Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ଆଜି ମହାଳୟା, କାହିଁକି ପିତୃପୁରୁଷଙ୍କ ଦିଆଯାଇଥାଏ ଶ୍ରାଦ୍ଧ?

ଭୁବନେଶ୍ବର: ଅଶ୍ୱିନ ମାସର ଅମାବାସ୍ୟା ଦିନ ସର୍ବପିତୃ ପିତୃ ଅମବାସ୍ୟା ଭାବେ ପାଳନ କରାଯାଏ। ଏହା ସହିତ ଏହାକୁ ମହାଳୟା ଅମାବାସ୍ୟା ମଧ୍ୟ କୁହାଯାଏ। ଏହିଦିନ ପୂର୍ବ ପୁରୁଷମାନଙ୍କୁ ଶ୍ରାଦ୍ଧ କରିବା ଏବଂ ରୀତିନୀତି ସହିତ ସେମାନଙ୍କୁ ବିଦାୟ ଦିଆଯାଇଥାଏ।

ଅନ୍ୟପକ୍ଷରେ, ବଙ୍ଗଳାରେ ମହାଳୟା ଅମାବାସ୍ୟା ଅତ୍ୟନ୍ତ ସ୍ୱତନ୍ତ୍ର। କାରଣ ଏହି ଦିନଠାରୁ ଦୁର୍ଗା ପୂଜା ଆରମ୍ଭ ହୁଏ। ଏହି ବର୍ଷ ସର୍ବପିତୃ ଅମାବାସ୍ୟା ଏବଂ ମହାଳୟା ଅକ୍ଟୋବର ୧୪ ତାରିଖ ଶନିବାରରେ ପଡିଛି। ଅନେକ କ୍ଷେତ୍ରରେ ମହାଳୟା ଅତ୍ୟନ୍ତ ସ୍ୱତନ୍ତ୍ର। କାରଣ ଏହା କେବଳ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଏ ନାହିଁ ବରଂ ଆହୁରି କିଛି କାର୍ଯ୍ୟ ଏହି ଦିନରେ ମଧ୍ୟ କରାଯାଇଥାଏ।

ମହାଳୟା ଦିନ ମା ଦୁର୍ଗାଙ୍କ ପ୍ରତିମାକୁ ଅନ୍ତିମ ରୂପ ଦିଆଯାଇଥାଏ। ବଙ୍ଗଳାରେ ସମସ୍ତେ ଉତ୍ସାହର ସହିତ ମହାଳୟାକୁ ଅପେକ୍ଷା କରନ୍ତି। କାରଣ ଏହି ଦିନ ନିଜେ ଦେବୀ ଦୁର୍ଗାଙ୍କୁ ସନ୍ଧ୍ୟାରେ ଡକାଯାଇ ମୂର୍ତ୍ତିକୁ ରଙ୍ଗ ଦିଆଯାଏ। ଏହା ସହିତ ମା’ଙ୍କର ଆଖି ତିଆରି ହୁଏ। ସାଧାରଣତଃ ଶିଳ୍ପୀମାନେ ମା ଦୁର୍ଗାଙ୍କ ପ୍ରତିମା ତିଆରି କରିବାର କାମ ଆଗରୁ ଆରମ୍ଭ କରିଥାନ୍ତି। କେବଳ ମହାଳୟା ଦିନ ଶେଷ ସ୍ପର୍ଶ ଦିଆଯାଇଥାଏ।

