Categories
ଆଜିର ଖବର ରାଜ୍ୟ ଖବର

ବାଲି ଟିପ୍ପର ଧକ୍କାରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର ଆହତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଜାତୀୟ ରାଜପଥ ହିଞ୍ଜିଳି ସହର ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ସାମନାରେ ଏକ ସ୍କୁଟି ମୋଟରସାଇକେଲକୁ ଧକ୍କା ଦେଇ ବାଲି ଟିପ୍ପର ଚମ୍ପଟ୍ ମାରିଛି। ଯାହା ଫଳରେ ସ୍କୁଟି ଚାଳକ ଭଗବାନ ସାହୁ ଗୁରୁତର ଆହତ ହୋଇ ହିଞ୍ଜିଳି ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ପଛରେ ବସିଥିବା ସ୍ତ୍ରୀ ସୁଲତା ସାହୁଙ୍କ ମୃତ୍ୟୁ ହୋଇଛି। ସୁଲତା ସ୍କୁଟିରୁ ଖସି ପଡିଥିବା ସମୟରେ ଉକ୍ତ ଟିପ୍ପର ତାଙ୍କର ମୁଣ୍ଡ ଉପରେ ଚଢ଼ି ଯିବାରୁ ସେ ଘଟଣାସ୍ଥଳରେ ହିଁ ମୃତ୍ୟୁ ବରଣ କରିଛନ୍ତି।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଭଗବାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରି ସ୍କୁଟିକୁ ଜବତ କରିଛନ୍ତି ଓ ମୃତ ସୁଲତାଙ୍କ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ନିଜ ତରଫରୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୁଚନା ଅନୁଯାୟୀ ଜଣାପଡିଛି ଯେ ଦୁର୍ଘଟଣାଗ୍ରସ୍ତ ଦମ୍ପତି ଙ୍କ ଘର କବିସୂର୍ଯ୍ୟ ନଗର ଥାନା ଅର୍ନ୍ତଗତ ଆଠଗଡ଼ ପାଟଣା ଓ ସେମାନେ ବ୍ରହ୍ମପୁର ଆସୁଥିବା ବେଳେ ଏହି ଘଟଣାର ସମ୍ମୁଖୀନ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଶରୀରରେ ନିଆଁ ଲଗାଇ ଯୁବତୀଙ୍କ ଆତ୍ମହତ୍ୟା: କାରଣ ଖୋଜୁଛି ପୋଲିସ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କୁକୁଡାଖଣ୍ଡି ବ୍ଲକ ସମ୍ମୁଖ ଏକ ଭଡାଘରେ ରହୁଥିବା ଜନୈକ ଯୁବତୀ ଶରୀରରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ସୋମବାର ଦିନ ରାଣୀ ପ୍ରଧାନ (୨୧) ନାମକ ଜଣେ ଯୁବତୀ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ। ନିଆଁରେ ଜଳି ଛଟପଟ ହେଉଥିବା ବେଳେ ସ୍ଥାନୀୟ ଲୋକେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

କିନ୍ତୁ ଚିକିତ୍ସାଧୀନ ସମୟରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି। ଆତ୍ମହତ୍ୟାର କାରଣ ବାପା ଝିଅର କଳି ଯୋଗୁଁ ବୋଲି ଶୁଣିବାକୁ ମିଳୁଛି। ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ବସ୍ ଚକା ତଳେ ଚାପି ହୋଇ ଯୁବକ ଗୁରୁତର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ବସଷ୍ଟାଣ୍ଡ ନିକଟରେ ବସ୍ ରେ ଚଢୁଥିବା ବେଳେ ଅସାବଧାନତା ବଶତଃ ଜଣେ ଯୁବକ ବସ୍ ରୁ ଖସି ଚକା ତଳେ ଚାପି ହୋଇ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ସୋରଡ଼ା ଥାନା ଅନ୍ତର୍ଗତ ବଡବୋରସିଙ୍ଗି ର ନାମ ଜିତେନ୍ଦ୍ର ଗୌଡ ବୋଲି ଜଣାପଡିଛି। ସେ ବ୍ରହ୍ମପୁର ଆସିବା ପାଇଁ “ରାଧାକୃଷ୍ଣ” ନାମକ ସୋରଡ଼ା ରୁ ବ୍ରହ୍ମପୁର ଆସୁଥିବା ବସ୍ ରେ ଚଢୁଥିବା ବେଳେ ଦୁର୍ଘଟଣାର ସମ୍ମୁଖିନ ହୋଇଛନ୍ତି। ବସ୍ କର୍ମଚାରୀ ମାନେ ଗୁରୁତର ଜିତେନ୍ଦ୍ର କୁ ଚିକିତ୍ସା ନିମନ୍ତେ ସଙ୍ଗେ ସଙ୍ଗେ ହିଞ୍ଜିଳି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାକୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସ୍ ଜବତ କରିବା ସହ ଆହତ ଯୁବକକୁ ବଡ ଡାକ୍ତରଖାନାକୁ ପଠାଇ ଘଟଣା ର ତଦନ୍ତ ଚଳାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମଧ୍ୟାହ୍ନ ଭୋଜନ ଖାଇ ଅନେକ ପିଲା ଗୁରୁତର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କବିସୂର୍ଯ୍ୟ ନଗର ବ୍ଳକ ଆଠଗଡ଼ ପାଟଣା ଗୌଡ଼ ସାହି ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ବହୁ ପିଲା ଅସୁସ୍ଥ ହୋଇଛନ୍ତି। କିଛି ପିଲା ଆସ୍କା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଗୁରୁତର ୫ ଜଣ ପିଲା ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।

