Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ରାସ୍ତା ପ୍ରଶସ୍ତିକରଣ ପାଇଁ ବିଜେପି ଶିଳ୍ପଞ୍ଚଳ ମଣ୍ଡଳର ଦାବି

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଇଂଜିନିୟରିଂ ସ୍କୁଲ ଶିଳ୍ପାଞ୍ଚଳ ରେଳ ଓଭରବ୍ରିଜ୍‌ର ଶିଳ୍ପାଞ୍ଚଳ ଛକଠାରେ ଆଙ୍କୁଲି ଜାତୀୟ ରାଜପଥ ୧୬କୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ପାର୍ଶ୍ଵ ମୁଖ୍ୟ ରାସ୍ତାକୁ ୧୫ ଦିନ ମଧ୍ୟରେ ପ୍ରଶସ୍ତିକରଣ ନକରିଲେ ବିଜେପି ଶିଳ୍ପାଞ୍ଚଳ ମଣ୍ଡଳ ପକ୍ଷରୁ ବ୍ରିଜର ପ୍ରବେଶ ପଥକୁ ବନ୍ଦ କରାଯିବ ବୋଲି ଚେତାବନୀ ଦେବା ସହ ଏନେଇ ଏକ ସ୍ମାରକପତ୍ର ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ପ୍ରଦାନ କରିଛନ୍ତି।

ଘଟଣାରୁ ପ୍ରକାଶ ଯେ ଏହି ଓଭରବ୍ରିଜ୍‌ର କାମ ବହୁ ଡ଼େରିରେ ଆରମ୍ଭ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ତରବରିଆ ଭାବେ ଏହାକୁ ଉଦ୍‌ଘାଟନ କରିଛନ୍ତି। ବ୍ରିଜର ଗୋଟିଏ ପାର୍ଶ୍ଵ ଶିଳ୍ପାଞ୍ଚଳ ପଟୁ ଜମି ଅଧିଗ୍ରହଣ ବିଳମ୍ବ ଯୋଗୁଁ ଏକ ସଂକୀର୍ଣ୍ଣ ରାସ୍ତାରେ ଏହାକୁ ତରବରିଆ ଭାବେ ଉଦ୍‌ଘାଟନ କରାଯାଇଛି। ପ୍ରତିଦିନ ଏହି ରାସ୍ତା ମୁଖ୍ୟରାସ୍ତା ଦେଇ ଗଂଜୁ, ଆରୁଆପଲ୍ଲି, ଗୋଳାବନ୍ଧ ଆଦି ଅଂଚଳର ବହୁ ଯାନାବାହାନ ଓ ଜନସାଧାରଣ ଯାତାୟତ କରୁଛନ୍ତି। ଅଣ ଓସାରିଆ ରାସ୍ତା ଯୋଗୁଁ ପ୍ରତିଦିନ ରାସ୍ତାଟି ଜାମ୍ ରହୁଛି ଓ ଛୋଟବଡ଼ ଦୁର୍ଘଟଣାମାନ ଘଟୁଛି। ନିକଟରେ ମା’ ସରୋଜିନି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ମଧ୍ୟ ରହିଛି।

କରୋନା ପାଇଁ ଦୀର୍ଘ ସମୟ ଦିନ ବିଦ୍ୟାଳୟ ଛୁଟି ରହିଥିଲା। ବର୍ତ୍ତମାନ ଏହା ଖୋଲିଛି। ଏହି ରାସ୍ତାରେ ବିଦ୍ୟାର୍ଥୀମାନେ ବିପଦର ସମ୍ମୁଖୀନ ହୋଇ ଚଳପ୍ରଚଳ କରୁଛନ୍ତି। କୌଣସି ଦିନ ବି ଅଘଟଣ ଘଟିପାରେ। ତେଣୁ ତୁରନ୍ତ ଏହି ରାସ୍ତାକୁ ଓସାରିଆ କରିବାକୁ ଶିଳ୍ପାଞ୍ଚଳ ବିଜେପି ମଣ୍ଡଳ ପକ୍ଷରୁ ଦାବି କରାଯାଇଛି। ନଚେତ୍ ୧୫ ଦିନ ପରେ ଏହି ରାସ୍ତାଟିକୁ ସେମାନେ ବନ୍ଦ କରିଦେବେ ବୋଲି ଚେତାବନୀ ଦେଇଛନ୍ତି।