Categories
ଆଞ୍ଚଳିକ

ରେଢ଼ାଖୋଲ: ସୁଶାସନ ସପ୍ତାହ ପାଳନ ଅବସରରେ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ

ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ଏବଂ ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣୀରେ ମୋଟ ୯୩ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ୧୫ ଗୋଟି ସାମୂହିକ ରହିଛି। ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଛଡା ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ ପୋର୍ଟାଲର ରହିଥିବା ବିଭିନ୍ନ ଅଭିଯୋଗ ଗୁଡିକୁ ମଧ୍ୟ ତୁରନ୍ତ ସମାଧାନ କରିବା ଉପରେ ପଦକ୍ଷେପ ନେବାପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅଭିଯୋଗ ଶୁଣାଣୀ ଆରମ୍ଭ ପୂର୍ବରୁ ପ୍ରଥମେ ଜିଲ୍ଲାପାଳ ହିତାଧିକାରୀଙ୍କୁ ଟ୍ରାଇସାଇକେଲ, ଭତ୍ତା ବଣ୍ଟନ କରିଥିଲେ। ଏହି ଅଭିଯୋଗ ଶୁଣାଣୀରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର , ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମି ରଂଜନ ମହାନ୍ତ, ରେଢ଼ାଖୋଲ ଉପଖଣ୍ଡ ଆରକ୍ଷୀ ଅଧିକାରୀ ପ୍ରଶାନ୍ତ କୁମାର ମେହେର ସମେତ ନାକଟିଦେଉଳ ବିଡ଼ିଓ କ୍ଷମାନିଧି ଭୋଇ ଏବଂ ବ୍ଲକ ଅଧ୍ୟକ୍ଷା ଉପସ୍ଥିତ ଥିଲେ। ଏହା ସହିତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ମଧ୍ୟରେ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ରାମଦାସ ଟୁଡୁ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ, ଜିଲ୍ଲା ସାମଜିକ ସୁରକ୍ଷା ଅଧିକାରୀ ଥବୀର ମହାନନ୍ଦ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୁଚିସ୍ମିତା ପଟ୍ଟନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣୀ ମଙ୍ଗଳ ପ୍ରମୁଖ ସମେତ ଉପଖଣ୍ଡ ଏବଂ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଏହା ସହିତ ସୁଶାସନ ସପ୍ତାହ ପାଳନ ଅବସରରେ ଜିଲ୍ଲାସ୍ତରୀୟ କର୍ମଶାଳା ମଧ୍ୟ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

Categories
ଜୀବନ ଶୈଳୀ ବିଶେଷ ଖବର ରାଜ୍ୟ ଖବର

ପୁଣି ଚର୍ଚ୍ଚାରେ ଓଡିଶାର ଦୁଇ ଜିଲ୍ଲାପାଳଙ୍କ ଦ୍ବିତୀୟ ବିବାହ, ପୁରୀ ସହ ରାୟଗଡା

ଭୁବନେଶ୍ବର: ନିକଟରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଏବଂ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଦ୍ବିତୀୟ ବିବାହ ସଂପଣ୍ଣ ହୋଇଛି। ଏହା ପରେ ପୁଣି ଆଉ ଏକ ଯୋଡି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସେମାନେ ହେଲେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହିତ ରାୟଗଡା ଜିଲ୍ଲାପାଳ ସ୍ବାଧଦେବ ସିଂହ। ଉଭୟଙ୍କର ମଧ୍ୟ ସେହି ଦ୍ବିତୀୟ ବିବାହ।

ରାୟଗଡା ଜିଲ୍ଲାପାଳ ସ୍ବୀଧୀଦେବ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ବିବାହ କରିଥିଲେ। ହେଲେ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଛି। ଫଳରେ ଚଞ୍ଚଳ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟାଙ୍କୁ ବିବାହ କରିଛନ୍ତି। ସ୍ବାଧୀଦେବ ବର୍ତ୍ତମାନ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ବିବାହ କରିବାକୁ ଯାଉଛନ୍ତି।

ସେହିପରି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ମଧ୍ୟ ପୂର୍ବରୁ ବିବାହ କରିଥିଲେ। ସେ ରେଳବାଇରେ କାର୍ଯ୍ୟ କରୁଥିବା ସୂଚୀ ସିଂଙ୍କୁ ବିବାହ କରିଥିଲେ। ହେଲେ ଉଭୟଙ୍କ ମଧ୍ୟରେ ମତାନ୍ତର ଯୋଗୁଁ ବହୁ ଦିନ ଧରି ଅଲଗା ରହୁଥିଲେ। ପରେ ବିବାହ ବିଚ୍ଛେଦ ପରେ ସୂଚୀ ଝାଡଖଣ୍ଡର ଜଣେ ଆଇଏଏସ ଅଧିକାରୀଙ୍କ ବିବାହ କରିଛନ୍ତି। ଫଳରେ ସମର୍ଥ ବର୍ତ୍ତମାନ ପୁଣି ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି।

