Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା କଂଗ୍ରେସକୁ କଣ ଭକ୍ତ ଦାସ ସଂଜୀବନି ଦେଇପାରିବେ ? ଦଳକୁ କଣ ସଜଡି ପାରିବେ ?

ଭୁବନେଶ୍ବର: ଓଡିଶା ରାଜନୀତିରେ ବର୍ତ୍ତମାନ କଂଗ୍ରେସ ଦଳ କିଛି ଦିନ ଧରି ବେଶ ଚର୍ଚ୍ଚାକୁ ଆସିଛି। ତାହାର କାରଣ ହେଲା ଭକ୍ତ ଦାସ କଂଗ୍ରେସ ସଭାପତି ହେବା ପରେ ସେ ବିଭିନ୍ନ ସମୟରେ ଧମକା କରିବାରେ ଲାଗିଛନ୍ତି। ପ୍ରଥମେ ସଭାପତି ହେବା ପରେ ଯେଉଁମାନେ ଦଳରୁ ନିଲମ୍ବନ ବା ବହିସ୍କୃତ ହୋଇଥିଲେ ସେମାନଙ୍କୁ ଦଳକୁ ଆଣିବା ପାଇଁ ଘୋଷଣା କଲେ। ଫଳରେ ବହୁ ବରିଷ୍ଠ ନେତା ପୁଣି କଂଗ୍ରେସ ଭବନରେ ପ୍ରବେଶ କଲେ।

ଏବେ ଦଳର ସଂକଳ୍ପ ପଦଯାତ୍ରା ପୁଣି ଥରେ ତାଙ୍କୁ ଚର୍ଚ୍ଚାକୁ ଆଣିଛି। ଭୁବନେଶ୍ବରରୁ ପୁରୀକୁ ତିନିଦିନ ଧରି ପଦଯାତ୍ରା କରିବା ନେଇ କଂଗ୍ରେସ ଟ୍ରାକକୁ ଆସିଲା ବୋଲି ଅନୁଭବ କରି ହେଉଛି। ହେଲେ ପ୍ରଶ୍ନ ଉଠିଛି ଯେ, ଭକ୍ତ ଦାସ କଣ କଂଗ୍ରେସକୁ ସଂଜୀବନି ଦେଇପାରିବେ କି? ଭୁଷୁଡି ପଡିଥିବା ଦଳକୁ କଣ ଉପରକୁ ଉଠାଇ ପାରିବେ କି ? ଦଳ ଭିତରେ ଯେଉଁ ଗୋଷ୍ଠୀ କନ୍ଦଳ ଚାଲିଛି ସେଥିରେ ସେ ନିଜେ ଉପରକୁ ଉଠି ପାରିବେ କି ?

ତେବେ ବର୍ତ୍ତମାନର ରାଜନୈତିକ ଦୃଶ୍ୟପଟରେ କଂଗ୍ରେସର ଯାହା ସ୍ଥିତି ସେଥିରେ ଦଳକୁ ସଜଡା ଯାଇପାରିବା କିଛି ଅସମ୍ଭବ ନୁହେଁ। କାରଣ ଓଡିଶା ରାଜ୍ୟ ରାଜନୀତିରେ ବିଜେଡି ବିଜେପି ଗୋଟିଏ ବୋଲି ଲୋକେ ଅନୁଭବ କରିସାରିଲେଣି। ଏପରି ପରିସ୍ଥିତି ଜନସାଧାରଣ କଂଗ୍ରେସକୁ ବିକଳ୍ପ ଭାବେ ଗ୍ରହଣ କରିବାକୁ ଚାହୁଛନ୍ତି। ହେଲେ ଦଳରେ ଜଣ ଭଲ ମଙ୍ଗୁଆଳ ନ ଥିବାରୁ ବାଧ୍ୟ ହୋଇ ଲୋକେ ମୁହଁ ବୁଲାଇ ଦେଉଛନ୍ତି।

