Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଏଥର ଜାନୁୟାରୀରେ ଏକ ବିରଳ ସଂଯୋଗ, ଶାମ୍ବ ଦଶମୀରୁ ଆରମ୍ଭ ମାଘ ସପ୍ତମୀରେ ଶେଷ

ଭୁବନେଶ୍ବର: ଚଳିତ ନୂଆ ବର୍ଷ ଏକ ବିରଳ ସଂଯୋଗ ନେଇ ଆସିଛି। ଯାହା କେବେ ଘଟି ନ ଥିଲା। ଏଥର ନୂଆ ବର୍ଷ ଜାନୁୟାରୀ ମାସଟି ଶାମ୍ବ ଦଶମୀରୁ ଆରମ୍ଭ ହୋଇଛି। ଆଉ ଏହି ମାସଟି ମାଘ ସପ୍ତମୀରେ ଶେଷ ହେଉଛି।

ଅର୍ଥାତ ଜାନୁୟାରୀ ଏକ ତାରିଖରେ ସୂର୍ଯ୍ୟ ପୂଜାରୁ ଆରମ୍ଭ ସେହି ସୂର୍ଯ୍ୟ ପୂଜାରେ ଶେଷ ହେଉଛି। ଅର୍ଥାତ ଜାନୁୟାରୀ ୨୮ ତାରିଖରେ ପଡୁଛି ମାଘ ସପ୍ତମୀ। ଏହା ପରେ ଜାନୁୟାରୀ ମାସ ଶେଷ ହେବାକୁ ଆଉ ତିନିଦିନ ରହୁଥିଲେ ମଧ୍ୟ ଏହି ଦିନରେ କୌଣସି ପର୍ବପର୍ବାଣୀ ନାହିଁ। ତେଣୁ ଜାନୁୟାରୀ ମାସର ଶେଷ ପର୍ବ ହେଉଛି ମାଘ ସପ୍ତମୀ।

ତେବେ ଜ୍ୟୋତିଷ ଶାସ୍ତ୍ର କିମ୍ବା ଧାର୍ମିକ କ୍ଷେତ୍ରରେ ଏହା କେତେ ଗୁରୁତ୍ବ ବହନ କରେ ତାହା ଭିନ୍ନ କଥା। ହେଲେ ମାସ ଆରମ୍ଭରୁ ସୂର୍ଯ୍ୟ ପୂଜା ଏବଂ ମାସ ଶେଷ ହେବାକୁ 3 ଦିନ ଥିବା ବେଳେ ହେଉଛି ସେହି ସୂର୍ଯ୍ୟ ପୂଜାରେ ଯାହା ଏକ ବିରଳ ସଂଯୋଗ ବୋଲି କୁହାଯିବ। ଗତ ବର୍ଷ ଶାମ୍ବ ଦଶମୀ ଜାନୁୟାରୀ ୧୨ ତାରିଖରେ ପଡିଥିବା ବେଳେ ମାଘ ସପ୍ତମୀ ଫେବୃୟାରୀ ୭ ତାରିଖରେ ପଡିଥିଲା।

ସାଧାରଣତଃ ଶାମ୍ବ ଦଶମୀରେ ଓଡିଶାରେ ଘରେଘରେ ସୂର୍ଯ୍ୟ ପୂଜା କରାଯାଇଥାଏ। ଏଥିରେ ପିଲାମାନଙ୍କ ମଙ୍ଗଳ କାମନା କରି ଏହି ପୂଜା ଖୋଲା ସ୍ଥାନରେ କରାଯାଇଥାଏ। ଏହି ଦଶମୀ ପୂଜାରେ ୧୦ ଟି ଜିନିଷ ଭୋଗ କରାଯାଇଥାଏ। କେତେକ ସ୍ଥାନରେ ମକର ଚାଉଳ କିମ୍ବା ଗଇଁଠା ଖିରି ମଧ୍ୟ ପୂଜା କରାଯାଏ।

