Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଏବେ ବି ମନେପଡେ ମଣିନାଗ ପୀଠରେ ସେହି ଲୋମ ହର୍ଷଣକାରୀ ରଜ ସଂକ୍ରାନ୍ତି

ରଣପୁର: ରଣପୁରର ଅଧିଷ୍ଠାତ୍ରୀ ଦେବୀ ଭାବେ ମା’ ମଣିନାଗ ପୂଜା ପାଆନ୍ତି। ପାହାଡ ଶିଖରରେ ମଣିନାଗ ପୂଜା ପାଉଥିବାବେଳେ ପାହାଡ ପାଦ ଦେଶରେ ବି ମା’ ମଣିନାଗ ପୂଜା ପାଆନ୍ତି। ପ୍ରତିଦିନ ଏଠାକୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକଙ୍କ ସୁଅ ଛୁଟେ। କିନ୍ତୁ ୧୯୮୪ ମସିହାର ସେହି ଲୋମ ଟାଙ୍କୁଳା କଥା ମନେ ପଡିଲେ ଲୋମ ଟାଙ୍କୁଳି ଉଠେ। ରଜ ସଂକ୍ରାନ୍ତି ଆସିଲେ ସେଇ ଲୋମ ହର୍ଷଣକାରୀ ଘଟଣା ରଣପୁରବାସୀଙ୍କୁ ମନେ ପକାଇ ଦିଏ ପୁଣି ଥରେ।

କିମ୍ବଦନ୍ତି ଅନୁଯାୟୀ ନୀଳମାଧବ ଅନ୍ତର୍ଦ୍ଧାନ ହୋଇ ଦାରୁବ୍ରହ୍ମ ରୁପରେ ଶ୍ରୀକ୍ଷେତ୍ର ପୁରୀ ଚାଲିଯାଇଥିଲେ। ନୀଳମାଧବ ଙ୍କ ସହ ଶବର ରାଜା ବିଶ୍ୱାବସୁ ମଧ୍ୟ ଶ୍ରୀକ୍ଷେତ୍ର ଚାଲିଯାଇଥିଲେ। ଜଗନ୍ନାଥ ଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଶ୍ୱାବସୁଙ୍କ ସାନଭାଇ ବିଶ୍ୱବାସବ ନୀଳମାଧବଙ୍କ ଆସ୍ଥାନକୁ ରଣପୁର ପାହାଡରେ ରଖି ପୂଜା କରୁଥିଲେ। ସେହିଦିନ ଠାରୁ ମଣିନାଗ ରଣପୁରରେ ଅଗ୍ରଦେବୀ ଭାବେ ପୂଜା ପାଉଥିଲେ।

କିନ୍ତୁ ପରେ ରାଜା ରାଜୁଡା ଅମଳରେ ଦୁର୍ଗମ ପାହାଡ ଦେଇ ଭକ୍ତ ମାନେ ପାହାଡ ଶିଖରକୁ ଯାଇ ଦର୍ଶନ କରି ପାରୁ ନ ଥିଲେ। କିଛି ଭକ୍ତ ଦୁର୍ଗମ ପଥ ଦେଇ କଷ୍ଟସାଧ୍ୟ ପହାଡ ଶିଖରକୁ ଯାଇ ମା’ଙ୍କୁ ଦର୍ଶନ କରୁଥିଲେ। ପରେ ମଣିନାଗଙ୍କ ସ୍ୱପ୍ନାଦେଶ ଅନୁଯାୟୀ ପାହାଡ ପାଦଦେଶରେ ମଣିନାଗ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା। ଯାହା ତଳମଣିନାଗ ପୀଠ ଭାବେ ପରିଚିତ।

ଏହି ପୀଠକୁ ପ୍ରତିଦିନ ଭକ୍ତଙ୍କ ସୁଅ ଛୁଟେ। କିନ୍ତୁ ୧୯୮୪ ମସିହାର ସେହି ଲୋମ ହର୍ଷଣକାରୀ କଥା ଏବେବି ରଣପୁରବାସୀ ଭୁଲି ପାରି ନାହାନ୍ତି। ପ୍ରତି ବର୍ଷ ତଳମଣିନାଗ ପୀଠରେ ରଜ ଚାରିଦିନ ଧରି ଉତ୍ସବ ପାଳନ ହୁଏ।

