Categories
ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଡିଏସପିଙ୍କ ସମେତ ଦୁଇ ମୃତ

ଭୁବନେଶ୍ଵର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଚାନ୍ଦପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ୱାଗନର କାରକୁ ସାମ୍ନା ପଟୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ ଜଣେ ଡିଏସପିଙ୍କ ସମେତ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ତକଙ୍କ ମଧ୍ୟରେ ଜଣେ ହେଲେ ଯାଜପୁର ପୋଲିସ ହେଡ଼ କ୍ୱାଟରରେ କାର୍ଯ୍ୟରତ ଥିବା ପୋଲିସ ଡିଏସପି ବଳରାମ ନାୟକ। ମୃତ ଡିଏସପି ଜଣକ କେନ୍ଦୁଝର ଜିଲ୍ଲା ଘଟଗାଁ ଗୋପପୁର ଅଂଚଳର ବୋଲି ଜଣାପଡିଛି। ଅନ୍ୟ ଜଣେ ମୃତକ ହେଲେ ଡିଏସପି ଶ୍ରୀ ନାୟକଙ୍କ ଭିଣୋଇ ପୂର୍ଣ୍ଣଚନ୍ଦ୍ର ନାୟକ।

ସୂଚନା ଯୋଗ୍ୟ ଯେ, ଡିଏସପି ଶ୍ରୀ ନାୟକ ମାତ୍ର ବର୍ଷେ ତଳେ ବାଲେଶ୍ବରରୁ ଯାଜପୁରକୁ ବଦଳି ହୋଇ ଆସିଥିଲେ। ମାତ୍ର ନିକଟରେ ଯାଜପୁରରୁ ତାଙ୍କର ଜଗତସିଂହପୁର ଜିଲ୍ଲାକୁ ଏସଡ଼ିପିଓ ବଦଳି ହୋଇଥିବା ସୂଚନା ମିଳିଛି। ଦୁଃଖର ବିଷୟ ଏହି କି ଆଜି ସନ୍ଧ୍ୟାରେ ତାଙ୍କୁ ଯାଜପୁର ଜିଲ୍ଲା ପାଣିକୋଇଲି ସ୍ଥିତ ପୋଲିସ ମୁଖ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଦେବାର କାର୍ଯ୍ୟକ୍ରମ ରହିଥିଲା। ସେ ତାଙ୍କ ବନ୍ଧୁଙ୍କ ସହିତ ପାଣିକୋଇଲି ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

ସେପଟେ ପୋଲିସ ଘଟଣାସ୍ଥଳରୁ ଦୁଇଜଣଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲା। ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ସେପଟେ ଟ୍ରକ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ଘଟଣାକୁ ନେଇ ପୋଲିସ ମୁଖ୍ୟାଳୟ ସମେତ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ସଡ଼କ ଦୁର୍ଘଟଣାରେ ମୋଟରସାଇକେଲ ଚାଳକ ମୃତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ସଦର ଥାନା ଅର୍ନ୍ତଗତ ଆମ୍ବଗଡ ଛକରେ କୌଣସି ଏକ ବସ୍ ଧକ୍କାରେ ମୋଟରସାଇକେଲରେ ଆସୁଥିବା ସିମାଞ୍ଚଳ ପାତ୍ର ନାମକ ଜଣେ ୫୫ ବର୍ଷ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ସିମାଞ୍ଚଳଙ୍କ କରାପଲୀ ବୋଲି ଜଣାପଡିଛି।

ଦୁର୍ଘଟଣା ଘଟାଇଥିବା ବସ୍ ର ପତ୍ତା ମିଳିନାହିଁ। ତଥାପି ପୋଲିସ ଅନୁସନ୍ଧାନ ଚଳାଇଛି। ମୃତ ସିମାଞ୍ଚଳଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜପଥରେ କାର୍ଯ୍ୟକ୍ଷମ ହେବ ଆଇଇଏମଏସ, ସଡ଼କରେ ବଢ଼ିବ କ୍ୟାମେରା ସଂଖ୍ୟା, ଉଚ୍ଚ ସ୍ତରୀୟ ବୈଠକରେ ନିଷ୍ପତି

ଭୁବନେଶ୍ୱର: ସଡ଼କ ଦୁର୍ଘଟଣା ହ୍ରାସ ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ । ଖାରବେଳ ଭବନରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏ ସଂକ୍ରାନ୍ତରେ ବୈଠକ ଅନୁଷ୍ଠିତ ହୋଇଛି ।

ଏଥିରେ ଓଏସଆରଟିସି ସିଏମଡି ଦୀପ୍ତେଶ ପଟ୍ଟନାୟକ, ଅବକାରୀ ସଚିବ ଗୁହା ପୁନମ ତାପସ କୁମାର, କଟକ-ଭୁବନେଶ୍ୱର ଅତିରିକ୍ତ ପୋଲିସ ଆୟୁକ୍ତ ଉମାଶଙ୍କର ଦାଶଙ୍କ ସମେତ ସ୍ୱାସ୍ଥ୍ୟ, ଜାତୀୟ ରାଜପଥ ପ୍ରାଧିକରଣ, ଗଣଶିକ୍ଷା, ଉଚ୍ଚଶିକ୍ଷା, କ୍ରାଇମବ୍ରାଞ୍ଚ ପ୍ରମୁଖର ଅଧିକାରୀମାନେ ପ୍ରତିନିଧିତ୍ୱ କରିଥିଲେ । ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ଆବଶ୍ୟକୀୟ ପଦକ୍ଷେପ ସଂପର୍କରେ ଆଲୋଚନା କରି ସେ ଦିଗରେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ବେପରୁଆ ଚାଳକଙ୍କୁ ନିୟନ୍ତ୍ରଣ କରିବାକୁ ବୈଷୟିକ ଜ୍ଞାନକୌଶଳ ସଂପନ୍ନ ଏନଫୋର୍ସମେଣ୍ଟ ଉପରେ ବାଣିଜ୍ୟ ଓ ପରିବହନ ବିଭାଗ ଗୁରୁତ୍ୱ ଦେଇଛି । ଏଥିପାଇଁ ରାଜ୍ୟରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ରାଜପଥରେ ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଚ ମ୍ୟାନେଜମେଣ୍ଟ ସିଷ୍ଟମ ବା ଆଇଇଏମଏସର ସଂପ୍ରସାରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହାସହ ଆଗକୁ ନିର୍ମାଣ ହେବାକୁ ହେବା ଥିବା ନୂତନ ରାଜପଥ ସହ ନିର୍ମାଣ ହେବାକୁ ଥିବା ରାସ୍ତାରେ ମଧ୍ୟ ଆଇଇଏମଏସ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ।