ଫଳରେ ଯଦି ଭକ୍ତ ଦାସ ନିଜର ସଂଗଠନକୁ ମଜବୁତ କରାଇପାରିବେ ତେବେ ଓଡିଶାରେ କଂଗ୍ରେସ ତାହାର ପୂର୍ବ ସ୍ଥିତିକୁ ନିଶ୍ଚିତ ଫେରି ଆସିବ। ହେଲେ ଅସୁବିଧା ହେଉଛି ନିଜ ଦଳର ବରିଷ୍ଠ ନେତା ଗଣ। କାରଣ ଓଡିଶା କଂଗ୍ରେସର ଏକ ବଡ ଦୋଷ ବହୁ ପୂର୍ବରୁ ରହିି ଆସିଛି। ତାହା ହେଲା ଯେ, ଜଣେ ଦଳକୁ ଉପରକୁ ନେବା ପାଇଁ ଚେଷ୍ଠା କରିବା ବେଳେ ସେଥିରେ ଆଉ ପାଞ୍ଚ ଦଶ ଜଣ ଗୋଡ ଟାଣିବେ। ଫଳରେ ଏବେଠାରୁ ଭକ୍ତ ଦାସ ସଂଗଠନକୁ ସଜଡାଇବା ବେଳେ, ଠିକ ନିର୍ବାଚନ ପୂର୍ବରୁ ତାଙ୍କୁ ସଭାପତି ପଦରୁ ଯେ ହଟାଇ ନ ଦିଆଯିବ ତାହା କହି ହେବ ନାହିଁ।

ଏହି ଗୋଡ ଟଣା ନୀତି କଂଗ୍ରେସ ଇତିହାସରେ ରହିଛି। ଯାହା ସାଧାରଣ ଲୋକେ ଦଳର ଏପରି ଗୋଡ ଟଣା ନୀତିକୁ ବେଶ ଭଲଭାବରେ ଅନୁଭବ କରିସାରିଛନ୍ତି। ସେଥିପାଇଁ କଂଗ୍ରେସକୁ ସମର୍ଥନ କରିବା ପୂର୍ବରୁ ଶହେଥର ଚିନ୍ତା କରୁଛନ୍ତି। ତେଣୁ ଭକ୍ତ ଦାସଙ୍କୁ ପ୍ରଥମେ ପୁରୁଣା କଂଗ୍ରେସ କର୍ମିଙ୍କୁ ଦଳ ଉପରେ ବିଶ୍ବାସ ଭାଜନ କରାଇବାକୁ ପଡିବ। ସେମାନଙ୍କ ମନୋବଳକୁ ସୁଦୃଢ କରିବାକୁ ପଡିବ।

ଗତ ନିର୍ବାଚନ ଭୋଟ ହାରକୁ ଯଦି ବିଚାରକୁ ନିଆଯାଏ ତେବେ କଂଗ୍ରେସର ଭୋଟ ପ୍ରତିଶତ ଥିଲା ହାରାହାରି ମାତ୍ର 14 ପ୍ରତିଶତ। ଏଥିରେ ବିଜେପି 40 ପ୍ରତିଶତ ଏବଂ ବିଜେଡି 41 ପ୍ରତିଶତ ଭୋଟ ହାସଲ କରିଛନ୍ତି। ତେଣୁ କଂଗ୍ରେସର ଭୋଟ ହାର ସବୁଠାରୁ ବଡ ହ୍ରାସ ଘଟିଛି। ଯାହାକୁ ଉପରକୁ ଉଠାଇବା ଭକ୍ତଙ୍କ ପାଇଁ ସହଜ ହୋଇପାରିବ ନାହିଁ।

ଅନ୍ୟପଟେ ଦଳର ସଂଗଠନକୁ ସୁଦୃଢ କରିବା ପାଇଁ ହେଲେ ପାଣ୍ଠିର ବଡ ଆବଶ୍ୟକତା ରହିଛି। ଯାହା ଓଡିଶା କଂଗ୍ରେସରେ ନାହିଁ କି ଦିଲ୍ଲୀ କଂଗ୍ରେସରେ ମଧ୍ୟ ନାହିଁ। ତେଣୁ ଏହା ଭକ୍ତଙ୍କ ପାଇଁ ଏକ ବଡ ସମସ୍ୟା ହୋଇ ଉଭା ହେବ। ଅନ୍ୟପଟେ ଦଳକୁ ସାହାର୍ଯ୍ୟ କରିବା ପାଇଁ ବଡବଡ କଂପାନୀ ବର୍ତ୍ତମାନ ସ୍ଥିତିରେ ଆଗଭର ହେବେ ନାହିଁ। ସେଥିପାଇଁ ଭକ୍ତଙ୍କ ପାଇଁ ପାଣ୍ଠି ଏକ ବଡ ଚିନ୍ତାର କାରଣ ହେବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ହସପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ସଭାପତି ଭକ୍ତ ଦାସ, ହାତରେ କରାଗଲା ଅପରେସନ

