Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଖୋର୍ଦ୍ଧା ଜିଲାରେ ୭ ଆମ ହସ୍ପିଟାଲ ସହ ନୂତନ ଏସଡିଏଚ ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା: ୫-ଟି ଅଧିନରେ ସରକାରୀ ଡାକ୍ତରଖାନାର ଭିତ୍ତିଭୂମି ସୁଦୃଢ଼ କରାଯାଉଛି। ଅନୁକୂଳ ପରିସ୍ଥିତିରେ ରୋଗୀମାନଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି ସରକାର। ଆଉ ହସ୍ପିଟାଲରେ ଦେଖିବାକୁ ମିଳିବ ନାହିଁ ଲମ୍ବା ଲାଇନ। ଚିକିତ୍ସା କ୍ଷେତ୍ରରେ ପରିବର୍ତ୍ତନ ପାଇଁ ୫-ଟି ମାଧ୍ୟମରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକୁ ଆମ ହସ୍ପିଟାଲରେ ରୂପାନ୍ତିକରଣ କରୁଛନ୍ତି ସରକାର।

ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାର ୭ ଟି ଆମ ହସ୍ପିଟାଲକୁ ଆଜି ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି ବେଗୁନିଆରେ ୧୦୦ ଶଯ୍ୟା ବିଶିଷ୍ଟ ଉପଖଣ୍ଡ ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଆଜି ପରମାନନ୍ଦ ମହାବିଦ୍ୟାଳୟ କଲେଜ ପଡିଆରେ ଏହି ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଉଦଘାଟନ ଲୋକାର୍ପଣ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ କିଭଳି ଜନସାଧାରଣଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ, ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ଆଉ ଦୂରକୁ ଯାଇ ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ। ନିଜ ଘର ପାଖ ହସ୍ପିଟାଲରେ ସୁବିଧାରେ ମିଳିବ ଉନ୍ନତ ଚିକିତ୍ସା ସେବା। ଜନସାଧାରଣଙ୍କୁ ଉନ୍ନତ ସେବା ପାଇଁ ଡାକ୍ତର, ପାରାମେଡିକାଲ ଷ୍ଟାପ ନିଯୁକ୍ତି ମିଳୁଥିବା କଥା କହିଛନ୍ତି ମୁଖ୍ୟମନ୍ତ୍ରୀ।

ସେହିପରି ମୋପାଇଁ ସବୁ ଜୀବନ ମୂଲ୍ୟବାନ। ଏହାକୁ ନେଇ ସୁଖୀ ଓଡିଶା ସୁସ୍ଥ ଓଡିଶା ଗଠନ ହୋଇ ପାରିବ ବୋଲି ଉପସ୍ଥିତ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ରଖିଛନ୍ତି। ବୋଲଗଡ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟା ସୁନନ୍ଦିତା ସାହୁ କିଭଳି ବେଗୁନିଆ ବୋଲଗଡ ନିର୍ବାଚନ ମଣ୍ଡଳୀରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ବୈପ୍ଳବିକ ପରିଆବର୍ତ୍ତନ ଆଣିଛନ୍ତି ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆମ ହସ୍ପିଟାଲରେ ରୂପାନ୍ତିକରଣ କରି ଉନ୍ନତ ମାନ ଚିକିତ୍ସା ସେବା ଠାରୁ ଆରମ୍ଭ କରି ସୁସ୍ଥ ସ୍ବଚ୍ଛ ପରିବେଶ ଭିତ୍ତିଭୂମିରେ ରୋଗୀଙ୍କ ସେବା କରାଯିବ ସେ ନେଇ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଦେଇଥିଲେ।

ସେହିପରି ସ୍ୱାସ୍ଥ୍ୟ ଭିତ୍ତିଭୂମିର ସୁଦୃଢ଼ କରଣ ସହ ଉନ୍ନତ ଧରଣର ଚିକିତ୍ସା ସେବା ରୋଗୀକୁ ଯୋଗାଇ ଦେବାକୁ ଆମ ହସ୍ପିଟାଲ ପରିକଳ୍ପନା ବୋଲି କହିଥିଲେ। ଏହି ଅବସରରେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ରାଜେନ୍ଦ୍ର ସାହୁ କୋଠାବାଡି ନିର୍ମାଣ ଶ୍ରମିକ ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର, ଜିଲ୍ଲାପାଳ, ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ମିଶନଶକ୍ତି ମା’ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର

ଜଟଣୀ ଠାରେ ନ୍ୟାସନାଲ ସ୍କିଲ୍ ଟ୍ରେନିଙ୍ଗ୍ ଇନଷ୍ଟିଚ୍ୟୁଟ (NSTI Plus) ର ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ଵର: ପରିଶ୍ରମୀ ଓ ବୁଦ୍ଧିମତା ଓଡ଼ିଆ ପିଲାଙ୍କ ଦକ୍ଷତାକୁ ଉପଯୋଗ କରି ବିଶ୍ୱର ନେତୃତ୍ୱ ନେବା। ଭାଷା ଭିତ୍ତିରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରୁଥିବା ବେଳେ ୨୦୩୬ ସୁଦ୍ଧା ରୋଜଗାର କରିବା ନୁହେଁ, ରୋଜଗାର ଦେବାର ସଂକଳ୍ପନା କରିବା ବୋଲି ଶୁକ୍ରବାର ଖୋର୍ଦ୍ଧା ଜିଲ୍ଲାର ଜଟଣୀ ପଦନପୁର ଠାରେ ଜଟଣୀ ଠାରେ ନ୍ୟାସନାଲ ସ୍କିଲ୍ ଟ୍ରେନିଙ୍ଗ୍ ଇନଷ୍ଟିଚ୍ୟୁଟ୍ (NSTI Plus), ଭୁବନେଶ୍ୱରର ଶିଳାନ୍ୟାସ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ପ୍ରାୟ ୮ ଏକର ପରିମିତ ଜମିରେ ପାଖାପାଖି ୯୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦରେ ଏହି କ୍ୟାମ୍ପସ ପ୍ରତିଷ୍ଠା ହେବ । ଭାରତ ସରକାରଙ୍କ ଅନୁଷ୍ଠାନ ସମେତ ଓଡ଼ିଶାରେ ମୋଟ ୫୨୪ଟି ଆଇଟିଆଇରେ ଛାତ୍ରଛାତ୍ରୀମାନେ ପଢୁଛନ୍ତି । ଆଇଟିଆଇର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସର୍ବଭାରତୀୟ ସ୍ତରର ଅତ୍ୟାଧୁନିକ ତାଲିମ୍ ଦେବା ପାଇଁ ଏନଏସଟିଆଇ ପ୍ଲସ ସହଯୋଗୀ ହେବ । ଏଠାରେ ଭାରତର ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ଆଇଟିଆଇ ମଧ୍ୟ କାର୍ଯ୍ୟକ୍ଷମ ହେବ । ପିଲାଙ୍କୁ ଉଦ୍ୟୋଗୀ କରିବା ପାଇଁ ପ୍ରଶିକ୍ଷଣ ଦିଆଯିବ । ସ୍ଥାନୀୟ ଅଞ୍ଚଳରେ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ, ଦକ୍ଷତା ବିକାଶ କେନ୍ଦ୍ର (ଏସଡିଆଇ), ନାଇଜର ଏବଂ ଏମ୍ସ, ଫୁଡ୍ ଆଣ୍ଡ୍ ମାଉଥ ଆଦି ରାଷ୍ଟ୍ରୀୟ ଅନୁଷ୍ଠାନ ଗୁଡ଼ିକ ଅବସ୍ଥିତ । ଭାରତ ସରକାରଙ୍କର ଦୁଇ ତିନୋଟି ସ୍କିଲ ଟ୍ରେନିଂ ଇନଷ୍ଟିଚ୍ୟୁଟ ଏଠାରେ କାମ କରୁଛି । ଏହି ଅନୁଷ୍ଠାନ ଆମର ଯୁବଶକ୍ତିଙ୍କୁ ଆବଶ୍ୟକ ଦକ୍ଷତା ଓ ଜ୍ଞାନ ସହ ଯୋଡି ସଶକ୍ତ କରିବା ସହ ଚାକିରି କରିବା ପରିବର୍ତ୍ତେ ଚାକିରି ଦେବା ପାଇଁ ପ୍ରୋତ୍ସାହିତ କରିବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଚାକିରି କରିବା ନୁହେଁ ବରଂ ଚାକିରି ଦେବା ନୂଆ ପିଲା ମାନଙ୍କର ମିଜାଜ୍ ରହିବା ଦରକାର । ନୂଆ କୋଣାର୍କ ଭଳି ସ୍ଥପତି ନିର୍ମାଣ କରିବା ଦରକାର । ଆଜି ଗରିବ ଘରୁ ଆସିଥିବା ପ୍ରଧାନମନ୍ତ୍ରୀ ମୋଦି ଏବଂ ସାଧାରଣ ଘରୁ ଆସିଥିବା ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତରେ ପିଲା ମାନେ ଉଦ୍ୟମୀ ହେବା ପାଇଁ ସ୍ୱପ୍ନ ଦେଖିଛନ୍ତି। ରାଷ୍ଟ୍ରୀୟ ଶିକ୍ଷା ନୀତିରେ ସ୍କିଲକୁ ପ୍ରାଥମିକତା ଏବଂ ମହତ୍ତ୍ଵ ଦିଆଯାଉଛି । ଆଜି ଓଡ଼ିଶାରେ ୪ କୋଟି ୮୦ ଲକ୍ଷ ଜନସଂଖ୍ୟାଙ୍କ ମଧ୍ୟରୁ ୧୫ ରୁ ୫୯ ବର୍ଷ ବୟସର ୨ କୋଟି ୫୧ ଲକ୍ଷ ଲୋକମାନେ ଅଛନ୍ତି । ଓଡ଼ିଶାରେ ଏହି ବର୍ଗର ଲୋକଙ୍କୁ ସ୍କିଲିଂ, ରି – ସ୍କିଲିଂ ଏବଂ ଅପ୍ ସ୍କିଲିଂ କରିବାର ଇକୋ ସିଷ୍ଟମ୍ ତିଆରି କରିବା ପାଇଁ ପଡ଼ିବ ।

ଓଡ଼ିଶାରେ ୪୫୦ କିମି ସୁଦୀର୍ଘ ବେଳାଭୂମି, ପ୍ରଚୁର ଖଣିଜ ସମ୍ପଦ, ଜଙ୍ଗଲ ସମ୍ପଦ ଅଛି । ଓଡ଼ିଶାର ବିକାଶ ପାଇଁ ମୋଦି ସରକାରଙ୍କ ପାଖରେ ଟଙ୍କାର ଅଭାବ ନାହିଁ । ମାତ୍ର ଓଡ଼ିଆ ଲୋକମାନେ ସମ୍ପନ୍ନ ହେବା ଦରକାର, ଓଡିଆ ଯୁବକ ଆତ୍ମସ୍ୱାଭିମାନ ହେବା ଦରକାର । ୨୦୩୬ରେ ଓଡିଶା ଭାଷାଭିତ୍ତିକ ରାଜ୍ୟ ଭାବରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ଓ ୨୦୪୭ରେ ଦେଶ ସ୍ୱାଧୀନତା ପୂର୍ତ୍ତିର ୧୦୦ ବର୍ଷ ପୂରଣ କରିବ । ଏଥିପାଇଁ ଆଗାମୀ ୧୩ ବର୍ଷ ଓ ୨୫ ବର୍ଷ ଆମ ପାଇଁ ମହତ୍ୱପୂର୍ଣ୍ଣ । ବିକଶିତ ଓଡ଼ିଶା ହେଲେ ବିକଶିତ ଭାରତ ହେବ । ଭାରତ ସରକାର, ରାଜ୍ୟ ସରକାର, ଶିଳ୍ପ ଏବଂ ଶିକ୍ଷାନୁଷ୍ଠାନ ଗୁଡିକ ମିଳିତ ଭାବରେ ଓଡିଆ ପିଲା ମାନଙ୍କୁ ସମ୍ପନ୍ନ ବନାଇବା ପାଇଁ ସାହାଯ୍ୟ ଓ ସମର୍ଥନ କରିବା ଦରକାର । ଆଜି ଶିଳାନ୍ୟାସ ହୋଇଥିବା ଏନଏସଟିଆଇ ଭୁବନେଶ୍ୱର ଗରିବ ଓ ସାଧାରଣ ପିଲାଙ୍କ ପାଇଁ ଗୁରୁକୁଳ ଭାବରେ କାମରେ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Categories
ବିଶେଷ ଖବର

୨୬ଟି ଜିଲ୍ଲାରେ ୧୨୪ଟି ବ୍ଲକ୍‌ସ୍ତରୀୟ ବସ୍‌ଷ୍ଟାଣ୍ଡ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ଆମ ବସ୍‌ଷ୍ଟାଣ୍ଡ ଯୋଜନା’ରେ ରାଜ୍ୟର ୧୩ଟି ଜିଲ୍ଲାରେ ୨୧ଟି ନୂଆ ବସ୍‌ଷ୍ଟାଣ୍ଟ ଉଦ୍‌ଘାଟନ କରିଛନ୍ତି। ଏହାସହିତ ୨୬ଟି ଜିଲ୍ଲାରେ ୧୨୪ଟି ବ୍ଲକ୍‌ସ୍ତରୀୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଭିତ୍ତି ମଧ୍ୟ ରଖିଛନ୍ତି।  ଏହାକୁ ପରିବହନ କ୍ଷେତ୍ରରେ ଏକ ନୂଆ ମାଇଲଷ୍ଟୋନ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ  ଏ ସମସ୍ତ ବସ୍‌ଷ୍ଟାଣ୍ଡ ସଂପୂର୍ଣ୍ଣ ହେଲେ, ରାଜ୍ୟର ୨ କୋଟି ଲୋକ ଉପକୃତ ହେବେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ସମସ୍ତ ବସ୍‌ଷ୍ଟାଣ୍ଡ ଅତ୍ୟନ୍ତ ଆଧୁନିକ ଓ ସ୍ମାର୍ଟ ବସ୍‌ଷ୍ଟାଣ୍ଡ। ଏଥିରେ ଯାତ୍ରୀ, ଡ୍ରାଇଭର ତଥା ସମସ୍ତ ସହକାରୀ କର୍ମଚାରୀ ମାନଙ୍କ ପାଇଁ ସସସ୍ତ ପ୍ରକାର ସୁବିଧା ଉପଲ୍‌ବଧ ଅଛି। ଏହାସହିତ ମୁଖ୍ୟମନ୍ତ୍ରୀ ମୋ ପରିବହନ ସେବା ଓ ମୋବାଇଲ ଆପ୍ ର ଶୁଭାରମ୍ଭ କରି କହିଥିଲେ ଯେ ଏହାଦ୍ବାରା ବିଭିନ୍ନ ପରିବହନ ସେବା ପାଇଁ  ଆଉ ସରକାରୀ ଅଫିସକୁ ଯିବା ଆବଶ୍ୟକତା ରହିବ ନାହିଁ। ଡ୍ରାଇଭର ମାନଙ୍କୁ ଗାଡି ଚଳାଇବା କ୍ଷେତ୍ରରେ ଅଧିକ ଦକ୍ଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ସୁ-ବାହକ ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନାରେ ୫୦ ହଜାର ଡ୍ରାଇଭରଙ୍କୁ ପ୍ରଶିକ୍ଷଣ ଦିଆଯିବ। ଗଞ୍ଜାମର ପାଲୁର ଠାରେ ଏକ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ଉଦ୍‌ଘାଟନ କରିଥିଲେ। ସଡକ ଓ ସଡକ ବ୍ୟବହାରକରୀ ତଥା ଯାତ୍ରୀ ମାନଙ୍କ ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ  ଭଲ ପରିବହନ ବ୍ୟବସ୍ଥା ଏକ ଉନ୍ନତ ଅର୍ଥନୀତି ପାଇଁ ମାର୍ଗ ପରିଷ୍କାର କରିଥାଏ। ବିଭିନ୍ନ ସଂସ୍ଥାଗତ ସେବା ତଥା ସ୍କୁଲ, କଲେଜ, ହସ୍‌ପିଟାଲ ଆଦିର ସୁବିଧା ସହଜରେ ଉପଲବ୍‌ଧ ହୋଇପାରେ। ଏକ ଗତିଶୀଳ ସାମାଜିକ ଓ ଅର୍ଥନୈତିକ ସମାଜ ଗଠନ ଦିଗରେ ଏହା ଏକ କାଟାଲିଷ୍ଟ (ଉବଗ୍ଧବକ୍ଷଚ୍ଚଗ୍ଦଗ୍ଧ) ଭାବରେ କାମ କରିଥାଏ। ଲୋକଙ୍କୁ ଉନ୍ନତମାନର ପରିବହନ ସେବା ଯୋଗାଇ ଦେବା ପାଇଁ ଉଦ୍ୟମ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପରିବହନ ବିଭାଗକୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଗତ ୨୩ ବର୍ଷ ଧରି ରାଜ୍ୟରେ ସୁଶାସନର ଧାରା ଅବ୍ୟାହତ ରହିଛି। ଗମନାଗମନର ବିକାଶ ପାଇଁ ରାଜ୍ୟରେ ସଡକ ପରିବହନ ସହିତ ରେଳ ଓ ଆକାଶମାର୍ଗରେ ପରିବହନର ବିକାଶ ପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ କହିଥିଲେ।

ପୁରୀ ଠାରେ ଇଲ୍‌କ୍ଟ୍ରୋନିକ୍‌ସ ଓ ଆଇଟି ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଓ ସୋନପୁର ଠାରେ ସଂସଦୀୟ ବ୍ୟାପାର ଓ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ପ୍ରମୁଖ ଉପସ୍ଥିତ ରହି ପରିବହନ ବ୍ୟବସ୍ଥା ଓ ବସ୍‌ଷ୍ଟାଣ୍ଡ ଭିତ୍ତିଭୂମି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚପ୍ରଶଂସା କରିଥିଲେ।

୫ଟି ସଚିବ ଭି  କେ  ପାଣ୍ଡିଆନ୍  କାର‌୍ୟ୍ୟକ୍ରମ  ସଂଚାଳନା କରିଥିଲେ।

ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଓ.ଏସ୍‌.ଆର.ଟି.ସିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ  ଶାସନ ସଚିବ ପ୍ରଦୀପ  ଜେନା  ଉନ୍ନୟନ  କମିଶନର ଅନୁ ଗର୍ଗ ଓ ବରିଷ୍ଠ  ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ସମଗ୍ର ଦେଶର ୫୦୮ ରେଳ ଷ୍ଟେସନର ପୁନଃବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାରା ଦେଶରେ ୫୦୮ ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ୨୪,୪୭୦ କୋଟିରୁ ଅଧିକ ଟଙ୍କା ମୂଲ୍ୟରେ ପୁନଃ ବିକାଶ ହେବାକୁ ଥିବା ଏହି ୫୦୮ ଷ୍ଟେସନ ୨୭ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ରହିଛି, ସେଥିମଧ୍ୟରେ ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ୫୫ଟି କରି, ବିହାରରେ ୪୯, ମହାରାଷ୍ଟ୍ରରେ ୪୪, ପଶ୍ଚିମବଙ୍ଗରେ ୩୭, ମଧ୍ୟପ୍ରଦେଶରେ ୩୪, ଅ।ସାମରେ ୩୨, ଓଡିଶାରେ ୨୫, ପଞ୍ଜାବରେ ୨୨, ଗୁଜୁରାଟ ଏବଂ ତେଲେଙ୍ଗାନାରେ ୨୧ଟି କରି, ଝାଡଡଖଣ୍ଡରେ ୨୦, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ୧୮ଟି କରି, ହରିୟାଣାରେ ୧୫, କର୍ଣ୍ଣାଟକରେ ୧୩ ଟି ରହିଛି।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ନୂତନ ଭାରତ ଅମୃତ କାଳର ଆରମ୍ଭରେ ବିକଶିତ ଭାରତର ଲକ୍ଷ୍ୟ ଆଡ଼କୁ ଦ୍ରୁତ ଗତିରେ ଆଗେଇ ଚାଲିଛି। ନୂତନ ଶକ୍ତି, ନୂତନ ପ୍ରେରଣା ଏବଂ ନୂତନ ସଂକଳ୍ପ ଭରି ରହିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଭାରତୀୟ ରେଳ ଇତିହାସରେ ଏକ ନୂତନ ଅଧ୍ୟାୟର ଆରମ୍ଭ। ସେ ସୂଚନା ଦେଇଛନ୍ତି ଯେ ଦେଶର ପ୍ରାୟ ୧୩୦୦ ଟି ରେଳ ଷ୍ଟେସନ ବର୍ତ୍ତମାନ ଆଧୁନିକତା ସହିତ “ଅମୃତ ଭାରତ ଷ୍ଟେସନ” ଭାବରେ ପୁନଃ ବିକାଶ ହେବ ଏବଂ ସେଗୁଡିକୁ ନୂତନ ଜୀବନ ମିଳିବ। ୧୩୦୦ ରେଳ ଷ୍ଟେସନ ମଧ୍ୟରୁ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ପ୍ରାୟ ୨୫,୦୦୦ କୋଟି ଟଙ୍କା ବ୍ୟୟରେ ୫୦୮ ଅମୃତ ଭାରତ ଷ୍ଟେସନ ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଉଛି।

ସେ କହିଛନ୍ତି ଯେ ରେଳବାଇ ତଥା ସାଧାରଣ ନାଗରିକଙ୍କ ସହ ଦେଶର ଭିତ୍ତିଭୂମି ବିକାଶ ପାଇଁ ପୁନଃବିକାଶ ପ୍ରକଳ୍ପ ଏକ ବୃହତ ଅଭିଯାନ ହେବ। ଏହାର ଲାଭ ଦେଶର ସମସ୍ତ ରାଜ୍ୟକୁ ମିଳିବ ବୋଲି ସୂଚନା ଦେଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ପ୍ରାୟ ୪୦୦୦ କୋଟି ଟଙ୍କା ବ୍ୟୟରେ ୫୫ଟି ଅମୃତ ଷ୍ଟେସନ ବିକାଶିତ ହେବ, ମଧ୍ୟପ୍ରଦେଶର ୩୪ ଟି ଷ୍ଟେସନ ୧୦୦୦ କୋଟି ଟଙ୍କାରେ, ୧୫୦୦ କୋଟି ବ୍ୟୟରେ ମହାରାଷ୍ଟ୍ରର ୪୪ ଟି ଷ୍ଟେସନ ଏବଂ ତାମିଲନାଡୁ, କର୍ଣ୍ଣାଟକ ଏବଂ କେରଳର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକର ପୁନଃବିକାଶ କରାଯିବ। ଏହି ଐତିହାସିକ ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ରେଳ ମନ୍ତ୍ରଣାଳୟର ପ୍ରଶଂସା କରିବା ସହ ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ବିଶ୍ୱରେ ବଢୁଥିବା ଭାରତର ସ୍ଥିତି ଉପରେ ଆଲୋକପାତ କରିବା ସହ ଭାରତରେ ବଢୁଥିବା ବିଶ୍ୱସ୍ତରୀୟ ଆଗ୍ରହ ଉପରେ ଆଲୋକପାତ କରିଥିଲେ। ଏଥିପାଇଁ ସେ ଦୁଇଟି ପ୍ରମୁଖ କାରଣ ଦର୍ଶାଇଥିଲେ। ପ୍ରଥମତଃ ଭାରତର ଲୋକମାନଙ୍କ ଦ୍ୱାରା ଏକ ସ୍ଥିର ପୂର୍ଣ୍ଣ ସଂଖ୍ୟାଗରିଷ୍ଠ ସରକାରର ର୍ନିବାଚନ ଏବଂ ଦ୍ୱିତୀୟରେ, ସରକାର ଉଚ୍ଚାଭିଳାଷୀ ନିଷ୍ପତ୍ତି ନେଉଛନ୍ତି ଏବଂ ସେମାନଙ୍କର ଆକାଂକ୍ଷା ଅନୁଯାୟୀ ଲୋକଙ୍କ ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି । ସେ କହିଛନ୍ତି ଯେ ଭାରତୀୟ ରେଳ ମଧ୍ୟ ଏହାର ପ୍ରତୀକ ଅଟେ। ସେ ନିଜ ମତକୁ ବର୍ଣ୍ଣନା କରିବା ପାଇଁ ରେଳ କ୍ଷେତ୍ରର ସମ୍ପ୍ରସାରଣର ତଥ୍ୟ ଉପସ୍ଥାପନ କରିଥିଲେ।

ସେ କହିଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ ଦକ୍ଷିଣ ଆଫ୍ରିକା, ୟୁକ୍ରେନ, ପୋଲାଣ୍ଡ, ବ୍ରିଟେନ ଏବଂ ସ୍ୱିଡେନର ମିଳିତ ରେଳ ନେଟୱାର୍କ ଅପେକ୍ଷା ଦେଶରେ ବିଛାଯାଇଥିବା ଟ୍ରାକର ଲମ୍ବ ଅଧିକ। ଭାରତୀୟ ରେଳବାଇରେ ସମ୍ପ୍ରସାରଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଗତ ବର୍ଷ କେବଳ ଦକ୍ଷିଣ କୋରିଆ, ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆର ମିଳିତ ରେଳ ନେଟୱାର୍କ ଅପେକ୍ଷା ଭାରତ ଅଧିକ ରେଳ ଟ୍ରାକ୍ ବିଛାଇଛି। ଆଜି ସେ କହିଛନ୍ତି ଯେ ରେଳ ଯାତ୍ରାକୁ ସୁଗମ ତଥା ସହଜ କରିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟ୍ରେନ୍ ଠାରୁ ଷ୍ଟେସନ ପର୍ଯ୍ୟନ୍ତ ସର୍ବୋତ୍ତମ ଅଭିଜ୍ଞତା ପ୍ରଦାନ କରିବାକୁ ପ୍ରୟାସ ହେଉଛି। ପ୍ଲାଟଫର୍ମରେ ଉନ୍ନତ ଆସନ, ରୂପାନ୍ତରିତ ପ୍ରତୀକ୍ଷା ଗୃହ୍ ଏବଂ  ହଜାର ହଜାର ଷ୍ଟେସନରେ ମାଗଣା ୱାଇଫାଇ ବିଷୟରେ ସେ ଉଲ୍ଲେଖ କରିଛନ୍ତି।

ଭାରତୀୟ ରେଳବାଇରେ ଘଟିଥିବା ବିସ୍ତୃତ ବିକାଶ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେକୌଣସି ପ୍ରଧାନମନ୍ତ୍ରୀ ଲାଲ କିଲ୍ଲାରୁ ଏହି ସଫଳତା ବିଷୟରେ କହିବାକୁ ଚାହାଁନ୍ତି । ତେବେ ପ୍ରଧାନମନ୍ତ୍ରୀ ଏହା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ଯେ ଆଜିର ଭବ୍ୟ କାର୍ଯ୍ୟକ୍ରମରେ ସେ ନିଜେ ରେଳବାଇର ସଫଳତାକୁ ଦେଖି ପାରୁଛନ୍ତି ।

ପ୍ରଧାନମନ୍ତ୍ରୀ ରେଳବାଇର ସ୍ଥିତିକୁ ଦେଶର ଜୀବନ ରେଖା ବୋଲି କହିଛନ୍ତି ଏବଂ ଏହା ସହିତ ସହରଗୁଡିକର ପରିଚୟ ମଧ୍ୟ ରେଳ ଷ୍ଟେସନ ସହିତ ଜଡିତ ହୋଇଛି ଯାହା ସମୟ ସହିତ ସହରର ହୃଦୟରେ ପରିଣତ ହୋଇଛି । ଷ୍ଟେସନଗୁଡିକୁ ଏକ ଆଧୁନିକ ଫର୍ମ ଯୋଗାଇବା ପାଇଁ ଏହା ଏକାନ୍ତ ଆବଶ୍ୟକ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏତେ ସଂଖ୍ୟକ ଷ୍ଟେସନର ଆଧୁନିକୀକରଣ ଦେଶରେ ବିକାଶ ପାଇଁ ଏକ ନୂତନ ବାତାବରଣ ସୃଷ୍ଟି କରିବ କାରଣ ସେଗୁଡିକ ପରିଦର୍ଶକମାନଙ୍କ ମଧ୍ୟରେ ଏକ ଭଲ ଭାବନା ସୃଷ୍ଟି କରିବେ । ନବୀକରଣ ହୋଇଥିବା ଷ୍ଟେସନଗୁଡିକ କେବଳ ପର୍ଯ୍ୟଟନ ବୃଦ୍ଧି କରିବ ନାହିଁ ବରଂ ନିକଟବର୍ତ୍ତୀ ଅଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପକୁ ମଧ୍ୟ ଆଗକୁ ବଢାଇବ । ସେ କହିଛନ୍ତି ଯେ “ୱାନ୍‍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ” ଯୋଜନା କାରିଗରମାନଙ୍କୁ ସାହାଯ୍ୟ କରିବ ଏବଂ ଜିଲ୍ଲାର ବ୍ରାଣ୍ଡିଂରେ ମଧ୍ୟ ସାହାଯ୍ୟ କରିବ ।

ପ୍ରଧାନମନ୍ତ୍ରୀ ଜୋର ଦେଇଛନ୍ତି ଯେ ଆଜାଦୀ କା ଅମୃତ କାଲରେ ଦେଶର ଐତିହ୍ୟ ପାଇଁ ଗର୍ବ କରିବାକୁ ଦେଶ ମଧ୍ୟ ସଂକଳ୍ପ ନେଇଛି । ଶ୍ରୀ ମୋଦୀ କହିଛନ୍ତି ଯେ, ଏହି ଅମୃତ ରେଳ ଷ୍ଟେସନଗୁଡିକ ନିଜର ଐତିହ୍ୟ ଏବଂ ପ୍ରତ୍ୟେକ ନାଗରିକଙ୍କ ପାଇଁ ଗର୍ବ କରିବାର ପ୍ରତୀକ ହେବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅମୃତ ଷ୍ଟେସନ୍ ଭାରତର ସାଂସ୍କୃତିକ ତଥା ସ୍ଥାନୀୟ ଐତିହ୍ୟର ଝଲକ ଉପସ୍ଥାପନ କରିବ । ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଜୟପୁର ରେଳ ଷ୍ଟେସନରେ ରାଜସ୍ଥାନର ହାୱା ମହଲ ଏବଂ ଅମର୍ ଦୁର୍ଗର ଝଲକ ରହିବ, ଜାମ୍ମୁ କାଶ୍ମୀରର ଜାମ୍ମୁ ତାଇ ରେଳ ଷ୍ଟେସନ ପ୍ରସିଦ୍ଧ ରଘୁନାଥ ମନ୍ଦିର ଦ୍ୱାରା ଅନୁପ୍ରାଣିତ ହେବ ଏବଂ ନାଗାଲାଣ୍ଡର ଦିମାପୁର ଷ୍ଟେସନ ସ୍ଥାନୀୟ ଅଞ୍ଚଳର ୧୬ ଟି ବିଭିନ୍ନ ଜନଜାତି  ସ୍ଥାପତ୍ୟ ପ୍ରଦର୍ଶନ କରିବ । ସେ କହିଛନ୍ତି ଯେ ପ୍ରତ୍ୟେକ ରେଳ ଷ୍ଟେସନ ଏହାର ପ୍ରାଚୀନ ଐତିହ୍ୟ ସହିତ ଦେଶର ଆଧୁନିକ ଆକାଂକ୍ଷାର ପ୍ରତୀକ ହେବ । ଐତିହାସିକ ପ୍ରାସଙ୍ଗିକତା ଏବଂ ତୀର୍ଥସ୍ଥାନକୁ ସଂଯୋଗ କରୁଥିବା “ଭାରତ ଗୌରବ ଯାତ୍ରା ଟ୍ରେନ୍‌” କୁ ମଜବୁତ କରିବାକୁ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ଗତି ଦେବାରେ ରେଳବାଇର ଭୂମିକାକୁ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରେଳବାଇରେ ରେକର୍ଡ ପୁଞ୍ଜି ବିନିଯୋଗ କରାଯାଇଛି । ଚଳିତ ବର୍ଷ ରେଳବାଇ ୨.୫ ଲକ୍ଷ କୋଟିରୁ ଅଧିକ ଟଙ୍କାର ବଜେଟ୍ ପାଇଛି, ଯାହା ୨୦୧୪ ତୁଳନାରେ ପାଞ୍ଚ ଗୁଣ ବୃଦ୍ଧି ପାଇଛି । ଆଜି ସେ କହିଛନ୍ତି ଯେ ରେଳବାଇର ସମ୍ପୂର୍ଣ୍ଣ ବିକାଶ ପାଇଁ କାର୍ଯ୍ୟ ଚାଲିଛି । ଗତ ୯ ବର୍ଷରେ ଲୋକୋମୋଟିଭ୍ ଉତ୍ପାଦନ ୯ ଗୁଣ ବୃଦ୍ଧି ପାଇଛି । ଅ।ଜି ୧୩ ଗୁଣ ଅଧିକ ଏଚଏଲବି କୋଚ୍ ପ୍ରସ୍ତୁତ କରାଯାଉଛି ।

ଉତ୍ତର-ପୂର୍ବରେ ରେଳ ସମ୍ପ୍ରସାରଣ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଲାଇନଗୁଡ଼ିକର ଦ୍ୱିଗୁଣିତ ହେବା, ଗେଜ୍ ପରିବର୍ତ୍ତନ, ବିଦ୍ୟୁତିକରଣ ଏବଂ ନୂତନ ମାର୍ଗ ଉପରେ ଦ୍ରୁତ ଗତିରେ କାର୍ଯ୍ୟ ଚାଲିଛି । ଶ୍ରୀ ମୋଦୀ କହିଛନ୍ତି, ଖୁବ ଶୀଘ୍ର ଉତ୍ତର-ପୂର୍ବର ସମସ୍ତ ରାଜ୍ୟ ରାଜଧାନୀ ରେଳ ନେଟୱାର୍କ ଦ୍ୱାରା ସଂଯୋଗ ହେବ । ୧୦୦ ବର୍ଷ ପରେ ନାଗାଲାଣ୍ଡ ଏହାର ଦ୍ୱିତୀୟ ଷ୍ଟେସନ ପାଇଛି ବୋଲି ସେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏହି ଅଞ୍ଚଳରେ ନୂତନ ରେଳ ଲାଇନର କାର୍ଯ୍ୟକାରିତା ତିନି ଗୁଣ ବୃଦ୍ଧି ପାଇଛି ।

ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ ୨୨୦୦ କିଲୋମିଟରରୁ ଅଧିକ ଉତ୍ସର୍ଗୀକୃତ ମାଲ ପରିବହନ କରିଡର ର୍ନିମାଣ କରାଯାଇଛି ଯାହା ଦ୍ୱାରା ମାଲବାହୀ ଟ୍ରେନର ଯାତ୍ରା ସମୟ ହ୍ରାସ ପାଇବ । ବର୍ତ୍ତମାନ ମାଲପରିବହନ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀ ଏନସିଆରରୁ ପଶ୍ଚିମ ବନ୍ଦରରେ ପହଞ୍ଚୁଛି, ଯାହାକି ୭୨ ଘଣ୍ଟା ଲାଗୁଥିଲା । ସମୟର ୪୦ ପ୍ରତିଶତ ହ୍ରାସ ଅନ୍ୟ ମାର୍ଗରେ ମଧ୍ୟ ଦେଖାଯାଇଛି ଯାହା ଉଦ୍ୟୋଗୀ, ଶିଳ୍ପପତି ଏବଂ କୃଷକମାନଙ୍କୁ ବହୁତ ଲାଭ ଦେଉଛି ।

ରେଳ ସେତୁ ଅଭାବରୁ ସମ୍ମୁଖୀନ ହେଉଥିବା ଅସୁବିଧାକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ୨୦୧୪ ପୂର୍ବରୁ ୬୦୦୦ ରୁ କମ୍ ରେଳ ଓଭରବ୍ରିଜ୍ ଏବଂ ଅଣ୍ଡର ବ୍ରିଜ୍ ଥିଲା, କିନ୍ତୁ ଆଜି ଏହି ସଂଖ୍ୟା ୧୦,୦୦୦ ରୁ ଅଧିକ ହୋଇଯାଇଛି । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ବଡ଼ ଲାଇନ୍‍ରେ ମାନବବିହୀନ ଲେଭଲ କ୍ରସିଂ ସଂଖ୍ୟା ବର୍ତ୍ତମାନ ଶୂନକୁ ହ୍ରାସ ପାଇଛି । ଯାତ୍ରୀମାନଙ୍କ ସୁବିଧା ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବୃଦ୍ଧ ଓ ଦିବ୍ୟାଙ୍ଗଙ୍କ ଆବଶ୍ୟକତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି ।

ଭାରତୀୟ ରେଳବାଇକୁ ଆଧୁନିକ ତଥା ପରିବେଶ ଅନୁକୂଳ କରିବା ଉପରେ ଆମର ଗୁରୁତ୍ୱ ରହିଛି ବୋଲି ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରେଳ ଲାଇନର ଶତ ପ୍ରତିଶତ ବିଦ୍ୟୁତିକରଣ ଲକ୍ଷ୍ୟ ଖୁବ୍ ଶୀଘ୍ର ହାସଲ ହେବ ଯାହା ଦ୍ୱାରା ଭାରତର ସମସ୍ତ ଟ୍ରେନ୍ କେବଳ ବିଦ୍ୟୁତ ଦ୍ୱାରା ଚଳାଚଳ କରିବ । ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ ସୌର ପ୍ୟାନେଲରୁ ବିଦ୍ୟୁତ୍‍ ଉତ୍ପାଦନ କରୁଥିବା ଷ୍ଟେସନ ସଂଖ୍ୟା ୧୨୦୦ ରୁ ଅଧିକକୁ ବୃଦ୍ଧି ପାଇଛି । ନିକଟ ଭବିଷ୍ୟତରେ ପ୍ରତ୍ୟେକ ରେଳ ଷ୍ଟେସନରୁ ସବୁଜ ଶକ୍ତି ଉତ୍ପାଦନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ପ୍ରାୟ ୭୦,୦୦୦ କୋଚରେ ଏଲଇଡି ଲାଇଟ୍ ଲଗାଯାଇଛି ଏବଂ ୨୦୧୪ ତୁଳନାରେ ଟ୍ରେନରେ ବାୟୋ-ଟଏଲେଟ୍ ସଂଖ୍ୟା ୨୮ ଗୁଣ ବୃଦ୍ଧି ପାଇଛି । ଶ୍ରୀ ମୋଦୀ ଦର୍ଶାଇଛନ୍ତି ଯେ ସମସ୍ତ ଅମୃତ ଷ୍ଟେସନ ଗିନ୍‍ ବିଲିଡିଂ ମାନଦଣ୍ଡ ପୂରଣ ଦିଗରେ ନିର୍ମାଣ କରାଯିବ । ୨୦୩୦ ସୁଦ୍ଧା ଭାରତ ଏପରି ଏକ ଦେଶ ହେବ ଯାହାର ରେଳ ନେଟୱାର୍କ ନିଟ୍ ଶୂନ ର୍ନିଗମନ ଉପରେ ଚାଲିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ରେଳ ଆମ ପ୍ରିୟଜନଙ୍କ ସହ ଯୋଡି ହେବା ପାଇଁ ଦଶନ୍ଧି ଧରି କାର୍ଯ୍ୟ କରିଆସୁଛି, ଦେଶକୁ ଯୋଡିବା ପାଇଁ ଏହା କାମ କରିଛି । ବର୍ତ୍ତମାନ ଏକ ଭଲ ପରିଚୟ ଏବଂ ଆଧୁନିକ ଭବିଷ୍ୟତ ସହିତ ରେଳ ସଂଯୋଗ କରିବା ଆମର ଦାୟିତ୍ୱ । ନୂତନ ସଂସଦ ଭବନ, କର୍ତ୍ତବ୍ୟ ପଥ, ଯୁଦ୍ଧ ସ୍ମାରକ ଏବଂ ଷ୍ଟାଚ୍ୟୁ ଅଫ୍ ୟୁନିଟି ଭଳି ପ୍ରକଳ୍ପକୁ ବିରୋଧ କରାଯିବାକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ନକାରାତ୍ମକ ରାଜନୀତିଠାରୁ ଦୂରରେ ରହି ଆମେ ଦେଶର ବିକାଶ କାର୍ଯ୍ୟକୁ ଏକ ମିଶନ ଭାବେ ଗ୍ରହଣ କରିଛୁ ଏବଂ ଭୋଟ୍ ବ୍ୟାଙ୍କ ଏବଂ ଦଳ ରାଜନୀତି ଯାହା ହେଉନା କାହିଁକି ଏହାକୁ ପ୍ରାଥମିକତା ଦେଇଛୁ ।