ସଡ଼କ ଦୁର୍ଘଟଣାର ବିଭିନ୍ନ କାରଣ ମଧ୍ୟରୁ ତ୍ରୁଟିପୂର୍ଣ୍ଣ ରୋଡ୍ ଇଂଜିନିୟରିଂ ସଂପର୍କରେ ବୈଠକରେ ବିସ୍ତୃତ ଚର୍ଚ୍ଚା ହୋଇଥିଲା । ସମସ୍ୟାର ସୁଧାର ପାଇଁ ସଡ଼କ ନିର୍ମାଣ ସମୟରେ ସମସ୍ତ ମାନକକୁ ସଠିକ ଭାବରେ ପାଳନ କରାଯାଉଛି କି ନିୟମିତ ସମୀକ୍ଷା ସହ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି।

ଦୁର୍ଘଟଣାପ୍ରବଣ ଅଞ୍ଚଳ ତଥା ବ୍ଲାକସ୍ପଟ ଚିହ୍ନଟ କରି ଏହାର ସୁଧାର ଦିଗରେ ତ୍ୱରିତ କାର୍ଯ୍ୟ କରାଯିବ। ଏହାସହ ଜନସାଧାରଣଙ୍କୁ ସଚେତନ କରିବା ଦିଗରେ ମଧ୍ୟ ପଦକ୍ଷେପ ଗ୍ରହଣ କରାଯିବ। ଏ ସଂକ୍ରାନ୍ତରେ ପ୍ରତି ମାସ ଜାତୀୟ ରାଜପଥ ପ୍ରାଧିକରଣ ଓ ରାଜ୍ୟ ପରିବହନ ପ୍ରାଧିକରଣ ମଧ୍ୟରେ ସମନ୍ୱୟ ବୈଠକ ଅନୁଷ୍ଠିତ ହେବ।

ଭୁବନେଶ୍ୱର ସମେତ ରାଉରକେଲା, ବ୍ରହ୍ମପୁର, ପୁରୀ, ସମ୍ବଲପୁର ସହରର ସଡ଼କ ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ କଡ଼ା ନଜର ରଖିବାକୁ ରାସ୍ତାରେ କ୍ୟାମେରା ସଂଖ୍ୟା ବୃଦ୍ଧି କରାଯିବ। ମୋ ବସ୍ ଓ ଓଏସଆରଟିସିର ଚାଳକମାନଙ୍କୁ ନିୟମିତ ପ୍ରଶିକ୍ଷଣ ପ୍ରଦାନ କରାଯିବ। ସମସ୍ତ ବସରେ ଯାତ୍ରୀ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ADAS ଲଗାଇବା କାର୍ଯ୍ୟ ତ୍ୱରାନ୍ୱିତ କରାଯିବ।

ସଡ଼କରେ ଗାଡ଼ି ଚଲାଇବାକୁ ଦକ୍ଷ ଚାଳକଙ୍କୁ ଅନୁମତିକୁ ସୁନିଶ୍ଚିତ କରିବାକୁ ଏଲଏଲ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟା ଅପେକ୍ଷାକୃତ ଶକ୍ତ କରିବାକୁ ବିଭାଗ ଚିନ୍ତା କରୁଛି । ଏଥିପାଇଁ ତିନି ପର୍ଯ୍ୟାୟ ପରୀକ୍ଷା କରିବାକୁ ପ୍ରସ୍ତାବ ରହିଛି । ସେହିଭଳି ନିୟମିତ ସଡ଼କ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ମଧ୍ୟ କଠୋର ପଦକ୍ଷେପ ଗ୍ରହଣ କରାଯିବ ।

ପୂର୍ବରୁ ବୁଧବାର ଜିରୋ ଟଲେରାନ୍ସ ଡେ’ର ସଫଳତାକୁ ଆଖି ଆଗରେ ରଖି ଶୂନ୍ୟ ଦୁର୍ଘଟଣା ଦିବସ ପାଳନ ପାଇଁ ବିଭାଗ ଯୋଜନା ରଖିଛି । ପ୍ରଥମେ ଏହା ଭୁବନେଶ୍ୱରରୁ ଆରମ୍ଭ କରାଯିବ ।

ସଡ଼କ ଦୁର୍ଘଟଣା ହ୍ରାସରେ ତଥ୍ୟ ଭିତ୍ତିକ ପଦକ୍ଷେପ ଉପରେ ପ୍ରାଧାନ୍ୟ ଦିଆଯାଇଛି। ଏଥିପାଇଁ ଆଇଆଇଟି ମାଡ୍ରାସ ପକ୍ଷରୁ ସମସ୍ତ ବିଭାଗକୁ ତଥ୍ୟ ପ୍ରଦାନ କରାଯିବ। ଏ ସଂକ୍ରାନ୍ତରେ ଆଇଆଇଟି ମାଡ୍ରାସ ପକ୍ଷରୁ ପ୍ରଫେସର ବାଲ୍ ଭେଙ୍କଟେଶ ସୁବ୍ରମଣ୍ୟନଙ୍କ ପକ୍ଷରୁ ରିପୋର୍ଟ ଉପସ୍ଥାପିତ ହୋଇଥିଲା। ସଡ଼କ ଦୁର୍ଘଟଣା ତଥ୍ୟ ପ୍ରସ୍ତୁତିରେ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା, ଦୁର୍ଘଟଣାଗ୍ରସ୍ତଙ୍କ ଉନ୍ନତ ଚିକିତ୍ସା ପାଇଁ ଟ୍ରମା କେୟାର ଭିତ୍ତିଭୂମି, ଇ-ଚାଲାଣ, ସୁବାହକ ପ୍ରଶିକ୍ଷଣ, ମୋଟରଯାନ ଆଇନରେ ସଂଶୋଧନର ବିନ୍ଦୁ ସଂପର୍କରେ ମଧ୍ୟ ଆଲୋଚନା କରାଯାଇଛି।

