Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବେଆଇନ ସାର କାରବାର ଅଭିଯୋଗ: ଦୁଇଟି ଗୋଦାମକୁ ସିଲ୍ କଲା ବାଣପୁର କୃଷି ବିଭାଗ

ସୀତାରାମ ଅଗ୍ରୱାଲ

ବାଣପୁର: ବିନା ଲାଇସେନ୍ସରେ ସାର ବିକିବା ଏବଂ ସାରର କଳାବଜାରୀ କରିବା ଅଭିଯୋଗରେ ଦୁଇ ଗୋଟି ସାର ଗୋଦାମକୁ ବାଣପୁର କୃଷି ବିଭାଗ ସିଲ୍ କରିଛି। ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଭାଟପଡା ଛକରେ ଦୁଇ ଗୋଟି ସାର ଗୋଦାମ ବେଆଇନ ଭାବେ ସାରର କଳାବଜାରୀ କରିବା ସହ ବିନା ଲାଇସେନ୍ସରେ ବେପାର ଚଳାଉଥିବାର ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ବ୍ଲକ କୃଷି ଅଧିକାରୀ ଅଜୟ କର ଏନେଇ ତତ୍ପରତା ଦେଖାଇଥିଲେ।

ଗତକାଲି ସଂଧ୍ୟାରେ ବାଣପୁର ତହସିଲଦାର ପ୍ରମୋଦ କୁମାର ପାଢ଼ୀଙ୍କ ଉପସ୍ଥିତିରେ କୃଷି ଅଧିକାରୀ ଶ୍ରୀ କର ଏବଂ ସହକାରୀ କୃଷି ଅଧିକାରୀ ମୋନାଲିସା ମିଶ୍ର ଉକ୍ତ ଦୁଇ ସାର ଗୋଦାମ ଉପରେ ଚଢ଼ାଉ କରିବା ସହ ସମ୍ପୃକ୍ତ ଗୋଦାମ ଦ୍ଵୟକୁ ଜଉ ମୁଦା ସିଲ୍ କରିଥିଲେ।

ତେବେ ଆଗକୁ ବାଣପୁର ପୋଲିସର ସହଯୋଗରେ ଉକ୍ତ ଦୁଇ ଗୋଦାମ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ଲକ କୃଷି ଅଧିକାରି ଅଜୟ କର ସୂଚନା ଦେଇଛନ୍ତି।