Categories
ଆଞ୍ଚଳିକ

ଚିଲିକା: ଭାଜପା ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ବାଇକ ରାଲି

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀର ଅଠରବାଟିଆ, ବଡ଼କୂଳ, ଡ଼ୁଙ୍ଗମାଳ ପଞ୍ଚାୟତ ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ହଜାରରୁ ଉର୍ଦ୍ଧ୍ବ ସମର୍ଥକଙ୍କ ସହ ବାଇକ ରାଲି କରିଥିଲେ ପୁରୀ ଲୋକସଭା କ୍ଷେତ୍ରର ଭାଜପା ସାଂସଦ ପ୍ରାର୍ଥୀ ଡ଼ାଃ ସମ୍ବିତ ପାତ୍ର, ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନ।

ଭାଜପା ସାଂସଦ ପ୍ରାର୍ଥୀ ଡ଼ାଃ ପାତ୍ର କହିଥିଲେ ଯେ, ପୁରୀ ଲୋକସଭା କ୍ଷେତ୍ର ତଥା ଚ଼ିଲିକା ବିଧାନସଭା କ୍ଷେତ୍ରର ବିକାଶ ପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ ଏବଂ ଚ଼ିଲିକାର ପୁନରୁଦ୍ଧାର ଓ ମତ୍ସ୍ୟ ଉତ୍ପାଦନକୁ ବହୁ ଗୁଣିତ କରିବା ପାଇଁ ପ୍ରତିଶ୍ରୁତି ଦେବା ସହ ବାଲୁଗାଁର ସାମଗ୍ରିକ ଉନ୍ନତି କରିବା ପାଇଁ କହିଥିଲେ। ଏଥିପାଇଁ ଚ଼ିଲିକାକୁ କେନ୍ଦ୍ର ସହିତ ସିଧାସଳଖ ଯୋଡ଼ି ଡ଼ବଲ ଇଞ୍ଜିନର ପ୍ରଗତିଶୀଳ ସରକାର ଗଠନ କରିବା ପାଇଁ ଅଞ୍ଚଳବାସୀଙ୍କୁ ଆହ୍ବାନ ଦେଇଥିଲେ।

ଭାଜପା ବିଧାୟକ ପ୍ରାର୍ଥୀ‌ ଶ୍ରୀ ହରିଚ଼ନ୍ଦନ କହିଥିଲେ ଯେ, ଦାଦନ ସମସ୍ୟାର ମୂଳୋତ୍ପାଟନ କରି ପ୍ରତି କ୍ଷେତକୁ ପାଣି, ପ୍ରତି ହାତକୁ କାମର ସଂକଳ୍ପ ନେଇ ଏକ ସଶକ୍ତ, ସମୃଦ୍ଧ, ବିକଶିତ ଚ଼ିଲିକା ଗଠନ କରିବା ପାଇଁ ପ୍ରତିଶ୍ରୁତି ଦେବା ସହ ମତ୍ସ୍ୟଜୀବୀଙ୍କ ମାନଙ୍କ ବିକାଶ ପାଇଁ ମତ୍ସ୍ୟ ପ୍ରକିୟାକରଣ ଶିଳ୍ପ ପ୍ରତିଷ୍ଠା ଓ ପର୍ଯ୍ୟଟନର କ୍ଷେତ୍ରର ବିକାଶ କରିବା ପାଇଁ କହିବା ସହ ବାଲୁଗାଁକୁ ଏକ ନୂତନ ବିକାଶର ଦିଗ ଦେଇ ସମସ୍ତେ ଯେପରି ନିଜ ଘର‌ ପାଖେ ରହି ରୋଜଗାରକ୍ଷମ ହୋଇପାରିବେ,ତାହା ପାଇଁ ମୁଁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ।