ପିତୃପକ୍ଷ ଭଦ୍ରାବ ପୂର୍ଣ୍ଣିମା ଠାରୁ ଆରମ୍ଭ ହୁଏ। ସେହିଭଳି, ୧୫ ଦିନର ଦେବୀ ପକ୍ଷ ମଧ୍ୟ ଆରମ୍ଭ ହୁଏ, ଯେଉଁଥିରୁ ନଅ ଦିନ ନବରାତ୍ରୀରେ ଅନ୍ତର୍ଭୁକ୍ତ। ଏହା ସହିତ ଦେବୀ ପାକ୍ ନବରାତ୍ରୀଙ୍କ ଶେଷ ହୁଏ। ମହାଳୟା ବଙ୍ଗଳୀମାନଙ୍କ ପାଇଁ ବେଶ। ଏହି ଦିନ, ସକାଳେ, ପିତୃପୁରୁଷମାନଙ୍କୁ ପୃଥିବୀରୁ ସ୍ବର୍ଗକୁ ପଠାଯାଇଥାଏ। ଏଥିସହିତ ସନ୍ଧ୍ୟାରେ ମା ଦୁର୍ଗାଙ୍କୁ ପୃଥିବୀକୁ ଆସିବାକୁ ନିମନ୍ତ୍ରଣ କରାଯାଇଥାଏ। ଏହି ଦିନ ସନ୍ଧ୍ୟାରେ ମା ଦୁର୍ଗା ତାଙ୍କ ଯୋଗିନୀ ଏବଂ ପୁଅ ଗଣେଶ ଏବଂ କାର୍ତ୍ତିକେୟଙ୍କ ସହ ପୃଥିବୀକୁ ଆସନ୍ତି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆରମ୍ଭ ହେଲା ପିତୃପକ୍ଷ, ପିଣ୍ଡଦାନ ପାଇଁ ପୁରୀରେ ଭକ୍ତଙ୍କ ଗହଳି

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ପିତୃପକ୍ଷ। ଭାଦ୍ରବ ପୂର୍ଣ୍ଣିମା ପରେ ଆରମ୍ଭ ହୁଏ ଆଶ୍ବନୀ ମାସ। ଏହି ମାସରେ ମହାଳୟା ଅମବାସ୍ୟା ପର୍ଯ୍ୟନ୍ତ ପିତୃ ପକ୍ଷ ବୋଲି ଧରାଯାଏ। ସେଥିପାଇଁ ଏହିଦିନରୁ ବିଭିନ୍ନ ସ୍ଥାନରେ ଶ୍ରାଦ୍ଧ ତଥା ପିଣ୍ଡଦାନ କରାଯାଇଥାଏ।

ମୁଖ୍ୟତଃ ପୁରୀରେ ଥିବା ବିଭିନ୍ନ ତିର୍ଥ ପୁଷ୍କରଣୀ ଗୁଡ଼ିକରେ ପିଣ୍ଡଦାନ ପାଇଁ ଲୋକଙ୍କ ଆଗ୍ରହ ରହିଥାଏ। ସେଥିପାଇଁ ଏହି ସମୟରେ ଶ୍ରୀକ୍ଷେତ୍ରରେ ଗହଳି ଆରମ୍ଭ ହୋଇଯାଏ। ପୁରୀରେ ଥିବା ମାର୍କଣ୍ଡେୟ, ଇନ୍ଦ୍ରଦ୍ୟୁମ୍ନ, ଶ୍ୱେତଗଙ୍ଗା, ନରେନ୍ଦ୍ର ପୁଷ୍କରିଣୀରେ ତିଳତର୍ପଣ କରାଯାଉଛି।

Categories
ଜାତୀୟ ଖବର ଧର୍ମ ବିଶେଷ ଖବର ରାଜ୍ୟ ଖବର

ପିତୃପକ୍ଷ ସେଦିନର….ବରିଷ୍ଠ ସାମ୍ବାଦିକ ହିମାଂଶୁ ସିଂଙ୍କର ନିଜ ଅନୁଭୂତି

ହିମାଂଶୁ ସିଂ, ବରିଷ୍ଠ ସାମ୍ବାଦିକ

ଆରମ୍ଭ ହୋଇଛି ପିତୃପକ୍ଷ। ହେଲେ ଆମ ପିଲାଦିନର ପିତୃପକ୍ଷ ଓ ଆଜିର ପିତୃପକ୍ଷ ମଧ୍ୟରେ ଢେର ଫରକ। ଏବେ ପିତୃପକ୍ଷ କହିଲେ କେବଳ ଘରେ ହେଉ କିମ୍ବା ଅନ୍ୟ କୌଣସି ସ୍ଥାନରେ ପିତୃପୁରୁଷଙ୍କୁ ପିଣ୍ଡଦାନରେ ଏହା ସୀମିତ।

