Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବଡଚଣାରେ ବିଜେଡି ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶନୀ ପଛରେ, ବିଜେପି ପ୍ରାର୍ଥୀ ଆଗରେ

ଭୁବନେଶ୍ବର: ବଡଚଣାରେ ଏକ ଆଶ୍ଚର୍ଯ୍ୟଜନକ ସ୍ଥିତି ଆସିଛି। ସେଠାରେ ବିଜେଡି ପ୍ରାର୍ଥୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପଛରେ ପଡିଯାଇଛନ୍ତି। ସେଠାରେ ବିଜେପି ପ୍ରାର୍ଥୀ ଅମର ନାୟକ ଆଗରେ ଅଛନ୍ତି। ଗଣତି ଅନୁସାରେ ଅମର ନାୟକ ବର୍ଷାଙ୍କଠାରୁ 1228 ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ଭୋଟ ସଂଖ୍ୟା ହେଲା

ବର୍ଷା ପ୍ରିୟଦର୍ଶିନୀ, ବିଜେଡି- 33521

ଅମର ନାୟକ, ବିଜେପି – 4749

ଅଜୟ ସାମଲ, କଂଗ୍ରେସ- 126

 

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଟିକେଟ କଟିବା ପରେ ନୀରବି ଗଲେ ଯାଜପୁର ଜିଲ୍ଲାର ତିନି ବିଧାୟକ, ପ୍ରଚାରରେ ମିଳୁନି ଦେଖା

ଭୁବନେଶ୍ବର: ଯାଜପୁର ଜିଲ୍ଲାରେ ରାଜନୀତି ଧିରେ ଧିରେ ଘନେଇ ଆସୁଥିବା ବେଳେ ହଠାତ ସେଥିରେ ଦେଖାଦେଇଛି ନିରୁତ୍ସାହ। କାରଣ ହେଲା ସେହି ଜିଲ୍ଲାର ତିନି ବିଧାୟକଙ୍କ ଟିକେଟ କଟିବା ପରେ ସେମାନେ ଏକ ପ୍ରକାର ନୀରବି ଯାଇଛନ୍ତି। ନା ପୂର୍ବପରି ସକ୍ରିୟ ହେଉଛନ୍ତି ନା ଦଳିୟ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି।

କୋରେଇରେ ପ୍ରଣବ ପ୍ରକାଶ ଦାସଙ୍କ ମାଆ ସଂଧ୍ୟାରାଣୀ ଦାସ ପ୍ରାର୍ଥୀ ହେବା ପରେ ସେଠାକାର ରାଜନୀତି ସରଗରମ ହୋଇଛି। ହେଲେ ସେଠାକାର ବିଧାୟକ ଅଶୋକ ବଳଙ୍କ ଟିକେଟ କଟିବା ପରେ ସେ ଏକ ପ୍ରକାର ରାଜନୀତିରୁ ଦୂରେଇ ଯାଉଥିବାର ପରିଲକ୍ଷିତ ହୋଇଛି। ସଂଧ୍ୟାରାଣୀ ଦାସ ନାମାଙ୍କନ ଦାଖଲ ବେଳେ ବବି ଦାସ ଯାଜପୁର ଆସିଥିଲେ। ସେତେବେଳେ ଅଶୋକ ବଳଙ୍କ ଦେଖା ମିଳିଥିଲା। ହେଲେ ତା ପରଠାରୁ ସେ ପ୍ରାର୍ଥୀଙ୍କ ସହିତ ବୁଲିବା ଆଉ କେହି ଦେଖି ନାହାଁନ୍ତି।

ସେହିପରି ବଡଚଣାରେ ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ଅମର ଶତପଥୀଙ୍କ ଟିକେଟ କଟିବା ପରେ ସେ ଭୁବନେଶ୍ବରରେ ରହୁଛନ୍ତି। ସେଠାରେ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିବା ପରେ ଅମର ଅସନ୍ତୁଷ୍ଠ ହୋଇଛନ୍ତି। ଉପରେ ମନରେ ସେ ଦଳ ପାଇଁ କାମ କରିବେ ବୋଲି କହୁଥିଲେ ମଧ୍ୟ ଭିତରେ ଭିତରେ ତାଙ୍କର ଆଗ୍ରହ ନାହିଁ। ବଡଚଣା ପ୍ରଚାରରେ ତାହା ସ୍ପଷ୍ଟ ଭାବେ ଜଣାପଡିଛି।