ଏହି ରଜ ଉତ୍ସବରେ ପୁରୁଣାବସନ୍ତରୁ ନାରାୟଣୀ ଦେବୀ ଏକ ବିରାଟ ଶୋଭାଯାତ୍ରାରେ ମଣିନାଗ ପୀଠକୁ ଆସନ୍ତି। ଚାରିଦିନ ଧରି ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଚାଲେ। କିନ୍ତୁ ୧୯୮୪ ମସିହା ରଜ ସଂକ୍ରନ୍ତି ଶନିବାର ରାତିରେ ଘଟିଲା ଏକ ଅଘଟଣ, ତଳମଣିନାଗ ପୀଠରେ ରାତିସାରା ସଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବାବେଳେ ଏକ ବଙ୍ଗାଳି ଲୋକର ପ୍ରରୋଚନାରେ ରଣପୁର ଅଚଂଳର ଜୈନିକ ବ୍ୟକ୍ତି ତିନୋଟି କମଳ ମତି ଶିଶୁ କୁ ଉପର ମଣିନାଗ ନିଆଯାଇ ଅତି ନିମ୍ମମ ଭାବେ ହତ୍ୟା କରାଯାଇଥିଲା। ଯାହାକୁ ଓଡିଶାରେ ରଣପୁର ନରବଳି ଭାବେ ଚର୍ଚ୍ଚା ଜୋରଧରିଥିଲା। ତିନୋଟି କୋମଳମତି ଶିଶୁ କୁ ମିଛ ପ୍ରଲୋଭନ ଦେଖାଇ ପାହାଡ ଶିଖରକୁ ନିଆଯାଇ ମଣିନାଗ ପୀଠରେ ବଳିପକାଯାଇଥିଲା।

ଏହି ଘଟଣା ଜଣାପଡିବାପରେ ରଣପୁର ଅଚଂଳ ସ୍ତବ୍ଧ ହୋଇଯାଇଥିଲା। ଶହ ଶହ ଲୋକ ଉପର ମଣିନାଗ ଯାଇ ରୁଣ୍ଡ ହୋଇଥିଲେ। ଉତ୍ୟକ୍ତ ଲୋକଙ୍କୁ ବୁଝାଇବାପାଇଁ ସେତେବେଳେ ପୁଲିସ ନାକେଦମ ହୋଇଥିଲା। ଏହି କଥା ଗଣ ମାଧ୍ୟମରେ ପ୍ରକାଶ ପାଇବାପରେ ଓଡିଶାରେ ହଇଚଇ ସୃଷ୍ଟି ହୋଇଥିଲା। ତତକାଳିନ ଜାନକୀ ପଟ୍ଟନାୟକ ସରକାର କୁ ବିରୋଧୀ ମାନେ କଡା ସମାଲୋଚନା କରିଥିଲେ।

ପରେ ସରକାର ଙ୍କ ହସ୍ତକ୍ଷପ ରେ କିଛି ଅଭିଯୁକ୍ତ ଙ୍କୁ ପୋଲିସ ଗିରଫ କରିଥିଲା। ସେଦିନର ଏହି ଘଟଣା ପରେ ତଳମଣିନାଗ ପୀଠରେ ସେବା ନୀତିରେ ହୋଇଥିଲା ବ୍ୟାପକ ପରିବର୍ତ୍ତନ। ସଂପୂର୍ଣ୍ଣ ଭାବେ ସେହିଦିନ ଠାରୁ ମା’ ଙ୍କ ପୀଠରେ ବଳିପ୍ରଥା ଓ ଆମିଷ ପୂଜନ ବନ୍ଦ ହୋଇଯାଇଥିଲା। ତିନୋଟି ପରିବାରର ତିନୋଟି କୋମଳମତି ଶିଶୁମାନଙ୍କୁ ହରାଇଥିଲେ। କିନ୍ତୁ ଦୀର୍ଘ ଦିନ ବିଚାରପରେ ଅପରାଧି କୁହାଯାଉଥିବା ଅଭିଯୁକ୍ତମାନେ ସାକ୍ଷୀ ଅଭାବରୁ ହାଇକୋର୍ଟରୁ ନିର୍ଦ୍ଦୋଶରେ ଖଲାସ ହୋଇଥିଲେ।

ପ୍ରତିବର୍ଷ ରଜ ସଂକ୍ରାନ୍ତି ଆସିଲେ ସେଇ ଲୋମ ହର୍ଷଣକାରୀ ଘଟଣା ଲୋକମାନଙ୍କ ମନରେ ଏବେବି ଆନ୍ଦୋଳିତ କରିଥାଏ।