ପୂର୍ବ ବୈଠକମାନଙ୍କରେ ନିଆଯାଇଥିବା ନିଷ୍ପତ୍ତି ଓ ଏହାର ସ୍ଥିତି ସଂପର୍କରେ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ତପନ କୁମାର ମିଶ୍ର ତଥ୍ୟ ଉପସ୍ଥାପିତ କରିଥିଲେ। ଏହାସହ ୨୦୨୪ରେ ଦୁର୍ଘଟଣା ହାର ସଂପର୍କରେ ମଧ୍ୟ ରଖାଯାଇଥିଲା। ୨୦୨୩ ତୁଳନାରେ ୨୦୨୪ ରେ ଦୁର୍ଘଟଣା ହାର ହ୍ରାସ ପାଇଥିବା ସଂପର୍କରେ ସେ ସୂଚନା ରଖିଥିଲେ। ସେହିଭଳି ଅଧିକ ଦୁର୍ଘଟଣାପ୍ରବଣ ଜିଲ୍ଲା ସଂପର୍କରେ ମଧ୍ୟ ତଥ୍ୟ ଉପସ୍ଥାପିତ ହୋଇଥିଲା।

ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଗଠନମୂଳକ ମତାମତ ରଖିଥିଲେ। ସୁପ୍ରିମକୋର୍ଟ କମିଟିଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ପଦକ୍ଷେପ ଗ୍ରହଣ ସହ ଉଲ୍ଲେଖନୀୟ ଭାବରେ ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱାରୋପ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଇଟା ବୋଝେଇ ଟ୍ରାକ୍ଟର ଓଲଟି ୨ ମୃତ

ଭୁବନେଶ୍ଵର: ରାୟଗଡା ଜିଲ୍ଲା ରାମାନାଗୁଡା ବ୍ଲକ ଅନ୍ତର୍ଗତ ଗୁଲୁ ମୁଣ୍ଡା ପାକା ନିକଟରେ ଏକ ଇଟା ବୋଝେଇ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିବାରୁ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଅନ୍ୟ ଜଣେ ପୁରୁଷ ରହିଛନ୍ତି। ମୃତକ ଓ ଆହତ ସମସ୍ତଙ୍କ ଘର ଗୁଣପୁର ବ୍ଲକ ଅନ୍ୟର୍ଗତ ଓମ୍ପେରା ଗ୍ରାମର ବୋଲି ଜଣା ପଡ଼ିଛି। ଘଟଣାସ୍ଥଳରେ ଗୁଣପୁର ଅଗ୍ନିଶମ ବିଭାଗ ପହଂଚି ସମସ୍ତଙ୍କୁ ଉଦ୍ଧାର କରିଥିବା ବେଳେ ଗୁଣପୁର ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ ଟ୍ରାକ୍ଟରରେ ନିୟୋଜିତ ଶ୍ରମିକ ମାନେ ରାମାନାଗୁଡା ଅଂଚଳରୁ ଇଟା ବୋଝେଇ କରି ଗୁଣପୁର ଅଭିମୁଖେ ଫେରୁଥିବା ବେଳେ ଗୁଲୁମୁଣ୍ଡା ପାକା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଘଟଣା ସ୍ଥଳରେ ଜଣେ ମହିଳା ଶ୍ରମିକ ଓ ଅନ୍ୟ ଜଣେ ପୁରୁଷ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ୩ ଜଣ ଶ୍ରମିକ ଆହତ ହୋଇଥିଲେ। ଗୁରୁତର ଭାବେ ଆହତ ଜଣେ ଶ୍ରମିକଙ୍କୁ ପାରଳାଖେମୁଣ୍ଡି ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିବା ବେଳେ ଅନ୍ୟ ୨ ଜଣ ଶ୍ରମିକଙ୍କୁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ଜାରି ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ସରକାରଙ୍କ ଫୋକସରେ ସଡ଼କ ଦୁର୍ଘଟଣା ହ୍ରାସ: ବ୍ରହ୍ମପୁର ଏସପିଙ୍କ ସହ ଆଇଆଇଟି ମାଡ୍ରାସ ଟିମର ଆଲୋଚନା

ବ୍ରହ୍ମପୁର (କୈଳାସ ଚନ୍ଦ୍ର ଚୌଧୁରୀ): ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର। ଏହିକ୍ରମରେ ସରକାରଙ୍କ ସହ ଚୁକ୍ତିବଦ୍ଧ ହୋଇଥିବା ଆଇଆଇଟି ମାଡ୍ରାସ ଟିମ୍ ଗତକାଲି ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆଙ୍କ ସହ ଆଲୋଚନା କରିଥିବା ବେଳେ ଟିମ୍ ଆଜି ପହଞ୍ଚିଥିଲା ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ। ବ୍ରହ୍ମପୁର ଏସପି ଶ୍ରବଣା ବିବେକଙ୍କ ସହ ଆଇଆଇଟି ମାଡ୍ରାସ ପ୍ରଫେସର ଭେଙ୍କଟେଶ ବାଲ ସୁବ୍ରମନିୟନ ସଡ଼କ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିଥିଲେ। ରାଜ୍ୟରେ ଯେଉଁ କେତେକ ଜିଲ୍ଲାରେ ଦୁର୍ଘଟଣାକୁ ନେଇ ଚିନ୍ତା ବ୍ୟକ୍ତ କରାଯାଉଛି ସେଥିରୁ ଗଞ୍ଜାମ ଅନ୍ୟତମ। ଗଞ୍ଜାମରେ ସଡ଼କ ଦୁର୍ଘଟଣାର କାରଣ କ’ଣ ସେ ସମ୍ପର୍କରେ ଆଲୋଚନା ହୋଇଥିଲା।