ବଡଚଣାରୁ ଛଅ ଥର ବିଧାୟକ ହୋଇଥିବା ଅମର ଶତପଥୀଙ୍କୁ ଦଳ ଟିକେଟ କାଟିବା ପରେ ଉପସଭାପତି ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଛି। ହେଲେ ସେଥିରେ ସେ କୁଆଡେ ସନ୍ତୁଷ୍ଠ ନୁହଁନ୍ତି ବୋଲି ସ୍ପଷ୍ଟ ହୋଇଛି। ଅନ୍ୟପଟେ ତାଙ୍କ ସମର୍ଥକମାନେ ମଧ୍ୟ କିଏ କେମିତ ସାହାଯ୍ୟ କରିବାକୁ ଆସୁଛନ୍ତି। ହେଲେ ସେମାନଙ୍କ ମନ ମଧ୍ୟ ବର୍ଷାଙ୍କ ପାଖରେ ନାହିଁ।

ସେହିପରି ଯାଜପୁରର ବରୀ ନିର୍ବାଚନ ମଣ୍ଡଳୀରେ ବିଧାୟିକା ସୁନନ୍ଦା ଦାସଙ୍କ ଟିକେଟ କାଟି ଦଳ ସେଠାରୁ ବିଶ୍ବରଞ୍ଜନ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି। ଫଳରେ ସୁନନ୍ଦା ମଧ୍ୟ ଅସନ୍ତୁଷ୍ଠ ହେବା ସ୍ବାଭାବିକ। ଟିକେଟ କଟିବା ପରେ ତାଙ୍କ ସ୍ବାମୀ ଦେବେନ୍ଦ୍ର ଦାସଙ୍କୁ ବିଜେଡି ସାଧାରଣ ସଂପାଦକ ଭାବେ ନିଯୁକ୍ତି ପ୍ରଦାନ କରିଛି। ହେଲେ ସେଥିରେ ମଧ୍ୟ ସେ ସନ୍ତୁଷ୍ଠ ନାହାଁନ୍ତି। ଫଳରେ ସୁନନ୍ଦା ମଧ୍ୟ ଏ ପର୍ଯ୍ୟନ୍ତ ମଇଦାନକୁ ଓହ୍ଲାଉ ନାହାଁନ୍ତି। ତେବେ ବିଜେଡି ଏହି ଖବର ଜାଣିବା ପରେ ମାନଭଂଜନ ପାଇଁ ପୁଣି ପ୍ରଚେଷ୍ଠା ଆରମ୍ଭ କରିଥିବାର ଜଣାପଡିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବର୍ଷାଙ୍କ ପାଇଁ ଚିନ୍ତାରେ ବିଜେଡି, ଶଙ୍ଖ ଭବନରେ ବସିଲା ବଡଚଣାର ଗୁପ୍ତ ବୈଠକ

ଭୁବନେଶ୍ବର: ବଡଚଣା ନିର୍ବାଚନ ମଣ୍ଡଳି ପାଇଁ ବିଜେଡି ପ୍ରାର୍ଥୀ ହୋଇଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାଇଁ ଚିନ୍ତାରେ ବିଜେଡି। କାରଣ ବର୍ଷା ସେହି ଅଞ୍ଚଳର ହୋଇ ନ ଥିବା ବେଳେ ଅମର ଶତପଥୀଙ୍କ ପରି ଟାଣୁଆ ନେତାଙ୍କ ଟିକେଟ କଟିଛି। ଯାହାକୁ ନେଇ ଅମରଙ୍କ ସମର୍ଥକମାନେ ବେଶ ଅସନ୍ତୁଷ୍ଠ ହୋଇପଡିଛନ୍ତି।

