ଟୋକିଏ, ଜାପାନରେ କିଛି ହୋଇପାରେ , ଏଠାରେ ଅନେକ ଅଦ୍ଭୁତ ଘଟଣା ମଧ୍ୟ ଘଟୁଛି। ଆଶ୍ଚର୍ଯ୍ୟର କଥା ହେଉଛି, ଏକ ଗୁଚ୍ଛ ଅଙ୍ଗୁର ଏଠାରେ 1.2 ମିଲିୟନ୍ ୟେନ୍ ଅର୍ଥାତ୍ ଭାରତୀୟ ଟଙ୍କାରେ ପ୍ରାୟ 7.5 ଲକ୍ଷରେ ବିକ୍ରି ହୋଇଛି। ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କାରଣ ହେଉଛି ଏହା ଏକ ବିରଳ ପ୍ରକାରର ଅଙ୍ଗୁର। ଯାହାର ନାମ ହେଉଛି ରୁବି ରୋମାନ୍ ଅଙ୍ଗୁର। ଏହା ବାର ବର୍ଷରେ ଥରେ ଫଳିଥାଏ। ଫଳରେ ବଡବଡ ଗ୍ରାହକଙ୍କ ବହୁ ମୂଲ୍ୟ ଦେଇ ଏହି ଅଙ୍ଗୁର କିଣିବାରେ ଭାରି ସୌକ।
ତେବେ ଚଳିତ ବର୍ଷ ଜାପାନର କେନଜାୱା ବଜାରର ଏହି ଅଙ୍ଗୁର ଏକ ରେକର୍ଡ ଭାଙ୍ଗିଛି। ଏହି ଅଙ୍ଗୁରକୁ ହକ୍କୁର୍କୋସୋ ନାମକ ଏକ କମ୍ପାନୀ 7.5 ଲକ୍ଷ ଭାରତୀୟ ମୁଦ୍ରାରେ କିଣିଛି।ରୁବି ରୋମାନ୍ ସାଧାରଣ ଅଙ୍ଗୁରଠାରୁ ଆକାରରେ ବଡ। ଏହି ଅଙ୍ଗୁର ବହୁତ ମିଠା ଏବଂ ରସାଳ ଅଟେ । ଜାପାନର ଇଶିକାୱା ଅଞ୍ଚଳରେ ଏହି ଅଙ୍ଗୁର ହୋଇଥାଏ। ଏହି ଅଙ୍ଗୁର ଗୁଚ୍ଛରେ 30 ଟି ଅଙ୍ଗୁର ଥାଏ। ଗୋଟିଏ ଅଙ୍ଗୁରର ଓଜନ ପ୍ରାୟ 20 ଗ୍ରାମ। ରୋବି ଜାପାନର ଏକ ବିଳାସପୂର୍ଣ୍ଣ ଫଳରେ ରୁବି ଅନ୍ତର୍ଭୂକ୍ତ ହୋଇଛି। ଶୁଭ ଉତ୍ସବ କିମ୍ବା ବ୍ୟବସାୟିକ ଉନ୍ନତି ସମୟରେ ଏହାକୁ ଉପହାର ଭାବରେ ଦିଆଯାଏ।
ଚଳିତ ବର୍ଷ ଏହି ଫଳ ପାଚିବା ପରେ ଏହାକୁ ନିଲାମ କରାଯାଇଥିଲା। ଯେଉଁମାନେ ନିଲମ ଧରିବେ ସେମାନଙ୍କ ତାଲିକା ପୂର୍ବରୁ ପ୍ରସ୍ତୁତ କରାଯାଇଥିଲା। ଜଣେ ନିଲାମ ଅଧିକାରୀ କହିଛନ୍ତି ଯେ ଏହି ଭିନ୍ନ ଫଳ 12 ବର୍ଷ ପରେ ଆସିଛି। ସେଥିପାଇଁ ଆମେ ଏହାକୁ ଏକ ଉତ୍ସବ ଭାବେ ପାଳନ କରିବାକୁ ଚାହୁଁଥିଲୁ | ତେଣୁ ଏହାକୁ ନିଲାମ କରାଯାଇଥିଲା। ଜାପାନ କୃଷି ଏଜେନ୍ସି କହିଛି ଯେ ସେପ୍ଟେମ୍ବର ସୁଦ୍ଧା ଏହି ରୁବି ରୋମାନ୍ ର 26,000 ଗୁଚ୍ଛ ରପ୍ତାନି କରାଯିବ।