Categories
ଆଜିର ଖବର ମନୋରଂଜନ ସିନେମା

‘କାଶ୍ମୀର ଫାଇଲସ’ର ନିର୍ମାତା ବିବେକ ଅଗ୍ନିହୋତ୍ରୀ ଆଣୁଛନ୍ତି ଆଉ ଏକ ଚଳଚିତ୍ର

ମୁମ୍ବାଇ : ଚର୍ଚ୍ଚିତ ‘କାଶ୍ମୀର ଫାଇଲସ’ର ନିର୍ମାତା ବିବେକ ରଂଜନ ଅଗ୍ନିହୋତ୍ରୀ ପୁଣି ଏକ ନୂଆ ଚଳଚିତ୍ର ଆରମ୍ଭ କରିବାକୁ ଯାଉଛନ୍ତି। ତାହାର ନାମ ହେଉଛି ‘ଦିଲ୍ଲୀ ଫାଇଲସ’। କାଶ୍ମୀର ଫାଇଲସ ବକ୍ସ ଅଫିସରେ ବେଶ୍ ଭଲ ରୋଜଗାର କରିଥିବା ବେଳେ ସାରା ଦେଶରେ ମଧ୍ୟ ବଡ ଚର୍ଚ୍ଚାକୁ ଆସିଥିଲା। ଏ ପର‌୍ୟ୍ୟନ୍ତ ମଧ୍ୟ ଏହି ଚଳଚିତ୍ରକୁ ନେଇ ଚର୍ଚ୍ଚା ଜାରୀ ରହିଛି। ଏହି ଉତ୍ସାହକୁ ଦୃଷ୍ଟିରେ ରଖି ବିବେକ ତାଙ୍କର ନୂଆ ଚଳଚିତ୍ର ଆରମ୍ଭ କରିବାକୁ ଯାଉଛନ୍ତି।

ବିବେକ ଏକ ଟୁଇଟ କରି ପ୍ରକାଶ କରିଛନ୍ତି ଯେ ସେ ଖୁବ ଶୀଘ୍ର ତାଙ୍କର ଆଗାମୀ ଫିଚର ଫିଲ୍ମ ‘ଦିଲ୍ଲୀ ଫାଇଲ୍ସ’ ଉପରେ କାମ କରିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, “ମୁଁ କାଶ୍ମୀର ଫାଇଲକୁ ଭଲ ପାଇଥିବା ସମସ୍ତ ଦର୍ଶକଙ୍କୁ ଧନ୍ୟବାଦ ଦେଉଛି। ଗତ ଚାରିବର୍ଷ ଧରି, ଆମେ ଅତ୍ୟଧିକ ସଚ୍ଚୋଟତା ଏବଂ ଆନ୍ତରିକତା ସହିତ ବହୁତ ପରିଶ୍ରମ କରିଥିଲୁ।

ସେ ଆହୁରି କହିଛନ୍ତି ଯେ, ଏ ନେଇ ଆମକୁ ଅନେକ ଗାଳି କରିଛନ୍ତି ସତ ହେଲେ ଆମେ କାଶ୍ମୀରୀ ହିନ୍ଦୁମାନଙ୍କ ପ୍ରତି କରାଯାଇଥିବା ନରସଂହାର ଏବଂ ଅନ୍ୟାୟ ବିଷୟରେ ଲୋକଙ୍କୁ ଅବଗତ କରାଇବା ଆମର ଲକ୍ଷ୍ୟ ଥିଲା। ବର୍ତ୍ତମାନ ଏକ ନୂତନ ଚଳଚ୍ଚିତ୍ର ରେ କାମ କରିବାର ସମୟ ଆସିଛି ବୋଲି ଅଗ୍ନିହୋତ୍ରୀ ଟ୍ୱିଟ୍ କରିଛନ୍ତି। ଏକ ଫଲୋଅପ୍ ପୋଷ୍ଟରେ ସେ ଲେଖିଛନ୍ତି, ‘ ଦିଲ୍ଲୀ ଫାଇଲସ୍’ କାହା ଉପରେ ଆଧାରିତ ହେବ ସେ ନେଇ ଆମେ ଏବେ କିଛି କହିବୁ ନାହିଁ।