ଭୁବନେଶ୍ୱର, ଆଜି ସ୍ଥାନୀୟ ଲୋକସେବା ଭବନରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ସମୀକ୍ଷା ବୈଠକ ମନ୍ତ୍ରୀ ଶ୍ରୀ ତୁଶାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୫-‘ଟି’ ଉପକ୍ରମ ଅନୁସାରେ ବିଭାଗ ପକ୍ଷରୁ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା । ଏଥିରେ ସାଇବର ସିକୁ୍ୟରିଟି, ଭାରତ ନେଟ୍, ମୋ ସରକାର ଯୋଗାଯୋଗ ସେଣ୍ଟର, ମୋ ସେବା କେନ୍ଦ୍ର, ଓଡ଼ିଶା-ୱାନ୍ ପୋର୍ଟାଲ୍ର କାର୍ଯ୍ୟଧାରା ଉପରେ ବରିଷ୍ଠ ଅଧିକାରୀମାନେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।
ବର୍ତ୍ତମାନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଷ୍ଟେଟ୍ ଡ୍ୟାସ୍ବୋର୍ଡ ଜରିଆରେ ଜନସାଧାରଣ କୋଭିଡ୍ ସଂପର୍କିତ ସୂଚନା ସହିତ ଟେଷ୍ଟିଂ ରିପୋର୍ଟ ଏବଂ ଅକ୍ସିଜେନ ଯୋଗାଣ ସଂପର୍କରେ ସୂଚନା ପାଇପାରୁଛନ୍ତି । ଏଥି ସହିତ ମୋ ସରକାର ଆନାଲିଟିକ୍ ଡ୍ୟାସ୍ବୋର୍ଡ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ସ୍ମାର୍ଟ କ୍ଲାସ୍ରୁମ୍, ଉଚ୍ଚଶିକ୍ଷା ବିଭାଗର ଅନ୍ଲାଇନ୍ ଆଡ୍ମିଶନ୍ ବ୍ୟବସ୍ଥା ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କାର୍ଯ୍ୟକୁ ଅତି ସୁଚାରୁ ରୂପେ ସଂପାସନ କରି ଲୋକଙ୍କ ଆଶାବିଶ୍ୱାସ ଜିତିପାରିଥିବାରୁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ସାଧୁବାଦ ଜଣାଇଥିଲେ ।
ଏହି ବୈଠକରେ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ତଥା ଓକାକ୍ର ସିଇଓ ମନୋଜ କୁମାର ପଟ୍ଟନାୟକ ଏବଂ ଓକାକ୍ର ଜେନେରାଲ୍ ମ୍ୟାନେଜର ମଧୁମତା ରଥ ପ୍ରମୁଖ ଉପସ୍ଥିତ ଥିଲେ।