ସେତେବେଳେ, ପ୍ରାୟ ୪୦ବର୍ଷ ତଳେ ଆମ ଘରେ ପିତୃପକ୍ଷର ବହୁ ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହେଉଥିଲା। ବିଶେଷକରି ଯେଉଁଦିନ ଘରେ ପିଣ୍ଡ ପଡୁଥିଲା ସେ ଦିନ ଭୋଜିଭାତ ହେଉଥିଲା। ପିତୃପକ୍ଷ ଆରମ୍ଭ ଦିନ ଠାରୁ ଗାଁର ପ୍ରାୟ ସମସ୍ତଙ୍କରେ ‘ଫୁଲପାଣି’ ଦିଆଯାଉଥିଲା। ସକାଳୁ ମା’ ଗାଧୋଇ ପାଧୋଇ କାକୁଡି ପତ୍ରରେ ଘରର ପ୍ରତି ଦୁଆର ମୁହଁରେ ଭୋଗ କରୁଥିଲା। ଅବଶ୍ୟ ଘରେ ପିଣ୍ଡ ପଡିବାର ପରଦିନ ଏହା ଆଉ ହେଉ ନ ଥିଲା।

ପିତୃପକ୍ଷରେ ଘରେ ଆମିଷ ପ୍ରବେଶ ନିଷେଧ ଥିଲା। ବାବା ତ ପିତୃପକ୍ଷରେ ଖିଅର ହେଉନଥିଲେ। ପିତୃପକ୍ଷ ପରେ ଦାଢି କଟାଯାଉଥିଲା। ପ୍ରାୟ ସମସ୍ତଙ୍କ ଘରେ ସମାନ ଅବସ୍ଥା। ଅଧିକାଂଶଙ୍କ ମୁହଁରେ ଦାଢି ଦେଖିଲେ ପିତୃପକ୍ଷ ଚାଲିଥିବା ଜଣାପଡି ଯାଉଥିଲା।

ତେବେ ପିତୃପକ୍ଷର ସବୁଠାରୁ ଆକର୍ଷଣ ଥିଲା ଘରେ ଘରେ ଖାଇବା ପିଇବା। ଯାହା ଘରେ ଯେଉଁଦିନ ତିଥି ଅନୁଯାୟୀ ପିଣ୍ଡ ପଡୁଥିଲା ସେଦିନ ସାହିର ପ୍ରାୟ ସମସ୍ତ ଲୋକେ ତାଙ୍କ ଘରେ ଖାଉଥିଲେ। ତେବେ ପିଣ୍ଡ ପକାଇବାକୁ ଥିବା ମୁରବୀମାନେ ଅନ୍ୟମାନଙ୍କ ଘରେ ଖାଉନଥିଲେ। ପିଲାଙ୍କ ଭିଡ ଜମୁଥିଲା।

ପିତୃପକ୍ଷର ପ୍ରଥମ ଦିନ ଆମ ଘରେ ପିଣ୍ଡ ପଡୁଥିଲା। ତେଣୁ ପ୍ରଥମ ଦିନ ଆମ ଘରେ ସାହିର ସମସ୍ତେ ଖାଉଥିଲେ। ସେହିଦିନ ମୋର ସ୍କୁଲ ଯିବା ବନ୍ଦ। ଶିକ୍ଷକତା କରୁଥିବା ମୋର ଆଈ ମଧ୍ୟ ଛୁଟିରେ ରହୁଥିଲା। ବାବା କିନ୍ତୁ ପିଣ୍ଡ ପକାଇ ସାରି ଅଫିସ ଯାଉଥିଲେ। ସେଥିପାଇଁ ଆମ କୂଳ ପୁରୋହିତ ସଅଳ ସଅଳ ଆସି ପିଣ୍ଡକାର‌୍ୟ୍ୟ ସାରୁଥିଲେ।

