Categories
ଆଜିର ଖବର ରାଜ୍ୟ ଖବର

ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ରଥଟଣାର ମକ୍‌ଡ୍ରିଲ୍‌

ପୁରୀ: ଆସନ୍ତାକାଲି ପୁରୀରେ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏହି ଯାତ୍ରାରେ ଦେଶ ଓ ଦେଶ ବାହାରୁ ସାମିଲ ହେବେ ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁ। ଚଳିତ ବର୍ଷ ରଥଯାତ୍ରାରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ରଥ ଟଣାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ପୁରୀ ରିଜର୍ଭ ପୁଲିସ ଲାଇନ ପଡିଆରେ ରଥଟଣାର ମକ୍‌ଡ୍ରିଲ୍‌ କରାଯାଇଥିଲା। ରଥଟଣା ବେଳେ ଇନର ଓ ଆଉଟଡୋର କର୍ଡନ କିପରି ରହିବ ଏବଂ ସେଥିରେ ନିୟୋଜିତ ମାଜିଷ୍ଟ୍ରେଟମାନଙ୍କ ଦ୍ବାରା ରଥଟଣାକୁ କିପରି ନିୟନ୍ତ୍ରଣ କରାଯିବ, ସେଥିନେଇ ପ୍ରଶିକ୍ଷଣ ଦିଆଯାଇଥିଲା। ପ୍ରତିକାତ୍ମକ ଭାବେ ୩ଟି ଜିପ୍‌କୁ ପୁଲିସବାହିନୀ ଟାଣିବା ସହ ବିଗୁଲ ଓ ପତାକାର ନିର୍ଦ୍ଦେଶରେ ରଥଟଣା ଅଭ୍ୟାସ କରାଯାଇଥିଲା।

ଏହି ଅଭ୍ୟାସରେ ମାଜିଷ୍ଟ୍ରେଟଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ, ବିଏସ୍‌ଏଫ୍‌ ଏବଂ ଆରଏଏଫ୍‌ର ଯବାନ ଓ ଅଧିକାରୀ ତଥା କର୍ମଚାରୀମାନେ ସାମିଲ ହୋଇଥିଲେ। ରଥଟଣା ବେଳେ ଯେପରି କୌଣସି ସମସ୍ୟା ନ ଉପୁଜେ ସେଥିନେଇ ଆଜିର ମକଡ୍ରିଲ୍‌ରେ ସମସ୍ତଙ୍କୁ ଅବଗତ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ଶୃଙ୍ଖଳିତ ଆୟୋଜନ ନେଇ ଉପମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠନ

ପୁରୀ: ଆସନ୍ତା ୨୭ ତାରିଖରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ଶୃଙ୍ଖଳିତ ଆୟୋଜନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟିରେ ନଗର ଉନ୍ନୟନ ମନ୍ତ୍ରୀ, ପରିବହନ ମନ୍ତ୍ରୀ ଏବଂ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହିତ ଆଇନ ବିଭାଗର ପ୍ରଧାନ ଶାସନ ସଚିବ ସାମିଲ ଅଛନ୍ତି।

ଉପମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ କମିଟିର ସଦସ୍ୟମାନେ ପୁରୀ ଗସ୍ତରେ ଆସି ତିନି ରଥର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ରଥଯାତ୍ରା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଉପମୁଖ୍ୟମନ୍ତ୍ରୀ ରଥ ନିର୍ମାଣ କାର୍ଯ୍ୟ ଢେର ଆଗୁଆ ଚିଲିଛି ବୋଲି କହିଥିଲେ।

