Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆସିଲା ଓଡିଶାର ଶେଷ ପର୍ଯ୍ୟାୟ ମତଦାନ ହାର, ମୟୁରଭଂଜରେ ସର୍ବାଧିକ ଭୋଟ

ଭୁବନେଶ୍ବର: ଗତକାଲି ଶେଷ ହୋଇଛି ଓଡିଶାର ଲୋକସଭା ଓ ବିଧାନସଭା ମତଦାନ। ତେବେ ଓଡିଶାରେ ଶେଷ ପର୍ଯ୍ୟାୟରେ କେତେ ମତଦାନ ହୋଇଛି ତାହାର ହିସାବ ଆଜି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଜାରୀ କରାଯାଇଛି। ସେହି ଅନୁସାରେ ଗତକାଲି ଓଡିଶାର ମତଦାନ ହାର ଥିଲା 70.67 ପ୍ରତିଶତ।

ସେହିପରି ଗତକାଲି ହୋଇଥିବା ଛଅଟି ଲୋକସଭା ଆସନର ହାରକୁ ଲକ୍ଷ୍ୟ କଲେ ମୟୁରଭଂଜରେ ସର୍ବାଧିକ ଭୋଟ ହୋଇଛି। ସେହିପରି ଦ୍ହିତୀୟରେ ରହିଛି ଜଗତସିହଂପୁର ଲୋକସଭା କ୍ଷେତ୍ର। ତେବେ ଏଥିରେ ପୋଷ୍ଟାଲ ବାଲଟ ହିସାବକୁ ନିଆଯାଇ ନାହିଁ।
Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

OdishaElection2024: ଦିନ ୧୧ଟା ସୁଦ୍ଧା ଓଡିଶାରେ ୨୧.୦୭ ପ୍ରତିଶତ ମତଦାନ

OdishaElection2024: ଓଡିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଶାନ୍ତି ଶୃଙ୍ଖଳା ମଧ୍ୟରେ ଚାଲିଛି। ପ୍ରବଳ ଖରା ସତ୍ବେ ଭୋଟରମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଥିବାର ପରିଲକ୍ଷିତ ହୋଇଛି। ଓଡିଶା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଅନୁସାରେ ଆଜି ଦିନ ୧୧ଟା ସୁଦ୍ଧା ଓଡିଶାରେ ୨୧.୦୭ ପ୍ରତିଶତ ମତଦାନ ହୋଇଛି।

ସୂଚନା ମୁତାବକ ଝାରସୁଗୁଡାରେ ସର୍ବାଧିକ ୨୫.୩୨ ପ୍ରତିଶତ ମତଦାନ ହୋଇଥିବା ବେଳେ ବଲାଙ୍ଗୀରରେ ସର୍ବନିମ୍ନ ମତଦାନ ୧୭.୧୬ ପ୍ରତିଶତ ହୋଇଛି । ସେହିପରି ବରଗଡରେ ୨୨.୦୬ ପ୍ରତିଶତ, ବୌଦ୍ଧରେ ୨୧.୭୫ ପ୍ରତିଶତ, ଗଞ୍ଜାମରେ ୨୧.୯୮ ପ୍ରତିଶତ, କନ୍ଧମାଳରେ ୧୯.୩୫ ପ୍ରତିଶତ, ନୟାଗଡରେ ୨୦,୯୭ ପ୍ରତିଶତ, ସୁବର୍ଣ୍ଣପୁରରେ ୨୦ ପ୍ରତିଶତ ମତଦାନ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ପଦ୍ମପୁର ଉପନିର୍ବାଚନରେ ଭୋଟ ହାର ଆଶାତିତ ବୃଦ୍ଧି

ଭୁବନେଶ୍ବର: ଏଥର ପଦ୍ମପୁର ଉପନିର୍ବାଚନରେ ଭୋଟ ହାର ଆଶାତିତ ଭାବେ ବୃଦ୍ଧି ପାଇଛି। ଗତକାଲି ସକାଳ ସାତଟାରୁ ମତଦାନ ଆରମ୍ଭ ହୋଇଥିଲା। ପ୍ରଥମରୁ ଭୋଟରମାନଙ୍କ ମଧ୍ୟରେ ଭୋଟ ଦେବାର ଉତ୍ସାହ ପରିଲକ୍ଷିତ ହୋଇଥିଲା।

ତେବେ ସଦ୍ୟତମ ସୂଚନା ଅନୁସାରେ ପଦମପୁର ଉପନିର୍ବାଚନରେ ମୋଟ ୮୧.୨୯ ପ୍ରତିଶତ ଭୋଟିଂ ହୋଇଥିବା ଜଣାଯାଇଛି। ଗତକାଲି ଶେଷ ସୁଦ୍ଧା ୮୦.୫ ପ୍ରତିଶତ ମତଦାନ ହୋଇଥିବା କୁହାଯାଇଥିଲା। ହେଲେ ସମସ୍ତ ଭୋଟ ସଂଖ୍ୟାକୁ ମିଶାଇବା ପରେ ଏହା ୮୧.୨୯ ବୋଲି ଜଣାପଡିଛି।