ଭୁବନେଶ୍ବର, ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବାଙ୍କି ବିଧାୟକ ଦେବୀ ରଂଜନ ତ୍ରିପାଠୀଙ୍କୁ ବିଜୁ ଛାତ୍ର ଜନତା ଦଳର ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି। ଦେବୀ ପୂର୍ବରୁ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀ ସଭାପତି ଭାବେ କାର୍ଯ୍ୟ କରଥିଲେ। ସେହିପରି ସେତେବେଳେ ବିଜୁ ଛାତ୍ର ଜନତା ଦଳର ସଭାପତି ବ୍ୟୋମକେଶ ରାୟ ଥିଲେ। ଦେବୀ ବର୍ତ୍ତମାନ ବାଙ୍କିର ବିଧାୟକ ଅଛନ୍ତି। ସେ ହେଉଛନ୍ତି ବାଙ୍କିର ପୂର୍ବତନ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀଙ୍କ ପୁତ୍ର।