ଏହି ରାଲିରେ ଚ଼ିଲିକା ଭାଜପା ପ୍ରଭାରୀ ବିକାଶ ପଟ୍ଟନାୟକ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ଚ଼ିଲିକା ବ୍ଲକ ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ବଡ଼କୂଳ ମଣ୍ଡଳ ଭାଜପା ସଭାପତି ଦିଲ୍ଲିପ ମହାନ୍ତି, ବାଲୁଗାଁ ନଗର ମଣ୍ଡଳ ଭାଜପା ସଭାପତି ନିରଞ୍ଜନ ସେଠୀ, ବିଜେପି ନେତ୍ରୀ ସ୍ବପ୍ନା ବଡ଼ଜେନା, ସଂଗଠକ ରଞ୍ଜିତ କୁମାର ବଡ଼ଜେନା, କାଉନସିଲର ବିପ୍ଲବ ରବିଶଙ୍କର ସାହୁ, ପ୍ରଶାନ୍ତ ବେହେରା‌, ମିନତୀ ବେହେରା, ବାଲୁଗାଁ ନଗର ମଣ୍ଡଳ ପ୍ରଭାରୀ ଦୁଃଶାସନ ଜେନା ବିଜେପି ନେତା ମହାଦେବ ପଲାଇ, ଅର୍ଜୁନ ସାହୁ, ଲକ୍ଷ୍ମଣ ସାହୁ, ରାମଚ଼ନ୍ଦ୍ର ପଲାଇ, ଅଜୟ ତରାଇ, ସୁର ବେହେରାଙ୍କ ସମେତ ସମସ୍ତ ବିଜେପି କାଉନସିଲର ଏବଂ ବରିଷ୍ଠ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଲୁଗାଁରେ ବିଜେଡି କର୍ମୀ ସମ୍ମିଳନୀ, ଯୋଗଦେଲେ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ସନ୍ଧ୍ୟାରେ ବାଲୁଗାଁ ଏନଏସି ମହିଳା ବିଜୁ ଜନତା ଦଳ ସଭାନେତ୍ରୀ ସୁଜାତା ପଣ୍ଡାଙ୍କ ସଭାପତିତ୍ୱରେ ରାମପୁର ସ୍ଥିତ ବିଜେଡି କାର୍ଯ୍ୟାଳୟରେ ଏନଏସିର ମହିଳା ମାନଙ୍କୁ ନେଇ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମୀ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ପୁରୀ ଲୋକସଭା ପ୍ରାର୍ଥୀ ଅରୁପ ପଟ୍ଟନାୟକ ଓ ଚିଲିକା ବିଧାନସଭା ପ୍ରାର୍ଥୀ ରଘୁନାଥ ସାହୁ ଯୋଗ ଦେଇଥିଲେ।

ବିଶ୍ୱ ମାତୃତ୍ୱ ଦିବସରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥି ଉପସ୍ଥିତ ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟ ସରକାରଙ୍କ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା ସମ୍ବନ୍ଧରେ ଆଲୋଚନା କରିଥିଲେ। ମହିଳାଙ୍କୁ ସଶକ୍ତିକରଣ ତଥା ସ୍ୱାବଲମ୍ବୀ ପାଇଁ ମୁଖ୍ୟମନ୍ତ୍ରୀ ସଦାସର୍ବଦା ପ୍ରୟାସ ଜାରିରଖିଥିବା ବେଳେ ଆଗାମୀ ଦିନରେ ଆହୁରି ଅନେକ ଯୋଜନା ଉପଲବ୍ଧ ହେବାନେଇ ସାଂସଦ ପ୍ରାର୍ଥି ଶ୍ରୀ ପଟ୍ଟନାୟକ କହିଥିଲେ।

ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥିଙ୍କୁ ଯୋଡି ଶଙ୍ଖରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବାସହ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ପୁରୁଖା କର୍ମୀମାନେ ନିବେଦନ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, କାଉନସିଲର ଅଭିମନ୍ୟୁ ସ୍ବାଇଁ, ଲକ୍ଷ୍ମୀଧର ସେଠୀ, ମମତା ପଣ୍ଡା, ସୁଜାତା ପଣ୍ଡା, ଅନିତା ସ୍ବାଇଁ, ଏନଏସି ବିଜେଡି ସଭାପତି ଜୟନ୍ତ ସ୍ବାଇଁ, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ, ଏନଏସି ଅଧ୍ୟକ୍ଷା ପ୍ରତିନିଧି ସନ୍ତୋଷ ପାଇକରାୟଙ୍କ ସମେତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜୁ ଜନତା ଦଳର ବହୁ କର୍ମୀ ଓ ମହିଳା ମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନିର୍ବାଚନ ପ୍ରଚାରକୁ ଜୋରଦାର କଲା ବିଜେଡ଼ି: ଟାଙ୍ଗୀରେ ଭୋଟ ଭିକ୍ଷା କଲେ ସାଂସଦ ଓ ବିଧାୟକ ପ୍ରାର୍ଥୀ

