Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନିଶା କରବାରରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତିଙ୍କ ଭୁବନେଶ୍ବର ଲିଙ୍କ୍, ଜାତୀୟ ଗଣମାଧ୍ୟମରେ ଚାଲିଛି ଚର୍ଚ୍ଚା

ଭୁବନେଶ୍ବର, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ବର୍ତ୍ତମାନ ତାଙ୍କର ବାନ୍ଧବୀ ରିଆ ଚକ୍ରବର୍ତ୍ତି ଛନ୍ଧି ହୋଇପଡିଛନ୍ତି। ଏହାର ତଦନ୍ତ ସିବିଆଇ କରୁଥିବା ବେଳେ ଏବେ ରିଆଙ୍କ ବିରୋଧରେ ଆସିଛି ଆଉ ଏକ ସାଂଘାତିକ ଅଭିଯୋଗ। ଜାତୀୟ ଗଣମାଧ୍ୟମ ‘ଟାଇମସ ନାଓ’ ର ରିପୋର୍ଟ ଅନୁସାରେ ରିଆଙ୍କର କୁଆଡେ ଗଂଜେଇ କାରାବାର ସଂପୃକ୍ତି ରହିଛି।

ସୁଶାନ୍ତଙ୍କ ହାଉସ ମ୍ୟାନେଜର ସାମୁଏଲ ମିରାଣ୍ଡା ଓ ରିଆଙ୍କ ମଧ୍ୟରେ ହୋଇଥିବା ହ୍ଵାଟ୍ସଆପ ଚାଟରୁ ଏହା ଜଣାପଡିଛି ବୋଲି ଏହି ମିଡିଆ ପ୍ରମାଣିତ କରିଛି। ଏହି ଚାଟରୁ ଜଣାପଡିଛି ଯେ ରିଆ ଦୁଇ ପ୍ୟାକେଟ ଗଞ୍ଜେଇ କିଣିବାକୁ କୁଆଡେ ସୁଶାନ୍ତଙ୍କ ଘରୋଇ ସହାୟକ ଦିପେଶ ସାଓ୍ଵନ୍ତକୁ ୧୭ ହଜାର ଟଙ୍କା ଦେଇଥିଲେ। ତେବେ ରିଆ ଏହି ଚାଟ ବେଳେ ଉଲ୍ଲେଖ କରିଛନ୍ତି ଯେ, ଭୁବନେଶ୍ୱରର ଗଞ୍ଜେଇ ସବୁଠୁ ଭଲ। ତେବେ ପ୍ରକୃତରେ ଏହି ତଥ୍ୟ କେତେ ସତ ତାହା ଜଣାପଡି ନାହିଁ।