Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»ଇଣ୍ଟରନେଟ୍ ସ୍ଲୋ ହେଲେ ବି ଚିନ୍ତା ନାହିଁ!: ଆସିଲା UPI Tap & Pay
ଜୀବନ ଶୈଳୀ

ଇଣ୍ଟରନେଟ୍ ସ୍ଲୋ ହେଲେ ବି ଚିନ୍ତା ନାହିଁ!: ଆସିଲା UPI Tap & Pay

September 11, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଡିଜିଟାଲ୍ ପେମେଣ୍ଟର ଯୁଗରେ UPI ଆମ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ଦୋକାନରେ ପେମେଣ୍ଟଠାରୁ ଆରମ୍ଭ କରି ବିଲ୍ ପେମେଣ୍ଟ ପର୍ଯ୍ୟନ୍ତ – ସବୁକିଛି ମୋବାଇଲ୍‌ରେ କିଛି ସେକେଣ୍ଡ ମଧ୍ୟରେ ହୋଇଯାଉଛି। ତେବେ ଇଣ୍ଟରନେଟ୍ ସ୍ଲୋ ଥିଲେ Google Pay, PhonePe କିମ୍ବା ଅନ୍ୟ UPI ଆପ୍ ଖୋଲିବାରେ ସମସ୍ୟା ହେବା ଅନେକଙ୍କ ପାଇଁ ଏକ ବଡ଼ ଅସୁବିଧା।

ଏବେ ଏହି ସମସ୍ୟାର ସମାଧାନ ପାଇଁ UPIରେ ଯୋଡ଼ି ହୋଇଛି ନୂଆ ସୁବିଧା- ‘UPI Tap & Pay’। ଏହା ସହିତ ଲଞ୍ଚ ହୋଇଛି ‘MyUPI’, ଯାହା UPI ବ୍ୟବହାରକୁ ଆହୁରି ସହଜ, ସୁରକ୍ଷିତ ଓ ନିୟନ୍ତ୍ରିତ କରିବା ଦିଗରେ ଏକ ବଡ଼ ପଦକ୍ଷେପ।

ଲଞ୍ଚ ହେଲା UPI Tap & Pay ଓ MyUPI

ମୁମ୍ବାଇରେ ଆୟୋଜିତ Global Fintech Fest (GFF) 2026 ସମୟରେ UPIର ଏହି ନୂଆ ସୁବିଧାଗୁଡ଼ିକୁ ଲଞ୍ଚ କରାଯାଇଛି। UPIକୁ ଆହୁରି ଶକ୍ତିଶାଳୀ କରିବା ସହ ଡିଜିଟାଲ୍ ପେମେଣ୍ଟକୁ ଅଧିକ ସୁବିଧାଜନକ ଓ ସୁରକ୍ଷିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।

QR କୋଡ୍ ନାହିଁ, ଆପ୍ ଖୋଲିବା ଦରକାର ନାହିଁ!

UPI Tap & Payର ସବୁଠାରୁ ବଡ଼ ବିଶେଷତା ହେଉଛି—ପେମେଣ୍ଟ ପାଇଁ ଆପଣଙ୍କୁ QR କୋଡ୍ ସ୍କାନ୍ କରିବା କିମ୍ବା UPI ଆପ୍ ଖୋଲିବା ଆବଶ୍ୟକ ହେବ ନାହିଁ।

ଏଥିପାଇଁ ଆପଣଙ୍କ ଫୋନ୍ NFC-enabled ହୋଇଥିବା ଆବଶ୍ୟକ। ଫୋନ୍‌କୁ ଅନଲକ୍ କରି ଦୋକାନୀଙ୍କ PoS ମେସିନ୍ କିମ୍ବା ସ୍ମାର୍ଟ ଟ୍ୟାଗ୍ ନିକଟକୁ ନେଲେ ହିଁ ପେମେଣ୍ଟ ପ୍ରକ୍ରିୟା ଆରମ୍ଭ ହୋଇପାରିବ। ପରବର୍ତ୍ତୀ କାରବାର ପାଇଁ ମର୍ଚ୍ଚାଣ୍ଟଙ୍କ ଇଣ୍ଟରନେଟ୍ କନେକ୍ସନ୍ ବ୍ୟବହାର ହେବ।

ଅର୍ଥାତ୍ Google Pay, PhonePe କିମ୍ବା Paytm ଖୋଲିବାର ଝଞ୍ଜଟ ନାହିଁ।

ମୋବାଇଲ୍ ନେଟୱାର୍କ ସ୍ଲୋ ଥିଲେ ବି ପେମେଣ୍ଟ?

