Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ସାର କ୍ଷେତ୍ରରେ ସହଯୋଗ ବଢ଼ାଇବାକୁ ଅଭିନବ ପ୍ରୟାସ: କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କ ଜୋର୍ଡାନ ଗସ୍ତ
ଅନ୍ତରାଷ୍ଟ୍ରୀୟ

ସାର କ୍ଷେତ୍ରରେ ସହଯୋଗ ବଢ଼ାଇବାକୁ ଅଭିନବ ପ୍ରୟାସ: କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କ ଜୋର୍ଡାନ ଗସ୍ତ

May 18, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ରମନ୍ତ୍ରୀ
Two-Day National Conference on Building and Other Construction Workers (BOCW) to Begin in Mumbai Today

ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସାର ଓ ରସାୟନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ କହିଛନ୍ତି, ‘‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାର ଗରିବ ଓ ଚାଷୀଙ୍କୁ ନିରନ୍ତର ସମର୍ଥନ ଯୋଗାଇ ଦେବା ଲାଗି କାର୍ଯ୍ୟ କରୁଛି। ଦେଶର ଚାଷୀମାନଙ୍କୁ ସାର ଯୋଗାଇ ଦେବା ଲାଗି ସରକାର ସଂକଳ୍ପବଦ୍ଧ। ଦେଶରେ ସାରର କୌଣସି ଅଭାବ ନାହିଁ। ଶ୍ରୀ ମାଣ୍ଡଭିୟ ଆହୁରି କହିଛନ୍ତି ଯେ, ‘‘ଆମେ ଘରୋଇ ଉତ୍ପାଦନ ଓ ଅନ୍ୟ ଦେଶମାନଙ୍କ ସହିତ ଭାଗିଦାରୀ ବଢ଼ାଇବା ସହିତ ଖରିଫ୍‌ ଋତୁ ପୂର୍ବରୁ ଚାଷୀଙ୍କୁ ପର୍ଯ୍ୟନ୍ତ ସାର ଯୋଗାଣ ସୁନିଶ୍ଚିତ କରିବା ନିମନ୍ତେ ସକ୍ରିୟ ପଦକ୍ଷେପ ଗ୍ରହଣ କରୁଛୁ।

ପ୍ରଥମ ଥର ପାଇଁ ସାର କ୍ଷେତ୍ରରେ ଭାରତ ସରକାର ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏହି କ୍ରମରେ ସାର ଓ କଞ୍ଚା ମାଲକୁ ଲଘୁ ତଥା ଦୀର୍ଘ ଅବଧି ନିମନ୍ତେ ଯୋଗାଣ କରିବା ଲାଗି ଡକ୍ଟର ମନସୁଖ ମାଣ୍ଡଭିୟଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ୧୩ରୁ ୧୫ ମଇ ୨୦୨୨ ପର୍ଯ୍ୟନ୍ତ ଜୋର୍ଡାନ ଗସ୍ତ କରିଥିଲେ। ସାରା ବିଶ୍ବରେ ସମ୍ପ୍ରତି ସାର ସଙ୍କଟ ଦେଖା ଦେଇଥିବା ସମୟରେ ଭାରତୀୟ ପ୍ରତିନିଧି ଦଳର ଏହି ଗସ୍ତ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ଡକ୍ଟର ମାଣ୍ଡଭୀୟ କହିଛନ୍ତି ଯେ ଭାରତକୁ ଫସ୍ଫେଟିକ୍‌ ଏବଂ ପଟାସ ସାର ଯୋଗାଣ ସୁନିଶ୍ଚିତ କରିବା କ୍ଷେତ୍ରରେ ଏହା ମାର୍ଗଦର୍ଶନକାରୀ ସାବ୍ୟସ୍ତ ହୋଇଛି। ଜୋର୍ଡାନ ଚଳିତ ବର୍ଷ ୩୦ ଏଲଏମଟି ରକ୍‌ ଫସଫେଟ, ୨.୫୦ ଏଲଏମଟି ଡିଏପି, ୧ ଏଲଏମଟି ଫସଫେରିକ ଏସିଡ ଭାରତକୁ ଯୋଗାଇ ଦେବ। ଏଥିପାଇଁ ଭାରତୀୟ ସରକାରୀ, ସମବାୟ ଏବଂ ଘରୋଇ କମ୍ପାନୀଗୁଡ଼ିକ ସହିତ ଜୋର୍ଡାନ ଫସଫେଟ୍‌ ମାଇନିଂ କମ୍ପାନୀ (ଜେପିଏମସି) ରାଜିନାମା ସ୍ବାକ୍ଷର କରିଛି। ସେ କହିଥିଲେ ଯେ, ଭାରତ ୨.୭୫ ଏଲଏମଟିର ବାର୍ଷିକ ଯୋଗାଣ ପାଇଁ ଜୋର୍ଡାନ୍‌ ସହିତ ୫ ବର୍ଷ ପାଇଁ ଦୀର୍ଘକାଳୀନ ରାଜିନାମା ସ୍ବାକ୍ଷରିତ ହୋଇଛି, ଯାହାକି ପ୍ରତିବର୍ଷ ସମାନ ଭାବେ ବଢ଼ି ୩.୨୫ ଏଲଏମଟି ହେବ। ରସାୟନ ମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ଏହି ଯୋଗାଣ ଭାରତରେ ଆଗାମୀ କୃଷି ଋତୁ ପାଇଁ ସୁନିଶ୍ଚିତ ହେବ।

