Categories
ଆଜିର ଖବର ରାଜ୍ୟ ଖବର ସିନେମା

ଉତ୍ତମ ମହାନ୍ତିଙ୍କୁ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ଓଡିଆ ଚଳିଚତ୍ରର ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତିଙ୍କ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ବରମୁଣ୍ଡା ବାସଭବନରେ ଥିବା ତାଙ୍କ ପ୍ରାର୍ଥୀବ ଶରୀର ଉପରେ ଫୁଳମାଳ ଦେଇ ଶେଷ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ଓଡିଆ ଚଳଚିତ୍ର ଜଗତର ଏହି ପ୍ରଖ୍ୟାତ ଅଭିନେତାଙ୍କ ଗତକାଲି ରାତିରେ ନୂଆଦିଲ୍ଲୀରେ ପରଲୋକ ହୋଇଯାଇଛି।

ଆଜି ସକାଳେ ତାଙ୍କର ପ୍ରାର୍ଥୀବ ଶରୀର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କର ପ୍ରଶଂସକଙ୍କର ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଏହାପରେ ତାଙ୍କ ବାସଭବନରେ ମଧ୍ୟ ଲୋକଙ୍କ ପ୍ରବଳ ଗହଳି ଲାଗିରହିଥିଲା। ତାଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟଦାର ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଆଜି ସଂଧ୍ୟାରେ ସତ୍ୟନଗର ମଶାଣୀରେ ତାଙ୍କର ଶେଷକୃତ୍ୟ କରାଯିବ।