ଭୁବନେଶ୍ବର: କଂଗ୍ରେସ ସଂକଳ୍ପ ଯାତ୍ରା ବେଳେ ଆହତ ହୋଇଥିବା ସଭାପତି ଭକ୍ତଚରଣ ଦାସ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ବାମ ହାତରେ ଅସ୍ତ୍ରପୋଚାର କରାଯାଇଛି। ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଏହି ଅପରେସନ କରାଯାଇଛି। ବର୍ତ୍ତମାନ ସେ ପୁରା ସୁସ୍ଥ ଅଛନ୍ତି। ଆଉ କିଛିଦିନ ବିଶ୍ରାମ ପରେ ସେ ପୁଣି ଥରେ କାର୍ଯ୍ୟକ୍ଷମ ହେବେ।

ଭକ୍ତ ଦାସ କଂଗ୍ରେସ ସଭାପତି ହେବା ପରେ ସେ ନୂଆଦିଲ୍ଲୀରୁ ଭୁବନେଶ୍ବର ଆସିବା ବେଳେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାପରେ ଭୁବନେଶ୍ବରରୁ ପୁରୀ ପର୍ଯ୍ୟନ୍ତ ଦୀର୍ଘ ତିନିଦିନ ଧରି ସେ ସଂପକଳ୍ପ ଯାତ୍ରା କରିଥିଲେ।

ଏହି ଯାତ୍ରା ସମୟରେ ଭିଡ ଭିତରେ ସେ ପଡିଯାଇଥିଲେ। ଫଳରେ ତାଙ୍କର ବାମ ହାତ ଜଖମ ହୋଇଯାଇଥିଲା। ପରବର୍ତ୍ତି ସମୟରେ ସେ ବ୍ୟାଣ୍ଡଜ କରି ପଦଯାତ୍ରା କରିଥିଲେ। ତାହା ଶେଷ ହେବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କର ହାତରେ ଅପରେସନ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚମକ ଦେଖାଇଲେ ନୂଆ ପିସିସି ସଭାପତି ଭକ୍ତ ଦାସ, ଶହଶହ ସମର୍ଥକଙ୍କୁ ନେଇ କଲେ ପାୱାର ସୋ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ନବନିଯୁକ୍ତ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ହଜାର ହଜାର ସଂଖ୍ୟାରେ କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ଶୁଭେଚ୍ଛୁମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।  ଶଙ୍ଖ, ହୁଳହୁଳି, ଓଡ଼ିଶୀ ନୃତ୍ୟ ଏବଂ ଆଧ୍ୟାତ୍ମିକ ପରିବେଶରେ ସ୍ୱାଗତ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

ସଂକଳ୍ପ ପଦଯାତ୍ରା କମିଟି ଅଧ୍ୟକ୍ଷ ପୂର୍ବତନ ବିଧାୟକ ଡ.ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ୱରେ ବରିଷ୍ଠ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ବିଧାୟକ ସାଗର ଦାସ, ବିଧାୟକ ରମେଶ ଜେନା, ବରିଷ୍ଠ କଂଗ୍ରେସ ନେତା ମାନସ ଚୌଧୁରୀ, ଜାନକୀ ବଲ୍ଲଭ ପଟ୍ଟନାୟକ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ପଦ୍ମାକର ଗୁରୁ, ରଜନୀ ମହାନ୍ତି, ମିନାକ୍ଷୀ ବାହିନିପତି, ରଞ୍ଜିତ ପାତ୍ର, ୟାସିର ନୱାଜ, ଅମୀୟ ପାଣ୍ଡବ, ସୁବ୍ରତ ମହାପାତ୍ର, ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦ୍ଦିତ ପ୍ରଧାନ, ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ସସ୍ମିତା ବେହେରା, ବନ୍ଦିତା ପରିଡ଼ା, ମନୋଜ ଜେନା ଓ ଅନ୍ୟମାନେ ବିମାନ ବନ୍ଦରରେ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି ଶ୍ରୀ ଦାସଙ୍କୁ ସ୍ୱାଗତ କରିଥିଲେ ।

ଓଡ଼ିଶା କଂଗ୍ରେସ ସେବା ଦଳର ଶହ ଶହ କର୍ମୀ କଂଗ୍ରେସ ପତାକା ଧରି ଏହି ସଂକଳ୍ପ ପଦଯାତ୍ରାରେ ଚାଲିଥିଲେ । ହସ୍ପିଟାଲ ଛକରେ ଶ୍ରୀ ପୃଥ୍ୱୀବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ ନେତୃବୃନ୍ଦ ଓ କର୍ମୀମାନେ ଶ୍ରୀ ଦାସଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ହଜାର ହଜାର କଂଗ୍ରେସ କର୍ମୀମାନେ ଶ୍ରୀ ଭକ୍ତ ଦାସଙ୍କୁ ସ୍ୱାଗତ କରିଥିଲେ ।
ବିଜୁପଟ୍ଟନାୟକ ବିମାନ ବନ୍ଦର ଠାରୁ ଶିଶୁ ଭବନ ଛକ ଦେଇ ରାଜମହଲ ଛକ, କଳ୍ପନା ଛକ, ବିଜେବି କଲେଜ ଛକ, ସାମନ୍ତାପୁର ଛକ, ଉତରାଛକ ସମେତ ବିଭିନ୍ନ ପ୍ରମୁଖ ସ୍ଥାନରେ କଂଗ୍ରେସ ନେତା ଓ କର୍ମୀମାନେ ଶ୍ରୀ ଦାସଙ୍କୁ ସ୍ୱାଗତ କରିଥିଲେ ।

