Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲା ସାଧାରଣ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ, ବିଲିଡିଂ ଉପରେ ବିଲିଡିଂ

ଭୁବନେଶ୍ବର: ଓଡିଶା ଭିଜିଲାନ୍ସ ବିଭାଗ ଆଜି ସୁବର୍ଣ୍ଣପୁର ଜିଲ୍ଲାର ସାଧାରଣ ଯୋଗାଣ ଅଧିକାରୀ (CSO) ଶ୍ରୀ ସୁରେଶ କୁମାର ପାଣିଗ୍ରାହୀଙ୍କ ଘରେ ଚଢାଉ କରିଛି। ତାଙ୍କ ଆୟ ବର୍ହିଃଭୁତ ସଂପତ୍ତି ଥିବା ଅଭିଯୋଗରେ ଏହି ଚଢାଉ କରାଯାଇଛି। ଏକକାଳିନ ଭୁବନେଶ୍ୱର, ବଲାଙ୍ଗିର, ସୁବର୍ଣ୍ଣପୁର ଏବଂ ବରଗଡ଼ର 11ଟି ସ୍ଥାନରେ ଏହି ଚଢାଉ ଚାଲିଛି। ସେଗୁଡିକ ହେଲା

  1. ନିଜ ଘର: ତୁଳସୀ ନଗର, ବଲାଙ୍ଗିର ସହର।
  2. କାର୍ଯ୍ୟାଳୟ : ସୁବର୍ଣ୍ଣପୁର ଯୋଗାଣ ବିଭାଗ
  3. ପୌତୃକ ଘର: ବାଲାନ୍ଦା ଗ୍ରାମ, ବିଜେପୁର, ବରଗଡ଼ ଜିଲ୍ଲା।
  4. ଭଡା ଫ୍ଲାଟ: 7BD, 2nd ଟାୱର, ମଣି ତ୍ରିଭୁବନ୍, ପଟିଆ, ଭୁବନେଶ୍ୱର।
  5. ଭାଡା ଘର: ସୋନପୁର ସହର।
  6. ତାଙ୍କ ଆତ୍ମୀୟଙ୍କ ଘର: ତୁଳସୀ ନଗର, ବଲାଙ୍ଗିର।
  7. ତାଙ୍କ ଆତ୍ମୀୟଙ୍କ ଭାଡା ଘର: ଫ୍ଲାଟ ନଂ. 418, 5th ଟାୱର, ରୟାଲ୍ ଲାଗୁନ୍, ପଟିଆ, ଭୁବନେଶ୍ୱର।
  8. ତାଙ୍କ ସଂପର୍କିୟ ଭାଇଙ୍କ ଭଡା ଘର: ଗଙ୍ଗାଧର ସାହି, ବରଗଡ଼।
  9. ଫ୍ଲାଇ ଆଶ୍ ବ୍ରିକ୍ସ କାରଖାନା ଏବଂ ଜମି: ବାଲାନ୍ଦା ଗ୍ରାମ, ବିଜେପୁର, ବରଗଡ଼।
  10. ସିଦ୍ଧେଶ୍ୱରୀ ପେଟ୍ରୋଲ ପମ୍ପ: ତାଙ୍କ ଚାଚାତା ଭାଇଙ୍କ ନାମରେ, ପାହାଣ୍ଡି, ବିଜେପୁର, ବରଗଡ଼।
  11. ଆଉ ଏକ ଆତ୍ମୀୟଙ୍କ ଘର: ବାଲାନ୍ଦା ଗ୍ରାମ, ବିଜେପୁର, ବରଗଡ଼।

ବର୍ତ୍ତମାନ ସୁଦ୍ଧା ଚଢାଉ ଚାଲିଥିବାରୁ ସଂପୂର୍ଣ୍ଣ ସଂପତ୍ତି ତାଲିକ ହସ୍ତଗତ ହୋଇପାରି ନାହିଁ।