Categories
ଆଜିର ଖବର ଜାତୀୟ ଖବର

ମୁଖ୍ୟମନ୍ତ୍ରୀଙ୍କୁ କରୋନା ପଜେଟିଭ, ହୋମ ଆସୋଲେସନରେ ରହିଲେ

ପାନଜୀ : ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଫେସବୁକ ପୋଷ୍ଟରେ ସେ କହିଛନ୍ତି ଯେ କରୋନା ଭାଇରସ୍ ପରୀକ୍ଷା କରିଥିଲି, ରିପୋର୍ଟ ପଜିଟିଭ୍ ଆସିଛି। ଫଳରେ ମୁଁ ବର୍ତ୍ତମାନ ହୋମ ଆସୋଲେସନରେ ରହିଛି। ତାଙ୍କ ପୋଷ୍ଟରେ ସେ ଆହୁରି କହିଛନ୍ତି, “ମୁଁ ଘରୁ କାର୍ଯ୍ୟ କରି ମୋର କର୍ତ୍ତବ୍ୟ ପାଳନ କରିବା ଜାରି ରଖିବି। ଯେଉଁମାନେ ମୋର ଘନିଷ୍ଠ ସମ୍ପର୍କରେ ଆସିଛନ୍ତି ସେମାନେ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ଗୋଆରେ ଏପର୍ଯ୍ୟନ୍ତ ମୋଟ ୧୮,୦୦୬ କରୋନାଭାଇରସ୍ ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୯୪ ଜଣ ମୃତ୍ୟୁ ଘଟିଛି।