ଖୋର୍ଦ୍ଧା: ନିର୍ବାଚନକୁ ଆଉ ମାତ୍ର କେଇଟା ଦିନ ବାକି ଥିବା ବେଳେ ପ୍ରଚାରକୁ ଜୋରଦାର କରିଛି ବିଜେଡି। ଟାଙ୍ଗୀ ବ୍ଲକର ଭୂଷଣ୍ଡପୁର, ବାଲିପାଟପୁର, କନ୍ତଳବାଇ, ଉଜ୍ଜଳା ଗୋପୀନାଥ ପୁର, ସୁନ୍ଦର ପୁର, ମଙ୍ଗଳା ଯୋଡି ଓ ଟାଙ୍ଗୀ ଠାରେ ମାରାଥନ ପ୍ରଚାର କରିଛି ବିଜେଡି।

ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସହ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁ ଜୋରଦାର କରିଛନ୍ତି ପ୍ରଚାର। ଉଭୟ ପ୍ରାର୍ଥୀ ଭୂଷଣ୍ଡ ପୁରରେ ପହଞ୍ଚିବା ପରେ ସ୍ଥାନୀୟ ଲୋକେ ଉଭୟଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହା ପରେ ଆରମ୍ଭ ହୋଇଥିଲା ପ୍ରଚାର କାର୍ଯ୍ୟ। ମନ୍ମଥ ରାଉତରାୟଙ୍କ ସହ ରାଜେନ୍ଦ୍ର ସାହୁ ଏକ ଖୋଲା ଜିପ ରେ ବୁଲି ବୁଲି ନବୀନ ପଟ୍ଟନାୟକଙ୍କ ସରକାରଙ୍କ ସମସ୍ତ କାର୍ଯ୍ୟକାରୀ ଯୋଜନାର ସଫଳ ରୂପାୟନ ବର୍ଣ୍ଣନା କରିଥିଲେ। ଭୂଷଣ୍ଡପୁର ଠାରୁ ଟାଙ୍ଗୀ ପର୍ଯ୍ୟନ୍ତ ଦୀର୍ଘ ୨୦ କିଲୋମିଟର ପର୍ଯ୍ୟନ୍ତ ସାମିଲ ହୋଇଥଲେ ହଜାର ହଜାର କର୍ମୀ।

ନବୀନ ପଟ୍ଟନାୟକ ଘୋଷଣା କରିଥିବା ବିଜୁ ସ୍ୱାସ୍ଥ୍ୟ କାର୍ଡର ଅଟକଳକୁ ବୃଦ୍ଧି କରିବାକୁ ଦେଇ ଥିବା ଇସ୍ତାହାର ଓ ଇଲେକ୍ଟ୍ରି ବିଲ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଛାଡ, ମହିଳା SHG ମାନଙ୍କୁ ସୁଧ ଛାଡ ଏପରି ବହୁ ନିର୍ବାଚନୀ ଇସ୍ତାହାର ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ।

ଟାଙ୍ଗୀ ଏନଏସି ରେ ଶୋଭାଯାତ୍ରା ପହଞ୍ଚିବା ପରେ ଟାଙ୍ଗୀ ଦୁଲଣା ସାହିର ବାସିନ୍ଦା ମାନେ ଉଭୟ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇ ପୁଷ୍ପ ହାର ଦେବା ସହ ଉତ୍ତରୀୟ ପ୍ରଦାନ କରି ନବୀନ ସରକାରଙ୍କ ଶୁଭ ମନାସି ଥିଲେ। ଯୋଡି ଶଙ୍ଖରେ ଭୋଟ ଦେଇ ଜିତାଇବାକୁ ଜନତାଙ୍କୁ ଉଭୟ ପ୍ରାର୍ଥୀ ନିବେଦନ କରିଥିଲେ।

ଏଥିରେ ହଜାର ହଜାର ବିଜେଡି କର୍ମୀ ଯୋଗ ଦେଇ ତାଙ୍କର ବିଜୟ କାମନା କରିବା ସହିତ କିପରି ବିପୁଳ ଭୋଟରେ ଉଭୟଙ୍କୁ ଜିତାଇବେ, ସେଥିପାଇଁ ଶପଥ ନେଇଥିଲେ।