ରେଳବାଇ କେବଳ ୧.୫ ଲକ୍ଷରୁ ଅଧିକ ଯୁବକଙ୍କୁ ଚାକିରୀ ଯୋଗାଇ ଦେଇଛି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭିତ୍ତିଭୂମି ଉପରେ ଲକ୍ଷ ଲକ୍ଷ କୋଟି ଟଙ୍କା ବିନିଯୋଗ କରି ନିଯୁକ୍ତି ମଧ୍ୟ ସୃଷ୍ଟି ହେଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ରୋଜଗାର ମେଳା ମାଧ୍ୟମରେ ୧୦ ଲକ୍ଷ ଯୁବକଙ୍କୁ ଚାକିରୀ ଯୋଗାଇବା ପାଇଁ କେନ୍ଦ୍ର ସରକାର ମଧ୍ୟ ଏକ ଅଭିଯାନ ଚଳାଉଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଏହା ହେଉଛି ଏକ ପରିବର୍ତ୍ତିତ ଭାରତର ଚିତ୍ର ଯେଉଁଠାରେ ବିକାଶ ଯୁବକମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛି ଏବଂ ଯୁବକମାନେ ଦେଶର ବିକାଶରେ ନୂତନ ଡେଣା ଲଗାଉଛନ୍ତି ।

ଏହି କାର୍ଯ୍ୟକ୍ରମକୁ ଆଶୀର୍ବାଦ କରିବା ପାଇଁ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ବହୁ ସ୍ୱାଧୀନତା ସଂଗ୍ରାମୀ ଏବଂ ଅନେକ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ଉପସ୍ଥିତି ସ୍ୱୀକାର କରିଛନ୍ତି । ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଅଗଷ୍ଟ ମାସର ମହତ୍ୱକୁ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ହେଉଛି ବିପ୍ଳବ, କୃତଜ୍ଞତା ଏବଂ କର୍ତ୍ତବ୍ୟର ମାସ ଏବଂ ଅନେକ ଐତିହାସିକ ଘଟଣାରେ ପରିପୂର୍ଣ୍ଣ ଯାହା ଭାରତ ଇତିହାସକୁ ଏକ ନୂତନ ଦିଗ ଦେଇଛି । ଅଗଷ୍ଟ ୭ ରେ ପାଳନ କରାଯାଉଥିବା ଏବଂ ସ୍ୱଦେଶୀ ଅ।ନ୍ଦୋଳନ ପାଇଁ ଉତ୍ସର୍ଗୀକୃତ ଜାତୀୟ ହସ୍ତତନ୍ତ ଦିବସ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ୭ ଅଗଷ୍ଟର ଏହି ତାରିଖ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଲୋକାଲ୍ ଫର୍‍ ଭୋକାଲ୍ ହେବାର ସଂକଳ୍ପକୁ ଦୋହରାଇବାର ଦିନ ଅଟେ । ସେ ପବିତ୍ର ଗଣେଶ ଚତୁର୍ଥୀ ପର୍ବ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଏବଂ ଗଣେଶ ଚତୁର୍ଥୀକୁ ଏକ ପରିବେଶ ଅନୁକୂଳ ଭାବେ ପାଳନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ପରିବେଶ ଅନୁକୂଳ ପଦାର୍ଥରେ ପ୍ରତିମାଗୁଡ଼ିକୁ ନିର୍ମାଣ ପାଇଁ ଚେଷ୍ଟା କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସ୍ଥାନୀୟ କାରିଗର, ହସ୍ତଶିଳ୍ପ କାରିଗର ଏବଂ କ୍ଷୁଦ୍ର ଉଦ୍ୟୋଗୀମାନଙ୍କ ଦ୍ୱାରା ର୍ନିମିତ ଉତ୍ପାଦ କିଣିବାକୁ ସେ ପରାମର୍ଶ ଦେଇଥିଲେ ।

୯ ଅଗଷ୍ଟ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଐତିହାସିକ ତାରିଖ ଥିଲା ଯେତେବେଳେ ଭାରତ ଛାଡ ଆନ୍ଦୋଳନ ଆରମ୍ଭ ହୋଇଥିଲା ଏବଂ ଏହା ଭାରତର ସ୍ୱାଧୀନତା ସଂଗ୍ରାମରେ ନୂତନ ଶକ୍ତି ସୃଷ୍ଟି କରିଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଥିରୁ ଅନୁପ୍ରାଣିତ ହୋଇ ଆଜି ସମଗ୍ର ଦେଶ ପ୍ରତ୍ୟେକ ମନ୍ଦ, ଦୁର୍ନୀତି, ବଂଶାନୁବାଦ ଏବଂ ତୁଷ୍ଟିକରଣ ପାଇଁ ଭାରତ ଛାଡିବାକୁ ଗର୍ଜନ କରୁଛି ।

ପ୍ରଧାନମନ୍ତ୍ରୀ ଆଗାମୀ ବିଭାଜନ ଭୟାବହ ସ୍ମୃତି ଦିବସ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ଆମେ ଅଗଣିତ ଲୋକଙ୍କୁ ସ୍ମରଣ କରୁଛୁ ଯେଉଁମାନେ ବିଭାଜନର ବିପୁଳ ମୂଲ୍ୟ ଦେଇଥଲେ ଏବଂ ଏହି ଧକ୍କା ପରେ ନିଜକୁ ଏକାଠି କରିଥିବା ତଥା ଦେଶର ବିକାଶରେ ସହଯୋଗ କରୁଥିବା ଲୋକଙ୍କ ଅବଦାନକୁ ସ୍ୱୀକାର କରିଥିଲୁ । ସେ କହିଛନ୍ତି ଯେ ଏହି ଦିନ ଆମ ଏକତାକୁ ଅକ୍ଷୁର୍ଣ୍ଣ ରଖିବାର ଦାୟିତ୍ୱ ଦେଇଥାଏ । ଶ୍ରୀ ମୋଦୀ କହିଛନ୍ତି ଆମର ସ୍ୱାଧୀନତା ଦିବସ ହେଉଛି ଆମର ତ୍ରିରଙ୍ଗା ଏବଂ ଆମ ଦେଶର ଅଗ୍ରଗତି ପ୍ରତି ଆମର ପ୍ରତିବଦ୍ଧତାକୁ ପୁନରାବୃତ୍ତି କରିବାର ସମୟ । ଗତ ବର୍ଷ ଭଳି, ଏଥର ମଧ୍ୟ ଆମକୁ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡାଇବାକୁ ପଡ଼ିବ ।  ସେ ସୋସିଆଲ ମିଡିଆରେ ଏବଂ ଫ୍ଲାଗ ମାର୍ଚରେ ଲୋକଙ୍କ ଉତ୍ସାହକୁ ଲକ୍ଷ୍ୟ କରି ଏହି ଅଭିଯାନ ସହ ଜଡିତ ହେବାକୁ ସମସ୍ତଙ୍କୁ ନିବେଦନ କରିଥିଲେ ।

ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ନାଗରିକଙ୍କ ଦ୍ୱାରା ଦିଆଯାଇଥିବା ଟିକସ ଦୁର୍ନୀତିରେ ବ୍ୟୟବରାଦ ହୋଇଥିବା ଧାରାକୁ ସରକାର ବଦଳାଇ ଦେଇଛନ୍ତି ଏବଂ ଆଜି ଲୋକମାନେ ଅନୁଭବ କରୁଛନ୍ତି ଯେ ସେମାନଙ୍କ ଅର୍ଥ ଦେଶ ର୍ନିମାଣରେ ବ୍ୟବହୃତ ହେଉଛି । ସୁବିଧାଜନକ ତଥା ସହଜ ଜୀବନ ଯାପନ ଯୋଗୁଁ ଟିକସ ଦେଉଥିବା ଲୋକଙ୍କ ସଂଖ୍ୟା ବଢୁଛି ବୋଲି ସେ ଦର୍ଶାଇଛନ୍ତି । ପ୍ରଧାନମନ୍ତ୍ରୀ ସେହି ସମୟ ବିଷୟରେ ଉଲ୍ଲେଖ କରିଛନ୍ତି ଯେତେବେଳେ ଦେଶରେ ୨ ଲକ୍ଷ ଟଙ୍କା ଆୟ ଉପରେ ଟିକସ ଦିଆଯାଉଥିବାବେଳେ ଆଜି ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଆଦାୟ ହୋଇନାହିଁ । ଏହା ସତ୍ୱେ ଦେଶରେ ସଂଗୃହିତ ଆୟକର ପରିମାଣ ବଢୁଛି ଏବଂ ଦେଶରେ ମଧ୍ୟବିତ୍ତ ବର୍ଗର ପରିସର କ୍ରମାଗତ ଭାବେ ବୃଦ୍ଧି ପାଉଥିବା ନେଇ ଏକ ସ୍ପଷ୍ଟ ବାର୍ତ୍ତା ପଠାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ସୂଚନା ଦେଇଛନ୍ତି ଯେ ଆୟକର ରିଟର୍ଣ୍ଣ ଦାଖଲ କରୁଥିବା ଲୋକଙ୍କ ସଂଖ୍ୟା ଚଳିତ ବର୍ଷ ୧୬% ବୃଦ୍ଧି ପାଇଛି ଯାହା ସରକାରଙ୍କ ଉପରେ ବିଶ୍ୱାସ ବୃଦ୍ଧି ଏବଂ ଦେଶରେ ହେଉଥିବା ନୂତନତ୍ୱକୁ ଦର୍ଶାଉଛି । ଆଜି ଲୋକମାନେ ଦେଖୁଛନ୍ତି କି ଦେଶରେ ରେଳବାଇର କିପରି ନବୀକରଣ ହେଉଛି, ମେଟ୍ରୋର ବିସ୍ତାର ହେଉଛି । ସେ ନୂତନ ଏକ୍ସପ୍ରେସୱେ ଏବଂ ବିମାନବନ୍ଦରର ବିକାଶ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ଏହିପରି ପରିବର୍ତ୍ତନ କରଦାତାଙ୍କ ଟଙ୍କା ସହିତ ଏକ ନୂତନ ଭାରତର ବିକାଶର ଭାବନାକୁ ବଢାଇଥାଏ । ଅଭିଭାଷଣ ସମାପ୍ତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ୫୦୮ ରେଳ ଷ୍ଟେସନର ପୁନଃବିକାଶ ମଧ୍ୟ ଏହି ଦିଗରେ ନିଆଯାଇଛି । ମୁଁ ଆପଣଙ୍କୁ ନିଶ୍ଚିତ କରୁଛି, ଅମୃତ ଭାରତ ଷ୍ଟେସନ୍ ଭାରତୀୟ ରେଳବାଇର ଏହି ପରିବର୍ତ୍ତନକୁ ଏକ ନୂତନ ଉଚ୍ଚତାକୁ ନେଇଯିବ ।

ପୃଷ୍ଠଭୂମି

ଅତ୍ୟାଧୁନିକ ସାଧାରଣ ପରିବହନ ସେବା ଯୋଗାଣ ଉପରେ ପ୍ରଧାନମନ୍ତ୍ରୀ ଅନେକ ସମୟରେ ଜୋର ଦେଇ ଆସୁଛନ୍ତି । ରେଳବାଇ ସମଗ୍ର ଦେଶରେ ଲୋକଙ୍କ ପରିବହନର ପସନ୍ଦଯୋଗ୍ୟ ଧାରା ବୋଲି ଉଲ୍ଲେଖ କରି ସେ ରେଳ ଷ୍ଟେସନରେ ବିଶ୍ୱ ସ୍ତରୀୟ ସୁବିଧା ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହି ଦୃଷ୍ଟିକୋଣ ଅନୁଯୟୀ ସାରା ଦେଶରେ ୧୩୦୯ ଷ୍ଟେସନର ପୁନଃ ର୍ନିମାଣ ପାଇଁ ଅମୃତ ଭାରତ ଷ୍ଟେସନ ଯୋଜନା ଆରମ୍ଭ କରାଯାଇଛି।

ଏହି ଯୋଜନାର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୫୦୮ ଷ୍ଟେସନର ପୁନଃ ବିକାଶ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ୨୪,୪୭୦ କୋଟିରୁ ଅଧିକ ମୂଲ୍ୟରେ ଏହି ଷ୍ଟେସନଗୁଡ଼ିକର ପୁନଃ ର୍ନିମାଣ କରାଯିବ । ସହରର ଉଭୟ ପାର୍ଶ୍ଵ ର ସଠିକ୍ ଏକୀକରଣ ସହିତ ଏହି ଷ୍ଟେସନଗୁଡିକର ବିକାଶ ପାଇଁ “ସିଟି ସେଣ୍ଟର” ଭାବରେ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହେଉଛି । ଏହି ସମନ୍ୱିତ ଆଭିମୁଖ୍ୟ ରେଳ ଷ୍ଟେସନକୁ କେନ୍ଦ୍ର କରି ସହରର ସାମଗ୍ରିକ ସହରୀ ବିକାଶର ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ ।

ଏହି ୫୦୮ ଷ୍ଟେସନ ୨୭ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ରହିଛି, ସେଥିମଧ୍ୟରେ ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ୫୫ଟି କରି, ବିହାରରେ ୪୯, ମହାରାଷ୍ଟ୍ରରେ ୪୪, ପଶ୍ଚିମବଙ୍ଗରେ ୩୭, ମଧ୍ୟପ୍ରଦେଶରେ ୩୪, ଆସାମରେ ୩୨, ଓଡିଶାରେ ୨୫, ପଞ୍ଜାବରେ ୨୨, ଗୁଜୁରାଟ ଏବଂ ତେଲେଙ୍ଗାନାରେ ୨୧, ଝାଡଖଣ୍ଡରେ ୨୦, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ୧୮ଟି କରି, ହରିୟାଣାରେ ୧୫, କର୍ଣ୍ଣାଟକରେ ୧୩ ଟି ରହିଛି ।

ଏହି ପୁନଃ ର୍ନିମାଣ ଆଧୁନିକ ଯାତ୍ରୀ ସୁବିଧା ଯୋଗାଇବା ସହିତ ଯାତ୍ରୀମାନଙ୍କ ମାର୍ଗଦର୍ଶନ ପାଇଁ ଭଲ ଡିଜାଇନ୍ ହୋଇଥିବା ଟ୍ରାଫିକ୍ ବ୍ୟବସ୍ଥା, ଇଣ୍ଟର – ମୋଡାଲ୍ ଏକୀକରଣ ଏବଂ ଭଲ ଡିଜାଇନ୍ ହୋଇଥିବା ସଙ୍କେତ ନିଶ୍ଚିତ କରିବ । ଷ୍ଟେସନ କୋଠାଗୁଡ଼ିକର ଡିଜାଇନ୍ ସ୍ଥାନୀୟ ସଂସ୍କୃତି, ଐତିହ୍ୟ ଏବଂ ସ୍ଥାପତ୍ୟ ଦ୍ୱାରା ଅନୁପ୍ରାଣିତ ହେବ ।

Categories
ବିଶେଷ ଖବର

ବିକାନୀର ଠାରେ ୨୪,୩୦୦ କୋଟିରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ବିକାନୀର ଠାରେ ୨୪,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଏବଂ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ରହିଛି ପ୍ରାୟ ୧୧,୧୨୫ କୋଟି ଟଙ୍କା ବ୍ୟୟରେ ଅମୃତସର – ଜାମନଗର ଆର୍ôଥକ କରିଡରର ଛଅ ଲେନ୍ ବିଶିଷ୍ଟ ଗ୍ରୀନଫିଲ୍ଡ ଏକ୍ସପ୍ରେସୱେ ବିଭାଗ, ପ୍ରାୟ ୧୦,୯୫୦ କୋଟି ଟଙ୍କା ମୂଲ୍ୟର ସବୁଜ ଶକ୍ତି କରିଡର ପାଇଁ ଆନ୍ତଃ ରାଜ୍ୟ ଟ୍ରାନ୍ସମିସନ ଲାଇନର ପ୍ରଥମ ପର୍ଯ୍ୟାୟ, ପାଖାପାଖି ୧,୩୪୦ କୋଟି ଟଙ୍କା ମୂଲ୍ୟରେ ପାୱାର ଗ୍ରୀଡ୍ ଦ୍ୱାରା ବିକଶିତ ହେବାକୁ ଥିବା ବିକାନୀରରୁ ଭିୱାଡି ଟ୍ରାନ୍ସମିସନ୍ ଲାଇନ୍ ଏବଂ ବିକାନୀର ଠାରେ ଏକ ନୂତନ ୩୦ ଶଯ୍ୟା ବିଶିଷ୍ଟ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ଡାକ୍ତରଖ।।ନା। ପ୍ରଧାନମନ୍ତ୍ରୀ ପ୍ରାୟ ୪୫୦ କୋଟି ଟଙ୍କା ବ୍ୟୟରେ ବିକାନୀର ରେଳ ଷ୍ଟେସନର ପୁନଃବିକାଶ ଏବଂ ୪୩ କିଲୋମିଟର ଦୀର୍ଘ ଚୁରୁ – ରତନଗଡ ବିଭାଗ ରେଳ ଲାଇନ୍‌କୁ ଦ୍ୱିଗୁଣିତ କରିବା ଭଳି ପ୍ରକଳ୍ପ ଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ।

ଏହି ସମାବେଶକୁ ସମ୍ବୋଧିତ କରି, ପ୍ରଧାନମନ୍ତ୍ରୀ ଯୋଦ୍ଧା ମାନଙ୍କର ମାଟିକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ କହିଥିଲେ ଯେ , ରାଜ୍ୟର ବିକାଶ ପାଇଁ ଉତ୍ସର୍ଗୀକୃତ ଲୋକମାନେ ସର୍ବଦା ଏକ ସୁଯୋଗ ପ୍ରଦାନ କରିଛନ୍ତି ଯାହା ଫଳରେ ସେ ବିକାଶମୂଳକ ପ୍ରକଳ୍ପ ଗୁଡିକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ପାଇଁ ଉପସ୍ଥିତ ହୋଇଛନ୍ତି।

୨୪,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଆଜିର ଏହି ପ୍ରକଳ୍ପ ଗୁଡିକ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ଯେ ଗତ କିଛି ମାସ ମଧ୍ୟରେ ରାଜସ୍ଥାନ ଦୁଇଟି ଆଧୁନିକ ଛଅ ଲେନ ବିଶିଷ୍ଟ ଏକ୍ସପ୍ରେସୱେ ପାଇଛି। ଫେବୃଆରୀ ମାସରେ ଦିଲ୍ଲୀ – ମୁମ୍ବାଇ ଏକ୍ସପ୍ରେସ କରିଡରର ଦିଲ୍ଲୀ – ଦାଉସା – ଲାଲସୋଟ ବିଭାଗର ଉଦଘାଟନ ଅବସରକୁ ପ୍ରଧାନମନ୍ତ୍ରୀ ମନେ ପକାଇବା ସହିତ ଆଜି ଅମୃତସର – ଜାମନଗର ଏକ୍ସପ୍ରେସୱେର ୫୦୦ କିଲୋମିଟର ଛଅ ଲେନ ବିଶିଷ୍ଟ ଗ୍ରୀନଫିଲ୍ଡ ଏକ୍ସପ୍ରେସୱେ ବିଭାଗର ଉଦଘାଟନ କରିବାର ସୁଯୋଗ ପାଇଥିବାରୁ କୃତଜ୍ଞତା ଜଣାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଜାତୀୟ ରାଜପଥକୁ ନେଇ ରାଜସ୍ଥାନ ଦ୍ୱିଶତକ ହାସଲ କରିଛି”। ସବୁଜ ଶକ୍ତି କରିଡର ଏବଂ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ଡାକ୍ତରଖାନା ପାଇଁ ପ୍ରଧାନମନ୍ତ୍ରୀ ବିକାନୀର ଏବଂ ରାଜସ୍ଥାନର ଲୋକ ମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାଜସ୍ଥାନ ସର୍ବଦା ସାମର୍ଥ୍ୟ ଏବଂ ଦକ୍ଷତାରେ ପରିପୂର୍ଣ୍ଣ ହୋଇ ରହିଆସିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ , ଅଭିବୃଦ୍ଧିର ଏହି ସମ୍ଭାବନା ହେତୁ ରାଜ୍ୟରେ ରେକର୍ଡ ପୁଞ୍ଜି ବିନିଯୋଗ କରାଯାଉଛି। ଶିଳ୍ପ ବିକାଶ ପାଇଁ ଅସୀମ ସମ୍ଭାବନା ଥିବାରୁ ସଂଯୋଗକୁ ଅତି ଉନ୍ନତ କରାଯାଉଛି। ଅତି ଦ୍ରୁତଗାମୀ ଏକ୍ସପ୍ରେସୱେ ଏବଂ ରେଳ ଯାତାୟତ ପର୍ଯ୍ୟଟନ କ୍ଷେତ୍ରରେ ସୁଯୋଗକୁ ବୃଦ୍ଧି କରିବ, ଯାହା ରାଜ୍ୟର ଯୁବପିଢ଼ିଙ୍କୁ ଉପକୃତ କରିବ ବୋଲି ସେ କହିଛନ୍ତି।

ଆଜି ଉଦ୍‌ଘାଟିତ ହୋଇଥିବା ଗ୍ରୀନ୍ ଫିଲ୍ଡ ଏକ୍ସପ୍ରେସୱେ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ , ଏହା ରାଜସ୍ଥାନକୁ ହରିୟାଣା, ପଞ୍ଜାବ, ଗୁଜରାଟ ଏବଂ ଜାମ୍ମୁ କାଶ୍ମୀର ସହିତ ସଂଯୋଗ କରିବ ଏବଂ ଜାମନଗର ଏବଂ କାଣ୍ଡଲା ଭଳି ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ସାମୁଦ୍ରିକ ବନ୍ଦର ପର୍ଯ୍ୟନ୍ତ ବିକାନୀର ଏବଂ ରାଜସ୍ଥାନରୁ ଯାତାୟତ ସୁଗମ ହେବ।

ଯୋଧପୁର ଏବଂ ଗୁଜରାଟର ଦୂରତା ସହିତ ବିକାନେର ଏବଂ ଅମୃତସର ଏବଂ ଯୋଧପୁର ମଧ୍ୟରେ ଦୂରତା ହ୍ରାସ ପାଇବ, ଯାହା ଏହି କ୍ଷେତ୍ରର କୃଷକ ମାନଙ୍କୁ ଏବଂ ବ୍ୟବସାୟୀ ମାନଙ୍କୁ ଲାଭାନ୍ୱିତ କରିବ ବୋଲି ସେ ଦର୍ଶାଇଛନ୍ତି।

“ଏହି ଗ୍ରୀନଫିଲ୍ଡ ଏକ୍ସପ୍ରେସୱେ ସମଗ୍ର ପଶ୍ଚିମ ଭାରତରେ ଅର୍ଥନୈତିକ କାର୍ଯ୍ୟକଳାପକୁ ମଜବୁତ କରିବ” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ତୈଳ କ୍ଷେତ୍ର ବିଶୋଧନାଗାର ସହିତ ବୃଦ୍ଧି ହୋଇଥିବା ସଂଯୋଗ ଉପରେ ଆଲୋକପାତ କରି କହିଛନ୍ତି ଯେ, ଏହା ଯୋଗାଣକୁ ମଜବୁତ କରିବ ଏବଂ ଏହା ଦେଶର ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ।

ରେଳ ଲାଇନର ଦ୍ୱିଗୁଣିତ ହେବା ବିଷୟରେ ପ୍ରଧାନମନ୍ତ୍ରୀ ରାଜସ୍ଥାନରେ ରେଳବାଇର ଅଭିବୃଦ୍ଧିକୁ ପ୍ରାଥମିକତା ଦିଆ ଯାଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୨୦୦୪ – ୨୦୧୪ ମଧ୍ୟରେ ରାଜସ୍ଥାନ ରେଳବାଇ ପାଇଁ ପ୍ରତି ବର୍ଷ ହାରାହାରି ୧୦୦୦ କୋଟି ଟଙ୍କାରୁ କମ୍ ଅର୍ଥ ପାଉଥିଲାବେଳେ ୨୦୧୪ ପରେ ରାଜ୍ୟ ପ୍ରତି ବର୍ଷ ହାରାହାରି ୧୦,୦୦୦ କୋଟି ଟଙ୍କା ଲେଖାଏଁ ପାଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଭିତ୍ତିଭୂମି ନିବେଶର ସବୁଠାରୁ ବଡ ହିତାଧିକାରୀମାନେ ହେଉଛନ୍ତି କ୍ଷୁଦ୍ର ବ୍ୟବସାୟୀ ଏବଂ କ୍ଷୁଦ୍ର ଶିଳ୍ପ ସମୂହ। ସେ ବିକାନେରର ଆଚାର, ପାପଡ, ନମକିନ୍ ବିଷୟରେ ଉଲ୍ଲେଖ କରିଛନ୍ତି ଏବଂ ଉନ୍ନତ ସଂଯୋଗ ସହିତ ଏହି ଛୋଟ ବ୍ୟବସାୟଗୁଡ଼ିକ ସେମାନଙ୍କ ଉତ୍ପାଦକୁ ବିଶ୍ୱର କୋଣ ଅନୁକୋଣକୁ ନେଇ ପାରିବେ ବୋଲି କହିଛନ୍ତି।

ରାଜସ୍ଥାନର ବିକାଶ ପାଇଁ ପ୍ରୟାସ ଜାରି ରଖି ପ୍ରଧାନମନ୍ତ୍ରୀ ଦୀର୍ଘ ଦିନ ଧରି ଅବହେଳିତ ସୀମାନ୍ତ ଗ୍ରାମଗୁଡିକ ପାଇଁ ଭାଇବ୍ରାଂଟ ଭିଲେଜ୍ ସ୍କିମ୍ (ସ୍ଫୁର୍ତ୍ତିଶୀଳ ଗ୍ରାମ ଯୋଜନା) ବିଷୟରେ ଉଲ୍ଲେଖ କରିଥିଲେ। “ଆମେ ସୀମାନ୍ତ ଗ୍ରାମ ଗୁଡ଼ିକୁ ଦେଶର ‘ପ୍ରଥମ ଗ୍ରାମ’ ଭାବେ ଘୋଷଣା କରିଛୁ। ଏହି ଅଞ୍ଚଳ ଗୁଡିକର ବିକାଶ ଏବେ ଦେଶର ଲୋକମାନଙ୍କ ମଧ୍ୟରେ ଏହି ଅଞ୍ଚଳ ପରିଦର୍ଶନ ବିଷୟରେ ଏକ ନୂତନ ଆଗ୍ରହ ସୃଷ୍ଟି କରୁଛି” ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ରାଜସ୍ଥାନରେ କର୍ନି ମାତା ଏବଂ ସଲାସର ବାଲାଜୀଙ୍କ ଆଶୀର୍ବାଦ ବିଷୟରେ କହିଥିଲେ ଏବଂ ରାଜ୍ୟ ବିକାଶର ଶିଖରରେ ରହିବା ଉଚିତ ବୋଲି କହିଥିଲେ। ସେଥିପାଇଁ ଭାରତ ସରକାର ନିଜର ସମସ୍ତ ଶକ୍ତି ସହିତ ରାଜସ୍ଥାନର ଅଭିବୃଦ୍ଧି ପାଇଁ କାର୍ଯ୍ୟ କରୁଛନ୍ତି। ସମସ୍ତଙ୍କ ମିଳିତ ପ୍ରୟାସ ଫଳରେ ରାଜସ୍ଥାନ ସମସ୍ତ ବିକାଶ ଲକ୍ଷ୍ୟ ହାସଲ କରିବ ବୋଲି ସେ ଆଶା କରି ବକ୍ତବ୍ୟ ଶେଷ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜସ୍ଥାନର ରାଜ୍ୟପାଳ କାଲରାଜ ମିଶ୍ର, କେନ୍ଦ୍ର ସଡ଼କ, ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ, କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍ ଏବଂ କେନ୍ଦ୍ର ରାଜ୍ୟ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ କୈଳାଶ ଚୌଧୁରୀ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ଅମୃତସର – ଜାମନଗର ଆର୍ଥିକ କରିଡରର ଛଅ ଲେନ ବିଶିଷ୍ଟ ଗ୍ରୀନଫିଲ୍ଡ ଏକ୍ସପ୍ରେସୱେ ବିଭାଗକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ରାଜସ୍ଥାନରେ ୫୦୦ କିଲୋମିଟରରୁ ଅଧିକ ବ୍ୟାପିଥିବା ଏହି ବିଭାଗ ହନୁମାନଗଡ ଜିଲ୍ଲାର ଜାଖରୱାଲୀ ଠାରୁ ଜାଲୋର ଜିଲ୍ଲାର ଖେତଲାୱାସ୍ ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ୧୧,୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ଏହି ଏକ୍ସପ୍ରେସୱେ ଯାତ୍ରା ସମୟକୁ ଯଥେଷ୍ଟ ହ୍ରାସ କରିବ ଏବଂ ପ୍ରମୁଖ ସହର ଏବଂ ଶିଳ୍ପ କରିଡର ଗୁଡିକ ମଧ୍ୟରେ ସଂଯୋଗକୁ ଉନ୍ନତ କରିବ। ଏକ୍ସପ୍ରେସୱେ କେବଳ ସାମଗ୍ରୀର ପରିବହନକୁ ସହଜ କରିବ ନାହିଁ ବରଂ ଏହାର ମାର୍ଗରେ ପର୍ଯ୍ୟଟନ ଏବଂ ଅର୍ଥନୈତିକ ବିକାଶକୁ ମଧ୍ୟ ବୃଦ୍ଧି କରିବ।

ଏହି ଅଞ୍ଚଳର ବିଦ୍ୟୁତ୍ କ୍ଷେତ୍ରକୁ ବୃଦ୍ଧି କରି ପ୍ରଧାନମନ୍ତ୍ରୀ ପ୍ରାୟ ୧୦,୯୫୦ କୋଟି ଟଙ୍କା ମୂଲ୍ୟର ସବୁଜ ଶକ୍ତି କରିଡର ପାଇଁ ଆନ୍ତଃ ରାଜ୍ୟ ଟ୍ରାନ୍ସମିସନ୍ ଲାଇନର ପ୍ରଥମ ପର୍ଯ୍ୟାୟକୁ ଉତ୍ସର୍ଗ କରିଛନ୍ତି। ସବୁଜ ଶକ୍ତି କରିଡର ପ୍ରାୟ ୬ ଜିଡବ୍ଲ୍ୟୁ ଅକ୍ଷୟ ଶକ୍ତି ସଂଯୋଗ କରିବ ଏବଂ ପାଶ୍ଚାତ୍ୟ ଅଞ୍ଚଳର ଥର୍ମାଲ୍ ଜେନେରେସନ୍ ଏବଂ ଉତ୍ତର ଅଞ୍ଚଳରେ ହାଇଡ୍ରୋ ଜେନେରେସନ୍ ସହିତ ନବୀକରଣ ଯୋଗ୍ୟ ଶକ୍ତିର ଗ୍ରୀଡ୍ ସନ୍ତୁଳନରେ ସାହାଯ୍ୟ କରିବ, ଯାହା ଦ୍ୱାରା ଉତ୍ତର ଅଞ୍ଚଳ ଏବଂ ପଶ୍ଚିମ ଅଞ୍ଚଳ ମଧ୍ୟରେ ପ୍ରସାରଣ କ୍ଷମତା ମଜବୁତ ହେବ। ପ୍ରାୟ ୧୩୪୦ କୋଟି ଟଙ୍କା ବ୍ୟୟରେ ପାୱାର ଗ୍ରୀଡ ଦ୍ୱାରା ବିକଶିତ ହେବାକୁ ଥିବା ବିକାନୀରରୁ ଭିୱାଡି ଟ୍ରାନ୍ସମିସନ ଲାଇନକୁ ପ୍ରଧାନମନ୍ତ୍ରୀ ଉତ୍ସର୍ଗ କରିଥିଲେ। ରାଜସ୍ଥାନରେ ୮.୧ ଜିଡବ୍ଲୁ ସୌର ଶକ୍ତି ନିର୍ଗମନ କରିବାରେ ବିକାନେରରୁ ଭିୱାଡି ଟ୍ରାନ୍ସମିସନ ଲାଇନ ସାହାଯ୍ୟ କରିବ।

ପ୍ରଧାନମନ୍ତ୍ରୀ ବିକାନୀର ଠାରେ ଏକ ନୂତନ ୩୦ ଶଯ୍ୟା ବିଶିଷ୍ଟ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ହସ୍ପିଟାଲକୁ ଉତ୍ସର୍ଗ କରିଛନ୍ତି। ଏହି ଡାକ୍ତରଖାନାର କ୍ଷମତା ୧୦୦ ଶଯ୍ୟା ପର୍ଯ୍ୟନ୍ତ ଅଧୁନାତନ ହେବ ଏବଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଭାବରେ କାର୍ଯ୍ୟ କରିବ, ଯାହା ସ୍ଥାନୀୟ ସମ୍ପ୍ରଦାୟର ଚିକିତ୍ସା ଆବଶ୍ୟକତାକୁ ପୂରଣ କରିବ ଏବଂ ସୁଗମ ତଥା ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ନିଶ୍ଚିତ କରିବ।

ଏଥିସହ ବିକାନୀର ରେଳ ଷ୍ଟେସନର ପୁନଃବିକାଶ ପାଇଁ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପ୍ରାୟ ୪୫୦ କୋଟି ଟଙ୍କା ବ୍ୟୟରେ ବିକଶିତ ହେବାକୁ ଥିବା ପୁନଃବିକାଶ କାର୍ଯ୍ୟରେ ରେଳ ଷ୍ଟେସନର ପୂର୍ବରୁ ରହିଥିବା ସଂରଚନାର ଐତିହ୍ୟ ସ୍ଥିତିକୁ ସୁନିଶ୍ଚିତ କରିବା ସହିତ ଚଟାଣ ଏବଂ ଛାତ ସମେତ ସମସ୍ତ ପ୍ଲାଟଫର୍ମର ନବୀକରଣ କାର୍ଯ୍ୟ ଅନ୍ତର୍ଭୁକ୍ତ ହେବ। ୪୩ କିଲୋମିଟର ଦୀର୍ଘ ଚୁରୁ – ରତନଗଡ ବିଭାଗର ରେଳ ଲାଇନ୍ ଦ୍ୱିଗୁଣିତ ପାଇଁ ପ୍ରକଳ୍ପର ମଧ୍ୟ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ରେଳ ଲାଇନ୍ ଦ୍ୱିଗୁଣିତ ହେବା ଦ୍ୱାରା ସଂଯୋଗ ବୃଦ୍ଧି ପାଇବ ଏବଂ ଜିପସମ୍‌, ଚୂନ ପଥର, ଖାଦ୍ୟ ଶସ୍ୟ ଏବଂ ସାର ଉତ୍ପାଦକୁ ବିକାନୀର ଅଞ୍ଚଳରୁ ଦେଶର ଅନ୍ୟାନ୍ୟ ସ୍ଥାନକୁ ସହଜ ପରିବହନକୁ ସୁଗମ କରିବ।

Categories
ବିଶେଷ ଖବର

ୱାରାଙ୍ଗଲରେ ପ୍ରାୟ ୬୧୦୦ ଟଙ୍କା ମୂଲ୍ୟର ବିକାଶ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲଙ୍ଗାନାର ୱାରାଙ୍ଗଲରେ ପ୍ରାୟ ୬୧୦୦ କୋଟି ଟଙ୍କା ମୂଲ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ବିକାଶ କାର୍ଯ୍ୟରେ ୫୫୫୦ କୋଟିରୁ ଅଧିକ ମୂଲ୍ୟର ୧୭୬ କିଲୋମିଟର ଦୈର୍ଘ୍ୟ ଜାତୀୟ ରାଜପଥ ପ୍ରକଳ୍ପ ଏବଂ ୫୦୦ କୋଟିରୁ ଅଧିକ ମୂଲ୍ୟରେ ବିକଶିତ ହେବାକୁ ଥିବା କାଜିପେଟରେ ଏକ ରେଳ ଉତ୍ପାଦନ ୟୁନିଟ୍ ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ଭଦ୍ରକାଳୀ ମନ୍ଦିରରେ ଦର୍ଶନ ଏବଂ ପୂଜା ମଧ୍ୟ କରିଥିଲେ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ଯଦିଓ ତେଲଙ୍ଗାନା ଏକ ନୂତନ ରାଜ୍ୟ ଏବଂ ଏହାର ଅସ୍ତିତ୍ୱର ମାତ୍ର ୯ ବର୍ଷ ପୂରଣ କରିଛି, ତଥାପି ଭାରତ ଇତିହାସରେ ତେଲଙ୍ଗାନା ଏବଂ ଏହାର ଲୋକଙ୍କ ଅବଦାନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ସେ କହିଛନ୍ତି ଯେ ତେଲୁଗୁ ଲୋକଙ୍କ ଦକ୍ଷତା ସବୁବେଳେ ଭାରତର ସାମର୍ଥ୍ୟ ବୃଦ୍ଧି କରିଛି। ଭାରତକୁ ବିଶ୍ୱର ୫ମ ବୃହତ୍ତମ ଅର୍ଥନୀତିରେ ପରିଣତ କରିବାରେ ତେଲଙ୍ଗାନାର ନାଗରିକମାନଙ୍କର ମହତ୍ୱପୂର୍ଣ୍ଣ ଭୂମିକା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଏବଂ ପୁଞ୍ଜି ନିବେଶ ସ୍ଥଳ ଭାବରେ ବିଶ୍ୱକୁ ଆକର୍ଷିତ କରୁଥିବା ସୁଯୋଗ ବୃଦ୍ଧିରେ ଆତ୍ମବିଶ୍ୱାସ ପ୍ରକଟ କରିଥିଲେ । ସେ କହିଛନ୍ତି, “ବିକଶିତ ଭାରତ” ପାଇଁ ବହୁତ ଆଶା ଅଛି।

ଏକବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧିରେ ଏକ ସୁବର୍ଣ୍ଣ ସମୟର ଆଗମନକୁ ସ୍ୱୀକାର କରିବା ସହ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ନୂତନ ଯୁବ ଭାରତ ଶକ୍ତି ସହିତ ଉଜ୍ଜ୍ୱଳ ହୋଇଛି। ଦ୍ରୁତ ଗତିରେ ବିକାଶ ଦୃଷ୍ଟିରୁ ଭାରତର କୌଣସି ଅଂଶକୁ ପଛରେ ପକାଇବା ଉଚିତ ନୁହେଁ ବୋଲି ଜୋର ଦେଇ ପ୍ରଧାନମନ୍ତ୍ରୀ ଗତ ୯ ବର୍ଷ ମଧ୍ୟରେ ତେଲେଙ୍ଗାନାର ଭିତ୍ତିଭୂମି ତଥା ଯୋଗାଯୋଗରେ ଉନ୍ନତି ଆଣିବା ଉପରେ ଆଲୋକପାତ କରିଛନ୍ତି। ୬୦୦୦ କୋଟିରୁ ଅଧିକ ମୂଲ୍ୟର ଆଜିର ପ୍ରକଳ୍ପ ପାଇଁ ସେ ତେଲେଙ୍ଗାନାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ନୂତନ ଲକ୍ଷ୍ୟ ହାସଲ କରିବା ପାଇଁ ନୂତନ ଉପାୟ ଖୋଜିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି ଯେ ପୁରୁଣା ଭିତ୍ତିଭୂମି ସହିତ ଭାରତରେ ଦ୍ରୁତ ଗତିରେ ବିକାଶ ଅସମ୍ଭବ। ଦୁର୍ବଳ ଯୋଗାଯୋଗ ଏବଂ ମହଙ୍ଗା ଲଜିଷ୍ଟିକ୍ ଖର୍ଚ୍ଚ ବ୍ୟବସାୟର ଅଗ୍ରଗତିରେ ବାଧା ସୃଷ୍ଟି କରୁଥିବା ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ସରକାରଙ୍କ ବିକାଶର ଗତି ଏବଂ ମାପର ବହୁଗୁଣ ବୃଦ୍ଧି ଉପରେ ଆଲୋକପାତ କରିଥିଲେ। ସେ ଏକ ନେଟୱାର୍କ ସୃଷ୍ଟି କରୁଥିବା ରାଜପଥ, ଏକ୍ସପ୍ରେସୱେ, ଅର୍ଥନୈତିକ କରିଡର ଏବଂ ଶିଳ୍ପ କରିଡରର ଉଦାହରଣ ଦେଇଛନ୍ତି ଏବଂ ଦୁଇ ଲେନ ଏବଂ ଚାରି ଲେନ ବିଶିଷ୍ଟ ରାଜପଥକୁ ଯଥାକ୍ରମେ ଚାରି ଏବଂ ଛଅ ଲେନ ବିଶିଷ୍ଟ ରାଜପଥରେ ପରିଣତ କରାଯାଉଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ତେଲେଙ୍ଗାନାର ରାଜପଥ ନେଟୱାର୍କରେ ୨୫୦୦ କିଲୋମିଟରରୁ ୫୦୦୦ କିଲୋମିଟର ପର୍ଯ୍ୟନ୍ତ ଦୁଇଗୁଣ ବୃଦ୍ଧି ଘଟିଛି।

ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ୨୫୦୦ କିଲୋମିଟର ଜାତୀୟ ରାଜପଥ ର୍ନିମାଣ ବିକାଶର ବିଭିନ୍ନ ପର୍ଯ୍ୟାୟରେ ଅଛି। ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଭାରତମାଳା ପ୍ରକଳ୍ପର ଏକ ଅଂଶ ଭାବରେ ତେଲେଙ୍ଗାନା ଦେଇ ଯାଇଥିବା ନିର୍ମାଣାଧିନ ହାଇଦ୍ରାବାଦ – ଇନ୍ଦୋର ଅର୍ଥନୈତିକ କରିଡର, ଚେନ୍ନାଇ – ସୁରଟ ଅର୍ଥନୈତିକ କରିଡର, ହାଇଦ୍ରାବାଦ – ପାନଜୀ ଅର୍ଥନୈତିକ କରିଡର ଏବଂ ହାଇଦ୍ରାବାଦ – ବିଶାଖାପାଟନମ୍ ଇଣ୍ଟର କରିଡରର ଉଦାହରଣ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ବକ୍ତବ୍ୟ ଜାରି ରଖି କହିଛନ୍ତି, ତେଲେଙ୍ଗାନା ଆଖପାଖର ଅର୍ଥନୈତିକ କେନ୍ଦ୍ରଗୁଡ଼ିକୁ ସଂଯୋଗ କରୁଛି ଏବଂ ଅର୍ଥନୈତିକ କାର୍ଯ୍ୟକଳାପର କେନ୍ଦ୍ର ପାଲଟିଛି।

ନାଗପୁର – ବିଜୟୱାଡା କରିଡରର ମାଞ୍ଚେରିଆଲ୍ – ୱାରଙ୍ଗାଲ୍ ସେକ୍ସନ ବିଷୟରେ ଆଜି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶ ସହିତ ତେଲେଙ୍ଗାନାକୁ ଆଧୁନିକ ସଂଯୋଗ ଯୋଗାଇବ ଏବଂ ମାଞ୍ଚେରିଆଲ୍ ଏବଂ ୱାରଙ୍ଗଲ ମଧ୍ୟରେ ଦୂରତା ମଧ୍ୟ ହ୍ରାସ କରିବ ଏବଂ ଟ୍ରାଫିକ୍ ଭିଡ ହ୍ରାସ କରିବ ବୋଲି ସେ କହିଛନ୍ତି। ଏହି ଅଞ୍ଚଳରେ ଅନେକ ଆଦିବାସୀ ସମ୍ପ୍ରଦାୟ ବାସ କରନ୍ତି ଏବଂ ଦୀର୍ଘ ସମୟ ଧରି ଅବହେଳିତ ହୋଇ ଆସୁଛନ୍ତି।

ଶ୍ରୀ ମୋଦୀ କହିଛନ୍ତି ଯେ ଏହି କରିଡର ରାଜ୍ୟରେ ବହୁମୁଖୀ ଯୋଗାଯୋଗକୁ ଲକ୍ଷ୍ୟ ଦେବ ଏବଂ କରିମନଗର-ୱାରଙ୍ଗଲ ସେକ୍ସନର ଚାରି ଲେନ ହାଇଦ୍ରାବାଦ-ୱାରଙ୍ଗଲ ଶିଳ୍ପ କରିଡର, କାକଟିଆ ମେଗା ଟେକ୍ସଟାଇଲ ପାର୍କ ଏବଂ ୱାରଙ୍ଗଲ ଏସଇଜେଡ ସହିତ ସଂଯୋଗକୁ ମଜବୁତ କରିବ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ତେଲେଙ୍ଗାନାରେ ବୃଦ୍ଧି ହୋଇଥିବା ସଂଯୋଗ ରାଜ୍ୟ ଶିଳ୍ପ ତଥା ପର୍ଯ୍ୟଟନକୁ ସିଧାସଳଖ ଲାଭ ଦେଉଛି କାରଣ ତେଲେଙ୍ଗାନାର ଐତିହ୍ୟ କେନ୍ଦ୍ର ତଥା ବିଶ୍ୱାସ ସ୍ଥାନକୁ ଯାତ୍ରା କରିବା ବର୍ତ୍ତମାନ ଅଧିକ ସୁବିଧାଜନକ ହୋଇଛି। ସେ କରିମନଗରର କୃଷି ଶିଳ୍ପ ଏବଂ ଗ୍ରାନାଇଟ୍ ଶିଳ୍ପ ବିଷୟରେ ମଧ୍ୟ କହିଛନ୍ତି ଏବଂ ସରକାରଙ୍କ ଉଦ୍ୟମ ସେମାନଙ୍କୁ ସିଧାସଳଖ ସାହାଯ୍ୟ କରୁଛି ବୋଲି ସେ ଦର୍ଶାଇଛନ୍ତି। କୃଷକ ହେଉ କିମ୍ବା ଶ୍ରମିକ, ଛାତ୍ର କିମ୍ବା ବୃତ୍ତିଧାରୀ ହୁଅନ୍ତୁ, ସମସ୍ତେ ଉପକୃତ ହେଉଛନ୍ତି। ଯୁବକମାନେ ସେମାନଙ୍କ ଘର ନିକଟରେ ନୂତନ ନିଯୁକ୍ତି ଏବଂ ଆତ୍ମନିଯୁକ୍ତି ସୁଯୋଗ ମଧ୍ୟ ପାଇଛନ୍ତି ବୋଲି ସେ କହିଛନ୍ତି।

ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଉପରେ ଆଲୋକପାତ କରି ଉତ୍ପାଦନ କ୍ଷେତ୍ର କିପରି ଦେଶର ଯୁବକମାନଙ୍କ ପାଇଁ ରୋଜଗାରର ଏକ ବଡ଼ ଉତ୍ସ ପାଲଟିଛି, ପ୍ରଧାନମନ୍ତ୍ରୀ ଦେଶରେ ଉତ୍ପାଦନକୁ ଉତ୍ସାହିତ କରିବା ପାଇଁ ପିଏଲଆଇ ଯୋଜନା ବିଷୟରେ ଉଲ୍ଲେଖ କରିଛନ୍ତି। ଯେଉଁମାନେ ଅଧିକ ଉତ୍ପାଦନ କରୁଛନ୍ତି ସେମାନେ ସରକାରଙ୍କଠାରୁ ବିଶେଷ ସହାୟତା ପାଇଛନ୍ତି ବୋଲି ଦର୍ଶାଇ ଶ୍ରୀ ମୋଦୀ କହିଛନ୍ତି ଯେ ଏହି ଯୋଜନା ଅନ୍ତର୍ଗତ ତେଲେଙ୍ଗାନାରେ ୫୦ ରୁ ଅଧିକ ବଡ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଚଳିତ ବର୍ଷ ପ୍ରତିରକ୍ଷା ରପ୍ତାନିରେ ଏକ ନୂତନ ରେକର୍ଡ ସୃଷ୍ଟି କରୁଥିବା ଭାରତ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ମତ ରଖିଛନ୍ତି। ସେ ସୂଚନା ଦେଇଛନ୍ତି ଯେ ୯ ବର୍ଷ ପୂର୍ବେ ଭାରତର ପ୍ରତିରକ୍ଷା ରପ୍ତାନି ପ୍ରାୟ ୧୦୦୦ କୋଟି ଟଙ୍କା ଥିଲା, ଅ।ଜି ୧୬,୦୦୦ କୋଟି ଟଙ୍କା ଅତିକ୍ରମ କରିଛି। ସେ ହାଇଦ୍ରାବାଦରେ ଅବସ୍ଥିତ ଭରତ ଡାଇନାମିକ୍ସ ଲିମିଟେଡ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ଏହା ମଧ୍ୟ ଲାଭ କରୁଛି।

ପ୍ରଧାନମନ୍ତ୍ରୀ ଉତ୍ପାଦନ କ୍ଷେତ୍ରରେ ନୂତନ ରେକର୍ଡ ଏବଂ ନୂତନ ମାଇଲଖୁଣ୍ଟ ସ୍ଥାପନ କରୁଥିବା ଭାରତୀୟ ରେଳ ଉପରେ ମଧ୍ୟ ମତ ରଖିଛନ୍ତି। ସେ “ମେକ୍‍ ଇନ୍ ଇଣ୍ଡିଆ” ବନ୍ଦେ ଭାରତ ଟ୍ରେନ୍‌କୁ ନେଇ ଥିବା ଗୁଜବକୁ ଆଲୋକପାତ କରି କହିଛନ୍ତି ଯେ ଭାରତୀୟ ରେଳ ବର୍ଷ ବର୍ଷ ଧରି ହଜାର ହଜାର ଆଧୁନିକ କୋଚ୍ ଏବଂ ଲୋକୋମୋଟିଭ୍ ଉତ୍ପାଦନ କରିଛି। ରେଲୱେ ଉତ୍ପାଦନ ୟୁନିଟ୍‌, କାଜିପେଟଙ୍କ ବିଷୟରେ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଭାରତୀୟ ରେଳବାଇର ଏକ ନବୀକରଣ ଏବଂ କାଜିପେଟ ମେକ୍ ଇନ୍ ଇଣ୍ଡିଆର ନୂତନ ଶକ୍ତିର ଏକ ଅଂଶ ହେବ। ଏହି କାରଣରୁ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି କ୍ଷେତ୍ରରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ପ୍ରତ୍ୟେକ ପରିବାର ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଉପକୃତ ହେବେ। ଏହି ସମ୍ବୋଧନକୁ ଶେଷ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ହେଉଛି “ସବକା ସାଥ, ସବକା ବିକାଶ” ବିକାଶର ଏହି ମନ୍ତ୍ର ସହିତ ତେଲେଙ୍ଗାନାକୁ ଆଗକୁ ନେବାପାଇଁ ସେ ଆହ୍ୱାନ ଦେଇଛନ୍ତି।

ଏହି ଉତ୍ସବରେ ତେଲେଙ୍ଗାନାର ରାଜ୍ୟପାଳ ଡକ୍ଟର ତାମିଲାଇସାଇ ସୁନ୍ଦରରାଜନ୍‌, କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି କିଶନ ରେଡ୍ଡୀ ଏବଂ ସାଂସଦ ସଞ୍ଜୟ ବନ୍ଦି ପ୍ରମୁଖ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ୫୫୫୦ କୋଟିରୁ ଅଧିକ ମୂଲ୍ୟର ୧୭୬ କିଲୋମିଟର ଦୈର୍ଘ୍ୟ ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ପ୍ରକଳ୍ପଗୁଡ଼ିକରେ ନାଗପୁରର ୧୦୮ କିଲୋମିଟର ଦୈର୍ଘ୍ୟ ମାଞ୍ଚେରିଆଲ୍ – ୱାରଙ୍ଗଲ୍ ସେକ୍ସନ – ବିଜୟୱାଡା କରିଡର ଅନ୍ତର୍ଭୁକ୍ତ। ଏହି ସେକ୍ସନ ମଞ୍ଚେରିଆଲ୍ ଏବଂ ୱାରଙ୍ଗଲ୍ ମଧ୍ୟରେ ଦୂରତାକୁ ପ୍ରାୟ ୩୪ କିଲୋମିଟର ହ୍ରାସ କରିବ, ଯାହାଦ୍ୱାରା ଯାତ୍ରା ସମୟ ହ୍ରାସ ହେବ ଏବଂ ଏନଏଚ-୪୪ ଏବଂ ଏନଏଚ-୬୫ ରେ ଟ୍ରାଫିକ୍ ଭିଡ ହ୍ରାସ ପାଇବ। ଏନଏଚ-୫୬୩ ର ୬୮ କିଲୋମିଟର ଦୈର୍ଘ୍ୟ କରିମନଗର – ୱାରଙ୍ଗଲ୍ ସେକ୍ସନର ନବୀକରଣ ପାଇଁ ସେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ହାଇଦ୍ରାବାଦ-ୱାରଙ୍ଗଲ ଶିଳ୍ପ କରିଡର, କାକଟିଆ ମେଗା ଟେକ୍ସଟାଇଲ ପାର୍କ ଏବଂ ୱାରଙ୍ଗଲରେ ଏସଇଜେଡ ସହିତ ସଂଯୋଗକୁ ସୁଦୃଢ କରିବାରେ ସାହାଯ୍ୟ କରିବ।

ପ୍ରଧାନମନ୍ତ୍ରୀ କାଜିପେଟ ରେଳ ଉତ୍ପାଦନ ୟୁନିଟ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ୫୦୦ କୋଟିରୁ ଅଧିକ ମୂଲ୍ୟରେ ବିକଶିତ ହେବାକୁ ଥିବା ଆଧୁନିକ ଉତ୍ପାଦନ ୟୁନିଟ୍ ରୋଲିଂ ଷ୍ଟକ୍ ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବ। ଏହା ଅତ୍ୟାଧୁନିକ ବୈଷୟିକ ମାନକ ଏବଂ ୱାଗନ୍ସର ରୋବୋଟିକ୍ ପେଣ୍ଟିଂ, ଅତ୍ୟାଧୁନିକ ଯନ୍ତ୍ରପାତି ଏବଂ ଆଧୁନିକ ସାମଗ୍ରୀ ସଂରକ୍ଷଣ ଏବଂ ପରିଚାଳନା ସହିତ ଏକ ପ୍ଲାଣ୍ଟ ସହିତ ସୁସଜ୍ଜିତ ହେବ। ଏହା ସ୍ଥାନୀୟ ରୋଜଗାର ସୃଷ୍ଟି ଏବଂ ନିକଟବର୍ତ୍ତୀ ଅଞ୍ଚଳରେ ସହାୟକ ୟୁନିଟ୍‌ଗୁଡିକର ବିକାଶରେ ସାହାଯ୍ୟ କରିବ।

Categories
ଆଜିର ଖବର ଜାତୀୟ ଖବର

ବାରଣାସୀରେ ୧୨,୧୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ବାରଣାସୀରେ ୧୨,୧୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନ – ସୋନ ନଗର ଉତ୍ସର୍ଗୀକୃତ ମାଲପରିବହନ କରିଡରର ରେଳ ଲାଇନ, ତିନୋଟି ରେଳ ଲାଇନ ଯାହାର ବିଦ୍ୟୁତିକରଣ କିମ୍ବା ଦୋହରୀକରଣ ସମ୍ପୂର୍ଣ୍ଣ ହୋଇଛି, ଏନଏଚ-୫୬ ର ବାରାଣାସୀ-ଜଉନନପୁର ସେକ୍ସନର ଚାରି ଲେନ ପ୍ରଶସ୍ତିକରଣ ଏବଂ ବାରଣାସୀରେ ଏକାଧିକ ପ୍ରକଳ୍ପକୁ ଉତ୍ସର୍ଗ କରିଛନ୍ତି । ପ୍ରଧାନମନ୍ତ୍ରୀ ଏକାଧିକ ରେଳବାଇ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି, ତତ୍‍ ସିହତ ୧୫ ଟି ପିଡବ୍ଲ୍ୟୁଡି ରାସ୍ତାର ର୍ନିମାଣ ଏବଂ ନବୀକରଣ, ୧୯୨ ଟି ଗ୍ରାମୀଣ ପାନୀୟ ଜଳ ଯୋଜନା, ମଣିକର୍ଣ୍ଣିକା ଏବଂ ହରିଶ୍ଚନ୍ଦ୍ର ଘାଟର ପୁନଃ ର୍ନିମାଣ ସହିତ ପ୍ରଧାନମନ୍ତ୍ରୀ ଛଅ ଟି ଧାର୍ମିକ ଗୁରୁତ୍ୱପୂର୍ଣ୍ଣ ଗାଧୋଇବା ଘାଟରେ ଭାସମାନ ପୋଷାକ ବଦଳାଇବା ପ୍ରକୋଷ୍ଠ, ସିଆଇପିଇଟି କ୍ୟାମ୍ପସ୍ କରସାରା ଠାରେ ଛାତ୍ରମାନଙ୍କ ପାଇଁ ହଷ୍ଟେଲ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଶ୍ରୀ ମୋଦୀ ମଧ୍ୟ ପିଏମ ଏସଭିଏନିଧି, ପିଏମଏୱାଇ ଗ୍ରାମୀଣ ଘରର ଚାବି ଏବଂ ଆୟୁଷ୍ମାନ ଭାରତ କାର୍ଡର ବଣ୍ଟନ ଆରମ୍ଭ କରିଥିଲେ । ଘଟଣାସ୍ଥଳରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମଣିକର୍ଣ୍ଣିକା ଏବଂ ହରିଶ୍ଚନ୍ଦ୍ର ଘାଟର ମଡେଲକୁ ବୁଲି ଦେଖିଥିଲେ ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପୂଜାର୍ଚ୍ଚନା ଶ୍ରାବଣ ମାସର ଆରମ୍ଭ, ଭଗବାନ ବିଶ୍ୱନାଥଙ୍କ ଆଶୀର୍ବାଦ ଏବଂ ମା ଗଙ୍ଗା ଏବଂ ବାରାଣାସୀର ଲୋକଙ୍କ ଉପସ୍ଥିତିରେ ଜୀବନ ଏକ ଆଶୀର୍ବାଦ ପାଲଟିଛି । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ହଜାର ହଜାର ଶିବ ଭକ୍ତ ବାରଣାସୀରେ “ଜଳ” ଅର୍ପଣ କରୁଛନ୍ତି ଏବଂ ଏହା ନିଶ୍ଚିତ ଯେ ସହରରେ ରେକର୍ଡ ସଂଖ୍ୟକ ତୀର୍ଥଯାତ୍ରୀ ସମାଗମ ହେବେ । ବାରାଣାସୀକୁ ଆସୁଥିବା ଲୋକମାନେ ସର୍ବଦା ଖୁସି ଅନୁଭବ ସହିତ ଫେରି ଥାଆନ୍ତି ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ନାଗରିକମାନଙ୍କ ଆତିଥ୍ୟ ଉପରେ ଆଲୋକପାତ କରିଥିଲେ । ଜି୨୦ ର ପ୍ରତିନିଧୀଙ୍କୁ ସ୍ୱାଗତ କରିବା ଏବଂ ପୂଜାସ୍ଥଳୀଗୁଡିକୁ ପରିଷ୍କାର ଏବଂ ଭବ୍ୟ ରଖିବା ପାଇଁ ସେ କାଶୀବାସୀଙ୍କୁ ପ୍ରଶଂସା କରିଥିଲେ ।

ପ୍ରାୟ ୧୨,୦୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ବିଷୟରେ ଉଲ୍ଲେଖ କରିଥିଲେ, ଯେଉଁଥିପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି, କାଶୀକୁ ଏକ ନୂତନ ଶରୀର ଯୋଗାଇବାବେଳେ ଏହା ଆମର ସଂକଳ୍ପର ବିସ୍ତାର । ଏହି ପ୍ରକଳ୍ପ ପାଇଁ ସେ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ସହ ପୂର୍ବରୁ ଆଲୋଚନା କରିଥିବା ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପୂର୍ବ କାଳରେ ଏହି ଯୋଜନାଗୁଡ଼ିକ ତୃଣମୂଳ ସ୍ତରରେ ଜଡିତ ନଥିଲା । ସେ କହିଛନ୍ତି ଯେ ବର୍ତ୍ତମାନର ସରକାର ହିତାଧିକାରୀଙ୍କ ସହ ଆଲୋଚନା ଏବଂ କଥାବାର୍ତ୍ତାର ଏକ ନୂତନ ପରମ୍ପରା ଆରମ୍ଭ କରିଛନ୍ତି, ଯାହାର ଅର୍ଥ ହେଉଛି ପ୍ରତ୍ୟକ୍ଷ ଲାଭ ଏବଂ ପ୍ରତ୍ୟକ୍ଷ ମତାମତ । ଏହାଦ୍ୱାରା ବିଭାଗ ଏବଂ ଅଧିକାରୀଙ୍କ ଦ୍ୱାରା ଭଲ ପ୍ରଦର୍ଶନ ହୋଇଛି ବୋଲି ସେ କହିଛନ୍ତି । ସ୍ୱାଧୀନତାର ଅନେକ ବର୍ଷ ପରେ ଗଣତନ୍ତ୍ରର ପ୍ରକୃତ ଲାଭ ସଠିକ୍‍ ଲୋକଙ୍କ ନିକଟରେ ପହଞ୍ଚିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ପ୍ରତ୍ୟେକ ଯୋଜନାର ଲାଭ ଶେଷ ବ୍ୟକ୍ତିଙ୍କ ନିକଟରେ ପହଞ୍ଚାଇବାକୁ ସରକାର ଚେଷ୍ଟା କରୁଥିବାବେଳେ ହିତାଧିକାରୀ ବର୍ଗ ସାମାଜିକ ନ୍ୟାୟ ଏବଂ ଧର୍ମନିରପେକ୍ଷତାର ଏକ ଉଦାହରଣ ପାଲଟିଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଉପାୟ ଦ୍ୱାରା କମିଶନ ଚାହୁଁଥିବା, ଦଲାଲ ଏବଂ ଦୁର୍ନୀତିଗ୍ରସ୍ତମାନଙ୍କୁ ଶେଷ କରିବାର ସହାୟତା ମିଳିଛି ଯାହା ଦ୍ୱାରା ଦୁର୍ନୀତି ଏବଂ ଭେଦଭାବ ଦୂର ହୋଇ ପାରିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ ସରକାର କେବଳ ଗୋଟିଏ ପରିବାର ଏବଂ ଗୋଟିଏ ପୀଢି ପାଇଁ କାମ କରିନାହାଁନ୍ତି ବରଂ ଭବିଷ୍ୟତ ପୀଢିର ଜୀବନରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରିଛନ୍ତି । ସେ ପିଏମଏୱାଇ ର ଉଦାହରଣ ଦେଇଛନ୍ତି ଯେଉଁଠାରେ ୪ କୋଟିରୁ ଅଧିକ ପରିବାରଙ୍କୁ ପକ୍କା ଘର ଦିଆଯାଇଛି ଏବଂ ଆଜି ଉତ୍ତରପ୍ରଦେଶର ହିତାଧିକାରୀଙ୍କୁ ୪ ଲକ୍ଷ ପକ୍କା ଘର ଯୋଗାଇ ଦିଆଯାଇଥିବା ଉଲ୍ଲେଖ କରିଛନ୍ତି । ଏହି ଘରଗୁଡିକ ସୁରକ୍ଷା ଭାବନା ଜାଗ୍ରତ କରେ ଏବଂ ମାଲିକମାନଙ୍କ ଆତ୍ମବିଶ୍ୱାସ ବଢାଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅଧିକାଂଶ ଘର ମାଲିକ ହେଉଛନ୍ତି ମହିଳା ଯେଉଁମାନଙ୍କ ନାମରେ ପ୍ରଥମ ଥର ପାଇଁ ସମ୍ପତ୍ତି ପଞ୍ଜୀକୃତ ହୋଇଥିଲା । ସେ କହିଛନ୍ତି ଯେ ଏହି ପକ୍କା ଘରଗୁଡିକ ଏହିପରି ମହିଳାମାନଙ୍କୁ ଆର୍ଥିକ ନିରାପତ୍ତାର ଏକ ମାଧ୍ୟମ ଯୋଗାଇଥାଏ ।

ସରକାରୀ ଯୋଜନାର ପ୍ରଭାବକୁ ଜାରି ରଖି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଆୟୁଷ୍ମାନ ଭାରତ ଯୋଜନା କେବଳ ୫ ଲକ୍ଷ ମୂଲ୍ୟର ମାଗଣା ଚିକିତ୍ସାରେ ସୀମିତ ନୁହେଁ, ଏହା ଏକାଧିକ ପୀଢିକୁ ପ୍ରଭାବିତ କରିଥାଏ କାରଣ ଚିକିତ୍ସା ଖର୍ଚ୍ଚ ପୀଢିକୁ ଋଣ ଭିତରକୁ ଠେଲି ଦେଇପାରେ । ଆୟୁଷ୍ମାନ ଯୋଜନା ଗରିବ ଲୋକଙ୍କୁ ଏହି ସମସ୍ୟାରୁ ରକ୍ଷା କରୁଛି । ସେଥିପାଇଁ ମୁଁ ମିଶନ ମୋଡରେ ପ୍ରତ୍ୟେକ ଗରିବଙ୍କ ପାଇଁ କାର୍ଡର ଉପଲବ୍ଧତା ନିଶ୍ଚିତ କରିବାକୁ ବହୁତ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି । ଆଜିର କାର୍ଯ୍ୟକ୍ରମ ଆୟୁଷ୍ମାନ ଭାରତ କାର୍ଡର ଏକ କୋଟି ଷାଠିଏ ଲକ୍ଷ ଲୋକଙ୍କୁ ବଣ୍ଟନ ଆରମ୍ଭ ହେବାର ସାକ୍ଷୀ ହୋଇଛି ।

ଏକ ଦେଶର ସମ୍ବଳ ଉପରେ ସବୁଠାରୁ ବଡ ଦାବିଦାର ହେଉଛନ୍ତି ଗରିବ ଏବଂ ବଞ୍ଚିତ ବୋଲି ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୫୦ କୋଟି ଜନ ଧନ ଆକାଉଣ୍ଟ ପରି ଆର୍ଥିକ ଅନ୍ତର୍ଭୂକ୍ତିର ପଦକ୍ଷେପ ଏବଂ ମୁଦ୍ରା ଯୋଜନା ଅଧୀନରେ ବନ୍ଧକ ବିନା ଋଣ ପ୍ରଦାନ । ଏହା ଗରିବ, ଦଳିତ, ବଞ୍ଚିତ, ପଛୁଆ, ଆଦିବାସୀ, ସଂଖ୍ୟାଲଘୁ ଏବଂ ମହିଳା ଉଦ୍ୟୋଗୀଙ୍କୁ ଉପକୃତ କରିଛି ।

ପ୍ରଧାନମନ୍ତ୍ରୀ ପିଏମ୍‍ ଏସଭିଏନିଧି ଉପରେ କହିଛନ୍ତି ଯେ ଯଦିଓ ଅଧିକାଂଶ ରାସ୍ତାକଡ ବିକ୍ରେତା ପଛୁଆ ସମ୍ପ୍ରଦାୟର ଅଟନ୍ତି, ଅତୀତର ସରକାରମାନେ ସେମାନଙ୍କ ସମସ୍ୟାର ସମାଧାନ କରିନାହାଁନ୍ତି ଏବଂ କେବଳ ସେମାନଙ୍କୁ ହଇରାଣ କରିଛନ୍ତି । ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ୩୫ ଲକ୍ଷରୁ ଅଧିକ ଲୋକ ପିଏମ ଏସଭିଏନିଧି ରୁ ଉପକୃତ ହୋଇଛନ୍ତି ଏବଂ ଆଜି ବାରାଣାସୀରେ ୧.୨୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଋଣ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ଗରିବଙ୍କ ଆତ୍ମ ସମ୍ମାନ ହେଉଛି ମୋଦିଙ୍କ ଗ୍ୟାରେଣ୍ଟି ।

ପାଣ୍ଠିର ଚିରାଚରିତ ଅଭାବକୁ ନେଇ ପୂର୍ବ ଶାସନଗୁଡିକର ମୌଳିକ ଅସାଧୁତା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଆଜି ସେ କହିଛନ୍ତି, ଗରିବ କଲ୍ୟାଣ ହେଉ କିମ୍ବା ଭିତ୍ତିଭୂମି ହେଉ, ବଜେଟର ଅଭାବ ନାହିଁ । ସମାନ ଟିକସଦାତା, ସମାନ ବ୍ୟବସ୍ଥା, କେବଳ ସରକାର ବଦଳିଛନ୍ତି । ଉଦ୍ଦେଶ୍ୟ ବଦଳିବା ସହିତ ଫଳାଫଳ ମଧ୍ୟ ଅନୁସରଣ ହେଲା ବୋଲି ସେ କହିଛନ୍ତି । ସ୍କାମର ଖବର ଏବଂ ଅତୀତର କଳା ବଜାରୀକୁ ଉତ୍ସର୍ଗୀକୃତ ଖବର ବଦଳରେ ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉତ୍ସର୍ଗ ଖବର ସ୍ଥାନ ପାଇଛି । ଏହି ପରିବର୍ତ୍ତନର ଉଦାହରଣ ସ୍ୱରୂପ ସେ ପୂର୍ବ ଉତ୍ସର୍ଗୀକୃତ ମାଲ ପରିବହନ କରିଡରର ସାମଗ୍ରୀ ପରିବହନ ପାଇଁ ଏକ ସ୍ୱତନ୍ତ୍ର ଟ୍ରାକ୍‌ର ଉଦାହରଣ ଦେଇଛନ୍ତି । ସେ ସୂଚନା ଦେଇଛନ୍ତି ଯେ ଏହି ପ୍ରକଳ୍ପ ୨୦୦୬ ରେ ପରିକଳ୍ପିତ ହୋଇଥିବାବେଳେ ୨୦୧୪ ପର୍ଯ୍ୟନ୍ତ ଗୋଟିଏ କିଲୋମିଟରର ଟ୍ରାକ ମଧ୍ୟ ଦେଖି ନାହିଁ । ଗତ ୯ ବର୍ଷ ମଧ୍ୟରେ ଏହି ପ୍ରକଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ସମାପ୍ତ ହୋଇଛି ଏବଂ ସେହି ଅଞ୍ଚଳରେ ମାଲ ଗାଡି ଚଳାଚଳ କରୁଛି । ଆଜି ଦୀନ ଦୟାଲ ଉପାଧ୍ୟାୟ ଜଙ୍କସନର ନୂତନ ସୋନ ନଗର ସେକ୍ସନକୁ ଉଦଘାଟନ କରାଯାଇଛି । ଏହା କେବଳ ମାଲଗାଡିର ଗତି ବଢାଇବ ନାହିଁ ବରଂ ପୂର୍ବାଞ୍ଚଳ ଏବଂ ପୂର୍ବ ଭାରତରେ ଅନେକ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଛନ୍ତି ।

ଦ୍ରୁତ ଗତିରେ ଚାଲୁଥିବା ଟ୍ରେନ୍ ପାଇଁ ଦେଶର ଇଚ୍ଛା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ରାଜଧାନୀ ଏକ୍ସପ୍ରେସ ପ୍ରାୟ ୫୦ ବର୍ଷ ପୂର୍ବେ ଦେଶରେ ପ୍ରଥମ ଥର ପାଇଁ ଦୌଡୁଥିଲେ ମଧ୍ୟ ଆଜି ଏହା କେବଳ ୧୬ଟି ରୁଟରେ ଚାଲୁଛି । ସେ ଶତାବ୍ଦୀ ଏକ୍ସପ୍ରେସର ଉଦାହରଣ ମଧ୍ୟ ଦେଇଛନ୍ତି ଯାହା ୩୦-୩୫ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା କିନ୍ତୁ ବର୍ତ୍ତମାନ କେବଳ ୧୯ ରୁଟରେ ଚାଲୁଛି । ପ୍ରଧାନମନ୍ତ୍ରୀ ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ଆଲୋକପାତ କରି ସୂଚନା ଦେଇଛନ୍ତି ଯେ ଏହି ଟ୍ରେନ୍ ୪ ବର୍ଷ ମଧ୍ୟରେ ୨୫ ରୁଟରେ ଚାଲୁଛି । ଦେଶର ପ୍ରଥମ ବନ୍ଦେ ଭାରତ ବନାରସ ନାଁରେ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ସୂଚନା ଦେଇଛନ୍ତି ଯେ ଗୋରଖପୁର – ଲକ୍ଷ୍ନୌ ଏବଂ ଯୋଧପୁର – ଅହମ୍ମଦାବାଦ ରୁଟରେ ଦୁଇଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ଗୋରଖପୁରରୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି । ଶ୍ରୀ ମୋଦୀ କହିଛନ୍ତି ଯେ ଦେଶର ଏହି ମଧ୍ୟବିତ୍ତଙ୍କ ମଧ୍ୟରେ ଏହି ବନ୍ଦେ ଭାରତ ସୁପରହିଟ୍ ହୋଇପାରିଛି ଏବଂ ଏହାର ଚାହିଦା ବୃଦ୍ଧି ପାଉଛି । ସେ କହିଛନ୍ତି ଯେ ସେହି ଦିନଟି ଦୂର ନୁହେଁ ଯେତେବେଳେ ବନ୍ଦେ ଭାରତ ଦେଶର ପ୍ରତ୍ୟେକ କୋଣକୁ ସଂଯୋଗ କରିବ ।

ଗତ ୯ ବର୍ଷ ମଧ୍ୟରେ କାଶୀର ଯୋଗାଯୋଗରେ ଉନ୍ନତି ଆଣିବା ପାଇଁ କରାଯାଇଥିବା ଅଭୂତପୂର୍ବ କାର୍ଯ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏହା ସୂଚାଇ ଦେଇଛନ୍ତି ଯେ ଏହା ଅନେକ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ସେ ଦର୍ଶାଇଛନ୍ତି ଯେ ୭ କୋଟି ପର୍ଯ୍ୟଟକ ଏବଂ ଭକ୍ତ କାଶୀକୁ ଆସିଥିଲେ ଯାହା ଏକ ବର୍ଷ ମଧ୍ୟରେ ୧୨ ଗୁଣ ବୃଦ୍ଧି ପାଇଥିଲା, ଯାହା ଦ୍ୱାରା ରିକ୍ସା ଚାଳକ, ଦୋକାନୀ, ଢାବା ଏବଂ ହୋଟେଲ ଏବଂ ବନାରସୀ ଶାଢୀ ଶିଳ୍ପରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଆୟର ଉତ୍ତମ ସୁଯୋଗ ସୃଷ୍ଟି ହୋଇଥିଲା । ଏଥିସହ ସେ ଦର୍ଶାଇଛନ୍ତି ଯେ ନାବିକମାନେ ବହୁ ଉପକୃତ ହୋଇଛନ୍ତି ଏବଂ ସନ୍ଧ୍ୟାରେ ଗଙ୍ଗା ଆରତୀ ସମୟରେ ଡଙ୍ଗା ସଂଖ୍ୟା ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ସେ କହିଥିଲେ, ଆପଣମାନେ ଏହିପରି ବନାରସର ଯତ୍ନ ନିଅନ୍ତୁ ।

ଅଭିଭାଷଣ ସମାପ୍ତ କରି ପ୍ରଧାନମନ୍ତ୍ରୀ ଆଜିର ପ୍ରକଳ୍ପ ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ବାବାଙ୍କ ଆଶୀର୍ବାଦ ସହିତ ବାରାଣାସୀର ବିକାଶ ଯାତ୍ରା ଜାରି ରହିବ ବୋଲି ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ।

ଉତ୍ତରପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀବେନ ପଟେଲ, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତରପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ଭାରୀ ଶିଳ୍ପ ମନ୍ତ୍ରୀ ଶ୍ରୀ ବ୍ରଜେଶ ପାଠକ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ମହେନ୍ଦ୍ର ନାଥ ପାଣ୍ଡେ, ପ୍ରଫେସର ଏସ୍ ପି ସିଂ ବାଘେଲ ଏବଂ ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନ – ଉତ୍ସର୍ଗୀକୃତ ମାଲ ପରିବହନ କରିଡରର ସୋନ ନଗର ରେଳ ଲାଇନକୁ ଉତ୍ସର୍ଗ କରିଛନ୍ତି ।  ୬୭୬୦ କୋଟିରୁ ଅଧିକ ମୂଲ୍ୟରେ ର୍ନିମିତ ଏହି ନୂତନ ଲାଇନ ଦ୍ରବ୍ୟର ଦ୍ରୁତ ଏବଂ ଅଧିକ ପ୍ରଭାବଶାଳୀ ଗତିକୁ ସହଜ କରିବ । ସେ ଦେଶକୁ ତିନୋଟି ରେଳ ଲାଇନ ଉତ୍ସର୍ଗ କରିଛନ୍ତି ଯାହାର ୯୯୦ କୋଟିରୁ ଅଧିକ ମୂଲ୍ୟରେ ବିଦ୍ୟୁତିକରଣ କିମ୍ବା ଦୋହରୀକରଣ ହୋଇଛି । ଏଥିମଧ୍ୟରେ ଗାଜୀପୁର ସହର – ଅଉଁରିହର ରେଳ ଲାଇନ, ଅଉଁରିହର- ଜଉନପୁର ରେଳ ଲାଇନ ଏବଂ ଭଟ୍ଟାନି- ଅଉଁରିହର ରେଳ ଲାଇନ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପଗୁଡ଼ିକ ଉତ୍ତରପ୍ରଦେଶରେ ରେଳ ଲାଇନର ଶତପ୍ରତିଶତ ବିଦ୍ୟୁତିକରଣ ହାସଲ କରିବାରେ ସହାୟକ ହୋଇଛି ।

ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ଏନଏଚ-୫୬ ର ବାରାଣାସୀ – ଜଉନପୁର ସେକ୍ସନର ଚାରି ଲେନ ବିଶିଷ୍ଟ ପ୍ରଶସ୍ତିକରଣକୁ ଉତ୍ସର୍ଗ କିରଛନ୍ତି ଯାହା ୨୭୫୦ କୋଟିରୁ ଅଧିକ ମୂଲ୍ୟରେ ସମ୍ପୂର୍ଣ୍ଣ ହୋଇଛି ଏବଂ ଏହା ବାରାଣାସୀରୁ ଲକ୍ଷ୍ନୌ ପର୍ଯ୍ୟନ୍ତ ଦ୍ରୁତ ଏବଂ ଯାତ୍ରାକୁ ସହଜ କରିବ ।

ବାରାଣାସୀର ଏକାଧିକ ପ୍ରକଳ୍ପ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ଏକାଧିକ ପ୍ରକଳ୍ପ ମଧ୍ୟରେ ୧୮ ଟି ପିଡବ୍ଲୁଡି ରାସ୍ତାର ର୍ନିମାଣ ଏବଂ ନବୀକରଣ; ବିଏଚୟୁ କ୍ୟାମ୍ପସରେ ର୍ନିମିତ ଆନ୍ତର୍ଜାତୀୟ ବାଳିକା ହଷ୍ଟେଲ କୋଠା; ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋକେମିକାଲ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିଆଇପିଇଟି) – କାରସାରା ଗାଁରେ ଧନ୍ଦାମୂଳକ ତାଲିମ କେନ୍ଦ୍ର; ପୋଲିସ୍ ଷ୍ଟେସନ ସିନ୍ଧାଉରାରେ ଆବାସିକ ସୌଧ ଓ ସରଞ୍ଜାମ, ପିଏସି ଭୁଲାନପୁର, ଫାୟାର ଷ୍ଟେସନ୍ ପିନ୍ଦ୍ରା ଏବଂ ତାରସାଦାରେ ସରକାରୀ ଆବାସିକ ବିଦ୍ୟାଳୟ; ଅର୍ଥନୈତିକ ଅପରାଧ ଗବେଷଣା ସଂଗଠନ ସୌଧ ର୍ନିମାଣ; ମୋହନ କାଟ୍ରା ଠାରୁ କୋନିଆ ଘାଟ ପର୍ଯ୍ୟନ୍ତ ସ୍ୱେରେଜ୍ ଲାଇନ ଏବଂ ରାମନା ଗାଁରେ ଏକ ଆଧୁନିକ ମଳ ପରିଚାଳନା ବ୍ୟବସ୍ଥା; ୩୦ ଡବଲ୍ ସାଇଡ୍ ବ୍ୟାକ୍ଲିଟ୍ ଏଲଇଡି ୟୁନିପୋଲ୍‌; ଏଡିଡିବି ଦୁଗ୍ଧ କାରଖାନା ରାମନଗରରେ ଏକ ଗୋବର ଭିତ୍ତିକ ବାୟୋ-ଗ୍ୟାସ୍ ପ୍ଲାଣ୍ଟ; ଏବଂ ଦଶାଶ୍ୱମେଧ ଘାଟରେ ଏକ ନିଆରା ଭାସମାନ ପୋଷାକ ପରିବର୍ତ୍ତନ ପ୍ରକୋଷ୍ଠ ଜେଟି ଯାହା ଗଙ୍ଗା ନଦୀରେ ଭକ୍ତଙ୍କ ସ୍ନାନକୁ ସହଜ କରିବ ।

ଯେଉଁ ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସ୍ଥାପିତ ହୋଇଛି, ତାହା ହେଉଛି ଚଉଖଣ୍ଡି, କାଦିପୁର ଏବଂ ହରଦତ୍ତପୁର ରେଳ ଷ୍ଟେସନ ନିକଟରେ ୩ ଟି ଦୁଇ ଲେନ ବିଶିଷ୍ଟ ରେଳ ଓଭର ବ୍ରିଜ୍ (ଆରଓବି) ର୍ନିମାଣ; ବ୍ୟାସନଗର ର୍ନିମାଣ – ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନ୍‍ ରେଳ ଫ୍ଲାଏ ଓଭର; ଏବଂ ୧୫ ପିଡବ୍ଲୁଡି ରାସ୍ତା ର୍ନିମାଣ ଏବଂ ନବୀକରଣ । ପ୍ରାୟ ୭୮୦ କୋଟି ଟଙ୍କା ମୂଲ୍ୟର ଏହି ପ୍ରକଳ୍ପଗୁଡ଼ିକ ବିକଶିତ ହେବ ।

ପ୍ରଧାନମନ୍ତ୍ରୀ ଜଳ ଜୀବନ ମିଶନ ଅଧୀନରେ ୫୫୦ କୋଟିରୁ ଅଧିକ ମୂଲ୍ୟରେ ର୍ନିମିତ ହେବାକୁ ଥିବା ୧୯୨ ଟି ଗ୍ରାମୀଣ ପାନୀୟ ଜଳ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହା ୧୯୨ ଟି ଗାଁର ୭ ଲକ୍ଷ ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବ ।