ତେବେ ସେଥିରେ ତାଳି ପକାଇବା ପାଇଁ ଆଜି ବିଜେଡି ଶଙ୍ଖ ଭବନରେ ଏକ ରୁଦ୍ଧ ଦ୍ବାର ବୈଠକ କରିଛି। ସେଥିରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ଜିଲ୍ଲା ପର୍ଯ୍ୟବେକ୍ଷକ ଅଶୋକ ପଣ୍ଡା, ବଡଚଣାର ଅନ୍ୟତମ ଆଶାୟୀ ରାଜନାରାୟଣ ମହାପାତ୍ର ଉପସ୍ଥିତ ଥିଲେ। ଏଥିରେ ବର୍ଷା କିପରି ଅଧିକ ଭୋଟରେ ବିଜୟ ଲାଭ କରିବେ ସେ ନେଇ ଆଲୋଚନା ହୋଇଥିଲା।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଶେଷରେ ବାଜି ମାରିଦେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ମିଳିଲା ବଡଚଣା ଟିକେଟ

ଭୁବନେଶ୍ବର: ଶେଷରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟିକେଟ ଦେଇଛି ବିଜେଡି। ସେ ବଡଚଣାରେ ଲଢେଇ କରିବେ ବୋଲି ଆଜି ଦଳର ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ବଡଚଣାରେ ବର୍ତ୍ତମାନ ବିଧାୟକ ଅଛନ୍ତି ଅମର ଶତପଥୀ। ସେ ସେଠାରେ ଦୀର୍ଘ ବର୍ଷ ଧରି ରାଜନୀତି ସହିତ ଅଛନ୍ତି। ହେଲେ ଦଳ ତାଙ୍କୁ ଏଥର ଟିକେଟ ଦେବ ନାହିଁ ବୋଲି ପୂର୍ବରୁ ଜଣାପଡିଥିଲା।

ତେବେ ବଡଚଣାରେ ଅମରଙ୍କ ସହିତ ଆହୁରି ଅନେକ ଆଶାୟୀ ଥିଲେ। ହେଲେ ଶେଷରେ ବାଜି ମାରିଦେଲେ ଅଭିନେତ୍ରୀ ବର୍ଷା। ନିକଟରେ ସେ ବିଜେଡିରେ ଯୋଗଦେବା ପରେ ଦଳ କେଉଁଠାରୁ ଛିଡା କରିବ ସେ ନେଇ ଚର୍ଚ୍ଚା ଚାଲିଥିଲା। ଯାହା ଆଜି ସେହି ଚର୍ଚ୍ଚାରେ ଭଟ୍ଟା ପଡିଛି।

Categories
ଆଞ୍ଚଳିକ

ପଞ୍ଚାୟତ ସାରା କୁଢକୁଢ ଆବର୍ଜନା: ଖତ ଖାଉଛି ଅଳିଆ ବୁହା ଗାଡି

ବଡଚଣା: କଥାରେ ଅଛି “ଗାଁ ପରିମଳ ଧୋବା ତୁଠରୁ” ପରିଷ୍କାର ପରିଚ୍ଛନ୍ନତା ଏକ ମାନବୀୟ ଜୀବନର ମୁଖ୍ୟ ଆଦର୍ଶଣୀୟ ଜୀବନଚର୍ଯ୍ୟା। କେବଳ ପାଠ୍ୟପୁସ୍ତକର ଅଧ୍ୟାୟ ଭାବରେ ନୁହେଁ ବା କୈାଣସି ସାର ଗର୍ଭକ ଭାଷଣର ଧାଡି, ସୁଧ ଆଚରଣ ଯେପରି ଜଣେ ମଣିଷର ଉତ୍ତମ ବ୍ୟକ୍ତିତ୍ୱକୁ ପ୍ରଦର୍ଶିତ କରିଥାଏ ସେହିଭଳି ସ୍ୱଚ୍ଛତାକୁ ଜଣେ ନିଜ ଚେତନାର ଜାଗରଣ ଭାବରେ ଚିନ୍ତା କରିବା ଏବଂ ଏହାକୁ ନିଜ ଜୀବନରେ କାର୍ଯ୍ୟକାରୀ କରିବାର ପ୍ରାସଙ୍ଗିକତା ରକ୍ଷା କରେ।

