Categories
ବିଶେଷ ଖବର

“ପ୍ରଧାନମନ୍ତ୍ରୀ ଟିବିମୁକ୍ତ ଭାରତ ଅଭିଯାନ” ଶୁଭାରମ୍ଭ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: “ଜନସ୍ୱାର୍ଥ ଦୃଷ୍ଟିରୁ କୌଣସି କଲ୍ୟାଣକାରୀ ଯୋଜନା ଆରମ୍ଭ କରାଗଲେ ତାହାର ସଫଳତା ସମ୍ଭାବନା ବହୁଗୁଣିତ ହୋଇଥାଏ। ସମ୍ମାନୀୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୁଦ୍ଧକାଳୀନ ଭିତ୍ତିରେ ଜନଭାଗୀଦାରିତା ଉତ୍ସାହ ନେଇ ଟିବି ଦୂର କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିବା ସହ ‘ପ୍ରଧାନମନ୍ତ୍ରୀ ଟିବିମୁକ୍ତ ଭାରତ ଅଭିଯାନ’ର ଶୁଭାରମ୍ଭ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାରଙ୍କ ସମେତ କେନ୍ଦ୍ରମନ୍ତ୍ରୀ, ରାଜ୍ୟପାଳ ଓ ଉପରାଜ୍ୟପାଳ, ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଗଣ ଓ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଅଭିଯାନର ଶୁଭାରମ୍ଭ କାଳରେ ଉପସ୍ଥିତ ଥିଲେ।

ଆଭାସୀ ମାଧ୍ୟମରେ ଏଥିରେ ରାଜ୍ୟ ଓ ଜିଲ୍ଲା, ସ୍ୱାସ୍ଥ୍ୟ ପ୍ରଶାସକଗଣ, ବାଣିଜ୍ୟିକ ପ୍ରତିନିଧି, ଶିଳ୍ପାନୁଷ୍ଠାନ, ନାଗରିକ ସମାଜ, ଏନଜିଓ ଓ ଟିବି ବିଶେଷଜ୍ଞ ପ୍ରମୁଖ ଯୋଗଦେଇ ବୈଶ୍ୱିକ ଲକ୍ଷ୍ୟ ୨ଠ୩ଠର ପାଞ୍ଚ ବର୍ଷ ଆଗରୁ ୨ଠ୨୫ ସୁଦ୍ଧା ଏହି ଯନ୍ତ୍ରଣାଦାୟକ ସଂକ୍ରାମକ ରୋଗକୁ ଦେଶରୁ ହଟାଇବା ପାଇଁ ସେମାନଙ୍କ ଅଙ୍ଗୀକାରବଦ୍ଧତାକୁ ଦୋହରାଇଥିଲେ । ଏହି ଲକ୍ଷ୍ୟ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ଠ୧୮ରେ ଦିଲ୍ଲୀରେ ଅନୁଷ୍ଠିତ ଟିବି ଶିଖର ସମ୍ମିଳନୀରେ ଘୋଷଣା କରିଥିଲେ। ରାଷ୍ଟ୍ରପତି ମଧ୍ୟ ଟିବି ଉପଚାରରେ ରହିଥିବା ରୋଗୀମାନଙ୍କ ଅତିରିକ୍ତ ନିଦାନ, ପୌଷ୍ଟିକତା ଓ ପେଶାଗତ ସହାୟତା, ନିର୍ବାଚିତ ପ୍ରତିନିଧିତ୍ୱ, ବାଣିଜ୍ୟିକ ସଂସ୍ଥା, ଏନଜିଓ ଓ ରୋଗୀଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ସାହାଯ୍ୟ କରିବାକୁ ଆଗେଇ ଆସୁଥିବା ଜନସାଧାରଣଙ୍କ ପାଇଁ ନିକ୍ଷୟ ମିତ୍ର ପଦକ୍ଷେପ ମଧ୍ୟ ଆରମ୍ଭ ହୋଇଥିବା କହିଛନ୍ତି। ନିକ୍ଷୟ ୨.ଠ ପୋର୍ଟାଲ (https//communitysupport.nikshay.in) ଟିବି ରୋଗୀମାନଙ୍କ ଉନ୍ନତ ଉପଚାର ପାଇଁ ସହାୟକ ହେବା ସହ, ୨ଠ୨୫ ସୁଦ୍ଧା ଟିବି ସମାପ୍ତ କରିବା ପାଇଁ ଭାରତର ପ୍ରତିବଦ୍ଧତା ଏବଂ ସମାଜ, ଗୋଷ୍ଠୀ ସହଯୋଗ ଓ ସିଏସଆର ସୁଯୋଗ ଯୋଗାଇ ଦେବ।