ସେହିପରି ମାଘ ସପ୍ତମୀ ବା ଚନ୍ଦଭାଗା ବୁଡ ମଧ୍ୟ ଧାର୍ମିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ବ ପୂର୍ଣ୍ଣ। ସେହି ଶାମ୍ବ ବା କୃଷ୍ଣପୁତ୍ର କୁଷ୍ଠ ରୋଗରୁ ମୁକ୍ତି ପାଇଁ ସେ ଚନ୍ଦ୍ରଭାଗା କୁଳରେ ତପସ୍ୟା କରିଥିଲେ। ଆଉ ତପସ୍ୟାରେ ସେ କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ। ସେଥିପାଇଁ ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ହଜାର ହଜାର ଭକ୍ତ ବୁଡ ପକାଇଥାନ୍ତି।

ଏହିପରି ସୂର୍ଯ୍ୟଙ୍କ ସହିତ ଜଡିତ ଦୁଇ ପ୍ରମୁଖ ପୂଜା ଜାନୁୟାରୀର ଆରମ୍ଭରେ ଏବଂ ଶେଷରେ ପାଳିତ ହୋଇଛି। ସେଥିପାଇଁ ୨୦୨୩ ମସିହା ଜାନୁୟାରୀ ମାସଟି ବହୁ ଲୋକଙ୍କ ପାଇଁ ଶୁଭଦାୟ ହେବ ବୋଲି କୁହାଯାଇଛି। ସେଥିପାଇଁ ଏହି ମାସରେ ପ୍ରତ୍ୟେକ ରବିବାରରେ ସ୍ନାନ ପରେ ସୂର‌୍ୟ୍ୟଙ୍କୁ ନମସ୍କାର କଲେ ବହୁ ସୁଫଳ ମିଳିବ ବୋଲି କୁହାଯାଇଛି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆସିଲା ଶାମ୍ବ ଦଶମୀ, ଜାଣନ୍ତୁ ଏହାକୁ ଘରେ କିପରି ପାଳନ କଲେ ମଙ୍ଗଳ ହୁଏ

ଭୁବନେଶ୍ବର: ପ୍ରତିବର୍ଷ ପୌଷ ଶୁକ୍ଳ ଦଶମୀ ତିଥିରେ ପାଳନ କରାଯାଇଥାଏ ଶାମ୍ବ ଦଶମୀ। ଏଥର ଏହି ଦଶମୀ ନୂଆ ବର୍ଷରେ ପଡୁଛି। ଅର୍ଥାତ ଜାନୁୟାରୀ ଏକ ତାରିଖ ରବିବାରରେ ପଡୁଛି। ମୁଖ୍ୟତଃ ଏହି ପୂଜା ସୂର୍ଯ୍ୟ ଦେବତାଙ୍କୁ ସମର୍ପିତ କରାଯାଇଥାଏ।

କୁମାର ପୂର୍ଣ୍ଣିମା ଯେପରି ଚନ୍ଦ୍ର ଦେବତାଙ୍କ ପାଇଁ ଠିକ୍ ଶାମ୍ବ ଦଶମୀ ସୂର୍ଯ୍ୟଙ୍କ ଉପାସନା କରାଯାଏ। ସାଧାରଣତଃ ଶାମ୍ବ ଦଶମୀକୁ ଚାନ୍ଦମାନ ବର୍ଷର ଶେଷ ବୋଲି ଧରା ଯାଇଥାଏ। କାରଣ ଶାମ୍ବ ଦଶମୀରୁ ଚିତାଲାଗି ଅମବାସ୍ୟା ପର୍ଯ୍ୟନ୍ତ ଓଡିଆ ଘରେ ଆଉ କୌଣସି ପିଠାପଣା ପୂଜା ହୋଇ ନ ଥାଏ।

ମୁଖ୍ୟତଃ ମହିଳାମାନେ ସେମାନଙ୍କର ସନ୍ତାନଙ୍କ ଆରୋଗ୍ୟ କାମନା କରି ଏହି ପୂଜା ବା ଉପସାନା କରିଥାନ୍ତି। ପୁରାଣରେ ରହିଛି ଯେ, ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଶାପ ଗସ୍ତ ହୋଇ କୁଷ୍ଠ ରୋଗରେ ପଡିତି ହୋଇଥିଲେ। ସେ ଚନ୍ଦ୍ରଭାଗା କୂଳରେ ସୂର୍ଯ୍ୟ ପୂଜା କରି ଏହି କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ। ସେଥିପାଇଁ ବିଭିନ୍ନ ରୋଗରୁ ମୁକ୍ତି ପାଇଁ କୋଣାର୍କର ଏହି ଚନ୍ଦ୍ରଭାଗା କୂଳରେ ଶାମ୍ବ ଦଶମୀ ଦିନ ଭିଡ ହୋଇଥାଏ।