ବିଶେଷକରି ଦ୍ରୁତଗତି, ମଦ୍ୟପାନ କରି ଗାଡି ଚାଳନାରୁ କିଭଳି ଜନସାଧାରଣ ନିବୃତ୍ତ ରହିବେ, ସେନେଇ ରଣନୀତି ପ୍ରସ୍ତୁତ ହେବ। ଲୋକଙ୍କ ମଧ୍ୟରେ ସଡ଼କ ସୁରକ୍ଷା ନିୟମ ପାଳନ ମାନସିକତାକୁ ବୃଦ୍ଧି କରିବାକୁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ। ବ୍ରହ୍ମପୁରର ଯେଉଁ ଯେଉଁ ରାସ୍ତାରେ ଅଧିକ ଦୁର୍ଘଟଣା ଘଟୁଛି ବା ବ୍ଲାକସ୍ପଟ୍ ଅଞ୍ଚଳକୁ ଟିମ ପରିଦର୍ଶନ କରିଥିଲା। ସେଠାରେ ରୋଡ ଇଞ୍ଜିନିୟରିଂରେ ଥିବା ତ୍ରୁଟିକୁ ମଧ୍ୟ ଚିହ୍ନଟ କରାଯାଇ ସଂପୃକ୍ତ ବିଭାଗକୁ ଜଣାଇବା ପାଇଁ ନିଷ୍ପତ୍ତି ହୋଇଛି। ସେଭଳି ସ୍ଥାନରେ ଦୁର୍ଘଟଣା ରୋକିବାକୁ ସଚେତନତାକୁ ବ୍ୟାପକ କରାଯିବ। ଜନସାଧାରଣଙ୍କୁ କିଭଳି ସଡ଼କ ସୁରକ୍ଷାରେ ଅଧିକ ଭାଗୀଦାର କରାଯିବ ଏବଂ ସେଥିପାଇଁ ପ୍ରଶାସନ କଣ ପଦକ୍ଷେପ ଗ୍ରହଣ କରିପାରିବ ସେନେଇ ଆଲୋଚନା ହୋଇଥିଲା।

ବିଶେଷ କରି ଯେଉଁ ସମୟରେ ଅଧିକ ଦୁର୍ଘଟଣା ଘଟୁଛି ସେହି ସମୟରେ ଏନଫୋର୍ସମେଣ୍ଟକୁ ବ୍ୟାପକ କରାଯିବାର ନିଷ୍ପତ୍ତି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଦୁଇ ବାଇକ ମୁଁହାମୁହିଁ ଧକ୍କା: ୨ ମୃତ, ୩ ଗୁରୁତର

ଭୁବନେଶ୍ଵର: ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଭାଟିଗାଁ ନିକଟରେ ଦୁଇ ବାଇକ ମୁଁହା ମୁହିଁ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଗୋଟିଏ ବାଇକ କୋଶାଗୁମୁଡା ବ୍ଳକ ଚିର୍ମା ପଟରୁ ନବରଙ୍ଗପୁର ଅଭିମୁଖେ ଆସୁଥିବା ବେଳେ ଅନ୍ୟ ବାଇକ ନବରଙ୍ଗପୁର ଥାନା ଅନ୍ତର୍ଗତ ପଡାଲଗୁଡା ଗ୍ରାମରୁ କୋଷଗୁମୁଡାକୁ ଯାଉଥିଲା।

ତେବେ ଭାଟିଗାଁ ଓ ସରଗିଗୁଡା ମଧ୍ୟ ରେ ମୁହାଁ ମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣ ମୃତ୍ୟୁବରଣ କରିଥିଲେ। ଅନ୍ୟ ତିନି ଗୁରୁତର ହୋଇଥିଲେ।

ତେବେ କୋଷାଗୁମୁଡା ଅଞ୍ଚଳକୁ ନିଜ କାର୍ଯ୍ୟରେ ଯାଉଥିବା ବେଳେ ନବରଙ୍ଗପୁର ଏସ୍ପି ମିହିର କୁମାର ପଣ୍ଡା ଆହତ ଦୁଇ ଜଣଙ୍କୁ ନିଜ ଗାଡ଼ିରେ ବୋହି ଆଣି ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅନ୍ୟ ଏକ ଆହତ ଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସାଳୟକୁ ଅଣା ଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ସଡ଼କ ଦୁର୍ଘଟଣାରେ ବାପା, ପୁଅ ମୃତ: ସ୍ତ୍ରୀ ଗୁରୁତର

ବ୍ରହ୍ମପୁର (କୈଳାଶ ଚନ୍ଦର ଚୌଧୁରୀ): ରମ୍ଭା ଥାନା ଅର୍ନ୍ତଗତ ଅରୁଣ ପୁର ଗ୍ରାମ ଛକରେ ଗୋଟିଏ ସିମେଣ୍ଟ ବୋଝେଇ ଟ୍ରକ ସହ ମୋଟରସାଇକେଲର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ୟୁ ଡି ଏସ୍ ପୁର ଗ୍ରାମର ମୋହନ ରାୟଗୁରୁ ଚିକିତ୍ସିତ ସମୟରେ ବଡ଼ ଡ଼ାକ୍ତରଖାନାରେ ମୃତ୍ୟୁବରଣ କରିଛନ୍ତି।

କିନ୍ତୁ ପୁଅ ତ୍ରୟୋମ୍ବକମ୍ ରାୟଗୁରୁ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛି। ସ୍ତ୍ରୀ ଗାୟତ୍ରୀ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକତ୍ସିତ ହେଉଛନ୍ତି।

ସୁଚନା ଅନୁଯାୟୀ ମୋହନ ନିଜ ସ୍ତ୍ରୀ ଓ ପୁଅ କୁ ଧରି କୃଷ୍ଣପ୍ରସାଦ ଅଞ୍ଚଳରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ଦୃତଗାମୀ ଟ୍ରକ ତାଙ୍କ ମୋଟରସାଇକେଲକୁ ଧକ୍କା ଦେଇଥିଲା। ଯାଦ୍ଵାରା ଏହି ଭଳି ଦୁଃଖଦ ଘଟଣା ଘଟିଛି।