ପୂର୍ବରୁ ଅନନ୍ୟା ଦାସ ଏବଂ ଚଞ୍ଚଳ ରାଣାଙ୍କ ଦ୍ବିତୀୟ ବିବାହ ବେଶ ଚର୍ଚ୍ଚାକୁ ଆସିଥିଲା। ଅନନ୍ୟା କୋରାପୁଟର ଜିଲ୍ଲାପାଳ ଥିବା ଅବଦୁଲ ଏମ ଅଖତରଙ୍କୁ ବିବାହ କରିଥିଲେ। ହେଲେ ଉଭୟଙ୍କ ମଧ୍ୟରେ ମତାନ୍ତର ଯୋଗୁଁ ବିବାହ ବିଚ୍ଛେଦ ହୋଇଥିଲା।

ଚଳିତ ମେ ମାସ ୧ ତାରିଖରେ ଉଭୟ ଜିଲ୍ଲାପାଳ ଅନନ୍ୟା ଏବଂ ଚଞ୍ଚଳ ପରସ୍ପରକୁ ବିବାହ କରିଥିଲେ। ଗୌହାଟୀରେ ଆୟୋଜିତ ଏକ ଭବ୍ୟ ଆୟୋଜନରେ ଏହି ଦୁଇ ଜିଲ୍ଲାପାଳଙ୍କ ବିବାହ ସମ୍ପନ୍ନ ହୋଇଥିଲା। ଅନନ୍ୟା ଦାସ ବର୍ତ୍ତମାନ ସମ୍ବଲପୁରର ଜିଲ୍ଲାପାଳ ରହିଥିବା ବେଳେ ଚଞ୍ଚଲ ରାଣା ବଲାଙ୍ଗୀରର ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଛନ୍ତି।

ତେବେ ବର ବେଶରେ ଚଞ୍ଚଲ ଧୂମ ନାଚିଥିବାର ଦେଖିବାକୁ ମିଳିଥିଲା। ବିବାହ ଉପରେ ପରିବାର ସଦସ୍ୟ ଓ ନିକଟତମ ସଂପର୍କୀୟ ଉପସ୍ଥିତ ଥିଲେ। ଏହି ଦୁଇ ଜିଲ୍ଲାପାଳଙ୍କ ଦ୍ବିତୀୟ ବିବାହକୁ ନେଇ ବେଶ ଚର୍ଚ୍ଚା ଚାଲିଥିଲା। ସେହିପରି ରାୟଗଡା ଜିଲ୍ଲାପାଳ ଏବଂ ପୁରୀ ଜିଲ୍ଲାପାଳଙ୍କ ବିବାହ ଚଳିତ ମାସରେ ବାରଣାସୀରେ ହେବ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ରେଢ଼ାଖୋଲ: ଜିଲ୍ଲାପାଳ ଓ ଏସ୍ ପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

କନ୍ଦର୍ପ ବେହେରା
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲାପାଳ ଓ ଏସ୍ ପି ଙ୍କ ଏକ ଯୁଗ୍ମ ଅଭିଯୋଗ ଶୁଣାଣୀ ସ୍ଥାନୀୟ ବ୍ଲକ୍ ପରିସର ସଭାଗ୍ରୁହରେ ଅନୁଷ୍ଠିତ ହେଇଯାଇଛି।

ରେଢ଼ାଖୋଲ ବିଡ଼ିଓ ବିଜୟ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣୀରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାଶ , ଏସ୍ ପି ବାତୁଲା ଗଙ୍ଗାଧର ଯୋଗ ଦେଇ ୩୫ ବ୍ୟକ୍ତିଗତ ୨୦ ଗୋଷ୍ଠିଗତ ଅଭିଯୋଗ ହୋଇଥିଲା। ବିଶେଷ କରି ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ରାସ୍ତା ଆଦି ମୁଖ୍ୟ ପ୍ରସଙ୍ଗ ଉପରେ ଅଭିଯୋଗ ହୋଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଏହି ଅଭିଯୋଗ ଶୁଣାଣୀରେ ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ବଳ, ଡିଏଫ୍ଓ ରମାକାନ୍ତ ନାଏକ, ଏନ୍ ଏ ସି ଅଧ୍ୟକ୍ଷ ଶିବରାମ ସାହୁ, ବ୍ଲକ୍ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ଉପାଧ୍ୟକ୍ଷ ଚିନ୍ମୟୀ ତ୍ରିପାଠୀ, ତହସିଲ୍ଦାର୍ ଦେବାଶିଷ୍ ପାତ୍ର, ଅତିରିକ୍ତ ତହସିଲ୍ଦାର୍ ଅମୂଲ୍ୟ କୁମାର ବାଘ, ଜିପିଓ ପଂଚାନନ ବେହେରା ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲାପାଳଙ୍କ ଜନ ଶୁଣାଣୀ: ବ୍ୟକ୍ତିଗତ ୧୨୮ ଟି ଅଭିଯୋଗ ଦାଖଲ

କନ୍ଦର୍ପ ବେହେରା
ରେଢ଼ାଖୋଲ: ଆଜି ନାକଟିଦେଉଳ ବ୍ଲକ୍ ସମ୍ମିଳନୀ କକ୍ଷରେ ସମ୍ବଲପୁର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି।