ବ୍ରତଧାରୀମାନେ ସେଠାରେ ସୂର୍ଯ୍ୟ ଉଦୟ ଦର୍ଶନ କରି ସ୍ନାନ କରିଥାନ୍ତି। ଏଥିସହିତ ସୂର୍ଯ୍ୟ ଦେବତାଙ୍କୁ ଦ୍ବୀପ ଅର୍ପଣ କରିଥାନ୍ତି। ତେବେ ଯେଉଁମାନେ ଚନ୍ଦ୍ରଭାଗା ଯାଇପାରନ୍ତି ନାହିଁ ସେମାନେ ଘରେ ମଧ୍ୟ ଏହି ପୂଜା କରିଥାନ୍ତି। ହେଲେ ଘରେ ପୂଜା ବିଧି ଭିନ୍ନ ପ୍ରକାରର ହୋଇଥାଏ।

ଘରେ ଶାମ୍ବ ଦଶମୀ ପୂଜା କିପରି କରାଯାଇଥାଏ

ସାଧାରଣତଃ ଓଡିଆ ଘରେ ଶାମ୍ବ ଦଶମୀ ପୂଜା ବିଧି ତିନୋଟି ଭାଗରେ ବିଭକ୍ତ ହୋଇଥାଏ। ସୂର୍ଯ୍ୟଙ୍କ ଗତିବିଧି ଅନୁସାରେ ଏହି ପୂଜା କରାଯାଇଥାଏ। ସକାଳେ, ମଧ୍ୟାହ୍ନରେ ଏବଂ ସଂଧ୍ୟାରେ ଏହିପରି ତିନୋଟି ଭାଗରେ ଏହି ପୂଜା କରାଯିବାର ବିଧି ରହିଛି। ତେବେ ଏହି ତିନୋଟି ପୂଜା ପାଇଁ ରହିଛି ଭିନ୍ନ ଭିନ୍ନ ପ୍ରକାରର ବିଧିବିଧାନ। ଏଥିସହିତ ଏହି ତିନିଥର ପୂଜାରେ ମଧ୍ୟ ଭିନ୍ନ ଭିନ୍ନ ଭୋଗ ସୂର୍ଯ୍ୟ ଦେବାତାଙ୍କୁ ଅର୍ପଣ କରାଯାଇଥାଏ।

ପ୍ରଥମ ପୂଜା- ଏହି ପୂଜା ସକାଳୁ ସକାଳୁ କରାଯାଇଥାଏ। ମୁଖ୍ୟତଃ ସୂର୍ଯ୍ୟ ଉଦୟ ହେବା ପରେ ଏହି ପୂଜା କରାଯାଏ। ଯାହାକୁ କୁହାଯାଏ ପ୍ରଥମ ଧୂପ। ଏହି ସମୟରେ ମହିଳାମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନାଦି କାର୍ଯ୍ୟ ଶେଷ କରି ଖୋଲା ସ୍ଥାନରେ ସୂର୍ଯ୍ୟ ଉଦୟକୁ ଅପେକ୍ଷା କରି ରହିବାକୁ ପଡେ। ଏଥିରେ କେବଳ ଫଳ ଓ ମିଷ୍ଟାନ୍ନ ପୂଜା କରିବାର ବିଧି ରହିଛି। ସୂର୍ଯ୍ୟ ଉଇଁବା ପରେ ଏହି ଭୋଗ ପୂଜା କରି ସୂର୍ଯ୍ୟ ପୁରାଣ ପାରାୟଣ କରିବାକୁ ପଡିଥାଏ।

