Categories
ଫଟୋ ଖବର

ଖଲିକୋଟ ନିକଟସ୍ଥ ଏକ ସ୍ଥାନରେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି ଏକ ପୁରୁଣା ମନ୍ଦିର

ଖଲିକୋଟ ନିକଟସ୍ଥ ଏକ ସ୍ଥାନରେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି ଏକ ପ୍ରାଚୀନ ମନ୍ଦିର

Categories
ଆଜିର ଖବର ରାଜ୍ୟ ଖବର

ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇନି, ପ୍ରଥମେ ଲୋକଙ୍କ ମତାମତ ନିଆଯିବ : ବିଏମ୍‌ସି କମିଶନର

ଭୁବନେଶ୍ୱର: ନଭେମ୍ବର ପାଇଁ ଆଜି ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଗାଇଡଲାଇନ୍ ଆସିବା ପରେ ଧର୍ମାନୁଷ୍ଠାନ ଖୋଲିବା ନେଇ ସ୍ଥାନୀୟ ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି । ଧର୍ମାନୁଷ୍ଠାନ ଖୋଲିବା ପ୍ରସଙ୍ଗରେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ‘ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯାଇନି । ମନ୍ଦିର  ଖୋଲିବା ପୂର୍ବରୁ ଟ୍ରଷ୍ଟ, ସେବାୟତ ଓ ଲୋକଙ୍କ ମତାମତ ପ୍ରଥମେ ନିଆଯିବ । ଭୁବନେଶ୍ୱରରେ ସଂକ୍ରମଣ କମିଛି, ତଥାପି ବାହାରୁଛନ୍ତି । ମନ୍ଦିର କର୍ତ୍ତୃପକ୍ଷଙ୍କ ସହ ବସି ଆଲୋଚନା ମଧ୍ୟ କରିବୁ। ଏଥସହିତ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାମତ ମଧ୍ୟ ଆମେ ନେବୁ। ତା’ପରେ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବିଏମ୍‌ସି କମିଶନର । ଅନ୍ୟପଟେ ସ୍କୁଲ ଖୋଲିବା ସମ୍ପର୍କରେ କମିଶନର କହିଛନ୍ତି ଯେ, ‘ସ୍କୁଲ ଓ ଗଣଶିକ୍ଷା ବିଭାଗର ଗାଇଡଲାଇନ୍ ଅନୁସାରେ ନିଷ୍ପତ୍ତି ନିଆଯିବ ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଖୋଲିବ ମନ୍ଦିର ! ମନ୍ଦିର ଖୋଲିବା ନେଇ ସଂକେତ ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର : ପ୍ରାୟ 7 ମାସରୁ ଉର୍ଦ୍ଧ୍ବ ହେବ ରାଜ୍ୟର ସମସ୍ତ ମନ୍ଦିର ତଥା ଧାର୍ମିକ ସ୍ଥଳୀ ବନ୍ଦ ରହିଛି । କରୋନାକୁ ଦୃଷ୍ଟିରେ ରଖି ମନ୍ଦିରଗୁଡିକ ବନ୍ଦ ରଖାଯାଇଛି । ଅନଲକ୍‌5.0ରେ କେନ୍ଦ୍ର ସରକାର ଧାର୍ମିକ ସ୍ଥଳୀ ଖୋଲିବାକୁ ଅନୁମତି ଦେଇଥିଲେ ମଧ୍ୟ ଏବେବି ରାଜ୍ୟରେ ମନ୍ଦିର ଖୋଲା ଯାଇନାହିଁ । ମନ୍ଦିର ଖୋଲିବାକୁ ଅନେକେ ଦାବି ମଧ୍ୟ କରୁଛନ୍ତି । ତେବେ ରାଜ୍ୟରେ ମନ୍ଦିର ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବାର ଜଣାଯାଇଛି ।