ଏହି ଅବସରରେ ଶିଶୁ ଭବନ ଛକ ଠାରେ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡ଼ାମ, ସି.ଏସ୍‌. ରାଜନ ଏକ୍କା, ସୋଫିଆ ଫିର୍‌ଦୋଷ, ମଙ୍ଗୁ ଖିଲ, ଦାଶରଥି ଗମାଙ୍ଗ, ଅଶୋକ ଦାସ, ଅପାଲ୍ଲା ସ୍ୱାମୀ କାଡ୍ରାକା ପ୍ରମୁଖ ବିଧାୟକ ମାନେ ଶ୍ରୀ ଦାସଙ୍କୁ ସ୍ୱାଗତ ଜଣାଇବା ସହିତ ପଦଯାତ୍ରାରେ ସାମିଲ ହୋଇଥିଲେ । ଭୁବନେଶ୍ୱର କୋର୍ଟ ସାମ୍ମୁଖରେ ଶତାଧିକ ବରିଷ୍ଠ ଓ କନିଷ୍ଠ ଆଇନଜୀବିମାନେ ଶ୍ରୀଯୁକ୍ତ ଦାସଙ୍କୁ ଉଚ୍ଛ୍ୱସିତ ସମ୍ଭର୍ଦ୍ଧନା ଜ୍ଞାପନ କରିଥିଲେ ।

ସାମନ୍ତାପୁର ଛକରେ ଏକାମ୍ରର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଚମ୍ପତିଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଓ ଶୁଭେଚ୍ଛୁମାନେ ନବନିଯୁକ୍ତି ପିସିସି ସଭାପତି ଶ୍ରୀଦାସଙ୍କୁ ସ୍ୱାଗତ କରିଥିଲେ। ସେହିପରି ଲିଙ୍ଗିପୁର ଛକ ପୂର୍ବରୁ ଶତାଧିକ ସାଧାରଣ ଜନତା ସଂକଳ୍ପ ଯାତ୍ରାକୁ ସମର୍ଥନ ଜଣାଇ ପଦଯାତ୍ରାରେ ସାମିଲ ହୋଇଥିଲେ । ଅପରାହ୍ନ ୩ ଘଟିକାରେ ସଂକଳ୍ପ ପଦଯାତ୍ରା ଲିଙ୍ଗିପୁର ଠାରେ ପହଂଚିଥିଲା ।

ମଧ୍ୟାହ୍ନ ଭୋଜନ ପରେ ଚିତ୍ରକୁଣ୍ଡାର ବିଧାୟକ ଶ୍ରୀଯୁକ୍ତ ମଙ୍ଗୁ ଖିଲଙ୍କ ନେତୃତ୍ୱରେ ନବରଙ୍ଗପୁରର ପ୍ରାକ୍ତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ଅଖିଳ ଭତ୍ରା ବିଜେଡ଼ି ଦଳ ଛାଡ଼ି ପିସିସି ସଭାପତି ଶ୍ରୀଯୁକ୍ତ ଦାସଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି କଂଗ୍ରେସ ଦଳରେ ବିଧିବଧ ଭାବରେ ଯୋଗ ଦେଇଥିଲେ । ହଜାର ହଜାର ସଂଖ୍ୟାରେ ପଦଯାତ୍ରୀମାନେ ମଧ୍ୟାହ୍ନ ଭୋଜନ ସାରି ପୁନଃର୍ବାର ଅପରାହ୍ନ ୫ ଘଟିକା ସମୟରେ ପିପିଲି ଅଭିମୁଖେ ସଂକଳ୍ପ ପଦଯାତ୍ରାରେ ସାମିଲ ହୋଇଥିଲେ ।