ଏହି ପ୍ରଚାର କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ପରିଷଦ ସଭାପତି ରାମଚନ୍ଦ୍ର ମହାପାତ୍ର, ବ୍ଳକ ଅଧ୍ୟକ୍ଷ ରିସ୍ନା ମାନ୍ଧାତା, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ନାଥ ଶର୍ମା, ଜିଲ୍ଲାପରିଷଦ ସଭ୍ୟ ବିଜୟ କୁମାର ଜେନା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସ୍ୱଦେଶ ରାଉତରାୟ ପ୍ରମୁଖ ସାମିଲ ହୋଇଥିଲେ।

Categories
ଆଞ୍ଚଳିକ

ଚିଲିକାରେ ବିଜେପିର ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ବିଶାଳ ରୋଡ଼ ସୋ

ଚ଼ିଲିକା (ସୀତାରାମ ଅଗ୍ରୱାଲ): ଆଜି ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ ଅନ୍ତର୍ଗତ ଚ଼ଣ୍ଡେଶ୍ବରର‌‌ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ଚ଼ଣ୍ଡିହରଦେବଙ୍କ ପୀଠରେ ପୁରୀ ଲୋକସଭା କ୍ଷେତ୍ରର ଭାଜପା ସାଂସଦ ପ୍ରାର୍ଥୀ ଡ଼ାଃ ସମ୍ବିତ ପାତ୍ର, ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନ ପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହ ଅଞ୍ଚଳବାସୀଙ୍କ ଶୁଭ ମନାସୀ ଥିଲେ ଏବଂ ତା’ପରେ ଚ଼ଣ୍ଡେଶ୍ବର ପଞ୍ଚାୟତ, କଳକଳେଶ୍ବର ପଞ୍ଚାୟତ, ଜରିପଡ଼ା ପଞ୍ଚାୟତ‌ରେ ଜନସମ୍ପର୍କ ପଦଯାତ୍ରା କରିଥିଲେ।

ଏହି ପଦଯାତ୍ରାରେ ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନ ପାନୀୟ ଜଳ ସମସ୍ୟାର ସମାଧାନ, ଚ଼ିଲିକାର‌ ପୁନରୁଦ୍ଧାର, ମତ୍ସ୍ୟଜୀବୀମାନଙ୍କ ବିକାଶ ପାଇଁ କୃଷି, ମତ୍ସ୍ୟ ପ୍ରକିୟାକରଣ ଶିଳ୍ପ ପ୍ରତିଷ୍ଠା ଓ ପର୍ଯ୍ୟଟନର ବିକାଶ କରି ଦାଦନ ସମସ୍ୟାର ମୂଳୋତ୍ପାଟନ କରି ପ୍ରତି ଜମିକୁ ପାଣି, ପ୍ରତି ହାତକୁ କାମର ସଂକଳ୍ପ ନେଇ ଏକ ବିକଶିତ ଚ଼ିଲିକା ଗଠନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଭାଜପା ଲୋକସଭା ପ୍ରାର୍ଥୀ ଡ଼ାଃ ସମ୍ବିତ ପାତ୍ର ଚ଼ିଲିକାର ସାମୁଦ୍ରିକ ମୁହାଣ ଖନନ, ନଳଘାସ ଦମନ ଇତ୍ୟାଦି କାର୍ଯ୍ୟ କରି ଚ଼ିଲିକାରେ ମତ୍ସ୍ୟ ଉତ୍ପାଦନ ବହୁ ଗୁଣିତ କରିବା ସଙ୍ଗେ ସଙ୍ଗେ ଚ଼ିଲିକା ଚ଼ାରିକଡ଼େ ରିଙ୍ଗ ବନ୍ଧ‌‌ ଓ ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ତତସହିତ ଚ଼ିଲିକାକୁ କେନ୍ଦ୍ର ସହିତ ସିଧାସଳଖ ଯୋଡ଼ି ଡ଼ବଲ ଇଞ୍ଜିନର ପ୍ରଗତିଶୀଳ ସରକାର ଗଠନ କରିବା ପାଇଁ‌ ଅଞ୍ଚଳବାସୀଙ୍କୁ ଆହ୍ବାନ ଦେଇଥିଲେ।