ବୈଠକ ସମୟରେ ଡକ୍ଟର ମନସୁଖ ମାଣ୍ଡଭ୍ୟ ସାର କ୍ଷେତ୍ର ପାଇଁ ଭାରତର ପସନ୍ଦଯୋଗ୍ୟ ଭାଗିଦାର ରୂପରେ ଜୋର୍ଡାନ ବିଷୟରେ ଉଲ୍ଲେଖ କରିଥିଲେ। ଏହାକୁ ଦେଖି ଉଭୟ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କ, ନାଗରିକ ସମ୍ପର୍କର ଏକ ଦୀର୍ଘ ଇତିହାସ ରହିଛି। ଡକ୍ଟର ମନସୁଖ ମାଣ୍ଡଭ୍ୟ ବିଶେଷ କରି ସାର କ୍ଷେତ୍ର ପାଇଁ ଏହି ଆହ୍ବାନ ପୂର୍ଣ୍ଣ ସମୟରେ ସହଯୋଗ ସୁଦୃଢ଼ କରିବା ଉପରେ ଆଲୋକପାତ କରିଥିଲେ। ଭାରତୀୟ ବଜାର ପାଇଁ ଅତିରିକ୍ତ ପରିମାଣ ସୁନିଶ୍ଚିତ କରିବା ଉପରେ ଜୋର ଦେବା ସହିତ ଭାରତକୁ ନେଇ ସ୍ବତନ୍ତ୍ର ସର୍ତ୍ତ ନିର୍ଦ୍ଧାରଣ କରିବା ଲାଗି କେନ୍ଦ୍ର ମନ୍ତ୍ରୀ ଜୋର୍ଡାନକୁ ଅନୁରୋଧ କରିଥିଲେ। ଭାରତକୁ ଏକ ପ୍ରମୁଖ ବଜାର ଲକ୍ଷ୍ୟ ଭାବେ ଦେଖି ଅତିରିକ୍ତ ଉତ୍ପାଦନ କ୍ଷମତା ବଢ଼ାଇବା ଉପରେ ବିଚାର କରିବା ପାଇଁ ସେ ନିବେଦନ କରିଥିଲେ। ସାର, କୃଷି ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ବ୍ୟାପକ ଅବସର ଥିବା ନେଇ ଉଭୟ ପକ୍ଷ ସହମତ ହୋଇଥିଲେ।

କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କ ନେତୃତ୍ବରେ ଭାରତୀୟ ପ୍ରତିନିଧି ଦଳ ଜେଆଇଏଫସିଓ ଏବଂ ଇଣ୍ଡୋ-ଜୋର୍ଡାନ କମ୍ପାନୀ ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ଜେପିଏମସି ଖଣି ଓ ଫସଫୋରିକ ଏସିଡ ଉତ୍ପାଦନ ସୁବିଧା କେନ୍ଦ୍ର ମଧ୍ୟ ପରିଦର୍ଶନ କରିଥିଲେ। ଏସବୁ କେନ୍ଦ୍ରରେ କାର୍ଯ୍ୟରତ ସବୁ ଭାରତୀୟ ଇଞ୍ଜିନିୟର ଓ ଶ୍ରମିକମାନେ ପ୍ରତିନିଧି ଦଳକୁ ସ୍ବାଗତ କରିଥିଲେ।