ପିଣ୍ଡ ପଡିବା ଦିନ ଭୋଜିଭାତର ବ୍ୟବସ୍ଥା ଥିବା ଯୋଗୁଁ ଏଥିପାଇଁ ପ୍ରାୟ ସପ୍ତାହକ ପୂର୍ବରୁ ପ୍ରସ୍ତୁତି ଚାଲୁଥିଲା। ଧାନ କୁଟି ଅରୁଆ ଚାଉଳ ପ୍ରସ୍ତୁତ ସହିତ ହାଟରୁ ପନିପରିବା ଓ ଅନ୍ୟାନ୍ୟ ସଉଦା ଆସୁଥିଲା। ତେବେ ରୋଷେଇ କାର୍ଯ୍ୟ ଆମ କୁଟୁମ୍ବର ମହିଳାମାନେ କରୁଥିଲେ। ଏହା ଥିଲା କୁଟୁମ୍ବର ସମସ୍ତଙ୍କୁ ଗୋଟିରେ ରଜୁରେ ବାନ୍ଧି ରଖିବାର ଅନ୍ୟଏକ ଉତ୍ସବ।

ପିଣ୍ଡଦାନର ସକାଳୁ ସକାଳୁ ସମସ୍ତଙ୍କ ଘରେ ବୁଲି ଖାଇବା ପାଇଁ ଆସିବାକୁ ନିମନ୍ତ୍ରଣ କରିବାକୁ ପଡୁଥିଲା। ଯଦି କିଏ ଆସିବରେ ବିଳମ୍ବ କରୁଥିଲା ତେବେ ତାକୁ ଆଉଥରେ ଡାକିବାକୁ ପଡୁଥିଲା। ଆମ କୁଟୁମ୍ବକୁ ବାଦ ଦେଲେ ଅନ୍ୟ ଘରର ମହିଳମାନେ ପ୍ରାୟତଃ ଆସୁନଥିଲେ। ତେଣୁ ତାଙ୍କ ପାଇଁ ଖାଦ୍ୟ ଯାଉଥିଲା।

ପିତୃପକ୍ଷର ପ୍ରତିଦିନ ଗାଁରେ କାହାର ନା କାହା ଘରେ ପିଣ୍ଡ ପଡୁଥିଲା। ତେଣୁ ପ୍ରାୟ ଦୁଇ ସପ୍ତାହ ଧରି ଭୋଜିଭାତ ଜମୁଥିଲା। ଆମେ ସ୍କୁଲରୁ ଫେରି ଖାଇବାକୁ ଯାଉଥିଲୁ। ସେଥିପାଇଁ ସମସ୍ତେ ଅପେକ୍ଷା କରୁଥିଲେ। ପିଲାମାନଙ୍କ ପାଇଁ ଅଲଗା ଭାବେ ଖାଦ୍ୟ ସାଇତା ହୋଇ ରହୁଥିଲା।

ମୁଁ ଯେଉଁ ସମୟର କଥା କହୁଛି ସେତେବେଳେ ଗାଁରେ ଅଧିକାଂଶ ସ୍ୱଚ୍ଛଳ ତାଲିକାରେ ନଥିଲେ। କିନ୍ତୁ ପିତୃପକ୍ଷରେ ପିଣ୍ଡଦାନ ସହିତ ଭୋଜିଭାତର ଆୟୋଜନ କରୁଥିଲେ। ଏଥିପାଇଁ ଥିଲା ସ୍ୱତନ୍ତ୍ର ଉତ୍ସାହ। ପିତୃପୁରୁଷଙ୍କ ପ୍ରତି ସମର୍ପଣର ଭାବ। ସମସ୍ତଙ୍କ ଘରେ ପ୍ରାୟ ସମାନ ଖାଦ୍ୟ। ଭାତ-ଡାଲମା-ଖଟା-ଖିରି।