ମଣିକର୍ଣ୍ଣିକା ଏବଂ ହରିଶ୍ଚନ୍ଦ୍ର ଘାଟର ପୁନଃ ର୍ନିମାଣ ଏବଂ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପୁନଃ ର୍ନିମାଣ ଘାଟଗୁଡିକରେ ଜନସାଧାରଣଙ୍କ ସୁବିଧା, ଅପେକ୍ଷା ସ୍ଥାନ, କାଠ ମହଜୁଦ, ବର୍ଜ୍ୟବସ୍ତୁ ନିଷ୍କାସନ ଏବଂ ପରିବେଶ ଅନୁକୂଳ ଶବଦାହ ପାଇଁ ବ୍ୟବସ୍ଥା ରହିବ ।

ଅନ୍ୟାନ୍ୟ ପ୍ରକଳ୍ପ ଯାହାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି, ବାରାଣାସୀର ଗଙ୍ଗା ନଦୀ କୂଳରେ ଛଅଟି ଧାର୍ମିକ ଗୁରୁତ୍ୱପୂର୍ଣ୍ଣ ଗାଧୋଇବା ଘାଟରେ ଭାସମାନ ପୋଷାକ ପରିବର୍ତ୍ତନ ପ୍ରକୋଷ୍ଠର ଜେଟି ଏବଂ ଦଶାଶ୍ୱମେଧ ଘାଟର ଭାସମାନ ପୋଷାକ ପରିବର୍ତ୍ତନ ପ୍ରକୋଷ୍ଠ ଜେଟୀ ଏବଂ ସିଆଇପିଇଟି କ୍ୟାମ୍ପସ କରସାରା ଠାରେ ଛାତ୍ରଙ୍କ ପାଇଁ ହଷ୍ଟେଲ ର୍ନିମାଣ ଅନ୍ତର୍ଭୁକ୍ତ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ହିତାଧିକାରୀଙ୍କୁ ପିଏମ୍‍ ଏସଭିଏନିଧି ଋଣ, ପିଏମଏୱାଇ ଗ୍ରାମୀଣ ଗୃହର ଚାବି ଏବଂ ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନ କରିଥିଲେ । ଏହା ୫ ଲକ୍ଷ ପିଏମଏୱାଇ ହିତାଧିକାରୀଙ୍କ ଗୃହ ପ୍ରବେଶ, ଯୋଗ୍ୟ ହିତାଧିକାରୀଙ୍କୁ ୧.୨୫ ଲକ୍ଷ ପିଏମ ଏସଭିଏନିଧି ଋଣ ବଣ୍ଟନ ଏବଂ ୨.୮୮ କୋଟି ଆୟୁଷ୍ମାନ କାର୍ଡ ବଣ୍ଟନ ଆରମ୍ଭ କରିଛନ୍ତି ।

Categories
ବିଶେଷ ଖବର

ରାୟପୁରରେ ପ୍ରାୟ ୭୫୦୦ କୋଟି ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଛତିଶଗଡର ରାୟପୁରରେ ପ୍ରାୟ ୭୫୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ସେ ପ୍ରାୟ ୬୪୦୦ କୋଟି ଟଙ୍କା ମୂଲ୍ୟର ୫ ଟି ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ଓ ଉତ୍ସର୍ଗ କରିଛନ୍ତି। ପ୍ରଧାନମନ୍ତ୍ରୀ ୧୦୩ କିଲୋମିଟର ଦୈର୍ଘ୍ୟ ରାୟପୁର – ଖରିଆର ରୋଡ ରେଳ ଲାଇନର ଦୋହରୀକରଣକୁ ଉତ୍ସର୍ଗ କରିଛନ୍ତି ଯାହାକି ୭୫୦ କୋଟି ଟଙ୍କା ବ୍ୟୟରେ ଶେଷ ହୋଇଛି, କେଓଟି – ଅନ୍ତଗଡ଼କୁ ସଂଯୋଗ କରୁଥିବା ୧୭ କିଲୋମିଟର ଦୈର୍ଘ୍ୟ ନୂତନ ରେଳ ଲାଇନ ୨୯୦ କୋଟି ଟଙ୍କା ମୂଲ୍ୟରେ ବିକଶିତ ହୋଇଛି। ଅଧିକନ୍ତୁ, ପ୍ରଧାନମନ୍ତ୍ରୀ କେରୋବା ଠାରେ ୧୩୦ କୋଟିରୁ ଅଧିକ ଟଙ୍କା ମୂଲ୍ୟରେ ର୍ନିମିତ ବାର୍ଷିକ ୬୦ ହଜାର ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଭାରତୀୟ ତୈଳ ନିଗମର ଏକ ବଟଲିଂ ପ୍ଲାଣ୍ଟକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ସେ ଭିଡିଓ ଲିଙ୍କ ମାଧ୍ୟମରେ ଅନ୍ତଗଡ – ରାୟପୁର ଟ୍ରେନକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥି ସହିତ ପ୍ରଧାନମନ୍ତ୍ରୀ ମଧ୍ୟ ଆୟୁଷ୍ମାନ ଭାରତ ଅଧୀନରେ ହିତାଧିକାରୀଙ୍କୁ ୭୫ ଲକ୍ଷ କାର୍ଡ ବଣ୍ଟନ ଆରମ୍ଭ କରିଥିଲେ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଛତିଶଗଡର ବିକାଶ ଯାତ୍ରା ପାଇଁ ଆଜିର ଉତ୍ସବ ଅତ୍ୟନ୍ତ ମହତ୍ୱପୂର୍ଣ କାରଣ ଭିତ୍ତିଭୂମି ଏବଂ ଯୋଗାଯୋଗ ଭଳି କ୍ଷେତ୍ରରେ ୭୦୦୦ କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପ ରାଜ୍ୟ ପାଇଛି। ସେ କହିଛନ୍ତି ଯେ ଆଜିର ପ୍ରକଳ୍ପଗୁଡ଼ିକ ଲୋକଙ୍କ ଜୀବନକୁ ସହଜ କରିବ ଏବଂ ରାଜ୍ୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ମଜବୁତ କରିବ। ଏହି ପ୍ରକଳ୍ପଗୁଡିକ ଛତିଶଗଡର ଧାନ ଚାଷୀ, ଖଣିଜ ଶିଳ୍ପ ଏବଂ ପର୍ଯ୍ୟଟନ ଶିଳ୍ପ ପାଇଁ ଲାଭଦାୟକ ହେବା ସହିତ ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ପ୍ରକଳ୍ପ ଛତିଶଗଡର ଆଦିବାସୀ ଅଞ୍ଚଳରେ ବିକାଶ ତଥା ସୁବିଧା ସୁଯୋଗର ଏକ ନୂତନ ଯାତ୍ରା ହେବ। ଏହି ପ୍ରକଳ୍ପ ପାଇଁ ରାଜ୍ୟବାସୀଙ୍କୁ ଅଭିନନଦନ ଜଣାଇବାବେଳେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ କୌଣସି ଅଞ୍ଚଳର ବିକାଶରେ ବିଳମ୍ବ ହେଉଛି ଭିତ୍ତିଭୂମି ଅଭାବ ସହିତ ସିଧାସଳଖ ଜଡିତ, ତେଣୁ ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଜାରି ରଖି କହିଛନ୍ତି, ସରକାର ସେହି ର୍ନିଦ୍ଦିଷ୍ଟ ଅଞ୍ଚଳରେ ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ଦେଉଛନ୍ତି ଯାହା ବିକାଶ ଦୃଷ୍ଟିରୁ ପଛରେ ପଡିଛି। ଭିତ୍ତିଭୂମି ଅର୍ଥ ଜୀବନର ସହଜତା ଏବଂ ବ୍ୟବସାୟ କରିବାର ସହଜତା। ଭିତ୍ତିଭୂମି ଅର୍ଥ ରୋଜଗାରର ସୁଯୋଗ ଏବଂ ଦ୍ରୁତ ଗତିରେ ବିକାଶ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେ କହିଛନ୍ତି ଯେ ଛତିଶଗଡରେ ଆଧୁନିକ ଭିତ୍ତିଭୂମି ବିକାଶର ମଧ୍ୟ ସାକ୍ଷୀ ରହିପାରିଛି ଯେଉଁଠାରେ ଗତ ୯ ବର୍ଷ ମଧ୍ୟରେ ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ସଡକ ଯୋଜନା ଅଧୀନରେ ରାଜ୍ୟର ହଜାର ହଜାର ଆଦିବାସୀ ଗ୍ରାମକୁ ସଡ଼କ ସଂଯୋଗ ବୃଦ୍ଧି ପାଇଛି। ସେ କହିଛନ୍ତି ଯେ ସରକାର ପ୍ରାୟ ୩୫୦୦ କିଲୋମିଟର ଲମ୍ବା ଜାତୀୟ ରାଜପଥର ପ୍ରକଳ୍ପଗୁଡିକୁ ଅନୁମୋଦନ କରିଛନ୍ତି ଯେଉଁଠାରେ ପ୍ରାୟ ୩୦୦୦ କିଲୋମିଟର କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଆଜି ରାୟପୁର-କୋଡେବୋଡ ଏବଂ ବିଳାସପୁର-ପଥରପାଲି ରାଜପଥ ଉଦଘାଟନ କରାଯାଇଛି। ସେ କହିଛନ୍ତି, ରେଳ, ସଡକ କିମ୍ବା ଟେଲିକମ୍ ହେଉ, ସରକାର ସମସ୍ତ ୯ ବର୍ଷ ମଧ୍ୟରେ ଛତିଶଗଡରେ ଅଭୂତପୂର୍ବ କାର୍ଯ୍ୟ କରିଛନ୍ତି।

ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି ଯେ ଆଧୁନିକ ଭିତ୍ତିଭୂମି ମଧ୍ୟ ସାମାଜିକ ନ୍ୟାୟ ସହିତ ଜଡିତ ଏବଂ ଗରିବ, ଦଳିତ, ପଛୁଆ ଏବଂ ଆଦିବାସୀ ବସ୍ତିବାସିନ୍ଦାଙ୍କୁ ସଂଯୋଗ କରୁଥିବା ସଡ଼କ ଏବଂ ରେଳ ଲାଇନ ସମେତ ଆଜିର ପ୍ରକଳ୍ପ ରୋଗୀ ଏବଂ ମହିଳାମାନଙ୍କ ପାଇଁ ଡାକ୍ତରଖାନା ସହିତ ଯୋଗାଯୋଗରେ ଉନ୍ନତି ଆଣିବ। ସେ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ ନଅ ବର୍ଷ ପୂର୍ବେ ଛତିଶଗଡର ୨୦ ପ୍ରତିଶତରୁ ଅଧିକ ଗାଁରେ କୌଣସି ପ୍ରକାର ମୋବାଇଲ ସଂଯୋଗ ନଥିଲାବେଳେ ଆଜି ଏହି ସଂଖ୍ୟା ପ୍ରାୟ ୬ ପ୍ରତିଶତକୁ ଖସି ଆସିଛି ଏବଂ ଏହି ଅଞ୍ଚଳର କୃଷକ ଏବଂ ଶ୍ରମିକମାନେ ସର୍ବାଧିକ ହିତାଧିକାରୀ ଅଟନ୍ତି।

ସେ ଆହୁରି ମଧ୍ୟ ସୂଚାଇ ଦେଇଛନ୍ତି ଯେ ଏହି ଆଦିବାସୀ ଗ୍ରାମଗୁଡ଼ିକ ମଧ୍ୟରୁ ଅଧିକାଂଶ ଯେଉଁଠାରେ ସଂଯୋଗରେ ଉନ୍ନତି ଘଟିଛି, ସେମାନେ ଏକଦା ମାଓବାଦୀ ହିଂସା ଦ୍ୱାରା ପ୍ରଭାବିତ ହୋଇଥିଲେ। ୪ଜି ସଂଯୋଗକୁ ସୁନିଶ୍ଚିତ କରିବା ପାଇଁ ସରକାର ୭୦୦ ରୁ ଅଧିକ ମୋବାଇଲ୍ ଟାୱାର ସ୍ଥାପନ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରାୟ ୩୦୦ ଟାୱାର କାର୍ଯ୍ୟ ଆରମ୍ଭ କରିସାରିଛି। ଏକଦା ନିରବ ହୋଇଯାଇଥିବା ଆଦିବାସୀ ଗ୍ରାମଗୁଡ଼ିକ ବର୍ତ୍ତମାନ ରିଙ୍ଗଟୋନର ଗୁଜବ ଶୁଣିପାରିବେ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ମୋବାଇଲ୍ ସଂଯୋଗର ଆଗମନ ଗାଁର ଲୋକଙ୍କୁ ଅନେକ କାର୍ଯ୍ୟରେ ସାହାଯ୍ୟ କରିଛି। ଏହା ହେଉଛି ସାମାଜିକ ନ୍ୟାୟ। ଏବଂ ଏହା ହେଉଛି ସବକା ସାଥ୍‌, ସବକା ବିକାଶ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଆଜି ଛତିଶଗଡ ଦୁଇଟି ଅର୍ଥନୈତିକ କରିଡର ସହିତ ସଂଯୋଗ କରୁଛି ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ କହିଛନ୍ତି ଯେ ରାୟପୁର – ଧାନବାଦ୍ ଅର୍ଥନୈତିକ କରିଡର ଏବଂ ରାୟପୁର – ବିଶାଖାପାଟନମ୍ ଅର୍ଥନୈତିକ କରିଡର ସମଗ୍ର ଅଞ୍ଚଳର ଭାଗ୍ୟ ବଦଳାଇବାକୁ ଯାଉଛି। ସେ ଦର୍ଶାଇଛନ୍ତି ଯେ ଅର୍ଥନୈତିକ  କରିଡରଗୁଡିକ ଆଙ୍କାକ୍ଷୀ ଜିଲ୍ଲା ଦେଇ ଗତି କରୁଛି ଯାହାକୁ ଏକଦା ପଛୁଆ କୁହାଯାଉଥିଲା ଏବଂ ଯେଉଁଠାରେ ହିଂସା ଏବଂ ଅରାଜକତା ଏକଦା ବିସ୍ତାର କରିଥିଲା।

ସେ କହିଛନ୍ତି ଯେ ରାୟପୁର-ବିଶାଖାପାଟନମ୍ ଅର୍ଥନୈତିକ କରିଡର ଯାହାର ଆଜି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ତାହା ଏହି ଅଞ୍ଚଳର ଏକ ନୂତନ ଲାଇଫ୍ ଲାଇନ୍ ହେବ କାରଣ ରାୟପୁର ଏବଂ ବିଶାଖାପାଟନମ୍ ମଧ୍ୟରେ ଯାତ୍ରା ସମୟ ଅଧାକୁ ହ୍ରାସ ପାଇବ। ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ୬-ଲାଇନ୍‍ ବିଶିଷ୍ଟ ରାସ୍ତା ଧାମତାରୀର ଧାନ ଚାଷ ଅଞ୍ଚଳ, କାଙ୍କେରର ବକ୍ସାଇଟ୍ ଅଞ୍ଚଳ ଏବଂ କୋଣ୍ଡାଗାଓଁର ହସ୍ତତନ୍ତର ସମୃଦ୍ଧତାକୁ ଦେଶର ଅନ୍ୟାନ୍ୟ ସ୍ଥାନ ସହିତ ସଂଯୋଗ କରିବ। ବନ୍ୟଜନ୍ତୁଙ୍କ ସୁବିଧା ପାଇଁ ଟନେଲ ଏବଂ ପଶୁ ମାନଙ୍କ ଯା ଆସ ପାଇଁ ରାସ୍ତା ର୍ନିମାଣକୁ ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରଶଂସା କରିଛନ୍ତି କାରଣ ଏହି ରାସ୍ତା ବନ୍ୟଜନ୍ତୁ ଅଞ୍ଚଳ ଦେଇ ଯିବ। ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ଡାଲୀ ରାଜହାରରୁ ଜଗଦଲପୁର ପର୍ଯ୍ୟନ୍ତ ରେଳ ଲାଇନ ଏବଂ ଅନ୍ତାଗଡରୁ ରାୟପୁର ପର୍ଯ୍ୟନ୍ତ ସିଧାସଳଖ ରେଳ ସେବା ଦୂର ଦୂରାନ୍ତକୁ ଯାତ୍ରା କରିବା ସହଜ କରିବ।

ନୂତନ ସୁଯୋଗ ସୃଷ୍ଟି କରିବା ଏବଂ ପ୍ରାକୃତିକ ସମ୍ପଦ ଅଞ୍ଚଳରେ ଅଧିକ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ଛତିଶଗଡରେ ଶିଳ୍ପାୟନକୁ ଗତ ୯ ବର୍ଷ ମଧ୍ୟରେ ନୂତନ ଶକ୍ତି ଦେବାପାଇଁ ହୋଇଥିବା ପ୍ରୟାସ ଉପରେ ଆଲୋକପାତ କରିଛନ୍ତି। ସେ ସୂଚନା ଦେଇଛନ୍ତି ଯେ ସରକାରଙ୍କ ନୀତି ଯୋଗୁଁ ଛତିଶଗଡରେ ରାଜସ୍ୱ ଆକାରରେ ପାଣ୍ଠି ବୃଦ୍ଧି ଘଟିଛି। ସେ ଉଲ୍ଲେଖ କରିଛନ୍ତି ଯେ ଛତିଶଗଡ ରୟାଲଟି ଆକାରରେ ଅଧିକ ପାଣ୍ଠି ପାଇବା ଆରମ୍ଭ କରିଛି, ବିଶେଷ କରି ଖଣି ଏବଂ ଖଣିଜ ଆଇନରେ ପରିବର୍ତ୍ତନ ପରେ।

ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ୨୦୧୪ ପୂର୍ବରୁ ଚାରି ବର୍ଷ ମଧ୍ୟରେ ଛତିଶଗଡକୁ ରୟାଲଟି ଆକାରରେ ୧୩୦୦ କୋଟି ଟଙ୍କା ମିଳିଥିବାବେଳେ ୨୦୧୫-୧୬ ରୁ ୨୦୨୦-୨୧ ମଧ୍ୟରେ ରାଜ୍ୟ ପ୍ରାୟ ୨୮୦୦ କୋଟି ଟଙ୍କା ପାଇଛି। ଜିଲ୍ଲା ଖଣିଜ ପାଣ୍ଠି ବୃଦ୍ଧି ହେତୁ ଖଣିଜ ସମ୍ପଦ ଥିବା ଜିଲ୍ଲାମାନଙ୍କରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପିଲାମାନଙ୍କ ପାଇଁ ବିଦ୍ୟାଳୟ ହେଉ, ଲାଇବ୍ରେରୀ, ରାସ୍ତା କିମ୍ବା ଜଳ ବ୍ୟବସ୍ଥା, ବର୍ତ୍ତମାନ ଜିଲ୍ଲା ଖଣିଜ ପାଣ୍ଠିର ଅର୍ଥ ଏହିପରି ଅନେକ ବିକାଶମୂଳକ କାର୍ଯ୍ୟରେ ଖର୍ଚ୍ଚ ହେଉଛି।

ଛତିଶଗଡରେ ଖୋଲାଯାଇଥିବା ୧ କୋଟିରୁ ୬୦ ଲକ୍ଷ ଜନ ଧାନ ବ୍ୟାଙ୍କ ଆକାଉଣ୍ଟରେ ଆଜି ୬୦୦୦ କୋଟିରୁ ଅଧିକ ଟଙ୍କା ଜମା ହୋଇଥିବା ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଗରିବ ପରିବାର, କୃଷକ ଏବଂ ଶ୍ରମିକଙ୍କର ଅଟେ, ଯେଉଁମାନେ ଏହାକୁ ରଖିବାକୁ ବାଧ୍ୟ ହୋଇଥିଲେ। ଏଥିସହ ସେ କହିଛନ୍ତି ଯେ ଜନ ଧନ ଆକାଉଣ୍ଟ ଗରୀବ ଲୋକଙ୍କୁ ସରକାରଙ୍କ ପ୍ରତ୍ୟକ୍ଷ ସହାୟତା ପାଇବାରେ ସାହାଯ୍ୟ କରୁଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଛତିଶଗଡର ଯୁବକମାନଙ୍କ ପାଇଁ ସରକାର ନିରନ୍ତର ନିଯୁକ୍ତି ଏବଂ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରୁଛନ୍ତି ଏବଂ ମୁଦ୍ରା ଯୋଜନାରେ ଛତିଶଗଡର ଯୁବକମାନଙ୍କୁ ୪୦,୦୦୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି ଏବଂ ଏଥି ମଧ୍ୟରେ ବହୁ ସଂଖ୍ୟକ ଆଦିବାସୀ ଯୁବକ ଏବଂ ଗରିବ ପରିବାରର ଯୁବକମାନେ ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, କରୋନା ଅବଧି ସମୟରେ ଦେଶର କ୍ଷୁଦ୍ର ଶିଳ୍ପକୁ ସାହାଯ୍ୟ କରିବା ପାଇଁ ସରକାର ଲକ୍ଷ ଲକ୍ଷ କୋଟି ମୂଲ୍ୟର ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିଥିଲେ ଯାହ ଫଳରେ ଛତିଶଗଡର ପ୍ରାୟ ୨ ଲକ୍ଷ ଉଦ୍ୟୋଗ ପ୍ରାୟ ୫୦୦୦ କୋଟି ଟଙ୍କା ସହାୟତା ପାଇଥିଲେ।

ପ୍ରଧାନମନ୍ତ୍ରୀ ପିଏମ୍‍ ସ୍ୱନିଧି ଯୋଜନା ଉପରେ ମଧ୍ୟ ମତ ରଖିଛନ୍ତି ଯାହା ରାସ୍ତାପାଶ୍ୱର୍ ବିକ୍ରେତାମାନଙ୍କୁ ବିନା ଗ୍ୟାରେଣ୍ଟିରେ ଋଣ ଯୋଗାଇଥାଏ ଏବଂ ଛତିଶଗଡରେ ୬୦ ହଜାରରୁ ଅଧିକ ହିତାଧିକାରୀ ଏହି ଯୋଜନାରେ ଆସିଥିବା ଉଲ୍ଲେଖ କରିଛନ୍ତି। ସେ ସୂଚନା ଦେଇଛନ୍ତି ଯେ ଗ୍ରାମଗୁଡିକରେ ଏମଏନଆରଇଜିଏ ଅଧୀନରେ ପର୍ଯ୍ୟାପ୍ତ ନିଯୁକ୍ତି ଯୋଗାଇଦେବା ପାଇଁ ସରକାର ଛତିଶଗଡକୁ ୨୫୦୦୦ କୋଟିରୁ ଅଧିକ ଟଙ୍କା ଯୋଗାଇ ଦେଇଛନ୍ତି।

୭୫ ଲକ୍ଷ ହିତାଧିକାରୀଙ୍କୁ ଆୟୁଷ୍ମାନ କାର୍ଡ ବଣ୍ଟନ କାର୍ଯ୍ୟ ଚାଲିଥିବାର ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ଗରିବ ଏବଂ ଆଦିବାସୀ ପରିବାର ପାଇଁ ରାଜ୍ୟର ୧୫୦୦ ରୁ ଅଧିକ ବଡ ଡାକ୍ତରଖାନାରେ ପ୍ରତିବର୍ଷ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସାର ଗ୍ୟାରେଣ୍ଟି ଉପରେ ଗୁରୁତ୍ୱାରୋପ କରିଛନ୍ତି। ଆୟୁଷ୍ମାନ ଯୋଜନା ଗରୀବ, ଆଦିବାସୀ, ପଛୁଆ ଏବଂ ଦଳିତ ପରିବାରର ଜୀବନକୁ ସାହାଯ୍ୟ କରି ଆସୁଛି ବୋଲି ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ଛତିଶଗଡର ପ୍ରତ୍ୟେକ ପରିବାରକୁ ସମାନ ଆବେଗର ସହିତ ସେବା କରିବାକୁ ନିଶ୍ଚିତ କରିଥିଲେ।

ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ଛତିଶଗଡ଼ର ଉପମୁଖ୍ୟମନ୍ତ୍ରୀ ଟି ଏସ୍‍ ସିଂ ଦେଓ, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ ଏବଂ ସଂସଦର ସଦସ୍ୟମାନେ ଏହି ଉତ୍ସବରେ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ଭିତ୍ତିଭୂମି ବିକାଶ ଦିଗରେ ଏକ ପ୍ରମୁଖ ପଦକ୍ଷେପ ଭାବରେ ପ୍ରଧାନମନ୍ତ୍ରୀ ପ୍ରାୟ ୬୪୦୦ କୋଟି ଟଙ୍କା ମୂଲ୍ୟର ୫ ଟି ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ଏହି ପ୍ରକଳ୍ପଗୁଡିକରେ ଜବଲପୁର-ଜଗଦଲପୁର ଜାତୀୟ ରାଜପଥରେ ଥିବା ରାୟପୁରରୁ କୋଡବୋଡ୍ ସେକ୍ସନର ୩୩ କିଲୋମିଟର ଲମ୍ବା ୪-ଲାଇନ୍‍ ଅନ୍ତର୍ଭୁକ୍ତ। ପର୍ଯ୍ୟଟନ ବୃଦ୍ଧି ବ୍ୟତୀତ ଏହି ସେକ୍ସନ କଞ୍ଚା ମାଲ ପରିବହନ, ଜଗଦଲପୁର ନିକଟରେ ଥିବା ଇସ୍ପାତ କାରଖାନାର ଉତ୍ପାଦିତ ଲୁହାପଥର ଏବଂ ଲୁହାପଥର ଗଚ୍ଛିତ ଥିବା ଅଞ୍ଚଳ ସହିତ ସଂଯୋଗ ଯୋଗାଇଥାଏ। ପ୍ରଧାନମନ୍ତ୍ରୀ ଏନଏଚ-୧୩୦ ରେ ଥିବା ବିଳାସପୁର ରୁ ଅମ୍ବିକାପୁର ସେକ୍ସନର ୫୩ କିଲୋମିଟର ଲମ୍ବା ୪ ଲେନ ବିଶିଷ୍ଟ ବିଳାସପୁର-ପଥରପାଲି ଷ୍ଟ୍ରେଚ୍‌କୁ ମଧ୍ୟ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ଏହା ଉତ୍ତରପ୍ରଦେଶ ସହିତ ଛତିଶଗଡର ସଂଯୋଗକୁ ସୁଦୃଢ କରିବାରେ ସାହାଯ୍ୟ କରିବ ଏବଂ ସଂଲଗ୍ନ ଅଞ୍ଚଳରେ କୋଇଲା ଖଣିକୁ ସଂଯୋଗ ଯୋଗାଇ କୋଇଲା ପରିବହନକୁ ବୃଦ୍ଧି କରିବ।

ପ୍ରଧାନମନ୍ତ୍ରୀ ୬ଲାଇନ୍‍ ବିଶିଷ୍ଟ ନୂତନ ରାୟପୁର – ବିଶାଖାପାଟନମ୍ କରିଡରର ଛତିଶଗଡ ସେକ୍ସନ ପାଇଁ ୩ ଟି ଜାତୀୟ ରାଜପଥ ପ୍ରକଳ୍ପ ଲାଗି ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏଗୁଡିକ ଏନ୍‍ଏଚ ୧୩୦ ସିଡି ରେ ୪୩ କିଲୋମିଟର ଲମ୍ବା ଛଅ ଲେନ ଝାଙ୍କି-ସରଗି ସେକ୍ସନର ବିକାଶ ଅନ୍ତର୍ଭୁକ୍ତ କରେ; ଏନଏଚ ୧୩୦ ସିଡି ଉପରେ ୫୭ କିଲୋମିଟର ଲମ୍ବା ଛଅ ଲେନ ବିଶିଷ୍ଟ ସରଗି-ବସାନୱାହି ସେକ୍ସନ; ଏବଂ ଏନଏଚ-୧୩୦ ସିଡି ର ୨୫ କିଲୋମିଟର ଲମ୍ବା ଛଅ ଲେନ ବସାନୱାହି-ମାରଙ୍ଗପୁରୀ ସେକସନ। ଏକ ମୁଖ୍ୟ ଉପାଦାନ ହେଉଛି ୨.୮ କିଲୋମିଟର ଲମ୍ବ ବିଶିଷ୍ଟ ୬-ଲେନ୍ ଟନେଲ୍ ଯେଉଁଥିରେ ଉଦାନ୍ତି ବନ୍ୟଜନ୍ତୁ ଅଭୟାରଣ୍ୟରେ ୨୭ ଟି ପଶୁ ଯା ଆସ ପଥ ଏବଂ ମାଙ୍କଡ଼ଙ୍କ ଯିବାଆସିବା ପାଇଁ ୧୭ ଟି ଝୁଲନ୍ତା ପଥ ରହିଛି। ଏହି ପ୍ରକଳ୍ପଗୁଡିକ ଧାମତାରୀର ଚାଉଳ ମିଲ୍ ଏବଂ କାଙ୍କେରର ବକ୍ସାଇଟ୍ ସମୃଦ୍ଧ ଅଞ୍ଚଳରେ ଉନ୍ନତ ସଂଯୋଗ ଯୋଗାଇବ ଏବଂ କୋଣ୍ଡାଗାଓଁରେ ହସ୍ତତନ୍ତ ଶିଳ୍ପ ପାଇଁ ମଧ୍ୟ ଲାଭଦାୟକ ହେବ। ମୋଟ ଉପରେ, ଏହି ପ୍ରକଳ୍ପଗୁଡିକ ଏହି ଅଞ୍ଚଳର ସାମାଜିକ- ଅର୍ଥନୈତିକ ବିକାଶ ପାଇଁ ଏକ ପ୍ରମୁଖ ଉତ୍ସ ଦେବ।

ପ୍ରଧାନମନ୍ତ୍ରୀ ମଧ୍ୟ ଦେଶ ପାଇଁ ୧୦୩ କିଲୋମିଟର ଲମ୍ବା ରାୟପୁର – ଖରିଆର ରୋଡ ରେଳ ଲାଇନର ଦୋହରୀକରଣକୁ ଉତ୍ସର୍ଗ କରିଛନ୍ତି ଯାହା ୭୫୦ କୋଟି ଟଙ୍କା ବ୍ୟୟରେ ଶେଷ ହୋଇଛି। ଏହା ଛତିଶଗଡର ଶିଳ୍ପ ପାଇଁ ବନ୍ଦରରୁ କୋଇଲା, ଇସ୍ପାତ, ସାର ଏବଂ ଅନ୍ୟାନ୍ୟ ଦ୍ରବ୍ୟ ପରିବହନକୁ ସହଜ କରିବ। ୨୯୦ କୋଟି ଟଙ୍କା ବ୍ୟୟରେ ବିକଶିତ ହୋଇଥିବା କେଓଟି – ଅନ୍ତାଗଡ଼କୁ ସଂଯୋଗ କରୁଥିବା ୧୭ କିଲୋମିଟର ଲମ୍ବା ନୂତନ ରେଳ ଲାଇନକୁ ମଧ୍ୟ ସେ ଦେଶ ପାଇଁ ଉତ୍ସର୍ଗ କରିଥିଲେ। ଏହି ନୂତନ ରେଳ ଲାଇନ ଭିଲାଇ ଷ୍ଟିଲ ପ୍ଲାଣ୍ଟକୁ ଡାଲୀ ରାଜହାର ଏବଂ ରୋଘାଟ ଅଞ୍ଚଳର ଲୁହାପଥର ଖଣି ସହିତ ସଂଯୋଗ ଯୋଗାଇବ ଏବଂ ଘନ ଜଙ୍ଗଲ ଦେଇ ଯାଇଥିବା ଦକ୍ଷିଣ ଛତିଶଗଡର ଦୁର୍ଗମ ଅଞ୍ଚଳକୁ ସଂଯୋଗ କରିବ।

କୋରବା ଠାରେ ୧୩୦ କୋଟିରୁ ଅଧିକ ମୂଲ୍ୟରେ ର୍ନିମିତ ବାର୍ଷିକ ୬୦ ହଜାର ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଭାରତୀୟ ତୈଳ ନିଗମର ଏକ ବଟଲିଂ ପ୍ଲାଣ୍ଟକୁ ମଧ୍ୟ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ସେ ଭିଡିଓ ଲିଙ୍କ ମାଧ୍ୟମରେ ଅନ୍ତାଗଡ – ରାୟପୁର ଟ୍ରେନକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଅଧୀନରେ ହିତାଧିକାରୀଙ୍କୁ ୭୫ ଲକ୍ଷ କାର୍ଡ ବଣ୍ଟନ ଆରମ୍ଭ କରିଛନ୍ତି।

Categories
ଆଞ୍ଚଳିକ

ଭବାନୀପୁର ପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର ବ୍ଲକ ଭବାନୀପୁର ଗ୍ରାମ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟାଳୟ ପାଇଁ ନିକଟରେ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟ ଶେଷ ହୋଇଛି। ଏଥି ନିମନ୍ତେ ପଞ୍ଚାୟତରେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା।

ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଏବଂ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ କାର୍ତ୍ତିକ ବାରିକ ଯୋଗ ଦେଇଥିଲେ। ଶ୍ରୀ ରଣସିଂହ ନିର୍ମାଣସ୍ଥଳରେ ପହଞ୍ଚି ନଡ଼ିଆ ବାଡେଇ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ସୂଚନା ଥାଉକି କିଛି ବର୍ଷ ତଳେ ନୂତନ ଭାବେ ଗଠିତ ହୋଇଥିବା ଭବାନୀପୁର ପଞ୍ଚାୟତ ପୁର୍ବରୁ ତୁମୁରାପୁଟ ପଞ୍ଚାୟତ ଅଧୀନରେ ଥିଲା। ତେବେ ଅଲଗା ପଞ୍ଚାୟତର ମାନ୍ୟତା ପାଇବା ପରେ ମଧ୍ୟ ବିଭିନ୍ନ କାରଣ ଯୋଗୁଁ ଭବାନୀପୁର ପଞ୍ଚାୟତର ନିଜସ୍ୱ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ଅଦ୍ୟାବଧି ହୋଇପାରିନାହିଁ। ନୂତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ରଣସିଂହ ସମ୍ପୃକ୍ତ ପଞ୍ଚାୟତର ସମିତି ସଭ୍ୟ ହୋଇଥିବାରୁ ପଞ୍ଚାୟତବାସୀ ଉକ୍ତ ସମସ୍ୟାର ସମାଧାନ ପାଇଁ ବ୍ଲକ ଅଧ୍ୟକ୍ଷଙ୍କୁ ଅନୁରୋଧ କରିଥିଲେ। ଫଳସ୍ୱରୂପ ବ୍ଲକ ଅଧ୍ୟକ୍ଷଙ୍କ ପ୍ରଚେଷ୍ଟାରେ ଧୀମା ପଡିଯାଇଥିବା ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ପ୍ରକଳ୍ପକୁ ତ୍ୱରାନ୍ୱିତ କରାଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ଭେଟେଶ୍ୱର ଗ୍ରାମ ପଞ୍ଚାୟତ ସରପଞ୍ଚ ସାବିତ୍ରୀ ଭୋଳ, ଗାଲୁଆ ଗ୍ରାମ ପଞ୍ଚାୟତ ସରପଞ୍ଚ ସୁରେଶ ବାରିକି, ବରିଷ୍ଠ ସଂଗଠକ ଦେବବ୍ରତ ବଡ଼ଜେନା, ଜିତେନ୍ଦ୍ର ଭୋଳ, ଯୁବନେତା କୀର୍ତ୍ତିରଞ୍ଜନ ଖୁଣ୍ଟିଆଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ ଏବଂ ବିଜେପି ସମର୍ଥକମାନେ ଯୋଗଦେଇଥିଲେ।

Categories
ବିଶେଷ ଖବର

କର୍ଣ୍ଣାଟକର ମାଣ୍ଡ୍ୟା ଠାରେ ପ୍ରମୁଖ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ମାଣ୍ଡ୍ୟା ଠାରେ ପ୍ରମୁଖ ବିକାଶମୂଳକ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଏବଂ ଲୋକାର୍ପିତ କରିଛନ୍ତି। ଯେଉଁ ପ୍ରକଳ୍ପ ଗୁଡ଼ିକ ସେ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି, ସେଗୁଡିକ ମଧ୍ୟରେ ବେଙ୍ଗାଲୁରୁ – ମହୀଶୂର ଏକ୍ସପ୍ରେସୱେ ଅନ୍ତର୍ଭୁକ୍ତ ଏବଂ ସେ ମଧ୍ୟ ମହୀଶୂର – କୁଶାଲନଗର ୪ – ଲେନ ବିଶିଷ୍ଟ ରାଜପଥର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଏହି ସମାବେଶକୁ ସମ୍ବୋଧିତ କରି, ପ୍ରଧାନମନ୍ତ୍ରୀ ଦେବୀ ଭୁବନେଶ୍ୱରୀ ଏବଂ ଆଦିଚୁନଚନାଗିରି ଏବଂ ମେଲୁକୋଟେର ଗୁରୁ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ କର୍ଣ୍ଣାଟକର ଲୋକମାନଙ୍କ ମଧ୍ୟରେ ଉପସ୍ଥିତ ହେବାର ସୁଯୋଗ ପାଇ ପ୍ରଧାନମନ୍ତ୍ରୀ ନିଜର ଖୁସି ବ୍ୟକ୍ତ କରିଛନ୍ତି ଏବଂ ତାଙ୍କୁ ଆଶୀର୍ବାଦ ପ୍ରଦାନ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ବିଶେଷ କରି ମାଣ୍ଡ୍ୟାର ଲୋକମାନଙ୍କ ଦ୍ୱାରା ତାଙ୍କୁ କରା ଯାଇଥିବା ସ୍ୱାଗତ ଉପରେ ବିଶେଷ ରୂପରେ ମନ୍ତବ୍ୟ ଦେଇ କହିଥିଲେ ଯେ , ସେମାନଙ୍କର ଆଶୀର୍ବାଦ ମଧୁରତାରେ ଭରି ରହିଛି। ରାଜ୍ୟର ଲୋକ ମାନଙ୍କର ପ୍ରେମ ଏବଂ ସ୍ନେହ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ଦ୍ରୁତ ବିକାଶ ସହ ପ୍ରତ୍ୟେକ ନାଗରିକଙ୍କ ଚାହିଦା ପୂରଣ କରିବାକୁ ଡବଲ୍ ଇଞ୍ଜିନ ସରକାର ଚେଷ୍ଟା କରୁଛନ୍ତି। ସେ ଦର୍ଶାଇଛନ୍ତି ଯେ, ହଜାର ହଜାର କୋଟି ଟଙ୍କା ମୂଲ୍ୟର ଆଜିର ଭିତ୍ତିଭୂମି ସଂରଚନା ପ୍ରକଳ୍ପ ଗୁଡିକ କର୍ଣ୍ଣାଟକର ଲୋକମାନଙ୍କ ପ୍ରତି ଡବଲ ଇଞ୍ଜିନ ସରକାରଙ୍କ ପ୍ରୟାସ ଗୁଡିକର ଏକ ଅଂଶ ବିଶେଷ।

ବେଙ୍ଗାଲୁରୁ – ମହୀଶୂର ଏକ୍ସପ୍ରେସୱେକୁ ନେଇ ଜାତୀୟ ସ୍ତରରେ ହେଉଥିବା ଚର୍ଚ୍ଚା ସମ୍ପର୍କରେ ଉତ୍ଥାପନ କରି, ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ଯୁବକମାନେ ଏଭଳି ଆଧୁନିକ ତଥା ଉଚ୍ଚମାନର ଏକ୍ସପ୍ରେସୱେ ପାଇଁ ଗର୍ବ ଅନୁଭବ କରୁଛନ୍ତି । ସେ ସୂଚନା ଦେଇଛନ୍ତି ଯେ, ଏହି ଏକ୍ସପ୍ରେସୱେ ଯୋଗୁଁ ମହୀଶୂର ଏବଂ ବେଙ୍ଗାଲୁରୁ ମଧ୍ୟରେ ଯାତ୍ରା ସମୟ ଅଧାକୁ ହ୍ରାସ ହୋଇଛି । ସେ ମଧ୍ୟ ମହୀଶୂର – କୁଶାଲନଗର ୪- ଲେନ ରାଜପଥ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ଉପରେ ଆଲୋକପାତ କରିଥିଲେ ଏବଂ କହିଥିଲେ ଯେ ଏହି ପ୍ରକଳ୍ପ ଗୁଡ଼ିକ ‘ସବ୍କା ବିକାଶ’ ର ଭାବନାକୁ ଆହୁରି ଆଗକୁ ବୃଦ୍ଧି କରିବ ଏବଂ ସମୃଦ୍ଧିର ଦ୍ୱାରକୁ ଉନ୍ମୁକ୍ତ କରିବ । ଏହି ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର ଲୋକ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଭାରତରେ ଭିତ୍ତିଭୂମି ବିକାଶ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଦୁଇ ଜଣ ମହାନ ବ୍ୟକ୍ତିତ୍ୱଙ୍କୁ ମଧ୍ୟ ମନେ ପକାଇ ଥିଲେ । “କର୍ଣ୍ଣାଟକର ମହାନ ପୁତ୍ର କୃଷ୍ଣରାଜ ୱାଡିୟର୍ ଏବଂ ସାର୍ ଏମ୍ ବିଶ୍ୱେଶ୍ୱରାୟ ଦେଶକୁ ଏକ ନୂତନ ଦର୍ଶନ ଏବଂ ଶକ୍ତି ପ୍ରଦାନ କରିଥିଲେ । ଏହି ମାନ୍ୟଗଣ୍ୟ ବ୍ୟକ୍ତିମାନେ ବିପର୍ଯ୍ୟୟକୁ ସୁଯୋଗରେ ପରିଣତ କରିଥିଲେ ଏବଂ ଭିତ୍ତିଭୂମି ସଂରଚନାର ମହତ୍ତ୍ୱକୁ ବୁଝିଥିଲେ ଏବଂ ବର୍ତ୍ତମାନର ପିଢ଼ି ସେମାନଙ୍କ ଉଦ୍ୟମର ଲାଭ ପାଉଥିବାରୁ ଭାଗ୍ୟଶାଳୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେମାନଙ୍କ ପଦାଙ୍କ ଅନୁସରଣ କରି ଦେଶରେ ଉନ୍ନତ ଭିତ୍ତିଭୂମି ସଂରଚନା ପ୍ରକଳ୍ପ ଗୁଡିକର ବିକାଶ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଭାରତମାଳା ଏବଂ ସାଗରମାଳା ପ୍ରକଳ୍ପ ଆଜି ଭାରତ ଏବଂ କର୍ଣ୍ଣାଟକର ଦୃଶ୍ୟପଟ୍ଟରେ ପରିବର୍ତ୍ତନ ଆଣୁଛି ।”

