ଭଦ୍ରକ, ଆଜି ଭଦ୍ରକର ସାଂସଦ ମଂଜୁଲତା ମଣ୍ଡଳ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ସେ ନିଜ ଟୁଇଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି। ତାଙ୍କର କରୋନା ଲକ୍ଷଣ କିଛି ଦେଖାଦେବାରୁ ସେ ସନ୍ଦେହରେ ପରୀକ୍ଷା କରାଇଥିଲେ। ଏହି ପରୀକ୍ଷା ରିପୋର୍ଟ ପଜେଟିଭ ଆସିଛି ବୋଲି ମଂଜୁଲତା କହିଛନ୍ତି। ସେଥିପାଇଁ ସେ ବର୍ତ୍ତମାନ ହୋମ କ୍ବାରଣ୍ଟାଇନରେ ଅଛନ୍ତି। ତେବେ ତାଙ୍କ ସଂପର୍କର ଯେଉଁମାନେ ଆସିଛନ୍ତି ସେମାନେ ପରୀକ୍ଷା କରାଇ ନିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।
ଗତକାଲି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ କରୋନା ପଜେଟିଭ ଚିହ୍ନଟ ହୋଇଥିଲେ।