ବେସମେଣ୍ଟ, ମେଟ୍ରୋ ଷ୍ଟେସନ୍ କିମ୍ବା ପାହାଡ଼ିଆ ଅଞ୍ଚଳ ଭଳି ସ୍ଥାନରେ ମୋବାଇଲ୍ ନେଟୱାର୍କ ଦୁର୍ବଳ ଥିବାରୁ UPI ପେମେଣ୍ଟ କରିବାରେ ସମସ୍ୟା ହୋଇଥାଏ। Tap & Pay ଏହି ସମସ୍ୟାକୁ ଅନେକ ମାତ୍ରାରେ ସହଜ କରିବାକୁ ଲକ୍ଷ୍ୟ ରଖିଛି, କାରଣ ଟ୍ରାଞ୍ଜାକ୍ସନ୍ ପାଇଁ ମର୍ଚ୍ଚାଣ୍ଟଙ୍କ କନେକ୍ସନ୍ ବ୍ୟବହାର ହେବ।

₹୫,୦୦୦ ପର୍ଯ୍ୟନ୍ତ PIN ବିନା ପେମେଣ୍ଟ!

ଛୋଟ ମୂଲ୍ୟର ପେମେଣ୍ଟକୁ ଆହୁରି ସହଜ କରିବା ପାଇଁ ₹୫,୦୦୦ ପର୍ଯ୍ୟନ୍ତ UPI ଟ୍ରାଞ୍ଜାକ୍ସନ୍‌ରେ PIN ଆବଶ୍ୟକ ନଥିବା ସୁବିଧା ଦିଆଯାଇଛି। ତେବେ ଏହି ସୀମାଠାରୁ ଅଧିକ ଟଙ୍କାର କାରବାର ପାଇଁ UPI PIN ଦେବାକୁ ପଡ଼ିବ।

MyUPI କ’ଣ?

UPI Tap & Pay ସହିତ MyUPI ମଧ୍ୟ ଡିଜିଟାଲ୍ ପେମେଣ୍ଟ ଅନୁଭୂତିକୁ ବଦଳାଇବାକୁ ଯାଉଛି। MyUPI ହେଉଛି ଏକ AI-powered customer support and control platform।

ଏହା NPCIର FiMI Small Language Model ଉପରେ ଆଧାରିତ। ଏହାର ଉଦ୍ଦେଶ୍ୟ ହେଉଛି ଜଣେ ଉପଭୋକ୍ତାଙ୍କର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଓ ଅଲଗା UPI ଆପ୍‌ରେ ହୋଇଥିବା କାରବାରକୁ ଗୋଟିଏ ସ୍ଥାନରେ ଦେଖାଇବା।

ଅର୍ଥାତ୍ ଆପଣଙ୍କର ଏକାଧିକ ବ୍ୟାଙ୍କ ଆକାଉଣ୍ଟ କିମ୍ବା UPI ଆପ୍ ଥିଲେ ମଧ୍ୟ MyUPI ମାଧ୍ୟମରେ ଟ୍ରାଞ୍ଜାକ୍ସନ୍ ଓ Auto-Pay mandate ସମ୍ପର୍କିତ ତଥ୍ୟକୁ ଏକାଠି ଦେଖିପାରିବେ।

ଠକେଇ ହେଲେ ଗୋଟିଏ କ୍ଲିକ୍‌ରେ ବନ୍ଦ ହେବ UPI!

MyUPIର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୁବିଧା ହେଉଛି ‘Safety Switch’। ଯଦି କୌଣସି ଉପଭୋକ୍ତାଙ୍କୁ ଆକାଉଣ୍ଟ ହ୍ୟାକ୍ ହେବା କିମ୍ବା UPI ଠକେଇର ସନ୍ଦେହ ହୁଏ, ତେବେ Safety Switch ସକ୍ରିୟ କରି ତାଙ୍କ ଆକାଉଣ୍ଟରୁ ହେଉଥିବା UPI debitକୁ ତୁରନ୍ତ ବନ୍ଦ କରିବାର ସୁବିଧା ମିଳିବ।

UPI ବ୍ୟବହାରରେ ଆସିବ ବଡ଼ ପରିବର୍ତ୍ତନ

UPI Tap & Pay ଏବଂ MyUPI ଭଳି ନୂଆ ସୁବିଧା ଆସିବା ପରେ ଡିଜିଟାଲ୍ ପେମେଣ୍ଟ ଆହୁରି ସହଜ ଓ ସୁରକ୍ଷିତ ହେବାର ଆଶା ରହିଛି। ବିଶେଷକରି ଇଣ୍ଟରନେଟ୍ ସମସ୍ୟା, ଏକାଧିକ UPI ଆପ୍ ଓ ବ୍ୟାଙ୍କ ଆକାଉଣ୍ଟ ପରିଚାଳନା ଏବଂ ଅନଲାଇନ୍ ଠକେଇ ନେଇ ଚିନ୍ତିତ ଉପଭୋକ୍ତାଙ୍କ ପାଇଁ ଏହି ନୂଆ ବୈଶିଷ୍ଟ୍ୟଗୁଡ଼ିକ ଖୁବ୍ ଉପଯୋଗୀ ହୋଇପାରେ।

Google Pay lobal Fintech Fest (GFF) 2026 MyUPI NFC-enabled Phonepe UPI UPI Tap & Pay
Share. Facebook Twitter LinkedIn Email WhatsApp Copy Link

Related Posts

ହାଡ଼ ଦୁର୍ବଳ ହୋଇଯାଉଛି କି? ଜୀବନଶୈଳୀରେ କରନ୍ତୁ ଏହି ୭ଟି ପରିବର୍ତ୍ତନ

October 2, 2026

ବାସି ରୁଟି ଫୋପାଡ଼ୁଛନ୍ତି କି? ଜାଣନ୍ତୁ ଏହାର ଆଶ୍ଚର୍ଯ୍ୟଜନକ ସ୍ୱାସ୍ଥ୍ୟ ଉପକାରିତା

October 1, 2026

ପ୍ରତ୍ୟେକ UPI ପେମେଣ୍ଟରୁ ସରକାର କେତେ ରୋଜଗାର କରନ୍ତି? ଜାଣନ୍ତୁ MDR ଓ ଏହାର ସମ୍ପୂର୍ଣ୍ଣ ଆର୍ଥିକ ହିସାବ

September 29, 2026

ସାବଧାନ ଗାଡ଼ି ଚାଳକ! ବଦଳୁଛି ଚାଲାଣ ଆଦାୟ ନିୟମ

September 29, 2026
Latest News

ଏସୀୟ କ୍ରୀଡ଼ା ଫାଇନାଲ୍: ମାଗଣାରେ କିପରି ଦେଖିବେ ଭାରତ-ପାକିସ୍ତାନ ମ୍ୟାଚ?, ଜାଣନ୍ତୁ

October 2, 2026

ଫୋନ୍ ଯୋଗେ ପାଇଲଟ୍ ସ୍ମିତଙ୍କ ବାହାଦୂରୀକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

October 2, 2026

୨୯ ଟି ଜରୁରୀ ଗ୍ରାମୀଣ ରାସ୍ତା ଓ ପୋଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବ୍ରହ୍ମପୁର ସାଂସଦଙ୍କ ଚିଠି

October 2, 2026

ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେଲା ୪୪ ଦିନିଆ ‘ଶିଶୁ ଶ୍ରମ ମୁକ୍ତ ଗ୍ରାମ ପଞ୍ଚାୟତ’ ସଚେତନତା ଅଭିଯାନ

October 2, 2026

ବିଧାନସଭାରେ ପାଳିତ ହେଲା ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.