ସମଗ୍ର ବିଶ୍ୱ କରୋନା ମହାମାରୀ ସହିତ ସଂଘର୍ଷ କରୁଥିବାବେଳେ ଦେଶର ଭିତ୍ତିଭୂମି ବଜେଟ୍ ବହୁଗୁଣିତ ହୋଇଛି ବୋଲି ସେ ଉଲ୍ଲେଖ କରିଥିଲେ । ଚଳିତ ବର୍ଷର ବଜେଟରେ ଦେଶର ଭିତ୍ତିଭୂମି ବିକାଶ ପାଇଁ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ଆବଣ୍ଟନ କରାଯାଇଥିବା ସମ୍ପର୍କରେ ସେ ସୂଚନା ଦେଇଛନ୍ତି । ସହଜତା ବ୍ୟତୀତ ଭିତ୍ତିଭୂମି ସଂରଚନା ଚାକିରି, ପୁଞ୍ଜି ବିନିଯୋଗ ଏବଂ ରୋଜଗାରର ସୁଯୋଗ ଆଣିଥାଏ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଜାରି ରଖି କହିଥିଲେ । ସେ ସୂଚନା ଦେଇଛନ୍ତି ଯେ, କେବଳ କର୍ଣ୍ଣାଟକରେ ସରକାର ରାଜପଥ ସମ୍ବନ୍ଧୀୟ ପ୍ରକଳ୍ପ ଗୁଡିକରେ ୧ ଲକ୍ଷ କୋଟିରୁ ଅଧିକ ବିନିଯୋଗ କରିଛନ୍ତି ।

କର୍ଣ୍ଣାଟକର ପ୍ରମୁଖ ସହର ଭାବରେ ବେଙ୍ଗାଲୁରୁ ଏବଂ ମହୀଶୂରର ମହତ୍ତ୍ୱ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ , ଏହି ଦୁଇଟି କେନ୍ଦ୍ର ଟେକ୍ନୋଲୋଜି ଏବଂ ପରମ୍ପରାର ସଂଯୋଗ କ୍ଷେତ୍ରରେ ଅନେକ ଦିଗରୁ ଗୁରୁତ୍ୱପୂର୍ଣ୍ଣ । ସେ କହିଛନ୍ତି ଯେ ଦୁଇ ସହର ମଧ୍ୟରେ ଯାତ୍ରା କରିବା ସମୟରେ ଲୋକମାନେ ପ୍ରାୟତଃ ଭାରି ଟ୍ରାଫିକ୍ ବିଷୟରେ ଅଭିଯୋଗ କରି ଆସୁଥିଲେ ଏବଂ ସେ ଏହା ମଧ୍ୟ ସୂଚନା ଦେଇଥିଲେ ଯେ, ଏକ୍ସପ୍ରେସୱେ ଦୁଇ ସହର ମଧ୍ୟରେ ଯାତାୟତ ସମୟକୁ ଦେଢ଼ ଘଂଟା ଼ ହ୍ରାସ କରିବ ଏବଂ ଏହି ଅଞ୍ଚଳର ଆର୍ଥିକ କାର୍ଯ୍ୟକଳାପକୁ ସହାୟତା ପ୍ରଦାନ କରିବ ।

ବେଙ୍ଗାଲୁରୁ – ମହୀଶୂର ଏକ୍ସପ୍ରେସୱେ ରାମନଗର ଏବଂ ମାଣ୍ଡ୍ୟାର ଐତିହ୍ୟ ସହର ଗୁଡିକ ଦେଇ ଯାଇଥିବାର ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହା ଫଳରେ ପର୍ଯ୍ୟଟନର ସମ୍ଭାବନା କେବଳ ବୃଦ୍ଧି ପାଇବ ନାହିଁ, ବରଂ ମାଆ କାବେରୀଙ୍କ ଜନ୍ମସ୍ଥାନକୁ ଯିବା ମଧ୍ୟ ସମ୍ଭବ ହେବ । ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ, ବେଙ୍ଗାଲୁରୁ – ମାଙ୍ଗାଲୁରୁ ରାଜପଥ, ଯାହା ମୌସୁମୀ ସମୟରେ ସର୍ବଦା ଭୂସ୍ଖଳନ ଦ୍ୱାରା ପ୍ରଭାବିତ ହୋଇ ଆସୁଥିଲା , ଏହି ଅଞ୍ଚଳର ବନ୍ଦର ସଂଯୋଗକୁ ମଧ୍ୟ ପ୍ରଭାବିତ କରୁଥିବା, ବେଙ୍ଗାଲୁରୁ – ମାଙ୍ଗାଲୁରୁ ରାଜପଥକୁ ଚଉଡା କରି ଏହି ସମସ୍ୟାକୁ ସମାଧାନ କରାଯିବ । ସେ କହିଛନ୍ତି ଯେ, ସଂଯୋଗର ବୃଦ୍ଧି ସହିତ ଏହି ଅଞ୍ଚଳର ଉଦ୍ୟୋଗ କ୍ଷେତ୍ରରେ ମଧ୍ୟ ଅଭିବୃଦ୍ଧି ଦେଖାଦେବ ।

ପ୍ରଧାନମନ୍ତ୍ରୀ ପୂର୍ବ ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା କରି କହିଛନ୍ତି ଯେ, ଗରିବ ଲୋକମାନଙ୍କ ବିକାଶ ପାଇଁ ଆବଣ୍ଟିତ ଅର୍ଥର ଅଧିକ ଅଂଶ ଚୋରି ହୋଇଛି । ସେ କହିଛନ୍ତି ଯେ, ୨୦୧୪ ରେ, ଗରିବ ଲୋକ ମାନଙ୍କର ଏକ ସମ୍ବେଦନଶୀଳ ସରକାର, ଯାହା ଗରିବ ଶ୍ରେଣୀର ଯନ୍ତ୍ରଣା ବୁଝିଥାଏ, ସେହି ସରକାର କ୍ଷମତାକୁ ଆସିଥିଲେ । ଗରିବ ଲୋକଙ୍କୁ ସେବା ଯୋଗାଇବା ପାଇଁ ସରକାର ନିରନ୍ତର କାର୍ଯ୍ୟ କରିଥିଲେ ଏବଂ ବାସଗୃହ, ପାଇପ୍ ଜଳ, ଉଜ୍ଜ୍ୱଳା ଗ୍ୟାସ୍ ସଂଯୋଗ, ବିଦ୍ୟୁତ୍, ସଡକ, ଡାକ୍ତରଖାନାକୁ ପ୍ରାଥମିକତା ପ୍ରଦାନ କରିଥିଲେ ଏବଂ ଗରିବ ଲୋକଙ୍କ ଚିକିତ୍ସାର ଚିନ୍ତାକୁ କମ୍ କରିଥିଲେ । ସେ କହିଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ ସରକାର ଗରିବ ଲୋକଙ୍କ ଘରକୁ ଯାଇ ସହଜ ଜୀବନଯାପନ ସୁନିଶ୍ଚିତ କରିଛନ୍ତି ଏବଂ ମିଶନ ମୋଡରେ ସଂତୃପ୍ତି ହାସଲ କରାଯାଉଛି ।

ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟା ଗୁଡିକର ସ୍ଥାୟୀ ସମାଧାନ ପାଇଁ ସରକାରଙ୍କ ଆଭିମୁଖ୍ୟ ଉପରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ଏହା ଉଲ୍ଲେଖ କରିଛନ୍ତି ଯେ, ଗତ ୯ ବର୍ଷ ମଧ୍ୟରେ ୩ କୋଟିରୁ ଅଧିକ ଘର ନିର୍ମାଣ କରାଯାଇଛି ଯେଉଁଥିରୁ କର୍ଣ୍ଣାଟକରେ ଲକ୍ଷ ଲକ୍ଷ ଘର ଏବଂ ୪୦ ଲକ୍ଷ ନୂତନ ଘର ନିର୍ମାଣ କରାଯାଇଛି । ଜଳ ଜୀବନ ମିଶନ ଅଧୀନରେ ପାଇପ୍ ପାଣି ଯୋଗାଇ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଚଳିତ ବର୍ଷର ବଜେଟରେ ଉପର ଭଦରା ପ୍ରକଳ୍ପ ପାଇଁ ୫,୩୦୦ କୋଟି ଟଙ୍କା ଆବଣ୍ଟିତ ହୋଇଥିବାବେଳେ ଅନେକ ଦଶନ୍ଧି ଧରି ଅଟକି ରହିଥିବା ଜଳସେଚନ ପ୍ରକଳ୍ପ ମଧ୍ୟ ଦ୍ରୁତ ଗତିରେ ସମ୍ପୂର୍ଣ୍ଣ କରାଯାଉଛି । ସେ କହିଛନ୍ତି ଯେ ଏହି ଅଞ୍ଚଳର ଲୋକମାନେ ସମ୍ମୁଖୀନ ହେଉଥିବା ଜଳସେଚନ ସମସ୍ୟାର ସମାଧାନ ହେବ । ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ କର୍ଣ୍ଣାଟକର କୃଷକମାନେ ସମ୍ମୁଖୀନ ହେଉଥିବା ଛୋଟ ଛୋଟ ସମସ୍ୟା ଗୁଡିକର ସମାଧାନ କରିବା ବ୍ୟତୀତ, ସରକାର କର୍ଣ୍ଣାଟକର ଚାଷୀ ମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ୧୨,୦୦୦ କୋଟି ଟଙ୍କା ସିଧାସଳଖ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ ପଠାଇଛନ୍ତି, ଯାହା ଫଳରେ ୨.୭୫ ଳକ୍ଷରୁ ଅଧିକ ଚାଷୀ ଉପକୃତ ହୋଇଛନ୍ତି । କେବଳ ମାଣ୍ଡ୍ୟା ଅଞ୍ଚଳକୁ କେନ୍ଦ୍ର ସରକାର ୬୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୬୦୦୦ ଟଙ୍କା କିସ୍ତିରେ ୪୦୦୦ ଟଙ୍କା ଯୋଡି ଥିବାରୁ କର୍ଣ୍ଣାଟକ ସରକାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, “ଡବଲ୍- ଇଞ୍ଜିନ ସରକାରରେ କୃଷକ ମାନଙ୍କୁ ଦୁଇ ଗୁଣା ଲାଭ ମିଳିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଫସଲ ଉତ୍ପାଦନର ଅନିଶ୍ଚିତତା କାରଣରୁ ଚିନି ମିଲର ପାଖରେ ଆଖୁ ଚାଷୀ ମାନଙ୍କର ଦୀର୍ଘ ଦିନ ଧରି ଅର୍ଥ ବକେୟା ରହୁଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଇଥାନଲ ଆରମ୍ଭ ହେବା ଦ୍ୱାରା ଏହି ସମସ୍ୟାର ଅନେକ ପରିମାଣରେ ସମାଧାନ ହୋଇଛି । ବମ୍ପର ଫସଲ ଉତ୍ପାଦନ କ୍ଷେତ୍ରରେ, ଅତିରିକ୍ତ ଆଖୁରୁ ଇଥାନଲ ଉତ୍ପାଦନ କରାଯିବ, ଯାହା କୃଷକ ମାନଙ୍କ ପାଇଁ ସ୍ଥିର ଆୟ ସୁନିଶ୍ଚିତ କରିବ । ସେ ସୂଚନା ଦେଇଛନ୍ତି ଯେ, ଗତ ବର୍ଷ ଦେଶର ଚିନି ମିଲଗୁଡିକ କମ୍ପାନୀ ଗୁଡିକୁ ୨୦ ହଜାର କୋଟି ମୂଲ୍ୟର ଇଥାନଲ ବିକ୍ରି କରିଛନ୍ତି , ଯାହା ଆଖୁ ଚାଷୀଙ୍କୁ ଠିକ୍ ସମୟରେ ଅର୍ଥ ପ୍ରଦାନ କରିବାରେ ସାହାଯ୍ୟ କରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୧୩ – ୧୪ ପର ଠାରୁ ଚିନି ମିଲରୁ ୭୦ ହଜାର କୋଟି ମୂଲ୍ୟର ଇଥାନଲ କ୍ରୟ କରାଯାଇଛି ଏବଂ ଟଙ୍କା ଚାଷୀଙ୍କ ନିକଟରେ ପହଞ୍ଚିଛି । ଚଳିତ ବର୍ଷର ବଜେଟରେ ମଧ୍ୟ ଆଖୁ ଚାଷୀଙ୍କ ପାଇଁ ଅନେକ ପ୍ରାବଧାନ କରାଯାଇଛି, ଯେପରିକି ଚିନି ସମବାୟ ସମିତି ପାଇଁ ୧୦ ହଜାର କୋଟି ଟଙ୍କା ସହାୟତା ଏବଂ ଟିକସ ରିହାତି ଏହି ଚାଷୀ ମାନଙ୍କୁ ଉପକୃତ କରିବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ଭାରତ ଏକ ସୁଯୋଗର ଦେଶ ଏବଂ ସାରା ବିଶ୍ୱରୁ ଲୋକମାନେ ଏହି ଦେଶ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି । ସେ ସୂଚନା ଦେଇଛନ୍ତି ଯେ ଭାରତ ୨୦୨୨ ରେ ରେକର୍ଡ ବିଦେଶୀ ନିବେଶ ପ୍ରାପ୍ତ କରିଛି ଏବଂ ଏଥିରେ କର୍ଣ୍ଣାଟକ ସବୁଠାରୁ ବଡ ହିତାଧିକାରୀ ଭାବରେ ୪ ଲକ୍ଷ କୋଟିରୁ ଅଧିକ ବିଦେଶୀ ପୁଞ୍ଜି ପାଇଛି । ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ କହିଛନ୍ତି, “ଏହି ରେକର୍ଡ ପୁଞ୍ଜି ନିବେଶ ଡବଲ ଇଞ୍ଜିନ୍ ସରକାରଙ୍କ ଉଦ୍ୟମ ଉପରେ ଆଲୋକପାତ କରିଥାଏ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଇଟି ବ୍ୟତୀତ ବାୟୋଟେକ୍ନୋଲୋଜି, ପ୍ରତିରକ୍ଷା ଉତ୍ପାଦନ ଏବଂ ଇଭି ଉତ୍ପାଦନ ଭଳି ଉଦ୍ୟୋଗ ଗୁଡିକ ଦ୍ରୁତ ଗତିରେ ବିସ୍ତାର କରୁଥିବାବେଳେ ଏରୋସ୍ପେସ୍ ଏବଂ ମହାକାଶ ଭଳି ଉଦ୍ୟୋଗ ଗୁଡିକରେ ଅଭୂତପୂର୍ବ ପୁଞ୍ଜି ନିବେଶ ହେଉଥିବା ଦେଖିବାକୁ ମିଳୁଛି ।

ଡବଲ୍ ଇଞ୍ଜିନ୍ ସରକାରଙ୍କ ଉଦ୍ୟମରେ ଅଭୂତପୂର୍ବ ବିକାଶ ଘଟୁଥିବାବେଳେ ପ୍ରଧାନମନ୍ତ୍ରୀ କିଛି ରାଜନୈତିକ ଦଳର କାର୍ଯ୍ୟକଳାପ ଆଡକୁ ଇସାରା କରିଛନ୍ତି ଯେଉଁମାନେ ମୋଦୀଙ୍କ କବର ଖୋଳିବା ସ୍ୱପ୍ନରେ ବ୍ୟସ୍ତ ଥିବାବେଳେ ବେଙ୍ଗାଲୁରୁ – ମହୀଶୂରଏକ୍ସପ୍ରେସୱେର ବିକାଶ କାର୍ଯ୍ୟରେ ମୋଦୀ ବ୍ୟସ୍ତ ଅଛନ୍ତି ଏବଂ ଗରିବ ଲୋକମାନଙ୍କର ଜୀବନ ସହଜ କରୁଛନ୍ତି । ସେ ତାଙ୍କ ବିରୋଧୀ ମାନଙ୍କୁ ଚେତାବନୀ ଦେଇଛନ୍ତି ଯେ, କୋଟି କୋଟି ମାଆ, ଭଉଣୀ ଏବଂ ଝିଅ ଏବଂ ଭାରତର ଲୋକ ମାନଙ୍କର ଆଶୀର୍ବାଦ ତାଙ୍କ ପ୍ରତିରକ୍ଷା ଢାଲ ଭାବରେ କାର୍ଯ୍ୟ କରୁଛି । ସମ୍ବୋଧନକୁ ସମାପ୍ତ କରି ପ୍ରଧାନମନ୍ତ୍ରୀ ଆଜିର ପ୍ରକଳ୍ପ ଗୁଡିକ ପାଇଁ କର୍ଣ୍ଣାଟକର ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ କହିଛନ୍ତି ଯେ କର୍ଣ୍ଣାଟକର ଦ୍ରୁତ ଗତିରେ ହେଉଥିବା ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ଜରୁରୀ ଅଟେ” । ଏହି ଅବସରରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଶ୍ରୀ ବାସବରାଜ ବୋମ୍ମାଇ, ସଡ଼କ, ପରିବହନ ଏବଂ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ ଏବଂ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହଲାଦ ଯୋଶୀ, ମାଣ୍ଡ୍ୟାର ସାଂସଦ ସଦସ୍ୟ ଶ୍ରୀମତୀ ସୁମଲତା ଅମ୍ବରୀଶ ଏବଂ କର୍ଣ୍ଣାଟକ ସରକାରଙ୍କ ଜଣେ ମନ୍ତ୍ରୀ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଭିତ୍ତିଭୂମି ପ୍ରକଳ୍ପର ବିକାଶର ଦ୍ରୁତ ଗତି ସମଗ୍ର ବିଶ୍ୱରେ ବିଶ୍ୱ ସ୍ତରୀୟ ସଂଯୋଗକୁ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିର ପ୍ରମାଣ ଅଟେ । ଏହି ପ୍ରୟାସରେ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁ- ମହୀଶୂର ଏକ୍ସପ୍ରେସୱେକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ପ୍ରକଳ୍ପରେ ଏନ୍ଏଚ୍ – ୨୭୫ ର ବେଙ୍ଗାଲୁରୁ- ନିଦାଘଟ୍ଟା – ମହୀଶୂର ବିଭାଗକୁ ୬ ଲେନ୍ କରିବା ଅନ୍ତର୍ଭୁକ୍ତ ଅଟେ । ୧୧୮ କିଲୋମିଟର ଦୀର୍ଘ ପ୍ରକଳ୍ପକୁ ପ୍ରାୟ ୮୪୮୦ କୋଟି ଟଙ୍କା ବ୍ୟୟରେ ବିକଶିତ କରାଯାଇଛି । ଏହା ବେଙ୍ଗାଲୁରୁ ଏବଂ ମହୀଶୂର ମଧ୍ୟରେ ଯାତ୍ରା ସମୟକୁ ପ୍ରାୟ ୩ ଘଣ୍ଟାରୁ ୭୫ ମିନିଟକୁ ହ୍ରାସ କରିବ । ଏହା ଏହି ଅଞ୍ଚଳର ସାମାଜିକ – ଅର୍ଥନୈତିକ ବିକାଶ ପାଇଁ ଏକ ଅନୁକ୍ରମଣିକା ଭାବରେ କାର୍ଯ୍ୟ କରିବ ।

ପ୍ରଧାନମନ୍ତ୍ରୀ ମଧ୍ୟ ମହୀଶୂର – କୁଶାଲନଗର ୪ ଲେନ ବିଶିଷ୍ଟ ରାଜପଥ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ୯୨ କିଲୋମିଟରରୁ ଅଧିକ ବ୍ୟାପି ଏହି ପ୍ରକଳ୍ପ ପ୍ରାୟ ୪୧୩୦ କୋଟି ଟଙ୍କା ବ୍ୟୟରେ ବିକଶିତ ହେବ ଏବଂ ବେଙ୍ଗାଲୁରୁ ସହିତ କୁଶାଲନଗରର ସଂଯୋଗ ବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହା ଦ୍ୱାରା ଯାତ୍ରା ସମୟ ପ୍ରାୟ ୫ ଘଣ୍ଟାରୁ ମାତ୍ର ୨.୫ ଘଣ୍ଟାକୁ ହ୍ରାସ ପାଇବ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ୱର ରେଲୱେ ଷ୍ଟେସନ୍ ପୁନଃବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ: ମେମୁ ଟ୍ରେନର ଶୁଭାରମ୍ଭ

ଭୁବନେଶ୍ବର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ ଏବଂ ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବହୁ ପ୍ରତୀକ୍ଷିତ ଜନସାଧାରଣ କେନ୍ଦ୍ରିକ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ “ଭୁବନେଶ୍ୱର ରେଳ ଷ୍ଟେସନର ପୁନଃବିକାଶ” ସହିତ ବିଶ୍ୱସ୍ତରୀୟ ଢାଞ୍ଚାରେ ନିର୍ମାଣ ପାଇଁ ଭୁବନେଶ୍ୱର ରେଳ ଷ୍ଟେସନରେ ଭିତ୍ତିପ୍ରସ୍ତର ଦେବା ସହିତ ପୁରୀ-ଜଳେଶ୍ୱର-ପୁରୀ ମେମୁ ଟ୍ରେନର ଶୁଭାରମ୍ଭ କରିଛନ୍ତି।

ଏହି ସମାବେଶରେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରହ୍ଲାଦ ଯୋଶୀ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରେଳବାଇରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଦେଶର ଭିତ୍ତିଭୂମି ବିକାଶକୁ ତ୍ୱରାନ୍ୱିତ କରି ନୂତନ ଷ୍ଟେସନ ସ୍ଥାପନ କରି ଷ୍ଟେସନଗୁଡିକର ପୁନଃବିକାଶ କରାଇବା ସହିତ ଲୋକଙ୍କ ସୁବିଧା ପାଇଁ ବିଭିନ୍ନ ଆଧୁନିକ ସୁବିଧା ଯୋଗାଇବା କ୍ଷେତ୍ରରେ ସୁଧାର ଆଣି ରେଳବାଇକୁ ପରିବର୍ତ୍ତନ କରିଚାଲିଛନ୍ତି ବୋଲି କହିଥିଲେ।

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଓଡ଼ିଶାର ରେଳ ବିକାଶ ପାଇଁ ପ୍ରାଥମିକତା ଦିଆଯାଉଛି। ଓଡିଶା ୨୦୧୪ ପୂର୍ବରୁ ୭୦୦ ରୁ ୮୦୦ କୋଟି ଟଙ୍କା ବଜେଟ ଅନୁମୋଦନ ପାଉଥିବାବେଳେ ବର୍ତ୍ତମାନ ୧୦ ହଜାର କୋଟିରୁ ଅଧିକ ଅନୁମୋଦନ ପାଉଅଛି। ସେହିପରି ୨୦୧୪ ପୂର୍ବରୁ ରେଳବାଇ ମାତ୍ର ୨୦ ରୁ ୩୦ କିଲୋମିଟର ପର୍ଯ୍ୟନ୍ତ ନୂଆ ରେଳ ଲାଇନ ନିର୍ମାଣ କରୁଥିଲାବେଳେ ବର୍ତ୍ତମାନ ବର୍ଷକୁ ପ୍ରାୟ ୩୦୦ କିମି ରେଳ ଲାଇନ ନିର୍ମାଣ କରୁଛି। ଏହା ବ୍ୟତୀତ ଓଡିଶାର ୩୬ ରେଳ ଷ୍ଟେସନକୁ ବର୍ତ୍ତମାନ ଆଧୁନିକ ସୁବିଧା ସହିତ ନବୀକରଣ କରାଯାଉଛି ଯେଉଁଠାରେ ରାଜ୍ୟର ପ୍ରତ୍ୟେକ କୋଣକୁ ପ୍ରାଥମିକତା ଦିଆଯାଇଛି। ଏହା ସହିତ ଜଗନ୍ନାଥ ସର୍କିଟ ଟ୍ରେନ ଅଳ୍ପ ଦିନ ମଧ୍ୟରେ ଚଳାଚଳ କରିବବୋଲି ଶ୍ରୀ ବୈଷ୍ଣବ କହିଥିଲେ।

ଭୁବନେଶ୍ୱର ରେଳ ଷ୍ଟେସନର ପୁନଃବିକାଶରେ ଆଧୁନିକ ଭିତ୍ତିଭୂମି ଏବଂ ସୁବିଧା ସହିତ ଅନେକ ଯାତ୍ରୀ ପାରିସେବା ରହିବ। ପ୍ରକଳ୍ପର ନିର୍ମାଣ ଅବଧି କାର୍ଯ୍ୟ ଆରମ୍ଭରୁ ୨୪ ମାସ ରହିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ଏବଂ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ଭୁବନେଶ୍ୱର ରେଳ ଷ୍ଟେସନରେ ଯୋଗଦାନ କରିଥିଲେ।

ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳ ଷ୍ଟେସନ ଠାରେ ଆୟୋଜିତ ରେଳବାଇ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରହଲ୍ଲାଦ ଯୋଶୀ ଏବଂ ଅଶ୍ବିନୀ ବୈଷ୍ଣବଙ୍କ ଉପସ୍ଥିତିରେ ସମ୍ବଲପୁର ଏବଂ ଶାଲିମାର ମଧ୍ୟରେ ନୂତନ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରାଇଥିଲେ। ଅନୁଗୁଳ-ଢେଙ୍କାନାଳ-ଭଦ୍ରକ ମାର୍ଗଦେଇ ସମ୍ବଲପୁର-ଶାଲିମାର-ସମ୍ବଲପୁର ଏକ୍ସପ୍ରେସ ଏହି ଅଞ୍ଚଳର ଲୋକଙ୍କ ଆକାଂକ୍ଷା ପୂରଣ କରିବ ଓ ଯାତ୍ରା ସୁବିଧା ଯୋଗାଇଦେବ।

ପରେ, ଅନୁଗୁଳ ଲୋକୋ ସେଡ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ୧୪ କିଲୋମିଟର ଦୈର୍ଘ୍ୟ ନୂତନ ରେଳ ଲାଇନକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରହଲ୍ଲାଦ ଯୋଶୀ ଏବଂ ଅଶ୍ବିନୀ ବୈଷ୍ଣବ ଉଦ୍ଘାଟନ କରିଥିଲେ। ଅନୁଗୁଳ-ବଳରାମ ନୂତନ ରେଳ ଲାଇନ ମାଲ ପରିବହନ ପାଇଁ ସୁବିଧା ଯୋଗାଇବ। ଏହା ବିଶେଷ ଭାବେ ଦେଶର ବିଭିନ୍ନ କୋଣ ଅନୁକୋଣରେ ଥିବା ବିଭିନ୍ନ ଶିଳ୍ପ ଏବଂ ପାୱାର ହାଉସକୁ କୋଇଲା ଯୋଗାଇବ ଏବଂ ଦେଶ ପାଇଁ ଅତିରିକ୍ତ ରାଜସ୍ୱ ଯୋଗାଇପାରିବ।

ଓଡିଶା ବିଧାନସଭାର ଉପ ବାଚସ୍ପତି ରଜନୀ କାନ୍ତ ସିଂ, ସାଂସଦ ମହେଶ ସାହୁ, ବିଧାୟକ ବ୍ରଜ କିଶୋର ପ୍ରଧାନ, ସୁଶାନ୍ତ କୁମାର ବେହେରା ପ୍ରମୁଖ ଅନୁଗୁଳ ଠାରେ ଆୟୋଜିତ କାର୍ଯ୍ୟକ୍ରମ ମାନଙ୍କରେ ଯୋଗ ଦେଇଥିଲେ।

ଏହାପୂର୍ବରୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ଉଭୟ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ ରେଳବାଇ କାର୍ଯ୍ୟ ଦକ୍ଷତା ସମ୍ବନ୍ଧରେ କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ଭୁବନେଶ୍ୱର ଷ୍ଟେସନ ପୁନଃ ବିକାଶର ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ବର: ବହୁ ପ୍ରତିକ୍ଷିତ ଜନସାଧାରଣଙ୍କ ହୃଦୟସ୍ପର୍ଶୀ ଅତି ଗୁରୁତ୍ୱପୂର୍ଣ୍ଣ ଭୁବନେଶ୍ୱର ରେଳ ଷ୍ଟେସନ ପୁନଃ ବିକାଶ ପାଇଁ ଆସନ୍ତାକାଲି ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ଯାହାକି ବିଶ୍ୱସ୍ତରୀୟ ଢାଞ୍ଚାରେ ନିର୍ମାଣ କରାଯିବ।

ଭାରତ ବର୍ଷରେ ରେଳ ଯାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ସେବା ଯୋଗାଇଦେବା ଲକ୍ଷରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପରିକଳ୍ପନା ମଧ୍ୟରେ ଭୁବନେଶ୍ୱର ରେଳ ଷ୍ଟେସନ ପୁନଃ ବିକାଶ ସ୍ଥାନ ପାଇଛି। ଏହା ଏକ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଯାହାକୁ ମାନ୍ୟବର ମନ୍ତ୍ରୀ ଶିଘ୍ର କାର୍ଯ୍ୟ ସମ୍ପାଦନ ପାଇଁ ଗୁରୁତ୍ୱାରୋପ କରୁଛନ୍ତି। ଏହି ପ୍ରକଳ୍ପ ପାଇଁ ୩୦୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଅଛି ଯାହାକି ୨୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ।

ସେହିପରି ୧୪ କିଲୋମିଟର ଦୈର୍ଘ୍ୟ ଅନୁଗୁଳ -ବଳରାମ ନୂତନ ରେଳ ଲାଇନ ପଣ୍ୟ କାରବାର ବିଶେଷ ଭାବେ କୋଇଲା ପରିବହନ ପାଇଁ ଉପଯୋଗ ହୋଇପାରିବ ଏବଂ ଏହା ବିଭିନ୍ନ ଶିଳ୍ପ ସଂସ୍ଥା ବିଶେଷ ଭାବେ ପାୱାର ହାଉସ ମାନଙ୍କୁ ସହାୟତା ଯୋଗାଇବ। ଏହା ମଧ୍ୟ ଏହି ଅଞ୍ଚଳର ଉନ୍ନତି ସଙ୍ଗେସଙ୍ଗେ ଦେଶର ଆର୍ଥିକ ବିକାଶରେ ନୂତନ ଅଧ୍ୟାୟ ଯୋଡିବ।

ଏହା ବ୍ୟତୀତ, ବହୁ ପ୍ରତିକ୍ଷିତ ଓ ଜନସାଧାରଣଙ୍କ ପଡିରହିଥିବା ଦୀର୍ଘଦିନର ଦାବିକୁ ପୂରଣ କରିବା ପାଇଁ ବିଶେଷ ଭାବେ ରେଳ ଯାତ୍ରୀ ମାନଙ୍କ ଆକାଂକ୍ଷା ପୂରଣ ପାଇଁ ଦୁଇଟି ନୂତନ ଟ୍ରେନ ପ୍ରଚଳନ କରାଯାଉଅଛି।

ଜନସାଧାରଣଙ୍କ ଦୀର୍ଘଦିନର ଆକାଂକ୍ଷା ଥିବା ପୁରୀ-ଜଳେଶ୍ୱର-ପୁରୀ ପାସେଞ୍ଜର ଟ୍ରେନ ଏବଂ ତାଳଚେର-ଢେଙ୍କାନାଳ-ଭଦ୍ରକ ମାର୍ଗଦେଇ ସମ୍ବଲପୁର ଓ ଶାଲିମାର (କଲିକତା) ମଧ୍ୟରେ ନୂତନ ଏକ୍ସପ୍ରେସ ଟ୍ରେନକୁ ପ୍ରଚଳନ କରାଯିବ ଯାହାକି ଯାତ୍ରୀ ମାନଙ୍କର ବହୁ ଦିନର ଆକାଙ୍କ୍ଷାକୁ ପୁରଣ କରିବ। ଏହି ଅଞ୍ଚଳର ଯାତ୍ରୀମାନଙ୍କ ସୁବିଧା ତଥା ଆରାମଦାୟକ ଯାତ୍ରା ପାଇଁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନିରନ୍ତର ସେବାର ଫଳାଫଳ। ଏହାଦ୍ୱାରା ଯାତ୍ରୀମାନେ ଏଣିକି ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ଯିବାପାଇଁ ଆଉ ମାଧ୍ୟ୍ୟବର୍ତ୍ତୀ ସ୍ଥାନରୁ ଅନ୍ୟ ପରିବହନ ଉପରେ ନିର୍ଭର କରିବେ ନାହିଁ।

ଉଭୟ ନୂତନ ଟ୍ରେନ୍ ସେମାନଙ୍କର ଉଦଘାଟନୀ ଦିବସରେ ଅର୍ଥାତ୍ ୨୯ ଡିସେମ୍ବର, ୨୦୨୨ ରେ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ଚଳାଚଳ କରିବେ। ୨୦୮୩୨/୨୦୮୩୧ ସମ୍ବଲପୁର-ଶାଲିମାର-ସମ୍ବଲପୁର ଏକ୍ସପ୍ରେସ ୨୦୨୩ ଜାନୁୟାରୀ ୩ ତାରିଖରୁ ସମ୍ବଲପୁର ଠାରୁ ପ୍ରତି ରବିବାର, ମଙ୍ଗଳବାର ଓ ଗୁରୁବାର ଦିନମାନଙ୍କରେ ସନ୍ଧ୍ୟା ୭ ଘ.୧୦ ମି.ରେ ଛାଡି ଶାଲିମାରକୁ ଯାତ୍ରା କରିବାକୁ ଥିବାବେଳେ ଏହା ୨୦୨୩ ଜାନୁୟାରୀ ୪ ତାରିଖରୁ ଶାଲିମାର ଠାରୁ ପ୍ରତି ସୋମବାର, ବୁଧବାର ଓ ଶୁକ୍ରବାର ମାନଙ୍କରେ ରାତ୍ରି ୯ ଘ.୨୫ ମି.ରେ ଛାଡି ସମ୍ବଲପୁର ଅଭିମୁଖେ ଯାତ୍ରା କରିବ।

ସେହିଭଳି, ୦୮୪୧୬/୦୮୪୧୫ ପୁରୀ-ଜଳେଶ୍ୱର-ପୁରୀ ପାସେଞ୍ଜର ଟ୍ରେନ ପୁରୀରୁ ୨୦୨୨ ଡିସେମ୍ବର ୩୧ ତାରିଖ ଠାରୁ ପ୍ରତିଦିନ ଅପରାହ୍ନ ୧ ଘ.୧୫ ମି.ରେ ଛାଡି ଜଳେଶ୍ୱର ଯାତ୍ରା କରିବ ଏବଂ ୨୦୨୩ ଜାନୁୟାରୀ ପହିଲାରୁ ଜଳେଶ୍ୱର ଠାରୁ ସକାଳ ୪ ଘ. ୫୦ ମି.ରେ ଛାଡି ପୁରୀ ଫେରିବ।

Categories
ଆଞ୍ଚଳିକ

ଶହେ ବର୍ଷର ସେତୁ ଏବେ ମରଣଯନ୍ତା!, ନିର୍ମାଣ ବାବଦ ୬ କୋଟି ଗଲା କୁଆଡ଼େ?