ଏହି ଆଭାସୀ ଶୁଭାରମ୍ଭ କାର୍ଯ୍ୟକ୍ରମ ସର୍ବୋଚ୍ଚ ସ୍ତରୀୟ ଅଙ୍ଗୀକାରବଦ୍ଧତା ଯୋଗୁ ଜାତୀୟ ଟିବି ଦୂରୀକରଣ କାର୍ଯ୍ୟକ୍ରମ (ଏନଟିଇପି) ଜରିଆରେ ଅଗ୍ରଗତି କରିବ। ସମାରୋହରେ ରାଷ୍ଟ୍ରପତି ସ୍ୱାସ୍ଥ୍ୟ ଯତ୍ନ କର୍ମଚାରୀ, ଗୋଷ୍ଠୀ ନେତା ଓ କୋଭିଡ-୧୯ ବୈଶ୍ୱିକ ମହାମାରୀ ରୋକିବାରେ ଅଗ୍ରଣୀ ଭୂମିକା ନେଇଥିବା ନାଗରିକଙ୍କ ପ୍ରଶଂସା କରିବା ସହ ଦେଶରୁ ଟିବି ହଟାଇବା ପାଇଁ ସେମାନେ ସେହି ଉଦ୍ୟମ ଅବ୍ୟାହତ ରଖିବେ ବୋଲି ଆଶା ପୋଷଣ କରିଥିଲେ।

ସ୍ୱାସ୍ଥ୍ୟ ପଦ୍ଧତିରେ ପ୍ରତ୍ୟେକ ସ୍ତରରେ କମ ବ୍ୟୟ ସାପେକ୍ଷ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯେପରି ସମସ୍ତେ ପାଆନ୍ତି ତାହାକୁ ସାର୍ବଜନୀନ ସ୍ୱାସ୍ଥ୍ୟସେବା ବୋଲି ରାଷ୍ଟ୍ରପତି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଆୟୁଷ୍ମାନ ଭାରତ ଯୋଜନାରେ ହୋଇଥିବା ପ୍ରଗତି ଉପରେ ଆଲୋକପାତ କରି ଦେଶର ମଜବୁତ ସ୍ୱାସ୍ଥ୍ୟ ଯତ୍ନ ପଦ୍ଧତି ଟିବି ଦୂରୀକରଣ ଲକ୍ଷ୍ୟ ହାସଲ କରିବା ବିଶ୍ୱାସ ତାଙ୍କ ରହିଛି ବୋଲି କହିଥିଲେ। ଟିବି ଉପଚାର ଓ ଏହା ଏକ ଆରୋଗ୍ୟ ହୋଇପାରୁଥିବା ରୋଗ ଭଳି ଜନସଚେତନତା ବୃଦ୍ଧି ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ । ରୋଗ ସହ ଯୋଡ଼ି ହୋଇ ରହିଥିବା ଅନ୍ଧବିଶ୍ୱାସକୁ ସମ୍ମିଳିତ ଭାବେ ମୁକାବିଲା କରିବା ଉପରେ ସେ ଆଲୋକପାତ କରିଥିଲେ।

ଏହି ଅବସରରେ ଉଦବୋଧନ ଦେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ କହିଥିଲେ ଯେ “ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଓ ପ୍ରଧାନମନ୍ତ୍ରୀଙ୍କ ନାଗରିକଧର୍ମୀ ନୀତିର ଏକ ସମ୍ପ୍ରସାରଣ”। ଟିବି କାର୍ଯ୍ୟକ୍ରମର ସଫଳତା ନିମନ୍ତେ ସେ ପ୍ରମୁଖ ସୂଚକ ଯଥା ଟିବି ମାମଲା ବିଜ୍ଞପ୍ତି ଓ ମାସିକ ବିଜ୍ଞପ୍ତି ପ୍ରକାଶକୁ ଶ୍ରେୟ ଦେଇଥିଲେ। ସେ ଦୃଷ୍ଟିରୁ ଏହି ସଂଖ୍ୟା ବୈଶ୍ୱିକ ମହାମାରୀ ପୂର୍ବ ସ୍ତରରେ ୨ଠ୨୧ ଶେଷ ସୁଦ୍ଧା ପହଂଚି ପାରିଥିଲା।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଥିଲେ ଯେ ଭାରତରେ ଟିବି ଦୂରୀକରଣ ନିମନ୍ତେ ଏକ ସାମଗ୍ରିକ ସହଯୋଗର ଆବଶ୍ୟକତା ରହିଛି। ଦେଶର ସମସ୍ତ କ୍ଷେତ୍ରରୁ ଜନସାଧାରଣଙ୍କୁ ନେଇ ଏହା ଏକ ଜନଆନେ୍ଦାଳନର ରୂପ ନେଲେ ହିଁ ୨ଠ୨୫ ସୁଦ୍ଧା ଟିବି ଦୂରୀକରଣ ଲକ୍ଷଣ ସାଧିତ ହୋଇପାରିବ।

