Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଆକ୍ରମଣ ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ

ଭୁବନେଶ୍ୱର: ବିଜେପିର ବରିଷ୍ଠ ନେତା ବାଲେଶ୍ୱର ଲୋକସଭାର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ କଂଗ୍ରେସର ତଥାକଥିତ ବା ସ୍ୱଘୋଷିତ ଯୁବନେତା ରାହୁଲ ଗାନ୍ଧୀ ସଂସଦ ସମ୍ମୁଖରେ ଆକ୍ରମଣ କରି ମୁଣ୍ଡ ଫଟେଇ ଲହୁଲୁହାଣ କରିଛନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ। ଏପରି ହିଂସ୍ର ଆଚରଣ ହେଉଛି କଂଗ୍ରେସର ପାରିବାରିକ ପରମ୍ପରା। ଏହି ଦଳ ହେଉଛି ହିଂସାର ବାହକ। ଏହି ଘଟଣାକୁ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଶ୍ରୀ ଅଭିଳାଷ ପଣ୍ଡା ତୀବ୍ର ନିନ୍ଦା କରିଛନ୍ତି।

ଏହାର ପ୍ରତିବାଦ କରି ବିଜେପି ଯୁବମୋର୍ଚ୍ଚା କର୍ମୀ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନରେ ରାହୁଲ ଗାନ୍ଧୀଙ୍କ କୁଶପୁତଳିକା ଦାହ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରି “କଂଗ୍ରେସ ଅର୍ଥ ହିଂସା, କଂଗ୍ରେସ ଅର୍ଥ ମିଥ୍ୟା” ନାରା ଦେଇଛନ୍ତି। ବିଜେପି ଯୁବମୋର୍ଚ୍ଚା ରାହୁଲ ଗାନ୍ଧୀଙ୍କ କୁଶପୁତଳିକା ଦାହ କରି ଚେତାଇ ଦେଉଛି ଯେ, ରାହୁଲ ଗାନ୍ଧୀ ଓଡ଼ିଶାର ଏହି ପବିତ୍ର ଭୂମିରେ ପାଦ ଦେବା ପୂର୍ବରୁ କ୍ଷମା ମାଗନ୍ତୁ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଏହି ବିକ୍ଷୋଭରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ଶତପଥୀ, ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ସୁଜିତ୍ ସିଂ, ରାଜ୍ୟ ସମ୍ପାଦକ ସୁବ୍ରତ ବିଶ୍ୱାଳ, ମାନସ ସାହୁ, ପ୍ରଶାନ୍ତ ପାଇକରାୟ, ରାଜ୍ୟ ସଂଯୋଜକ ଚଣ୍ଡୀ ପ୍ରସାଦ ବେହେରା ଓ ଅନ୍ୟ ଯୁବମୋର୍ଚ୍ଚା ନେତୃବୃନ୍ଦ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଅଘୋଷିତ ବିଜୁଳି କାଟ୍ ବିରୁଦ୍ଧରେ ବିଜେପିର ଲଣ୍ଟନ ଧରି ଅଭିନବ ପଦଯାତ୍ରା

ଭୁବନେଶ୍ୱର: ରାଜଧାନୀରେ ବାରମ୍ବାର ବିଜୁଳି କାଟ ବିରୋଧରେ ଆଜି ଭୁବନେଶ୍ବର ବିଜେପି ତରଫରୁ ଲଣ୍ଠନ ଧରି ପ୍ରତିବାଦ କରାଯାଇଛି। ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଜାରାଣୀ ମଣ୍ଡଳ ର ବରଗଡ, ବଡଗଡ ବ୍ରିଟ, ବ୍ରହ୍ମେଶ୍ୱର, ବିଜେବି ନଗର, ନାଗେଶ୍ଵର ଟାଙ୍ଗୀ ଓ ଚିନ୍ତାମଣିଶ୍ୱର୍ ଆଖ ପାଖ ଅଞ୍ଚଳରେ ଗତ କିଛି ଦିନ ହେବ ଘନଘନ ଅଘୋଷିତ ବିଜୁଳି କାଟ ହେବା ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଲାଣି ।

ଶକ୍ତି ମନ୍ତ୍ରୀ ଙ୍କ କଥା ଓ କାମରେ ଶକ୍ତି ନାହିଁ । ଯେ ପଯ୍ୟନ୍ତ ସାଧାରଣ ଲୋକ୍ ଏହି ଦୁଃଖ ଦୃଦଶା ରୁ ବର୍ତୀ ନାହାନ୍ତି ଏବଂ OERC ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଯୋଉ ମଧୁଚନ୍ଦ୍ରିକା ଅଛି ତାର ପର୍ଦ୍ଧାଫାଶ କରିବା ପଯ୍ୟନ୍ତ ଏ ଆନ୍ଦୋଳନ ଚାଲୁ ରହିବ ବୋଲି ଏକାମ୍ର ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ତଥା ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭପତି ବାବୁ ସିଂ ଚେତାବନୀ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ବିଜେପି ନେତା ଅମରଜ୍ୟୋତି ଜଗଦ୍ଦେବ, ପ୍ରଭାତ ଦଳବେହେରା, ସିଦ୍ଧାର୍ଥ ଦାସ, ପ୍ରଶାନ୍ତ ନାୟକ, ଜ୍ୟୋତିରେଖ ନାୟକ, ବିନ୍ଦୁଲତା ବଳିୟାରସିଂ, ଗୀତାଞ୍ଜଳୀ ବେହେରା, ସୋୟଂସେବକ ରାୟ, ତାପସ ଦଳାଇ, ମନୋଜ ପଶ୍ଚିମକବାଟ, ମୁରଲୀ ନାୟକ, ବିଶ୍ୱଜିତ୍ ଦାସ, କୁନ୍ତଳା ସାହୁ, ରାକେଶ ମହାନ୍ତି, ଅଭିଜିତ ରଞ୍ଜନ, ଗୟାଧର ରଥ, ନାରାୟଣ ବସ୍ତିଆ, ଅଜିତ୍ କାନୁନଗୋ, ଶୁଭମ୍ ମହାପାତ୍ର, କୁନାଲ ସିଂ ପ୍ରମୁଖ ଯୋଗ ଦେଇଥିଲେ।