ଏହି ପଦଯାତ୍ରାରେ ଚ଼ିଲିକା ବ୍ଲକ ଅଧ୍ୟକ୍ଷ‌ ଜ୍ୟୋସ୍ନା ବେହେରା, ବ୍ଲକ ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ଚ଼ଣ୍ଡେଶ୍ବର ମଣ୍ଡଳ ଭାଜପା ସଭାପତି ଲକ୍ଷ୍ମୀଧର ବରାଳ, ଚ଼ଣ୍ଡେଶ୍ବର ପଞ୍ଚାୟତର ପୂର୍ବତନ ସରପଞ୍ଚ ଦୀନବନ୍ଧୁ ସାହୁ‌,କଳକଳେଶ୍ବର ପଞ୍ଚାୟତର ସରପଞ୍ଚ ଜ୍ୟୋସ୍ନାରାଣୀ ଜେନା, ସମିତିସଭ୍ୟ ସବିତା ବିଶ୍ବାଳ, ଜରିପଡ଼ା ପଞ୍ଚାୟତ‌ର ସରପଞ୍ଚ ଦିପୁନା କୁମାରୀ ସାହୁ, ସମିତିସଭ୍ୟ ମନୋରମା ବେହେରା, ମାନସିଂହପୁର ପଞ୍ଚାୟତର ସରପଞ୍ଚ କାମିନୀ ବେହେରା, ସୋରଣ ପଞ୍ଚାୟତର‌ ସରପଞ୍ଚ ଶେଷଦେବ ବେହେରାଙ୍କ ସମେତ ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହ ୧ ହଜାରରୁ ଉର୍ଦ୍ଧ୍ଵ କର୍ମୀ ଯୋଗ ଦେଇଥିଲେ।

Categories
ଜାତୀୟ ଖବର

ମୋଦୀଙ୍କ ପ୍ରଚାରରେ ବିଜେପି ଜିତିଲା ୭୬ ଆସନ: ଲୋକସଭା ନିର୍ବାଚନ ହୋଇଥିଲେ କେତେ ହାରିଥାନ୍ତେ ସାଂସଦ ପ୍ରାର୍ଥୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ଦୁଇଟି ବଡ଼ ବାଜି ମାରିଛି। ମୁଖ୍ୟମନ୍ତ୍ରୀଙ୍କ ନାମ ଉପସ୍ଥାପନ କରିବା ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବା ଏବଂ ସାଂସଦମାନେ ପ୍ରଭାବିତ କରିଥିବା ଆସନରେ ବିଜୟ ଓ ପରାଜୟ ପାଇଁ ସେମାନଙ୍କୁ ଦାୟୀ କରିବା। ୩ଟି ରାଜ୍ୟରେ ୪ ଜଣ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୧୮ ଜଣ ସାଂସଦଙ୍କୁ ସିଧାସଳଖ ପ୍ରାର୍ଥୀ କରିବା ଏହି ରଣନୀତିର ଏକ ଅଂଶ ଥିଲା।
ତିନିଟି ରାଜ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ୪୨ଟି ଜିଲ୍ଲାରେ ନିଜର ରାଲିରେ ପ୍ରାୟ ୨୫୦ ଟି ବିଧାନସଭା ଆସନ ଅତିକ୍ରମ କରିଛନ୍ତି। ଏଠାରେ ତାଙ୍କର ବିଜୟ ଷ୍ଟ୍ରାଇକ୍ ରେଟ୍ ୬୭% ରହିଛି। ଖାସ୍ କଥା ହେଉଛି ଏହି ସବୁ ଅଞ୍ଚଳରେ ବିଜେପି ୭୬ଟି ନୂଆ ଆସନରେ ବିଜୟୀ ହୋଇଛି। ସେହିପରି ଯଦି ଏବେ ଲୋକସଭା ନିର୍ବାଚନ ହୋଇଥାନ୍ତା ତେବେ ବିଜେପିର ୬୧ ଜଣ ସାଂସଦଙ୍କ ମଧ୍ୟରୁ ୪୫ ଜଣ ଜିତିଥାନ୍ତେ।

ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ପ୍ରଧାନମନ୍ତ୍ରୀଙ୍କ ରାଲି କେତେ ସଫଳ ହୋଇଛି?