ଡକ୍ଟର ମାଣ୍ଡଭ୍ୟ କହିଥିଲେ ଯେ ନିକ୍ଷୟ ପୋର୍ଟାଲରେ ପ୍ରାୟ ୧୩.୫ ଲକ୍ଷ ଟିବି ରୋଗୀ ପଞ୍ଜୀକୃତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୮.୯ ଲକ୍ଷ ସକ୍ରିୟ ଟିବି ରୋଗୀ ସେମାନଙ୍କୁ ଗ୍ରହଣ କରିବାକୁ ମତ ଦେଇସାରିଛନ୍ତି। ନିକ୍ଷୟ ଡିଜିଟାଲ ପୋର୍ଟାଲ ସମାଜରେ ଟିବି ଥିବା ଲୋକଙ୍କୁ ଗୋଷ୍ଠୀ ସମର୍ଥନ ବାବଦ ଏକ ମଞ୍ଚ ପ୍ରଦାନ କରିବ। ଯେପରି କୌଣସି ଟିବି ରୋଗୀ ବାଦ ନ ପଡ଼ନ୍ତି ସେଥିପାଇଁ ଶ୍ରୀ ମାଣ୍ଡଭ୍ୟ ସମସ୍ତ ନାଗରିକ, ଏନଜିଓ, ବାଣିଜି୍ୟକ ସଂସ୍ଥା, ନିର୍ବାଚିତ ପ୍ରତିନିଧି ନିକ୍ଷୟ ମିଶ୍ର ହେବାକୁ ନିବେଦନ କରିଥିଲେ।

ରୋଗୀ କୈନ୍ଦ୍ରିକ ସ୍ୱାସ୍ଥ୍ୟ ସେବା ପଦ୍ଧତିର ଗୁରୁତ୍ୱ ଉପରେ ଆଲୋକପାତ କରି ଡକ୍ଟର ମାଣ୍ଡଭ୍ୟ ନିକ୍ଷୟ ପୋଷଣ ଭଳି ସହାୟକ ଯୋଜନାର ପ୍ରଶଂସା କରିଥିଲେ। ପ୍ରତ୍ୟକ୍ଷ ପୁଞ୍ଜି ହସ୍ତାନ୍ତରଣ ଜରିଆରେ ଏହା ପୌଷ୍ଟିକ ଆହାର ପାଇଁ ପାଞ୍ଚ ଶହ ଟଙ୍କା ଟିବି ଉପଚାର ପାଇଁ ପଠାଇଥାଏ। ଟିବିର ସାମାଜିକ ଓ ଆର୍ଥିକ ପ୍ରଭାବ ପ୍ରତିହତ କରିବାକୁ ସେ ବିଭିନ୍ନ ରାଜ୍ୟ ଦ୍ୱାରା ରୋଗୀ ସହାୟକ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ସେ ନିର୍ବାଚନ ପ୍ରତିନିଧି, ବାଣିଜି୍ୟକ ସଂସ୍ଥା ନେତୃବୃନ୍ଦ ଓ ଅନ୍ୟାନ୍ୟ ପ୍ରଭାବଶାଳୀ ଗୋଷ୍ଠୀଙ୍କୁ ପୌଷ୍ଟିକତତ୍ତ୍ୱ, ରୋଗ ନିରୂପଣ ଓ ଅନ୍ୟାନ୍ୟ ସହଯୋଗ ଯୋଗାଇ ଟିବି ଦୂରୀକରଣ ପାଇଁ ଜନ ଆଂଦୋଳନରେ ଯୋଗ ଦେବାକୁ ନିବଦେନ କରିଥିଲେ।

