Categories
ଆଜିର ଖବର

BREAKING: ବିଦ୍ୟାଳୟ ଶିକ୍ଷକମାନଙ୍କର ବେତନ ପ୍ରଦାନରେ ହେବ ପରିବର୍ତ୍ତନ, ଜାଣନ୍ତୁ କଣ

ଭୁବନେଶ୍ୱର : ରାଜ୍ୟରେ ୪୮୮ବର୍ଗ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବେସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ପାଇଁ ଉଦ୍ଦିଷ୍ଟ ବେତନ ସମ୍ବନ୍ଧିୟ ବିଲ ଗୁଡ଼ିକରେ ଉପଜିଲ୍ଲାପାଳ ଅଥବା ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା କାଉଣ୍ଟର ସିଗ୍‌ନେଚର କରିବାର ପ୍ରଚଳିତ ବିଧି ବ୍ୟବସ୍ଥାକୁ ଉଚ୍ଛେଦ କରିବା ପାଇଁ ସରକାର ସ୍ଥିର କରିଛନ୍ତି ।

ଏତଦ୍‌ଦ୍ୱାରା ଉପରୋକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ କରୁଥିବା ଅଧ୍ୟାପକ ଏବଂ ଅଧ୍ୟାପିକାମାନଙ୍କ ବେତନ ବିଲ୍‌ଗୁଡ଼ିକର ନିର୍ଗମନ ପ୍ରକ୍ରିୟା ଅଧିକ ସୁଗମନ କରାଯାଇ ପାରିବ।