Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବଢିଲା ସାମ୍ବାଦିକଙ୍କ ପେନସନ ପରିମାଣ, ଏଣିକି ମାସକୁ ମିଳିବ ଏତିକି ଟଙ୍କା

ନୂଆଦିଲ୍ଲୀ: ପୁଣି ଥରେ ସାମ୍ବାଦିକଙ୍କ ପେନସନ ପରିମାଣ ବୃଦ୍ଧି ପାଇଛି। ଏଥର ମାସିକ ପାଞ୍ଚ ହଜାର ଟଙ୍କା ପରିବର୍ତ୍ତି ସେମାନେ ପାଇବେ ଆଠ ହଜାର ଟଙ୍କା। ଏହିପରି ଏକ ବଡ ନିଷ୍ପତି କରିଛି ଉତ୍ତରାଖଣ୍ଡ ରାଜ୍ୟ ସରକାର। ଆଜି ମୁଖ୍ୟମନ୍ତ୍ରୀ ପୁଷ୍କରସିଂ ଧାମି ଏହି ଘୋଷଣା କରିଛନ୍ତି। ଉତ୍ତରଖଣ୍ଡ ରାଜ୍ୟ ପୂର୍ବରୁ ସାମ୍ବାଦିକମାନଙ୍କୁ ପେନସନ ପ୍ରଦାନ କରିଆସୁଛି।

ସେତିକି ନୁହେଁ, ଯେଉଁମାନେ ଡେରାଡୁନ ଆସିବେ ସେମାନଙ୍କୁ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ରହିବାର ବନ୍ଦୋବସ୍ତ କରାଯିବ। ସେ ନେଇ ସଂପୃକ୍ତ ସାମ୍ବାଦିକମାନେ ପୂର୍ବରୁ ଲୋକସଂପର୍କ ବିଭାଗକୁ ଅବଗତ କରାଇବେ। ଆଜି ଏ ନେଇ ରାଜ୍ୟ ସରକାର ଏକ ନିର୍ଦ୍ଦେଶନାମା ଜାରୀ କରିଛନ୍ତି।