ଜାତୀୟ ଟିବି ଦୂରୀକରଣ କାର୍ଯ୍ୟକ୍ରମ (ଏନଟିଇପି) ପୂର୍ବରୁ ସଂଶୋଧିତ ଜାତୀୟ ଟିବି ନିୟନ୍ତ୍ରଣ କାର୍ଯ୍ୟକ୍ରମ (ଆରଏନଟିସିପି) ଭାରତରୁ ୨ଠ୨୫ ସୁଦ୍ଧା ପାଂଚ ବର୍ଷ ଆଗରୁ ଟିବି ଦୂର କରିବା ପାଇଁ ଲକ୍ଷ୍ୟ ରଖିଛି। ଦେଶରୁ ଟିବି ୨ଠ୨୫ ସୁଦ୍ଧା ଦୂର କରିବା ପାଇଁ ୨ଠ୨ଠ ମସିହାରେ ଆରଏନଟିସିପିକୁ ଏନଟିଇପି ଭାବେ ନାମିତ କରାଯାଇଥିଲା। ଏହା ଦେଶର ୬୩୨ଟି ଜିଲ୍ଲାର ପ୍ରାୟ ଶହେ କୋଟିରୁ ଅଧିକ ଲୋକଙ୍କ ନିକଟରେ ପହଂଚିଛି।

ଏକ ଅଭିଯାନ ଜରିଆରେ ଟିବି ଦୂରୀକରଣ ନିମନ୍ତେ ଜାତୀୟ ରଣନୀତିକ ଯୋଜନାଗୁଡ଼ିକୁ ଦେଶରୁ ୨ଠ୨୫ ସୁଦ୍ଧା ସମାପ୍ତ କରିବାକୁ ଯୋଜନା କରାଯାଇଛି। ସବୁଠାରୁ ଅଧିକ ସମ୍ଭାବନା ଥିବା ଜନସଂଖ୍ୟାରେ ଟିବି ରୋଗ ନିରୂପଣ ନିମନ୍ତେ ଯୋଜନାରେ ପ୍ରଧାନ୍ୟ ଦିଆଯାଇଛି।

୨ଠ୨୧ ମସିହାରେ ଦେଶରେ ୨୧ ଲକ୍ଷ ଟିବି ମାମଲା ବିଜ୍ଞପିତ ହୋଇଥିଲା। ଏ କ୍ଷେତ୍ରରେ ସୁଧାର ପାଇଁ ନିକ୍ଷୟ ପୋଷଣ ଯୋଜନା (ଏନପିୱାଇ) ଟିବି ରୋଗୀମାନଙ୍କୁ ପୌଷ୍ଟିକ ଖାଦ୍ୟ ଯୋଗାଇବା ପାଇଁ ତ୍ୱରାନ୍ୱିତ ହେଲା। ୨ଠ୧୮ ମସିହା ଠାରୁ ଏ ପର୍ଯ୍ୟନ୍ତ ୬୫ ଲକ୍ଷ ଟିବି ରୋଗୀଙ୍କ ଉପଚାର ପାଇଁ ୧,୭ଠ୭ କୋଟି ଟଙ୍କା ପ୍ରଦାନ କରାଯାଇଛି।

ଘରୋଇ କ୍ଷେତ୍ରକୁ ଏଥିପାଇଁ ନିୟୋଜିତ କରି ଦେଶର ୨୫ଠଟି ଜିଲ୍ଲାରେ କରାଯିବା ପରେ ଏ କ୍ଷେତ୍ରରେ ଶତକଡ଼ା ୩୨ ଭାଗ ଟିବି ରୋଗୀ ଥିବା ଜଣାପଡ଼ିଛି।

