Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବ୍ରାଉନ ସୁଗାର ଜବତ୍, ଦୁଇ ଯୁବକ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ଟାଉନ ଥାନା ପୋଲିସ ଯାଞ୍ଚ କରିବା ବେଳେ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ଖେଳ ପଡିଆ ନିକଟରେ ଦୁଇ ଯୁବକଙ୍କୁ ସନ୍ଦେହ କରି ଅଟକ ରଖିଛି। ପଚରାଉଚରା ବେଳେ ସେମାନଙ୍କ ଠାରୁ ୨୮.୯୫ ଗ୍ରାମ ବ୍ରାଉନ ସୁଗାର ଜବତ୍ କରାଯାଇଛି।

ଗିରଫ ଦୁଇ ଯୁବକ ବଡ଼ବଜାର ଥାନା ଅନ୍ତର୍ଗତ ଧାନମେରା ସାହିର ରଞ୍ଜନ ଦାସ ଓ ରୁତୁରଞ୍ଜନ ନିମାଇଁ ବୋଲି ଜଣାପଡିଛି। ଗିରଫ ରଞ୍ଜନ ନାମରେ ବିଭିନ୍ନ ଥାନାରେ ଆଗରୁ ୮ ଟି ମାମଲା ରହିଛି। ଗିରଫ ଯୁବକ ଦ୍ବୟଙ୍କ ଠାରୁ ପୋଲିସ ନଗଦ ୪୨୭୦ ଓ ଗୋଟିଏ ମୋଟରସାଇକେଲ ଜବତ ହୋଇଛି।