ରାଜ୍ୟରେ ପ୍ରମୁଖ ମନ୍ଦିର ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ମନ୍ଦିର ଖୋଲିବା ନେଇ ସଂକେତ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଦେବୋତ୍ତର ବିଭାଗ ଅଧୀନରେ ଥିବା ମନ୍ଦିର ଖୋଲିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ଏନେଇ ପୁରୀ ଶ୍ରୀମନ୍ଦିର ଓ ଅନ୍ୟ ପ୍ରମୁଖ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ୍‌ କଟକଣା ଭିତରେ ମନ୍ଦିର ଖୋଲିବା ଯୋଜନା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ 10 ଦିନରେ ଏନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଟୁଇଟ୍‌ କରି ନିର୍ଦ୍ଦେଶନାମା ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ ।

Categories
ଆଜିର ଖବର ରାଜ୍ୟ ଖବର

ମନ୍ଦିର ଖୋଲିବାକୁ ମଙ୍ଗିଲେନି ସରକାର : ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି

ଭୁବନେଶ୍ବର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୀର୍ଘ 5 ମାସରୁ ଅଧିକ ହେବ ରାଜ୍ୟରେ ବିଭିନ୍ନ ଧର୍ମାନୁଷ୍ଠାନମାନ ବନ୍ଦ ରହିଛି । ତେବେ ଏବେ ମନ୍ଦିର ଖୋଲିବା ସମ୍ଭବ ନୁହେଁ ବୋଲି ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି ରାଜ୍ୟସରକାର।ବର୍ତ୍ତମାନ ମନ୍ଦିର ଖୋଲିବା ସମ୍ଭବ ନୁହେଁ ବୋଲି ସରକାର ଦର୍ଶାଇଛନ୍ତି। ତେବେ ଗର୍ଭଗୃହ ଛୋଟ ଯୋଗୁଁ ଗହଳି ହେଲେ କରୋନା ସଂକ୍ରମଣ ବଢ଼ିପାରେ ବୋଲି ସରକାର ଦର୍ଶାଇଛନ୍ତି। ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି।

କରୋନା ସଂକ୍ରମଣ ପାଇଁ ମନ୍ଦିର ବନ୍ଦ ରହିଥିବାବେଳେ ପରମ୍ପରା ରକ୍ଷା ଲାଗି ଠାକୁରଙ୍କ ନୀତିକାନ୍ତି ଚାଲିଛି । ବିନା ଭକ୍ତରେ ଠାକୁରଙ୍କ ପର୍ବ ଓ ପରମ୍ପରା ରକ୍ଷା ହେଉଛି ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମନ୍ଦିରରୁ ମା’ଙ୍କ ଅଳଙ୍କାର ଚୋରୀ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ଖଜୁରିଆ ରୋଡ଼୍‌ରେ ଥିବା ଚନ୍ଦ୍ରଚୁଡ଼େଶ୍ୱର ମନ୍ଦିର ପରିସରରେ ଚୋରି ହୋଇଛି। କିଛି ଦୁବୃର୍ତ୍ତ ମନ୍ଦିର ମଧ୍ୟରେ ପସି ସେଠାରେ ଥିବା ମା’ ଠାକୁରାଣୀଙ୍କ ମୂର୍ତ୍ତିରେ ଲାଗିଥିବା ସୁନାର ଆଖି ଏବଂ ବେକରେ ଲାଗିଥିବା ସୁନା ଚୋରି କରି ନେଇଯାଇଛନ୍ତି। ଚୋରି ସମୟରେ ପୂଜକ ଜାଣିଦେବା ପରେ ତାଙ୍କୁ ଏକ ରୁମ୍‌ରେ ତାଲା ପକାଇବା ସହ ମାଡ଼ ମାରିଥିବା ନେଇ ମଧ୍ୟ ପୂଜକ ଜଣକ ଗୋଷାଣିନୂଆଗାଁ ଥାନାରେ ଅଭିଯୋଗ କରିଛନ୍ତି। ଗୋଷାଣିନୂଆଗାଁ ଥାନା ପୋଲିସ୍ ମନ୍ଦିରରେ ପହଞ୍ଚି ଘଟଣାର ଅନୁସନ୍ଧାନ ଜାରି ରଖିଛନ୍ତି।