ସାର୍ବଜନୀନ ଡ୍ରଗସ ସ୍ପେଶାଲିଷ୍ଟ ଟେଷ୍ଟିଂ (ୟୁଡିଏସଟି) ସମସ୍ତ ଟିବି ନିରୂପିତ ମାମଲା କାର୍ଯ୍ୟକ୍ରମ ଜରିଆରେ ୨ଠ୨୧ ମସିହା ସୁଦ୍ଧା ଦେଶରେ ୩୭୬ଠ ଏନଏଏଟି ମେସିନ୍ ସ୍ଥାପନ କରାଯାଇଛି। ଏହାଦ୍ୱାରା ଡ୍ରଗ ରେଜିଷ୍ଟାଣ୍ଟ ମାମଲାଗୁଡ଼ିକୁ ନିରୂପିତ କରାଯାଇ ତାହାର ଚିକିତ୍ସା କରାଯାଇପାରିବ। ୧,୫ଠ,ଠଠଠରୁ ଊଦ୍ଧ୍ୱର୍ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ ସୁଧାର କେନ୍ଦ୍ର ୨ଠ୨୨ ମସିହା ତୃଣମୂଳ ସ୍ତରରେ ଟିବିର ଯତ୍ନ ନିମନ୍ତେ ସ୍ଥାପିତ ହେବ।

ଏହି କାର୍ଯ୍ୟକ୍ରମ ସମାଜ ଗୋଷ୍ଠୀର ଜନ ଆନେ୍ଦାଳନ ରଣନୀତି ଟିବି ଦୂରୀକରଣ ପାଇଁ ପ୍ରସ୍ତୁତ କରିବ। ଏହି କାର୍ଯ୍ୟକ୍ରମ ଜରିଆରେ ୧୨,ଠଠଠ ବିଶେଷଜ୍ଞ ଟିବି ରୋଗୀ ଆବଶ୍ୟକ କରୁଥିବା ସେବା ଯତ୍ନର ଦାୟିତ୍ୱ ନେବେ। ଏହା ରୋଗୀ, ଚିକିତ୍ସକଙ୍କ ମଧ୍ୟରେ ଉପଚାର ସମ୍ପର୍କିତ ମତ ବିନିମୟରେ ମଧ୍ୟ ସାହାଯ୍ୟ କରିବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ସାର କ୍ଷେତ୍ରରେ ସହଯୋଗ ବଢ଼ାଇବାକୁ ଅଭିନବ ପ୍ରୟାସ: କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କ ଜୋର୍ଡାନ ଗସ୍ତ

ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସାର ଓ ରସାୟନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ କହିଛନ୍ତି, ‘‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାର ଗରିବ ଓ ଚାଷୀଙ୍କୁ ନିରନ୍ତର ସମର୍ଥନ ଯୋଗାଇ ଦେବା ଲାଗି କାର୍ଯ୍ୟ କରୁଛି। ଦେଶର ଚାଷୀମାନଙ୍କୁ ସାର ଯୋଗାଇ ଦେବା ଲାଗି ସରକାର ସଂକଳ୍ପବଦ୍ଧ। ଦେଶରେ ସାରର କୌଣସି ଅଭାବ ନାହିଁ। ଶ୍ରୀ ମାଣ୍ଡଭିୟ ଆହୁରି କହିଛନ୍ତି ଯେ, ‘‘ଆମେ ଘରୋଇ ଉତ୍ପାଦନ ଓ ଅନ୍ୟ ଦେଶମାନଙ୍କ ସହିତ ଭାଗିଦାରୀ ବଢ଼ାଇବା ସହିତ ଖରିଫ୍‌ ଋତୁ ପୂର୍ବରୁ ଚାଷୀଙ୍କୁ ପର୍ଯ୍ୟନ୍ତ ସାର ଯୋଗାଣ ସୁନିଶ୍ଚିତ କରିବା ନିମନ୍ତେ ସକ୍ରିୟ ପଦକ୍ଷେପ ଗ୍ରହଣ କରୁଛୁ।