ଇତି ମଧ୍ୟରେ ଚାରି ଦଶନ୍ଧି ବିତି ଯାଇଛି। ବଦଳିଛି ଗାଁର ଚେହରା। ସମସ୍ତେ ପ୍ରାୟ ସ୍ୱଚ୍ଛଳ। ସେତେବେଳେ ଚାଳଘର ଥିବା ଅନେକ ଲୋକଙ୍କର ଏବେ ଦୁଇ ମହଲା କୋଠା। ଘରେ ଘରେ ଦୁଇ ଚକିଆ ଠାରୁ ଚାରି ଚକିଆ ପର‌୍ୟ୍ୟନ୍ତ ଗାଡି।

ହେଲେ ପିତୃପକ୍ଷରେ ଆଉ ପୂର୍ବଭଳି ଉତ୍ସାହ ନାହିଁ। ଏବେ କାହାର କେଉଁଦିନ ପିଣ୍ଡ ଦିଆ ହେଉଛି ତାହା ପଡିଶା ଘରର ପିଲାଏ ଜାଣିପାରୁ ନାହାନ୍ତି। ମାନସିକତାରେ ବଡ ପରିବର୍ତ୍ତନ ଆସିଛି। ବଦଳୁଥିବା ପରିସ୍ଥିତିରେ ପିତୃପକ୍ଷ ସତେ ଯେମିତି ହଜି ହଜି ଯାଉଛି । ପିଣ୍ଡଦାନ ହେଉଛି… ହେଲେ ଅନ୍ନଦାନ ଆଉ ଆଗଭଳି ନାହିଁ।

( ଏହି ଲେଖାଟିକୁ ହିମାଂଶୁ ସିଂଙ୍କ ଫେସବୁକ ପେଜରୁ ସଂଗୃହିତ କରାଯାଇଛି )

Categories
DurgaPuja2021 ଆଜିର ଖବର ଧର୍ମ ରାଜ୍ୟ ଖବର

ଆଜି ମହାଳୟା, ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ, ବିନ୍ଦୁସାଗରରେ ଶ୍ରାଦ୍ଧ ମନା

ଭୁବନେଶ୍ବର: ଆଜି ହେଉଛି ପବିତ୍ର ମହାଳୟା। ଏହି ପରିପ୍ରେକ୍ଷୀରେ ଆଜି ପିତୃପୁରୁଷଙ୍କୁ ସନ୍ତୁଷ୍ଠ କରିବା ପାଇଁ ଆଜିର ଦିନରେ ଶ୍ରାଦ୍ଧ ପ୍ରଦାନ କରାଯାଇଥାଏ। ବିଶେଷ କରି ଶ୍ରୀମନ୍ଦିର ଏବଂ ଭୁବନେଶ୍ବରର ବିନ୍ଦୁସାଗରରେ ଏହି ଶ୍ରାଦ୍ଦ କରାଯାଇଥାଏ। ତେବେ କରୋନା କଟକଣା ପାଇଁ ଏହି ଦୁଇ ସ୍ଥାନକୁ ଭକ୍ତଙ୍କୁ ବାରଣ କରାଯାଇଛି।

ପୂର୍ବରୁ ନିଷ୍ପତି ହୋଇଛି ଯେ, ଶ୍ରୀମନ୍ଦିର ବିଶେଷ ପର୍ବପର୍ବାଣୀ ଦିନରେ ବନ୍ଦ କରାଯିବ। ସେହି ଅନୁସାରେ ଆଜି ମହାଳୟା ପାଇଁ ଶ୍ରୀମନ୍ଦିର ବନ୍ଦ ରଖାଯାଇଛି। କେବଳ ନୀତିକାନ୍ତି କରାଯାଉଛି। ସେହିପରି ମହାଳୟା ଦିନ ବିନ୍ଦୁସାଗରର ମଧ୍ୟ ଶ୍ରାଦ୍ଧ ଦେବା ପାଇଁ ପ୍ରବଳ ଭିଡ ହୋଇଥାଏ। ହେଲେ ସେହି କରୋନା କଟକଣା ପାଇଁ ସେଠାରେ ଭିଡ ନ କରିବାକୁ ବିଏମସି ପଦକ୍ଷେପ ଗ୍ରହଣ କରିଛି।