ଭୁବନେଶ୍ଵର: ରାଜ୍ୟର ୩ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ପଦୋନ୍ନତି ହୋଇଛି। ଏହି ବରିଷ୍ଠ ଅଧିକାରୀଙ୍କ ଡିଜି ପାହ୍ୟାକୁ ପଦୋନ୍ନତି ହୋଇଛି। ସେମାନଙ୍କ ମଧ୍ୟରେ ସୁଧାଂଶୁ ଷଡଙ୍ଗୀ, ଅରୁଣ ଷଡଙ୍ଗୀଙ୍କ ପଦୋନ୍ନତି ହୋଇଥିବା ବେଳେ କେନ୍ଦ୍ରୀୟ ଡେପୁଟେସନରେ ଥିବା ୱାଇ ବି ଖୁଆନିଆଙ୍କ ମଧ୍ୟ ପଦୋନ୍ନତି ହୋଇଛି।

ଭୁବନେଶ୍ବର : ଗତକାଲି ରାଜଭବନ ପାଖ ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଭୁବନେଶ୍ୱର ରାଜଭବନ ପାଖ ପେଟ୍ରୋଲ ପମ୍ପ ନିକଟ ରାସ୍ତାରେ ଯାତାୟତ ଉପରେ କଟକଣା ଲାଗିଛି। ସୁରକ୍ଷା କାରଣରୁ କଟକଣା ଜାରି ହୋଇଥିବା ନେଇ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଟୁଇଟ କରି ସୂଚନା ଦେଇଛନ୍ତି। ତେବେ ଏହି ଅଞ୍ଚଳ ସମ୍ପୂର୍ଣ୍ଣ ସୁରକ୍ଷିତ ନହେବା ଯାଏଁ କଟକଣା ରହିବ ବୋଲି ସେ କହିଛନ୍ତି। ସୁରକ୍ଷା କାରଣରୁ କଟକଣା ଜାରି ନେଇ ପୋଲିସ୍ କମିଶନର ସୂଚନା ଦେଇଛନ୍ତି । ସ୍ଥାନ ସୁରକ୍ଷିତ ଘୋଷଣା ନ ହେବା ପର୍ଯ୍ୟନ୍ତ ଟ୍ରାଫିକ୍ କଟକଣା ରହିବ । ଟାଙ୍କିରୁ ପେଟ୍ରୋଲ୍ ଓ ଡିଜେଲ୍ କଡାଯିବା କାର୍ଯ୍ୟ ଜାରି ରହିଛି । ଅପରାହ୍ନ 2ଟା ସୁଦ୍ଧା ଅପରେସନ ଶେଷ ହେବା ନେଇ ଆଶା ରହିଛି । ଏଲ୍ପିଜି ଗ୍ୟାସ୍ ଟ୍ୟାଙ୍କରରୁ କଢାଯିବା କାର୍ଯ୍ୟ ଶେଷ ହୋଇଛି । ସକାଳେ ଅଗ୍ନିଶମ ଡିଜି ପେଟ୍ରୋଲ୍ ପମ୍ପ ଅଞ୍ଚଳ ବିପଦ ମୁକ୍ତ କହିଥିଲେ ।
ସୂଚନାଯୋଗ୍ୟ, ଗତକାଲି ରାଜଭବନ ପେଟ୍ରୋଲ୍ ପମ୍ପ ବିସ୍ଫୋରଣରେ ଜଣକର ମୃତ୍ୟୁ ହୋଇଥିବାର ସୂଚନା ରହିଛି ।