ରଣପୁର: ସେତୁ ବ୍ରିଟିଶ ଅମଳର। ଶହେ ବର୍ଷ ହେବ ସେମିତି ଭାର ସମ୍ଭାଳି ଆସୁଛି। ବେଳକୁ ବେଳ ଭାର ବଢ଼ିଚାଲିଛି ସିନା, ସେତୁର ମରାମତି ହେଉନି। ଫଳରେ ତାହା ଏବେ ମରଣଯନ୍ତା ପାଲଟିଛି। କେତେବେଳେ ବି ବଡ଼ ଅଘଟଣ ଘଟିପାରେ। ଏ କଥା ସ୍ଥାନୀୟ ପ୍ରଶାସନ ଜାଣିଥିଲେ ସୁଦ୍ଧା ପଦକ୍ଷେପ ଶୂନ। ସେପଟେ ୬ ବର୍ଷ ହେବ ଭିତ୍ତିପ୍ରସ୍ତର ସ୍ଥାପନରେ ରହିଯାଇଛି ନୂତନ ସେତୁର ନିର୍ମାଣ କାମ।

ରଣପୁର ବ୍ଲକ ଚମ୍ପତ୍ତିପୁର ଗାଁ ଦେଇ ବହିଯାଇଛି ମଲାଗୁଣି ନଦୀ। ଆଉ ବ୍ରିଟିଶ ଅମଳରୁ ନଦୀ ଛାତିରେ ଛିଡ଼ା ହୋଇଛି ଏହି ସେତୁ। ଶହେ ବର୍ଷର ସେତୁଟିର ତଳ ଫାଟି ଆଁ କରିଛି।  ମାଙ୍କଡ଼ା ପଥରରେ ନିର୍ମିତ ପିଲାରରୁ ପଲସ୍ତରା ଛାଡ଼ି ଯାଇଛି। ସେତୁ ଉପରେ ଭାରିଯାନ ଚଢିବା ମାତ୍ରେ ତାହା ଦୋହଲୁଛି। ଏନେଇ ସ୍ଥାନୀୟ ବାସିନ୍ଦା ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ଚୁପ ବସିଛି ସ୍ଥାନୀୟ ପ୍ରଶାସନ। ତେବେ ସେତୁଟି ରଣପୁରକୁ ସିଧା ସୁନାଖଳା, ବୋଲଗଡ଼, ଟାଙ୍ଗୀ ସହ ଯୋଡୁଥିବାରୁ ପ୍ରତିଦିନ ବିପଦ ସଂକୁଳ ଅବସ୍ଥାରେ ଯାତାୟତ କରୁଛି ଶହ ଶହ ଗାଡ଼ି।

ଏ ବିପଦକୁ ସମସ୍ତେ ବୁଝୁଛନ୍ତି ଆଉ ଜାଣୁଛନ୍ତି। କିନ୍ତୁ କିଛି ବିକଳ୍ପ ବାଟ ନ ଥିବାରୁ ଲୋକେ ଭାଗ୍ୟକୁ ଆଦରି ଯା’ଆସ କରୁଛନ୍ତି। ବଡ଼ ଅଘଟଣ ଆଶଙ୍କାକୁ ବାରୁଥିବା ସତ୍ତ୍ୱେ ପ୍ରଶାସନ କି ପୂର୍ତ୍ତ ବିଭାଗ ଏହାକୁ ବିପଦ ସଂକୁଳ ଘୋଷଣା କରୁନାହାନ୍ତି। ଅନ୍ୟପକ୍ଷେ ନୂତନ ସେତୁ ପାଇଁ ୨୦୧୬ ରେ ୬ କୋଟି ମଞ୍ଜୁର ହୋଇ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ନିର୍ମାଣ କାମ ଆରମ୍ଭ ହୋଇନାହିଁ। ଜବାବ ମାଗିଲେ ବିଭାଗୀୟ ବାବୁ ମୁହଁ ଖୋଲୁନାହାନ୍ତି।  କିନ୍ତୁ ବିଭାଗୀୟ ଯନ୍ତ୍ରୀ ଦୟାନିଧି ରାୟଗୁରୁ କହିଛନ୍ତି ଯେ ଖୁବ ଶୀଘ୍ର ଟେଣ୍ଡର କରାଯାଇ ଏ ଦିଗରେ ପଦକ୍ଷେପ ନିଆଯିବ।

ଏବେ ବି ସମୟ ଅଛି। ପ୍ରଶାସନ ଚେତିଲେ ହୁଏତ ଗୁଜୁରାଟ କି କଲିକତା ଭଳି ଭୟାନକ ଅଘଟଣକୁ ଏଡାଇ ହେବ। ଆଉ ତୁରନ୍ତ ନୂତନ ସେତୁ ନିର୍ମାଣ କରି ରଣପୁର ବ୍ଲକରେ ବିକାଶର ଧାରାକୁ ପ୍ରଖର କରିହେବ।

Categories
ବିଶେଷ ଖବର

ମିଶନ୍ ମହାକାଶ ପ୍ରତିରକ୍ଷାର ଶୁଭାରମ୍ଭ: ଦିଶା ବିମାନ ବନ୍ଦରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟର ଗାନ୍ଧୀନଗରର ମହାତ୍ମା ମନ୍ଦିର କନଭେନସନ ଏବଂ ପ୍ରଦର୍ଶନୀ କେନ୍ଦ୍ରରେ ଡିଫେନ୍ସ ଏକ୍ସପୋ (ପ୍ରତିରକ୍ଷା ପ୍ରଦର୍ଶନୀ) ୨୨ ର ଉଦଘାଟନ କରିଛନ୍ତି। ଇଣ୍ଡିଆ ପାଭିଲିୟନରେ ପ୍ରଧାନମନ୍ତ୍ରୀ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ଦ୍ୱାରା ଡିଜାଇନ୍ ହୋଇଥିବା ସ୍ୱଦେଶୀ ପ୍ରଶିକ୍ଷକ ବିମାନ ଏଚଟିଟି-୪୦କୁ ଉନ୍ମୋଚନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମିଶନ୍ ମହାକାଶ ପ୍ରତିରକ୍ଷା ମଧ୍ୟ ଆରମ୍ଭ କରି ଗୁଜୁରାଟରେ ଦିଶା ବିମାନବନ୍ଦରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଉଭୟ ପ୍ରଧାନମନ୍ତ୍ରୀ ତଥା ଗୁଜୁରାଟର ପୁତ୍ର ଭାବରେ ଦକ୍ଷ ତଥା ଆତ୍ମନିର୍ଭର ଭାରତର ପ୍ରତୀକ ଏହି କାର୍ଯ୍ୟକ୍ରମରେ ପ୍ରତିନିଧିମାନଙ୍କୁ ସ୍ୱାଗତ କରିଥିଲେ।

ପ୍ରତିରକ୍ଷା ପ୍ରଦର୍ଶନୀ ୨୦୨୨ ର ସଂଗଠନ ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ନୂତନ ଭାରତ ଏବଂ ଏହାର ସାମର୍ଥ୍ୟର ଚିତ୍ର ଆଙ୍କିଛି, ଯାହାର ସଙ୍କଳ୍ପ ଅମୃତ କାଳ ସମୟରେ ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଦେଶର ବିକାଶ ସହିତ ରାଜ୍ୟଗୁଡ଼ିକର ସହଯୋଗର ମିଶ୍ରଣ ଅଟେ। ଏଥିରେ ଯୁବକମାନଙ୍କର ଶକ୍ତି ଏବଂ ସ୍ୱପ୍ନ ଅଛି, ଏଥିରେ ଯୁବପୀଢିଙ୍କ ସଂକଳ୍ପ ଏବଂ ସାମର୍ଥ୍ୟ ରହିଛି। ବିଶ୍ୱ ପାଇଁ ଆଶା ଏବଂ ବନ୍ଧୁ ଦେଶ ପାଇଁ ସୁଯୋଗ ରହିଛି ବୋଲି  ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରତିରକ୍ଷା ପ୍ରଦର୍ଶନୀର ଏହି ସଂସ୍କରଣର ସ୍ୱତନ୍ତ୍ରତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ହେଉଛି ପ୍ରଥମ ପ୍ରତିରକ୍ଷା ପ୍ରଦର୍ଶନୀ ଯେଉଁଠାରେ କେବଳ ଭାରତୀୟ କମ୍ପାନୀ ଅଂଶଗ୍ରହଣ କରୁଛନ୍ତି ଏବଂ ଏଥିରେ କେବଳ ମେଡ୍ ଇନ୍ ଇଣ୍ଡିଆ ଉପକରଣ ରହିଛି। ସେ ଘୋଷଣା କରିଛନ୍ତି ଆଇରନ୍ ମ୍ୟାନ୍ ସର୍ଦ୍ଦାର ପଟେଲଙ୍କ ଏହି ମାଟିରୁ ଆମେ ବିଶ୍ୱକୁ ଭାରତର ସାମର୍ଥ୍ୟର ଏକ ଉଦାହରଣ ସୃଷ୍ଟି କରୁଛୁ। ଏହି ପ୍ରଦର୍ଶନୀରେ ୧୩୦୦ ରୁ ଅଧିକ ସଂସ୍ଥା ଅଛନ୍ତି ଯେଉଁଥିରେ ଭାରତର ପ୍ରତିରକ୍ଷା ଶିଳ୍ପ, ଭାରତୀୟ ପ୍ରତିରକ୍ଷା ଶିଳ୍ପର ସହଯୋଗୀ ସଂସ୍ଥା, ଏମଏସଏମଇ ଏବଂ ୧୦୦ ରୁ ଅଧିକ ଷ୍ଟାର୍ଟଅପ୍ ସହିତ ଜଡିତ କେତେକ ମିଳିତ ଉଦ୍ୟୋଗ ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ଏହା ଗୋଟିଏ ଫ୍ରେମରେ ଭାରତର ସାମର୍ଥ୍ୟ ଏବଂ ସମ୍ଭାବନା ବିଷୟରେ ଝଲକ ପ୍ରଦାନ କରୁଛି। ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ପ୍ରଥମ ଥର ପାଇଁ ୪୦୦ ରୁ ଅଧିକ ରାଜିନାମା ସ୍ୱାକ୍ଷରିତ ହୋଇଛି।

ବିଭିନ୍ନ ଦେଶର ସକରାତ୍ମକ ପ୍ରତିକ୍ରିୟାକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ଯେ ଯେତେବେଳେ ଭାରତ ନିଜ ସ୍ୱପ୍ନକୁ ରୂପ ଦେଉଛି, ଆଫ୍ରିକାର ୫୩ ଟି ବନ୍ଧୁ ଦେଶ ଆମ ସହ ଚାଲୁଛନ୍ତି। ଏହି ଅବସରରେ ଦ୍ୱିତୀୟ ଭାରତ-ଆଫ୍ରିକା ପ୍ରତିରକ୍ଷା କଥାବାର୍ତ୍ତା ମଧ୍ୟ ଅନୁଷ୍ଠିତ ହେବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଭାରତ ଏବଂ ଆଫ୍ରିକା ମଧ୍ୟରେ ଏହି ସମ୍ପର୍କ ସମୟ-ପରୀକ୍ଷିତ ବିଶ୍ୱାସ ଉପରେ ଆଧାରିତ, ଯାହା ସମୟର ଗତି ସହିତ ଅଧିକ ଗଭୀର ଏବଂ ସ୍ପର୍ଶ କରୁଛି। ଆଫ୍ରିକା ଏବଂ ଗୁଜୁରାଟ ମଧ୍ୟରେ ଥିବା ପୁରୁଣା ସମ୍ପର୍କ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମନେ ପକାଇଛନ୍ତି ଯେ ଆଫ୍ରିକାର ପ୍ରଥମ ରେଳ ଲାଇନଗୁଡ଼ିକରେ କଚ୍ଛର ଲୋକ ଅଂଶଗ୍ରହଣ କରିଥିଲେ। ଆଫ୍ରିକାରେ ଦୈନନ୍ଦିନ ଜୀବନରେ ବ୍ୟବହୃତ ଅନେକ ଶବ୍ଦର ଉତ୍ପତ୍ତି ଆଫ୍ରିକାର ଗୁଜରାଟୀ ସମ୍ପ୍ରଦାୟରୁ। ମହାତ୍ମା ଗାନ୍ଧୀଙ୍କ ପରି ଜଣେ ବିଶ୍ୱସ୍ତରୀୟ ନେତା, ଯଦିଓ ଗୁଜୁରାଟ ତାଙ୍କ ଜନ୍ମସ୍ଥାନ ଥିଲା, ତେବେ ଆଫ୍ରିକା ତାଙ୍କର ପ୍ରଥମ ‘କର୍ମଭୂମି’ ଥିଲା। ଆଫ୍ରିକା ପାଇଁ ଏହି ସମ୍ପର୍କ ଭାରତର ବୈଦେଶିକ ନୀତିର କେନ୍ଦ୍ର ଅଟେ। କରୋନା ଅବଧି ସମୟରେ, ଯେତେବେଳେ ସମଗ୍ର ବିଶ୍ୱ ଟିକାକୁ ନେଇ ଚିନ୍ତିତ ଥିଲା, ବନ୍ଧୁ ରାଷ୍ଟ୍ର ଆଫ୍ରିକାକୁ ଭାରତ ଏହି ଟିକା ଅଗ୍ରାଧିକାର ଭିତ୍ତିରେ ପ୍ରଦାନ କରିଥିଲା ବୋଲି ସେ କହିଛନ୍ତି।

ଏହି ପ୍ରଦର୍ଶନୀରେ ଦ୍ୱିତୀୟ ଭାରତୀୟ ମହାସାଗରୀୟ ଅଞ୍ଚଳ+ (ଆଇଓଆର +) ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହେବ, ଯାହା ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିଭଙ୍ଗୀ ଅନୁଯାୟୀ ସମଗ୍ର ଅଞ୍ଚଳରେ ଶାନ୍ତି, ଅଭିବୃଦ୍ଧି, ସ୍ଥିରତା ଏବଂ ସମୃଦ୍ଧତା (ସାଗର) ପାଇଁ ଆଇଓଆର+ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବିସ୍ତୃତ ଆଲୋଚନା ପାଇଁ ଏକ ମଞ୍ଚ ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଆନ୍ତର୍ଜାତୀୟ ସୁରକ୍ଷା ଠାରୁ ଆରମ୍ଭ କରି ବିଶ୍ୱ ବାଣିଜ୍ୟ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସାମୁଦ୍ରିକ ସୁରକ୍ଷା ଏକ ବିଶ୍ୱ ପ୍ରାଥମିକତା ଭାବରେ ଉଭା ହୋଇଛି। ଜଗତୀକରଣ ଯୁଗରେ ମର୍ଚ୍ଚାଣ୍ଟ ନାଭିର ଭୂମିକା ମଧ୍ୟ ସମ୍ପ୍ରସାରିତ ହୋଇଛି। ବକ୍ତବ୍ୟ ଜାରି ରଖି ସେ କହିଛନ୍ତି, ଭାରତ ଠାରୁ ବିଶ୍ୱ ଅଧିକ କିଛି ଆଶା କରୁଛି ଏବଂ ମୁଁ ବିଶ୍ୱ ସମ୍ପ୍ରଦାୟକୁ ନିଶ୍ଚିତ କରୁଛି ଯେ ଭାରତ ତାହା ପୂରଣ କରିବ। ତେଣୁ ଏହି ପ୍ରତିରକ୍ଷା ପ୍ରଦର୍ଶନୀ ମଧ୍ୟ ଭାରତ ପ୍ରତି ବିଶ୍ୱସ୍ତରୀୟ ବିଶ୍ୱାସର ପ୍ରତୀକ ଅଟେ।

ବିକାଶ ଏବଂ ଶିଳ୍ପ ଦକ୍ଷତା ସମ୍ବନ୍ଧରେ ଗୁଜରାଟର ପରିଚୟକୁ ପ୍ରଧାନମନ୍ତ୍ରୀ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ଏହି ପ୍ରତିରକ୍ଷା ପ୍ରଦର୍ଶନୀ ଏହି ପରିଚୟକୁ ଏକ ନୂତନ ଉଚ୍ଚତାକୁ ନେଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଗୁଜରାଟ ଆଗାମୀ ଦିନରେ ପ୍ରତିରକ୍ଷା ଶିଳ୍ପର ଏକ ପ୍ରମୁଖ କେନ୍ଦ୍ର ଭାବରେ ଉଭା ହେବ।

ଗୁଜୁରାଟରେ ଦିଶା ବିମାନବନ୍ଦରର ଭିତ୍ତିପ୍ରସ୍ତର ସ୍ଥାପନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଗୁଆ ବାୟୁସେନା ଘାଟୀ ଦେଶର ସୁରକ୍ଷାକୁ ଅଧିକ ମଜବୁତ କରିବ। ସୀମା ନିକଟରେ ଦିଶାକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପଶ୍ଚିମ ସୀମାରେ ଥିବା କୌଣସି ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ଭାରତ ବର୍ତ୍ତମାନ ପ୍ରସ୍ତୁତ ଅଛି। ସରକାର ଆସିବା ପରେ ଆମେ ଦିଶାରେ ଏକ ଘାଟୀ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିଲୁ ଏବଂ ଆମର ସେନାବାହିନୀର ଏହି ଆଶା ଆଜି ପୂରଣ ହେଉଛି। ଏହି ଅଞ୍ଚଳ ବର୍ତ୍ତମାନ ଦେଶର ନିରାପତ୍ତାର ଏକ ପ୍ରଭାବଶାଳୀ କେନ୍ଦ୍ରରେ ପରିଣତ ହେବ ବୋଲି ଶ୍ରୀ ମୋଦୀ କହିଛନ୍ତି।

ଭବିଷ୍ୟତରେ କୌଣସି ଶକ୍ତିଶାଳୀ ରାଷ୍ଟ୍ର ପାଇଁ ସୁରକ୍ଷା କ’ଣ ତାହାର ଏକ ଉଦାହରଣ ହେଉଛି ମହାକାଶ ଜ୍ଞାନକୌଶଳ। ଏହି କ୍ଷେତ୍ରର ବିଭିନ୍ନ ଆହ୍ୱାନକୁ ତିନୋଟି ସେବା ଦ୍ୱାରା ସମୀକ୍ଷା ଏବଂ ଚିହ୍ନଟ କରାଯାଇଛି। ସେଗୁଡିକର ସମାଧାନ ପାଇଁ ଆମକୁ ଶୀଘ୍ର କାର୍ଯ୍ୟ କରିବାକୁ ପଡିବ।  ସେ କହିଛନ୍ତି, ମିଶନ୍ ମହାକାଶ ପ୍ରତିରକ୍ଷା କେବଳ ନବସୃଜନକୁ ଉତ୍ସାହିତ ଏବଂ ଆମର ଶକ୍ତିକୁ ମଜବୁତ କରିବ ନାହିଁ ବରଂ ନୂତନ ଏବଂ ଅଭିନବ ସମାଧାନ ମଧ୍ୟ ପ୍ରଦାନ କରିବ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ମହାକାଶ ପ୍ରଯୁକ୍ତିବିଦ୍ୟା ଭାରତର ଉଦାର ମହାକାଶ କୂଟନୀତିର ନୂତନ ସଂଜ୍ଞା ଗଠନ କରୁଛି ଏବଂ ନୂତନ ସମ୍ଭାବନା ସୃଷ୍ଟି କରୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନେକ ଆଫ୍ରିକୀୟ ଦେଶ ଏବଂ ଅନ୍ୟାନ୍ୟ ଛୋଟ ଦେଶ ଏଥିରୁ ଉପକୃତ ହେଉଛନ୍ତି। ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ୬୦ ରୁ ଅଧିକ ବିକାଶଶୀଳ ଦେଶ ଅଛନ୍ତି ଯେଉଁମାନଙ୍କ ସହ ଭାରତ ଏହାର ମହାକାଶ ଜ୍ଞାନକୌଶଳକୁ ସେୟାର କରୁଛି। ଦକ୍ଷିଣ ଏସିଆ ଉପଗ୍ରହ ଏହାର ଏକ ପ୍ରଭାବଶାଳୀ ଉଦାହରଣ। ଆସନ୍ତା ବର୍ଷ ସୁଦ୍ଧା ଦଶଟି ଏସିଆନ ଦେଶ ମଧ୍ୟ ଭାରତର ଉପଗ୍ରହ ତଥ୍ୟକୁ ବ୍ୟବହାର କରିବେ। ୟୁରୋପ ଏବଂ ଆମେରିକା ଭଳି ବିକଶିତ ଦେଶ ମଧ୍ୟ ଆମର ଉପଗ୍ରହ ତଥ୍ୟ ବ୍ୟବହାର କରୁଛନ୍ତି ବୋଲି ସେ କହିଛନ୍ତି।

ପ୍ରତିରକ୍ଷା କ୍ଷେତ୍ର ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଉଦ୍ଦେଶ୍ୟ, ଉଦ୍ଭାବନ ଏବଂ କାର୍ଯ୍ୟକାରିତାର ମନ୍ତ୍ର ସହିତ ନୂତନ ଭାରତ ଆଗକୁ ବଢୁଛି। ୮ ବର୍ଷ ପୂର୍ବେ ଭାରତ ବିଶ୍ୱର ସର୍ବବୃହତ ପ୍ରତିରକ୍ଷା ଆମଦାନୀକାରୀ ଭାବରେ ମାନ୍ୟତା ପାଇଥିଲା।  କିନ୍ତୁ ନୂଆ ଭାରତ ଉଦ୍ଦେଶ୍ୟ ଦେଖାଇଲା, ଇଚ୍ଛାଶକ୍ତି ଦେଖାଇଲା ଏବଂ ‘ମେକ୍ ଇନ୍ ଇଣ୍ଡିଆ’ ଆଜି ପ୍ରତିରକ୍ଷା କ୍ଷେତ୍ରରେ ଏକ ସଫଳ କାହାଣୀ ପାଲଟିଛି। ଆମର ପ୍ରତିରକ୍ଷା ରପ୍ତାନି ଗତ ୫ ବର୍ଷରେ ୮ ଗୁଣ ବୃଦ୍ଧି ପାଇଛି। ଆମେ ବିଶ୍ୱର ୭୫ ରୁ ଅଧିକ ଦେଶକୁ ପ୍ରତିରକ୍ଷା ସାମଗ୍ରୀ ଏବଂ ଉପକରଣ ରପ୍ତାନି କରୁଛୁ। ୨୦୨୧-୨୨ ମସିହାରେ ଭାରତରୁ ପ୍ରତିରକ୍ଷା ରପ୍ତାନି ୧.୫୯ ବିଲିୟନ ଡଲାର ଅର୍ଥାତ ପ୍ରାୟ ୧୩ ହଜାର କୋଟି ଟଙ୍କାରେ ପହଞ୍ଚିଛି। ଏବଂ ଆଗାମୀ ସମୟରେ ଆମେ ୫ ବିଲିୟନ ଡ଼ଲାର ଅର୍ଥାତ ୪୦ ହଜାର କୋଟି ଟଙ୍କାରେ ପହଞ୍ଚବାକୁ ଲକ୍ଷ୍ୟ ରଖିଛୁ ବୋଲି ସେ କହିଛନ୍ତି।

ବିଶ୍ୱ ଆଜି ଭାରତର ଜ୍ଞାନକୌଶଳ ଉପରେ ର୍ନିଭର କରୁଛି କାରଣ ଭାରତୀୟ ସୈନ୍ୟବାହିନୀ ସେମାନଙ୍କର ସାମର୍ଥ୍ୟ ପ୍ରମାଣ କରିଛନ୍ତି। ଭାରତୀୟ ନୌସେନା ଏହାର ନୌଭେଳାରେ ଆଇଏନଏସ୍‍-ବିକ୍ରାନ୍ତ ପରି ସ୍ୱଦେଶୀ ଅତ୍ୟାଧୁନିକ ବିମାନ ପରିବହନକାରୀ ଜାହାଜକୁ ଅନ୍ତର୍ଭୁକ୍ତ କରିଛି। ଏହା ସ୍ୱଦେଶୀ ଜ୍ଞାନକୌଶଳରେ କୋଚିନ୍‍ ସିପ୍‍ୟାର୍ଡ ଲିମିଟେଡ ଦ୍ୱାରା ନିର୍ମାଣ କରାଯାଇଛି। ସେ କହିଛନ୍ତି ଯେ ଭାରତୀୟ ବାୟୁସେନା ଦ୍ୱାରା ପ୍ରସ୍ତୁତ ‘ମେଡ୍‍ ଇନ୍ ଇଣ୍ଡିଆ’ ପଦକ୍ଷେପ ଅନୁଯାୟୀ ବିକଶିତ ହୋଇଥିବା ‘ପ୍ରଚଣ୍ଡ’ ହାଲୁକା ଲଢୁଆ ହେଲିକପ୍ଟରଗୁଡ଼ିକ ଭାରତର ପ୍ରତିରକ୍ଷା କ୍ଷମତାର ଏକ ସ୍ପଷ୍ଟ ଉଦାହରଣ।

ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ଆତ୍ମର୍ନିଭରଶୀଳ କରିବା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସୈନ୍ୟବାହିନୀ ମଧ୍ୟ ଉପକରଣର ଦୁଇଟି ତାଲିକା ଚୂଡାନ୍ତ କରିଛନ୍ତି ଯାହା କେବଳ ଦେଶ ମଧ୍ୟରେ କ୍ରୟ କରାଯିବ। ଏହିପରି ୧୦୧ ଟି ସାମଗ୍ରୀର ତାଲିକା ଆଜି ପ୍ରକାଶ ପାଇଛି। ଏହି ନିଷ୍ପତ୍ତିଗୁଡ଼ିକ ଏକ ଆତ୍ମର୍ନିଭରଶୀଳ ଭାରତର ସମ୍ଭାବନାକୁ ମଧ୍ୟ ଦର୍ଶାଏ। ଏହି ତାଲିକା ପରେ ପ୍ରତିରକ୍ଷା କ୍ଷେତ୍ରର ୪୧୧ ଟି ଉପକରଣ ଏବଂ ଯନ୍ତ୍ରପାତି ରହିବ, ଯାହା କେବଳ ମେକ୍ ଇନ୍ ଇଣ୍ଡିଆ ଅଧୀନରେ କିଣାଯିବ। ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଏତେ ବଡ଼ ବଜେଟ୍ ଭାରତୀୟ କମ୍ପାନୀର ଭିତ୍ତିଭୂମିକୁ ମଜବୁତ କରିବ ଏବଂ ସେମାନଙ୍କୁ ନୂତନ ଉଚ୍ଚତାକୁ ନେଇଯିବ। ଏଥିସହ ସେ କହିଛନ୍ତି ଯେ ଦେଶର ଯୁବକମାନେ ଏଥିରୁ ଅଧିକ ଲାଭବାନ ହେବେ।

ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ପ୍ରତିରକ୍ଷା ଯୋଗାଣ କ୍ଷେତ୍ରରେ କିଛି କମ୍ପାନୀ ସୃଷ୍ଟି କରିଥିବା ଏକଚାଟିଆ ବ୍ୟବସ୍ଥାକୁ ବଦଳାଇବା ପାଇଁ ର୍ନିଭରଯୋଗ୍ୟ ବିକଳ୍ପଗୁଡ଼ିକ ବର୍ତ୍ତମାନ ବୃଦ୍ଧି ପାଉଛି। ପ୍ରତିରକ୍ଷା ଶିଳ୍ପରେ ଏହି ଏକଚାଟିଆତାକୁ ଭାଙ୍ଗିବା ପାଇଁ ଭାରତର ଯୁବକମାନେ ଶକ୍ତି ପ୍ରଦର୍ଶନ କରିଛନ୍ତି ଏବଂ ଆମର ଯୁବପୀଢିଙ୍କ ଏହି ପ୍ରୟାସ ବିଶ୍ୱର ମଙ୍ଗଳ ପାଇଁ ବୋଲି ଶ୍ରୀ ମୋଦୀ କହିଛନ୍ତି। ସେ ଦର୍ଶାଇଛନ୍ତି ଯେ ସମ୍ବଳ ଅଭାବରୁ ନିଜ ସୁରକ୍ଷା କ୍ଷେତ୍ରରେ ପଛରେ ରହିଯାଇଥିବା ବିଶ୍ୱର ଛୋଟ ଦେଶମାନେ ଏଥିରୁ ବହୁତ ଲାଭ ପାଇବେ।

ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ଭାରତ ପ୍ରତିରକ୍ଷା କ୍ଷେତ୍ରକୁ ସୁଯୋଗର ଅସୀମ ଆକାଶ ଭାବରେ ଦେଖୁଛି। ପ୍ରତିରକ୍ଷା କ୍ଷେତ୍ରରେ ପୁଞ୍ଜି ବିନିଯୋଗର ସୁଯୋଗ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଉତ୍ତରପ୍ରଦେଶ ଏବଂ ତାମିଲନାଡୁରେ ଭାରତ ଦୁଇଟି ପ୍ରତିରକ୍ଷା କରିଡର ର୍ନିମାଣ କରୁଛି ଏବଂ ବିଶ୍ୱର ବହୁ ବଡ କମ୍ପାନୀ ଭାରତରେ ନିବେଶ କରିବାକୁ ଆସୁଛନ୍ତି। ସେ ମଧ୍ୟ ଏହି କ୍ଷେତ୍ରରେ ଏମଏସଏମଇର ଶକ୍ତି ଉପରେ ଆଲୋକପାତ କରି ସୂଚନା ଦେଇଛନ୍ତି ଯେ ଏହି ପୁଞ୍ଜି ବିନିଯୋଗ ପଛରେ ଏକ ବୃହତ ଯୋଗାଣ ନେଟୱାର୍କ ସୃଷ୍ଟି କରୁଥିବାବେଳେ ଏହି ବଡ କମ୍ପାନୀଗୁଡିକ ଆମର ଏମଏସଏମଇ ଦ୍ୱାରା ସମର୍ଥନ ପାଇବେ।  ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି କ୍ଷେତ୍ରରେ ଏହି ପରିମାଣର ପୁଞ୍ଜି ବିନିଯୋଗ ସେହି ଅଞ୍ଚଳର ଯୁବକମାନଙ୍କ ପାଇଁ ଏକ ବଡ଼ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଯାହା ପୂର୍ବରୁ ମଧ୍ୟ ଚିନ୍ତା କରାଯାଇ ନଥିଲା।

ପ୍ରତିରକ୍ଷା ପ୍ରଦର୍ଶନୀରେ ଉପସ୍ଥିତ ଥିବା ସମସ୍ତ କମ୍ପାନୀକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି ଏବଂ ଭବିଷ୍ୟତର ଭାରତକୁ କେନ୍ଦ୍ରରେ ରଖିବା ପାଇଁ ଏହି ସୁଯୋଗଗୁଡିକୁ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ତୁମେ ଅଭିନବ କର, ଦୁନିଆର ଶ୍ରେଷ୍ଠ ହେବାକୁ ପ୍ରତିଜ୍ଞା କର ଏବଂ ଏକ ଶକ୍ତିଶାଳୀ ବିକଶିତ ଭାରତର ସ୍ୱପ୍ନକୁ ସାକାର କର। ତୁମେ ମୋତେ ସର୍ବଦା ସେଠାରେ ସମର୍ଥନ କରୁଥିବା ଦେଖିବାକୁ ପାଇବ କହି ସେ ତାଙ୍କର ଅଭିଭାଷଣ ଶେଷ କରିଥିଲେ।

ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ, ଗୁଜୁରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଚିଫ୍‍ ଡିଫେନ୍ସ ଷ୍ଟାଫ୍‍ ଜେନେରାଲ ଅନିଲ ଚୌହାନ, ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ, ବାୟୁସେନା ମୁଖ୍ୟ,ଏୟାର ମାର୍ଶାଲ ଭି ଆର ଚୌଧୁରୀ, ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ଏବଂ ଭାରତ ସରକାରଙ୍କ ପ୍ରତିରକ୍ଷା ସଚିବ ଡକ୍ଟର ଅଜୟ କୁମାର ପ୍ରମୁଖ ଅନ୍ୟମାନଙ୍କ ଗହଣରେ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା ପ୍ରଦର୍ଶନୀ ୨୨ ର ଉଦଘାଟନ କରିଥିଲେ, ‘ପ୍ୟାଥ ଟୁ ପ୍ରାଇଡ୍‍’ ବିଷୟବସ୍ତୁ ଅଧୀନରେ ଆୟୋଜିତ ହୋଇଥିବା ଏହି ପ୍ରଦର୍ଶନୀ ଆଜି ପର୍ଯ୍ୟନ୍ତ ଆୟୋଜିତ ଭାରତୀୟ ପ୍ରତିରକ୍ଷା ପ୍ରଦର୍ଶନୀ ମଧ୍ୟରେ ସର୍ବ ବୃହତ ଅଂଶଗ୍ରହଣର ସାକ୍ଷୀ ଅଟେ। ପ୍ରଥମ ଥର ପାଇଁ ଏହା ଏକ ପ୍ରତିରକ୍ଷା ପ୍ରଦର୍ଶନର ସାକ୍ଷୀ ହୋଇଛି ଯାହା ବିଦେଶୀ ଓଇଏମ୍‍ଏସ୍‍ର ଭାରତୀୟ ସହାୟକ କମ୍ପାନୀ, ଭାରତରେ ପଞ୍ଜୀକୃତ କମ୍ପାନୀ ଡିଭିଜନ୍‌, ଏକ ଭାରତୀୟ କମ୍ପାନୀ ସହିତ ଯୌଥ ଉଦ୍ୟୋଗ ପ୍ରଦର୍ଶନୀ ସହିତ ଭାରତୀୟ କମ୍ପାନୀଗୁଡିକ ପାଇଁ ସ୍ୱତନ୍ତ୍ର ଭାବରେ ଆୟୋଜିତ ହେଉଛି। ଏହି କାର୍ଯ୍ୟକ୍ରମରେ ଭାରତୀୟ ପ୍ରତିରକ୍ଷା ଉତ୍ପାଦନ କ୍ଷମତାର ବିସ୍ତାର ପରିସର ଏବଂ ପ୍ରଦର୍ଶିତ ହେଉଛି। ଏହି ପ୍ରଦର୍ଶନୀରେ ଏକ ଇଣ୍ଡିଆ ପାଭିଲିୟନ୍ ଏବଂ ଦଶଟି ରାଜ୍ୟ ପ୍ୟାଭିଲିୟନ୍ ରହିଛି। ଇଣ୍ଡିଆ ପାଭିଲିୟନରେ ପ୍ରଧାନମନ୍ତ୍ରୀ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (ହାଲ୍‍) ଦ୍ୱାରା ପରିକଳ୍ପିତ ସ୍ୱଦେଶୀ ପ୍ରଶିକ୍ଷକ ବିମାନ ଏଚଟିଟି-୪୦ ର ଉନ୍ମୋଚନ କରିଛନ୍ତି। ଏହି ବିମାନରେ ଆଧୁନିକ ସମସାମୟିକ ପ୍ରଣାଳୀ ରହିଛି ଏବଂ ପାଇଲଟ୍‌-ଅନୁକୂଳ ବୈଶିଷ୍ଟ୍ୟ ସହିତ ଡିଜାଇନ୍ କରାଯାଇଛି।

ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ମିଶନ୍ ମହାକାଶ ପ୍ରତିରକ୍ଷା ମଧ୍ୟ ଆରମ୍ଭ କରିଛନ୍ତି – ଶିଳ୍ପ ଷ୍ଟାର୍ଟଅପ୍ ମାଧ୍ୟମରେ ସ୍ପେସ୍ ଡୋମେନରେ ପ୍ରତିରକ୍ଷା ବାହିନୀ ପାଇଁ ଅଭିନବ ସମାଧାନର ବିକାଶ ପାଇଁ। ପ୍ରଧାନମନ୍ତ୍ରୀ ମଧ୍ୟ ଗୁଜୁରାଟର ଦିଶା ବମାନବନ୍ଦରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଆଗୁଆ ବାୟସେନା ଘାଟୀ ଦେଶର ସୁରକ୍ଷାକୁ ନୂତନ ସ୍ଥାପତ୍ୟ ପ୍ରଦାନ କରିବ।

ଏହି ପ୍ରଦର୍ଶନୀରେ ‘ଭାରତ-ଆଫ୍ରିକା: ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗକୁ ଏକତ୍ର କରିବା ପାଇଁ ରଣନୀତି ଗ୍ରହଣ’ ବିଷୟବସ୍ତୁ ଅଧୀନରେ ଦ୍ୱିତୀୟ ଭାରତ-ଆଫ୍ରିକା ପ୍ରତିରକ୍ଷା ଆଲୋଚନାର ସାକ୍ଷୀ ରହିବ। ଏହି ପ୍ରଦର୍ଶନୀରେ ଦ୍ୱିତୀୟ ଭାରତ ମହାସାଗରୀୟ ଅଞ୍ଚଳ+ (ଆଇଓଆର +) ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହେବ, ଯାହା ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିଭଙ୍ଗୀ ଅନୁଯାୟୀ ଶାନ୍ତି, ଅଭିବୃଦ୍ଧି, ସ୍ଥିରତା ଏବଂ ସମୃଦ୍ଧତା (ସାଗର) ବୃଦ୍ଧି ପାଇଁ ଆଇଓଆର + ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବିସ୍ତୃତ କଥାବାର୍ତ୍ତା ଲାଗି ଏକ ମଞ୍ଚଞ୍ଚ ପ୍ରଦାନ କରିବ। ପ୍ରଦର୍ଶନୀ ସମୟରେ ପ୍ରତିରକ୍ଷା ପାଇଁ ପ୍ରଥମ ଥର ସକାଶେ ନିବେଶକଙ୍କ ବୈଠକ ଅନୁଷ୍ଠିତ ହେବ। ଏହା ମଧ୍ୟ ଶହେରୁ ଅଧିକ ଷ୍ଟାର୍ଟଅପ୍ ମନ୍ଥନ ୨୦୨୨ ରେ ସେମାନଙ୍କର ଅଭିନବ ପ୍ରଦର୍ଶନ, ପ୍ରତିରକ୍ଷା ଉଦ୍ଭାବନ, ଇଭେଣ୍ଟ ଅଫ୍‍ ଆଇଇଡିଏକ୍ସ (ଇନୋଭେସନ୍ସ ଫର ଡିଫେନ୍ସ ଏକ୍ସଲେନ୍ସ) ରେ ସେମାନଙ୍କର ପ୍ରଦର୍ଶନ କରିବାର ସୁଯୋଗ ପାଇବେ। କାର୍ଯ୍ୟକ୍ରମ ‘ବନ୍ଧନ’ ମାଧ୍ୟମରେ ଏହା ୪୫୧ ଭାଗିଦାରୀ / ଶୁଭାରମ୍ଭର ସଙ୍କଳ୍ପ ମଧ୍ୟ ଦେଖିବ।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗାନ୍ଧିନଗର ଗିଫ୍ଟସିଟିରେ ଆଇଏଫ୍‌ଏସ୍‌ସିଏ ସଦର କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗାନ୍ଧିନଗର ସ୍ଥିତ ଗିଫ୍ଟସିଟିରେ ଇଣ୍ଟର ନେଶନାଲ ଫାଇନାନ୍ସିଆଲ ସର୍ଭିସ ସେଣ୍ଟର ଅଥରିଟି (ଆଇଏଫ୍‌ଏସ୍‌ସିଏ) ସଦର କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ସେ ମଧ୍ୟ ଗିଫ୍ଟ-ଆଇଏଫ୍‌ଏସ୍‌ସିରେ ଭାରତ ପ୍ରଥମ ଆନ୍ତର୍ଜାତିକ ବୁଲିୟନ ଏକ୍ସଚେଞ୍ଜ (ଆଇଆଇବିଏକ୍ସ)ର ଶୁଭାରମ୍ଭ କରିଛନ୍ତି। ଏହାଛଡା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମଧ୍ୟ ନେଶନାଲ ଷ୍ଟକ ଏକ୍ସଚେଞ୍ଚର ଆଇଏଫ୍‌ଏସ୍‌ସି ଏସ୍‌ଜିଏକ୍ସ କନେକ୍ଟର ଶୁଭାରମ୍ଭ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ଓ ଅନ୍ୟାନ୍ୟ କେନ୍ଦ୍ର ଓ ରାଜ୍ୟମନ୍ତ୍ରୀ, କୂଟନୀତିଜ୍ଞ, ବିଶିଷ୍ଟ ବ୍ୟବସାୟୀ ଓ ଉଦ୍ୟୋଗଜଗତର ନେତାଗଣ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ ଯେ  ଆଜିର ଦିନଟି ଭାରତର କ୍ରମବର୍ଦ୍ଧିଷ୍ଣୁ ଅର୍ଥନୀତି ଓ ଟେକ୍‌ନୋଲୋଜି ଶକ୍ତି ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ। ଭାରତ ଉପରେ ବିଶ୍ୱର ବିଶ୍ୱାସ ବୃଦ୍ଧିକୁ ଏହା ପ୍ରମାଣିତ କରୁଛି। ଆଜି ଗିଫ୍ଟ ସିଟିରେ ଆଇଏଫ୍‌ଏସ୍‌ସିଏର ସଦର କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଛି। ଏହି ଭବନ ଦେଖିବାକୁ ଯେପିର ଅତି ପ୍ରକାଣ୍ଡ ଓ କମନୀୟ ହେବ, ଭାରତକୁ ବିଶ୍ୱର ଏକ ପ୍ରମୁଖ ଆର୍ଥିକ ଶକ୍ତିରେ ପରିଣତ କରିବାରେ ସେପରି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ମୋର ଆଶା। ଏହି ସଂଗଠନ ଇନୋଭେସନକୁ ପ୍ରୋତ୍ସାହିତ କରି ଅଭିବୃଦ୍ଧିର ବାହକ ହେବ। ଆଜି ଯେଉଁ ପ୍ରତିଷ୍ଠାନ ଓ ଫ୍ଲାଟଫର୍ମ ସବୁ ଉଦ୍‌ଘାଟିତ ହୋଇଛି ତାହା ୧୩୦କୋଟି ଭାରତୀୟଙ୍କୁ ଆଧୁନିକ ବିଶ୍ୱ ଅର୍ଥନୀତି ସହ ସଂଯୁକ୍ତ କରିବ। ଏବେ ବିଶ୍ୱ ଅର୍ଥନୀତିକୁ ଦିଗ୍‌ଦର୍ଶନ କରୁଥିବା ଆମେରିକା, ବ୍ରିଟେନ ଓ ସିଙ୍ଗାପରୁ ଭଳି ରାଷ୍ଟ୍ରଙ୍କ ଗହଣରେ ସାମିଲ ହେବାକୁ ଭାରତ ଆରମ୍ଭ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଗିଫ୍ଟସିଟି ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା କେବଳ ବେପାର ବଣିକ ପାଇଁ ଉଦ୍ଦିଷ୍ଟ ନୁହେଁ। ମୂଳରୁ ଏହା ସହିତ ଦେଶର ସାଧାରଣ ଜନତାଙ୍କ ଆଶା ଆକାଂକ୍ଷା ପୂରଣ କରିବାର ଲକ୍ଷ୍ୟ ନିହିତ। ଭାରତର ଭବିଷ୍ୟତର ଲକ୍ଷ୍ୟ ଗିଫ୍ଟି ସିଟି ସହିତ ସମ୍ପୃକ୍ତ ଏବଂ ଭାରତର ସ୍ୱର୍ଣ୍ଣିମ ଅତୀତର ସ୍ୱପ୍ନ ମଧ୍ୟ ଏହା ସହ ଜଡିତ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୦୮ରେ ସମଗ୍ର ବିଶ୍ୱ ଯେତେବେଳେ ଗୁରୁତର ଆର୍ଥିକ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇଥିଲା ସେତେବେଳେ ଭାରତରେ ନୀତିଗତ ପକ୍ଷାଘାତର ସ୍ଥିତି ଦେଖାଦେଇଥିଲା। ମାତ୍ର ସେହି ସମୟରେ ଗୁଜରାଟ ନୂଆ ପଦକ୍ଷେପ ମାନ ଗ୍ରହଣ କରିଥିଲା। ଫିନ୍‌ଟେକ କ୍ଷେତ୍ରରେ ନୂଆ ପ୍ରୟାସ  ବଡ ପରିବର୍ତ୍ତନ ଆଣିବାରେ ସଫଳ ହୋଇଥିଲା। ସେହି ବିଚାର ଓ ପ୍ରୟାସ ସଫଳ ହୋଇ ଆଜି ଏହି ସ୍ଥିତିରେ ପହଞ୍ଚିଥିବାରୁ ମୁଁ ଆନନ୍ଦିତ।

