Categories
ଆଜିର ଖବର ଜାତୀୟ ଖବର

ଯୁବକଙ୍କ ଉନ୍ମତ୍ତ କାଣ୍ଡ : ପୋଲିସ୍‌ କର୍ମୀଙ୍କ ଉପରେ ଚଢାଇଲେ ଗାଡି

ଜଲନ୍ଧର : ପଞ୍ଜାବ ରାଜ୍ୟ ଜଲନ୍ଧରରେ ଜଣେ ଯୁବକଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି । ଯୁବକ ଜଣକ ଚେକ୍‌ପୋଷ୍ଟ ନିକଟରେ ଛିଡା ହୋଇଥିବା ଜଣେ ପୋଲିସ୍‌ କର୍ମୀଙ୍କ ଉପରକୁ କାର ଚଢାଇ ଦେଇଛନ୍ତି । ତେବେ ଯୁବକ ଜଣଙ୍କୁ ଗିରଫ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଜଲନ୍ଧରର ମିଲ୍କ ବାର୍‌ ଛକ ନିକଟରେ ଠିଆ ହୋଇଥିବା ପୋଲିସ୍‌କର୍ମୀମାନେ  ଏକ କାର୍‌କୁ ରହିବାକୁ ଆଦେଶ ଦେଇଥିଲେ । କିନ୍ତୁ କାର୍‌ରେ ରହିଥିବା ଯୁବକ ଜଣକ କାହାରି କଥା ନ ଶୁଣି ଏସଏସଆଇଙ୍କ ଉପରେ କାର୍‌ ଚଢାଇ ଦେଇଥିଲେ । କାର୍‌ରେ ପୋଲିସ କର୍ମୀ ଜଣକ ଘୋଷାଡି ହୋଇ ବେଶ୍‌ କିଛି ବାଟ ଚାଲି ଯାଇଥିଲେ । ଅତିରିକ୍ତ ଏସ୍‌ଏଚ୍‌ଓ ଗାଡିର ପିଛା କରି ଯୁବକଙ୍କୁ ଧରିଥିଲେ ।

ଲକ୍ ଡାଉନ୍‌ ଜାରି ହୋଇଥିବା ସମୟରେ ପଞ୍ଜାବରେ ପୋଲିସ୍‌ ସହ ଦୁର୍ବ୍ୟବହାର ହେଉଥିବାର ଖବର ସାମ୍ନାକୁ ଆସୁଛି । କିଛି ଦିନ ତଳେ ପଞ୍ଜାବର ପଟିଆଲା ସହର ସ୍ଥିତ ସବ୍‌ଜୀ ମଣ୍ଡି ନିକଟରେ କର୍ଫ୍ୟୁ ପାସ୍‌କୁ ନେଇ ନିହଙ୍ଗ ଶିଖ୍‌ମାନେ ପୋଲିସ୍‌ ସହ ଝଗଡା କରିବା ସହିତ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଜଣେ ଏଏସ୍‌ଆଇଙ୍କ ହାତ କାଟି ଦେଇଥିଲେ । (ଏଜେନ୍ସି)