ଦ୍ବିତୀୟ ପୂଜା-ଏହି ପୂଜା ହେଉଛି ସୂର୍ଯ୍ୟ ପୂଜା ବା ଶାମ୍ବ ଦଶମୀର ମୁଖ୍ୟ ପୂଜା। ଏହା ମଧ୍ୟାହ୍ନ ବେଳେ ବା ସୂର୍ଯ୍ୟ ମୁଣ୍ଡ ଉପରକୁ ଆସିଲେ କରାଯାଇଥାଏ। ଏହି ସମୟରେ ଭିନ୍ନ ପ୍ରକାରର ଭୋଗ ଲାଗି କରାଯାଇଥାଏ। ତାହା ହେଲା ଗଇଁଠା, ଅଟକଳି, ବିଭିନ୍ନ ପ୍ରକାରର ପିଠା, ଖେଚୁଡି ଏବଂ ଶାମ୍ବ ଦଶମୀର ସ୍ବତନ୍ତ୍ର ଭୋଗ ଘୁଡୁଘୁଡିଆ ତରକାରୀ। ଏହାକୁ କେତେ ସ୍ଥାନରେ ଘଡାଘଡା, କେତେକ ଘୁଡଘୁଡ ତରକାରୀ ବୋଲି କହିଥାନ୍ତି। ସାଧାରଣତଃ ଏହି ସମୟର ପୂଜା ମୁଖ୍ୟ ପୂଜା ହୋଇଥିବାରୁ ସମସ୍ତେ ଏହି ଗୋଟିଏ ପୂଜାରେ ସବୁକିଛି ସାରି ଦେଇଥାନ୍ତି।

ଶେଷ ପୂଜା- ଶାମ୍ବ ଦଶମୀରେ ଶେଷ ପୂଜା ହେଉଛି ସଂଧ୍ୟା ପୂଜା ବା ସଂଧ୍ୟା ଧୂପ। ସୂର୍ଯ୍ୟ ଅସ୍ତ ହେବା ବେଳେ ଏହି ପୂଜା କରାଯାଇଥାଏ। ଏଥିରେ ମଧ୍ୟ ଭୋଗ ଭିନ୍ନ ପ୍ରକାରର ହୋଇଥାଏ। ଏଥିରେ ମୁଖ୍ୟତଃ ଏଣ୍ଡୁରୀ, କାକରା ଏବଂ ମାଲପୁଆ ପୂଜା କରାଯାଇଥାଏ।

ମଧ୍ୟାହ୍ନ ପୂଜା ହେଉଛି ସବୁଠାରୁ ଗୁରୁତ୍ବ ପୂର୍ଣ୍ଣ। ଏହି ପୂଜାରେ ଘରର ଯେତେ ପିଲା ଅଛନ୍ତି ସମସ୍ତଙ୍କ ନାମରେ ଗୋଟିଏ ଗୋଟିଏ ପିଠା ପୂଜା କରିବାର ବିଧି ମଧ୍ୟ ରହିଛି। ଅର୍ଥାତ ସୂର୍ଯ୍ୟ ଦେବତାଙ୍କୁ ସେହି ପିଲା ନାମରେ ସେହି ପିଠା ଭୋଗ କରାଯାଇଥାଏ। ଭୋଗ ପରେ ସେହି ପିଠାକୁ ସେ ହିଁ ପ୍ରସାଦ ଭାବେ ଗ୍ରହଣ କରିଥାଏ।

ସେହିପରି ଆଉ ଏକ ପିଲା ନାମରେ ଆଉ ଏକ ପିଠା ପୂଜା କରାଯାଇ ତାଙ୍କୁ ହିଁ ପ୍ରସାଦ ଦିଆଯାଇଥାଏ। ମୁଖ୍ୟତଃ ବୁଢା ଚକୁଳି ବା ମୋଟା ଚକୁଳି ଭୋଗ ପିଲାଙ୍କ ନାମରେ ଦିଆଯାଇଥାଏ। ସେଥିପାଇଁ ଓଡିଆ ଘରେ ଏକ ଢେଗ ଅଛି – “ଯେତେ ପିଲାକୁ ସେତେ ପିଠା”