ସେ ମଧ୍ୟ ପୁରୀ ମେଡିକାଲ ପରିସର ବୁଲି ଦେଖିବା ସହିତ ସ୍ବାସ୍ଥ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ରଥଯାତ୍ରା ସମୟରେ ଅଧିକ ଡାକ୍ତର ନିୟୋଜିତ ହେବା ସହ ୭୪ଟି ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି। ସିସିଟିଭି ନଜରରେ ସଂପୂର୍ଣ୍ଣ ମେଡିକାଲ ରହିଥିବା ବେଳେ ଉତ୍ତମ ଚିକିତ୍ସା ପ୍ରଦାନ ନିମନ୍ତେ ମେଡିକାଲ ଟିମ ସଂପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ମେଡିକାଲ ବୁଲି ଦେଖିବା ପରେ ସେ ଗୁଣ୍ଡିଚା ମନ୍ଦିର ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ ରେଳ ଷ୍ଟେସନରେ ବିଭିନ୍ନ ସୁରକ୍ଷା ସଂସ୍ଥାକୁ ନେଇ ମିଳିତ ଭାବେ ଆଣ୍ଟି ଟେରର ମକ୍‌ଡ୍ରିଲ୍‌ ଅନୁଷ୍ଠିତ

ପୁରୀ: ଆଗାମୀ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ପୁରୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶେଷ କରି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏହି ଅବସରରେ ପୁରୀ ରେଳ ଷ୍ଟେସନରେ ବିଭିନ୍ନ ସୁରକ୍ଷା ସଂସ୍ଥାକୁ ନେଇ ମିଳିତ ଭାବେ ଆଣ୍ଟି ଟେରର ମକ୍‌ଡ୍ରିଲ୍‌ ଅନୁଷ୍ଠିତ ହୋଇଯାଇଛି।

ଷ୍ଟେସନ କିମ୍ବା ଟ୍ରେନ ଭିତରେ ଆତଙ୍କବାଦୀ ଆକ୍ରମଣ ହେଲେ ଏହାକୁ କିପରି ମୁକାବିଲା କରାଯାଇପାରିବ ସେନେଇ ମକ୍‌ଡ୍ରିଲ ହୋଇଛି। ଏଥିରେ ଆରପିଏଫ୍‌, ଜିଆରପି, ସ୍ପେସିଆଲ କମାଣ୍ଡୋ, ଏସଓଜି, ଅଗ୍ନିଶମ ବାହିନୀ, ଓଡ୍ରାଫ୍‌ ଓ ପୁରୀ ପୁଲିସ ପରି ୧୧ଟି ଟିମ ସାମିଲ ହୋଇଥିଲେ। ତପସ୍ବିନୀ ଏକ୍ସପ୍ରେସକୁ ଏହି ମକ୍‌ଡ୍ରିଲ୍‌ରେ ବ୍ୟବହାର କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଜୁଲାଇ ୭ ଓ ୮ ତାରିଖ ସକାଳ ୫ ଟାରୁ ଜୀ-ସାର୍ଥକରେ ଦେଖନ୍ତୁ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ସିଧା ପ୍ରସାରଣ 

ଭୁବନେଶ୍ଵର: ଜୀ-ସାର୍ଥକରେ ଦେଖନ୍ତୁ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ସିଧା ପ୍ରସାରଣ ଆସନ୍ତା ଜୁଲାଇ ୭ ତାରିଖ ସକାଳ ୫ ଟା ରୁ ଓ ୮ ତାରିଖ ସକାଳ ୬ ଟା ରୁ।  କେବଳ ରଥଯାତ୍ରା ନୁହେଁ ବରଂ ବାହୁଡା ଯାତ୍ରା ଦେଖିବେ ୧୫ ତାରିଖ ସକାଳ ୬ ଟା ରୁ, ୧୬ ତାରିଖରେ ସୁନାବେଶ ଯାହା ଦିନ ୨ଟା ରୁ ଓ ୧୯ ତାରିଖ ରାତି ୧୦:୩୦ ରୁ ଦେଖିବେ ନୀଳାଦ୍ରୀ ବିଜେର ମଧ୍ୟ ସିଧା ପ୍ରାସାରଣ କେବଳ ଜୀ-ସାର୍ଥକରେ। ସବୁ ବର୍ଷପରି ଏ ବର୍ଷ ମଧ୍ୟ ରଥଯାତ୍ରାର ସମ୍ପୂର୍ଣ୍ଣ ଧାରାବିବରଣୀ ସହିତ, ଭକ୍ତିପୂର୍ଣ୍ଣ ଭଜନ ଓ ସମସ୍ତ ରୀତିନୀତିର ପ୍ରକୃତ ଅର୍ଥ ଆପଣ ପାଇବେ କେବଳ ଜୀ-ସାର୍ଥକରେ।