ପିସିସି ସଭାପତିଙ୍କ ସହ ବରିଷ୍ଠ ବିଧାୟକ ଶ୍ରୀଯୁକ୍ତ ତାରାପ୍ରସାଦ ବାହିନିପତି ସଂକଳ୍ପ ପଦଯାତ୍ରାରେ ସାମିଲ ହୋଇଥିଲେ । ଉତରାଛକ ଠାରେ ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନ ନବନିଯୁକ୍ତ ପିସିସି ସଭାପତିଙ୍କୁ ସ୍ୱାଗତ କରିଥିଲେ । ପିପିଲି ନିର୍ବାଚନ ଆରମ୍ଭ ପୂର୍ବରୁ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର, ମାନସ ଆଚାର୍ଯ୍ୟ, ଜ୍ଞାନ ରଞ୍ଜନ ପଟ୍ଟନାୟକ, ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ନିରୁପମା ପାତ୍ର, ପିପିଲ ପଂଚାୟତ ସମିତିର ପୂର୍ବତନ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ୫୦୦ ରୁ ଉର୍ଦ୍ଧ୍ୱ କଂଗ୍ରେସ କର୍ମୀ ଓ ନେତୃମଣ୍ଡଳୀ ଶ୍ରୀଯୁକ୍ତ ଦାସଙ୍କ ଭବ୍ୟ ସମ୍ମର୍ଦ୍ଧନ କରିଥିଲେ ।

ଏହି ସଂକଳ୍ପ ପଦଯାତ୍ରା ୩ ଦିନ ଧରି ଚାଲିବ । ଭୁବନେଶ୍ୱର ବିମାନ ବନ୍ଦରରୁ ଆଜି ସଂକଳ୍ପ ପଦଯାତ୍ରା ଆରମ୍ଭ ହୋଇ ପିପିଲିରେ ରାତ୍ର ୮.୩୦ ମିନିଟ୍ ଘଟିକାରେ ପହଂଚିଥିଲା । ପିପିଲି ବଜାରରେ ସାଧାରଣ ଜନତା ଓ ବ୍ୟବସାୟ ସଂଘର ବହୁ କର୍ମକର୍ତା ରୁଣ୍ଡ ହୋଇ ବିରାଟ ପଟୁଆରକୁ ହାତ ହଲେଇ ସ୍ୱାଗତ କରିଥିଲେ । ସଂକଳ୍ପ ପଦଯାତ୍ରୀମାନେ ପିପିଲ ହାଟ ବଜାର କଲ୍ୟାଣ ମଣ୍ଡପ ଠାରେ ରାତ୍ରୀ ଯାପନ କରିବେ । ଶ୍ରୀଯୁକ୍ତ ଦାସ ଉତରାଛକ ଠାରେ ଶତାଧିକ ଛାତ୍ରଛାତ୍ରୀମାନଙ୍କୁ ଫଳ ବଂଟନ କରିଥିଲେ ।

ବୁଧବାର ସକାଳ ୮.୩୦ ମିନିଟ୍‌ରେ ପୁନଶ୍ଚ ପିପିଲିରୁ ଦ୍ୱିତୀୟ ଦିବସ ସଂକଳ୍ପ ପଦଯାତ୍ରା ଆରମ୍ଭ ହେବ । ଏହି ବିଶାଳ ସଂକଳ୍ପ ଯାତ୍ରା ପାଇଁ କଂଗ୍ରେସ ପ୍ରେମୀ, କଂଗ୍ରେସ କର୍ମୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି । ଗଣମାଧ୍ୟମକୁ ସମ୍ବୋଧିତ କରି ନବନିଯୁକ୍ତ ପିସିସି ସଭାପତି ଶ୍ରୀ ଦାସ କହିଛନ୍ତି ଯେ ଓଡ଼ିଶା ପାଇଁ ନୂଆ ଏକ ଅଧ୍ୟାୟ ଆରମ୍ଭ ହୋଇଛି । ସଂପୂର୍ଣ୍ଣ ଶକ୍ତିର ସହ କଂଗ୍ରେସ ଆଗକୁ ବଢ଼ିବ । ଓଡ଼ିଶାକୁ କଂଗ୍ରେସ ସରକାର ଫେରାଇ ଆଣିବା ପାଇଁ ପ୍ରତ୍ୟେକ କଂଗ୍ରେସ କର୍ମୀ ପ୍ରୟାସ କରିବେ ଓ ନିୟମିତ ଭାବେ ଜନସାଧାରଣଙ୍କ ସୁଖ ଦୁଃଖରେ ଦଳ ପହଂଚିବ ।

