Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟ ବିଜେପି ସଭାପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପରେ ତାହା କାହିଁକି ହେଲା ସ୍ଥଗିତ

ଭୁବନେଶ୍ବର: ସ୍ଥଗିତ ରହିଲା ବିଜେପି ରାଜ୍ୟ ସଭାପତି ନିର୍ବାଚନ। ସକାଳେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ସଂଧ୍ୟାରେ ତାହା ସ୍ଥଗିତ ରହିଲା ବୋଲି ଆଉ ଏକ ବିଜ୍ଞପ୍ତି ପ୍ରକାଶ ପାଇଲା। ଏ ନେଇ ଦଳୀୟ ନିର୍ବାଚନ ଅଧିକାରୀ ତଥା ସାଂସଦ ପ୍ରତାପ ଷଡଙ୍ଗୀ ପ୍ରକାଶ କରିଛନ୍ତି। ପୂର୍ବ ବିଜ୍ଞପ୍ତି ଅନୁସାରେ ଜୁଲାଇ 1 ତାରିଖରେ ରାଜ୍ୟ ସଭାପତି ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥାଆନ୍ତି।

ତେବେ ସ୍ଥଗିତ କାରଣରେ କୁହାଯାଇଛି ଯେ, ବର୍ତ୍ତମାନ ରଥଯାତ୍ରା ଚାଲିଛି, ଦଳାଚକଟାରେ ତିନିଜଣ ମୃତ୍ୟୁ ବରଣ କରିଛନ୍ତି। ଏଥିସହିତ କେତେକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏପରି ପରିସ୍ଥିତିରେ ଏହି ନିର୍ବାଚନ କରିବା ଠିକ ହେବ ନାହିଁ ବୋଲି ନିଷ୍ପତି କରାଯାଇ ସ୍ଥଗିତ ରଖାଗଲା ବୋଲି କୁହାଯାଇଛି। ତେବେ ପରବର୍ତ୍ତି ସମୟରେ ଏହି ନିର୍ବାଚନ ତାରିଖ ଘୋଷଣା କରାଯିବ ବୋଲି ପ୍ରତାପ ଷଡଙ୍ଗୀ କହିଛନ୍ତି।