ଏହି ଅଭିଯୋଗ ଶୁଣାଣୀ ନାକଟିଦେଉଳ ବିଡ଼ିଓ ବିବେକାନନ୍ଦ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି ଅଭିଯୋଗ ଶୁଣାଣୀରେ ୧୪ ଟି ପଂଚାୟତରୁ ଆସିଥିବା ବ୍ୟକ୍ତିମାନଙ୍କର ୧୨୮ ଟି ଅଭିଯୋଗ ଦାଖଲ ହୋଇଥିବା ବେଳେ ୧୭ ଟି ଗ୍ରୁପ୍ ଭାବରେ ଅଭିଯୋଗ ଆସିଥିଲା। ତେବେ ଏସବୁର ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ଅନନ୍ୟା ଦାସ। ବିଶେଷ କରି ରାସ୍ତା, ପାନୀୟ ଜଳ ,ଆବାସ ଯୋଜନା ଓ ମୋବାଇଲ ଟାୱାର ଆଦି ସଂପର୍କରେ ଅଭିଯୋଗ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଡିଏସ୍ଏସ୍ଓ ସନ୍ତୋଷ କୁମାର ନାଏକ, ରେଢ଼ାଖୋଲ ଉପଜିଲ୍ଲାପାଳ ପବିତ୍ର ବେହେରା, ଆର୍ ଟିଓ, ସିଡିଏମ୍ଓ, ତହସିଲଦାର ନାକଟିଦେଉଳ ସୁକାନ୍ତ ନାଏକ, ବିଡିଓ ବିବେକା ନନ୍ଦ ସାହୁ,ଏବିଡ଼ିଓ ବିଦ୍ୟାଧର ରାଉତରାୟ, ନାକଟିଦେଉଳ ପଂଚାୟତ ସମିତି ଅଧ୍ୟକ୍ଷା ସ୍ବରୂପାରାଣୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ସରକାରଙ୍କ ସମସ୍ତ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।

ଏହି ଅବସରରେ ଜିଲ୍ଲପାଳଙ୍କ ଦ୍ୱାରା ଜଣଙ୍କୁ ହୁଇଲ ଚେୟାର, ୨ଜଣଙ୍କୁ ଟ୍ରାଇ ସାଇକେଲ, ୧୬ ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଜାତୀୟ ପରିବାର ମଙ୍ଗଳ ଯୋଜନାରେ ୨ ଜଣ, ଦିବ୍ୟାଙ୍ଗ ପ୍ରମାଣପତ୍ର ୨ ଜଣଙ୍କୁ ପ୍ରଦାନ କରିଯାଇଥିଲା।

ଏହି ଅବସରରେ ଜିଲାପାଳ ଡଇଁଚା ହାଇସ୍କୁଲ ତଥା ବ୍ଲକ୍ ର କେତୋଟି ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରିବା ସହ ମେଗା ପ୍ରଜେକ୍ଟ ସଂପର୍କରେ ସଂପ୍ରୁକ୍ତ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଅଗଷ୍ଟ ୧ରେ ସବୁ କର୍ମଚାରୀ ସମ୍ବଲପୁରୀ ପୋଷାକ ପିନ୍ଧିବାକୁ ଜିଲ୍ଲାପାଳ ଦେଲେ ନିର୍ଦ୍ଦେଶ, କାହିଁକି ?

ସମ୍ବଲପୁର: ଆସନ୍ତା ଅଗଷ୍ଟ ୧ ତାରିଖରେ ଜିଲ୍ଲାର ସବୁ କର୍ମଚାରୀ ସମ୍ୱଲପୁରୀ ଡ୍ରେସ ପିନ୍ଧିବେ। ଏ ନେଇ ଦୁଇ ଜିଲ୍ଲାର ଜିଲ୍ଲାପାଳ ଚିଠି କରି ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ସମସ୍ତ କର୍ମଚାରୀ ଏହି ଦିନ କେବଳ ସମ୍ବଲପୁରୀ ପୋଷାକ ପରିଧାନ କରିବେ। ଏହି ଦୁଇ ଜିଲ୍ଲାପାଳ ହେଲେ ସମ୍ବଲପୁର ଏବ ବରଗଡ।

ଏହାକୁ ନେଇ ଦୁଇ ଜିଲ୍ଲାର ଲୋକଙ୍କ ମଧ୍ୟରେ ବେଶ୍ ଆନନ୍ଦ ଖେଳିଯାଇଛି। କାରଣ ହେଲା ସେହିଦିନ ହେଉଛି ସମ୍ବଲପୁର ଦିବସ।  ସେହିଦିନ ହେଉଛି ସମ୍ୱଲପୁରୀ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ପ୍ରମୁଖ ଭୁମିକା ଗ୍ରହଣ କରିଥିବା ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ। ତାଙ୍କର ଜନ୍ମଦିନକୁ ସମ୍ବଲପୁର ଦିନ୍ ଭାବେ ପାଳ କରାଯାଉଛି।