ଏହି ସ୍ୱାଗତ ଓ ସଂକଳ୍ପ ପଦଯାତ୍ରାରେ ସର୍ବଶ୍ରୀ ପ୍ରାକ୍ତନ ସାଂସଦ ନକୁଳ ନାୟକ, ନଗେନ୍ଦ୍ର ପ୍ରଧାନ, ପ୍ରାକ୍ତନ ବିଧାୟକ ବଳଭଦ୍ର ମାଝୀ, ଡ.ଲଲାଟେନ୍ଦୁ ମହାପତ୍ର, ଯୁଧିଷ୍ଟିର ଜେନା, ଚିନ୍ମୟ ପ୍ରସାଦ ବେଉରା, ବୀଜୟଲକ୍ଷ୍ମି ସାହୁ,କୃଷ୍ଣଚନ୍ଦ୍ର ସଗରିଆ, ଭାରତ ଭୂଷଣ ବେମାଲ, କୁମାର ଚିରଞ୍ଜିବ, ବିନୋଦ ପାତ୍ର, ବରିଷ୍ଠ କଂଗ୍ରେସ ନେତା ଅମୀୟ ପଟ୍ଟନାୟକ, ମନୋରଞ୍ଜନ ଦାଶ, ଶିବାନନ୍ଦ ରାୟ, ବିଶ୍ୱଭୂଷଣ ଦାସ, ପ୍ରମୁଖ ହଜାର ହଜାର ସଂଖ୍ୟାରେ ଛାତ୍ର, ଯୁବ, ମହିଳା ଓ ବିଭିନ୍ନ ପ୍ରକୋଷ୍ଠର କର୍ମକର୍ତାମାନେ ଓ ନେତୃମଣ୍ଡଳୀମାନେ ସଂକଳ୍ପ ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କଂଗ୍ରେସ ସଭାପତିଙ୍କୁ ସ୍ବାଗତ ପାଇଁ ବଡ ଆୟୋଜନ, ସଂକଳ୍ପ ଯାତ୍ରା ପାଇଁ ଜିଲ୍ଲା ୱାରି ଦାୟିତ୍ୱ ବଣ୍ଟନ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନବନିଯୁକ୍ତ ସଭାପତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଭକ୍ତଚରଣ ଦାସ ଆସନ୍ତାକାଲି ଦିନ ୧୦ ଟା ସମୟରେ ଭୁବନେଶ୍ୱର ବିମାନ ବନ୍ଦର ଠାରେ ପହଂଚିବେ । ସେଠାରୁ ସଭାପତି ଶ୍ରୀ ଦାସ ନେତୃବୃନ୍ଦ ମାନଙ୍କ ସହ ସଂକଳ୍ପ ପଦଯାତ୍ରାରେ ପୁରୀ ଅଭିମୁଖେ ଯାତ୍ରା କରିବେ ।

ଏହି ପଦଯାତ୍ରା ୧୮ ତାରିଖ ଦିନ ଭୁବନେଶ୍ୱରରୁ ପିପିଲି ପର୍ଯ୍ୟନ୍ତ, ୧୯ ତାରିଖ ଦିନ ପିପିଲି ଠାରୁ ଚନ୍ଦନପୁର ପର୍ଯ୍ୟନ୍ତ ଏବଂ ୨୦ ତାରିଖ ଦିନ ଚନ୍ଦନପୁର ଠାରୁ ଶ୍ରୀ ଜଗନ୍ନାଥ ମନ୍ଦିର ପୁରୀ ପର୍ଯ୍ୟନ୍ତ ଯିବାପାଇଁ ସ୍ଥିର ହୋଇଅଛି । ଉକ୍ତ ପଦଯାତ୍ରାର ଏକ କାର୍ଯ୍ୟସୂଚୀ ନିମ୍ନରେ ଉଲ୍ଲେଖ କରାଯାଇଛି । ଏହି ପଦଯାତ୍ରାରେ ବିଭିନ୍ନ ଜିଲ୍ଲା କଂଗ୍ରେସ କମିଟି ସଭାପତିମାନେ ସେମାନଙ୍କ ଜିଲ୍ଲାର କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କୁ ସଂଗରେ ଧରି ସେମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ସ୍ଥାନରେ ଉପସ୍ଥିତ ରହି ପଦଯାତ୍ରାରେ ସାମିଲ ହେବାକୁ ସଭାପତି ଶ୍ରୀ ଦାସ ନିର୍ଦ୍ଦେଶ ଦେଇଛନ୍ତି ।