ବଡଚଣା ବ୍ଲକ ଅନ୍ତର୍ଗତ ପତରାଜପୁର ଗ୍ରାମପଞ୍ଚାୟତର ସ୍ୱଚ୍ଛତା ବାଟବଣା ହୋଇଅଛି। ପଞ୍ଚାୟତର ଚାରିଆଡେ କମ୍ପୋଷ୍ଟପିଟ ଓ ଡଷ୍ଟବିନ ତିଆରି ହୋଇଥିବାର ଦେଖିବାକୁ ମିଳୁଛି। କିନ୍ତୁ ସେସବୁ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଯାଇଅଛି। ସେହି ଅଳିଆ ଗୁଡିକ ବହୁ ଦିନ ରହିଯିବାରୁ ସେହି ସ୍ଥାନରୁ ଦୁର୍ଗନ୍ଧ ଗ୍ୟାସ ବାହାରୁଅଛି। ଦୀର୍ଘ ଦିନରୁ ଏହି ଅଳିଆ ଗଦା ହୋଇଥିବାବେଳେ ଏହାପ୍ରତି କାହାର ନଜର ନାହିଁ କି ଅଳିଆ ସଫା କରିବା ପାଇଁ ଉଦ୍ୟମ କରାଯାଇନାହିଁ।

ଅନ୍ୟପଟେ ପଞ୍ଚାୟତ ସମ୍ମୁଖରେ ଦୁଇଟି ଅଳିଆ ବୁହା ଗାଡି ଛିଡା ହୋଇଥିବାର ଦେଖିବାକୁ ମିଳୁଛି। ବହୁ ଦିନ ଧରି ଖରା ବର୍ଷାରେ ବାହାରେ ଛିଡା ହୋଇଥିବାରୁ ସେଗୁଡିକ କଳଙ୍କି ଲାଗି ନଷ୍ଟ ହୋଇଗଲାଣି। ପଞ୍ଚାୟତର ବିଭିନ୍ନ କାନ୍ଥ ମାନଙ୍କରେ ଅଳିଆ ବାହାରେ ପକାଇଲେ ଦଣ୍ଡନୀୟ ଅପରାଧ ବୋଲି ଲେଖାହୋଇଅଛି। ଦିନକୁ ଦିନ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ମାଟି,ପାଣି ଓ ପବନ ଏହି ପ୍ରଦୂଷଣ ମଧ୍ୟରେ ଅର୍ନ୍ତଭୂକ୍ତ। ଲୋକମାନେ ଅଳିଆ ଗଦାରେ ଅଳିଆ ପକାଇଲା ପରେ ସେଗୁଡିକ ସଫା କରାଯାଉନଥିବାରୁ ସେମାନେ ଅଳିଆ କେଉଁଠାରେ ପକାଇବେ ବୋଲି ପ୍ରଶ୍ନ ଉଠାଇଛନ୍ତି।

ପଞ୍ଚାୟତରେ ଏଣେତେଣେ ପଡିଥିବା ଅଳିଆ ଆବର୍ଜନାକୁ ଯଥାସମ୍ଭବ ମିଳିଥିବା ଅଳିଆ ଗାଡି କିମ୍ବା ଅନ୍ୟ ଉପାୟରେ ସଫାସୁତୁରା କରାଗଲେ ପରିବେଶ ଦୂଷିତ ହେବ ନାହିଁ ବୋଲି ଗ୍ରାମବାସୀମାନେ ମତ ରଖିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚତୁର୍ଥ ଦିନର କଂଗ୍ରେସର ଭାରତ ଯୋଡ଼ ଯାତ୍ରା- ଓଡ଼ିଶା ବଡ଼ଚଣାରୁ ହେଲା ଆରମ୍ଭ