ଖବର ପାଇ ରମ୍ଭା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସଡ଼କ ଦୁର୍ଘଟଣାରେ ଅଟୋ ଚାଳକଙ୍କ ମୃତ୍ୟୁ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅର୍ନ୍ତଗତ ପୋଚିଲିମା ଗାଁ ଛକ ସନ୍ତୋଷୀ ମାଁ ମନ୍ଦିର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଅଟୋ ଚାଳକ ନିକଟସ୍ଥ ସାରୁ ଗ୍ରାମର ଶିବଶଙ୍କର ପାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଶିବଶଙ୍କର କୌଣସି କାମରେ ଗାଡ଼ି ନଂ ଓଡି ୦୬ଏ ୦୬୯୭ ବିଶିଷ୍ଟ ଅଟୋ ଯୋଗେ ହିଞ୍ଜିଳି ଯାଇ ନିଜ ଗ୍ରାମ ସାରୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ମନ୍ଦିର ସାମ୍ନାରେ ଏକ ମାଟି ଗଦା ଉପରେ ଚଢ଼ି ଦୁର୍ଘଟଣାର ସମ୍ମୁଖିନ ହୋଇଥିଲା।

ଉପସ୍ଥିତ କିଛି ଲୋକ ତାକୁ ହିଞ୍ଜିଳି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ଶିବଶଙ୍କରଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଆଜି ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ଜାତୀୟ ଖବର

ଜୟପୁର ସଡ଼କ ଦୁର୍ଘଟଣା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୁଃଖ ପ୍ରକାଶ, ସହାୟତା ଘୋଷଣା

ନୂଆଦିଲ୍ଲୀ: ରାଜସ୍ଥାନର ଜୟପୁର-ଆଜମେର ରାଜପଥରେ ଆଜି ହୋଇଥିବା ସଡ଼କ ଦୁର୍ଘଟଣା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ଶ୍ରୀ ମୋଦୀ ମଧ୍ୟ ପିଏମଏନଆରଏଫରୁ ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏ ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ଅନୁକମ୍ପା ସହାୟତା  ପ୍ରଦାନ ପାଇଁ ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି:

“ରାଜସ୍ଥାନର ଜୟପୁର-ଆଜମେର ରାଜପଥରେ ଦୁର୍ଘଟଣା ଯୋଗୁ ପ୍ରାଣହାନି ପାଇଁ ଗଭୀର ଦୁଃଖିତ। ଯେଉଁମାନେ ପରିଜନଙ୍କୁ ହରାଇଛନ୍ତି ସେମାନଙ୍କୁ ସମବେଦନା। ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ପ୍ରଭାବିତଙ୍କୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦିଆଯାଉଛି। ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ପିଏମଏନଆରଏଫରୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ସହାୟତା ପ୍ରଦାନ କରାଯିବ। ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ: @narendramodi ”

Categories
ଆଜିର ଖବର ଜାତୀୟ ଖବର

ଗୋରଖପୁର ସଡକ ଦୁର୍ଘଟଣା, ବାପା ଏବଂ ଝିଅ ସମେତ ୫ ମୃତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗୋରଖପୁରରେ ଗତକାଲି ରାତିରେ ଏକ ସଡକ ଦୁର୍ଘଟଣାରେ ଜଣେ ପିତା ଏବଂ ଦୁଇ ଝିଅଙ୍କ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ଦ୍ରୁତ ଗତିରେ ଗାଡି ଚଲାଇବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଦ୍ରୁତ ଗତି ହେତୁ ତିନିଟି ବାଇକ୍ ପରସ୍ପର ସହ ମୁହାଁମୁହିଁ ହୋଇଥିଲେ। ଦୁର୍ଘଟଣା ପରେ ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ଯେଉଁଠାରେ ତାଙ୍କୁ ଚିକିତ୍ସା କରାଯାଉଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସମବେଦନା ଜଣାଇଛନ୍ତି। ଏହା ସହିତ ଆହତଙ୍କ ଚିକିତ୍ସାରେ କୌଣସି ଅଭାବ ନହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସଡକ ଦୁର୍ଘଟଣାରେ ସ୍କୁଟି ଚାଳକ ମୃତ ଓ ଜଣେ ଆହତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅର୍ନ୍ତଗତ ଚୈତନ୍ୟପଡା ପେଟ୍ରୋଲ ପମ୍ପ ନିକଟରେ ଆସ୍କା ଅଭିମୁଖେ ଯାଉଥିବା ଏକ ଗ୍ୟାସ ବୋଝେଇ ଗାଡ଼ିର ମୁହାଁମୁହିଁ ଧକ୍କା ଫଳରେ ବ୍ରହ୍ମପୁର ଫେରୁଥିବା ସ୍କୁଟି ଚାଳକ ଗୟା ଦାସ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ପଛରେ ବସିଥିବା ପିଣ୍ଟୁ ପ୍ରଧାନ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଖବର ପାଇ ହିଞ୍ଜିଳି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡ଼ି ଜବତ ସହ ମୃତ ଗୟାଙ୍କ ଶବକୁ ଉଦ୍ଧାର କରିଛି। ଗୁରୁତର ପିଣ୍ଟୁକୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ ଗ୍ୟାସ ବୋଝେଇ ଗାଡ଼ି ଚାଳକ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଜଣାପଡ଼ିଛି।

Categories
ଆଜିର ଖବର ରାଜ୍ୟ ଖବର

ଦୁଇ ବାଇକ ମୁହାଁମୁହିଁ ଧକ୍କା: ୨ ମୃତ, ୪ ଗୁରୁତର

ଭୁବନେଶ୍ଵର: ନୂଆପଡା ଲୁକୁପାଳି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ୩୫୩ ନମ୍ୱର୍ ଜାତୀୟ ରାଜପଥରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା ହୋଇ ଦୁର୍ଘଟଣା ହୋଇଥିଲା। ୨ ଜଣଙ୍କର ମୁତ୍ୟୁ ହୋଇଥିବା ବେଳେ ଆଉ ୪ ଜଣ ଗୁରୁତର ଆହତ ହୋଇଥିଲେ। ଦମକଳ ବାହିନୀ ଆସି ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଦୁଇ ଯାତ୍ରୀବାହୀ ବସ୍ ମଧ୍ୟରେ ଧକ୍କା: ୩୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର ଆହତ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଜାତୀୟ ରାଜପଥର କୟଥପଲ୍ଲା-ଜୟମଙ୍ଗପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁଇଟି ଯାତ୍ରୀବାହୀ ବସ୍ ମଧ୍ୟରେ ଧକ୍କା ହୋଇ ୩୦ ରୁ ଉର୍ଦ୍ଧ୍ଵ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।

ଆହତ ମାନଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଛି। “ନମସ୍କାର” ଯାତ୍ରୀବାହୀ ବସ୍ କୁ “ବାଲୁଙ୍କେଶ୍ୱର” ନାମକ ଯାତ୍ରୀବାହୀ ବସ୍ ପଛ ପଟୁ ଧକ୍କା ଦେଇଥିଲା। ଉଭୟ ଯାତ୍ରୀବାହୀ ବସ୍ ଗଞ୍ଜାମରୁ ଭୁବନେଶ୍ୱର ଆସୁଥିଲେ। ଦୁହିଁଙ୍କ ମଧ୍ୟରେ ଆଗ-ପଛ ହୋଇ ଓଭର ଟେକ କରିବା କାରଣରୁ ଦୁର୍ଘଟଣା ହୋଇଥିବା କୁହାଯାଉଛି। ସାମାନ୍ୟ ଆହତମାନେ ଟାଙ୍ଗୀ ମେଡିକାଲରେ ଏବଂ ଗୁରୁତର ଆହତମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜାତୀୟ ରାଜପଥ ଅବରୋଧ କଲେ ଉତ୍ୟକ୍ତ ଗ୍ରାମବାସୀ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ମଠପାଟଣାର ବିଭୁତି ଭୂଷଣ ପଟ୍ଟଯୋଶୀ (୬୨) ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।  ଯାହାକୁ ନେଇ ଉତ୍ୟକ୍ତ ଗ୍ରାମବାସୀ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି।

ସୂଚନା ମୁତାବକ ଆଜି ଅପରାହ୍ନରେ ବିଭୁତି ନିଜ ଦୋକାନକୁ ଯାଉଥିବା ବେଳେ ହଠାତ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ କ୍ଷିପ୍ର ଗତିରେ ଯାଉଥିବା ଏକ କାର ଉକ୍ତ ଛକ ନିକଟସ୍ଥ ତାରିଣୀ ମନ୍ଦିର ସମ୍ମୁଖରେ ବିଭୁତିଙ୍କୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ବିଭୁତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ତେବେ ଏଥିରେ ଉତ୍ୟକ୍ତ ହୋଇ ଶତାଧିକ ଗ୍ରାମବାସୀ ଟାୟାର ଜାଳି ଜାତୀୟ ରାଜପଥ ଅବରୋଧ କରିବା ସହ ଅଭିଯୁକ୍ତଙ୍କୁ ଗିରଫ ଏବଂ ଉକ୍ତ ସ୍ଥାନରେ ଓଭରବ୍ରିଜ ନିର୍ମାଣ ପାଇଁ ଦାବି କରିଛନ୍ତି। ଖବର ପାଇ ଦୁର୍ଘଟଣାସ୍ଥଳରେ ବାଣପୁର ଆଇଆଇସି, ବାଲୁଗାଁ ଏସଡ଼ିପିଓ, ବାଣପୁର ତହସିଲଦାର, ବାଣପୁର ବ୍ଲକ ଅଧ୍ୟକ୍ଷ ଆଦି ପହଞ୍ଚି ଉତ୍ୟକ୍ତ ଜନସାଧାରଣଙ୍କୁ ବୁଝାସୁଝା ଜାରି ରଖିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଓ ଦୁଇ ଗୁରୁତର ଆହତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କାର୍ତ୍ତିକ ପୂର୍ଣ୍ଣିମାର ସୁର୍ଯ୍ୟଦୋୟ ଓ ବୋଇତ ବନ୍ଦାଣ ଉତ୍ସବ ଦେଖିବାକୁ ଗୋପାଳପୁର ଆସୁଥିବା ଦିଗପହଣ୍ଡି ଅଞ୍ଚଳର ଦୁଇ ଛାତ୍ର ପ୍ରଦ୍ୟୁମ୍ନ ସାବତ ଓ ସନ୍ତୋଷ ପାଢ଼ୀ ବ୍ରହ୍ମପୁର ଏସ୍ ପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ କର୍ତ୍ତବ୍ୟରତ ଗୃହରକ୍ଷୀ ଶାନ୍ତନୁ ପାଢ଼ୀଙ୍କ ମୋଟରସାଇକେଲ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହାଫଳରେ ଗାଡ଼ି ଚଳାଉଥିବା ପ୍ରଦ୍ୟୁମ୍ନ ଛିଞ୍ଚାଡି ହୋଇ ରାସ୍ତାର କିଛି ଦୂରରେ ପଡି ଯାଇଥିଲା ଓ ତାଙ୍କର ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ଅବସ୍ଥାରେ ବଡ଼ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟପକ୍ଷରେ ଆହତ ସନ୍ତୋଷର ହାତ ଭାଙ୍ଗି ଯାଇଛି ଓ ଗୃହରକ୍ଷୀ ଶାନ୍ତନୁ ସାମାନ୍ୟ ଆହତ ହୋଇଛନ୍ତି। ଖବର ପାଇ ବୈଦ୍ୟନାଥପୁର ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ମୋଟରସାଇକେଲ କୁ ଜବତ ନିକଟରେ ସଂଯୋଗ ହୋଇଥିବା ସିସିଟିଭି କ୍ୟାମେରା ଫୁଟେଜ କୁ ଆଧାର କରି ତଦନ୍ତ ଚଳାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଗଛକୁ ପିଟି ରାସ୍ତାରେ ଓଲଟି ପଡ଼ିଲା ବସ୍‌: ଜଣେ ମୃତ, ୩୦ରୁ ଉର୍ଦ୍ଧ୍ବ ଆହତ 

