Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଆଜି ହିରାବେନଙ୍କୁ ହେଲା ଶହେ ବର୍ଷ, ମାଆଙ୍କ ପାଦଧୋଇ ମୁଣ୍ଡରେ ମାରିଲେ ପୁଅ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହିରାବେନଙ୍କୁ ଶହେ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଉପଲକ୍ଷେ ଆଜି ସକାଳେ ପ୍ରଧାନମନ୍ତ୍ରୀ ତାଙ୍କର ମାଆଙ୍କୁ ପୂଜା ଅର୍ଚ୍ଚନା କରିଛନ୍ତି। ସେ ଏକ ପିତ୍ତଶ ଥାଳିରେ ମାଆଙ୍କୁ ପାଦକୁ ଧୋଇ ଦେଇଛନ୍ତି। ସେହି ଧୂଆପାଣିକୁ ନିଜ ମୁଣ୍ଡରେ ମାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟ ଗସ୍ତରେ ଅଛନ୍ତି। ସେ ଗୁଜୁରାଟର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ସେ ନିଜ ଘରକୁ ଯାଇ ମାଆଙ୍କର ଏହି ଶହେ ବର୍ଷ ଜନ୍ମଦିନକୁ ପାଳନ କରିଛନ୍ତି। ଅନ୍ୟପକ୍ଷରେ ତାଙ୍କ ମାଆ ଶହେ ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ସେ ବେଶ ସୁସ୍ଥ ଅଛନ୍ତି। ସେଥିପାଇଁ ପ୍ରଧାନମନ୍ତ୍ରୀ ବେଶ ଖୁସି ପ୍ରକଟ କରିଛନ୍ତି।