ନିଜ ଜିଲ୍ଲାରେ ଥିବା ନେତୃବୃନ୍ଦ ଓ କର୍ମୀମାନଙ୍କୁ ଏ ସମ୍ପର୍କରେ ସୂଚୀତ କରାଇ ଆପଣମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଥିବା ସ୍ଥାନରେ ନିଶ୍ଚିତ ଯୋଗଦେବାକୁ ସଂକଳ୍ପ କମିଟିର ଅଧ୍ୟକ୍ଷ ଡ. ଦେବାଶିଷ ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ୧୮ତାରିଖ ଦିନ ଅନୁଗୁଳ,ବରଗଡ଼, ଭୁବନେଶ୍ୱର,ବଲାଙ୍ଗୀର.ବୌଦ୍ଧ,ଦେଓଗଡ,ଗଜପତି, କଳାହାଣ୍ଡି, ଖୋର୍ଦ୍ଧା,ମୟୁରଭଞ୍ଜ (ପୂ)/ମୟୁରଭଞ୍ଜ (ପ.),ନୟାଗଡ଼,ସୁବଣ୍ଣପୁର ,ନୂଆପଡ଼ା ଓ ଢ଼େଙ୍କାନାଳ ଜିଲ୍ଲା ସଭାପତି ଏବଂ ଉକ୍ତ ଜିଲ୍ଲାର କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ମାନେ ଭୁବନେଶ୍ୱର ବିମାନବନ୍ଦର ଠାରୁ ଦିବା ୧୦ ଘଂଟା ଠାରୁ ପିପିଲି ପର୍ଯ୍ୟନ୍ତ ପଦଯାତ୍ରାରେ ସାମିଲ ହେବେ ।

ସେହିପରି ୧୯ ତାରିଖ ଦିନ ସକାଳ. ଘ.୮.୩୦ମି. ରୁ କଟକ, କଟକନଗର, ଗଞ୍ଜାମ (ପୂ), ଗଞ୍ଜାମ (ପ), ଝାରସୁଗୁଡ଼ା,ନବରଙ୍ଗପୁର,ସମ୍ବଲପୁର,ପୁରୀ ର ଜିଲ୍ଲା ସଭାପତି ଏବଂ ଉକ୍ତ ଜିଲ୍ଲାର ନେତୃବୃନ୍ଦ ଓ କର୍ମୀମାନେ ପିପିଲି ଠାରୁ ଚନ୍ଦନପୁର ପର୍ଯ୍ୟନ୍ତ ଓ ୨୦ ତାରିଖ ସକାଳ ଘ. ୮.୩୦ ମି. ରୁ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଯାଜପୁର, ଜଗତସିଂହପରୁ. କୋରାପୁଟ, କନ୍ଧମାଳ, ମାଲକାନଗିରିି, ରାଉରକେଲା, ସୁନ୍ଦରଗଡ଼, ପୁରୀ, କେନ୍ଦ୍ରାପଡ଼ା ଓ ରାୟଗଡ଼ାର ଜିଲ୍ଲା ସଭାପତି ଏବଂ ଉକ୍ତ ଜିଲ୍ଲାର ନେତୃବୃନ୍ଦ ଓ କର୍ମୀ ମାନେ ଚନ୍ଦନପୁର ଠାରୁ ପୁରୀ ଶ୍ରୀମନ୍ଦିର ପର୍ଯ୍ୟନ୍ତ ପଦଯାତ୍ରାରେ ସାମିଲ ହେବେ। କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ଶୁଭେଚ୍ଛୁ ବହୁ ସଂଖ୍ୟାରେ ଯୋଗଦେଇ ଏହି ପଦଯାତ୍ରାକୁ ସଫଳ କରିବାକୁ ଡ. ପଟନାୟକ ଅନୁରୋଧ କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କଂଗ୍ରେସର ନୂଆ ସଭାପତି ଭକ୍ତ ଦାସ ଘୋଷଣା କଲେ ନୂଆ କମିଟ, ଜାଣନ୍ତୁ କେଉଁମାନେ ଅଛନ୍ତି

ଭୁବନେଶ୍ବର: ପ୍ରଦେଶ କଂଗ୍ରେସର ନୂଆ ସଭାପତି ଭକ୍ତ ଚରଣ ଦାସ ଆକ୍ସନ ମୁଡରେ କାମ ଆରମ୍ଭ କରିଛନ୍ତି। ପ୍ରଥମେ ସେ କଟକ ନେତା ମାନସ ଚୌଧୁରୀଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇଲେ। ଏହାପରେ ଆଜି ସଭାପତି ନୂଆ କମିଟର ନାମ ଘୋଷଣା କରିଛନ୍ତି। ତେବେ ଏହି କମିଟ ସଂକଳ୍ପ ପଦଯାତ୍ରାର ସଂଯୋଜନା କରିବେ। ଏଥିରେ 16 ଜଣ ସଦସ୍ୟ ରହିଛନ୍ତି।