ନୟାଗଡ଼: ନୟାଗଡ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ସୋରଡ଼ା ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଗଛକୁ ପିଟି ହୋଇ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍। ଏହି ଦୁର୍ଘଟଣାରେ ବସ ଚାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ହେଲପରଙ୍କ ସମେତ ୯ ଜଣ ଗୁରୁତର ହୋଇଥିବା ଜଣାଯାଇଛି। ଏଣେ ବସରେ ଥିବା ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ମୃତକଙ୍କ ପରିଚୟ ମିଳିଛି। ସେ ହେଲେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ାର ବୀରେନ୍ ସାହାଣୀ। ଏଣେ ଗୁରୁତର ହେଲେ ହେଲପର୍ ଖଜୁରୀପଡ଼ାର ସିଲୁ ସାହାଣୀ। ଏହାଛଡ଼ା ଶିଶୁଆ ନାୟକ ନାମକ ଜଣେ ଯାତ୍ରୀ ଗୁରୁତର ଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବସଟି ରାଇକିଆରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଯାତ୍ରୀଙ୍କ କହିବା ଅନୁଯାୟୀ ଚାଳକ ବାଟରେ ମଦ୍ୟପାନ କରିଥିଲେ। ଏଥିଲାଗି ସୋରଡା ଛକରେ ବସଟି ଭାରସାମ୍ୟ ଗଛରେ ପିଟି ହୋଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।

ଖବର ପାଇ ନୂଆଗାଁ ଥାନା ପୁଲିସ ଓ ଦମକଳ ବାହିନୀ ପହଞ୍ଚି ମୃତକ ଓ ଗୁରତରମାନଙ୍କୁ ଉଦ୍ଧାର କରିଥିଲେ। ଏହି ଦୁର୍ଘଟଣା ଫଳରେ କିଛି ସମୟ ପାଇଁ ସୋରଡ଼ା ଛକରେ ଭିଡ଼ ପରିଲକ୍ଷିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୁଗୁଡ଼ା ଥାନା ଅନ୍ତର୍ଗତ ବଡପଥର ଗ୍ରାମର ଏକ ଲଟାବୁଦା ଭିତରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିରହିଥିବା ଜଣେ ଯୁବକକୁ ପୋଲିସ ଓ ଦମକଳବାହିନୀ ଉଦ୍ଧାର କରିଥିଲା। ସେଠାରୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ପଠାଯାଇଥିଲା। କିନ୍ତୁ ଡ଼ାକ୍ତର ତାକୁ ମୃତ ଘୋଷଣା କରିଛନ୍ତି।

ମୃତ ଯୁବକ ଜଣକ ବଡ ଗୋରଡା ଗ୍ରାମର ରଞ୍ଜିତ ବିଶ୍ବାଳ ଓ ବିଳମ୍ବିତ ରାତ୍ରରେ ଶ୍ଵଶୁର ଘର ଗାଁ ରୁ ଫେରିଲା ବେଳେ କୌଣସି କାରଣବଶତଃ ଦୁର୍ଘଟଣାର ସମ୍ମୁଖିନ ହୋଇ ଥିବା ଜଣାପଡିଛି। ପୋଲିସ ମୃତ ଯୁବକର ଶବକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଘଟଣା ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଟ୍ରକ ଧକ୍କାରେ ବୁଲେଟ୍ ଚାଳକଙ୍କ ପ୍ରାଣହାନୀ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସହର ଉପକଣ୍ଠ ଲାଞ୍ଜିପଲ୍ଲୀ ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା ନିତିଦିନିଆ ହୋଇଗଲାଣି। ଏହି କିଛି ଦିନ ପୂର୍ବେ ଠିକ୍ ସେହି ସ୍ଥାନରେ ଶିକ୍ଷକ ଦମ୍ପତି ଦୁର୍ଘଟଣାର ସମ୍ମୁଖିନ ହୋଇ ମୃତ୍ୟୁବରଣ କରିଥିବାବେଳେ ଗତକାଲି ସନ୍ଧ୍ୟାରେ ଲାଞ୍ଜିପଲ୍ଲୀ କେଶବ ନଗର ଅଞ୍ଚଳର ସିଦ୍ଧାର୍ଥ ରାଓ ନାମକ ଜଣେ ଯୁବକ ନିଜ ଘରୁ ବାହାରି ଜାତୀୟ ରାଜପଥ ଉପରକୁ ଆସି ପୋକଡିବନ୍ଧ ପଟେ ଯାଉଥିବା ବେଳେ ଆନ୍ଧ୍ରପ୍ରଦେଶ ପଟୁ ଆସୁଥିବା ଏକ ଟ୍ରକ୍ ପଛପଟୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି ଓ ଦୁର୍ଘଟଣାର ସମ୍ମୁଖିନ ଯୁବକକୁ ଗୁରୁତର ଅବସ୍ଥାରେ ଅଞ୍ଚଳ ବାସିନ୍ଦା ବଡ଼ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। କିନ୍ତୁ ଡ଼ାକ୍ତର ଉକ୍ତ ଯୁବକଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ଏହି ଭଳି ପରିସ୍ଥିତିରେ ଅଞ୍ଚଳ ବାସିନ୍ଦାଙ୍କ ତରଫରୁ ତୀବ୍ର ଅସନ୍ତୋଷ ଦେଖାଦେଇଛି ଓ ପ୍ରତିବାଦରେ ବହୁ ସମୟ ରାସ୍ତାରୋକ କରି ନିଜର କ୍ଷୋଭ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସଡ଼କ ଦୁର୍ଘଟଣାରେ ଦୁଇ ମୃତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଗ୍ରାମ ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଯେଉଁଥିରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ ରାସ୍ତା କଡ଼ରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ଛିଡ଼ା ହୋଇଥିବା ବେଳେ ପରିବା ବୋଝେଇ ମ୍ୟାକ୍ସ୍ ପିକ୍ ଅପ୍ ଗାଡ଼ି ପଛପଟୁ ଧକ୍କା ଦେଇଥିଲା। ଯାହାଫଳରେ ଗାଡ଼ିରେ ବସିଥିବା ସୁମନ୍ ଗନ୍ତାୟତ ଓ ଅଜିତ ବାଡତ୍ୟାଙ୍କର ମୃତ୍ୟୁ ଘଟିଥିବା ବେଳେ ସୁର୍ଯ୍ୟ ନାରାୟଣ ଗୌଡ଼ ନାମକ ଯୁବକ ଗୁରୁତର ଆହତ ହୋଇ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛନ୍ତି।