ଏଥର ଉପସ୍ଥାପକ ଭାବରେ ଲୋକପ୍ରିୟ ଓ ବରିଷ୍ଠ ଓଡିଆ ଚଳଚ୍ଚିତ୍ର ଅଭିନେତା କୁନା ତ୍ରିପାଠୀ ଥିବା ବେଳେ ଓଡ଼ିଶାର ସୁନାମଧନ୍ୟ ଗାୟକ ଓ ଗାୟିକା ଭଜନ ପରିବେଷଣ କରିବେ ଓ ପ୍ରବଚକ ମାନେ ମଧ୍ୟ ଅବିରତ ଧାରାବିବରଣୀ ଜାରି ରଖିବେ। ଏଥର ଜୀ-ସାର୍ଥକରେ ରଥଯାତ୍ରା ହେବ ନିଆରା କାରଣ ଚ୍ଯାନେଲର ଲୋକପ୍ରିୟ ମେଗା ଧାରାବାହିକ ‘ସନ୍ଧ୍ୟା ରାଗିଣୀ’ ର ଦୁଇ ଭଉଣୀ ପହଁଚିବେ ପୁରୀ ବଡ଼ଦାଣ୍ଡରେ ଓ ସେଠାରୁ ସିଧା ପ୍ରସାରଣରେ ଆପଣଙ୍କୁ ଦେଖାଇବେ ଲକ୍ଷ ଲକ୍ଷ ଭକ୍ତଙ୍କ ଅନୁଭୂତି।

ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଚିଫ ଚ୍ୟାନେଲ ଅଫିସର ହେଡ୍ ପ୍ରତୀକ ସିଲ କହିଛନ୍ତି ଯେ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ଆଗେଇଥିବା ଲୋକପ୍ରିୟ ଓଡିଆ ମନୋରଂଜନ ଚ୍ଯାନେଲ ଜୀ-ସାର୍ଥକ ସର୍ବଦା ରାଜ୍ୟର ଗଣପର୍ବକୁ ପ୍ରାଧାନ୍ୟ ଦେଇଥାଏ। ଏହି ପରିପ୍ରେକ୍ଷିରେ ଦର୍ଶକଙ୍କ ପାଇଁ ରଥଯାତ୍ରାର ସିଧା ପ୍ରସାରଣ ପାଇଁ ଆମେ ଏଥର ଆମ ନିଜର କ୍ୟାମେରା ଟିମ୍ ସହିତ ସମସ୍ତ ଉପକରଣ ଆୟୋଜନ କରିଛୁ। ଆଶା କରୁଛୁ ସବୁ ବର୍ଷପରି ଏହି ବର୍ଷ ମଧ୍ୟ ଆମକୁ ଭଲପାଉଥିବା ଆମର ଅଗଣିତ ଦର୍ଶକ ରଥଯାତ୍ରା ପାଇଁ ଆମ ସହ ଯୋଡ଼ି ହୋଇ ରହିବେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଜୀ-ସାର୍ଥକରେ ସିଧା ପ୍ରସାରଣ ହେବ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା

ଭୁବନେଶ୍ଵର: ଜୀ-ସାର୍ଥକରେ ଦେଖନ୍ତୁ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ସିଧା ପ୍ରସାରଣ ଆସନ୍ତା ଜୁନ୍ ୨୦ତାରିଖ ସକାଳ ୬ଟା ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ। କେବଳ ରଥଯାତ୍ରା ନୁହେଁ ବରଂ ୨୮ ତାରିଖରେ ବାହୁଡା ଯାତ୍ରା ସକାଳ ୬ଟା ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ, ୨୯ ତାରିଖରେ ସୁନାବେଶ ଯାହା ଦିନ ୨ଟା ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଓ ନୀଳାଦ୍ରୀ ବିଜେ ରାତି ୧୦:୩୦ ରୁ ମଧ୍ୟ ସିଧା ପ୍ରାସାରଣ ହେବ କେବଳ ଜୀ-ସାର୍ଥକରେ। ସବୁ ବର୍ଷପରି ଏ ବର୍ଷ ମଧ୍ୟ ରଥଯାତ୍ରାର ସମ୍ପୂର୍ଣ ଧାରାବିବରଣୀ ସହିତ, ଭକ୍ତିପୂର୍ଣ ଭଜନ ଓ ସମସ୍ତ ରୀତିନୀତିର ପ୍ରକୃତ ଅର୍ଥ ଆପଣ ପାଇବେ କେବଳ ଜୀ-ସାର୍ଥକରେ।

ଏଥର ଉପସ୍ଥାପିକା ଭାବରେ ଲୋକପ୍ରିୟ ଓଡିଆ ଚଳଚ୍ଚିତ୍ର ଅଭିନେତ୍ରୀ ନୈନା ଦାସ ଥିବା ବେଳେ ଓଡ଼ିଶାର ସୁନାମଧନ୍ୟ ଗାୟକ ଓ ଗାୟିକା ଭଜନ ପରିବେଷଣ କରିବେ ଯେଉଁ ମାନଙ୍କ ମଧ୍ୟରେ ଅଛନ୍ତି ମନ୍ମଥ ମିଶ୍ର, ସୁବାସ ଦାସ, ଶରତ ନାୟକ, ଦିପ୍ତୀରେଖା ପାଢୀ, ଅସୀମା ପଣ୍ଡା, ବିଷ୍ଣୁମୋହନ କବି, କୁଲଦୀପ ପଟ୍ଟନାୟକ ଓ ବସନ୍ତ ପାତ୍ର। ପ୍ରବଚକ ମଧ୍ୟ ଅବିରତ ଧାରାବିବରଣୀ ଜାରି ରଖିବେ ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ଗୁରୁପ୍ରସାଦ ମହାପତ୍ର, ସୁର୍ଯ୍ୟ ନାରାୟଣ ରଥଶର୍ମା, ଶାଶ୍ଵତୀ ସୌମ୍ୟା ମିଶ୍ର ଓ ପାର୍ଥସାରଥୀ ମହାନ୍ତି।

ଏହି କାର୍ଯକ୍ରମ ସମ୍ପର୍କରେ ଜୀ-ସାର୍ଥକର ଚିଫ କ୍ଲଷ୍ଟର ହେଡ୍ ସମ୍ରାଟ ଘୋଷ ଏବଂ ଚ୍ୟାନେଲ ହେଡ୍ ପ୍ରତୀକ ସିଲ କହିଛନ୍ତି ଯେ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ଆଗେଇଥିବା ଲୋକପ୍ରିୟ ଓଡିଆ ମନୋରଂଜନ ଚ୍ଯାନେଲ ଜୀ-ସାର୍ଥକ ସର୍ବଦା ରାଜ୍ୟର ଗଣପର୍ବକୁ ପ୍ରାଧାନ୍ୟ ଦେଇଥାଏ। ଏହି ପରିପ୍ରେକ୍ଷିରେ ଆମେ ଆମ ଦର୍ଶକଙ୍କ ପାଇଁ ରଥଯାତ୍ରାର ସିଧା ପ୍ରସାରଣ ସହିତ ଉଚ୍ଚକୋଟିର ଧାରାବିବରଣୀ ଓ ଭଜନର ଆୟୋଜନ କରିଛୁ। ଆଶା କରୁଛୁ ସବୁ ବର୍ଷପରି ଏହି ବର୍ଷ ମଧ୍ୟ ଆମକୁ ଭଲପାଉଥିବା ଆମର ଅଗଣିତ ଦର୍ଶକ ରଥଯାତ୍ରା ପାଇଁ ଆମ ସହ ଯୋଡ଼ି ହୋଇ ରହିବେ।