ସେ ଆହୁରି କହିଥିଲେ ଯେ ଗିଫ୍ଟସିଟି ଏବେ ବାଣିଜ୍ୟ ଓ ଟେକ୍‌ନୋଲୋଜିର ଏକ ସଫଳ ହକ୍ ଭାବେ ନିଜର ସ୍ଥିତି ଜାହିର କରିଛି। ଏଥିରେ ଉଭୟ ଧନ ଓ ଜ୍ଞାନର ଉପାସନା କରାଯାଉଛି। ଏହା ବୈଶ୍ୱିକ ସେବା ଯୋଗାଣ କ୍ଷେତ୍ରରେ ଭାରତକୁ ଅଗ୍ରଗାମୀ କରାଇବା ନିଶ୍ଚିତ ଆନନ୍ଦର ବିଷୟ। ଏଠାରେ ବିଶ୍ୱର ଶ୍ରେଷ୍ଠ ପ୍ରତିଭା ଓ ମସ୍ତିଷ୍କ ମାନ ନିୟୋଜିତ ଏବଂ ସେମାନେ ନିଜର ଜ୍ଞାନର ଉପଯୋଗ କରି ଧନ ଅର୍ଜନ କରୁଛନ୍ତି। ଅର୍ଥ ଓ ବ୍ୟବସାୟ କ୍ଷେତ୍ରର ଭାରତର ଶ୍ରେଷ୍ଠତାର ପୂର୍ବ ଗୌରବ ଫେରାଇ ଆଣିବାରେ ଗିଫ୍ଟସିଟି ଏକ ମାଧ୍ୟମ ପାଲଟିଛି। ସମୃଦ୍ଧ ଫିନ୍‌ଟେକ୍ କ୍ଷେତ୍ର କେବଳ ବେପାର ବଣିକକୁ ସୁଗମ କରିବାକୁ ଉଦ୍ଦିଷ୍ଟ ନୁହେଁ, ଏହା ମଧ୍ୟ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ପେସାଦାରମାନଙ୍କୁ ଉତ୍ତମ ଜୀବନ ଓ ନୂଆ ସୁଯୋଗ ଯୋଗାଇ ଦେବାକୁ ଅଭିପ୍ରେତ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୁଗ ବଦଳିବା ସହିତ ଭାରତ ବଦଳୁଛି ଏବଂ ନୂଆ ଭାରତ ବେପାର ବଣିଜ, ଅର୍ଥ, ଟେକ୍‌ନୋଲୋଜି କ୍ଷେତ୍ରରେ ସମଗ୍ର ବିଶ୍ୱ ସହିତ ଦ୍ରୁତଗତିରେ ଯୋଡି ହେଉଛି। ବିଶ୍ୱ ବଜାର ସହିତ ସମନ୍ୱିତ ହେବା ଉପରେ ଏବେ ଆମେ ବିଶେଷ ଗୁରୁତ୍ୱ ଦେଉଛୁ ଏବଂ ଏହା ଆମର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟସୂଚୀ। ଆମେ ମଧ୍ୟ ଏବେ ବିଶ୍ୱବଜାର ଓ ଆନ୍ତର୍ଜାତିକ ଯୋଗାଣ ଶୃଙ୍ଖଳା ସହିତ ଦ୍ରୁତଗତିରେ ଯୋଡି ହେବାରେ ଲାଗିଛୁ। ଭାରତୀୟ ଆନ୍ତର୍ଜାତିକ ସୁବିଧା ସୁଯୋଗ ସହିତ ସଂଯୋଜିତ ହେବାରେ ଗିଫ୍ଟସିଟି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରବେଶ ଦ୍ୱାରା ପାଲଟିଛି। ସମଗ୍ର ବିଶ୍ୱ ସହିତ ଆମେ ସଂଯୋଜିତ ହୋଇପାରୁଛୁ।

ସେ କହିଛନ୍ତି ଯେ ଭାରତ ଏବେ ବିଶ୍ୱର ଏକ ଅନ୍ୟତମ ବୃହତ୍ ଅର୍ଥନୀତି। ଆଗକୁ ଆମ ଅର୍ଥନୀତିର ଆକାର ଆହୁରି ବଡ ହେବ। ସେଥି ପାଇଁ ଆମକୁ ଏବେଠାରୁ ପ୍ରସ୍ତୁତ ହେବାକୁ  ପଡିବ। ଏଥିପାଇଁ ନୂଆ ଅନୁଷ୍ଠାନ, ପ୍ରତିଷ୍ଠାନ ମାନ ଆମର ଲୋଡା; ଯାହା ଆମର ବର୍ତ୍ତମାନର ଆବଶ୍ୟକତା ପୂରଣ କରିବା ସହିତ ବିଶ୍ୱ ଅର୍ଥନୈତିକ ଚାହିଦାକୁ ପୂରଣ କରିବାରେ ସମର୍ଥ ହୋଇପାରିବ। ଇଣ୍ଡିଆ ଇଣ୍ଟର ନ୍ୟାସନାଲ ବୁଲିୟନ ଏକ୍ସଚେଞ୍ଚ-ଆଇଆଇବିଏକ୍ସ ଏ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଏହି ଅବସରରେ ସେ ଭାରତୀୟ ମହିଳା ଆର୍ଥିକ ସଶକ୍ତିକରଣରେ ସୁନାର ଗୁରୁତ୍ୱ ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ପରିଚୟ କେବଳ ଏକ ବଡ ବଜାରରେ ସୀମିତ ହୋଇ ରହିବା ଅନୁଚିତ। ଏହା ବଜାର ନିର୍ମାଣ ବା ମାର୍କେଟ ନିର୍ମାତା ହେବା ଆବଶ୍ୟକ। ଗୋଟିଏ ପଟରେ ଆମେ ସ୍ଥାନୀୟ କଲ୍ୟାଣ ପାଇଁ ବୈଶ୍ୱିକ ପୁଞ୍ଜି ଆଣୁଥିବାବେଳେ ଅନ୍ୟପକ୍ଷରେ ଆମେ ବିଶ୍ୱ କଲ୍ୟାଣ ପାଇଁ ସ୍ଥାନୀୟ ଉତ୍ପାଦକତାକୁ ବିନିଯୋଗ କରୁଛୁ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆହୁରି କହିଥିଲେ, ବିଶ୍ୱର ଅର୍ଥନୀତିକ ସଙ୍କଟ ଓ ଯୋଗାଣ ଶୃଙ୍ଖଳା ବିଘ୍ନିତ ହେବା ସମୟରେ ଭାରତ ସାରା ପୃଥିବୀକୁ ଉଚ୍ଚ ମାନର ସାମଗ୍ରୀ ଓ ସେବା ଯୋଗାଇ ଦେବାରେ ସଫଳ ହୋଇଥିଲା। ଏକବିଂଶ ଶତାବ୍ଦୀ ଅର୍ଥ ଓ ଟେକ୍‌ନୋଲୋଜିର ଯୁଗ। ଏହି ଦୁଇ କ୍ଷେତ୍ର ମଧ୍ୟରେ ଅଧିକ ସମନ୍ୱୟର ଆବଶ୍ୟକତା ରହିଛି। ଟେକ୍‌ନୋଲୋଜି, ବିଜ୍ଞାନ ଓ ସଫ୍ଟଓୟାର  କ୍ଷେତ୍ରରେ ଭାରତର ଉଭୟ ଅଗ୍ରଣୀ ଓ ଅଭିଜ୍ଞ। ତେଣୁ ଏହି ଶକ୍ତି ଓ ସାମର୍ଥ୍ୟର ଶ୍ରେଷ୍ଠ ଉପଯୋଗ ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଆଶାବ୍ୟକ୍ତ କରିଛନ୍ତି ଯେ ଗିଫ୍ଟ – ଆଇଏଫ୍‌ଏସ୍‌ସି ଫିନ୍‌ଟେକ କ୍ଷେତ୍ରରେ ବୈଶ୍ୱିକ ପ୍ରୟୋଗଶାଳାରେ ପରିଣତ ହେବ ଏବଂ ଇନେଭେସନ କ୍ଷେତ୍ରରେ ନୂଆ କୀର୍ତ୍ତିମାନ ସୃଷ୍ଟି କରିବ। ବିଶ୍ୱର ଅର୍ଥ ଓ ବାଣିଜ୍ୟ ବ୍ୟବସ୍ଥାରେ ନୂଆ ମାନ ଓ ନିୟାମକ ସ୍ଥାପନ କରି ଆଇଏଫ୍‌ଏମ୍‌ସିଏ ବିଶ୍ୱର ମନ ପସନ୍ଦରେ ଆବ୍ରି୍ରଟେସନ କେନ୍ଦ୍ର ଭାବେ ପ୍ରତିଷ୍ଠା ଲାଭ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶା ପୋଷଣ କରିଛନ୍ତି। ସେ କହିଛନ୍ତି ଯେ ଦୁବାଇ ଓ ସିଙ୍ଗାପୁର ଭଳି ଦେଶଠୁ ଏ କ୍ଷେତ୍ରରେ ଭାରତକୁ ଆଗେଇ ନେବାକୁ ଲକ୍ଷ୍ୟ ରଖିବାକୁ ହେବ।

ଦେଶର ଅର୍ଥନୈତିକ ବିକାଶ କ୍ଷେତ୍ରରେ ଘରୋଇ ଉଦ୍ୟୋଗର ଭୂମିକାକୁ ସେ ପ୍ରଶଂସା କରିବା ସହିତ ଏ କ୍ଷେତ୍ରରେ ଅଧିକ ସହଯୋଗ କାମନା କରିଛନ୍ତି।

Categories
ବିଶେଷ ଖବର

ଦେଓଘରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ଦେଓଘର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଓଘର ଠାରେ ୧୬,୮୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଝାଡଖଣ୍ଡର ରାଜ୍ୟପାଳ ରମେଶ ବୈସ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାଜ୍ୟର ମନ୍ତ୍ରୀ ଏବଂ ଜନ ପ୍ରତିନିଧୀମାନେ ଉପସ୍ଥିତ ଥିଲେ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବାବା ବୈଦ୍ୟନାଥଙ୍କ ଆଶୀର୍ବାଦରେ ଆଜି ୧୬,୦୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହା ଝାଡଖଣ୍ଡର ଆଧୁନିକ ଯୋଗାଯୋଗ, ଶକ୍ତି, ସ୍ୱାସ୍ଥ୍ୟ, ବିଶ୍ୱାସ ଏବଂ ପର୍ଯ୍ୟଟନକୁ ସୁଦୃଢ଼ କରିବ।

ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ଗତ ୮ ବର୍ଷ ଧରି ରାଜ୍ୟଗୁଡ଼ିକର ବିକାଶ ଦ୍ୱାରା ଦେଶର ବିକାଶର ଚିନ୍ତାଧାରା ସହିତ ଦେଶ କାର୍ଯ୍ୟ କରୁଛି। ଗତ ୮ ବର୍ଷ ମଧ୍ୟରେ, ରାଜପଥ, ରେଳପଥ, ବାୟୁପଥ, ଜଳପଥ ଦ୍ୱାରା ଝାଡଖଣ୍ଡକୁ ସଂଯୋଗ କରିବାର ପ୍ରୟାସ ଚାଲୁରହିଛି। ଏହି ସମସ୍ତ ସୁବିଧା ରାଜ୍ୟର ଆର୍ଥିକ ବିକାଶ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଝାଡଖଣ୍ଡ ଦ୍ୱିତୀୟ ବିମାନବନ୍ଦର ପାଇଛି। ଏହା ବାବା ବୈଦ୍ୟନାଥଙ୍କ ଭକ୍ତମାନଙ୍କ ପାଇଁ ଅତ୍ୟଧିକ ସହଜ ହେବ। ଉଡାନ ଯୋଜନା ମାଧ୍ୟମରେ ସାଧାରଣ ଲୋକଙ୍କ ପାଇଁ ବିମାନ ଯାତ୍ରାକୁ ସୁଲଭ କରିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଆଜି ସରକାରଙ୍କ ଉଦ୍ୟମର ଲାଭ ସାରା ଦେଶରେ ଦେଖାଯାଉଛି। ଉଡାନ ଯୋଜନା ଅନ୍ତର୍ଗତ ଗତ ୫-୬ ବର୍ଷ ମଧ୍ୟରେ ବିମାନବନ୍ଦର, ହେଲିପୋର୍ଟ ଏବଂ ୱାଟର ଏରୋଡ୍ରୋମ ମାଧ୍ୟମରେ ପ୍ରାୟ ୭୦ ଟି ନୂତନ ସ୍ଥାନ ସଂଯୋଗ କରାଯାଇଛି। ଆଜି ସାଧାରଣ ନାଗରିକମାନେ ୪୦୦ ରୁ ଅଧିକ ନୂତନ ରୁଟରେ ବିମାନ ଯାତ୍ରା ସୁବିଧା ପାଇଛନ୍ତି। ୧ କୋଟିରୁ ଅଧିକ ଲୋକ ପ୍ରଥମ ଥର ପାଇଁ ବହୁତ ସୁଲଭ ଦରରେ ବିମାନ ଯାତ୍ରାର ଅନୁଭବ କରିଛନ୍ତି। ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ଯେ ଦେଓଘରରୁ କୋଲକାତା ଅଭିମୁଖେ ଯାତ୍ରା ଆଜି ଆରମ୍ଭ ହୋଇଛି ଏବଂ ରାଞ୍ଚି, ଦିଲ୍ଲୀ ଏବଂ ପାଟନା ପାଇଁ ବିମାନ ଖୁବ ଶୀଘ୍ର ଆରମ୍ଭ ହେବ। ବୋକାରୋ ଏବଂ ଡୁମକା ବିମାନବନ୍ଦର ପାଇଁ କାମ ଚାଲିଛି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯୋଗାଯୋଗ ସହିତ କେନ୍ଦ୍ର ସରକାର ମଧ୍ୟ ଦେଶରେ ବିଶ୍ୱାସ ଏବଂ ଆଧ୍ୟାତ୍ମିକତା ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସୁବିଧା ସୃଷ୍ଟି ଉପରେ ଧ୍ୟାନ ଦେଉଛନ୍ତି। ପ୍ରସାଦ ଯୋଜନା ଅନ୍ତର୍ଗତ ବାବା ବୈଦ୍ୟନାଥ ଧାମରେ ଆଧୁନିକ ସୁବିଧା ମଧ୍ୟ ବିସ୍ତାର କରାଯାଇଛି। ଯେତେବେଳେ ଏକ ସାମଗ୍ରିକ ଆଭିମୁଖ୍ୟ ନେଇ ପ୍ରକଳ୍ପଗୁଡିକୁ କାର୍ଯ୍ୟକାରୀ କରାଯାଏ, ସମାଜର ବିଭିନ୍ନ ବର୍ଗ ପାଇଁ ଆୟର ନୂତନ ଉପାୟ ଆସେ ଏବଂ ନୂତନ ସୁବିଧା, ନୂତନ ସୁଯୋଗ ସୃଷ୍ଟି ହୁଏ।

ପ୍ରଧାନମନ୍ତ୍ରୀ ମଧ୍ୟ ଝାଡଖଣ୍ଡ ରାଜ୍ୟ ପାଇଁ ଗ୍ୟାସ ଭିତ୍ତିକ ଅର୍ଥନୀତି ଲାଗି ଦେଶର ପ୍ରୟାସ ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନା ପୁରୁଣା ଚିତ୍ରକୁ ବଦଳାଉଛି। ସେ କହିଛନ୍ତି, ଅଭାବକୁ ସୁଯୋଗରେ ପରିଣତ କରିବା ପାଇଁ ଆମେ ଅନେକ ଐତିହାସିକ ନିଷ୍ପତ୍ତି ନେଉଛୁ। ଗେଲ୍‍ ର ଜଗଦୀଶପୁର-ହଳଦିଆ-ବୋକାରୋ-ଧାମରା ପାଇପଲାଇନର ବୋକାରୋ- ଅନୁଗୁଳ ସେକ୍ସନ ଝାଡଖଣ୍ଡ ଏବଂ ଓଡିଶାର ୧୧ ଟି ଜିଲ୍ଲାରେ ସହରାଞ୍ଚଳ ଗ୍ୟାସ ବିତରଣ ନେଟୱାର୍କକୁ ବିସ୍ତାର କରିବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ ମନ୍ତ୍ର ଅନୁସରଣ କରୁଛୁ। ଭିତ୍ତିଭୂମିରେ ବିନିଯୋଗ କରି ବିକାଶ, ନିଯୁକ୍ତି-ଆତ୍ମ-ରୋଜଗାରର ନୂତନ ଉପାୟ ଆବିଷ୍କୃତ ହେଉଛି। ବିକାଶର ଆକାଂକ୍ଷା ଉପରେ ଆମେ ଗୁରୁତ୍ୱ ଦେଇଛୁ, ଆଙ୍କାକ୍ଷୀ ଜିଲ୍ଲା ଉପରେ ଧ୍ୟାନ ଦେଇ ସେ କହିଛନ୍ତି, ଝାଡ଼ଖଣ୍ଡ ପାଇଁ ଏହି ପଦକ୍ଷେପଗୁଡ଼ିକର ଲାଭ ଉପରେ ଆଲୋକପାତ କରି ସେ କହିଛନ୍ତି। ସେ କହିଛନ୍ତି ଯେ ସ୍ୱାଧୀନତାର ଏତେ ଦିନ ପରେ ବିଦ୍ୟୁତକରଣ ହୋଇଥିବା ୧୮,୦୦୦ ଗାଁ ମଧ୍ୟରୁ ଅଧିକାଂଶ ଅପହଞ୍ଚ ତଥା ଦୁର୍ଗମ ଅଞ୍ଚଳରେ ଅଛି। ଟ୍ୟାପ୍ ଜଳ, ସଡକ ଏବଂ ଗ୍ୟାସ୍ ସଂଯୋଗ ଆଣିବା ପାଇଁ ସରକାର ଗତ ୮ ବର୍ଷ ମଧ୍ୟରେ ମିଶନ୍ ମୋଡରେ କାର୍ଯ୍ୟ କରିଛନ୍ତି ବୋଲି ସେ କହିଛନ୍ତି।

ବଡ ସହର ବାହାରେ ଆଧୁନିକ ସୁବିଧା ବିସ୍ତାର ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ପ୍ରକଳ୍ପଗୁଡ଼ିକ ହେଉଛି ପ୍ରମାଣ ଯେ ଯେତେବେଳେ ସାଧାରଣ ନାଗରିକଙ୍କ ଜୀବନରେ ସହଜତା ପାଇଁ ପଦକ୍ଷେପ ନିଆଯାଏ, ସେତେବେଳେ ଜାତୀୟ ସମ୍ପତ୍ତି ସୃଷ୍ଟି ହୁଏ ଏବଂ ଜାତୀୟ ବିକାଶର ନୂତନ ସୁଯୋଗ ସୃଷ୍ଟି ହୁଏ। ସେ କହିଛନ୍ତି ଯେ ଏହା ହେଉଛି ସଠିକ୍ ବିକାଶ ଏବଂ ଆମକୁ ଏହି ବିକାଶକୁ ତ୍ୱରାନ୍ୱିତ କରିବାକୁ ପଡିବ।

ଦେଓଘରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ

ଦେଶର ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଗନ୍ତବ୍ୟସ୍ଥଳ ବାବା ବୈଦ୍ୟନାଥ ଧାମକୁ ସିଧାସଳଖ ସଂଯୋଗ ଯୋଗାଇବା ପାଇଁ ଏକ ପ୍ରମୁଖ ପଦକ୍ଷେପ ଭାବରେ ପ୍ରଧାନମନ୍ତ୍ରୀ ଦେଓଘର ବିମାନବନ୍ଦରର ଉଦଘାଟନ କରିଛନ୍ତି। ଏହା ଆନୁମାନିକ ପ୍ରାୟ ୪୦୦ କୋଟି ଟଙ୍କା ମୂଲ୍ୟରେ ର୍ନିମାଣ କରାଯାଇଛି। ବିମାନବନ୍ଦରର ଟର୍ମିନାଲ୍ ସୌଧ ବାର୍ଷିକ ପାଞ୍ଚ ଲକ୍ଷରୁ ଅଧିକ ଯାତ୍ରୀଙ୍କୁ ପରିଚାଳନା କରିବା ପାଇଁ ପ୍ରସ୍ତୁତ।

ଦେଓଘରରେ ଥିବା ଏମସ୍‍ ସମଗ୍ର ଅଞ୍ଚଳର ସ୍ୱାସ୍ଥ୍ୟସେବା ପାଇଁ ଏକ ଉତ୍ସାହ। ଏମ୍‍ସ ଦେଓଘରରେ ସେବାଗୁଡିକ ଅଧିକ ବୃଦ୍ଧି ପାଇବ କାରଣ ପ୍ରଧାନମନ୍ତ୍ରୀ ଆନ୍ତଃ ରୋଗୀ ବିଭାଗ (ଆଇପିଡି) ଏବଂ ଦେଓଘରର ଏମ୍‍ସ ଠାରେ ଅପରେସନ୍ ଥିଏଟର ସେବା ଦେଶକୁ ଉତ୍ସର୍ଗ କରିଛନ୍ତି। ଦେଶର ସମସ୍ତ ଅଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟସେବା ସୁବିଧାର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଭିଜନ ଅନୁଯାୟୀ ଏହା ହେଉଛି। ପ୍ରଧାନମନ୍ତ୍ରୀ ୨୫ ମାର୍ଚ୍ଚ, ୨୦୧୮ରେ ଏମସ ଦେଓଘରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ସମଗ୍ର ଦେଶରେ ଧାର୍ମିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ବିକାଶ ତଥା ପର୍ଯ୍ୟଟକଙ୍କ ପାଇଁ ସୁବିଧା ସୁଦୃଢ କରିବା ପାଇଁ ପ୍ରତିବଦ୍ଧତା ଅନୁଯାୟୀ ଦେଓଘର ବୈଦ୍ୟନାଥ ଧାମର ବିକାଶ, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ଅଧିନରେ ପ୍ରସାଦ ଯୋଜନାରେ ହୋଇଥିବା ପ୍ରକଳ୍ପ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ କରାଯାଇଛି। ଏହି ପ୍ରକଳ୍ପଗୁଡିକରେ ୨୦୦୦ ତୀର୍ଥଯାତ୍ରୀଙ୍କ କ୍ଷମତା ବିଶିଷ୍ଟ ଦୁଇଟି ବୃହତ ତୀର୍ଥଯାତ୍ରା ସ୍ଥଳୀର ବିକାଶ ଅନ୍ତର୍ଭୁକ୍ତ; ଜଲସର ହ୍ରଦ ସମ୍ମୁଖ ବିକାଶ; ଅନ୍ୟମାନଙ୍କ ମଧ୍ୟରେ ଶିବଗଙ୍ଗା ପୋଖରୀ ବିକାଶ ଆଦି ରହିଛି। ଏହି ନୂତନ ସୁବିଧା ବାବା ବୈଦ୍ୟନାଥ ଧାମ ପରିଦର୍ଶନ କରୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ପର୍ଯ୍ୟଟନ ଅଭିଜ୍ଞତାକୁ ଆହୁରି ସମୃଦ୍ଧ କରିବ।

ପ୍ରଧାନମନ୍ତ୍ରୀ ୧୦,୦୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ସଡକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଉଦଘାଟିତ ହୋଇଥିବା ପ୍ରକଳ୍ପଗୁଡିକରେ ଗୋରହରରୁ ବରୱାଡା ସେକ୍ସନ ଏନଏଚ୍‍-୨ ର ୬ ଲେନ୍ ଅନ୍ତର୍ଭୁକ୍ତ; ଅନ୍ୟମାନଙ୍କ ମଧ୍ୟରେ ଏନଏଚ୍‍-୩୨ ର ପଶ୍ଚିମବଙ୍ଗ ସୀମା ପର୍ଯ୍ୟନ୍ତ ରାଜଗଞ୍ଜ-ଚାସ୍ ସମ୍ପ୍ରସରଣ ଆଦି ରହିଛି।  ପ୍ରମୁଖ ପ୍ରକଳ୍ପ ଯାହାର ଭିତ୍ତିପ୍ରସ୍ତର ସ୍ଥାପନ ହେବ, ଏନଏଚ୍‍-୮୦ ର ର୍ମିଜାଚୌକି- ଫରାକ୍କା ସେକ୍ସନର ଚାରି ଲେନ୍ ଅନ୍ତର୍ଭୁକ୍ତ; ହରିହରଗଞ୍ଜରୁ ପରୱା ପର୍ଯ୍ୟନ୍ତ ଏନଏଚ୍‍-୯୮; ଏନଏଚ୍‍-୨୩ ର ପାଲମାରୁ ଗୁମଲା ସେକ୍ସନକୁ ଚାରି ଲେନ୍‌; ଅନ୍ୟମାନଙ୍କ ମଧ୍ୟରେ ଐନଏଚ୍‍-୭୫ ର କୁଚେରୀ ଚୌକ ରୁ ପିସ୍କା ପର୍ଯ୍ୟନ୍ତ ଉଚ୍ଚତର କରିଡର ଆଦି ଅର୍ନ୍ତଭକ୍ତୁ। ଏହି ପ୍ରକଳ୍ପଗୁଡିକ ସ୍ଥାନୀୟ ଅଞ୍ଚଳରେ ଯୋଗାଯୋଗକୁ ଅଧିକ ବୃଦ୍ଧି କରିବ ଏବଂ ସାଧାରଣ ଲୋକଙ୍କ ପାଇଁ ଚଳପ୍ରଚଳ ସୁନିଶ୍ଚିତ କରିବ।

ପ୍ରଧାନମନ୍ତ୍ରୀ ଏହି ଅଞ୍ଚଳ ପାଇଁ ପ୍ରାୟ ୩୦୦୦ କୋଟି ଟଙ୍କାର ବିଭିନ୍ନ ଶକ୍ତି ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଉଦଘାଟିତ ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ଗେଲ୍‍ର ଜଗଦୀଶପୁର-ହଳଦିଆ-ବୋକାରୋ-ଧାମରା ପାଇପଲାଇନର ବୋକରୋ-ଅନୁଗୁଳ ସେକ୍ସନ ଅନ୍ତର୍ଭୁକ୍ତ; ବିପିସିଏଲ୍ ର ବରାହି, ହଜାରିବାଗ ଏବଂ ବୋକାରୋ ଏଲପିଜି ବଟଲିଂ ପ୍ଲାଣ୍ଟ, ଏଚ୍‍ପିସିଏଲ୍‍ର ନୂତନ ଏଲପିଜି ବଟଲିଂ ପ୍ଲାଣ୍ଟ। ଝରିଆ ବ୍ଲକର ପର୍ବତପୁର ଗ୍ୟାସ ସଂଗ୍ରହ ଷ୍ଟେସନ, ଓଏନଜିସିର କୋଇଲା ବେଡ ମିଥେନ (ସିବିଏମ) ଆଦିର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି।

ପ୍ରଧାନମନ୍ତ୍ରୀ ଦୁଇଟି ରେଳ ପ୍ରକଳ୍ପ ଗୋଡା-ହଂସଡିହା ବିଦ୍ୟୁତ ସେକ୍ସନ ଏବଂ ଗରୱା-ମହୁରିଆ ଦୁଇ ଲାଇନ୍‍ ପ୍ରକଳ୍ପକୁ ଦେଶପାଇଁ ଉତ୍ସର୍ଗ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଶିଳ୍ପ ଏବଂ ଶକ୍ତି ପ୍ରକଳ୍ପ ପାଇଁ ସାମଗ୍ରୀର ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ କରିବାରେ ସାହାଯ୍ୟ କରିବ। ଡୁମକା ଠାରୁ ଆସାନସୋଲ ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳର ସହଜତା ମଧ୍ୟ ନିଶ୍ଚିତ କରିବ।  ତିନୋଟି ରେଳ ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ମଧ୍ୟ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ରାଞ୍ଚି ରେଳ ଷ୍ଟେସନର ପୁନଃବିକାଶ; ଜସିଡିହ ବାଇପାସ୍ ଲାଇନ୍ ଏବଂ ଗୋଡା ଠାରେ ଏଲଏଚ୍‍ବି କୋଚ୍ ରକ୍ଷଣାବେକ୍ଷଣ ଡିପୋ। ପ୍ରସ୍ତାବିତ ପୁନଃ ବିକଶିତ ରାଞ୍ଚି ଷ୍ଟେସନରେ ଖାଦ୍ୟ ସୁବିଧା, ଯାତ୍ରୀମାନଙ୍କ ଆରାମ ତଥା ଖାଦ୍ୟ ସୁବିଧା, ଫୁଡ୍ କୋର୍ଟ, ଏକଜିକ୍ୟୁଟିଭ୍ ଲାଉଞ୍ଜ, କାଫେଟେରିଆ, ଶୀତତାପ ନିୟନ୍ତ୍ରିତ ପ୍ରତୀକ୍ଷା ଗୃହ ଇତ୍ୟାଦି ସହିତ ବିଶ୍ୱ ସ୍ତରୀୟ ଯାତ୍ରୀ ସୁବିଧା ରହିବ।

Categories
ଆଜିର ଖବର ରାଜ୍ୟ ଖବର

ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍ ଡୋର ଷ୍ଟାଡିୟମ୍ ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ବର: ଆଜି ସକାଳ ୧୧ ଘଟିକା ସମୟରେ ଭୁବନେଶ୍ୱର ମଧ୍ୟମ ନିର୍ବାଚନ ମଣ୍ଡଳୀର ଲକ୍ଷ୍ମୀସାଗର ହାଇ ସ୍କୁଲ ପଡିଆରେ ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରଦତ୍ତ ୧୩ କୋଟି ବ୍ୟୟ ଅଟକଳ ମୂଲ୍ୟରେ ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍ ଡୋର ଷ୍ଟାଡିୟମ୍ ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ମନ୍ତ୍ରୀ କ୍ରୀଡା ଓ ଯୁବ ବ୍ୟାପାର, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ତୁଷାରକାନ୍ତି ବେହେରା ଏବଂ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏହାର ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଛି।

ଏହି କାର୍ଯ୍ୟକ୍ରମରେ ସଂଗ୍ରାମଜିତ୍ ନାୟକ, ନିର୍ଦ୍ଦେଶକ ସହରାଞ୍ଚଳ ତଥା ନିର୍ଦ୍ଦେଶକ ପୌର ପ୍ରଶାସନ, ପୂର୍ବତନ କର୍ପୋରେଟର ରାଜଲକ୍ଷ୍ମୀ ନାୟକ, ଭୁବନେଶ୍ୱର ମଧ୍ୟ ବିଜୁ ଯୁବ ଜନତା ଦଳ ଯୁବ ସଭାପତି ଭରତ ଲେଙ୍କା, ଦୀପକ ପରିଡା, ଶାଶ୍ଵତୀ ଲେଙ୍କା, ଧେଡ଼ ଲେଙ୍କା, ବିଜୟ କେତନ ସାହୁ, କିଶୋର ନାୟକ,ମଧ୍ୟମ ନିର୍ବାଚନ ମଣ୍ଡଳୀର ସମସ୍ତ ପୂର୍ବତନ କର୍ପୋରେଟର, ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ, ଶିକ୍ଷକ, ଛାତ୍ର ଛାତ୍ରୀ,ଗ୍ରାମର ବରିଷ୍ଠ ନାଗରିକ,ମହିଳା, ଯୁବକ, ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ।

ଲକ୍ଷ୍ମୀସାଗର ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟକୁ ଅଞ୍ଚଳର ଅଧିବାସୀ ବୃନ୍ଦ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ହୃଦୟରୁ ଅଶେଷ ଅଶେଷ ଧନ୍ୟବାଦ୍ ଜ୍ଞାପନ କରିଥିଲେ। ଏହି ଅବସରରେ ମଧ୍ୟମ ନିର୍ବାଚନ ମଣ୍ଡଳୀର ରାଜ୍ୟ ତଥା ଜାତୀୟ ସ୍ତରର କୃତୀ କ୍ରୀଡାବିତ୍ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Categories
ଜାତୀୟ ଖବର ବିଶେଷ ଖବର

ଉତ୍ତରପ୍ରଦେଶର ମିରଟରେ ମେଜର ଧ୍ୟାନଚାନ୍ଦ କ୍ରୀଡା ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ମିରଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ମିରଟଠାରେ ମେଜର ଧ୍ୟାନଚାନ୍ଦ କ୍ରୀଡା ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରାୟ ସାତଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି କ୍ରୀଡା ବିଶ୍ୱବିଦ୍ୟାଳୟରେ ଅତ୍ୟାଧୁନିକ କ୍ରୀଡା ଭିତ୍ତିଭୂମି ସହ ସିନ୍ଥେଟିକ୍ ହକି ଟ୍ରାକ, ଫୁଟବଲ, ବାସ୍କେଟବଲ, ଭଲିବଲ୍, ହ୍ୟାଣ୍ଡବଲ, କବାଡି ପଡିଆ, ଲନ୍ ଟେନିସ କୋର୍ଟ, ଜିମ୍ନାସିୟମ, ସିନ୍ଥେଟିକ ଦୌଡ ଷ୍ଟାଡିୟମ, ସନ୍ତରଣଗାର, ବହୁମୁଖୀ ପ୍ରେକ୍ଷାଳୟ ରହିଛି। ଏହାଛଡା ଏହି ବିଶ୍ୱବିଦ୍ୟାଳୟରେ ବନ୍ଧୁକଚାଳନା, ସ୍କ୍ୱାଶ୍, ଜିମ୍ନାଷ୍ଟିକ, ଭାରୋତ୍ତୋଳନ, ତୀରନ୍ଦାଜୀ, ଖୋଲା ଓ ପାଲଟଣା ଡଙ୍ଗା ଚାଳନା ଓ ଅନ୍ୟାନ୍ୟ ସୁବିଧାମାନ ରହିବ। ଏହି ବିଶ୍ୱବିଦ୍ୟାଳୟରେ ୫୪୦ଲେଖାଏଁ ପୁରୁଷ ଓ ମହିଳା କ୍ରୀଡାବିତ୍ ଏହିପରି ୧୦୮୦ଜଣଙ୍କୁ ତାଲିମ ଦେବାର ସାମର୍ଥ୍ୟ ରହିଛି।

ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ସ୍ୱାଧୀନ ଭାରତକୁ ଏକ ନୂତନ ଦିଗଦର୍ଶନ ଦେବାରେ ମିରଟ ଓ ଏହାର ଆଖାପାଖ ଅଞ୍ଚଳର ଏକ ବିଶେଷ ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅଞ୍ଚଳର ଅନେକ ଲୋକ ଦେଶର ସୁରକ୍ଷା ଦିଗରେ ପ୍ରାଣ ବଳୀ ଦେଇଥିବାବେଳେ ଖେଳପଡିଆରେ ଅନେକ ସେମାନଙ୍କ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରିଛନ୍ତି। ଏହି ଅଞ୍ଚଳର ଜନସାଧାରଣ ଦେଶପ୍ରେମର ବହ୍ନି ଉଦ୍ଜୀବିତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

“ଭାରତୀୟ ଇତିହାସରେ ମିରଟ କେବଳ ଏକ ସହର ହୋଇ ରହିନାହିଁ। ଏହା ସଂସ୍କୃୃତି ଓ ଶକ୍ତିର ଏକ କେନ୍ଦ୍ରଭାବେ ଉଭା ହୋଇଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସ୍ୱାଧୀନତା ସଂଗ୍ରହାଳୟ, ଅମର ଯବାନ ଜ୍ୟୋତି ଓ ବାବା ଅଘରନାଥ ଜୀଙ୍କ ମନ୍ଦିର ବିଷୟ ଖୁବ୍ ଉଲ୍ଲସିତ ହୋଇ ବର୍ଣ୍ଣନା କରିଥିଲେ।

ପ୍ରଧାନମନ୍ତ୍ରୀ ମିରଟ୍ରେ ଖୁବ୍ ସକ୍ରିୟ ଥିବା ମେଜର ଧ୍ୟାନଚାନ୍ଦଙ୍କ ସ୍ମୃତିଚାରଣ କରିଥିଲେ। ଅଳ୍ପ କେଇ ମାସ ପୂର୍ବରୁ କେନ୍ଦ୍ର ସରକାର ଦେଶର ସର୍ବବୃହତ କ୍ରୀଡା ସମ୍ମାନକୁ ଏହି ମହାନ କ୍ରୀଡା ପ୍ରତିଭାଙ୍କ ନାମରେ ନାମିତ କରିଛନ୍ତି। ମିରଟର କ୍ରୀଡା ବିଶ୍ୱବିଦ୍ୟାଳୟକୁ ଆଜି ମେଜର ଧ୍ୟାନଚାନ୍ଦଙ୍କ ନାମରେ ନାମିତ କରାଗଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଉତ୍ତରପ୍ରଦେଶରେ ଆଗରୁ ମାଫିଆ ଓ ଅପରାଧୀମାନେ ସେମାନଙ୍କ ଖେଳ ଖେଳୁଥିଲେ ଓ ତାହା ଆଜି ବଦଳି ଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଦିନଥିଲା ଯେତେବେଳେ ବେଆଇନ ଅଧିଗ୍ରହଣ, ଝିଅମାନଙ୍କ ଉତ୍ପୀଡନ ଖୁଲମଖୁଲା ଚାଲିଥିଲା। ସେ ଅତୀତରେ ଆଇନ ଶାସନହୀନତା ଓ ଅସୁରକ୍ଷିତ ଅବସ୍ଥା ବିଷୟରେ ଲୋକଙ୍କୁ ସ୍ମରଣ କରାଇଦେଇଥିଲେ। ବର୍ତ୍ତମାନ ଯୋଗୀ ସରକାର ଅପରାଧୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଥିବାରୁ ତାହାର ପ୍ରଶଂସା କରିଥିଲେ। ଏହି ପରିବର୍ତ୍ତନ ଝିଅମାନଙ୍କ ମନରେ ଆତ୍ମବିଶ୍ୱାସ ସଂଚାର କରିବା ସହ ସମଗ୍ର ଦେଶରେ ପ୍ରଶଂସା ଆଣିଦେଇଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୁବଶକ୍ତି ହେଉଛି ନବଭାରତର ଭିତ୍ତିପ୍ରସ୍ତର ଓ ସମ୍ପ୍ରସାରଣର ଉତ୍ସ ସଦୃଶ। ଯୁବଶକ୍ତି ଦେଶ ଗଠନ ଓ ନେତୃତ୍ୱର ଆଧାର। ଆମ ଯୁବଶକ୍ତିର ଉଭୟ ପାରମ୍ପରିକ ଓ ଆଧୁନିକତାରା ଜ୍ଞାନ ରହିଛି। ଯୁବଶକ୍ତି ଆଗେଇଲେ ଦେଶ ମଧ୍ୟ ଆଗେଇବ। ଭାରତ ଯେଉଁଆଡେ ଯିବ ବିଶ୍ୱ ମଧ୍ୟ ସେହିଆଡେ ଅଗ୍ରସର ହେବ।

ପ୍ରଧାନମନ୍ତ୍ରୀ ଭାରତୀୟ ଖେଳାଳୀମାନକୁ ଦେଇଥିବା ଚାରିଟି ବିଷୟ ଉପରେ ଆଲୋକପାତ କରିଥିଲେ। ସେଗୁଡିକ ହେଲା ସମ୍ବଳ, ତାଲିମ ପାଇଁ ଆଧୁନିକ ସୁବିଧା ସୁଯୋଗ, ଆର୍ନ୍ତଜାତିକ କ୍ରୀଡା କ୍ଷେତ୍ରରେ ଅଂଶଗ୍ରହଣ ଓ ଶିକ୍ଷା ଏବଂ ବଛାବଛିରେ ସ୍ୱଚ୍ଛତା। ଦେଶର କ୍ରୀଡାକୁ ବଂଚାଇ ରଖିବାକୁ ହେଲେ ଯୁବଶକ୍ତିର କ୍ରୀଡା ଉପରେ ଆସ୍ଥା ଓ କ୍ରୀଡାକୁ ପେଶାଭାବେ ଗ୍ରହଣ କରିବାର ଇଚ୍ଛା ରହିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। “ଏହା ମୋର ସଂକଳ୍ପ ଓ ସ୍ୱପ୍ନ ମଧ୍ୟ। ମୁଁ ଚାହେଁ ଆମର ଯୁବକଯୁବତୀମାନେ କ୍ରୀଡାକୁ ଅନ୍ୟାନ୍ୟ ବୃତ୍ତି ଭଳି ଗ୍ରହଣ କରନ୍ତୁ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର କ୍ରୀଡାକୁ କର୍ମନିଯୁକ୍ତି ସହ ସଂଯୋଗ କରିଛନ୍ତି। ଟାର୍ଗେଟ ଅଲିମ୍ପିକକ୍ସ ପୋଡିୟମ(ଟପ୍ସ) ଭଳି ଯୋଜନା୍ ଉଚ୍ଚମାନର କ୍ରୀଡାବିତମାନଙ୍କୁ ସର୍ବୋଚ୍ଚସ୍ତରରେ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବା ପାଇଁ ସୁଯୋଗ ଦେଉଛି। ଖେଲୋଇଣ୍ଡିଆ ଅଭିଯାନ ଖୁବ୍ କମ୍ ସମୟରୁ କ୍ରୀଡା ପ୍ରତିଭା ଚିହ୍ନଟ କରି ସେମାନଙ୍କୁ ଆନ୍ତର୍ଜାତିକ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତ କରୁଛି। ନିକଟରେ ଅଲିମ୍ପିକ୍ସ ଓ ପାରା ଅଲିମ୍ପକ୍ସରେ ନବଭାରତର କ୍ରୀଡା ନୈପୁଣ୍ୟ ଏହାର ପ୍ରମାଣ ଦେଉଛି। ଗ୍ରାମାଂଚଳ ଓ ଛୋଟ ଛୋଟ ସହରରେ କ୍ରୀଡା ଭିତ୍ତିଭୂମି ଉପଲବ୍ଧ କରାଯିବା ଦ୍ୱାରା ଏହିସବୁ ସହରରୁ କ୍ରୀଡାବିତ୍ଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି।

