Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ରାମେଶ୍ବର ମନ୍ଦିରରେ ପହଞ୍ଚି ପାରିଲେନି ପ୍ରଭୃ ଲିଙ୍ଗରାଜ, ଅଧାରେ ଅଟକିଲା ରଥ

ଭୁବନେଶ୍ବର: ଆଜି ପ୍ରଭୃ ଲିଙ୍ଗରାଜଙ୍କ ଋକୁଣା ରଥ ରାମେଶ୍ବର ମନ୍ଦିରରେ ପହଞ୍ଚିପାରିଲା ନାହିଁ। କାରଣ ହେଲା ଆଜି ପ୍ରଭୃଙ୍କ ରଥନୀତି ପ୍ରାୟ ଅଢେଇ ଘଣ୍ଟା ବିଳମ୍ବ ହୋଇଥିଲା। ପ୍ରଥମେ ସକାଳନୀତି ଠିକ ଚାଲିଥିବା ବେଳେ ରଥନୀତି ବେଳକୁ ଏହି ବିଳମ୍ବ ପରିଲକ୍ଷିତ ହୋଇଥିଲା।

ତେବେ ଅପରାହ୍ନରେ ଭକ୍ତମାନେ ବେଶ୍ ଆନନ୍ଦ ଉଲ୍ଲାସରେ ଋକୁଣା ରଥକୁ ଟାଣିବା ଆରମ୍ଭ କରିଥିଲେ। ହରିବୋଲ ହୁଳହୁଳି ସହିତ ଘଣ୍ଟବାଦ୍ୟରେ ପ୍ରଭୃଙ୍କ ରଥ ଗଡିଚାଲିଥିଲା। ତେବେ ବଢେଇ ବାଙ୍କ ଛକ ପାଖରେ ସଂଧ୍ୟା ହୋଇଯିବାରୁ ରଥଟଣା ବନ୍ଦ ରହିଥିଲା। ବର୍ତ୍ତମାନ ପ୍ରଭୃଙ୍କ ରଥ ବଢେଇ ବାଙ୍କ ଛକରେ ଅଟକି ରହିଛି।

ଆସନ୍ତାକାଲି ପୂର୍ବାହ୍ନରେ ରଥ ଟଣା ଯିବ ବୋଲି ମନ୍ଦିର ପ୍ରଶାସନ ତରଫରୁ କୁହାଯାଇଛି। ଶାନ୍ତି ଶୃଙ୍ଖଳାର ସହିତ ରଥଯାତ୍ରା କରିବା ପାଇଁ ପୋଲିସ ପ୍ରଶାସନ ତରଫରୁ ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।