ପ୍ରଥମ ଥର ପାଇଁ ସାର କ୍ଷେତ୍ରରେ ଭାରତ ସରକାର ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏହି କ୍ରମରେ ସାର ଓ କଞ୍ଚା ମାଲକୁ ଲଘୁ ତଥା ଦୀର୍ଘ ଅବଧି ନିମନ୍ତେ ଯୋଗାଣ କରିବା ଲାଗି ଡକ୍ଟର ମନସୁଖ ମାଣ୍ଡଭିୟଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ୧୩ରୁ ୧୫ ମଇ ୨୦୨୨ ପର୍ଯ୍ୟନ୍ତ ଜୋର୍ଡାନ ଗସ୍ତ କରିଥିଲେ। ସାରା ବିଶ୍ବରେ ସମ୍ପ୍ରତି ସାର ସଙ୍କଟ ଦେଖା ଦେଇଥିବା ସମୟରେ ଭାରତୀୟ ପ୍ରତିନିଧି ଦଳର ଏହି ଗସ୍ତ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ଡକ୍ଟର ମାଣ୍ଡଭୀୟ କହିଛନ୍ତି ଯେ ଭାରତକୁ ଫସ୍ଫେଟିକ୍‌ ଏବଂ ପଟାସ ସାର ଯୋଗାଣ ସୁନିଶ୍ଚିତ କରିବା କ୍ଷେତ୍ରରେ ଏହା ମାର୍ଗଦର୍ଶନକାରୀ ସାବ୍ୟସ୍ତ ହୋଇଛି। ଜୋର୍ଡାନ ଚଳିତ ବର୍ଷ ୩୦ ଏଲଏମଟି ରକ୍‌ ଫସଫେଟ, ୨.୫୦ ଏଲଏମଟି ଡିଏପି, ୧ ଏଲଏମଟି ଫସଫେରିକ ଏସିଡ ଭାରତକୁ ଯୋଗାଇ ଦେବ। ଏଥିପାଇଁ ଭାରତୀୟ ସରକାରୀ, ସମବାୟ ଏବଂ ଘରୋଇ କମ୍ପାନୀଗୁଡ଼ିକ ସହିତ ଜୋର୍ଡାନ ଫସଫେଟ୍‌ ମାଇନିଂ କମ୍ପାନୀ (ଜେପିଏମସି) ରାଜିନାମା ସ୍ବାକ୍ଷର କରିଛି। ସେ କହିଥିଲେ ଯେ, ଭାରତ ୨.୭୫ ଏଲଏମଟିର ବାର୍ଷିକ ଯୋଗାଣ ପାଇଁ ଜୋର୍ଡାନ୍‌ ସହିତ ୫ ବର୍ଷ ପାଇଁ ଦୀର୍ଘକାଳୀନ ରାଜିନାମା ସ୍ବାକ୍ଷରିତ ହୋଇଛି, ଯାହାକି ପ୍ରତିବର୍ଷ ସମାନ ଭାବେ ବଢ଼ି ୩.୨୫ ଏଲଏମଟି ହେବ। ରସାୟନ ମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ଏହି ଯୋଗାଣ ଭାରତରେ ଆଗାମୀ କୃଷି ଋତୁ ପାଇଁ ସୁନିଶ୍ଚିତ ହେବ।

ବୈଠକ ସମୟରେ ଡକ୍ଟର ମନସୁଖ ମାଣ୍ଡଭ୍ୟ ସାର କ୍ଷେତ୍ର ପାଇଁ ଭାରତର ପସନ୍ଦଯୋଗ୍ୟ ଭାଗିଦାର ରୂପରେ ଜୋର୍ଡାନ ବିଷୟରେ ଉଲ୍ଲେଖ କରିଥିଲେ। ଏହାକୁ ଦେଖି ଉଭୟ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କ, ନାଗରିକ ସମ୍ପର୍କର ଏକ ଦୀର୍ଘ ଇତିହାସ ରହିଛି। ଡକ୍ଟର ମନସୁଖ ମାଣ୍ଡଭ୍ୟ ବିଶେଷ କରି ସାର କ୍ଷେତ୍ର ପାଇଁ ଏହି ଆହ୍ବାନ ପୂର୍ଣ୍ଣ ସମୟରେ ସହଯୋଗ ସୁଦୃଢ଼ କରିବା ଉପରେ ଆଲୋକପାତ କରିଥିଲେ। ଭାରତୀୟ ବଜାର ପାଇଁ ଅତିରିକ୍ତ ପରିମାଣ ସୁନିଶ୍ଚିତ କରିବା ଉପରେ ଜୋର ଦେବା ସହିତ ଭାରତକୁ ନେଇ ସ୍ବତନ୍ତ୍ର ସର୍ତ୍ତ ନିର୍ଦ୍ଧାରଣ କରିବା ଲାଗି କେନ୍ଦ୍ର ମନ୍ତ୍ରୀ ଜୋର୍ଡାନକୁ ଅନୁରୋଧ କରିଥିଲେ। ଭାରତକୁ ଏକ ପ୍ରମୁଖ ବଜାର ଲକ୍ଷ୍ୟ ଭାବେ ଦେଖି ଅତିରିକ୍ତ ଉତ୍ପାଦନ କ୍ଷମତା ବଢ଼ାଇବା ଉପରେ ବିଚାର କରିବା ପାଇଁ ସେ ନିବେଦନ କରିଥିଲେ। ସାର, କୃଷି ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ବ୍ୟାପକ ଅବସର ଥିବା ନେଇ ଉଭୟ ପକ୍ଷ ସହମତ ହୋଇଥିଲେ।

କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କ ନେତୃତ୍ବରେ ଭାରତୀୟ ପ୍ରତିନିଧି ଦଳ ଜେଆଇଏଫସିଓ ଏବଂ ଇଣ୍ଡୋ-ଜୋର୍ଡାନ କମ୍ପାନୀ ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ଜେପିଏମସି ଖଣି ଓ ଫସଫୋରିକ ଏସିଡ ଉତ୍ପାଦନ ସୁବିଧା କେନ୍ଦ୍ର ମଧ୍ୟ ପରିଦର୍ଶନ କରିଥିଲେ। ଏସବୁ କେନ୍ଦ୍ରରେ କାର୍ଯ୍ୟରତ ସବୁ ଭାରତୀୟ ଇଞ୍ଜିନିୟର ଓ ଶ୍ରମିକମାନେ ପ୍ରତିନିଧି ଦଳକୁ ସ୍ବାଗତ କରିଥିଲେ।

ପ୍ରତିନିଧି ଦଳ ଆରବ ପଟାସ ମୁଖ୍ୟାଳୟ ମଧ୍ୟ ଗସ୍ତ କରିଥିଲେ। ସେଠାକାର ଅଧ୍ୟକ୍ଷ, ସିଇଓ ଏବଂ ଅନ୍ୟ ପ୍ରମୁଖ ଅଧିକାରୀମାନେ କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ଜୋର୍ଡାନ ନିଜ ଏମଓପି ଉତ୍ପାଦନର ପାଖାପାଖି ୨୫ ପ୍ରତିଶତ ଭାରତକୁ ଆବଣ୍ଟନ କରୁଥିବା ଏହି ଅବସରରେ ଉଲ୍ଲେଖ କରାଯାଇଥିଲା। ଉଚିତ୍‌ ଦରରେ ଭାରତକୁ ଏମଓପି ଯୋଗାଇ ଦେବାର ଆବଶ୍ୟକତା ଉପରେ ଜୋର ଦିଆଯାଇଥିଲା।

ଭାରତୀୟ କମ୍ପାନୀମାନଙ୍କ ପକ୍ଷରୁ ଜୋର୍ଡାନରେ ନିବେଶ ଉପରେ ଜୋର୍ଡାନ ପକ୍ଷରୁ ବିଶେଷ ଗୁରୁତ୍ବାରୋପ କରାଯାଇଥିଲା। ଜୋର୍ଡାନରେ ଭାରତୀୟ ନିବେଶକୁ ସ୍ବାଗତ କରାଯିବା ସହିତ ପ୍ରାଥମିକତା ଦିଆଯିବ ବୋଲି ଜୋର୍ଡାନର ମନ୍ତ୍ରୀ କହିଥିଲେ।

ସ୍ବତନ୍ତ୍ର ବ୍ୟବସାୟିକ ପ୍ରୋତ୍ସାହନ ଆକାରରେ, ଫସଫେଟିକ ଓ ପୋଟାସିୟମ ସାରର ସବୁଠୁ ବଡ଼ କ୍ରେତା ହୋଇଥିବାରୁ ଜୋର୍ଡାନ ପକ୍ଷରୁ ଭାରତକୁ ଅଧିକ ପ୍ରାଥମିକତା ଦିଆଯିବ। ଏଥିପାଇଁ ଉଭୟ ପକ୍ଷ ଖୁବ୍‌ଶୀଘ୍ର ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିବା ନେଇ ସହମତ ହୋଇଛନ୍ତି। ସେମାନେ ସୁରକ୍ଷିତ, ସ୍ବଳ୍ପ/ଦୀର୍ଘ ଅବଧି ସାର ଯୋଗାଣ, ନୂତନ ନିବେଶ, ନୂଆ ଯୌଥ ଉଦ୍ୟୋଗ ପ୍ରତିଷ୍ଠା ଆଦି ପାଇଁ ଏକ ମିଳିତ ସମିତି ଗଠନ କରିବା ନେଇ ସହମତ ହୋଇଥିଲେ।