ସ୍କୁଲ ପ୍ରଧାନ ଶିକ୍ଷକ ଏହି ଭଳି ସମସ୍ୟାର କାରଣ କିଛି କହିନାହାନ୍ତି। କିନ୍ତୁ ସେ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଜଣାଇବା ପରେ ସେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଅବଗତ କରାଇଥିଲେ। କିନ୍ତୁ କୌଣସି ପଦେକ୍ଷପ ର ପ୍ରମାଣ ନାହିଁ। ଅନ୍ୟ ପକ୍ଷରେ ଏହି ଭଳି ଗୁରୁତର ପରିସ୍ଥିତିରେ କୌଣସି ଜିଲ୍ଲା ଅଧିକାରୀଙ୍କର ଦେଖା ଦର୍ଶନ ନାହିଁ।

ଏହି ଘଟଣାକୁ ନେଇ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ତୁରନ୍ତ ହସ୍ତକ୍ଷେପ ପାଇଁ ଅଭିଭାବକ ଓ ଅଞ୍ଚଳ ବାସିନ୍ଦାଙ୍କ ତରଫରୁ ଦାବି ହେଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁରରେ ଗୁଳିକାଣ୍ଡ, ଦୁଇ ଗୁରୁତର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁରସ୍ଥିତ କାଜୁ ବଗିଚାରେ ଗୁଳିକାଣ୍ଡ ଘଟି ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଦ୍ଵୟଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ସୁଚନା ଅନୁଯାୟୀ ଜଣାପଡିଛି ଯେ, ଆହତ ଦ୍ଵୟ ଅବକାଶ ଜାନୀ ଓ ରଘୁନାଥ ଜାନୀ ନିଜ ଗ୍ରାମ କରସିଙ୍ଗି ପଞ୍ଚାୟତ ଅନ୍ତର୍ଗତ ପୋକସୁଙ୍ଗା ଗ୍ରାମରେ କାଜୁ ତୋଳୁଥିବା ସମୟରେ ହଠାତ ପଛପଟୁ କିଏ ଗୁଳି ଚଳାଇଥିଲେ ଓ ଉଭୟଙ୍କ ବାମ ଗୋଡରେ ଗୁରୁତର ଆଘାତ ଲାଗିଛି। କିନ୍ତୁ ଗୁଳିକାଣ୍ଡ ଘଟାଇଥିବା ଲୋକଙ୍କୁ ସେମାନେ ଦେଖି ନାହାନ୍ତି।

ଖବର ପାଇ ବୁଗୁଡ଼ା ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସକୁ ଖବର ଦେଇଥିଲେ ଓ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବୁଗୁଡ଼ା ଡାକ୍ତରଖାନାରେ ଚିକିତ୍ସିତ ପାଇଁ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଛନ୍ତି ଓ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମୋଟରସାଇକେଲରୁ ଖସି ଯାଇ ମହିଳାଙ୍କ ପ୍ରାଣହାନୀ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଆସ୍କା ରୋଡ଼ ତାଲୁକା ଛକରେ ପୁଅ ଚଲାଉଥିବା ମୋଟରସାଇକେଲ ରୁ ଖସି ଯାଇ ପମି ନାୟକ ନାମ୍ନୀ ଜଣେ ମହିଳାଙ୍କର ପ୍ରାଣହାନୀ ଘଟିଛି।

ଘଟଣାରୁ ପ୍ରକାଶ ଯେ, ମୃତ ପମି ର ପୁଅ ନୁଆଁ ମୋଟରସାଇକେଲ କିଣି ଘରକୁ ଫେରିବା ବେଳକୁ ଅସାବଧାନତା ଯୋଗୁଁ ପମି ମୋଟରସାଇକେଲରୁ ଖସି ଯାଇ ଗୁରୁତର ଆହତ ହୋଇ ଯାଇଥିଲା। ସଙ୍ଗେ ସଙ୍ଗେ ତାକୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ପ୍ରାଣହାନୀ ଘଟିଛି ଓ ପରିବାର ଲୋକଙ୍କ ଠାରୁ ଅଭିଯୋଗ ପାଇ ବଡଡାକ୍ତରଖାନା ପୋଲିସ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି।