Categories
ଆଜିର ଖବର ରାଜ୍ୟ ଖବର

ବିଜେଡି ନେତା ସୁବାସ ଚୌହାନଙ୍କ ଅବସ୍ଥା ସଙ୍କଟାପନ୍ନ, ଡାକ୍ତରମାନେ ଚଳାଇଛନ୍ତି ଶେଷ ଚେଷ୍ଟା

ଭୁବନେଶ୍ବର, ବିଜେଡି ନେତା ସୁବାସ ଚୌହାନଙ୍କ ସ୍ଵାସ୍ଥ୍ୟାବସ୍ଥା ଦିନକୁ ଦିନ ଗୁରୁତର ହେବାରେ ଲାଗିଛି। ଆଜି ତାଙ୍କର ଅବସ୍ଥା ସଙ୍କଟାପନ୍ନ ହୋଇପଡିଛି। ଡାକ୍ତରମାନେ ବର୍ତ୍ତମାନ ଶେଷ ଚେଷ୍ଟା ଚଳାଇଛନ୍ତି ବୋଲି କୁହାଯାଉଛି। ତାଙ୍କୁ ବର୍ତ୍ତମାନ ଭୁବନେଶ୍ବରର ଆପୋଲୋ ହସପିଟାଲରେ ଚିକିତ୍ସା କରାଯାଉଛି। ପୂର୍ବରୁ କିଛି ମାସ ତଳେ ସୁବାସ ଗୁରୁତର ଅସୁସ୍ଥ ହୋଇପଡି ମୁମ୍ବାଇସ୍ଥିତ କ୍ୟାନସର ହସପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ସେ କିଛିଦିନ ଚିକିତ୍ସା ହେବା ପରେ ଭୁବନେଶ୍ବର ଫେରିଥିଲେ। ହେଲେ ପୁଣି ଥରେ ସେ ଗୁରୁତର ହେବାରୁ ବର୍ତ୍ତମାନ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଛି।

ସୁବାସ ଗତ ବିଧାନସଭା ନିର୍ବାଚନ ସମୟରେ ବିଜେପି ପ୍ରତି ଅସନ୍ତୁଷ୍ଟ ହୋଇ ସେଠାରୁ ଇସ୍ତଫା ଦେଇ ପରବର୍ତ୍ତି ସମୟରେ ବିଜେଡିରେ ସାମିଲ ହୋଇଥିଲେ। ପଶ୍ଚିମ ଓଡିଶାରେ ତାଙ୍କର ଭଲ ସଂଗଠନ ଥିବାରୁ ବିଜେଡି ତରଫରୁ ତାଙ୍କୁ ସେହି ଅଞ୍ଚଳ ଦାୟିତ୍ବ ଦେଇଥିଲା। ସେହିପରି ବିଜେପୁର ଉପନିର୍ବାଚନରେ ବିଜେଡିକୁ ଜିତାଇବାରେ ସୁବାସଙ୍କ ଭୂମିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ ଥିଲା।