ପ୍ରତିନିଧି ଦଳ ଆରବ ପଟାସ ମୁଖ୍ୟାଳୟ ମଧ୍ୟ ଗସ୍ତ କରିଥିଲେ। ସେଠାକାର ଅଧ୍ୟକ୍ଷ, ସିଇଓ ଏବଂ ଅନ୍ୟ ପ୍ରମୁଖ ଅଧିକାରୀମାନେ କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ଜୋର୍ଡାନ ନିଜ ଏମଓପି ଉତ୍ପାଦନର ପାଖାପାଖି ୨୫ ପ୍ରତିଶତ ଭାରତକୁ ଆବଣ୍ଟନ କରୁଥିବା ଏହି ଅବସରରେ ଉଲ୍ଲେଖ କରାଯାଇଥିଲା। ଉଚିତ୍‌ ଦରରେ ଭାରତକୁ ଏମଓପି ଯୋଗାଇ ଦେବାର ଆବଶ୍ୟକତା ଉପରେ ଜୋର ଦିଆଯାଇଥିଲା।

ଭାରତୀୟ କମ୍ପାନୀମାନଙ୍କ ପକ୍ଷରୁ ଜୋର୍ଡାନରେ ନିବେଶ ଉପରେ ଜୋର୍ଡାନ ପକ୍ଷରୁ ବିଶେଷ ଗୁରୁତ୍ବାରୋପ କରାଯାଇଥିଲା। ଜୋର୍ଡାନରେ ଭାରତୀୟ ନିବେଶକୁ ସ୍ବାଗତ କରାଯିବା ସହିତ ପ୍ରାଥମିକତା ଦିଆଯିବ ବୋଲି ଜୋର୍ଡାନର ମନ୍ତ୍ରୀ କହିଥିଲେ।

ସ୍ବତନ୍ତ୍ର ବ୍ୟବସାୟିକ ପ୍ରୋତ୍ସାହନ ଆକାରରେ, ଫସଫେଟିକ ଓ ପୋଟାସିୟମ ସାରର ସବୁଠୁ ବଡ଼ କ୍ରେତା ହୋଇଥିବାରୁ ଜୋର୍ଡାନ ପକ୍ଷରୁ ଭାରତକୁ ଅଧିକ ପ୍ରାଥମିକତା ଦିଆଯିବ। ଏଥିପାଇଁ ଉଭୟ ପକ୍ଷ ଖୁବ୍‌ଶୀଘ୍ର ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିବା ନେଇ ସହମତ ହୋଇଛନ୍ତି। ସେମାନେ ସୁରକ୍ଷିତ, ସ୍ବଳ୍ପ/ଦୀର୍ଘ ଅବଧି ସାର ଯୋଗାଣ, ନୂତନ ନିବେଶ, ନୂଆ ଯୌଥ ଉଦ୍ୟୋଗ ପ୍ରତିଷ୍ଠା ଆଦି ପାଇଁ ଏକ ମିଳିତ ସମିତି ଗଠନ କରିବା ନେଇ ସହମତ ହୋଇଥିଲେ।

ମନସୁଖ ମାଣ୍ଡଭ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ଫାର୍ମାସିଷ୍ଟସ ଦିବସ ପରିପ୍ରେକ୍ଷୀରେ ସମ୍ମମ ପକ୍ଷରୁ ‘ଫାର୍ମାଭାନ୍‌ଟେଜ୍ ୨୦୨୬’ ଆୟୋଜିତ

September 26, 2026

ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଶାଢ଼ି ଭତ୍ତା, ଶୁଭାରମ୍ଭ ହେଲା “ଦୀପ୍ତି” ପୋର୍ଟାଲ୍

September 26, 2026

କଟକ ରେଳ ଷ୍ଟେସନରେ ପୁନଃବିକାଶ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

September 26, 2026

ନିଆଳି ପନିର ଅପମିଶ୍ରଣ ଅଭିଯୋଗ: ବଦଳିଲେ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ

September 26, 2026
Latest News

ବିଶ୍ୱ ଫାର୍ମାସିଷ୍ଟସ ଦିବସ ପରିପ୍ରେକ୍ଷୀରେ ସମ୍ମମ ପକ୍ଷରୁ ‘ଫାର୍ମାଭାନ୍‌ଟେଜ୍ ୨୦୨୬’ ଆୟୋଜିତ

September 26, 2026

ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଶାଢ଼ି ଭତ୍ତା, ଶୁଭାରମ୍ଭ ହେଲା “ଦୀପ୍ତି” ପୋର୍ଟାଲ୍

September 26, 2026

କଟକ ରେଳ ଷ୍ଟେସନରେ ପୁନଃବିକାଶ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

September 26, 2026

ନିଆଳି ପନିର ଅପମିଶ୍ରଣ ଅଭିଯୋଗ: ବଦଳିଲେ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ

September 26, 2026

ଇସିଙ୍କ ବୟାନ ପରେ ଚନ୍ଦ୍ରବାବୁ ନାଇଡୁଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ?

September 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.