ମୃତ ଓ ଆହତ ମାନେ ଧରାକୋଟ ଥାନ ଅନ୍ତର୍ଗତ ସିନ୍ଦୁରିଆ ପଲ୍ଲୀ ଗ୍ରାମରୁ ପନିପରିବା ଧରି ବ୍ରହ୍ମପୁର ଆସୁଥିଲେ ଓ ଏହି ଭଳି ଦୁର୍ଘଟଣାର ସମ୍ମୁଖିନ ହୋଇଛନ୍ତି।

ଅନ୍ୟ ପକ୍ଷରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଟ୍ରକ୍ ଡ୍ରାଇଭର ରାଜେନ୍ଦ୍ର ଭୁୟାଁ କୁ ପୋଲିସ ତାଙ୍କ ଘର କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଖାଜି ପଲ୍ଲୀ ଗ୍ରାମରୁ ଉଠାଇ ଆଣି ଏକ ମାମଲା ନଂ ୭୭୮/୨୪ ଅନୁଯାୟୀ ଏକ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ତେଲ ଟ୍ୟାଙ୍କର ଧକ୍କାରେ ଯାତ୍ରୀବାହୀ ବସ୍ ଓଲଟି ୫ ମୃତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅନ୍ତର୍ଗତ ସମର ଝୋଳ ଛକ ଶଙ୍କର ଚକ୍ଷୁ ଚିକିତ୍ସାଳୟ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନେକ ଗୁରୁତର ଆହାତ ହୋଇ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଘଟଣାରୁ ଜଣାପଡିଛି ଯେ, ଆଜି ଭୋର ସକାଳ ରେ ଏକ ତେଲ ବୋଝେଇ ଟ୍ୟାଙ୍କର ଯାତ୍ରୀବାହୀ ବସ୍ “ଖମ୍ବେଶ୍ୱରୀ” ବସ୍ କୁ ମୁହାଁମୁହିଁ ଧକ୍କା ଦେବାରୁ ବସ୍ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଯାହା ଫଳରେ ବସ୍ ରେ ବସିଥିବା କିଛି ଯାତ୍ରୀ ବାହାରକୁ ଛିଟିକି ପଡ଼ିବାରୁ ଘଟଣାସ୍ଥଳରେ ଚାପି ହୋଇ ୫ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନେକ ଗୁରୁତର ଆହତ ହୋଇ ବଡ଼ ଡ଼ାକ୍ତରଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ, ପ୍ରଶାସନ ଓ ଓଡ଼୍ରାଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।

ଅନ୍ୟ ପକ୍ଷରେ ମୃତ ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତ ବ୍ୟକ୍ତିମାନଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ସହ ଆହତ ମାନଙ୍କୁ ମାଗଣା ଚିିିକିତ୍ସା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସଡ଼କ ଦୁର୍ଘଟଣାରେ ମହିଳା ମୃତ: କ୍ଷତି ପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ

ରେଢ଼ାଖୋଲ (କନ୍ଦର୍ପ ବେହେରା ): ଝିଅର ପାଠ ପଢା ପାଇଁ ଆବଶ୍ୟକ କାଗଜପତ୍ର ଦସ୍ତଖତ କରିବାକୁ ଯାଉଥିବା ସମୟରେ ରାସ୍ତାରେ ମହିଳାଙ୍କ ଅଜଣା ଗାଡି ଧକ୍କାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହାର ପ୍ରତିବାଦରେ ଗ୍ରାମବାସୀ କ୍ଷତି ପୂରଣ ଦାବିରେ ଶବରଖି ବେତଗଡ ଠାରେ ରାସ୍ତା ଅବରୋଧ କରିଛନ୍ତି।

ସୂଚନା ଅନୁଯାୟୀ ରେଢ଼ାଖୋଲ ଥାନା ଲୁହାପଙ୍କ ପଂଚାୟତ ଖର୍ସାଲୀ ଗ୍ରାମର ଯମୁନା ମୁଣ୍ଡା ଝିଅ ଯୁକ୍ତ ୨ ପାଠ ପଠା ପାଇଁ ଆବଶ୍ୟକ କାଗଜ ପତ୍ର ଦସ୍ତଖତ କରିବା ପାଇଁ ଲୁହାପଙ୍କ ସରପଞ୍ଚଙ୍କ ପାଖକୁ ଯାଉଥିବା ବେଳେ ରେଢ଼ାଖୋଲ -ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥ ବେତଗଡଠାରେ ଯମୁନା ମୁଣ୍ଡାଙ୍କୁ ଅଜଣା ଗାଡି ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିଲା। ପରିବାର ଲୋକ ସୂଚନା ପାଇ ଘଟଣାସ୍ଥଳରେ ପହଂଚି ଗ୍ରାମବାସୀ ସହାୟତାରେ ରାସ୍ତା ରୋକ କରିଥିଲେ। ଯା’ ଫଳରେ ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଥିଲା।

ଘଟଣା ସ୍ଥଳରେ ରେଢ଼ାଖୋଲଥାନାଧିକାରୀ ସବିତାଲତା ସେଠି ପହଞ୍ଚି ବୁଝାସୁଝା କରିଥିଲେ ସୁଦ୍ଧା ଉତ୍ୟକ୍ତ ଲୋକ ବୁଝି ନଥିଲେ। ଉପ ଜିଲ୍ଲାପାଳ ଆସି ଆମକଥା ବୁଝିଲେ ଯାଇ ଶବ ଉଠା ଯିବ ବୋଲି ଯିଦି କରିଥିଲେ। ଦୀର୍ଘ ୨ ଘଣ୍ଟା ପରେ ଉପ ଜିଲ୍ଲାପାଳ ରଶ୍ମିରଞ୍ଜନ ମହାନ୍ତି ପହଞ୍ଚିଥିଲେ। ସରକାରଙ୍କ ଠାରୁ ହରିଶ୍ଚନ୍ଦ୍ର ଯୋଜନାରୁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ।

ରେଢ଼ାଖୋଲରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପୋଲିସ ଏକ ମାମଲା ରୁଜୁ କରି ଥିବା ଜଣା ପଡିଛି।