ଭୁବନେଶ୍ୱର: ଆଜି ପ୍ରଭାତରୁ ଚତୁର୍ଥ ଦିନର “ଭାରତ ଯୋଡ ଯାତ୍ରା-ଓଡ଼ିଶା” ବଡ଼ଚଣା ପେଟ୍ରୋଲ ଟାଙ୍କି ଠାରୁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା। ଯାଜପୁର ଜିଲ୍ଲାର ହଜାର ହଜାର କଂଗ୍ରେସ କର୍ମୀ, ଚାଷୀ, ଶ୍ରମିକ, ବେକାର ଯୁବକ, ଛାତ୍ର ଓ ବିଭିନ୍ନ ସାମାଜିକ ଅନୁଷ୍ଠାନର ବ୍ୟକ୍ତିବିଷେଶ ଏଥିରେ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ସ୍ଥାନରେ ସ୍ଥାନୀୟ ଅଧିବାସୀମାନେ ପ୍ରଦେଶ କଂଗ୍ରେସ ସଭାପତିଙ୍କୁ ସ୍ୱାଗତ କରିବା ସହ ସେଠିକାର ସ୍ଥାନୀୟ ସମସ୍ୟା ସଂପର୍କରେ ଅବଗତ କରାଇଥିଲେ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଶ୍ରୀ ଜୟଦେବ ଜେନା, ରାମଚନ୍ଦ୍ର ଖୁଂଟିଆ, ଗଣେଶ୍ୱର ବେହେରା, ଭୁଜବଳ ମାଝୀ, ମାନସ ଚୌଧୁରୀ, ବନ୍ଦିତା ପରିଡ଼ା, ମନୋଜ ରାଉତ, ବିଶ୍ୱରଞ୍ଜନ ମହାନ୍ତି, ଅଂଶୁମାନ ମହାନ୍ତି, ରାଜନାରାୟଣ ମହାପାତ୍ର, ଦେବେନ୍ଦ୍ର ନାଥ ଶର୍ମା, ଚିନ୍ମୟ ବେଉରା, ଅଭିଷେକ ମହାନନ୍ଦ, ଶ୍ରୀନାଥ ମିଶ୍ର, କିଷାନ ପଣ୍ଡା, ସନ୍ତୋଷ ବେହେରା, ଅମୀୟ ପଟ୍ଟନାୟକ, ହଳଧର ସେଠୀ ପ୍ରମୁଖ ଯୋଗଦେଇଥିଲେ।

ସେହିପରି ସୁବ୍ରତ ମହାପାତ୍ର, ପ୍ରଦୀପ ମହାପାତ୍ର, ସତ୍ୟବ୍ରତ ନାୟକ, ସୁଶାନ୍ତ ତ୍ରିପାଠୀ, ପଦ୍ମାକର ଗୁରୁ, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ସତ୍ୟପ୍ରିୟ ସାମଲ, ମାନସ କର, ସନ୍ତୋଷ ବେହେରା, ଅନନ୍ତ ଦାସ, ରିତାଶ୍ରୀ ମହାନ୍ତି, ମନୋଜ ବିଶ୍ୱାଳ, ଜ୍ଞାନ ରଞ୍ଜନ ପଟ୍ଟନାୟକ, ବିପ୍ଳବ ଶିଲାଦିତ୍ୟ, ବାଙ୍କନିଧି ବେହେରା, ବିଷ୍ଣୁ ରାଉତ, ନଳିନୀକାନ୍ତ ନାୟକ, ଦୁର୍ଯ୍ୟୋଧନ ବେହେରା, ଗଦାଧର ଦାସ, ଆଶିଷ ମଲ୍ଲିକ, ଦୀପକ ମହାପାତ୍ର, ବଳଭଦ୍ର ଦାସ, ପ୍ରମୁଖ ହଜାର ହଜାର କଂଗ୍ରେସ କର୍ମୀ ଅଂଶଗ୍ରହଣ କରିଥିଲେ।