Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବ୍ରହ୍ମଗିରିର ପୂର୍ବତନ ବିଧାୟକ ପତ୍ନୀଙ୍କ ଦରପୋଡା ଶବ ଶ୍ମଶାନରୁ ଜବତ

ଭୁବନେଶ୍ବର: ଆଜି ଭୁବନେଶ୍ବର ସତ୍ୟନଗର ମଶାଣୀରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ଅଭିଯୋଗ ପରେ ପୋଲିସ ଏହି ଶ୍ମଶାନରୁ ଜଣେ ମହିଳାଙ୍କ ଦରପୋଡା ଶବକୁ ଜବତ କରିଛି। ସେ ହେଉଛନ୍ତି ବ୍ରହ୍ମଗିରିର ପୂର୍ବତନ ବିଧାୟକ ସ୍ବର୍ଗତ ଅଜୟ ଜେନାଙ୍କ ପତ୍ନୀ ଅଶ୍ରୁକଣା ପ୍ରଧାନ। ସେ କ୍ୟାପିଟାଲ ହାଇସ୍କୁଲରେ ଶିକ୍ଷୟତ୍ରୀ ଥିଲେ।

ସୂଚନା ଅନୁସାରେ ଅଶ୍ରୁକଣାଙ୍କ ହଠାତ ଦେହ ଖରାପ ହେବାରୁ ତାଙ୍କ ବୋହୂ ଏକ ହସପିଟାଲରେ ଭର୍ତ୍ତି କରିଥିଲେ। ହେଲେ ତାଙ୍କର ଆଜି ଦେହାନ୍ତ ହୋଇଯାଇଥିଲା। ମୃତ୍ୟୁ ପରେ ତାଙ୍କର ପୋଷ୍ଟମର୍ଟମ କରାଯାଇ ନ ଥିଲା। ଏପରି କି ତାଙ୍କର ବୋହୂ ପରିବାର ବର୍ଗକୁ ନ ଜଣାଇ ସତ୍ୟନଗର ମଶାଣିରେ ତାଙ୍କର ଦାହ କରୁଥିଲେ। ହେଲେ ପରିବାର ବର୍ଗ ଖବର ପାଇ ପୋଲିସକୁ ଅବଗତ କରାଇବା ପରେ ଦରପୋଡା ଶବ ଜବତ କରାଯାଇଥିଲା।