ନୂଆଦିଲ୍ଲୀରୁ ସଭାପତି ଭକ୍ତ ଚରଣ ଦାସ ଫେରିବା ପରେ ଆସନ୍ତା 18 ତାରିଖରେ ଏକ ସଂକଳ୍ପ ପଦଯାତ୍ରା କରାଯିବ। ଏଥିରେ ଏକ ବଡ ଶୋଭାଯାତ୍ରା ଭୁବନେଶ୍ବର ବିମାନ ବନ୍ଦରରୁ ପୁରୀ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯିବ। ସେହି ଶୋଭାଯାତ୍ରାର ପରିଚାଳନା ପାଇଁ ଭକ୍ତ ଦାସ ଏହି କମିଟ ଗଠନ କରିଛନ୍ତି।

 

Categories
ଆଜିର ଖବର ରାଜ୍ୟ ଖବର

ଭକ୍ତ ଦାସ ଇଫେକ୍ଟ, କଟକର ବରିଷ୍ଠ ନେତା ମାନସ ଚୌଧୁରୀଙ୍କଠାରୁ ହଟିଲା ନିଲମ୍ବନ

ଭୁବନେଶ୍ବର: ଏଆଇସିସି ସଦସ୍ୟ ତଥା ପୂର୍ବତନ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ଉପରୁ ଉଠିଲା ନିଲମ୍ବନ। ଆଜି ଏ ନେଇ କଂଗ୍ରେସ ତରଫରୁ ସୂଚନା ପ୍ରଦାନ କରାଯାଇଛି। ଗତକାଲି ଭକ୍ତ ଦାସ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଭାବେ ଘୋଷଣା ହେବା ପରେ ଆଜି ତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରାଯାଇଛି।

ମାନସ ଚୌଧୁରୀ କଟକ କଂଗ୍ରେସର ଜଣେ ପରିଚିତ ନେତା। ସେଠାରେ ତାଙ୍କର ଭଲ ସଂଗଠନ ମଧ୍ୟ ରହିଛି। ହେଲେ ତାଙ୍କର ପୂର୍ବତନ ସଭାପତି ଶରତ ପଟ୍ଟନାୟକଙ୍କ ସହିତ ଭଲ ନ ପଡିବାରୁ ତାଙ୍କୁ ଏହି ଦଶା ଭୋଗୀବାକୁ ପଡିଥିଲା। ତେବେ ନୂଆ ସଭାପତି ଭାବେ ଭକ୍ତଦାସ ଯୋଗ ଦେବା ପରେ ତାଙ୍କ ଉପରୁ ସେହି ନିଲମ୍ବନ ଆଦେଶ ହଟାଇ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଏବେ ତାମିଲନାଡୁ ନେତା ହେବେ ଓଡିଶା କଂଗ୍ରେସର ନୂଆ ପ୍ରଭାରୀ, ଭକ୍ତ ଦାସଙ୍କୁ ମିଜୋରାମ ଓ ମଣିପୁର

ନୂଆଦିଲ୍ଲୀ, ବଦଳିଲେ ଓଡିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ । ନୂଆ ପ୍ରଭାରୀ ହେବେ ତାମିଲନାଡୁର ବରିଷ୍ଠ ନେତା ତଥା ଲୋକସଭା ସାଂସଦ ହେଲେ ଡ. ଚେଲ୍ଲାକୁମାର।  ବର୍ତ୍ତମାନ କଂଗ୍ରେସ ପ୍ରଭାରୀ ଭାବେ ରାଜସ୍ଥାନର ବରିଷ୍ଠ କଂଗ୍ରେସ ନେତା ଜିତେନ୍ଦ୍ର ସିଂହ କାର୍ଯ୍ୟ କରୁଛନ୍ତି। ହେଲେ ଏଆଇସିସି ତାଙ୍କୁ ଓଡିଶାରୁ ବାଦ ଦେଇ ଆସାମ ଦାୟିତ୍ବ ଦେଇଛନ୍ତି। ଅନ୍ୟପଟେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଓଡିଶାର ବରିଷ୍ଠ ନେତା ଭକ୍ତ ଚରଣ ଦାସଙ୍କୁ ମିଜୋରାମ ଓ ମଣିପୁରର ପ୍ରଭାରୀ ଭାବେ ଦାୟିତ୍ୱ ମିଳିଛି। ଏନେଇ ଅଖିଳ ଭାରତ କଂଗ୍ରେସ କମିଟି ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।