ ପରଲୋକ

July 12, 2026

ଶ୍ରେଷ୍ଠତା ସଂପର୍କରେ ଜାଣିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ବତାଇଛନ୍ତି ପାଞ୍ଚୋଟି ପ୍ରସଂଗ

July 12, 2026

ସରକାରଙ୍କ ବିଭିନ୍ନ ସଫଳତାର ଗାଥାକୁ ନେଇ ପ୍ରକାଶିତ ଦୁଇଟି ବିଶେଷ ପୁସ୍ତକ ବାଣ୍ଟିଲେ ଉପ ମୁଖ୍ୟମନ୍ତ୍ରୀ

July 12, 2026

ଡିଜିଟାଲ ବ୍ୟବସାୟ ଜରିଆରେ ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରୁଛି ଇ-ସରସ ଅନଲାଇନ୍‌ ବଜାର ଓ ମେଳା

July 12, 2026

ଭାରତ-ନ୍ୟୁଜିଲ୍ୟାଣ୍ଡ ମିଳିତ ବିବୃତ୍ତି

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.