ନୂଆଦିଲ୍ଲୀ: ରାମ ଚରିତ ମାନସ ହେଉଛି ବିଦ୍ବେଶ ସୃଷ୍ଟି କରୁଥିବା ଏକ ଗ୍ରନ୍ଥ। ଏହି ଗ୍ରନ୍ଥରେ ରହିଛି ନିଚ ଜାତିର ଲୋକେ ଶିକ୍ଷା ଗ୍ରହଣ କରିବା ଅନୁଚିତ। ସେମାନେ ଶିକ୍ଷା ଗ୍ରହଣ କଲେ ବିଷଧର ସାପ ପରି ହୋଇଯାଆନ୍ତି। ଏହିପରି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ବିହାର ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର।
ସେ କହିଛନ୍ତି ଯେ, ରାମଚରିତ ମାନସର ଏକ ଅଂଶରେ ରହିଛି ଯେ, ଅଧମ ଜାତି ଶିକ୍ଷା ଗ୍ରହଣ କରିବା ଅନୁଚିତ। ତେଣୁ ଏହା ହେଉଛି ଜାତି ଜାତି ଭିତରେ ଏକ ବିଦ୍ବେଶ ସୃଷ୍ଟି କରୁଥିବା ଗ୍ରନ୍ଥ। ସେହିପରି ସେ କହିଛନ୍ତି ଯେ, ମନୁ ସ୍ତୁତି ମଧ୍ୟ ଘୃଣା ସୃଷ୍ଟିକାରୀ ଗ୍ରନ୍ଥ। ସେଥିପାଇଁ ଏହି ଗ୍ରନ୍ଥକୁ ବିରୋଧ କରାଯାଉଛି। ଏଥିରେ ପ୍ରାୟ ପଚାଶ ପ୍ରତିଶତ ଲୋକଙ୍କୁ ଗାଳି ଦିଆଯାଇଛି।
ଶିକ୍ଷାମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ, ଗୋଟିଏ ଯୁଗରେ ମନୁ ସ୍ତୁତି, ଆଉ ଏକ ଯୁଗରେ ରାମଚରିତ ମାନସ ଏବଂ ତୃତୀୟ ଯୁଗରେ ଗୁରୁ ଗୋବଲକରଙ୍କ ଚିନ୍ତାଧାରା, ଦେଶରେ ବିଦ୍ବେଶ ସୃଷ୍ଟି କରୁଥିବା ଗୋଟିଏ ଗୋଟିଏ ଗ୍ରନ୍ଥ। ଏହାକୁ ଡ ଆମ୍ବେଦକର ବିରୋଧ କରୁଥିଲେ ଗ୍ରନ୍ଥ ନୁହେଁ ନିଜ ଭିତରେ ପ୍ରେମ ଦ୍ବାରା ଲୋକଙ୍କୁ ଭଲପାଅ ବୋଲି ଆମ୍ବେଦକର କହିଛନ୍ତି ବୋଲି ଚନ୍ଦ୍ରଶେଖର ଟିପ୍ପଣୀ ଦେଇଛନ୍ତି।
ବିହାର ଶିକ୍ଷାମନ୍ତ୍ରୀଙ୍କ ଏପରି ବକ୍ତବ୍ୟକୁ ନେଇ ସାରା ଦେଶରେ ବିରୋଧ ପ୍ରକଟ କରାଯାଇଛି। ସେ ଯଥା ଶିଘ୍ର କ୍ଷମାପ୍ରାର୍ଥନା କରୁନ୍ତୁ ବୋଲି ବିଭିନ୍ନ ସଂଗଠନ ତରଫରୁ ଦାବୀ କରାଯାଇଛି। ବିହାରରେ ବିରୋଧୀ ଦଳ ଏହାକୁ ନେଇ ରାଜନୀତି ଆରମ୍ଭ କରିଛନ୍ତି। ସେମାନେ କହିଛନ୍ତି ଯେ, ବୋଧହୁଏ ରାମଚରିତ ମାନସର ଭଲ କଥା ତାଙ୍କ ଦୃଷ୍ଟି ଆସିପାରିଲା ନାହିଁ। ସେ ଯାହା ତାଙ୍କୁ ସାରା ଦୁନିଆ ସେଇଆ ଦେଖିଯାଉଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।