ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇନି, ପ୍ରଥମେ ଲୋକଙ୍କ ମତାମତ ନିଆଯିବ : ବିଏମ୍‌ସି କମିଶନର

Published: Oct 31, 2020, 2:19 pm IST

ଭୁବନେଶ୍ୱର: ନଭେମ୍ବର ପାଇଁ ଆଜି ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଗାଇଡଲାଇନ୍ ଆସିବା ପରେ ଧର୍ମାନୁଷ୍ଠାନ ଖୋଲିବା ନେଇ ସ୍ଥାନୀୟ ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି । ଧର୍ମାନୁଷ୍ଠାନ ଖୋଲିବା ପ୍ରସଙ୍ଗରେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ‘ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯାଇନି । ମନ୍ଦିର  ଖୋଲିବା ପୂର୍ବରୁ ଟ୍ରଷ୍ଟ, ସେବାୟତ ଓ ଲୋକଙ୍କ ମତାମତ ପ୍ରଥମେ ନିଆଯିବ । ଭୁବନେଶ୍ୱରରେ ସଂକ୍ରମଣ କମିଛି, ତଥାପି ବାହାରୁଛନ୍ତି । ମନ୍ଦିର କର୍ତ୍ତୃପକ୍ଷଙ୍କ ସହ ବସି ଆଲୋଚନା ମଧ୍ୟ କରିବୁ। ଏଥସହିତ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାମତ ମଧ୍ୟ ଆମେ ନେବୁ। ତା’ପରେ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବିଏମ୍‌ସି କମିଶନର । ଅନ୍ୟପଟେ ସ୍କୁଲ ଖୋଲିବା ସମ୍ପର୍କରେ କମିଶନର କହିଛନ୍ତି ଯେ, ‘ସ୍କୁଲ ଓ ଗଣଶିକ୍ଷା ବିଭାଗର ଗାଇଡଲାଇନ୍ ଅନୁସାରେ ନିଷ୍ପତ୍ତି ନିଆଯିବ ।

Related posts