Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ

ଚାଣକ୍ୟ ନୀତି: ସିଂହଠାରୁ ଶିଖନ୍ତୁ କାର୍ଯ୍ୟରେ ସଫଳତା ପାଇବାର ମନ୍ତ୍ର

ଚାଣକ୍ୟ ନୀତି: ମଣିଷ ଜୀବନ କାଳ ମଧ୍ୟରେ ଅନେକ କାର୍ଯ୍ୟ କରିଥାଏ। ହେଲେ କେତେବେଳେ ସଫଳ ହୁଏ କେତେବେଳେ ବିଫଳ ହୁଏ। ହେଲେ ଏହି କାର୍ଯ୍ୟଗୁଡିକରୁ ସଫଳତା ହାସଲ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ଭଲ ଉପଦେଶଟିଏ ଦେଇଛନ୍ତି। ସେ କହିଛନ୍ତି ଯେ, ମଣିଷ କୌଣସି କାର୍ଯ୍ୟ କରିବା ବେଳେ ସେ ସିଂହ ଠାରୁ କିଛି ଶିକ୍ଷା ଲାଭ କରିବା ଉଚିତ।

ଏହାକୁ ପ୍ରାଞ୍ଜଳ ଭାବେ ଏହା କୁହାଯାଇ ପାରେ ଯେ, ସିଂହ ଯେତେବେଳେ ଶିକାର କରେ ସେତେବେଲେ ସେ ଭାବି ଚିନ୍ତି କରିଥାଏ। ସେ ଶିକାରଟି ଛୋଟ ହେଉ କିମ୍ବା ବଡ। ହେଲେ ଶୀକାର କରିବା ପୂର୍ବରୁ ପ୍ରଥମେ ସିଂହ କିଛି ସମୟ ଛକି କରି ରୁହେ। ଶିକାର କରିବାକୁ ଥିବା ଜନ୍ତୁର ଗତିବିଧିକୁ ସେ ଭଲଭାବେ ନୀରିକ୍ଷଣ କରେ। ସେ ଶିକାର ବେଳେ କେବେ ବି ବ୍ୟସ୍ତ ହୁଏ ନାହିଁ। ସମୟକୁ ଅପେକ୍ଷା କରେ। କିଛି ସମୟ ନୀରିକ୍ଷଣ କରିବା ପରେ ସେ ଯେତେବେଳେ ନିଶ୍ଚିତ ହୁଏ ସେତେବେଳେ ମାଡି ବସେ।

ଏହାର ଅର୍ଥ ଆପଣ କୌଣସି କାମ କରିବା ପୂର୍ବରୁ ବ୍ୟସ୍ତ ହୁଅନ୍ତୁ ନାହିଁ। ପ୍ରଥମେ ଭାବି ଚିନ୍ତି ଭଲ ଭାବରେ ଅନୁଧ୍ୟାନ କରନ୍ତୁ। ସମୟକୁ ଅପେକ୍ଷା କରନ୍ତୁ, ଯେତେବେଳେ ଆପଣ ଉପଲବ୍ଧି କରିବେ ବର୍ତ୍ତମାନ ଠିକ ସମୟ, ସେତେବେଳେ କାମ ଉପରେ ଲମ୍ପ ପ୍ରଦାନ କରନ୍ତୁ।

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି..

ଯେଉଁ କର୍ମ କରିବାକୁ ହୋଇଛ ଉଦ୍ୟତ। ଲକ୍ଷ୍ୟ ସ୍ଥିର ରଖି ତାହାକୁ କରିବ ସମାପ୍ତ।।