ନୂତନ ଜାତୀୟ ଶିକ୍ଷାନୀତିରେ କ୍ରୀଡାକୁ ଅଗ୍ରାଧିକାର ଦିଆଯାଇଥିବା ପ୍ରଧାନମନ୍ତ୍ରୀ କହିଥିଲେ। କ୍ରୀଡାକୁ ବିଜ୍ଞାନ, କଳା ଓ ଅନ୍ୟାନ୍ୟ ପାଠ୍ୟବିଷୟ ଶ୍ରେଣୀରେ ରଖାଯାଇଛି। ଆଗରୁ କ୍ରୀଡା ପାଠ ବର୍ହିଭୂତ କାର୍ଯ୍ୟକଳାପ ପରିସରଭୁକ୍ତ ଥିବାବେଳେ ଏବେ ଏହା ବିଦ୍ୟାଳୟ ପାଠକ୍ରମରେ ରହିଛି । ଖେଳ, ଖେଳ ପରିଚାଳନା, ଖେଳ ସମ୍ପର୍କୀତ ଲେଖାଲେଖି, କ୍ରୀଡା ମନସ୍ତତ୍ୱ,କ୍ରୀଡା ବାତାରବଣରେ ନୂତନ ସମ୍ଭାବନା ସୃଷ୍ଟି କରିଛି। ଏହାଫଳରେ ସମାଜ କ୍ରୀଡା ପ୍ରତି ଆସ୍ଥାଭାଜନ ହେବା ସହ କ୍ରୀଡା ଠିକ୍ ବାଟରେ ଯାଉଛି। ସମ୍ପଦ ଓ କ୍ରୀଡା ସଂସ୍କୃତି ସହ କ୍ରୀଡା ବିକଶିତ ହେବା ଦ୍ୱାରା କ୍ରୀଡା ବିଶ୍ୱବିଦ୍ୟାଳୟ ଏ ଦିଗରେ ଏକ ବଡ ଭୂମିକା ଗ୍ରହଣ କରିବ। ମିରଟର କ୍ରୀଡା ସଂସ୍କୃତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ନଗରୀ ଶହେଟି ଦେଶକୁ କ୍ରୀଡା ସାମଗ୍ରୀ ରପ୍ତାନୀ କରୁଛି। ଏଥିସହ ମିରଟ କେବଳ ଭୋକାଲ ଫର ଲୋକାଲ ନୁହଁ , ବରଂ ଲୋକାଲରୁ ଗ୍ଲୋବାଲ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଡବଲ ଇଞ୍ଜିନ ସରକାର ଉତ୍ତରପ୍ରଦେଶରେ ଅନେକ ବିଶ୍ୱବିଦ୍ୟାଳୟ ସ୍ଥାପନ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଗୋରଖପୁରରେ ମହାଯୋଗୀ ଗୁରୁ ଗୋରଖନାଥ ଆୟୁଷ ବିଶ୍ୱବିଦ୍ୟାଳୟ, ପ୍ର୍ରୟାଗରରାଜରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଆଇନ ବିଶ୍ୱବିଦ୍ୟାଳୟ, ଲକ୍ଷ୍ନୌରେ ଷ୍ଟେଟ ଇନ୍ଷ୍ଟିଚ୍ୟୁଟ ଅଫ ଫରେନସିକ୍ ସାଇନ୍ସ, ଆଲିଗଡରେ ରାଜା ମହେନ୍ଦ୍ର ପ୍ରତାପ ସିଂ ରାଜ୍ୟ ବିଶ୍ୱ ବିଦ୍ୟାଳୟ, ଶାହାରାନପୁରରେ ମା ଶାକମ୍ବରୀ ବିଶ୍ୱବିଦ୍ୟାଳୟ ଏବଂ ମିରଟରେ ମେଜର ଧ୍ୟାନଚାନ୍ଦ କ୍ରୀଡା ବିଶ୍ୱବିଦ୍ୟାଳୟ ଇତ୍ୟାଦି। ଆମର ଲକ୍ଷ୍ୟ ହେଉଛି ଖୁବ୍ ପରିଷ୍କାର । ଯୁବ ସମାଜ ନିଜେ କେବଳ ରୋଲ ମଡେଲ ହେବେ ନାହିଁ ବରଂ ସେମାନେ ରୋଡ ମଡେଲଙ୍କୁ ମଧ୍ୟ ସ୍ୱୀକୃତୀ ଦେବେ’ ବୋଲି କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାମୀତ୍ୱ ଯୋଜନାରେ ୨୩ଲକ୍ଷରୁ ଅଧିକ ପଟ୍ଟା ୭୫ଟି ଜିଲ୍ଲାରେ ପ୍ରଦାନ କରାଯାଇଛି। ପିଏମ୍ ସମ୍ମାନନିଧି ଯୋଜନାରେ ଚାଷୀମାନେ କୋଟି କୋଟି ଟଙ୍କା ସେମାନଙ୍କ ଖାତାରେ ପାଉଛନ୍ତି। ଆଖୁଚାଷୀମାନଙ୍କୁ ରେକର୍ଡ ପରିମାଣର ଅର୍ଥ ପଇଠ କରାଯାଇଛି। ଉତ୍ତରପ୍ରଦେଶରୁ ବାର ହଜାର କୋଟି ଟଙ୍କାରା ଇଥାନେଲ କିଣାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାରଙ୍କ ଭୂମିକା ଜଣେ ଅଭିଭାବକଙ୍କ ଭଳି। ସରକାର ଯୋଗ୍ୟତା ଥିବା ବ୍ୟକ୍ତିଙ୍କୁ ପ୍ରୋତ୍ସାହିତ କରିବା ଓ ଯୁବସମାଜର ଭୂଲଭଟକାକୁ ହତବୁଦ୍ଧି ବୋଲି ବିଚେଚନା କରିବେ ନାହିଁ। ଯୁବକ ଯୁବତୀମାନଙ୍କୁ ରେକର୍ଡ ସଂଖ୍ୟକ ସରକାରୀ ଚାକିରି ଯୋଗାଇ ଦେଇଥିବାରୁ ପ୍ରଧାନମନ୍ତ୍ରୀ ବର୍ତ୍ତମାନର ଉତ୍ତରପ୍ରଦେଶ ସରକାରଙ୍କୁ ଅଭିନନ୍ଦନ ଜଣାଇଥିଲେ। ଆଇଟିଆଇରୁ ତାଲିମ ପାଇଥିବା ହଜାର ହଜାର ଯୁବକ-ଯୁବତୀଙ୍କୁ ବଡ ବଡ କମ୍ପାନୀରେ କର୍ମନିଯୁକ୍ତି ମିଳିଛି। ଜାତୀୟ ଶିକ୍ଷାନବୀସ ଯୋଜନା ଓ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରୁ ବହୁ ଯୁବକ ଯୁବତୀ ଉପକୃତ ହୋଇଛନ୍ତି। ମିରଟ ମଧ୍ୟ ଗଙ୍ଗା ଏକ୍ସପ୍ରେସ ୱେ ଓ ରାପିଡ ରେଳ ଟ୍ରାନଜିଟ୍ ସିଷ୍ଟମ ଓ ମେଟ୍ରୋ ଯୋଗୁଁ ସଂଯୋଗର ପେଣ୍ଠସ୍ଥଳ ପାଲଟିଛି।

Categories
ଜାତୀୟ ଖବର ବିଶେଷ ଖବର

ଉତ୍ତରପ୍ରଦେଶ: ଗଙ୍ଗା ଏକ୍ସପ୍ରେସୱେର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ ଶାହାଜାହାନପୁର ଗଙ୍ଗା ଏକ୍ସପ୍ରେସ ୱେର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ କେନ୍ଦ୍ରମନ୍ତ୍ରୀ ବି.ଏଲ ବର୍ମା ଅନ୍ୟମାନଙ୍କ ମଧ୍ୟରେ ଏହି ଅବସରରେ ଉପସ୍ଥିତ ଥିଲେ।

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କୋକରୀ ଘଟଣାରେ ବିପ୍ଳବ ରାମପ୍ରସାଦ ବିସମିଲ, ଆସଫାକ୍‌ଉଲ୍ଲା ଖାଁ ଏବଂ ରୋଶନ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସ୍ଥାନୀୟ ଉପଭାଷାରେ ପ୍ରଧାନମନ୍ତ୍ରୀ ଦାମୋଦର ସ୍ୱରୂପ (ବିଦ୍ରୋହୀ) ରାଜବାହାଦୁର ଭିକଲ ଏବଂ ଅଗ୍ନିବେଶ ଶୁଳ୍କା ସ୍ୱାଧୀନତା ସଂଗ୍ରାମର କବିଗଣଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। “ଆସନ୍ତାକାଲି ରାମପ୍ରସାଦ ବିସମିଲ, ଆସଫାକ ଉଲ୍ଲାଖାଁ, ଠାକୁର ରୋଶନ ସିଂଙ୍କ ଶହୀଦ ଦିବସ। ଏହି ଶାହାଜାହାନପୁର ତିନି ସୁପୁତ୍ରଙ୍କୁ ବ୍ରିଟିଶ ଶାସନ ପ୍ରତି ଆହ୍ୱାନ ଦେଇଥିବାରୁ ଡିସେମ୍ବର ୧୯ତାରିଖ ଦିନ ଫାଶୀ ଦିଆଯାଇଥିଲା । ଏହି ବୀରମାନଙ୍କ ପ୍ରତି ଆମର ବଡ ଋଣ ଅଛି। ଯେଉଁମାନେ ଭାରତରେ ସ୍ୱାଧୀନତା ପାଇଁ ଅମୂଲ୍ୟ ବଳିଦାନ ଦେଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ମା’ ଗଙ୍ଗା ହେଉଛନ୍ତି ପ୍ରତ୍ୟେକ ଶୁଭ ଓ ପ୍ରଗତିର ଉତ୍ସ। ମା’ ଗଙ୍ଗା ସମସ୍ତଙ୍କୁ ଖୁସି ଦେଇ ଦୁଃଖକଷ୍ଟ ନେଇଯାଇଥାନ୍ତି। ସେହିପରି ଗଙ୍ଗା ଏକ୍ସପ୍ରେସ ୱେ ଉତ୍ତରପ୍ରଦେଶର ନୂତନ ବିକାଶର ଦ୍ୱାର ଉନ୍ମୁକ୍ତ କରିବ। ଏହା ରାଜ୍ୟର ପାଞ୍ଚଟି ବରଦାନର ଉତ୍ସ ହେବ। ଏକ୍ସପ୍ରେସ ୱେ, ନୂତନ ବିମାନଘାଟୀ ଏବଂ ରେଳପଥର ନଜିର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଥମ ବରଦାନ ହେଉଛି ଲୋକମାନଙ୍କୁ ସମୟ ବଂଚାଇବା, ଦ୍ୱିତୀୟ ବରଦାନ ହେଉଛି ଜନସାଧାରଣଙ୍କ ଅସୁବିଧା ଓ କଷ୍ଟଲାଘବ କରିବା, ତୃତୀୟ ବରାଦନା ହେଉଛି ଉତ୍ତରପ୍ରଦେଶର ସମ୍ପଦର ସୁବିନିଯୋଗ, ଚତୁର୍ଥ ହେଲା ଉତ୍ତରପ୍ରଦେଶର ସାମର୍ଥ୍ୟ ବୃଦ୍ଧି ଓ ପଂଚମ ବରଦାନ ହେଉଛି ଉତ୍ତରପ୍ରଦେଶର ସର୍ବାଙ୍ଗୀନ ସମୃଦ୍ଧି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଧୁନିକ ଭିତ୍ତିଭୂମି ଯାହା ଏବେ ଉତ୍ତରପ୍ରଦେଶରେ ବିକଶିତ ହୋଇଛି। ତାହା ଯଥାର୍ଥ ବିନିଯୋଗ ହୋଇଛି। “ଆପଣମାନେ ଦେଖିଥିବେ, ଆଗରୁ ଜନସାଧାରଣଙ୍କ ଅର୍ଥ କିପରି ଖର୍ଚ୍ଚ ହେଉଥିଲା, ମାତ୍ର ଆଜି ଉତ୍ତରପ୍ରଦେଶରେ ଅର୍ଥ ରାଜ୍ୟର ବିକାଶ ଦିଗରେ ବିନିଯୋଗ ହେଉଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯେତେବେଳେ ସମଗ୍ର ଉତ୍ତରପ୍ରଦେଶର ବିକାଶ ହୁଏ, ସେତେବେଳେ ଦେଶର ମଧ୍ୟ ପ୍ରଗତି ହୋଇଥାଏ। ସେ ଦୃଷ୍ଟିରୁ ଡବଲ ଇଞ୍ଜିନ ସରକାର ଉତ୍ତରପ୍ରଦେଶ ବିକାଶରେ ସହାୟକ ହୋଇଛି। ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଓ ସବ୍‌କା ପ୍ରୟାସ ମନ୍ତ୍ରକୁ ଆଧାର କରି ଆମେ ଉତ୍ତରପ୍ରଦେଶର ବିକାଶ ପାଇଁ ନିଷ୍ଠାପର ଉଦ୍ୟମ କରୁଛୁ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ପାଂଚବର୍ଷ ତଳର ପରିସ୍ଥିତିକୁ ସ୍ମରଣ କରାଇ କହିଥିଲେ ଯେ ଅଳ୍ପ କେତେକ ଅଞ୍ଚଳକୁ ଛାଡିଦେଲେ ଉତ୍ତରପ୍ରଦେଶର ଅନେକ ସହର ଓ ଗ୍ରାମରେ ବିଦ୍ୟୁତ ଶକ୍ତି ନ ଥିଲା। ମାତ୍ର ଡବଲ ଇଞ୍ଜିନ ସରକାର କେବଳ କେବଳ ଅଶୀ ଲକ୍ଷ ବିଦ୍ୟୁତ ସଂଯୋଗ ଦେଇନାହାନ୍ତି ବରଂ ଆଗ ଅପେକ୍ଷା ଅନେକ ସ୍ଥାନକୁ ବିଦ୍ୟୁତ ସଂଯୋଗ ଯୋଗାଇ ଦେଇଛନ୍ତି। ସେ କହିଥିଲେ ଯେ ୩୦ଲକ୍ଷରୁ ଅଧିକ ଗରିବ ଲୋକ ପକ୍କା ଘର ପାଇଛନ୍ତି ଓ ଏହି ପ୍ରକ୍ରିୟା ଅବଶିଷ୍ଟ ହିତାଧିକାରୀ ପାଇବା ପର୍ଯ୍ୟନ୍ତ ଜାରି ରହିବ। ଶାହାଜାହାନପୁରରେ ମଧ୍ୟ ୫୦ହଜାର ପକ୍କା ଘର ତିଆରି ହୋଇଛି।

ପ୍ରଥମଥର ପାଇଁ ଦଳିତ, ବଞ୍ôଚତ ଓ ଅନଗ୍ରସରମାନଙ୍କୁ ତାଙ୍କ ଦ୍ୱାରା ଅଗ୍ରାଧିକାର ଦିଆଯାଉଛି ବୋଲି ସେ କହିଥିଲେ। ସମାଜରେ ଯିଏ ପଛରେ ପଡିଛି ଓ ଅନଗ୍ରସର ରହିଛି ସେମାନଙ୍କୁ ବିକାଶର ସୁବିଧା ଉପଲବ୍ଧ କରାଇବା ହେଉଛି ସରକାରଙ୍କ ପ୍ରାଥମିକତା। ସେହି ଭାବନା ଆମ କୃଷି ଓ କୃଷି ନୀତିରେ ପ୍ରତିଫଳିତ।”
ପ୍ରଧାନମନ୍ତ୍ରୀ ଦେଶର ଐତିହ୍ୟ ଓ ବିକାଶକୁ ବାଧା ଦେଲାଭଳି କାର୍ଯ୍ୟର ସମାଲୋଚନା କରିଥିଲେ। ସେଭଳି ଲୋକମାନେ ଗରିବ ଓ ସାଧାରଣ ଲୋକଙ୍କୁ ସେମାନଙ୍କ ଉପରେ ନିର୍ଭରଶୀଳ ହେବାକୁ ଚାହୁଁଛନ୍ତି। “ଏହି ଲୋକମାନଙ୍କ ବାବା ବିଶ୍ୱନାଥଙ୍କ କାଶୀର ବିରାଟ ଧାମ ନିର୍ମାଣ ନେଇ ଅସୁବିଧା ହେଉଛି। ସେମାନଙ୍କର ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ନେଇ ଅସୁବିଧା ହେଉଛି। ଗଙ୍ଗାଜୀଙ୍କ ସ୍ୱଚ୍ଛତା ଅଭିଯାନ ପାଇଁ ସେମାନଙ୍କ ଅସୁବିଧା ହେଉଛି। ଏମାନେ ସେହିଲୋକ ଯେଉଁମାନେ ସେନାର ଆତଙ୍କ ମୁକାବିଲା ନେଇ ପ୍ରଶ୍ନ ଉଠାଉଛନ୍ତି। ସେମାନେ ଭାରତୀୟ ବିଜ୍ଞାନୀ ମାନେ ବିକଶିତ କରିଥିବା କରୋନା ଟିକା ଉପରେ ମଧ୍ୟ ପ୍ରଶ୍ନ ଉଠାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଆଗରୁ ଥିବା ଖରାପ ଆଇନ ଶୃଙ୍ଖଳା ପରିସ୍ଥିତିରେ ଏବେ ପରିବର୍ତ୍ତନ ଆସିଛି। ପ୍ରଧାନମନ୍ତ୍ରୀ ଏକ ସୂତ୍ର ଦେଇଥିଲେ ୟୁ.ପି.ୱାଇ. ଓ ଜି.ଆଇ ୟୁପି ପ୍ଲସ ଯୋଗୀ ବହୁତ ହୈ ଉପଯୋଗୀ।

ଏହି ଏକ୍ସପ୍ରେସୱେ ର ଉତ୍ସାହ ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ସଂଯୋଗୀକରଣ ଦୂରଦୃଷ୍ଟିକୁ ଭିତ୍ତିକରି ଦିଆଯାଇଥିଲା। ୫୯୪କିଲୋମିଟର ବ୍ୟାପି ୬ଲେନ୍ ବିଶିଷ୍ଟ ଏହି ଏକ୍ସପ୍ରେସ ୱେ ୩୬,୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ। ମିରଟର ବିଦାଉଲି ଗ୍ରାମରୁ ଆରମ୍ଭ ହୋଇ ପ୍ରୟାଗରାଜଚ ଜୁଦାପୁର ଭଣ୍ଡୁପର୍ଯ୍ୟନ୍ତ ଯିବ। ଏହା ମିରଟ, ଭାପୁର, ବୁଲେନ୍ଦସର,ଆମରୋହା, ସମ୍ବଲ, ବାଦାଉନ୍‌, ଶାହାଜାନପୁର, ହରଦୋଇ, ଉନାଡ, ରାୟବରେଲୀ, ପ୍ରତାପଗଡ ଏବଂ ପ୍ରୟାଗରାଜ ପର୍ଯ୍ୟନ୍ତ ଯିବ। କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଏହା ଉତ୍ତରପ୍ରଦେଶର ସବୁଠାରୁ ଦୀର୍ଘତମ ଏକ୍ସପ୍ରେସ ୱେ ହେବ। ଶାହାଜାନପୁରଠାରେ ୩.୫କିଲୋମିଟର ଦୀର୍ଘ ଏୟାର ଷ୍ଟ୍ରିପ୍ ମଧ୍ୟ ଜରୁରୀକାଳୀନ ବିମାନ ଉଡାଣ ଓ ଅବତରଣ ବ୍ୟବସ୍ଥା ରହିବ। ଏକ୍ସପ୍ରେସ ୱେ ସହ ଏକ ଶିଳ୍ପ ଅଳିନ୍ଦ ମଧ୍ୟ ହେବାର ପ୍ରସ୍ତାବ ରହିଛି।

ଏହି ଏକ୍ସପ୍ରେସ ୱେ ଶିଳ୍ପ ବିକାଶ, ବାଣିଜ୍ୟ, କୃଷି, ପର୍ଯ୍ୟଟନ ଇତ୍ୟାଦି କ୍ଷେତ୍ରକୁ ମଧ୍ୟ ପ୍ରୋତ୍ସାହନ ଦେବ। ଏହା ସେହି ଅଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶରେ ମଧ୍ୟ ସହାୟକ ହେବ।

Categories
ଜାତୀୟ ଖବର ବିଶେଷ ଖବର

ଏସିଆର ବୃହତ୍ତମ ବିମାନବନ୍ଦରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ଏହାର ବିଶେଷତ୍ଵ

ନୂଆଦିଲ୍ଲୀ: ଜେୱର ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସ୍ୱପ୍ନର ପ୍ରକଳ୍ପ ବୋଲି କୁହାଯାଉଛି। ଏହି ଅଞ୍ଚଳର ଲୋକଙ୍କର ମଧ୍ୟ ବହୁତ ଆଶା ଅଛି। ଆଜି  ପରେ ନଭେମ୍ବର ୨୦୨୪ ସୁଦ୍ଧା ଏହି ବିମାନ ବନ୍ଦରରୁ ବିମାନ ଯାତ୍ରା ଆରମ୍ଭ ହେବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୌତମ ବୁଦ୍ଧ ନାଗରର ଜେୱରରେ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ଶିଳାନ୍ୟାସ କରିବେ।

ଜେୱର ଅନ୍ତର୍ଜାତୀୟ ବିମାନବନ୍ଦରର ବଶିଷ୍ଟ୍ୟ:

ଜେୱର ବିମାନ ବନ୍ଦରରେ ସମୁଦାୟ ୫ ଟି ରନୱେ ରହିବ, ପ୍ରଥମ ପର୍ଯ୍ୟାୟରେ ଏଠାରେ ୨ ଟି ରନୱେ ନିର୍ମାଣ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ଏହାକୁ ୫ରନୱେ କୁ ବୃଦ୍ଧି କରାଯିବ। ଏହି ବିମାନ ବନ୍ଦରଟି ସମୁଦାୟ ୩ ହଜାର ୩ ଶହ ଏକର ଜମିରେ ନିର୍ମିତ ହେବ। ଏଥିରେ ଖର୍ଚ୍ଚ ପ୍ରାୟ ୩୦ ହଜାର କୋଟି ଟଙ୍କା ହେବ।

– ଜେୱର ବିମାନ ବନ୍ଦରରେ ଦୁଇଟି ରନୱେ ପ୍ରସ୍ତୁତ ହେବ। ଉତ୍ତର ରନୱେ ଏବଂ ଦକ୍ଷିଣ ରନୱେ। ଉତ୍ତର ରନୱେରେ ଏକ ଭିଭିଆଇପି ଟର୍ମିନାଲ୍ ରହିବ। ଭିଭିଆଇପିଙ୍କ ବିମାନ ଏହି ଉତ୍ତର ରନୱେରୁ ଉଡ଼ିବ। ରନୱେର ଲମ୍ବ ୪ କିଲୋମିଟରରୁ ଅଧିକ।

– ଉଭୟ ରନୱେରେ ସମୁଦାୟ ୧୮୬ ବିମାନ ପାର୍କ କରିବାକୁ ଷ୍ଟାଣ୍ଡ ରହିବ।

– ବିମାନବନ୍ଦର ମଧ୍ୟରେ ଜନସାଧାରଣ ପରିବହନ ଆକାରରେ ଆଉ ଏକ ବିକଳ୍ପ ମଧ୍ୟ ରହିବ। ରେଳ ଷ୍ଟେସନ ସହିତ। ଯେଉଁଠାରୁ ଆପଣ ମେଟ୍ରୋ କିମ୍ବା ହାଇ ସ୍ପିଡ୍ ଟ୍ରେନରେ ବସି ନିକଟ ସହରକୁ ଯାଇପାରିବେ।

– ମେଟ୍ରୋ ଷ୍ଟେସନ ନିକଟରେ ବିମାନ ଯାତ୍ରୀଙ୍କ ବସିବା ପାଇଁ ଏକ ପୃଥକ ଟର୍ମିନାଲ ବ୍ୟବସ୍ଥା କରାଯିବ।

– ଉଭୟ ଉତ୍ତର ଏବଂ ଦକ୍ଷିଣ ରନୱେ ମଧ୍ୟରେ ଏଟିସି ଟାୱାର ନିର୍ମାଣ ହୋଇଥିବାବେଳେ ଦକ୍ଷିଣ ରନୱେ ପାର୍ଶ୍ୱରେ ରେସକ୍ୟୁ ଏବଂ ଫାୟାର ଫାଇଟିଂ ସିଷ୍ଟମର କୋଠା ନିର୍ମାଣ ହେବ।

– ବିମାନବନ୍ଦର ଭିତରେ ଏକ ବଡ଼ କେନ୍ଦ୍ରୀୟ ରୋଷେଇ ଘର ମଧ୍ୟ ପ୍ରସ୍ତୁତ ହେବ।

– ଦକ୍ଷିଣ ରନୱେର ଡାହାଣ ପାର୍ଶ୍ୱରେ ଏକ ପୋଖରୀ ମଧ୍ୟ ନିର୍ମାଣ ହେବ ଯେଉଁଠାରେ ବର୍ଷା ଜଳ ସଂରକ୍ଷଣ ପାଇଁ ବ୍ୟବସ୍ଥା କରାଯିବ।

– ଏହା ବ୍ୟତୀତ ଯମୁନା ଏକ୍ସପ୍ରେସୱେ, ଇଷ୍ଟର୍ନ ପେରିଫେରାଲ ଏକ୍ସପ୍ରେସୱେ ଏବଂ ଆଖପାଖର ସମସ୍ତ ପ୍ରମୁଖ ରାସ୍ତା ଏବଂ ରାଜପଥ ମଧ୍ୟ ଜେୱର ବିମାନବନ୍ଦର ସହିତ ସଂଯୁକ୍ତ ହେବ। କେବଳ ଜେୱର ବିମାନ ବନ୍ଦରରୁ ବିଦେଶୀ ଦେଶକୁ ବିମାନ ଯାତ୍ରା କରାଯିବ ନାହିଁ, ଜେୱର ବିମାନବନ୍ଦର ଦେଶର ସବୁଠାରୁ ବଡ କାର୍ଗୋ ହବ୍ ହେବ।

ନିକଟ ସହରଗୁଡିକ ଠାରୁ ଜେୱର ବିମାନ ବନ୍ଦରର ଦୂରତା ଦେଖନ୍ତୁ:

– ନୋଏଡା ସହରଠାରୁ ୬୦କିଲୋମିଟର ଦୂର।

– ଗୁରୁଗାଓଁ ଠାରୁ ୮୦ କିମି।

– ଗାଜିଆବାଦ ଠାରୁ ୭୫ କିମି।

– ଆଗ୍ରା ଠାରୁ ୧୩୦ କି.ମି.।

– ଆଇଜିଆଇ ବିମାନବନ୍ଦର ଠାରୁ ୭୨ କିମି।

ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର କାର୍ଗୋ ଟର୍ମିନାଲର କ୍ଷମତା ୨୦ ଲକ୍ଷ ମେଟ୍ରିକ୍ ଟନ୍ ହେବ, ଯାହାକୁ ୮୦ ଲକ୍ଷ ମେଟ୍ରିକ୍ ଟନ୍ କୁ ବୃଦ୍ଧି କରାଯିବ। ଏହି କାର୍ଗୋ ହବ୍ ଶିଳ୍ପ ଉତ୍ପାଦଗୁଡିକର ଗତିକୁ ସହଜ କରିବ। ଏହା ସ୍ଥାନୀୟ ଉତ୍ପାଦକୁ ଆନ୍ତର୍ଜାତୀୟ ବଜାରକୁ ନେବାରେ ସାହାଯ୍ୟ କରିବ। ଦେଶରେ ପ୍ରଥମ ଥର ପାଇଁ ଜାହାଜଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ରକ୍ଷଣାବେକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି, ଯେଉଁଥିପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ଜାହାଜଗୁଡ଼ିକ ବିଦେଶ ଯିବାକୁ ପଡିଥିଲା।

Categories
ଆଜିର ଖବର ଜାତୀୟ ଖବର

ନଭେମ୍ବର ୨୫ ରେ ନୋଏଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗରସ୍ଥିତ ଜେୱର ଠାରେ ୨୫ ନଭେମ୍ବର, ୨୦୨୧ରେ ନୋଏଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦର (ଏନଆଇଏ) ନିର୍ମାଣ ପାଇଁ ଶିଳାନ୍ୟାସ କରିବେ। ଏହି ବିମାନ ବନ୍ଦର ନିର୍ମାଣ ପରେ ଉତ୍ତର ପ୍ରଦେଶ ହେବ ପାଞ୍ଚଟି ଅନ୍ତର୍ଜାତୀୟ ବିମାନ ବନ୍ଦର ଥିବା ଦେଶର ଏକମାତ୍ର ରାଜ୍ୟ।

ବିମାନ ଯୋଗାଯୋଗରେ ସୁଧାର ଆଣିବା ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ବିମାନ ଚଳାଚଳ କ୍ଷେତ୍ରର ପ୍ରୋତ୍ସାହନ ଲାଗି ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା ଆଧାରରେ ଏହି ବିମାନ ବନ୍ଦର ବିକଶିତ କରାଯାଉଛି। ଏହି ବୃହତ ପରିକଳ୍ପନା ଅଧୀନରେ ଉତ୍ତର ପ୍ରଦେଶ ରାଜ୍ୟ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି। ଫଳରେ ରାଜ୍ୟରେ ଏକାଧିକ ନୂତନ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ କରାଯାଉଛି। ନିକଟରେ କୁଶୀନଗର ଅନ୍ତର୍ଜାତୀୟ ବିମାନ ବନ୍ଦର ଉଦଘାଟିତ ହୋଇଛି ଏବଂ ଅଯୋଧ୍ୟା ଠାରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣାଧୀନ ରହିଛି।

ଦିଲ୍ଲୀ ଜାତୀୟ ରାଜଧାନୀ କ୍ଷେତ୍ରରେ ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନ ବନ୍ଦର ଭାବେ ନୋଏଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦର ବିକଶିତ କରାଯାଉଛି। ଏହା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଯାତ୍ରୀ ଭିଡ଼ ହ୍ରାସ କରିବାରେ ସହାୟକ ହେବ। ନୂତନ ବିମାନ ବନ୍ଦର ରଣନୈତିକ ଦୃଷ୍ଟିକୋଣରୁ ଏପରି ଏକ ସ୍ଥାନରେ ନିର୍ମାଣ କରାଯାଉଛି ଯାହାର ଲାଭ ଦିଲ୍ଲୀ, ନୋଏଡ଼ା, ଗାଜିଆବାଦ, ଅଲିଗଡ଼, ଆଗ୍ରା, ଫରିଦାବାଦ ଏବଂ ଆଖପାଖ ଅଞ୍ଚଳର ଲୋକମାନଙ୍କୁ ମିଳିପାରିବ।

ଏହି ବିମାନ ବନ୍ଦର ଉତ୍ତର ଭାରତର ଲଜିଷ୍ଟିକ୍ସ ପ୍ରବେଶ ଦ୍ୱାରରେ ପରିଣତ ହେବ। ଆକାର ଏବଂ କ୍ଷମତା ଦୃଷ୍ଟିରୁ, ଏହି ବିମାନ ବନ୍ଦର ଉତ୍ତର ପ୍ରଦେଶର ବିକାଶ ପାଇଁ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ। ଏହା ବିଶ୍ୱ ସମ୍ମୁଖରେ ଉତ୍ତର ପ୍ରଦେଶର ସମ୍ଭାବନାକୁ ଉଜାଗର କରିବ ଏବଂ ରାଜ୍ୟକୁ ବିଶ୍ୱ ଲଜିଷ୍ଟିକ୍ସ ମାନଚିତ୍ରରେ ପ୍ରତିଷ୍ଠିତ କରିବାରେ ସହାୟକ ହେବ। ଭାରତରେ ପ୍ରଥମ ଥର ପାଇଁ, ଲଜିଷ୍ଟିକ୍ସର ମୋଟ୍ ସମୟ ଏବଂ ଖର୍ଚ୍ଚ ହ୍ରାସ ପ୍ରତି ଧ୍ୟାନ ଦିଆଯାଇ ସମନ୍ୱିତ ମଲ୍ଟି-ମୋଡାଲ୍ କାର୍ଗୋ ହବ୍ ସହିତ ଏକ ବିମାନ ବନ୍ଦର ନିର୍ମାଣ ପାଇଁ ଯୋଜନା କରାଯାଇଛି। ବିମାନବନ୍ଦରରେ ଏକ ସମର୍ପିତ କାର୍ଗୋ ଟର୍ମିନାଲ ରହିବ ଯାହାର କ୍ଷମତା ୨୦ ଲକ୍ଷ ମେଟ୍ରିକ୍ ଟନ୍ ରହିବ, ଯାହାକି ପରବର୍ତ୍ତୀ ସମୟରେ ୮୦ ଲକ୍ଷ ମେଟ୍ରିକ୍ ଟନକୁ ବୃଦ୍ଧି କରାଯିବ। ଶିଳ୍ପ ଉତ୍ପାଦର ବାଧାମୁକ୍ତ ପରିବହନ ସୁବିଧା ଯୋଗାଇ ଦେଇ ଏହି ବିମାନ ବନ୍ଦର ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ନିବେଶ ଆକୃଷ୍ଟ କରିବ, ଦ୍ରୁତ ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ସ୍ଥାନୀୟ ଉତ୍ପାଦ ପହଞ୍ଚାଇବାରେ ସହାୟକ ହେବ। ଏହା ବିଭିନ୍ନ ଉଦ୍ୟୋଗ ପାଇଁ ନୂତନ ସମ୍ଭାବନା ସହିତ ବ୍ୟାପକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ।

ଏହି ବିମାନ ବନ୍ଦରରେ ଏକ ଭୂତଳ ପରିବହନ କେନ୍ଦ୍ର ରହିବ ଯେଉଁଥିରେ ମଲ୍ଟିମୋଡାଲ୍ ଗମନାଗମନ କେନ୍ଦ୍ର, ମେଟ୍ରୋ ଓ ହାଇସ୍ପିଡ୍ ରେଳ ଷ୍ଟେସନ, ଟ୍ୟାକ୍ସି, ବସ ସେବା ଓ ବ୍ୟକ୍ତିଗତ ପାର୍କିଂ ସୁବିଧା ରହିବ। ଏହା ସଡ଼କ ପଥ, ରେଳ ଓ ମେଟ୍ରୋ ମାଧ୍ୟମରେ ବିମାନ ବନ୍ଦରକୁ ବାଧାମୁକ୍ତ ସଂଯୋଗ ସୁବିଧା ଯୋଗାଇ ଦେବ। ବାଧାମୁକ୍ତ ମେଟ୍ରୋ ସେବା ଜରିଆରେ ବିମାନବନ୍ଦର ସହିତ ନୋଏଡ଼ା ଓ ଦିଲ୍ଲୀ ସିଧାସଳଖ ଯୋଡ଼ିହେବେ। ଯମୁନା ଏକ୍ସପ୍ରେସ ୱେ, ପଶ୍ଚିମ ପାରିପାର୍ଶ୍ଵିକ ଏକ୍ସପ୍ରେସ ୱେ, ପୂର୍ବ ପାରିପାର୍ଶ୍ଵିକ ଏକ୍ସପ୍ରେସ ୱେ, ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେ ଆଦି ଅନ୍ୟ ସମସ୍ତ ପ୍ରମୁଖ ସଡ଼କ ଏବଂ ରାଜପଥ ପ୍ରତ୍ୟକ୍ଷ ଭାବେ ବିମାନ ବନ୍ଦର ସହ ଯୋଡ଼ି ହେବେ। ଏହି ବିମାନ ବନ୍ଦକୁ ମଧ୍ୟ ପ୍ରସ୍ତାବିତ ଦିଲ୍ଲୀ-ବାରାଣାସୀ ହାଇ ସ୍ପିଡ୍ ରେଳ ଲାଇନ ସହ ଯୋଡ଼ାଯିବ। ଯାହାଫଳରେ ଦିଲ୍ଲୀ ଓ ବିମାନ ବନ୍ଦର ମଧ୍ୟରେ ଦୂରତା ଅତିକ୍ରମ କରିବାକୁ ମାତ୍ର ୨୧ ମିନିଟ ସମୟ ଲାଗିବ।

ଏହି ବିମାନ ବନ୍ଦରରେ ମଧ୍ୟ ଏକ ଆଧୁନିକ ଏମଆରଓ (ରକ୍ଷଣାବେକ୍ଷଣ, ମରାମତି ଏବଂ ପୁନରୁଦ୍ଧାର ବା ଓଭରହଲିଂ) ସେବା ରହିବ। କମ ପରିଚାଳନା ଖର୍ଚ୍ଚ ଏବଂ ଯାତ୍ରୀମାନଙ୍କର ବାଧାମୁକ୍ତ ଓ ଦ୍ରୁତ ସ୍ଥାନାନ୍ତର ପ୍ରକ୍ରିୟା ପ୍ରତି ଧ୍ୟାନ ଦିଆଯାଇ ଏହି ବିମାନ ବନ୍ଦରର ଡିଜାଇନ କରାଯାଇଛି। ଏହି ବିମାନ ବନ୍ଦରରେ ପ୍ରଥମ ଥର ପାଇଁ ଏକ ସୁଇଙ୍ଗ ଏୟାରକ୍ରାଫ୍ଟ ଷ୍ଟାଣ୍ଡ କନସେପ୍ଟ ଆରମ୍ଭ କରିବା ଲାଗି ଯୋଜନା କରାଯାଇଛି। ଏହା ଗୋଟିଏ କଣ୍ଟାକ୍ଟ ଷ୍ଟାଣ୍ଡରୁ ଏୟାରଲାଇନ୍ସଗୁଡ଼ିକୁ ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ପରିଚାଳନା କରିବା ଲାଗି ସୁବିଧା ଦେବ। ଏଥିପାଇଁ ସେମାନଙ୍କୁ ବିମାନକୁ ଅନ୍ୟତ୍ର ରଖିବାର ଆବଶ୍ୟକତା ପଡ଼ିବ ନାହିଁ। ଏହି ସୁବିଧା ବିମାନ ବନ୍ଦରରେ ବିମାନ ପରିଚାଳନାକୁ ଦ୍ରୁତ ଏବଂ ଦକ୍ଷ କରିବ, ଅନ୍ୟପକ୍ଷରେ ଯାତ୍ରୀ ସ୍ଥାନାନ୍ତର ପ୍ରକ୍ରିୟା ସୁଗମ ଏବଂ ବାଧାମୁକ୍ତ ହୋଇପାରିବ।

ଏହା ହେବ ଭାରତର ପ୍ରଥମ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ କ୍ଷମତାସମ୍ପନ୍ନ ବିମାନ ବନ୍ଦର। ପ୍ରସ୍ତାବିତ ପ୍ରକଳ୍ପ କ୍ଷେତ୍ରରୁ ଗଛ ଆଣି ବିମାନ ବନ୍ଦର ନିକଟରେ ନିର୍ମାଣ କରାଯିବାକୁ ଥିବା ଏକ ଫରେଷ୍ଟ ପାର୍କରେ ରୋପଣ କରାଯିବ। ଏହି ପାର୍କ ପାଇଁ ସ୍ୱତନ୍ତ୍ର ଭୂଖଣ୍ଡ ଆବଣ୍ଟନ କରାଯାଇଛି। ନୋଏଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦର ବିକଶିତ ହେବା ସମୟରେ ସମସ୍ତ ସ୍ଥାନୀୟ ଜୈବ ପ୍ରଜାତିକୁ ସୁରକ୍ଷିତ ରଖାଯିବ ଏବଂ ଏହା ପରିବେଶ ଅନୁକୂଳ ହେବ।

ପ୍ରଥମ ପର୍ଯ୍ୟାୟରେ ବିମାନ ବନ୍ଦର ବିକାଶ କାର୍ଯ୍ୟ ପାଇଁ ୧୦ ହଜାର ୫୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ୧୩୦୦ ହେକ୍ଟରରୁ ଅଧିକ ଜମିରେ ନିର୍ମାଣ ହେବାକୁ ଥିବା ଏହି ବିମାନ ବନ୍ଦର ବାର୍ଷିକ ୧ କୋଟି ୨୦ ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇ ଦେବ ଏବଂ ଏହାର ନିର୍ମାଣ କାର୍ଯ୍ୟ ୨୦୨୪ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। କନସେସନେୟାର ଭାବେ ଅନ୍ତର୍ଜାତୀୟ ବିଡର ଜୁରିଚ୍ ଏୟାରପୋର୍ଟ ଇଣ୍ଟରନ୍ୟାସନାଲ ଏଜି ଏହି ପ୍ରକଳ୍ପ ନିର୍ମାଣ କରିବ। ଭୂମି ଅଧିଗ୍ରହଣ ଏବଂ ବିସ୍ଥାପିତ ପରିବାରମାନଙ୍କ ଥଇଥାନ ଲାଗି ପ୍ରଥମ ପର୍ଯ୍ୟାୟ ପ୍ରାରମ୍ଭିକ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି।