Categories
ଆଞ୍ଚଳିକ

ରଣପୁର ପଞ୍ଚାୟତ ସମିତିର ସାଧାରଣ ବୈଠକ

ରଣପୁର: ରଣପୁର ପଞ୍ଚାୟତ ସମିତିର ଷଷ୍ଠ ସାଧାରଣ ବୈଠକ ବ୍ଲକ ପରିସର ମଧ୍ୟରେ ଥିବା ସଭାଗୃହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି ଅଧକ୍ଷା ନିର୍ମଳା ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥିଭାବେ ଓଡିଶା ବିଧାନସଭାର ବାଚସ୍ପତି ତଥା ସ୍ଥାନୀୟ ବିଧାୟିକ ସୁରମା ପାଢ଼ୀ, ଅନ୍ୟତମ ଅତିଥିଭାବେ ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ବ୍ଲକ ଉପାଧକ୍ଷ୍ୟ ପ୍ରଭାତ ଦଳବେହେରା, ରଣପୁର ଜିଲ୍ଲାପରିଷଦ ରଜନୀରାଣୀ ପଟ୍ଟନାୟକ, ଗୋପାଳପୁର ଜିଲ୍ଲାପରିଷଦ ଲଷ୍ମୀପ୍ରିୟା ତରେଇ, ଚାନ୍ଦପୁର ଜିଲ୍ଲାପରିଷଦ ଜ୍ୟୋସ୍ନାମୟୀ ଦଳବେହେରା ପ୍ରମୁଖ ଯୋଗଦେଇଥିଲେ।

ଉକ୍ତ ବୈଠକରେ ସମସ୍ତ ସରପଞ୍ଚ, ସମିତିସଭ୍ୟ ଓ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିବାବେଳେ ବିଡ଼ିଓ ମନୋଜ କୁମାର ନାୟକ ଉକ୍ତ ବୈଠକରେ ସଂଯୋଜନା କରିଥିଲେ।  ପ୍ରଥମେ ପୂର୍ବ ବୈଠକର ବିବରଣୀକୁ ପାଠ କରାଯାଇ ଗୃହୀତ ହେବାପରେ ସ୍ୱାସ୍ଥ୍ୟ, ଶିକ୍ଷା,କୃଷି, ଗମନାଗମନ, ଜଳଯୋଗାଣ ସହ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟଗୁଡିକ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ବିଭାଗୀୟ ଅଧିକାରୀମାନେ ପ୍ରସ୍ତୁତ ହୋଇ ଆସୁ ନ ଥିବା ହେତୁ ଆଲୋଚନା ସମୟରେ ସଠିକ ଭାବେ ତଥ୍ୟ ପ୍ରଦାନରେ ବ୍ୟାଘାତ ହେଉଥିବା ନେଇ ଉଦବେଗ ପ୍ରକାଶ ପାଇବା ସହ ଆଗାମୀ ବୈଠକକୁ ଆସିବା ବେଳେ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ତଥ୍ୟ ସହ ଆସିବାକୁ ବିଡ଼ିଓ ନିର୍ଦ୍ଦେଶ ଦେଇଥିଲେ।

ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ବୈଠକ ସମାପ୍ତ କରାଯାଇଥିଲା।

Categories
ଆଞ୍ଚଳିକ

ବାଣପୁର ପଞ୍ଚାୟତ ସମିତିର ତୃତୀୟ ସାଧାରଣ ବୈଠକ ଅନୁଷ୍ଠିତ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ପଞ୍ଚାୟତ ସମିତିର ତୃତୀୟ ସାଧାରଣ ବୈଠକ ବ୍ଲକ ସଭାଗୃହରେ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସମିତି ବୈଠକରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ବିଡ଼ିଓ ଅନୁପସ୍ଥିତ ଥିବାରୁ ଅତିରିକ୍ତ ମତ୍ସ୍ୟ ଅଧିକାରୀ ପର୍ଶୁରାମ ଶବର ଦାଇତ୍ୱ ନିର୍ବାହ କରିଥିଲେ। ବିଡ଼ିଓଙ୍କ ଅନୁପସ୍ଥିତି ହେତୁ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବାରେ ଅସୁବିଧା ଉପୁଜି ଥିବାବେଳେ ଉପସ୍ଥିତ ସଭ୍ୟମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ତତସହିତ ଜଙ୍ଗଲ, ବିଦ୍ୟୁତ, ଗ୍ରାମ୍ୟ ଉନ୍ନୟନ, ମୃତ୍ତିକା ସଂରକ୍ଷଣ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ଅଧିକାରୀମାନେ ବୈଠକରେ ଅନୁପସ୍ଥିତ ଥିବାରୁ ସେମାନଙ୍କ ବିରୁଦ୍ଧରେ ଜିଲ୍ଲାପାଳ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସର୍ବସହମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିବାର ବ୍ଲକ ଅଧ୍ୟକ୍ଷ ଶ୍ରୀ ରଣସିଂହ ପ୍ରକାଶ କରିଛନ୍ତି।

ଶିକ୍ଷା ବିଭାଗର ଆଲୋଚନାରେ ଭାଗ ନେଇ ସରକାରୀ ବିଦ୍ୟାଳୟ ତୁଳନାରେ ଘରୋଇ ବିଦ୍ୟାଳୟ ଗୁଡିକରେ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ୁଥିବାରୁ କିପରି ଅଭିଭାବକ ମାନେ ନିଜର ପିଲାଙ୍କୁ ସରକାରୀ ବିଦ୍ୟାଳୟରେ ପାଠ ପଢ଼ାଇବାକୁ ଆଗ୍ରହ ପ୍ରକାଶ କରିବେ ବ୍ଲକ ଶିକ୍ଷା ଅଧିକାରୀ ସେ ବିଷୟରେ ଧ୍ୟାନ ଦେବାକୁ ସଭ୍ୟମାନେ ଗୁରୁତ୍ୱାରୋପ କରିଥିଲେ।  ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ବେଣୁଆବାଡି ଗ୍ରାମରେ ଆମ ଓଡିଶା ନବୀନ ଓଡିଶା ମାଧ୍ୟମରେ ଥିବା ମନ୍ଦିର କାର୍ଯ୍ୟରେ ବିଶୃଙ୍ଖଳା ସୃଷ୍ଟି ହୋଇଥିବାରୁ ସଭ୍ୟମାନେ ଉଦବେଗ ପ୍ରକାଶ କରିଥିଲେ।

Categories
ଆଞ୍ଚଳିକ

ବାଣପୁରରେ ଆଞ୍ଚଳିକ ବିଶ୍ୱକର୍ମା ସମିତିର ସାଧାରଣ ବୈଠକ

ସୀତାରାମ ଅଗ୍ରୱାଲ

ବାଣପୁର: ରବିବାର ପୂର୍ବାହ୍ନରେ ମା’ ମେଘାମ୍ବରି ଠାକୁରାଣୀ କଲ୍ୟାଣ ମଣ୍ଡପ ଠାରେ ବାଣପୁର,ବାଲୁଗାଁ ଓ ଚିଲିକା ବିଶ୍ୱକର୍ମା ସମିତିର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ବିଜୟ ମହାରଣାଙ୍କ ଆବାହକତ୍ୱରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ଯୋଗ ଦେଇଥିଲେ। ଚିଲିକା ନିର୍ବାଚନମଣ୍ଡଳୀର ବାଲୁଗାଁ, ବଡକୁଳ, ଭେଟେଶ୍ୱର ନାଚୁଣୀ, କୁମାରାଙ୍ଗ ଓ ଚିଲିକା ଅଞ୍ଚଳର ବିଭିନ୍ନ ଗ୍ରାମରେ ଥିବା ମହାରଣା ସମ୍ପ୍ରଦାୟ ଯୋଗଦାନ କରିଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାର ସାମାଜିକ ସୁରକ୍ଷା ବୋର୍ଡ଼ କଲ୍ୟାଣ ଯୋଜନାରେ, ମହାରଣା ସମ୍ପ୍ରଦାୟଙ୍କୁ ସାମିଲ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦିଆଯାଇଥିଲା। ଆଞ୍ଚଳିକ ବଢ଼େଇ ଜାତିର ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରାଯାଇଥିଲା। ବଢ଼େଇ ସମାଜର ବିଭିନ୍ନ ସମସ୍ୟା ବାବଦରେ ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆଣି ସାମାଜିକ ସୁରକ୍ଷା ଯୋଜନାରେ କିଭଳି ଅଧିକରୁ ଅଧିକ ବ୍ୟକ୍ତି ଉପକୃତ ହୋଇପାରିବେ ମୁଖ୍ୟ ଅତିଥି ଶ୍ରୀ ମହାରଣା ପ୍ରତିଶୃତି ଦେଇଥିଲେ।

ଆଜିର ବୈଠକରେ ପାଞ୍ଚ ଶହରୁ ଉର୍ଦ୍ଧ କର୍ମକର୍ତ୍ତା ମାନେ ଯୋଗଦେଇଥିଲେ। ବୈଠକରେ ବିଶ୍ୱକର୍ମା ସମାଜର ବିଭିନ୍ନ ସମସ୍ୟା ବିଷୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲିଖିତ ଭାବେ ଦାବୀ ଜଣାଇବା ପାଇଁ ସର୍ବସମ୍ମତ ଭାବେ ପ୍ରସ୍ତାବ ଗୃହୀତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଷଷ୍ଠ ଜିଲ୍ଲା ସ୍ତରୀୟ, ଖୋର୍ଦ୍ଧାର ଦ୍ଵିତୀୟ ସାଧାରଣ ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା: ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ପୂର୍ବାହ୍ନ ୧୧.୦୦ ଟା ରେ ଷଷ୍ଠ ଜିଲ୍ଲା ସ୍ତରୀୟ, ଖୋର୍ଦ୍ଧାର ଦ୍ଵିତୀୟ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂହ ସଭାପତିତ୍ବ କରି ସ୍ବାଗତ ଭାଷଣ ରଖିଥିଲେ।  ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଜିଲ୍ଲା ପରିଷଦ ଉପାଧକ୍ଷ ଗୋପୀନାଥ ମହାରଣା ଉପସ୍ଥିତ ଥିଲେ। ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ଦିଗନ୍ତ ରାଉତରାୟ ବୈଠକ ପରିଚାଳନା କରିଥିଲେ। ଏହି କାର୍ଯକ୍ରମକୁ ପୂର୍ବରୁ ପ୍ରସ୍ତୁତି ଏଜେଣ୍ଡା ଅନୁସାରେ ପରିଚାଳନା କରାଯାଇଥିଲା।

ପ୍ରଥମେ ରାସ୍ତା ନିର୍ମାଣ ଉପରେ ଚିଲିକା ବିଧାୟକ ଆର ଆଣ୍ଡ ବି ଙ୍କୁ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଏହି ରାସ୍ତା ଗୁଡିକୁ ତୁରନ୍ତ ମରାମତି ଏବଂ ବିଭିନ୍ନ ଯୋଜନା ଯଥା TRIP/CAPEX /CMR ନୂତନ ରାସ୍ତା ନିର୍ମାଣ ଇତ୍ୟାଦି ଉପରେ ବିସ୍ତୃତ ଭାବରେ ଆଲୋଚନା ରଖିଥିଲେ।

ସେହିପରି MGNREGS Scheme ଉପରେ ବିଶଦ ଭାବେ ଆଲୋଚନା ହୋଇଥିଲା। PMAY(G) Scheme ଉପରେ କିପରି ସଠିକ ଭାବେ ଆବାସ ଗୃହ ଯୋଗାଇ ଦିଆ ଯାଇପାରିବ ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲାପରିଷଦଙ୍କୁ ପରାମର୍ଶ ଦେଇଥିଲେ।

MGNREGS Scheme ରେ ଗ୍ରାମାଞ୍ଚଳରେ ଖେଳପଡିଆ ଏବଂ ପୁଷ୍କରିଣୀ ଯୋଗାଇଦେବାକୁ ସେ ଅଧିକାରୀମାନଙ୍କ ସହ ଆଲୋଚନା କରିଯାଇଥିଲା। RWSS ବିଭାଗ ଅନ୍ତର୍ଗତ ପିଇବା ପାଣି ପାଇଁ ନଳକୂପ ଏବଂ ମେଗା ପ୍ରୋଜେକ୍ଟ ରେ ପାଣି ଯୋଗାଇ ଦେବାକୁ ଆସିଥିବା ଆର୍ଥିକ ଅନୁରାଶି ଉପରେ ପର୍ଯ୍ୟାଲୋଚନା କରଯାଇଥିଲା।

ସେହିପରି ଏମଆଇ ବିଭାଗକୁ ଚେକ ଡ୍ୟାମ ଏବଂ ମେଗା ପ୍ରୋଜେକ୍ଟ ୱାଟର ବିଷୟରେ ତଥ୍ୟ ଉପସ୍ଥାପନା କରିଯାଇଥିଲା। ସିଡ଼ିଏମଓ ଙ୍କୁ ଏସଡ଼ବଲଇଉଏଏସଟିଏଚଉଆଇଏ ବିଭାଗ ବିଷୟରେ ଡାକ୍ତର ମାନଙ୍କର ପଦବୀ ପୂରଣ ଏବଂ ମାଣିବନ୍ଧ ସ୍ବାସ୍ଥ୍ୟ ବିଭାଗରେ ଷ୍ଟାଫ ମାନଙ୍କ ଅନୁପସ୍ଥିତି ବିଷୟରେ କ୍ଷୋଭପ୍ରକାଶ କରିଥିଲେ। ଜିଲ୍ଲା ଶିକ୍ଷା ବିଭାଗରେ ଗଙ୍ଗାଧରପୂର ରେଳ ଷ୍ଟେସନ ବିଷୟରେ ତଥ୍ୟ ଉପସ୍ଥାପନା କରିଥିଲେ। ବିଦ୍ୟାଳୟର 20 ଜଣ ରୁ କମ ଥିବା ଛାତ୍ର/ ଛାତ୍ରୀ ଙ୍କୁ ନିକଟସ୍ଥ 5-T ବିଦ୍ୟାଳୟ ଅନ୍ତର୍ଭୁକ୍ତ କରିବାକୁ,ପାଠ ଛାଡିଥିବା ଝିଅଙ୍କୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

କୃଷି ବିଭାଗର ଅଧିକାରୀ ଜଳ ଧାନ ଏବଂ ବିଭିନ୍ନ କିସମର ଧାନ ଏବଂ ସାର ଗଚ୍ଛିତ ଥିବା ଏବଂ ଏସବୁର କଳାବଜାରୀ ନ ହେବା ପାଇଁ ସ୍କ୍ୱାର୍ଡ ଗଠନ ହୋଇଛି ବୋଲି ଦର୍ଶାଇଥିଲେ। ମିଶନ ଶକ୍ତି ଅନ୍ତର୍ଗତ ଟାଙ୍ଗୀ, ବାଣପୁରରେ ମଣ୍ଡିଆ ଏବଂ ବାଜରା ଖୋର୍ଦ୍ଧାରେ ମକା ଉତ୍ପାଦନ ପାଇଁ କାର୍ଯକ୍ରମ ଜାରି ରହିଛି। ପଶୁ ସମ୍ପଦ, ମତ୍ସ୍ୟ ସମ୍ପଦ,ଜଳସେଚନ ବିଭାଗ ମଧ୍ଯ ତଥ୍ୟ ଉପସ୍ଥାପନା କରିଥିଲେ। ଜିଲ୍ଲା ସ୍ବଳ୍ପ ସଞ୍ଚୟ ଯୋଜନା ଅଧିକାରୀଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ଯଥା ମଧୁବାବୁ ପେନସନ ଯୋଜନା, ବାର୍ଦ୍ଧକ୍ୟ ପେନସନ ଯୋଜନା ରେ କିପରି ନକଦ ପେମେଣ୍ଟ କରାଯାଇପାରିବ ଆଲୋଚନା କରିଥିଲେ।

DSWO ଙ୍କୁ ଛତୁଆକୁ ଉନ୍ନତ ମାନ ର କରାଯିବା ସଙ୍ଗେ ସଙ୍ଗେ full infrastructure ଥ‌ିବା ବ୍ୟକ୍ତିଙ୍କୁ ଛତୁଆ କରିବା ପାଇଁ ନିର୍ଦେଶ ଦେଇଥିଲେ। ସେହିପରି TPCODL ଙ୍କୁ ସୌଭାଗ୍ୟ -2 ଯୋଜନାରେ ସର୍ଭେ କରି electrification କରାଯିବାକୁ ପରାମର୍ଶ ଦେଇଥିଲେ। ମୋ ଘର ଯୋଜନାରେ ଯାହାଙ୍କର ଆୟ 20000 ଟଙ୍କା କିମ୍ବା ତା ଠାରୁ କମ ଥିବ ତାଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ବି.ଡି.ଓଙ୍କ ମାଧ୍ୟମରେ ବ୍ୟାଙ୍କରୁ ରୁଣ ର ସହାୟତା ପାଇପାରିବ। ଗୋଟିଏ ଘର ଥିବା ଲୋକ ମଧ୍ୟ ଅଧିକ ବଢାଇ ପାରିବ।

ଏହି ବୈଠକରେ ଜିଲ୍ଲା ପରିଷଦ ର ସଭ୍ୟ , ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ,କ୍ଷେତ୍ର ଅଧିକାରୀ ଆଦି ଉପସ୍ଥିତ ଥିଲେ। ପରିଶେଷରେ ଜିଲ୍ଲା ପରିଷଦ ଉପାଧ୍ଯକ୍ଷ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

Categories
ଆଞ୍ଚଳିକ

କଡ଼ା ପୋଲିସ ସୁରକ୍ଷା ମଧ୍ୟରେ ବାଣପୁର ପଞ୍ଚାୟତ ସମିତିର ଦ୍ଵିତୀୟ ସାଧାରଣ ବୈଠକ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି ସଭାଗୃହରେ ସମିତିର ଦ୍ଵିତୀୟ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ଉପାଧ୍ୟକ୍ଷ ରୀନା ଦେଇ, ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣା, ବିଡ଼ିଓ ବୁଲବୁଲ ବେହେରା, ଏବିଡ଼ିଓ ସୀମାଦ୍ରୀ ପାତ୍ର, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରିଣୀ ମମତା ମଞ୍ଜରୀ ଚିନ୍ନାରାଙ୍କ ସମେତ ସତର ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ସମସ୍ତ ଜିଲ୍ଲା ପରିଷଦ ସଭ୍ୟ, ବ୍ଲକ ଶିକ୍ଷା ଅଧିକାରୀ, ସ୍ୱାସ୍ଥ୍ୟ ଅଧିକାରୀ, ବିଦ୍ୟୁତ ବିଭାଗ, କୃଷି ବିଭାଗ ଏବଂ ଅନ୍ୟ ସମସ୍ତ ସରକାରୀ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମିତିର ସମସ୍ତ ସଭ୍ୟ ଓ ସଭ୍ୟାମାନେ ବୈଠକରେ ଉପସ୍ଥିତ ରହି ସକାରାତ୍ମକ ଆଲୋଚନାରେ ଭାଗ ନେଇଥିବା ବେଳେ ବୈଠକ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇଥିବାର ଖବର ହସ୍ତଗତ ହୋଇଛି। କୃଷି ବିଭାଗ ଅଧିକାରୀଙ୍କ କାର୍ଯ୍ୟକଳାପକୁ ନେଇ ସମିତି ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଫଳରେ ବିଭାଗର ସମସ୍ତ ତଥ୍ୟ ସମିତିର ସଭ୍ୟମାନଙ୍କୁ ଅବଗତ କରାଇବାକୁ ନେଇ ବ୍ଲକ କୃଷି ଅଧିକାରୀଙ୍କୁ ତାଗିଦ କରଯାଇଛି।

ଉନ୍ନୟନ ମୁଳକ କାର୍ଯ୍ୟ ବିଷୟରେ ଆଲୋଚନା କରାଯାଇ ତାହାକୁ ତ୍ୱରାନ୍ୱିତ କରିବାକୁ ବୈଠକରେ ସର୍ବ ସହମତକ୍ରମେ ପ୍ରସ୍ତାବ ଗୃହୀତ ହୋଇଥିବାର ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରିଣି ଶ୍ରୀମତୀ ଚିନ୍ନାରା ସୂଚନା ଦେଇଛନ୍ତି। ତେବେ ରାଜନୈତିକ ପାଣିପାଗ ମୁତାବକ ବାଣପୁର ବ୍ଲକ ବେଶ ସମ୍ବେଦନଶୀଳ ସ୍ଥାନ ହୋଇଥିବାରୁ ସମିତି ବୈଠକ ନିମନ୍ତେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ନେତୃତ୍ୱରେ ଏବଂ ଆଇଆଇସି ଜୟପ୍ରକାଶ ପରିଡାଙ୍କ ଉପସ୍ଥିତିକ୍ରମେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

ଅନୁରୂପ ଭାବେ ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା ମଧ୍ୟ ସମିତି ବୈଠକ ଚାଲୁଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ତୀକ୍ଷ୍ଣ ନଜର ରଖିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁର ପଞ୍ଚମ ଜିଲ୍ଲା ପରିଷଦର ସାଧାରଣ ବୈଠକ

ରମେଶ ମହାନ୍ତି
ଜଗତସିଂହପୁର: ଆଜି ପୂର୍ବାହ୍ନରେ ଜଗତସଂହପୁର ପଚଂମ ଜିଲ୍ଲା ପରିଷଦର ସ୍ୱତନ୍ତ୍ର ସାଧାରଣ ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଜିଲ୍ଲା ପରିଷଦ ସଭାପତି ପ୍ରିୟଦର୍ଶିନୀ ବିଶ୍ୱାଳ ଅଧ୍ୟକ୍ଷତା କରିଥିଲେ।

ଏହି ବୈଠକରେ ଯୋଗଦେଇ ଓଡିଶାର ଜଳସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କହିଲେ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ବହୁତ ଗୁଡିଏ ରାସ୍ତା ଖରାପ ହୋଇଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଥିବା ରାସ୍ତା ଗୁଡିକ ଦୀର୍ଘ ଓ ପ୍ରମୁଖ ରାସ୍ତା ସହିତ ସଂଯୋଗ କରାଯିବ। ଗ୍ରାମାଚଂଳର ପ୍ରମୁଖ ରାସ୍ତା ବ୍ୟାଙ୍କ, ବିଦ୍ୟାଳୟ, ସି.ଏଚ୍‌.ସି, ପି.ଏଚ୍‌.ସି, ଯାନ୍ତ୍ରିକ ମହାବିଦ୍ୟାଳୟକୁ ସଂଯୋଗ କରାଯିବା ପାଇଁ ସାଟେଲାଇଟ୍ ମାଧ୍ୟମରେ ଜିଓ ଟ୍ୟାଗ ଚିହ୍ନିତ କରାଯାଇଛି। ଯଦି ଗ୍ରାମ୍ୟ ଉନ୍ନୟନ ବିଭାଗର ଏହି ତାଲିକାରେ ଅତି ଆବଶ୍ୟକ ରାସ୍ତା ସ୍ଥାନ ପାଇ ନାହିଁ, ସେହି ରାସ୍ତା ଗୁଡିକୁ ତାଲିକା ଭୁକ୍ତ କରିବା ପାଇଁ ଜିଲ୍ଲା ପରିଷଦର ସଭ୍ୟ ସଭ୍ୟାମାନେ ଆର୍‌.ଡି ଅଧିକ୍ଷଣ ଯନ୍ତ୍ରୀକୁ ପ୍ରଦାନ କରିବାକୁ ଯନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହା ଦ୍ୱାରା ସଂପୃକ୍ତ ଅଂଚଳର ଜନ ସାଧାରଣ ଉପକୃତ ହୋଇପାରିବେ। ଆମ ଲୋକଙ୍କର ସୁବିଧା ଅସୁବିଧା ଆମ ଜ୍ଞାତସାରରେ ରହିବା ଦରକାର। କେନାଲ ଓ ନଦୀବନ୍ଧ ରାସ୍ତାର ରକ୍ଷଣାବେକ୍ଷଣ ଆଉ ଜଳସଂପଦ ବିଭାଗ ଦ୍ୱାରା ହେବନାହିଁ। ନଦୀବନ୍ଧ ଓ କେନାଲ ବନ୍ଧ ରକ୍ଷଣାବେକ୍ଷଣ ନିମନ୍ତେ ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ୍ତବିଭାଗ ଦ୍ୱାରା କରାଯିବ। ଏଥିପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କ୍ଷମତାପନ୍ନ କମିଟି ଦ୍ୱାରା ଏହି ରାସ୍ତାଗୁଡିକ ଆର୍‌.ଡି.ଓ ଆର୍‌.ଆଣ୍ଡ.ବି ବିଭାଗକୁ ହସ୍ତାନ୍ତର କରାଯିବ।