Categories
ଆଜିର ଖବର

ବାଣପୁର ବ୍ଲକ ଭୀମପୁର ଗ୍ରାମର ‘ବୃନ୍ଦାବନ ଚନ୍ଦ୍ର ଦେବ’ ମନ୍ଦିରରୁ ଚୋରି: ଜଣେ ଯୁବକ ଗିରଫ

ସମୀକ୍ଷାବ୍ୟୁରୋ

ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନିକଟସ୍ଥ ଭୀମପୁର ଗ୍ରାମରେ ଏକ ଚୋରି ଘଟଣା ସାମ୍ନାକୁ ଆସିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଗ୍ରାମର କାନୁନଗୋ ସାହିରେ ଥିବା ବୃନ୍ଦାବନ ଚନ୍ଦ୍ର ଦେବ ମନ୍ଦିରରେ ଏପରି ଅଭାବନୀୟ ଘଟଣା ଘଟିଛି। ମନ୍ଦିରରେ ଥିବା ଅଷ୍ଟଧାତୁରେ ନିର୍ମିତ ରାଧାକୃଷ୍ଣ ମୂର୍ତ୍ତି, ଲକ୍ଷ୍ମୀନାରାୟଣ ମୂର୍ତ୍ତି, ରାମଲକ୍ଷ୍ମଣ ମୂର୍ତ୍ତି, ବିଭିନ୍ନ ପୂଜା ସାମଗ୍ରୀ, ଦାନବାକ୍ସରୁ ନଗଦ ୪୦୦୦ ଟଙ୍କା ଏବଂ ବହୁ ମୁଲ୍ୟବାନ ଜିନିଷ ଚୋରି ହୋଇଥିଲା। ଗତକାଲି ଶନିବାର ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଥିବାର ଅନୁମାନ କରାଯାଉଛି। ଏହାକୁ ନେଇ ଭୀମପୁର ଗ୍ରାମବାସୀଙ୍କ ଦ୍ଵାରା ବାଣପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଉକ୍ତ ଅଭିଯୋଗ ଅନୁଯାୟୀ ବାଣପୁର ଥାନା ଏସ.ଆଇ ଦିଗବିଜୟ ବିଶ୍ଵାଳ ତୁରନ୍ତ ତଦନ୍ତ ଆରମ୍ଭ କରି ଆସାମୀକୁ ଧରିବାରେ ସଫଳ ମଧ୍ୟ ହୋଇଛନ୍ତି।

ସମ୍ପୃକ୍ତ ଆସାମୀ ଜଣଙ୍କ ଦୀପକ କୁମାର ତ୍ରିପାଠୀ (ବୟସ ୨୦ବର୍ଷ) ବୋଲି ପୋଲିସ ସୂତ୍ରରୁ ଜଣାପଡିଛି। ସେ ଗତକାଲି ବିଳମ୍ବିତ ରାତ୍ରିରେ ବାଣପୁର ପେଟ୍ରୋଲ ପମ୍ପ ସାମ୍ନାରେ ଥିବା ଏଚ.ଡି.ଏଫ.ସି ବ୍ୟାଙ୍କ ଏ.ଟି.ଏମରୁ ଚୋରି କରିବାକୁ ପ୍ରଚେଷ୍ଟା କରିଥିଲା। ହେଲେ ସେଠାରୁ ସେ ବିଫଳ ହେବା ପରେ ମନ୍ଦିରରୁ ବିଭିନ୍ନ ମୁଲ୍ୟବାନ ମୂର୍ତ୍ତି ଓ ନଗଦ ଟଙ୍କା ଚୋରି କରିଥିବାର ପୋଲିସ ସୂତ୍ରରୁ ସୂଚନା ମିଳିଛି। କିନ୍ତୁ ତାହାର ସମସ୍ତ ଯୋଜନା ବିଫଳ ହୋଇଛି। ସମ୍ପୃକ୍ତ ଆସାମୀ ଜଣଙ୍କ ଓଡି-୦୨ ଏ.ଟି ୫୩୧୬ ନମ୍ବରର ଏକ କଳା ରଙ୍ଗର ମୋଟର ସାଇକେଲ ବ୍ୟବହାର କରୁଥିବାର ପୋଲିସ ପ୍ରକାଶ କରିଛି। ଏବଂ  ପୋଲିସ ତାକୁ ଗିରଫ କରି ତାହା ବିରୋଧରେ ମାମଲା ରୁଜୁ କରିଛି।