ଅଗଷ୍ଟରୁ ଆରମ୍ଭ କରି ନିର୍ବାଚନ ପର୍ଯ୍ୟନ୍ତ ମୋଟ ୪୨ଟି ଜିଲ୍ଲାରେ ନିର୍ବାଚନୀ ରାଲି କିମ୍ବା କାର୍ଯ୍ୟକ୍ରମ କରିଛନ୍ତି ନରେନ୍ଦ୍ର ମୋଦି। ଏହି ରାଲି ମାଧ୍ୟମରେ ପ୍ରଧାନମନ୍ତ୍ରୀ ପାଖାପାଖି ୨୫୦ଟି ବିଧାନସଭା ଆସନକୁ କଭର କରିଥିଲେ।

ମଧ୍ୟପ୍ରଦେଶର ଯେଉଁ ୯୩ଟି ବିଧାନସଭା ଆସନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଲିର ପ୍ରଭାବ ପଡ଼ିଥିଲା ସେଥିମଧ୍ୟରୁ ମାତ୍ର ୪୬ଟି ଆସନ ବିଜେପି ହାତରେ ଥିଲା। ଏଥର ବିଜେପି ୭୦ଟି ଆସନରେ ବିଜୟୀ ହୋଇଛି। ଅର୍ଥାତ୍ ମୋଦିଙ୍କ ରାଲି ଯୋଗୁଁ ମଧ୍ୟପ୍ରଦେଶରେ ବିଜେପି ୨୪ଟି ନୂଆ ଆସନରେ ବିଜୟୀ ହୋଇଛି।

ଛତିଶଗଡ଼ରେ ପ୍ରଧାନମନ୍ତ୍ରୀଙ୍କ ରାଲିର ୩୮ଟି ଆସନ ମଧ୍ୟରୁ ମାତ୍ର ୬ଟି ଆସନ ବିଜେପି ହାତରେ ଥିଲା। ଏଥର ବିଜେପିର ଆସନ ୨୫କୁ ବୃଦ୍ଧି ପାଇଛି। ଅର୍ଥାତ୍ ପୁରୁଣା ଆସନ ବଜାୟ ରହିବା ପରେ ବିଜେପିକୁ ଆଉ ୧୯ଟି ଆସନ ମିଳିଛି।

ଯଦି ଏବେ ଲୋକସଭା ନିର୍ବାଚନ ହୋଇଥାନ୍ତା, ତେବେ ୬୧ରୁ କେତେ ସାଂସଦ ଜିତିଥାନ୍ତେ?

ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପିର ୬୧ ଜଣ ସାଂସଦ ଅଛନ୍ତି। ସେଥିମଧ୍ୟରୁ ୧୮ ଜଣ ସାଂସଦ ସିଧାସଳଖ ବିଜେପି ଲଢ଼ିଥିଲେ। ଏହାବ୍ୟତୀତ ସମସ୍ତ ସାଂସଦଙ୍କୁ ସେମାନଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀରେ ଆସୁଥିବା ବିଧାନସଭାରେ ଜିତିବା ପାଇଁ ଦାୟିତ୍ୱ ଦିଆଯାଇଥିଲା। ଯଦି ଏହି ଲୋକସଭା ନିର୍ବାଚନ ହୋଇଥାନ୍ତା, ତେବେ ବିଜେପିର ୬୧ ଜଣ ସାଂସଦଙ୍କ ମଧ୍ୟରୁ ୪୫ ଜଣ ନିଜ ଆସନ ଜିତିବାରେ ସଫଳ ହୋଇଥାନ୍ତେ, କିନ୍ତୁ ୧୬ ଜଣ ସାଂସଦ ହାରିଯାଇଥାନ୍ତେ।

କେଉଁ ଦଳ ଲୋକସଭା ଜିତିବ କିପରି?

ଯେଉଁ ଦଳ ଗୋଟିଏ ଲୋକସଭା ନିର୍ବାଚନ ମଣ୍ଡଳୀର ଅଧାରୁ ଅଧିକ ବିଧାନସଭା ଆସନ ଜିତିଥାଏ ସେହି ଦଳ ସେହି ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜୟୀ ହୋଇଥିବା ବିବେଚନା କରାଯାଏ।

ଯଦି ଉଭୟ ଦଳ ସମାନ ସଂଖ୍ୟକ ଆସନରେ ବିଜୟୀ ହୁଅନ୍ତି, ତେବେ ଯେଉଁ ଦଳ ଅଧିକ ଭୋଟ୍ ପାଇବ, ସେହି ଦଳ ବିଜୟୀ ହୋଇଥିବା ଅନୁମାନ କରାଯାଉଛି।

ବିଧାନସଭା ଆସନରେ ଯଦି କୌଣସି ତୃତୀୟ ଦଳ କିମ୍ବା ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୁଅନ୍ତି, ତେବେ ଯେଉଁ ଦଳ ଅଧିକ ଭୋଟ ପାଇବ, ସେହି ଦଳ ବିଜୟୀ ହୋଇଥିବା କୁହାଯାଉଛି।