ବୈଠକରେ ଯୋଗଦେଇ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ  ପ୍ରଶାନ୍ତ କୁମାର ମୁଦୁଲି କହିଲେ ପି.ଏମ୍‌.ଜି.ଏସ୍‌.ଓାଇରେ ଯେଉଁ ରାସ୍ତା ଗୁଡିକ ଯୋଜନା ଭିତରେ ରହିଛି ତାହାର ଅନୁମୋଦନ ନିମନ୍ତେ ଏହି ବୈଠକ ଡକାଯାଇଛି। ଏହି ତାଲିକାରେ ଯେଉଁ କିଛି ରାସ୍ତା ବାକି ରହିଯାଇଛି, ବିଭାଗୀୟ ଅଧିକାରୀମାନେ ପ୍ରଧାନ ରାସ୍ତା ଗୁଡିକୁୁ ଅନ୍ତର୍ଭୁକ୍ତ କରନ୍ତୁ। ରାଜ୍ୟ ସରକାର ମଧ୍ୟ କିଛି କିଛି ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ପାହ୍ୟା ବୃଦ୍ଧି (ଅପ୍‌ଗ୍ରେଡେସନ୍‌)ପାଇଁ ଦେବେ। ଜିଲ୍ଲା ପରିଷଦ ସଭ୍ୟସଭ୍ୟା ମାନଙ୍କର ପ୍ରସ୍ତାବ ଗୁଡିକ ବିଭାଗୀୟ ଯନ୍ତ୍ରୀମାନେ ଉଚିତ୍ ରୂପେ ଦେଖିବେ। ମାର୍ଚ୍ଚମାସ ସୁଦ୍ଧା ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ବିଧାୟକ ପରାମର୍ଶ ଦେଇଥିଲେ।

ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ଯୋଗଦେଇ କହିଲେ ବର୍ତ୍ତମାନର ସରକାର ହେଉଛି ଲୋକାଭିମୁଖ୍ୟ ସରକାର। ଗଣତନ୍ତ୍ରରେ ଲୋକ ପ୍ରତିନିଧି ମାନଙ୍କ ମତାମତ ଓ ପରାମର୍ଶ ପ୍ରଶାସନ ଗ୍ରହଣ କରିବା ଉଚିତ। ତିର୍ତୋଲର ନବ ନିର୍ବାଚିତ ବିଧାୟକ ବିଜୟ ଶଙ୍କର ଦାସ ଯୋଗଦେଇ କହିଲେ ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା ମାନଙ୍କର ପ୍ରସ୍ତାବ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଜରିଆରେ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ପଠାଯିବ। ବୈଠକରେ ବ୍ଲକ ଓାରୀ ଛାଡିଯାଇଥିବା ରାସ୍ତାକୁ ଅନ୍ତର୍ଭୁକ୍ତ କରିବା ପାଇଁ ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା, ପଚାଂୟତ ସମିତି ଅଧ୍ୟକ୍ଷ ବୈଠକ ପ୍ରାରମ୍ଭରେ ଜିଲ୍ଲା ପରିଷଦ ସଭାପତିଙ୍କ ପ୍ରସ୍ତାବ କ୍ରମେ ଜିଲ୍ଲାପାଳଙ୍କ ମାତୃ ବିୟୋଗ ପାଇଁ ଗୃହରେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲା ପରିଷଦ ଉପ-ସଭାପତି ଲିଙ୍ଗରାଜ ସ୍ୱାଇଁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା, ପଂଚାୟତ ସମିତି ଅଧକ୍ଷ ଅଧ୍ୟକ୍ଷା, ବି.ଡି.ଓ, ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀମାନେ ଯୋଗଦେଇଥିଲେ।